--:--:--
-- ---
Srishti News

Web News

ଅନୁଗୋଳରେ ବିଶ୍ୱ ଆଦିବାସୀ ଦିବସ ଓ ମହାନ କ୍ରାନ୍ତି ଦିବସ ପାଳିତ
Aug 9, 2026•54 views

ଅନୁଗୋଳରେ ବିଶ୍ୱ ଆଦିବାସୀ ଦିବସ ଓ ମହାନ କ୍ରାନ୍ତି ଦିବସ ପାଳିତ

ଅନୁଗୋଳ: ଆଦିବାସୀ ସମାଜର ଗୌରବମୟ ଐତିହ୍ୟ, ସଂସ୍କୃତି, କଳା ଓ ଲୋକାଚାରକୁ ସମ୍ମାନ ଜଣାଇ ଅନୁଗୋଳ ଜିଲ୍ଲା ବିଜୁ ଜନତା ଦଳର ମୁଖ୍ୟ କାର୍ଯ୍ୟାଳୟରେ ‘ବିଶ୍ୱ ଆଦିବାସୀ ଦିବସ’ ଓ ‘ମହାନ କ୍ରାନ୍ତି ଦିବସ’ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଯୋଗଦେଇ ଆଦିବାସୀ ସମାଜର ଅତୁଲନୀୟ ଅବଦାନ ଓ ମହାନ ସଂଗ୍ରାମୀମାନଙ୍କ ଗୌରବଗାଥାକୁ ସ୍ମରଣ କରିଥିଲେ। ଏହି ଅବସରରେ ପୂର୍ବତନ ଉପବାଚସ୍ପତି ରଜନୀକାନ୍ତ ସିଂହ, ବରିଷ୍ଠ ନେତା ବିପ୍ଳବ ଜେନା, ଅନୁଗୋଳ ବାର ଆସୋସିଏସନ୍ ସଭାପତି ଦିଲ୍ଲୀପ ସାହୁ, ପୂର୍ବତନ ଜିଲ୍ଲା ସଭାପତି ମହେନ୍ଦ୍ର ବସ୍ତିଆ, ଜିଲ୍ଲା ଯୁବ ବିଜେଡି ସଭାପତି ଅରୁଣାଭ ସିଂହ, ରାଜ୍ୟ ଯୁବ ସାଧାରଣ ସମ୍ପାଦକ ଚନ୍ଦ୍ରକାନ୍ତ ପ୍ରଧାନ, ପୂର୍ବତନ ଜିଲ୍ଲା ଛାତ୍ର ସଭାପତି ରାଜୀବ ଲୋଚନ ଦାସଙ୍କ ସମେତ ବିଜେଡିର ବରିଷ୍ଠ, ଯୁବ, ଛାତ୍ର ଓ ମହିଳା ଶାଖାର କର୍ମକର୍ତ୍ତା ଏବଂ ବରିଷ୍ଠ ଆଇନଜୀବୀମାନେ ଉପସ୍ଥିତ ଥିଲେ।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ମୋବାଇଲ୍ ଫୋନ୍ ଲୁଟ୍ ମାମଲାରେ ରାଉରକେଲା ପୋଲିସ୍ ଦ୍ବାରା ଜଣେ ଗିରଫ୍ ସହିତ ଲୁଟ୍ ଜିନିଷ ଉଦ୍ଧାର*  *ରାଉରକେଲା ବନ୍ଧମୁଣ୍ଡା ପୋଲିସ ଦ୍ୱାରା ଚୋରି ଯାଇଥିବା ମୋବାଇଲ୍ ଫୋନ୍ ଓ ଅନ୍ୟାନ୍ୟ ଜିନିଷ ଉଦ୍ଧାର
Aug 9, 2026•12 views

ମୋବାଇଲ୍ ଫୋନ୍ ଲୁଟ୍ ମାମଲାରେ ରାଉରକେଲା ପୋଲିସ୍ ଦ୍ବାରା ଜଣେ ଗିରଫ୍ ସହିତ ଲୁଟ୍ ଜିନିଷ ଉଦ୍ଧାର* *ରାଉରକେଲା ବନ୍ଧମୁଣ୍ଡା ପୋଲିସ ଦ୍ୱାରା ଚୋରି ଯାଇଥିବା ମୋବାଇଲ୍ ଫୋନ୍ ଓ ଅନ୍ୟାନ୍ୟ ଜିନିଷ ଉଦ୍ଧାର

ରାଉରକେଲା: ବନ୍ଧମୁଣ୍ଡା ପୋଲିସ ପକ୍ଷରୁ ଏକ ମୋବାଇଲ୍ ଫୋନ୍ ଲୁଟ୍ ମାମଲା ନଂ. ୧୭୨ ତାରିଖ ୧୬.୦୫.୨୦୨୬ର ତଦନ୍ତ କରି ଜଣେ ଅଭିଯୁକ୍ତକୁ ଗିରଫ କରିବା ସହିତ ଅଭିଯୁକ୍ତ ନିକଟରୁ ଚୋରି ଯାଇଥିବା ୪ଟି ମୋବାଇଲ୍ ଫୋନ୍ ଏବଂ ୨ଟି ସ୍ମାର୍ଟ ଓ୍ବାଚ୍ ସହିତ ୩ଟି ମୋବାଇଲ୍ ଚାର୍ଜର ୩ଟି ଇୟର୍ ଫୋନ୍ ଜବତ୍ କରାଯିବା ସହ ବିଏନ୍ଏସ୍ ଧାରା ୩୩୧(୪) ଓ ୩୦୫(କ)ରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି। ସୂଚନା ଅନୁସାରେ ରାଉରକେଲା ବନ୍ଧମୁଣ୍ଡା ପୋଲିସ ଚୋରି ହୋଇଥିବା ୪ଟି ମୋବାଇଲ୍ ଫୋନ୍, ୩ଟି ମୋବାଇଲ୍ ଚାର୍ଜର୍, ୩ଟି ଇୟର ଫୋନ୍ ଏବଂ ୨ଟି ସ୍ମାର୍ଟ ଘଣ୍ଟା ଜବତ କରିବାରେ ସଫଳ ହୋଇଛି। ତଦନ୍ତ ସମୟରେ ଜଣେ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଛି। ପୋଲିସର ସୂଚନା ଅନୁସାରେ ୨୦୨୬ ମେ ୧୬ ତାରିଖରେ ସେକ୍ଟର-ସି ବଜାରର ଏକ ମୋବାଇଲ୍ ଦୋକାନରୁ ଚୋରି ହୋଇଥିବା ମୋବାଇଲ୍ ଏବଂ ଇଲେକ୍ଟ୍ରୋନିକ୍ ଡିଭାଇସ୍ ଅଭିଯୁକ୍ତଙ୍କ କବଜାରୁ ଉଦ୍ଧାର କରାଯାଇଛି। ଅଭିଯୁକ୍ତ ଏହାକୁ ବିକ୍ରୟ ଉଦ୍ଦେଶ୍ୟରେ ଲୁଚାଇ ରଖିଥିଲେ। ଆଇନର ପ୍ରକ୍ରିୟା ଅନୁସରଣ କରି ଜବତ ହୋଇଥିବା ମୋବାଇଲ୍ ଏବଂ ଇଲେକ୍ଟ୍ରୋନିକ୍ସ ଉପକରଣକୁ ଜବତ୍ କରାଯାଇଛି। ଏଥିସହିତ ମାମଲାର ଅଧିକ ତଦନ୍ତ ଜାରି ରହିଛି। ଗିରଫ ଅଭିଯୁକ୍ତ ହେଲେ ରାଉରକେଲା ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ବନ୍ଧମୁଣ୍ଡା ସେକ୍ଟର-ବି ଝୁମ୍ପୁଡିର ବୋମାଲି ଶ୍ରୀନୁ ରାଓ (୧୯ ବର୍ଷ)। ଅଭିଯୁକ୍ତଙ୍କ ପୂର୍ବ ଅପରାଧିକ ମାମଲା ଏପର୍ଯ୍ୟନ୍ତ ଯାଞ୍ଚ କରାଯାଇ ନାହିଁ। ଅଭିଯୁକ୍ତଙ୍କ ନିକଟରୁ ୦୪ଟି ମୋବାଇଲ୍ ଫୋନ୍, ୦୩ଟି ମୋବାଇଲ୍ ଚାର୍ଜର୍, ୦୩ଟି ଇୟର ଫୋନ୍ ଏବଂ ୦୨ଟି ସ୍ମାର୍ଟ ଘଣ୍ଟା ଜବତ୍ କରାଯାଇଛି।

Rourkela (ରାଉରକେଲା) • ବ୍ୟୁରୋ ରିପୋର୍ଟ

ସ୍ଵଭାବକବି ଗଙ୍ଗାଧର ମେହେରଙ୍କୁ ଭକ୍ତିପୁତ ଶ୍ରଦ୍ଧାଞ୍ଜଳି
Aug 9, 2026•10 views

ସ୍ଵଭାବକବି ଗଙ୍ଗାଧର ମେହେରଙ୍କୁ ଭକ୍ତିପୁତ ଶ୍ରଦ୍ଧାଞ୍ଜଳି

ରାଉରକେଲା: ଓଡ଼ିଆ ଭାଷା ବିକାଶ ମଞ୍ଚ, ରାଉରକେଲା ଆନୁକୂଲ୍ୟରେ ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ୱରେ ସ୍ଵଭାବକବି ଗଙ୍ଗାଧର ମେହେରଙ୍କୁ ଭକ୍ତିପୁତ ଶ୍ରଦ୍ଧାଞ୍ଜଳି ସଭା ସେକ୍ଟର-୧୪ସ୍ଥିତ କମ୍ୟୁନିଟି ସେଣ୍ଟର ସମ୍ମୁଖରେ ଥିବା ସ୍ଵଭାବକବି ଗଙ୍ଗାଧରଙ୍କ ପ୍ରତିମୂର୍ତ୍ତି ନିକଟରେ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ନାଟ୍ୟକାର ପ୍ରଫୁଲକୁମାର ସାମଲ ପ୍ରତିମୂର୍ତ୍ତିରେ ପୁଷ୍ପାଞ୍ଜଳି ଅର୍ପଣ କରି କହିଥିଲେ ଯେ ସ୍ଵଭାବକବି ଓଡ଼ିଶାର ଭାଷା ସୁରକ୍ଷାର ସେନାପତି ଥିଲେ । ନବ ଓଡିଶା ନିର୍ମାଣରେ ତାଙ୍କର ଅବଦାନ ଅତୁଳନୀୟ । ସମ୍ମାନିତ ଅତିଥି କବି ଦିବାକର ଦାସ ତାଙ୍କ ବକ୍ତବ୍ୟରେ କହିଲେ ଯେ ଇଂରେଜ ସରକାର ସମ୍ବଲପୁରରୁ ଓଡ଼ିଆ ଭାଷା ପରିବର୍ତ୍ତେ ହିନ୍ଦୀ ଭାଷା ପ୍ରଚଳନକୁ ଗଙ୍ଗାଧର ତୀବ୍ର ବିରୋଧ କରିଥିଲେ, ଯାହାଫଳରେ ଓଡ଼ିଆ ଭାଷା ପୁନଃ ପ୍ରଚଳନ ହୋଇଥିଲା। ଓଡ଼ିଆ ଭାଷା ବିକାଶ ମଞ୍ଚର ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ର ପୁଷ୍ପାଞ୍ଜଳି ଅର୍ପଣ କରି କହିଥିଲେ ଯେ ଅନେକ କବି,ମାତୃଭାଷା ପ୍ରୀତିରେ ଅନୁପ୍ରାଣିତ ହୋଇ ସାହିତ୍ୟସୃଷ୍ଟି କରିଛନ୍ତି, କିନ୍ତୁ ସେମାନଙ୍କ ଭିତରେ ଅଧିକ ମାତୃଭାଷା ପ୍ରୀତି ଛଳଛଳ କବିତା ଲେଖି ଅମର ହୋଇଛନ୍ତି କବି ଗଙ୍ଗାଧର ମେହେର I ତାଙ୍କର ସେହି ଦୁଇ ଧାଡି କବିତା ଥିଲା, ଉଚ୍ଚ ହେବା ପାଇଁ କର ଯେବେ ଆଶା ଉଚ୍ଚ କର ଆଗ ନିଜ ମାତୃଭାଷା । ଏହା ସତ୍ୱେ ଆଜି ଆଉ ଉଚ୍ଚ ମଧ୍ୟବିତ୍ତ ଘରୁ ଓଡ଼ିଆ ଭାଷା ଶୁଭୁନାହିଁ। ତେଣୁ ଆସ,ଆଜିର ଦିନରେ ଶପଥ ନେବା, ଚୁଲି ମୁଣ୍ଡରୁ ରାଜରାସ୍ତା ଯାଏ ଓଡ଼ିଆ ଭାଷା ବ୍ୟବହାର କରିବା। ଏହି ଶ୍ରଦ୍ଧାଞ୍ଜଳି ସଭାରେ ସାଇସାହୁ, ନନ୍ଦଲାଲ ସାହୁ,କମଳେସ ସାହୁ, ରୋହିତ ସାହୁ, ରିଙ୍କୁ ସାହୁ,ଦୁଃଶାସନ ମଲ୍ଲିକ୍ ଯୋଗଦେଇ ଭକ୍ତି ସୁମନ ଅର୍ପଣ କରିଥିଲେ।

Rourkela (ରାଉରକେଲା) • ବ୍ୟୁରୋ ରିପୋର୍ଟ

ଭାରତୀୟ ଆଇନଜୀବୀ ସଂଘ ପକ୍ଷରୁ ଆଇନର ଶାସନ ସମ୍ପର୍କିତ କର୍ମଶାଳା ଅନୁଷ୍ଟିତ: ନ୍ୟାୟ ବ୍ୟବସ୍ଥା ପ୍ରତି  ଲୋକଙ୍କ ଆସ୍ଥା ହ୍ରାସ ପାଉଛି, ରାଉରକେଲାରେ ଆଇ.ଏ.ଏଲ୍ ପକ୍ଷରୁ ମାନସ ମନ୍ଥନ ଅଧିବେଶନ
Aug 9, 2026•12 views

ଭାରତୀୟ ଆଇନଜୀବୀ ସଂଘ ପକ୍ଷରୁ ଆଇନର ଶାସନ ସମ୍ପର୍କିତ କର୍ମଶାଳା ଅନୁଷ୍ଟିତ: ନ୍ୟାୟ ବ୍ୟବସ୍ଥା ପ୍ରତି ଲୋକଙ୍କ ଆସ୍ଥା ହ୍ରାସ ପାଉଛି, ରାଉରକେଲାରେ ଆଇ.ଏ.ଏଲ୍ ପକ୍ଷରୁ ମାନସ ମନ୍ଥନ ଅଧିବେଶନ

ରାଉରକେଲା: ଦେଶର ନ୍ୟାୟ ବ୍ୟବସ୍ଥା ଏବଂ ଆଇନର ଶାସନ ଉପରେ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କର୍ମଶାଳା ରାଉରକେଲାର ସେକ୍ଟର ୨୧ ସ୍ଥିତ ରାଉରକେଲା ଆଇନ ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଭାରତୀୟ ଆଇନଜୀବୀ ସଂଘ(ଆଇ ଏ ଏଲ) ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଇନ ବ୍ୟବସ୍ଥାର ବର୍ତ୍ତମାନର ସ୍ଥିତି ଏବଂ ଓକିଲମାନଙ୍କ ଭୂମିକା ଉପରେ ଗଭୀର ଭାବରେ ଆଲୋଚନା କରାଯାଇଥିଲା। ଆଇ. ଏ .ଏଲ ର ଅନ୍ୟତମ ଜାତୀୟ ସାଧାରଣ ସମ୍ପାଦକ ଅଶ୍ୱିନୀ ବକ୍ସି ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ନ୍ୟାୟପାଳିକା ପ୍ରତି ଜନସାଧାରଣଙ୍କ ବିଶ୍ୱାସ ହ୍ରାସ ପାଉଥିବାରୁ ଗଭୀର ଚିନ୍ତା ପ୍ରକାଶ କରି ସେ କହିଛନ୍ତି ଯେ ଆଜିର ସମୟରେ ସାଧାରଣ ନାଗରିକ ତାଙ୍କର ମୌଳିକ ଅଧିକାରରୁ ବଂଚିତ ହେଉଛନ୍ତି। ଜଷ୍ଟିସ୍ କୃଷ୍ଣ। ଆୟର, ପି.ଏନ୍. ଭଗବତୀ ଏବଂ ରାଜେନ୍ଦ୍ର ସଚ୍ଚରଙ୍କ ପରି ମହାନ ଆଇନବିତ୍ ଙ୍କ ମାର୍ଗଦର୍ଶନରେ ପରିଚାଳିତ ଏହି ସଂଘର ଗୌରବମୟ ଇତିହାସକୁ ଉଲ୍ଲେଖ କରି ସେ ନ୍ୟାୟ ବ୍ୟବସ୍ଥାକୁ ସୁଦୃଢ଼ ଏବଂ ସ୍ୱଚ୍ଛ ଶାସନ ବ୍ୟବସ୍ଥା ପ୍ରତିଷ୍ଠା ପାଇଁ ଆଇନଜୀବୀ ମାନେ ଆଗକୁ ଆସିବାକୁ ଆହ୍ୱାନ ଦେଇଥିଲେ। ଜିଲ୍ଲା କମିଟି ସଭାପତି ଏମ.ଡି ରଫିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓକିଲମାନଙ୍କ ଦାବି ଉପରେ ଆଲୋଚନା ହୋଇଥିଲା। ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ସଦାନନ୍ଦ ସାହୁ ରାଜ୍ୟ ସରକାର ଏବଂ ରାଜ୍ୟ ବାର କାଉନସିଲ ଆଇନଜୀବୀଙ୍କ ସମସ୍ୟାର ସମାଧାନ ଦିଗରେ କାଳକ୍ଷେପଣ ନୀତିକୁ କଡ଼ା ସମାଲୋଚନା କରିଥିଲେ। ସେ ସ୍ପଷ୍ଟ ଭାବରେ କହିଥିଲେ ଯେ ଓକିଲମାନଙ୍କ ପାଇଁ ସାମାଜିକ ସୁରକ୍ଷା, ମଧୁବାବୁ ସ୍ୱାସ୍ଥ୍ୟ ବୀମା ଯୋଜନା ଅଧୀନରେ ୧୫ ଲକ୍ଷ ଟଙ୍କା ର ବୀମା ଏବଂ ନୂତନ ଓକିଲମାନଙ୍କ ପାଇଁ ମାସିକ ୫ ହଜାର ଷ୍ଟାଇପେଣ୍ଡ ଭଳି ଯଥାର୍ଥ ଦାବିଗୁଡ଼ିକୁ ଦୀର୍ଘ ଦିନ ଧରି ଅଣଦେଖା କରାଯାଇଛି। ଶ୍ରୀ ସାହୁ ରାଜ୍ୟରେ ବାର୍ ଆସୋସିଏସନ୍ ମାନଙ୍କ ପକ୍ଷରୁ ସରକାରଙ୍କ ଉପରେ ଚାପ ପକାଇବାକୁ ଆହ୍ବାନ ଦେଇଥିଲେ। ବିଷୟ ବିଶେଷଜ୍ଞ ଭାବେ ଆଇନ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ ସମ୍ପାଦିକା ମହାନ୍ତି ଆଇନ ଅନୁଯାୟୀ ସମାନତା ଉପରେ ଆଲୋଚନା କରି କହିଲେ ଯେ ଦେଶରେ କେହି ଆଇନର ଊର୍ଦ୍ଧ୍ୱରେ ନୁହଁନ୍ତି। ଜଣେ ସାଧାରଣ ନାଗରିକ ମଧ୍ୟ ଜଣେ ଅତ୍ୟନ୍ତ ପ୍ରଭାବଶାଳୀ ବ୍ୟକ୍ତିଙ୍କ ପରି ସମାନ ନ୍ୟାୟିକ ଓ ମୌଳିକ ଅଧିକାର ପାଇବାର ହକ୍ ରହିଛି। କିନ୍ତୁ ଆଜି ତାହା ବ୍ୟତିକ୍ରମ ଦେଖା ଦେଇଛି । ଫଳସ୍ୱରୂପ, ଏହି ଅବନତିଶୀଳ ବ୍ୟବସ୍ଥାକୁ ସଂସ୍କାର କରିବାର ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଓକିଲମାନଙ୍କ କାନ୍ଧରେ ପଡ଼ିଛି। କର୍ମଶାଳାର ଦ୍ୱିତୀୟ ଅଧିବେଶନ "ନ୍ୟାୟିକ କାର୍ଯ୍ୟକଳାପ ଏବଂ ସାମାଜିକ ପରିବର୍ତ୍ତନ" ବିଷୟବସ୍ତୁ ଉପରେ କେନ୍ଦ୍ରିତ ଥିଲା। ଅନ୍ୟତମ ବିଷୟ ବିଶେଷଜ୍ଞ ସହକାରୀ ପ୍ରଫେସର ଡ ପ୍ରଜ୍ଞାପାରମିତା ପଣ୍ଡା ତାଙ୍କ ବକ୍ତବ୍ୟରେ କହିଥଲେଯେ, ଯଦି ଆମର ନ୍ୟାୟିକ ବ୍ୟବସ୍ଥା ସଠିକ୍ ରାସ୍ତାରେ ପରିଚାଳିତ ନହୁଏ ତେବେ ସମଗ୍ର ବ୍ୟବସ୍ଥା ତାସ ଘର ପରି ଭୁଶୁଡ଼ି ପଡିବ, ଦେଶର ସାମ୍ବିଧାନିକ ଏବଂ ଗଣତାନ୍ତ୍ରିକ ବିଧି ବ୍ୟବସ୍ଥା ରେ ଅରାଜକତା ଆସିବ । ସାମାଜିକ ନ୍ୟାୟ ଓ ଆଇନ୍ ବ୍ୟବସ୍ଥା ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଆଇନଜୀବୀ ମାନେ ଆଗକୁ ଆସିବାକୁ ଆହ୍ୱାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଉରକେଲା ର ବରିଷ୍ଠ ଆଇନଜୀବୀ ସନାତନ ବିଶ୍ବାଳ, ବଣେଇ ଓକିଲ ସଂଘର ପୂର୍ବତନ ସଭାପତି ବିନୟ କୁମାର ଦାସ, ରାଜଗାଙ୍ଗପୁରର ବରିଷ୍ଠ ଆଇନଜୀବୀ ମହମ୍ମଦ ମୋହସିନ, ସୁସ୍ମିତା ମହାଲା, ଏଞ୍ଜେଲ ମହାନ୍ତି ପ୍ରମୁଖ ବକ୍ତବ୍ୟ ରଖି ନ୍ୟାୟପାଳିକାରେ ଦୁର୍ନୀତି ଯୋଗୁ ନ୍ୟାୟ ବ୍ୟବସ୍ଥା ପ୍ରତି ସାଧାରଣ ନାଗରିକ ଙ୍କ ଆସ୍ଥା ତୁଟି ଯାଉଛି । ମାନବାଧିକାର ସୁରକ୍ଷା ଏବଂ ସାଧାରଣ ଜନତାଙ୍କୁ ଆଇନଗତ ସହାୟତା ପ୍ରଦାନ କରିବା ପାଇଁ ଆଇନଜୀବୀ ମାନେ ଢାଲ ହେବା ଉଚିତ ବୋଲି ମତ ରଖିଥିଲେ । କାର୍ଯ୍ୟକ୍ରମର ଆରମ୍ଭରେ, ସ୍ଥାନୀୟ ଶାଖା ସମ୍ପାଦକ ଅନନ୍ତ ନାରାୟଣ ସାହୁ ସମସ୍ତ ଅତିଥିଙ୍କୁ ସ୍ୱାଗତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଡି ପି ଦାସ, ବିଦ୍ୟ।ନନ୍ଦ ପ୍ରଧାନ, ସୁରେଶ ଦାଶ, ସୁମିତା ନନ୍ଦ, ମହେଶ୍ୱର ପୁରାଣ, ଭାଗବତ ସାହୁ, ଜସ୍ମିତା ପ୍ରଧାନ, ଅରୁଣ ଭୋଇ, ରବିନାରାୟଣ ସି, ଲକ୍ଷ୍ମୀ ମାଝୀ, ରାଜା ମୁନା, ଶୁଭମ ଓରାମ, ଜଗନ୍ନାଥ ଘାସି, ମେରୀ ମେକ୍ମିମା ଏକା ଙ୍କ ସମେତ ଅନେକ ସଦସ୍ୟ ସଫଳ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଜିଲ୍ଲାର ବିଭିନ୍ନ ଓକିଲ ସଂଘରୁ ଶହେରୁ ଅଧିକ ଆଇନଜୀବୀ ଏହି କର୍ମଶାଳାରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ। ଶେଷରେ ଶାନ୍ତନୁ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Rourkela (ରାଉରକେଲା) • ବ୍ୟୁରୋ ରିପୋର୍ଟ

ଵିଧାୟକ ଦୁର୍ଗାଚରଣ ତନ୍ତୀଙ୍କ ନିର୍ଦ୍ଦେଶକ୍ରମେ କ୍ଷତିଗ୍ରସ୍ତଙ୍କୁ ରନ୍ଧା ଖାଦ୍ୟ ଓ ତ୍ରିପାଲ ପ୍ରଦାନ
Aug 9, 2026•21 views

ଵିଧାୟକ ଦୁର୍ଗାଚରଣ ତନ୍ତୀଙ୍କ ନିର୍ଦ୍ଦେଶକ୍ରମେ କ୍ଷତିଗ୍ରସ୍ତଙ୍କୁ ରନ୍ଧା ଖାଦ୍ୟ ଓ ତ୍ରିପାଲ ପ୍ରଦାନ

ରାଉରକେଲା : ବର୍ତ୍ତମାନ ସହରରେ ନିୟମିତ ଭାବେ ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ଅନେକ ବସ୍ତି ଅଞ୍ଚକରେ ବର୍ଷା ଜଳ ନିଷ୍କାସନ ହୋଇ ନପାରି ଜମି ରହିଯିବାରୁ ଉକ୍ତ ଅଞ୍ଚଳବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରବକ ବର୍ଷା ଯୋଗୁଁ ରଘୁନାଥପାଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଇସ୍ପାତ ସହରାଞ୍ଚଳରେ ଥିବା ସେକ୍ଟର-୭ ଥାନା ଅଞ୍ଚଳର ପାହାଡ଼ପୁର ବସ୍ତିରେ ରହୁଥିବା ମହାବୀର ପ୍ରଧାନ, ସାଉନା ବଡାଇକ, ଗୋପୀ ବଡାଇକ,ସୁନୀଲ ତିର୍କୀ ପ୍ରମୁଖଙ୍କ ଘର ଭାଙ୍ଗି ଯାଇଥିଲା । ସେହିପରି ରାଉରକେଲା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଥିବା ତଥା ଜଗଦା ନିକଟରେ ଥିବା ବିଶ୍ୱକର୍ମା ବସ୍ତିରେ ରହୁଥିବା ବିଷ୍ଣୁ କଇଥ୍ବରଙ୍କ ଘର ମଧ୍ୟ ଭାଙ୍ଗି ଯାଇଥିଲା । ସରକାରୀ ଗସ୍ତରେ ରାଜ୍ୟ ବାହାରକୁ ଯାଇଥିବା ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ଏ ସମ୍ବନ୍ଧରେ ଖବରପାଇ ନିଜ ସହକର୍ମୀ ଗଦାଧର ସାହୁ,ଅଜୟ କଂସାରୀ,ପ୍ରଫୁଲ୍ଲ ମିଶ୍ର,ସନ୍ତୋଷ ବିରାଟ ପ୍ରମୁଖଙ୍କୁ ତୁରନ୍ତ ପ୍ରଭାବିତ ଅଞ୍ଚଳ ଗସ୍ତକରି କ୍ଷତିଗ୍ରସ୍ତ ପରିବାରକୁ ସମସ୍ତ ପ୍ରକାରର ସାହାଯ୍ୟ ଓ ସହଯୋଗ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ବିଧାୟକଙ୍କ ନିର୍ଦ୍ଦେଶାନୁସାରେ ସମସ୍ତ କର୍ମୀମାନେ ସଙ୍ଗେ ସଙ୍ଗେ ରନ୍ଧା ଖାଦ୍ୟ ସାଙ୍ଗରେ ଧରି ବର୍ଷାରେ କ୍ଷତିଗ୍ରସ୍ତ ପରିବାର ସଦସ୍ୟଙ୍କ ନିକଟରେ ପହଞ୍ଚି ସେମାନଙ୍କୁ ସେମାନଙ୍କର ଆବଶ୍ୟକତା ଅନୁସାରେ ରାନ୍ଧ ଖାଦ୍ୟ ପୁଡ଼ିଆ ଦେବା ସହିତ ଭାଙ୍ଗିଯାଇଥିବା ଘର ଉପରେ ପକାଇବା ପାଇଁ ସମସ୍ତଙ୍କୁ ନୂତନ ପାଲ ଯୋଗାଇ ଦେଇଥିଲେ । ସହକର୍ମୀ ମାନଙ୍କଠାରୁ ରିପୋର୍ଟ ପାଇବା ପରେ ବିଧାୟକ ଶ୍ରୀ ତନ୍ତୀ ହାଇଦ୍ରାବାଦରେ ଥାଇ ରାଉରକେଲା ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରି ପ୍ରଭାବିତ ପରିବାରକୁ ପାଲ ଯୋଗାଇଦେବା ପାଇଁ ପରାମର୍ଶ ଦେବା ସହିତ ଏହି କାର୍ଯ୍ୟକୁ ଆଜିହିଁ ସମ୍ପାଦନା କରିବା ପାଇଁ ନିଜ ସହକର୍ମୀ ଶ୍ରୀ ସାହୁ ଏବଂ ଶ୍ରୀ କଂସାରୀଙ୍କୁ ନିର୍ଦେଶ ଦେଇଥିଲେ । ବିଧାୟକଙ୍କ ନିର୍ଦ୍ଦେଶ ଅନୁସାରେ ସହକର୍ମୀ ମାନେ କ୍ଷତିଗ୍ରସ୍ତ ପରିବାର ସାଙ୍ଗରେ ତହସିଲ ଅଫିସ ଯାଇ ସେମାନଙ୍କୁ ସରକାରୀ ବ୍ୟବସ୍ଥା ମାଧ୍ୟମରେ କ୍ଷତିଗ୍ରସ୍ତ ପରିବାରଙ୍କ ପାଇଁ ଉଦ୍ଧିଷ୍ଟ ପାଲ ମଧ୍ୟ ଯୋଗାଇ ଦେଇଥିଲେ ।

Rourkela (ରାଉରକେଲା) • ବ୍ୟୁରୋ ରିପୋର୍ଟ

ସ୍ବାମୀ ଶିବାନନ୍ଦଜୀ ମହାରାଜଙ୍କ ୬୩ ତମ ପୂଣ୍ୟତିଥି ଆରଧନା ଦିବସ ପାଳନ
Aug 9, 2026•9 views

ସ୍ବାମୀ ଶିବାନନ୍ଦଜୀ ମହାରାଜଙ୍କ ୬୩ ତମ ପୂଣ୍ୟତିଥି ଆରଧନା ଦିବସ ପାଳନ

ରାଉରକେଲା: ଛେଣ୍ଡ ସ୍ଥିତ ଦିବ୍ୟ ଜୀବନ ସଂଘ ପକ୍ଷରୁ ସ୍ବାମୀ ଶିବାନନ୍ଦଜୀ ମହାରାଜଙ୍କ ୬୩ ତମ ପୂଣ୍ୟ ତିଥି ଆରଧନା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ସୁଶୀଲ କୁମାର ମିଶ୍ର ଙ୍କ ସଭାପତିତ୍ବ, କାର୍ଯ୍ୟକାରୀ ସଭାପତି ରବିନ୍ଦ୍ର କୁମାର ପାଣ୍ଡବଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ବାମୀ ବ୍ରହ୍ମ ସାକ୍ଷାତକାର ନନ୍ଦଜୀ ମହାରାଜ ଯୋଗଦେଇ ସ୍ବାମୀ ଶିବାନନ୍ଦଜୀ ମହାରାଜଙ୍କ ଜୀବନାଦର୍ଶ,ସେ ଦେଇଯାଇଥିବା ବାଣୀ ସମ୍ପର୍କରେ ଆଲୋଚନା କରିଥିଲେ। ସେ ତାଙ୍କ ବକ୍ତବ୍ୟରେ ବ୍ରହ୍ମ କିପରି ବ୍ୟାପକ, ସୃଷ୍ଟି ସ୍ଥିତି ପ୍ରଳୟ ଭକ୍ତି ଭଗବାନ, ବିଶ୍ବର ଦୁଃଖ ଓ ରଙ୍କିଙ୍କୁ ଉଦ୍ଧାରିବା ପାଇଁ ସ୍ବାମୀ ଶିବାନନ୍ଦଜୀ କିପରି ଦେହତ୍ୟାଗ କରିଥିଲେ ସେ ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ଯୋଗ ପ୍ରାଣାୟାମ,ପାଦ ପୂଜା,ପାଦୁକା ସେବନ,ବାଳ ଭୋଗ, ଗଣେଶ କୀର୍ତ୍ତନ,ଗୁରୁ ସ୍ତ୍ରୋତ୍ର, ଶାନ୍ତି ପାଠ,ଜପ, ସ୍ୱାଧ୍ୟାୟ, ହନୁମାନ ଚାଳିଶା,ଭଜନ କୀର୍ତ୍ତନ ଓ ପ୍ରସାଦ ସେବନ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ପ୍ରକାଶ କୁମାର ପଣ୍ଡା, ପାଣ୍ଡବ ବେହେରା, ସୁରେନ୍ଦ୍ର ବେହେରା, ଦିଗମ୍ବର ପାଢ଼ୀ, କାର୍ତ୍ତିକ ବରାଳ, ସର୍ବେଶ୍ଵର ମାନସିଂହ,ବି ଅଗ୍ରୱାଲ, ରାଜେନ୍ଦ୍ର ନାରାୟଣ ହୋତା, ଅମୀୟ ବିଶ୍ବାଳ,ଆର ଏନ୍ ତ୍ରିପାଠୀ, ନିରଞ୍ଜନ ତ୍ରିପାଠୀ, ଚିନ୍ମୟ ଦାଶ,ବ୍ରଜ କିଶୋର ପାଣି,ଗଗନ ବିହାରୀ ନନ୍ଦ, କେଦାର ବେହେରା, ବାଳକୃଷ୍ଣ ମହାରଣା, ଜ୍ୟୋତି ମହାନ୍ତି, ଲକ୍ଷ୍ମୀପ୍ରିୟା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ। ଶେଷରେ ରବିନ୍ଦ୍ର କୁମାର ପାଣ୍ଡବ ଧନ୍ୟବାଦ ଅର୍ପଣ କରିଥିଲେ।

Rourkela (ରାଉରକେଲା) • ବ୍ୟୁରୋ ରିପୋର୍ଟ

ରାସାୟନିକ ସଙ୍କଟ ପରବର୍ତ୍ତୀ ପରିଚାଳନାକୁ ନେଇ ବୈଠକ
Aug 9, 2026•8 views

ରାସାୟନିକ ସଙ୍କଟ ପରବର୍ତ୍ତୀ ପରିଚାଳନାକୁ ନେଇ ବୈଠକ

ସୁନ୍ଦରଗଡ: କୌଣସି ପ୍ରକାର ଶିଳ୍ପଜନିତ କାର୍ଯ୍ୟକଳାପ ହେତୁ ଉତ୍ପନ୍ନ ହେଉଥିବା ବଡ଼ ଧରଣର ଦୁର୍ଘଟଣାକୁ ପ୍ରତିରୋଧ କରିବା, ଉଭୟ ମଣିଷ ଓ ପରିବେଶ ଉପରେ ଏପରି ଦୁର୍ଘଟଣାର ପ୍ରଭାବକୁ ସୀମାବଦ୍ଧ କରିବା ଏବଂ ବିଭିନ୍ନ ନିୟନ୍ତ୍ରଣ ଉପାୟ ମଧ୍ୟରେ ତାଳମେଳ ରକ୍ଷା କରିବା ପାଇଁ ମଙ୍ଗଳବାର ଦିନ ଏକ ଜିଲ୍ଲାସ୍ତରୀୟ ରାସାୟନିକ ସଙ୍କଟ ପରବର୍ତ୍ତୀ ପରିଚାଳନା (ଡିଷ୍ଟ୍ରିକ୍ଟ କ୍ରାଇସିସ୍ ଗ୍ରୁପ୍ : ଡିସିଜି) ବୈଠକ ସୁନ୍ଦରଗଡରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା ନିମିତ୍ତ ବିସ୍ତୃତ ଅଫ୍-ସାଇଟ୍ ଏମରଜେନ୍ସି ପ୍ଲାନ୍ (ଶିଳ୍ପାନୁଷ୍ଠାନ ପରିସର ବାହାର ଆପାତ୍‌କାଳୀନ ଯୋଜନା) ଏବଂ ଜିଲ୍ଲାର ଡିଜାଷ୍ଟର ମ୍ୟାନେଜ୍‌ମେଣ୍ଟ୍ କଣ୍ଟ୍ରୋଲ ପ୍ଲାନ୍‌ସର ପ୍ରସ୍ତୁତି ଓ ତାହାକୁ ପ୍ରବର୍ତ୍ତନ କରିବାରେ ଜୋର୍ ଦେବାକୁ କୁହାଯାଇଥିଲା । ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ଭବନ ଠାରେ ରାସାୟନିକ ସଙ୍କଟ, ପରବର୍ତ୍ତୀ ପରିଚାଳନା ବୈଠକ ଅତିରିକ୍ତ ଜିଲ୍ଲାପାଳ ସୂରଜ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତା ଏବଂ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଅଭିମନ୍ୟୁ ମାଝିଙ୍କ ଉପସ୍ଥିତିରେ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପ୍ରଶାସନ, କାରଖାନା ଓ ବାଷ୍ପିତ୍ର ନିର୍ଦ୍ଦେଶାଳୟ, ରାଉରକେଲା ଡିଭିଜନ୍‌ର ମିଳିତ ଆନୁକୂଲ୍ୟରେ ରାସାୟନିକ ବିପଦ ଉପୁଜିଲେ ତତ୍‌ପରବର୍ତ୍ତୀ ପରିଚାଳନା ନିମନ୍ତେ ଆଲୋଚନା କରାଯାଇଥିଲା । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ବଡ଼ ଧରଣର ଦୁର୍ଘଟଣା ଆଶଙ୍କାଥିବା କାରଖାନା ଏବଂ ବିପଜ୍ଜନକ ପଦାର୍ଥ ପ୍ରସ୍ତୁତ କରୁଥିବା କାରଖାନାଗୁଡ଼ିକରେ ସମସ୍ତ ସୁରକ୍ଷା ବ୍ୟବସ୍ଥା ନିଶ୍ଚିତ କରିବା ସହିତ ଆପତ୍‌କାଳ ସମୟରେ ଜିଲ୍ଲା ପ୍ରଶାସନ, ଅଗ୍ନିଶମ ବିଭାଗ, ପୁଲିସ୍, ସ୍ବାସ୍ଥ୍ୟ ବିଭାଗ ଓ କାରଖାନା ଓ ବାଷ୍ପିତ୍ର ବିଭାଗ ମଧ୍ୟରେ ସମନ୍ୱୟର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଫ୍ୟାକ୍ଟୋରି ଓ ବଏଲର ବିଭାଗ ଉପ-ନିର୍ଦ୍ଦେଶକ ବିଭୁ ପ୍ରସାଦ ଶିଳ୍ପାନୁଷ୍ଠାନ ସହ ଜଡ଼ିତ ସମ୍ଭାବ୍ୟ ବିପଦ ତଥା ସେମାନଙ୍କ ପକ୍ଷରୁ ନିଆଯାଇଥିବା ଉପାୟଗୁଡ଼ିକ ଉପରେ ଆଲୋଚନା କରିଥିଲେ।ସହ ନିର୍ଦ୍ଦେଶକ ଶୁଭେନ୍ଦୁ ଶେଖର ରାଉତ, ସ୍ବରାଜ କୁମାର ତ୍ରିପାଠୀ କାରଖାନାଗୁଡ଼ିକର ବିହଙ୍ଗାବଲୋଚନ ଏବଂ ଡିଷ୍ଟ୍ରିକ୍ଟ କ୍ରାଏସିସ୍ ଗ୍ରୁପ୍‌ର କାର୍ଯ୍ୟ ସମ୍ପର୍କରେ ଆଲୋକପାତ କରାଯାଇଥିଲା । ପରେ ରାଉରକେଲା ଇସ୍ପାତ କାରଖାନା ଏବଂ ଡାଲମିଆ ସିମେଣ୍ଟର ପ୍ରତିନିଧିଙ୍କ ପକ୍ଷରୁ ସେମାନେ ଚଳାଉଥିବା ପ୍ରକ୍ରିୟା, ଉପୁଜୁଥ‌ିବା ବିପଦ, ତାହାର ପ୍ରତିକାର ଏବଂ ନିରାକରଣ ପାଇଁ ଗ୍ରହଣ କରାଯାଉଥିବା ପଦକ୍ଷେପମାନ ଉପସ୍ଥାପନ କରିଥିଲେ । ଆଲୋଚନା ଉପରେ ଆଧାର କରି, ଅଧ୍ୟକ୍ଷଙ୍କ ନିର୍ଦ୍ଦେଶକ୍ରମେ ସୁରକ୍ଷାର ଉନ୍ନତି କଳ୍ପେ ଅଧିକ ବ୍ୟବସ୍ଥା ସ୍ବରୂପ ଏକ ରୋଡମ୍ୟାପ୍ ପ୍ରସ୍ତୁତି ବିଷୟରେ ଆଲୋଚନା କରାଯାଇଥିଲା। ସୁନ୍ଦରଗଡ଼ ଜିଲ୍ଲାରେ ପୂର୍ଣ୍ଣାଙ୍ଗ କାର୍ଯ୍ୟକ୍ଷମ କିନ୍ତୁ ବଡ଼ଧରଣର ଦୁର୍ଘଟଣା ଆଶଙ୍କା କରାଯାଉଥିବା କାରଖାନାର ସୁରକ୍ଷା ସମ୍ବନ୍ଧୀୟ ସୂଚନା ଏବଂ ରାସାୟନିକ ପଦାର୍ଥ ଭଣ୍ଡାରଣ ମାତ୍ରାକୁ ଜିଲ୍ଲା ପ୍ରଶାସନର ସରକାରୀ ୱେବସାଇଟ୍‌ରେ ଶେୟାର କରିବାକୁ କୁହାଯାଇଥିଲା । ନିୟମିତ ଅନସାଇଟ୍ ଓ ଅଫ୍ ସାଇଟ୍ ମକ୍‌ ଡ୍ରିଲର ଆୟୋଜନ କରାଯିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଏହି ତ୍ରିଲରେ ଡିଷ୍ଟ୍ରିକ୍ଟ କ୍ରାଏସିସ୍ ଗ୍ରୁପ୍, ଜରୁରୀ ସେବା ସଂସ୍ଥା ଓ ସ୍ଥାନୀୟ ପ୍ରଶାସନ ସମେତ ସମସ୍ତ ସମ୍ପୃକ୍ତ ହିତାଧିକାରୀଙ୍କ ସହଭାଗିତ ଅତ୍ୟାବଶ୍ୟକ । ଏପରି ମକ୍ ଡ୍ରିଲ୍ ଦ୍ବାରା ଆପଦକାଳର ସେବା ପଦ୍ଧତି, ଦୁର୍ଘଟଣା ପରବର୍ତ୍ତୀ ପରିଚାଳନା, ଏଜେନ୍ସିମାନଙ୍କ ମଧ୍ୟରେ ସଂଯୋଗ ସୁଦୃଢ କରିବା ଓ ଶିଳ୍ପାନୁଷ୍ଠାନ ଅଞ୍ଚଳର ଦୁର୍ଘଟଣା ପ୍ରସ୍ତୁତିକୁ ଉନ୍ନତ କରିବାରେ ସହାୟକ ହୋଇପାରିବ । କୌଣସି ପରିସ୍ଥିତିରେ ସୁରକ୍ଷା ସହ ଖେଳି ହେବ ନାହିଁ ଏବଂ ଡିସିଜିର ଏକ ଯୁଗ୍ମ କମିଟି ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ବିପଜନକ କାରଖାନା ଏବଂ ବଡଧରଣର ଦୁର୍ଘଟଣା ଆଶଙ୍କା କରାଯାଉଥିବା କାରଖାନା ପରିଦର୍ଶନରେ ଯିବେ ବୋଲି ସ୍ଥିର ହୋଇଥିଲା । ଏହି ବୈଠକରେ ସ୍ବାଗତ ସମ୍ବର୍ଦ୍ଧନା ଗଣେଶ୍ଵର ମାର୍ତି ପ୍ରଦାନ କରିଥିଲେ । ଶ୍ରୀମତୀ ମହେନ୍ଦ୍ର ନାଥ ମୁର୍ମୁ, ଅତିରିକ୍ତ.ଏସ୍.ପି, ଡଃ ଅମର ଦାସ, ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ରମଣୀ ଭଞ୍ଜନ ଦାସ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଜୟ କୁମାର ବରାଦ, ଅଗ୍ନିଶମ ବିଭାଗ, ସ୍ବାସ୍ଥ୍ୟ ବିଭାଗ, ପୋଲିସ୍ ବିଭାଗ ଏହି ବୈଠକରେ ଉପସ୍ଥିତ ଥିଲେ । ଜିଲ୍ଲା ଆପାତକାଳୀନ ଅଧିକାରୀ ଶ୍ରୀମତୀ କୋମଲାକ୍ଷୀ ମାରାଣ୍ଡି ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଜେଏସ୍ ଡବଲ୍ୟୁ ସିମେଣ୍ଟ, କାଂସବାହାଲ ଲାର୍ସନ ଆଣ୍ଡ ଟ୍ୟୁବ୍‌ରୋ, ରୁଙ୍ଗଟା ଷ୍ଟିଲ, ଶ୍ରୀ ମହାବୀର ଫେରୋ ଆଣ୍ଡ ଆଲଏଜ, ଆଧୁନିକ ଷ୍ଟିଲ, ଏନ.ଟି.ପି.ସି ଦର୍ଲିପାଲି, ଏନ୍.ଏସ୍.ପି.ସି.ଏଲ୍. ରାଉରକେଲା, ଇଣ୍ଡିଆନ୍ ଡେଟୋନେଟର୍ସ ଲିମିଟେଡ୍, ଲିଣ୍ଡେ ଇଣ୍ଡିଆ ପ୍ରଭୃତି ଶିଳ୍ପାନୁଷ୍ଠାନର ପ୍ରତିନିଧି, ଇଣ୍ଡିଆନ୍ ଅଏଲ, ଗେଲ୍ ଗ୍ୟାସ୍ ପ୍ରଭୃତିର ପ୍ରତିନିଧି ଏହି ବୈଠକରେ ଉପସ୍ଥିତ ଥିଲେ ।

Sundargarh (ସୁନ୍ଦରଗଡ଼) • ବ୍ୟୁରୋ ରିପୋର୍ଟ

ରାଉରକେଲା ସରକାରୀ କଣ୍ଟ୍ରାକ୍ଟର ଆସୋସିଏସନର ପ୍ରଥମ ସାଧାରଣ ବୈଠକ
Aug 9, 2026•64 views

ରାଉରକେଲା ସରକାରୀ କଣ୍ଟ୍ରାକ୍ଟର ଆସୋସିଏସନର ପ୍ରଥମ ସାଧାରଣ ବୈଠକ

ନବଗଠିତ ରାଉରକେଲା ସରକାରୀ କଣ୍ଟ୍ରାକ୍ଟର ଆସୋସିଏସନର ପ୍ରଥମ ସାଧାରଣ ବୈଠକ ଆଜି ରାଉରକେଲାର ବ୍ରାହ୍ମଣୀ କ୍ଲବ ଠାରେ ଆୟୋଜିତ ହୋଇଯାଇଛି। ଏହି ନବଗଠିତ ରାଉରକେଲା ସରକାରୀ କଣ୍ଟ୍ରାକ୍ଟର ଆସୋସିଏସନର ପ୍ରଥମ ସାଧାରଣ ବୈଠକରେ ରାଉରକେଲା ସମେତ ବଣେଇ, ରାଜଗାଙ୍ଗପୁର, ବୀରମିତ୍ରପୁର ଏବଂ ସୁନ୍ଦରଗଡ଼ ଅଞ୍ଚଳର ୬୦୦ରୁ ଉର୍ଦ୍ଧ୍ବ ସରକାରୀ ଠିକାଦାର ଏହି ପ୍ରଥମ ସାଧାରଣ ବୈଠକରେ ଯୋଗଦେଇଥିଲେ। ଏହି ବୈଠକରେ ଅତିଥି ଭାବରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ବଣେଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ରାଜଗାଙ୍ଗପୁର ବିଧାୟକ ଡ଼ାକ୍ତର ରାଜନ ଏକ୍କା, ବୀରମିତ୍ରପୁର ବିଧାୟକ ରୋହିତ ଯୋଶେଫ ତିର୍କୀଙ୍କ ସମେତ ସିପିଆଇଏମ୍ ଜିଲ୍ଲା ସମ୍ପାଦକ ପ୍ରମୋଦ ସାମଲ ଏବଂ ଉପଦେଷ୍ଟା ପ୍ରମୋଦ ପ୍ରଧାନ ଯୋଗଦେଇ କହିଥିଲେ ଯେ ରାଉରକେଲା ସରକାରୀ କଣ୍ଟ୍ରାକ୍ଟର ଆସୋସିଏସନ୍ ଗଠନ ଦ୍ବାରା ରାଉରକେଲା ତଥା ଜିଲ୍ଲାର ସ୍ବାର୍ଥ ରକ୍ଷା ହେବା ସହିତ ଜିଲ୍ଲା ବାହାରର କଣ୍ଟ୍ରାକ୍ଟରଙ୍କ ଦ୍ବାରା ୧୫ ପ୍ରତିଶତରୁ ଉର୍ଦ୍ଧ୍ବ ପିସି କାରବାରକୁ ରୋକାଯାଇ ପାରିବ। ଜିଲ୍ଲାର ଉନ୍ନତିମୂଳକ କାର୍ଯ୍ୟ ଭଲ ଭାବରେ ହେବା ସହ ଶୂନ୍ଯ ପ୍ରତିଶତରେ ସମସ୍ତ ସରକାରୀ ଉନ୍ନୟନ କାର୍ଯ୍ୟ ହୋଇପାରିବ। ରାଉରକେଲା ବିଧାୟକ ସାରଦା ପ୍ରସାଦ ରାଉରକେଲା ସରକାରୀ ଠିକାଦାର ସଂଘକୁ ପ୍ରଶଂସା କରିବା ସହିତ ଜିଲ୍ଲାର ଉନ୍ନୟନମୂଳକ କାର୍ଯ୍ୟରେ ବାହାର ଠିକାଦାରଙ୍କ ପ୍ରବେଶ ଓ ଖରାପ କାର୍ଯ୍ୟକୁ ଘୋର ବିରୋଧ କରିଥିଲେ। ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡା ରାଉରକେଲା ସରକାରୀ କଣ୍ଟ୍ରାକ୍ଟର ସଂଘରେ ଜିଲ୍ଲାର ସମସ୍ତ ଠିକାଦାର ଥିବାରୁ ଏହାକୁ ପ୍ରଶଂସା କରିବା ସହିତ ଶ୍ରମିକମାନଙ୍କ ସର୍ବନିମ୍ନ ମଜୁରୀ ଯେପରି ରକ୍ଷା କରାଯାଇପାରିବ, ସେଥିପ୍ରତି ଧ୍ୟାନ ରଖିବାକୁ ଆହ୍ଵାନ ଦେଇଥିଲେ। ରାଜଗାଙ୍ଗପୁର ବିଧାୟକ ଡ଼ାକ୍ତର ରାଜନ ଏକ୍କା ତାଙ୍କ ବକ୍ତବ୍ୟରେ ସୁନ୍ଦରଗଡ଼ରେ ଏକ ଠିକାଦାର ସଂଘ ରହିଥିବାରୁ ସେମାନଙ୍କ ସହ ମିଳିତ ହୋଇ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଥିଲେ। ବୀରମିତ୍ରପୁର ବିଧାୟକ ରୋହିତ ଯୋଶେଫ ତିର୍କୀ ରାଉରକେଲା ସରକାରୀ କଣ୍ଟ୍ରାକ୍ଟର ଆସୋସିଏସନକୁ ପ୍ରଶଂସା କରିବା ସହିତ ଏଥିରେ ବିଭୀଷଣ ସାଜି କୌଣସି ଠିକାଦାର ଯେପରି କାର୍ଯ୍ୟ ନକରେ ସେଥିପ୍ରତି ସତର୍କ ରହିବା ପାଇଁ ଆହ୍ବାନ ଦେଇଥିଲେ। ସିପିଆଇଏମ୍ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରମୋଦ ସାମଲ ତାଙ୍କ ବକ୍ତବ୍ୟରେ ଶ୍ରମିକଙ୍କ ସ୍ବାର୍ଥକୁ ଆଗରେ ରଖି କାର୍ଯ୍ୟ କରିବା ସହିତ ଜିଲ୍ଲା ବାହାରର ଠିକାଦାରଙ୍କୁ କିପରି ବିରୋଧ କରାଯାଇପାରିବ ଏବଂ ସେମାନେ ପିସି ଦେଇ କିପରି କାମ କରିପାରିବେ ନାହିଁ, ତାହା ଆସୋସିଏସନର ଆହ୍ବାନ ରହିବ ବୋଲି କହିଥିଲେ। ଉପଦେଷ୍ଟା ଶ୍ରୀ ପ୍ରଧାନ କଣ୍ଟ୍ରାକ୍ଟର ଙ୍କ ମଧ୍ୟରେ ଐକ୍ୟବଦ୍ଧତା ଉପରେ ଗୁରୁତ୍ୱାରୋପ କରିଥିଲେ। ରାଉରକେଲା ସରକାରୀ କଣ୍ଟ୍ରାକ୍ଟର ଆସୋସିଏସନର ପ୍ରଥମ ସାଧାରଣ ବୈଠକରେ ଆଜି ପ୍ରଥମେ ଅତିଥି ତଥା ପୃଷ୍ଠପୋଷକମାନଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ବଳନ କରାଯାଇ କାର୍ଯ୍ୟକ୍ରମକୁ ଆରମ୍ଭ କରାଯାଇଥିଲା। ବୈଠକରେ ମଞ୍ଚ ସଞ୍ଚାଳନ କରିଥିଲେ ଆବାହକ ବିଜୟ କୁମାର ପ୍ରଧାନ। ସଭାପତି ଭାବେ ତାପସ କୁମାର ଆଚାର୍ଯ୍ୟଙ୍କୁ ମନୋନୀତ କରାଯାଇଥିଲା ବେଳେ ଉପସଭାପତି ଭାବରେ ରମେଶ ଜେନା ଏବଂ ୟଜ୍ଞ ନାରାୟଣ ପୃଷ୍ଟି, ସାଧାରଣ ସମ୍ପାଦକ ଭାବେ ପ୍ରତାପ ସାହୁ, ସହସମ୍ପାଦକ ଭାବେ ଅକ୍ଷୟ ମହାପାତ୍ର ଏବଂ ସିଦ୍ଧେଶ୍ଵର ମଲ୍ଲିକ, କୋଷାଧ୍ୟକ୍ଷ ଭାବରେ ବିଭୁ ଭୂଷଣ ବେହୁରିଆ ଏବଂ ସହ କୋଷାଧ୍ୟକ୍ଷ ଭାବେ ସୂର୍ଯ୍ୟକାନ୍ତ ମିଶ୍ରଙ୍କୁ ମନୋନୀତ ନେ କରାଯାଇଛି। କାର୍ଯ୍ୟକ୍ରମ ପରିଚାଳନା ରେ ନରୋତ୍ତମ ସାମଲ,ମାଧବ ସାହୁ,ବୁଲୁ ନାୟକ,ପ୍ରତୀକ ଭୂୟାଁ, ରଞ୍ଜନ ସିଂ, ରଞ୍ଜିତ ବିଶ୍ବାଳ,ମାନସ ଦାସ, ଉତ୍କଳ ବିଶ୍ବାଳ, ଅବିନାଶ ପଣ୍ଡା, ଭବାନୀ ଶଙ୍କର ପାଣିଗ୍ରାହୀ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ନୀଳକଣ୍ଠ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Rourkela (ରାଉରକେଲା) • ବ୍ୟୁରୋ ରିପୋର୍ଟ

Block-Level Song and Dance Competition Organised by Radio Swarasangam 90.8 FM in Sinapali
Aug 9, 2026•263 views

Block-Level Song and Dance Competition Organised by Radio Swarasangam 90.8 FM in Sinapali

Sinapali, August 9: A vibrant celebration of music, dance, patriotism and young talent was witnessed at Sinapali on Sunday, as the Swarasangam Kala Parishad and Community Radio Swarasangam 90.8 FM organised a block-level song and dance competition. The programme was organised at the premises of the local PM Shri High School ahead of Independence Day, with the objective of promoting artistic talent among students while fostering communal harmony, cultural participation and a spirit of togetherness. The inaugural ceremony was presided over by Trinath Meher, president of Swarasangam Kala Parishad and director of the community radio station. ABDO Subrat Parida attended as the chief guest, while noted musician Ashok Mishra, Headmaster Manoranjan Meher and Parishad secretary Baishnab Meher were present as distinguished guests. At the beginning of the programme, Radio Swarasangam manager Pradyumna Singh Chinda welcomed the guests and participants, while editor Lingaraj Jagat proposed the vote of thanks. More than 100 students from different schools across Sinapali Block participated in the competition and displayed their musical and dancing abilities. The performances created an enthusiastic atmosphere among students, teachers, parents and other attendees. Winners in Song Competition In the senior category of the song competition, Dolgobinda Bag, Tejaswini Dhibar and Archita Meher secured the first, second and third positions respectively. In the junior category, Kajal Dhakad, Dikshita Baitharu and Pralipta Panda won the first, second and third positions respectively. Winners in Dance Competition In the senior dance category, Bandana Kata, Mallika Patel, Priyanka Majhi and Anushree DandSena secured the top positions. In the junior category, Rosalin Meher, Karisma Majhi and Chandrakala Mashra emerged as the winners. The song competition was judged by Nikunj Bihari Sa, Santosh Naik, Bansidhar Jagat, Namita Meher and Jalandhar Nial. The dance performances were evaluated by Jitendra Meher, Netrananda Mahananda, Prince Bag, Rohini Majhi and Haripriya Bacha. Meritorious Participants Felicitated A prize distribution ceremony was held at the conclusion of the programme under the chairmanship of Trinath Meher. Chief guest Subrat Parida, distinguished guest Ashok Mishra and Headmaster Manoranjan Meher presented prizes to the successful participants. Certificates were also awarded to all participants as encouragement for their continued pursuit of music and dance. Atul Patra coordinated the prize distribution ceremony. The programme received support from Udanti Youth Club, Karmadevi Yuvak Sangha, Sankalp Seva Sangha and Samuhik Nuakhai Bhetghat Parivar. Satyabrata Gahir, Sanurjya Meher, Shivaprasad Meher, Narendra Naik, Lochan Meher, Deepak Sa, Gautam Meher, Premananda Meher, Tasmin Meher and Harekrushna Meher were among those who extended their cooperation. The event not only provided a platform for young artists to showcase their abilities but also conveyed a message of patriotism, cultural unity and communal harmony ahead of Independence Day. The initiative by Radio Swarasangam 90.8 FM and Swarasangam Kala Parishad was widely appreciated by students, teachers and local residents.

Nuapada (ନୂଆପଡ଼ା) • Reports: Malaya Meher, District Correpondent

ମନ୍ତ୍ରୀ କଲେ କାଉଡ଼ିଆ ଭକ୍ତଙ୍କ ସେବା, ପାଦ ଧୋଇ ଜଣାଇଲେ ଶ୍ରଦ୍ଧା
Aug 9, 2026•73 views

ମନ୍ତ୍ରୀ କଲେ କାଉଡ଼ିଆ ଭକ୍ତଙ୍କ ସେବା, ପାଦ ଧୋଇ ଜଣାଇଲେ ଶ୍ରଦ୍ଧା

ଭକ୍ତି ଓ ସେବାର ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ କୋଠାର ଛକ ନିକଟରେ। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ କାଉଡ଼ିଆ ଭକ୍ତମାନଙ୍କ ସେବାରେ ନିଜକୁ ସାମିଲ କରିଛନ୍ତି ମାନ୍ୟବର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ଆଜି ବହୁ ସଂଖ୍ୟାରେ କାଉଡ଼ିଆ ଭକ୍ତମାନେ ପବିତ୍ର ଜଳଭାର ଧରି ବାବା ଆଖଣ୍ଡଳମଣିଙ୍କ ପୀଠ ଅଭିମୁଖେ ଯାତ୍ରା କରୁଥିବା ସମୟରେ କୋଠାର ଛକ ନିକଟରେ ମନ୍ତ୍ରୀ ସେମାନଙ୍କୁ ସ୍ୱାଗତ କରିଥିଲେ। କାଉଡ଼ିଆ ଭକ୍ତମାନଙ୍କୁ ଡାକି ନିଜେ ସେମାନଙ୍କ ପାଦ ଧୋଇ ଦେଇ ସେବା କରିବା ସହ ସେମାନଙ୍କ ଯାତ୍ରା ଶୁଭ ଓ ସୁରକ୍ଷିତ ହେଉ ବୋଲି କାମନା କରିଥିଲେ। ମନ୍ତ୍ରୀଙ୍କ ଏହି ସେବା ଓ ଭକ୍ତିଭାବ କାଉଡ଼ିଆ ଭକ୍ତମାନଙ୍କ ମଧ୍ୟରେ ବିଶେଷ ଆନନ୍ଦ ସୃଷ୍ଟି କରିଥିଲା। ଶ୍ରାବଣ ମାସରେ ବାବା ଆଖଣ୍ଡଳମଣିଙ୍କ ଦର୍ଶନ ପାଇଁ ଦୂରଦୂରାନ୍ତରୁ ଆସୁଥିବା ଭକ୍ତମାନଙ୍କ ସେବା କରିବା ଏକ ପୁଣ୍ୟକାର୍ଯ୍ୟ ବୋଲି ସ୍ଥାନୀୟ ଅଞ୍ଚଳରେ ମତ ପ୍ରକାଶ ପାଇଛି। ଏହି ସେବା କାର୍ଯ୍ୟକ୍ରମରେ ବିଭିନ୍ନ ପଞ୍ଚାୟତର କର୍ମୀ ଓ ସ୍ଥାନୀୟ କାର୍ଯ୍ୟକର୍ତ୍ତାମାନେ ମଧ୍ୟ ଯୋଗଦେଇ କାଉଡ଼ିଆ ଭକ୍ତମାନଙ୍କ ସେବାରେ ସହଯୋଗ କରିଥିଲେ। ଭକ୍ତମାନଙ୍କ ପାଇଁ ଆବଶ୍ୟକ ସେବା ଓ ସୁବିଧା ଯୋଗାଇବାରେ ସ୍ଥାନୀୟ ଲୋକମାନେ ମଧ୍ୟ ସକ୍ରିୟ ଭାବେ ସାମିଲ ହୋଇଥିଲେ। ମନ୍ତ୍ରୀଙ୍କ ଏଭଳି ଭକ୍ତିପୂର୍ଣ୍ଣ ସେବାକୁ ଦେଖି ସ୍ଥାନୀୟ ଗ୍ରାମବାସୀମାନେ ଖୁସି ପ୍ରକାଶ କରିଥିଲେ। ଗ୍ରାମବାସୀଙ୍କ ପକ୍ଷରୁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ଫୁଲତୋଡ଼ା ପ୍ରଦାନ କରି ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ସମୟରେ କୋଠାର ଛକ ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। କାଉଡ଼ିଆ ଭକ୍ତମାନଙ୍କ ସେବା ଓ ଆତିଥ୍ୟକୁ ନେଇ ସ୍ଥାନୀୟ ଅଞ୍ଚଳରେ ମନ୍ତ୍ରୀଙ୍କ ଏହି ପଦକ୍ଷେପକୁ ନେଇ ଚର୍ଚ୍ଚା ହେବା ସହ ଭକ୍ତି, ସେବା ଓ ମାନବିକତାର ଏହି ଦୃଶ୍ୟ ଉପସ୍ଥିତ ଲୋକଙ୍କ ମନ ଜିଣିଥିଲା।

Bhadrak (ଭଦ୍ରକ) • ରିପୋର୍ଟ :ଶିଶିର କୁମାର ସ୍ୱାଇଁ

ପ୍ରଧାନ ଶିକ୍ଷକ ପ୍ରେମଲାଲ ସାହୁଙ୍କ ଅକାଳ ବିୟୋଗ: ଶିକ୍ଷକ ସମାଜ ଓ ସତ୍ୟସାଇ ସଂଗଠନରେ ଶୋକର ଛାୟା
Aug 9, 2026•74 views

ପ୍ରଧାନ ଶିକ୍ଷକ ପ୍ରେମଲାଲ ସାହୁଙ୍କ ଅକାଳ ବିୟୋଗ: ଶିକ୍ଷକ ସମାଜ ଓ ସତ୍ୟସାଇ ସଂଗଠନରେ ଶୋକର ଛାୟା

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ଅନ୍ତର୍ଗତ ଆଇଁଲି ଗ୍ରାମର ପ୍ରଧାନ ଶିକ୍ଷକ ପ୍ରେମଲାଲ ସାହୁ (୫୫)ଙ୍କ ଅକାଳ ବିୟୋଗ ଘଟିଛି। ତାଙ୍କ ଅଚାନକ ମୃତ୍ୟୁରେ ପରିବାର, ଶିକ୍ଷକ ସମାଜ ଓ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସୂଚନା ଅନୁଯାୟୀ, ଶନିବାର ରାତିରେ ହଠାତ୍ ପ୍ରେମଲାଲଙ୍କ ସ୍ୱାସ୍ଥ୍ୟ ଗୁରୁତର ହୋଇପଡ଼ିଥିଲା। ପରିବାର ଲୋକେ ତାଙ୍କୁ ତୁରନ୍ତ କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦିବଙ୍ଗତ ପ୍ରେମଲାଲ ସାହୁ କୋକସରା ଗୋଷ୍ଠୀ ଶିକ୍ଷା ବିଭାଗ ଅଧୀନ ଭାଲୁପଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ। ଜଣେ ସଚ୍ଚୋଟ, କର୍ମନିଷ୍ଠ, ମେଳାପୀ ଓ ପରୋପକାରୀ ବ୍ୟକ୍ତି ଭାବେ ସେ ଅଞ୍ଚଳରେ ପରିଚିତ ଥିଲେ। ଶିକ୍ଷକତା ବୃତ୍ତି ସହିତ ସେ ସମାଜସେବାରେ ମଧ୍ୟ ସକ୍ରିୟ ଥିଲେ। ଶ୍ରୀ ସତ୍ୟସାଇ ସଂଗଠନର ଜଣେ ସକ୍ରିୟ ସଦସ୍ୟ ଭାବେ ସେ ବିଭିନ୍ନ ସେବାମୂଳକ କାର୍ଯ୍ୟରେ ଜଡ଼ିତ ଥିଲେ। ରବିବାର ତାଙ୍କ ମୃତଦେହ ଡାକ୍ତରଖାନାରୁ ଆଇଁଲି ଗ୍ରାମସ୍ଥିତ ବାସଭବନକୁ ଅଣାଯିବା ପରେ ଶେଷ ଦର୍ଶନ ପାଇଁ ଜ୍ଞାତିକୁଟୁମ୍ବ, ଆତ୍ମୀୟସ୍ୱଜନ, ବନ୍ଧୁବର୍ଗ ଓ ଶିକ୍ଷକ ସଂଘର କର୍ମକର୍ତ୍ତାମାନେ ପହଞ୍ଚି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ପରେ ଗାଁ ମଶାଣିରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ଦୁଇ ପୁଅ ସମୀର ଓ ସତ୍ୟମ ବାପାଙ୍କୁ ମୁଖାଗ୍ନି ଦେଇଥିଲେ। ପ୍ରେମଲାଲଙ୍କ ଅକାଳ ବିୟୋଗରେ ଶିକ୍ଷକ ସଂଘ, ଶ୍ରୀ ସତ୍ୟସାଇ ସଂଗଠନ ସମେତ ବିଭିନ୍ନ ମହଲରୁ ଗଭୀର ଶୋକ ପ୍ରକାଶ କରାଯାଇଛି। ଜଣେ ନିଷ୍ଠାବାନ ଶିକ୍ଷକ ଓ ସମାଜସେବୀଙ୍କ ବିୟୋଗ ଅଞ୍ଚଳ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଶୋକସନ୍ତପ୍ତ ମହଲରେ ମତ ପ୍ରକାଶ ପାଇଛି।

Kalahandi (କଳାହାଣ୍ଡି) • କୋକସରାରୁ ରିତେଶ କୁମାର ମୁଣ୍ଡଙ୍କ ରିପୋର୍

ସରକାରୀ ହୋର୍ଡିଂରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଫଟୋରେ କାଳି ବୋଳିବା ଅଭିଯୋଗ  ରାଜକନିକା ଥାନାରେ ଭାଜପା କାର୍ଯ୍ୟକର୍ତ୍ତାଙ୍କ ଏତଲା, ମାମଲା ରୁଜୁ କରି ତଦନ୍ତ ଆରମ୍ଭ
Aug 9, 2026•20 views

ସରକାରୀ ହୋର୍ଡିଂରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଫଟୋରେ କାଳି ବୋଳିବା ଅଭିଯୋଗ ରାଜକନିକା ଥାନାରେ ଭାଜପା କାର୍ଯ୍ୟକର୍ତ୍ତାଙ୍କ ଏତଲା, ମାମଲା ରୁଜୁ କରି ତଦନ୍ତ ଆରମ୍ଭ

ରାଜକନିକା,: ସରକାରୀ ହୋର୍ଡିଂରେ ଲାଗିଥିବା ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଫଟୋଚିତ୍ର ଉପରେ କାଳି ବୋଳିବା, ଷ୍ଟିକର ଲଗାଇବା ଏବଂ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରାଯାଇଥିବା ଅଭିଯୋଗକୁ ନେଇ ରାଜକନିକା ଥାନାରେ ଭାଜପା ପକ୍ଷରୁ ଲିଖିତ ଏତଲା ଦିଆଯାଇଛି। ଏହି ଘଟଣାକୁ ନେଇ ରାଜକନିକା ଅଞ୍ଚଳରେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ରାଜକନିକା ଭାଜପା ସଦର ମଣ୍ଡଳର ୨୮ ନମ୍ବର ଜୋନ୍ ସଭାପତି ପ୍ରକାଶ ନାୟକଙ୍କ ଲିଖିତ ଅଭିଯୋଗ ଅନୁଯାୟୀ, ଗୁରୁବାର ସନ୍ଧ୍ୟାରେ ରାଜକନିକା ବ୍ଲକ୍ ଅନ୍ତର୍ଗତ ଓଳାଭର ତାରିଣୀ ଛକଠାରେ ଏହି ଘଟଣା ଘଟିଥିଲା। ଅଭିଯୋଗ ଅନୁସାରେ, ସେଠାରେ ଥିବା ସରକାରୀ ବିଜ୍ଞାପନ ହୋର୍ଡିଂରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଲାଗିଥିଲା। କେତେଜଣ ଦୁର୍ବୃତ୍ତ ହୋର୍ଡିଂରେ ଷ୍ଟିକର ଲଗାଇବା ସହ ଫଟୋ ଉପରେ କାଳି ବୋଳିଥିବା ଏବଂ ବିଦ୍ରୁପ ଚିତ୍ର ଲଗାଇଥିବା ଭାଜପା ପକ୍ଷରୁ ଅଭିଯୋଗ କରାଯାଇଛି। ଏଥିସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରାଯାଇଥିବା ମଧ୍ୟ ଏତଲାରେ ଦର୍ଶାଯାଇଛି। ଏଭଳି କାର୍ଯ୍ୟ ଦ୍ୱାରା ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତି ସହ ଭାଜପାର ସମ୍ମାନହାନି ହୋଇଥିବା ଅଭିଯୋଗକାରୀ ଏତଲାରେ ଉଲ୍ଲେଖ କରିଛନ୍ତି। ଘଟଣାରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଚିହ୍ନଟ କରି ଆଇନାନୁସାରେ କାର୍ଯ୍ୟାନୁଷ୍ଠାନ ନେବାକୁ ଭାଜପା ପକ୍ଷରୁ ଦାବି କରାଯାଇଛି। ଅଭିଯୋଗ ଆଧାରରେ ରାଜକନିକା ଥାନାରେ ମାମଲା ନମ୍ବର ୫୪୦/୨୬ ରୁଜୁ ହୋଇଥିବା ଥାନା ଅଧିକାରୀ ସଞ୍ଜୟ କୁମାର ମଲ୍ଲିକ ସୂଚନା ଦେଇଛନ୍ତି। ଘଟଣା ସମ୍ପର୍କରେ ପୁଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ହୋର୍ଡିଂରେ କାଳି ବୋଳିବା ଓ ଷ୍ଟିକର ଲଗାଇବା ପଛରେ କିଏ ରହିଛି, ସେନେଇ ଖୋଳତାଡ଼ ଜାରି ରହିଛି।

Kendrapara (କେନ୍ଦ୍ରାପଡ଼ା) • ରିପୋର୍ଟ - ଦିଲ୍ଲୀପ ପରିଡା