Web News

ନବରଙ୍ଗପୁର ବିକାଶରେ ଆଉ ଅବହେଳା ଚଳିବ ନାହିଁ
ନବରଙ୍ଗପୁର : ନବରଙ୍ଗପୁର ମିଶନ ଶକ୍ତି ସମ୍ମିଳନୀ କକ୍ଷରେ ଗୁରୁବାର ଦିଶା ବୈଠକ ଅନୁଷ୍ଠିତ ହୋଇଯାଇଛି I ବିଭିନ୍ନ ଯୋଜନାର କାର୍ଯ୍ୟନ୍ଵୟନରେ ଅନ୍ତବିଭାଗୀୟ ସମନ୍ୱୟ ବୃଦ୍ଧି, ଗୁଣାତ୍ମକ କାର୍ଯ୍ୟ ସୁନିଶ୍ଚିତକରଣ, ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକଳ୍ପ କାମ ଶେଷ, ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନାର ସର୍ବାଧିକ ସୁଫଳ ପ୍ରତ୍ୟେକ ହିତାକାରୀଙ୍କ ନିକଟରେ ପହଞ୍ଚାଇବା ନେଇ ଗୁରୁତ୍ବ ଦିଆଯାଇଛି। ଏଠାରେ ଏମ୍ପି ବଳଭଦ୍ର ମାଝୀ ଯୋଗଦେଇ ନବରଙ୍ଗପୁରର ବିକାଶରେ ଆଉ ଅବହେଳା ଚଳିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ମୂଳକ ଯୋଜନାର ଅଗ୍ରଗତି ଓ କାର୍ଯ୍ୟକାରିତାର ସମୀକ୍ଷା ବେଳେ ଅନେକ ବିଭାଗୀୟ ଅଧିକାରୀ ସଠିକ୍ ତଥ୍ୟ ଉପସ୍ଥାପନ କରିପାରିନଥିବାରୁ ସେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏମ୍ପି ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କେନ୍ଦ୍ର ପ୍ରାୟୋଜିତ ବିଭିନ୍ନ ଯୋଜନା, ଜିଲ୍ଲାର ବିକାଶମୂଳକ ପ୍ରକଳ୍ପ, ଚାଲୁଥିବା ଭିଭିଭୂମିର ନିର୍ମାଣ ଲୋକ କଲ୍ୟାଣମୂଳକ ଯୋଜନା ଅସମ୍ପୂର୍ଣ୍ଣ କାର୍ଯ୍ୟର ଅଗ୍ରଗତି ଉପରେ ବିଭାଗ ଭିଭିକ ସମୀକ୍ଷା କରାଯାଇଥିଲା। ବୈଠକରେ ଓଡ଼ିଶା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ନବରଙ୍ଗପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ଯକ୍ଷ ଗୌରୀଶଙ୍କର ମାଝୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଝରିଗାଁ ବିଧାୟକ ନରସିଂହ ଭଦ୍ରା, ନବରଙ୍ଗପୁର ପୌରାଧ୍ୟକ୍ଷ କୁନୁ ନାୟକ, ଜିଲାପାଳ ମହେଶ୍ବର ସ୍ବାଇଁ, ସିଡିଓ ବିରଞ୍ଚି ନାରାୟଣ ଦରୱନ, ଉପଜିଲାପାଳ ପ୍ରକାଶ ମିଶ୍ରଙ୍କ ସମେତ ବିଭାଗୀୟ ଜିଲାସ୍ତରୀୟ ଅଧିକାରୀ ମନେ ଉପସ୍ଥିତ ଥିଲେ। ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଜନାଭିଭିକ ଅଗ୍ରଗତି, ଲକ୍ଷ୍ୟ ହାସଲ, ଚ୍ୟାଲେଞ୍ଜ ଏବଂ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ। ଜିଲ୍ଲାର ରେଳ ସଂଯୋଗୀକରଣ, ବିଶେଷକରି ନବରଙ୍ଗପୁର-ଜୟପୁର ଓ ନବରଙ୍ଗପୁର-ଜୁନାଗଡ଼ ରେଳ ପ୍ରକଳ୍ପର ଅଗ୍ରଗତି, ଭାରତମାଳା ପ୍ରକଳ୍ପ, ବ୍ୟାଙ୍କି ସେବାର ବିସ୍ତାର, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ, କୃଷି ଓ କୃଷକ କଲ୍ୟାଣ ଯୋଜନା, କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ପାନୀୟ ଜଳ, ଗ୍ରାମୀଣ ସଡ଼କ, ଶିକ୍ଷା, ସ୍ବାସ୍ଥ୍ୟ ଏବଂ ଅନ୍ୟ କେନ୍ଦ୍ର ପ୍ରାୟୋଜିତ ଯୋଜନାର ଅଗ୍ରଗତି ଉପରେ ଆଲୋଚନା କରାଯାଇଥିଲା। ବିଭିନ୍ନ ପ୍ରକଳ୍ପର କାର୍ଯ୍ୟାନ୍ଵୟନରେ ଥିବା ସମସ୍ୟାର ତ୍ବରିତ ସମାଧାନ ପାଇଁ ସମ୍ପୃକ୍ତ ବିଭାଗକୁ ଆବଶ୍ୟକ ପରାମର୍ଶ ମଧ୍ୟ ଦିଆଯାଇଥିଲା। ଯୋଜନାର କାର୍ଯ୍ୟନ୍ଵୟନରେ ସ୍ବଚ୍ଛତା, ଦାୟିତ୍ବବୋଧ ଗୁଣାତ୍ମକମାନ ବଜାୟ ରଖିବା ସହ ନିୟମିତ କ୍ଷେତ୍ର ପରିଦର୍ଶନ କରିବାକୁ ଏମ୍ପି ପରାମର୍ଶ ଦେଇଥିଲେ। ମନ୍ତ୍ରୀ ଗଣ୍ଡ ଜିଲ୍ଲାର ଗୋଦାବରୀଶ ବିଦ୍ୟାଳୟର ସାମଗ୍ରିକ ବିକାଶ, ଆଧୁନିକ ଭିତ୍ତିଭୂମିର ବିକାଶ ଏବଂ ଉନ୍ନତ ଶିକ୍ଷା ପରିବେଶ ସୃଷ୍ଟି ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସମ୍ପୃକ୍ତ ବିଭାଗକୁ ପରାମର୍ଶ ଦେଇଥିଲେ। ଶିକ୍ଷା କ୍ଷେତ୍ରର ଗୁଣାତ୍ମକ ବିକାଶ ଜିଲ୍ଲାର ସାମଗ୍ରିକ ବିକାଶର ଭିଭିଭୂମି ବୋଲି ମନ୍ତ୍ରୀ କହିଥିଲେ। ଜିଲ୍ଲାପାଳ ମହେଶ୍ବର ସ୍ବାଇଁ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିୟମିତ କ୍ଷେତ୍ର ପରିଦର୍ଶନ କରି କାର୍ଯ୍ୟର ଗୁଣାତ୍ମକ ମାନ ସୁନିଶ୍ଚିତ କରିବା, ହିତାକାରୀଙ୍କ ସମସ୍ୟାର ତ୍ବରିତ ସମାଧାନ କରିବା ଏବଂ ସମସ୍ତ ଯୋଜନାର ନିର୍ଦ୍ଧାରିତ ଲକ୍ଷ୍ୟ ସମୟ ଧରେ ପୂରଣ କରିବା ପାଇଁ ନିଷ୍ଠାର ସହ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
Nabarangpur (ନବରଙ୍ଗପୁର) • ରିପୋର୍ଟ: ଗୋବିନ୍ଦ ତ୍ରିପାଠୀ, ଜିଲ୍ଲା ପ୍ରତିନିଧି, ନବରଙ୍ଗପୁର

ଡିଏଭି ପବ୍ଲିକ ସ୍କୁଲର ୩୧ତମ ପ୍ରତିଷ୍ଠା ଦିବସ ପାଳିତ
ତାଳଚେର: ତାଳଚେରସ୍ଥିତ ଡିଏଭି ପବ୍ଲିକ ସ୍କୁଲ, କଳିଙ୍ଗକ୍ଷେତ୍ରର ୩୧ତମ ପ୍ରତିଷ୍ଠା ଦିବସ ଶୁକ୍ରବାର ଆଡମ୍ବରପୂର୍ଣ୍ଣ ପରିବେଶରେ ପାଳିତ ହୋଇଛି। ଏହି ଅବସରରେ ବୈଦିକ ହୋମଯଜ୍ଞ ସହ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ପଦ୍ମଶ୍ରୀ ଡଃ ଅଦୈତ୍ୟ ଚରଣ ଗଡ଼ନାୟକ ମୁଖ୍ୟ ଅତିଥି ଏବଂ ପ୍ରତିଭା ମହିଳାମଣ୍ଡଳର ସଭାପତି ଅସ୍ମିତା ଯୋଶୀ ବିଶିଷ୍ଟ ଅତିଥି ଭାବେ ଯୋଗଦେଇଥିଲେ। ବିଦ୍ୟାଳୟର ପୂର୍ବତନ ଛାତ୍ରୀ ତଥା ୨୦୨୫ ମସିହାର ଓଏଏସ୍ ପରୀକ୍ଷାରେ କୃତକାର୍ଯ୍ୟ ସୁଶ୍ରୀ ଏସ୍. ମିନାକ୍ଷୀଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ୨୦୨୫-୨୬ ଶିକ୍ଷାବର୍ଷର ୬୦ ଜଣ ଦଶମ ଏବଂ ୧୯ ଜଣ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ମୁଖ୍ୟ ଅତିଥି ଛାତ୍ରଛାତ୍ରୀଙ୍କ ସଫଳତାର ପ୍ରଶଂସା କରି ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିବାବେଳେ ବିଦ୍ୟାଳୟର ଅଧ୍ୟକ୍ଷ ତଥା ଡିଏଭି ଜୋନ୍–ବିର ସହକାରୀ ଆଞ୍ଚଳିକ ଅଧିକାରୀ ପ୍ରଶାନ୍ତ ପଣ୍ଡା ଛାତ୍ରଛାତ୍ରୀଙ୍କୁ ନିରନ୍ତର ପରିଶ୍ରମ କରି ଉଚ୍ଚ ସଫଳତା ହାସଲ କରିବାକୁ ଆହ୍ୱାନ ଦେଇଥିଲେ। ଉତ୍ସବରେ ଏମ୍ସିଏଲ୍ର ଅଧିକାରୀ, ବିଭିନ୍ନ ଶ୍ରମିକ ସଂଗଠନର ପ୍ରତିନିଧି, ଅଭିଭାବକ ଓ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ। ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷିତ ନୃତ୍ୟ ଓ ସଙ୍ଗୀତ କାର୍ଯ୍ୟକ୍ରମ ଉପସ୍ଥିତ ଦର୍ଶକଙ୍କୁ ବିମୋହିତ କରିଥିଲା। ଶେଷରେ ଶିକ୍ଷୟିତ୍ରୀ ଇତିଶ୍ରୀ ସାମଲ ଧନ୍ୟବାଦ ଜ୍ଞାପନ କରିଥିଲେ
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ପାଳଲହଡ଼ାରେ କେନ୍ଦ୍ରୀୟ ବିଦ୍ୟାଳୟ ନୂତନ କ୍ୟାମ୍ପସର ଭୂମିପୂଜନ, ବିଭିନ୍ନ ବିକାଶ ପ୍ରକଳ୍ପର ଶୁଭାରମ୍ଭ
ଅନୁଗୋଳ: ପାଳଲହଡ଼ା ଉପଖଣ୍ଡରେ ଶିକ୍ଷା ଓ ବିକାଶ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଦିନ ପାଳିତ ହୋଇଛି। ଓଡ଼ିଶାର ୭୭ତମ କେନ୍ଦ୍ରୀୟ ବିଦ୍ୟାଳୟର ନୂତନ ଅଟ୍ଟାଳିକା ପାଇଁ ଭୂମିପୂଜନ ଓ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ଅନୁଷ୍ଠିତ ହୋଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଆଭାସୀ ମାଧ୍ୟମରେ କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ। ସେ ମାଲ୍ୟଗିରି ମହାବିଦ୍ୟାଳୟ ପରିସରରେ କେନ୍ଦ୍ରୀୟ ବିଦ୍ୟାଳୟର ଅସ୍ଥାୟୀ କ୍ୟାମ୍ପସର ଉନ୍ମୋଚନ କରିବା ସହ ନୂତନ ଅଟ୍ଟାଳିକାର ଭୂମିପୂଜନ କରିଥିଲେ। ପ୍ରାୟ ୫୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ବିଦ୍ୟାଳୟ ପାଳଲହଡ଼ା ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଉନ୍ନତ ଓ ଗୁଣାତ୍ମକ ଶିକ୍ଷାର ସୁଯୋଗ ପ୍ରଦାନ କରିବ। ଏହାସହ ପ୍ରାୟ ୩.୬୫ କୋଟି ଟଙ୍କା ବ୍ୟୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ଏବଂ ଭୂମିପୂଜନ ମଧ୍ୟ କରାଯାଇଥିଲା। ଏହି ଅବସରରେ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ, ସମାଜର ଶେଷ ଧାଡ଼ିରେ ଥିବା ଛାତ୍ରଛାତ୍ରୀଙ୍କୁ ରୋଜଗାରମୁଖୀ, ଦକ୍ଷତାଭିତ୍ତିକ ଓ ବ୍ୟବସାୟିକ ଶିକ୍ଷା ପ୍ରଦାନ ପାଇଁ ସମସ୍ତଙ୍କୁ ମିଳିତ ଭାବେ କାମ କରିବା ଆବଶ୍ୟକ। କାର୍ଯ୍ୟକ୍ରମରେ ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି, ପାଳଲହଡ଼ା ବିଧାୟକ ଓ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଅଶୋକ ମହାନ୍ତି, ଜିଲ୍ଲାପାଳ ଅବ୍ଦାଲ୍ ମୁହମ୍ମଦ୍ ଅଖ୍ତର, କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ଜଏଣ୍ଟ କମିଶନର ପି.ବି.ଏସ୍. ଉଷା, ଡେପୁଟି କମିଶନର ସର୍ଦ୍ଦାର ସିଂହ ଚୌହାନ, ସିଡିଓ ଦେବଦତ୍ତ ମହନ୍ତ, ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ପଟେଲ, ବିଡିଓ ନିଶାନ ମିଶ୍ର ଓ ତହସିଲଦାର ଆକାଂକ୍ଷା ମହାପାତ୍ରଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

Life Through Blood, Identity Through Service: Sinapali Youth Social Worker Renu Ranjan Meher (Arun) Emerges as a Symbol of Humanity
Sinapali, July 10 At a time when self-interest often overshadows compassion, a few individuals continue to inspire society through their selfless service and unwavering commitment to humanity. One such inspiring personality is Renu Ranjan Meher, popularly known as Arun, a young social worker from Sinapali whose quiet yet remarkable efforts have touched countless lives. Though a mobile phone businessman by profession, Arun’s true identity lies in his dedication to humanitarian service. Despite his busy work schedule, he always finds time to stand beside the needy, the distressed, and those facing emergencies. For him, social service is not a means of recognition but a lifelong mission driven by compassion and empathy. His most significant contribution has been in the field of blood donation awareness and emergency blood assistance. Determined that no one should lose their life due to the unavailability of blood, Arun founded a WhatsApp group named “Donate Blood Save Life.” Through this platform, he has created an effective network connecting blood donors with patients in urgent need. Over the years, he has helped arrange blood for hundreds of patients, saving precious lives across Sinapali, Khariar, Nuapada, Dharamgarh, Bhawanipatna, Bhubaneswar, and even in the neighbouring state of Chhattisgarh. Whenever he receives information about a patient in need, he makes every possible effort to locate a suitable donor, regardless of distance or time. Arun has also led by example by donating blood voluntarily on several occasions, inspiring many others to become regular blood donors. His humanitarian efforts have earned him appreciation and recognition from various organisations as well as the general public. His commitment to society extends beyond blood donation. He has consistently reached out to poor, underprivileged, and vulnerable people, offering assistance whenever possible. Whether through financial support or other forms of help, he believes that standing beside those in distress is a moral responsibility rather than an act of charity. Speaking about his mission, Arun said, “I cannot bear to see people suffering. Whenever someone needs blood, arranging it becomes a personal challenge for me. No matter how difficult it is, I do everything possible to find a donor. As long as I live, I will continue serving humanity in every way I can.” Apart from his social work, Arun has also made his mark in the field of sports. A talented cricket and badminton player, he has won numerous honours at the village, district, and state levels, bringing pride and recognition to the Sinapali region. Renu Ranjan Meher’s journey is a powerful reminder that true service does not require wealth, status, or authority—it only requires a compassionate heart and the willingness to help others. His silent dedication, selfless acts of kindness, and unwavering commitment to humanity have made him an inspiration for today’s youth. As his humanitarian mission continues to grow, Arun remains a shining example of how one individual’s determination and compassion can transform countless lives. His outstanding contribution to society is widely admired, and the people of the region hope that his noble service will continue for many years to come.
Nayagarh (ନୟାଗଡ଼) • By Malaya Meher

Dilapidated Road to Khariar Model Degree College Raises Safety Concerns; Residents Demand Immediate Repairs
Khariar, July 10: The road connecting Putupada to Model Degree College in Khariar town of Nuapada district has fallen into a deplorable condition, causing serious inconvenience to students, local residents, and commuters. Recent rainfall has worsened the road, with several large potholes developing along the stretch. Rainwater has accumulated in these potholes, making the road slippery and hazardous for daily commuters. Students travelling to the college, particularly two-wheeler riders, are facing significant difficulties and fear accidents while using the damaged road. According to local residents, the road has remained neglected for a long time without any repair work. With every spell of rain, its condition continues to deteriorate, increasing the risk of mishaps and disrupting smooth transportation. Demanding immediate intervention, residents have urged the authorities to undertake urgent repair and restoration of the road. They warned that if the issue is not addressed without delay, they will be compelled to launch a public protest.
Nuapada (ନୂଆପଡ଼ା) • Report : Bhajan Lal Jagat

Nuapada Reviews Kharif Preparedness; Zero Tolerance for Fertiliser Black Marketing, Says Collector
Nuapada, July 10: A district-level review meeting on the implementation of various agriculture programmes and the progress of the Kharif-2026 season was held at the District Headquarters Conference Hall under the chairmanship of Nuapada Collector Madhusudan Dash. Reviewing the preparedness for the ongoing Kharif season, the Collector stressed that meeting the genuine needs of farmers is the Agriculture Department’s foremost responsibility. He directed officials to work with sensitivity and commitment to maintain farmers’ confidence in the government’s agricultural support system. Issuing a strong warning against fertiliser malpractice, the Collector stated that the district administration follows a zero-tolerance policy towards black marketing and irregularities in fertiliser distribution. He directed officials to register FIRs immediately and initiate criminal proceedings against anyone found involved in such illegal activities. He also instructed the department to ensure uninterrupted availability of urea and resolve any shortage promptly through effective inter-departmental coordination. Officials informed the meeting that the district has set a target of covering 1,59,970 hectares under crops during the current Kharif season. So far, cultivation has been completed on 13,157 hectares. Against the paddy cultivation target of 93,700 hectares, sowing has been completed on 9,149 hectares. The meeting reviewed fertiliser availability and was informed that against the seasonal requirement of 13,000 metric tonnes of urea, the district has already received 10,050.73 metric tonnes. In addition, 8,713.24 metric tonnes of various fertilisers are currently available in stock, which officials said is sufficient to meet farmers’ requirements. Farmer registration under the department’s database was also reviewed. Out of the target of 1,01,128 farmers, 47,190 farmers have been registered so far, achieving 46 per cent progress. The Collector directed officials to expedite the registration process to ensure that all eligible farmers are covered. The meeting also reviewed the implementation of several flagship agricultural programmes, including Natural Farming over 1,000 hectares, the Shree Anna Mission covering 3,810 hectares, the Chief Minister’s Maize Mission over 640 hectares, and the Cotton Production Enhancement Programme across 1,200 hectares. On the occasion, the Collector felicitated progressive farmers for their outstanding contribution to agriculture. The awardees included Ganesh Shabar (Nuapada Block), Mayadhar Pradhan (Komna Block), Pundarikaksha Kata (Khariar Block), Niranjan Majhi (Boden Block), and Ganeshram Majhi (Sinapali Block). Among those present were Barsha Azad, Assistant Agriculture Officer; Satyabhusan Nag, Block Agriculture Officer, Nuapada; Mohammed Murtuza, Block Agriculture Officer, Khariar; Soudamini Ray, Assistant Agriculture Officer, Tarbod; Dr. Ram Bikash Verma, Senior Scientist, ICRISAT, along with agriculture officers from various blocks of the district.
Nuapada (ନୂଆପଡ଼ା) • Report : Malaya Meher & Bijay Bariha

Focus on Income Growth Through Horticulture and Water Conservation
Collector Directs Effective Implementation of All Government Schemes Nuapada, July 10: A district-level review meeting on the progress of various horticulture schemes was held at the Conference Hall of the District Headquarters under the chairmanship of Nuapada Collector Madhusudan Dash. At the outset, Deputy Director of Horticulture Harekrushna Chand Hansda presented a detailed review of the department’s ongoing programmes, achievements, and targets. Addressing the meeting, the Collector emphasized that horticulture is a key driver for enhancing farmers’ income and directed officials to ensure the effective implementation of all government schemes so that the benefits reach genuine beneficiaries. He stressed the need to expand micro-irrigation systems such as drip and sprinkler irrigation for efficient water management. He also urged officials to promote the cultivation of fruits, vegetables, spices, and oil palm to improve agricultural productivity and farmers’ livelihoods. The meeting was informed that under the Per Drop More Crop scheme, against the target of covering 200 hectares under drip irrigation, work has been completed on 86.80 hectares. Similarly, against the target of 700 hectares under sprinkler irrigation, 212.30 hectares have been covered so far. Under the National Mission on Edible Oils – Oil Palm (NMEO-OP), the district has set a target of bringing 150 hectares under new oil palm cultivation during the current year. So far, plantation has been completed over 3.66 hectares, officials informed. On the occasion, the Collector felicitated progressive farmers for their outstanding achievements in horticulture. Those honoured included Mahesh Kumar Suna (Khariar Block), Giridhari Rana (Boden Block), Rikesh Kumar Pradhan (Komna Block), Lalaram Sahu (Nuapada Block), and Bishram Herna (Sinapali Block). Among others present were Aradhana Shabar, Assistant Horticulture Officer, Komna; Gouranga Charan Pradhan, Horticulture Officer, Komna; Gobardhan Padhi, Horticulture Officer, Nuapada; Mohit Kumar Nayak, Assistant Horticulture Officer, Khariar, along with horticulture officers from all blocks of the district.
Nuapada (ନୂଆପଡ଼ା) • Repo : Malaya Meher & Bijay Bariha

Radio Swar Sangam, Sinapali Felicitates Para Athlete Akash Ranjan Munda
Sinapali, July 10 Talent, perseverance, and an indomitable spirit can overcome every obstacle. This has been exemplified by Akash Ranjan Munda, a young para athlete from Chhendia village in Kalahandi district. By winning a gold medal for India at the 2026 World Ability Sports Youth Games held in Turkey, Akash has brought immense pride not only to his native village but also to the entire nation. Currently pursuing his studies at KIIT College, Akash was felicitated by Radio Swar Sangam 90.8 FM, Sinapali, Nuapada district, in recognition of his outstanding achievement. He was honoured with a traditional shawl and a bouquet as a mark of appreciation for his remarkable contribution to Indian sports. On the occasion, Pradyumna Singh Chinda, Programme Coordinator of Radio Swar Sangam, and Lingaraj Jagat (Manoj), Sound Editor, conducted an exclusive interview with the gold medalist. During the interaction, Akash shared his inspiring journey, the challenges he overcame, the dedication behind his success, and his future aspirations. His story served as a powerful source of motivation for young athletes and aspiring sportspersons. Akash’s achievement stands as a shining example that determination, relentless hard work, and self-belief can lead to success on the global stage. His gold medal has brought honour to Kalahandi, Nuapada, Odisha, and the entire country. Those present expressed confidence that Akash will continue to excel in international competitions and bring many more laurels to India in the years ahead.
Nuapada (ନୂଆପଡ଼ା) • Report : Malaya Meher

Nuapada Shines Again at State Level: Secures First Position in Family Planning Programme, Third in PPIUCD Services
Nuapada, July 10 Nuapada district has once again brought laurels to Odisha by demonstrating excellence in the field of public healthcare. Owing to the dedicated efforts of its healthcare workforce, effective planning, and coordinated implementation, the district has secured first place in the state for its overall performance in the Family Planning Programme for the year 2025–26. In addition, Nuapada has achieved third place in Odisha for the acceptance and implementation of Post-Partum Intrauterine Contraceptive Device (PPIUCD) services, marking yet another milestone in maternal and family welfare. The awards were presented during the State-Level World Population Day 2026 celebration, held at Krushi Bhavan in Bhubaneswar by the Department of Health and Family Welfare, Government of Odisha. On behalf of Nuapada district, Dr. J. S. Mohanty, Additional District Public Health Officer (Family Welfare), received the awards. Congratulating the district health team on this remarkable achievement, Collector Madhusudan Dash appreciated the dedicated services of doctors, nurses, ANMs, ASHA workers, health officials, and all frontline healthcare personnel. He stated that the recognition reflects the district’s strong teamwork, commitment, and successful implementation of people-centric healthcare services. Officials noted that family planning is not merely about population control but is also a crucial component of maternal and child health, healthy family development, and overall social progress. Nuapada’s outstanding performance in this sector has emerged as a model for other districts in the state. Senior district officials also congratulated the Health Department on the achievement and expressed confidence that the recognition would further strengthen family welfare initiatives and encourage the district to continue delivering quality healthcare services to the people.
Nuapada (ନୂଆପଡ଼ା) • By Bijaya Bariha & Malaya Meher

Hope for Recovery Through Nutrition: Nutrition Kits Distributed to TB Patients at Sinapali CHC
Sinapali, July 10 The fight against tuberculosis is not limited to medicines alone. Proper nutrition and social support play an equally vital role in helping patients recover and regain hope for a healthier life. Reinforcing this humanitarian message, a special programme was organised at the Community Health Centre (CHC), Sinapali, under the Nikshay Poshan Yojana, where nutrition kits were distributed to 60 tuberculosis patients out of 120 registered TB patients in the block. The programme was conducted under the Corporate Social Responsibility (CSR) initiative of Mahanadi Coalfields Limited (MCL) in collaboration with the R.K. HIV AIDS Research and Care Centre. The initiative brought smiles to the faces of many TB patients, highlighting the importance of nutritional support alongside medical treatment. The effort has been widely appreciated by local residents as a significant step towards improving the health and recovery of TB patients. The event was successfully conducted under the supervision of Dr. Sriman Sahu, Medical Officer In-Charge (MOIC), CHC Sinapali, and Mr. Prakash Patra, Senior Treatment Supervisor (STS), with active support from healthcare staff. Implemented under the guidance of Mr. Madhusudan Dash, IAS, Collector and District Magistrate, Nuapada, and Dr. Dharmendra Kumar, Chairman of the R.K. HIV AIDS Research and Care Centre, the project has been providing monthly nutrition kits for the past nine months to 800 TB patients across Nuapada district, along with nutritional support for three family members of each patient. The initiative is not merely a food assistance programme but also a compassionate effort to boost patients’ morale and strengthen their confidence in overcoming the disease. Representatives of the organising institution stated that adequate nutrition is essential for the successful treatment and recovery of tuberculosis patients. By extending nutritional support to both patients and their families, the programme aims to contribute meaningfully to the national mission of building a TB-Free India. The programme witnessed the presence of the project’s core team, including Mrs. Yogita Borkar, Project Head; Mr. Ani Bhushan Ray, Project Controller; and Mr. Satyajit Das, Project Manager, who played a key role in ensuring the smooth execution of the event. On the occasion, Collector Mr. Madhusudan Dash appreciated the initiative taken by MCL and the R.K. HIV AIDS Research and Care Centre. He stated that coordinated efforts involving government agencies, corporate organisations, and voluntary institutions are crucial to achieving the national goal of eliminating tuberculosis. He further emphasized that nutritional support initiatives such as this significantly accelerate patients’ recovery and strengthen India’s mission to become TB-free.
Nuapada (ନୂଆପଡ଼ା) • By Malaya Meher

ଅନୁଗୋଳକୁ ଆସୁଛି ୧୦୮୦ ମେଗାୱାଟ୍ ପାୱାର ପ୍ଲାଣ୍ଟ; ନାଲକୋ-ଏନଏଲସି ଇଣ୍ଡିଆ ମଧ୍ୟରେ ବଡ଼ ଚୁକ୍ତି
ଅନୁଗୋଳ: ଅନୁଗୋଳରେ ୧୦୮୦ ମେଗାୱାଟ୍ କ୍ୟାପ୍ଟିଭ୍ ଥର୍ମାଲ୍ ପାୱାର ପ୍ଲାଣ୍ଟ ସ୍ଥାପନ ପାଇଁ ନାଲକୋ ଓ ଏନଏଲସି ଇଣ୍ଡିଆ ଲିମିଟେଡ୍ ମଧ୍ୟରେ ମିଳିତ ଉଦ୍ୟମ (ଜେଭି) ଚୁକ୍ତି ସ୍ୱାକ୍ଷରିତ ହୋଇଛି। ନୂଆଦିଲ୍ଲୀରେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି. କିଶନ ରେଡ୍ଡୀଙ୍କ ଉପସ୍ଥିତିରେ ଏହି ଚୁକ୍ତି ସ୍ୱାକ୍ଷର ହୋଇଥିଲା। ଏହି ମିଳିତ ଉଦ୍ୟମରେ ଉଭୟ କମ୍ପାନୀର ୫୦-୫୦ ପ୍ରତିଶତ ଅଂଶୀଦାରିତ୍ୱ ରହିବ। ପ୍ରକଳ୍ପରୁ ଉତ୍ପାଦିତ ୧୦୦ ପ୍ରତିଶତ ବିଦ୍ୟୁତ୍ ୨୫ ବର୍ଷ ପର୍ଯ୍ୟନ୍ତ ନାଲକୋକୁ ଯୋଗାଣ କରାଯିବ। ସେହିପରି ଦୀର୍ଘକାଳୀନ କୋଇଲା ଯୋଗାଣ ବ୍ୟବସ୍ଥା ମଧ୍ୟ କରାଯିବ। ଅନୁଗୋଳରେ ନାଲକୋର ଆଲୁମିନିୟମ ସ୍ମେଲ୍ଟର ସମ୍ପ୍ରସାରଣ ପାଇଁ ଅତିରିକ୍ତ ବିଦ୍ୟୁତ୍ ଆବଶ୍ୟକତା ପୂରଣ ଉଦ୍ଦେଶ୍ୟରେ ଏହି ପାୱାର ପ୍ଲାଣ୍ଟ ସ୍ଥାପନ କରାଯିବ। ଏହା ସହ ୨୦୦ରୁ ୨୫୦ ମେଗାୱାଟ୍ ନବୀକରଣଯୋଗ୍ୟ ଶକ୍ତି ଯୋଗାଣ କରିବାକୁ ମଧ୍ୟ ଲକ୍ଷ୍ୟ ରଖାଯାଇଛି। ଏହି ପ୍ରକଳ୍ପ ଅନୁଗୋଳର ଶିଳ୍ପ ବିକାଶକୁ ନୂଆ ଗତି ଦେବା ସହ ନାଲକୋର ଭବିଷ୍ୟତ ସମ୍ପ୍ରସାରଣ ଯୋଜନାକୁ ସୁଦୃଢ଼ କରିବ ବୋଲି କୁହାଯାଇଛି।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ମାନବ ସେବା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସାପ କାମୁଡ଼ା ସଚେତନତା କାର୍ଯ୍ୟକ୍ରମ
ଅନୁଗୋଳ: ଅନୁଗୋଳ ଜିଲ୍ଲାର ମାଧପୁର ଅଞ୍ଚଳ ଅନ୍ତର୍ଗତ କୁଦଗାଁ ପଞ୍ଚାୟତର ପୀତବାସପୁର ଗ୍ରାମରେ ମାନବ ସେବା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଚିନ୍ମୟୀ ଦାସଙ୍କ ନେତୃତ୍ୱରେ ସାପ କାମୁଡ଼ା ସଚେତନତା କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡା. ଅତନୁ ପଟ୍ଟନାୟକ ଯୋଗଦେଇ ସାପ କାମୁଡ଼ା ପରେ ତୁରନ୍ତ ହସ୍ପିଟାଲକୁ ଯାଇ ବୈଜ୍ଞାନିକ ଚିକିତ୍ସା ଗ୍ରହଣ କରିବା, ଆଣ୍ଟି ସ୍ନେକ୍ ଭେନମ୍ (ASV)ର ଗୁରୁତ୍ୱ ଏବଂ ଅନ୍ଧବିଶ୍ୱାସରୁ ଦୂରେଇ ରହିବା ପାଇଁ ଜନସାଧାରଣଙ୍କୁ ସଚେତନ କରିଥିଲେ। ସମ୍ମାନିତ ଅତିଥି ଭାବେ ଫରେଷ୍ଟର ଦୀପକ ପ୍ରଧାନ, ପ୍ରବୀଣ ସାହୁ, ଲିଙ୍କି ସାହୁ, ମଧୁସୂଦନ ପ୍ରଧାନ ଓ ସଂଗ୍ରାମ କର୍ଣ୍ଣ ଉପସ୍ଥିତ ରହି ସାପ ପରିବେଶର ଏକ ଅବିଚ୍ଛେଦ୍ୟ ଅଂଶ ବୋଲି କହିଥିଲେ। ସେମାନେ ସାପକୁ ଅନାବଶ୍ୟକ ଭାବେ ନ ମାରି ସୁରକ୍ଷିତ ଉଦ୍ଧାର ଓ ସଂରକ୍ଷଣ ପ୍ରତି ସମସ୍ତଙ୍କୁ ସଚେତନ କରିଥିଲେ। ଏହି ଅବସରରେ ସାପ କାମୁଡ଼ାରୁ ବଞ୍ଚିବାର ଉପାୟ, କାମୁଡ଼ା ପରେ କ'ଣ କରିବା ଏବଂ କ'ଣ ନ କରିବା ସମ୍ପର୍କରେ ପୀତବାସପୁର ଗ୍ରାମବାସୀଙ୍କୁ ବିସ୍ତୃତ ଭାବେ ସଚେତନ କରାଯାଇଥିଲା। ସେହିପରି ସାପ କାମୁଡ଼ା ସଚେତନତା ଶପଥ ପାଠ କରାଯିବା ସହ ଏକ ସଚେତନତା ରାଲିର ମଧ୍ୟ ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଗ୍ରାମବାସୀ ଯୋଗଦେଇ ସଚେତନତା ବାର୍ତ୍ତାକୁ ସମର୍ଥନ ଜଣାଇଥିଲେ।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା
