--:--:--
-- ---
Srishti News

Web News

Headmaster Debarchan Bhoi Retires After 38 Years of Dedicated Service, Accorded Grand Farewell
Jul 1, 2026202 views

Headmaster Debarchan Bhoi Retires After 38 Years of Dedicated Service, Accorded Grand Farewell

Sinapali, July 1 Teaching is not merely a profession but a noble mission of shaping society. After rendering 38 years of dedicated, sincere, and exemplary service in the field of education, Debarchan Bhoi, Headmaster of Nuapada Primary School under Sinapali Block, retired from service on Wednesday. On the occasion of his retirement, Bharuamunda Cluster organized a grand and emotional farewell ceremony in his honour. Debarchan Bhoi began his teaching career in Bada Chhatrang Panchayat under Thuamul Rampur Block of Kalahandi district. Over the years, he served with distinction in several schools before concluding his illustrious career as the Headmaster of Nuapada Primary School in Sinapali Block. His discipline, commitment, and affectionate approach towards students earned him the reputation of being an ideal teacher. The farewell function was attended by Giridhari Meher, Headmaster of Patialpada Secondary School, along with Sadananda Jani, Kokila Sunani, and Nilamani Majhi, who graced the dais and praised Bhoi’s remarkable contribution to the field of education. Nilamani Majhi delivered the welcome address and highlighted the retiree’s invaluable service and dedication. The programme was successfully coordinated with the support of Aravinda Meher, Bipin Bag, Lingaraj Nag, Sushanta Singh Dandsena, Sanjay Majhi, Subash Chandra Deep, and Harihar Meher. The participating teachers appreciated Bhoi’s simplicity, integrity, unwavering commitment to education, and his inspiring role in nurturing generations of students. At the conclusion of the ceremony, the teachers of the cluster escorted Debarchan Bhoi to his residence as a mark of respect and affection. His family members, relatives, and well-wishers warmly welcomed everyone. The programme concluded with a vote of thanks proposed by Kokila Sunani. The farewell ceremony was not only a celebration of Debarchan Bhoi’s retirement but also a heartfelt tribute by the teaching fraternity to his remarkable contribution and lifelong dedication to the cause of education.

Nuapada (ନୂଆପଡ଼ା)Reporter: Malaya Meher

କେନ୍ଦୁଝରରେ ଜିଲ୍ଲା ଜନଗଣନା ହ୍ୟାଣ୍ଡବୁକ୍ ପ୍ରସ୍ତୁତି ନେଇ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ
Jul 1, 202647 views

କେନ୍ଦୁଝରରେ ଜିଲ୍ଲା ଜନଗଣନା ହ୍ୟାଣ୍ଡବୁକ୍ ପ୍ରସ୍ତୁତି ନେଇ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ

କେନ୍ଦୁଝର,୧/୦୭:କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରସ୍ଥ ଦରବାର୍ ହଲ୍‌ଠାରେ 'ଜିଲ୍ଲା ଜନଗଣନା ହ୍ୟାଣ୍ଡବୁକ୍' (ଡି ସିଏଚବି) ପ୍ରସ୍ତୁତି ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ମନ୍ଦରଧର ମହାଳିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କେନ୍ଦୁଝର ଉପଖଣ୍ଡ ଅନ୍ତର୍ଗତ ସମସ୍ତ ତହସିଲର ରାଜସ୍ୱ ନିରୀକ୍ଷକ, ସହକାରୀ ରାଜସ୍ୱ ନିରୀକ୍ଷକ ଏବଂ ଅମୀନମାନେ ଅଂଶଗ୍ରହଣ କରିଥିଲେ। କର୍ମଶାଳାରେ ଜିଲ୍ଲା ଜନଗଣନା ଅଧିକାରୀ ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହାଳିକ ସମସ୍ତଙ୍କୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଡିସିଏଚବି ପ୍ରସ୍ତୁତି କାର୍ଯ୍ୟ ସମାପ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେ ଜନଗଣନା ତଥ୍ୟର ସଠିକତା, ବିଭାଗୀୟ ସମନ୍ୱୟ ଏବଂ ସମୟୋଚିତ ତଥ୍ୟ ଅଦ୍ୟତନ ଉପରେ ସର୍ବାଧିକ ଗୁରୁତ୍ୱାରୋପ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ, 'ଜିଲ୍ଲା ଜନଗଣନା ହ୍ୟାଣ୍ଡବୁକ୍' ହେଉଛି ଜିଲ୍ଲାର ଏକ ପ୍ରାମାଣିକ ସୂଚନା ଭଣ୍ଡାର। ଏହି ପୁସ୍ତିକାରେ ଗୋଟିଏ ଜିଲ୍ଲାର ପ୍ରତି ଗ୍ରାମ ଓ ସହରାଞ୍ଚଳର ଜନସଂଖ୍ୟା, ସାକ୍ଷରତା ହାର, ଭିତ୍ତିଭୂମି, ସ୍ୱାସ୍ଥ୍ୟ ଓ ଶିକ୍ଷା ସୁବିଧା ସମ୍ବନ୍ଧୀୟ ସମସ୍ତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସ୍ଥାନ ପାଇଥାଏ, ଯାହା ସରକାରୀ ଯୋଜନା ପ୍ରସ୍ତୁତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରେ। ପ୍ରଶାସନିକ ଦୃଷ୍ଟିକୋଣରୁ ଡିସିଏଚବି ର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ଜିଲ୍ଲାସ୍ତରୀୟ ଯୋଜନା ପ୍ରଣୟନ, ପ୍ରଶାସନିକ କାର୍ଯ୍ୟକଳାପ ଏବଂ ବିଭିନ୍ନ ବିକାଶମୂଳକ ପଦକ୍ଷେପ ପାଇଁ ଏକ ମୁଖ୍ୟ ସନ୍ଦର୍ଭ ପୁସ୍ତିକା ଭାବେ କାର୍ଯ୍ୟ କରେ। ଏହାର ସଠିକ ପ୍ରସ୍ତୁତି ଦ୍ୱାରା ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଜନସାଂଖ୍ୟିକ ଏବଂ ଭିତ୍ତିଭୂମି ସମ୍ବନ୍ଧୀୟ ତଥ୍ୟ ସୁସ୍ପଷ୍ଟ ଭାବେ ଉପଲବ୍ଧ ହୋଇପାରିବ, ଯାହା ଭବିଷ୍ୟତର ବିକାଶ କାର୍ଯ୍ୟରେ ସହାୟକ ହେବ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ତଥ୍ୟ ସଂଗ୍ରହ, ସଠିକତା ଯାଞ୍ଚ ଏବଂ ରିପୋର୍ଟ ପ୍ରସ୍ତୁତିର ସୂକ୍ଷ୍ମ କୌଶଳ ସମ୍ପର୍କରେ କର୍ମଚାରୀମାନଙ୍କୁ ବିସ୍ତୃତ ଭାବେ ଅବଗତ କରାଯାଇଥିଲା। ନିର୍ଦ୍ଧାରିତ ଦାୟିତ୍ୱକୁ ନିଷ୍ଠାର ସହ ପାଳନ କରିବା ସହ ଜନଗଣନା ହ୍ୟାଣ୍ଡବୁକ୍ ପ୍ରସ୍ତୁତି କାର୍ଯ୍ୟକୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସଫଳତାର ସହ ଶେଷ କରିବା ପାଇଁ ଉପସ୍ଥିତ ସମସ୍ତ କର୍ମଚାରୀ ଦୃଢ଼ ପ୍ରତିଶ୍ରୁତି ପ୍ରଦାନ କରିଥିଲେ।

Kendujhar (କେନ୍ଦୁଝର)କେନ୍ଦୁଝରରୁ ନିରଞ୍ଜନ ପାଣି

ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ସ୍ୱତନ୍ତ୍ର ସଘନ ସଂଶୋଧନର ଅଗ୍ରଗତି ସଂପର୍କରେ  ସୂଚ଼ନା ପ୍ରଦାନ
Jul 1, 202662 views

ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ସ୍ୱତନ୍ତ୍ର ସଘନ ସଂଶୋଧନର ଅଗ୍ରଗତି ସଂପର୍କରେ ସୂଚ଼ନା ପ୍ରଦାନ

ଢ଼େଙ୍କାନାଳ, ୧/୭- ଢେ଼ଙ୍କାନାଳ ଜିଲ୍ଲା କାର୍ଯ୍ୟାଳୟର ସଦଭାବନା ସଭାଗୃହ ଠାରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଶ୍ରୀ ଆଶିଷ ଇଶ୍ଵର ପାଟିଲ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହିତ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ଅବଗତ କରାଇଛନ୍ତି । ଜିଲ୍ଲାରେ ସମୁଦାୟ ୯ ଲକ୍ଷ ୬୨ ହଜାର ୮୨୬ ଜଣ ଭୋଟର ତାଲିକା ଭୁକ୍ତ ଥିଲେ । ଏହି ସ୍ୱତନ୍ତ୍ର ସଘନ ସଂଶୋଧନ ପାଇଁ ୯ ଲକ୍ଷ ୬୨ ହଜାର ୮୨୬ ସଂଖ୍ୟକ ଏନ୍ଯୁମେରେସନ୍ ଫର୍ମ ଭୋଟର ମାନଙ୍କୁ ପ୍ରଦାନ କରାଯାଇଥିଲା । ସେଥି ମଧ୍ୟରୁ ୫୮ ହଜାର ୫୬୭ ଟି ଫର୍ମ ଭୋଟରମାନଙ୍କ ଠାରୁ ବିଭିନ୍ନ କାରଣ ଯୋଗୁଁ ସଂଗ୍ରହ କରାଯାଇପାରି ନାହିଁ । ସେମାନଙ୍କ ମଧ୍ୟରୁ ୬,୧୨୩ ଜଣ ଅନୁପସ୍ଥିତ ଅଛନ୍ତି, ୨୧,୪୭୭ ଜଣ ସ୍ଥାୟୀ ଭାବେ ସ୍ଥାନାନ୍ତରିତ ହୋଇଯାଇଥିବା ବେଳେ ୫,୪୮୨ ଜଣ ଅନ୍ୟ ସ୍ଥାନରେ ପଞ୍ଜିକୃତ ହୋଇଛନ୍ତି , ୫୩୦ ଜଣ ଅନ୍ୟାନ୍ୟ କାରଣ ବଶତଃ ଅନୁପସ୍ଥିତ ଥିବା ଜଣାଯାଇଛି ଏବଂ ୨୪,୯୫୫ ଜଣ ମୃତ୍ୟୁ ବରଣ କରିଛନ୍ତି । ଆସନ୍ତା ଜୁଲାଇ ୫ ତାରିଖରେ ପ୍ରକାଶିତ ହେବାକୁ ଥିବା ଚ଼ିଠା ଭୋଟର ତାଲିକାକୁ ବୁଥ୍ ସ୍ତରୀୟ ଏଜେଣ୍ଟମାନେ ଯାଞ୍ଚ୍ କରି କୌଣସି ଯୋଗ୍ୟ ବ୍ୟକ୍ତିଙ୍କ ନାମ ତାଲିକାରେ ନଥିଲେ , ତାଲିକାଭୁକ୍ତ କରିବା ପାଇଁ ଜୁଲାଇ ୫ ରୁ ଅଗଷ୍ଟ ୪ ତାରିଖ ମଧ୍ୟରେ ବି.ଏଲ୍. ଓ. / ପଞ୍ଜିକରଣ ଅଧିକାରୀ/ ସହକାରୀ ପଞ୍ଜିକରଣ ଅଧିକାରୀଙ୍କ ସହିତ ଯୋଗାଯୋଗ କରି କିମ୍ବା ଅନ୍ ଲାଇନ ମାଧ୍ୟମରେ ନିଜର ନାମ ପଞ୍ଜୀକରଣ କରାଇବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଏହି ବୈଠକରେ ବିଜେପିର ଶ୍ରୀ ବିଘ୍ନେଶ୍ଵର ଦୋରା, ଭାରତୀୟ ଜାତୀୟ କଂଗ୍ରେସର ଶିଳ୍ପୀଶ୍ରୀ ଶୁଭଦର୍ଶିନୀ ହରିଚ଼ନ୍ଦନ, ବିଜେଡିର ପ୍ରତିନିଧି ଶ୍ରୀ ବିଷ୍ଣୁ ପ୍ରସାଦ କର ଏବଂ ଆମ୍ ଆଦମୀ ପାର୍ଟିର ପ୍ରତିନିଧି ଶ୍ରୀ ପଙ୍କଜ କୁମାର ନାୟକ ଯୋଗ ଦେଇଥିଲେ । ଅତିରିକ୍ତ ଜିଲ୍ଲା ନିର୍ବାଚ଼ନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

Dhenkanal (ଢେଙ୍କାନାଳ)ରିପୋର୍ଟ ସୁଶାନ୍ତ କୁମାର ପୋଥାଳ ସ୍ୱତନ୍ତ୍ର ପ୍ରତିନିଧି ଢେ଼ଙ୍କାନାଳ

ରଣପୁର ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ
Jul 1, 202648 views

ରଣପୁର ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ

ରଣପୁର ୧/୭ ():ଓଡ଼ିଶାର ଦ୍ୱିତୀୟ ଶ୍ରୀକ୍ଷେତ୍ର ରଣପୁର ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ଶ୍ରୀ ଗୁଣ୍ଡିଚା ଏବଂ ବାହୁଡା଼ ଯାତ୍ରା ଉପଲକ୍ଷେ ଆଜିଶୁକ୍ରବାର ରଣପୁର ପଞ୍ଚାୟତ ସମିତ ସଭା ଗୃହରେ ବିଧାୟିକା ଶ୍ରୀମତୀ ସୁରମା ପାଢ଼ୀଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଆସନ୍ତା ଶ୍ରୀଗୁଣ୍ଡିଚା ଏବଂ ବାହୁଡା଼ ଯାତ୍ରା ରଣପୁର ରେ କିପରି ଶାନ୍ତି ଓ ଶୃଙ୍ଖଳାର ସହ ପରିଚାଳିତ ହେବ ସେ ବିଷୟରେ ବୈଠକରେ ସବିଶେଷ ଆଲୋଚନା କରାଯାଇଥିଲା। ବୈଠକରେ ହୋଇଥିବା ଆଲୋଚନା ଅନୁଯାୟୀ ଚଳିତ ବର୍ଷ ମହାପ୍ରଭୁଙ୍କର ଶ୍ରୀ ଗୁଣ୍ଡିଚା ଯାତ୍ରା ନିମନ୍ତେ ୩ ଗୋଟି ରଥର ବ୍ୟବସ୍ଥା କରାଯିବା ସହ ପ୍ରଶାସନ ପକ୍ଷରୁ ଶାନ୍ତି ଓ ଶୃଙ୍ଖଳା ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ, ରାସ୍ତା ମରାମତି, ପାନୀୟ ଜଳ ଓ ପରିମଳ ବ୍ୟବସ୍ଥା, ବିଦ୍ୟୁତ ସେବା, ସ୍ୱାସ୍ଥ୍ୟ ସେବା ଆଦି ଯୋଗାଇ ଦିଆଯିବା ପାଇଁ ନିଷ୍ପତି ନିଆଯାଇଛି। ଏଥି ସହିତ ଶ୍ରୀ ଗୁଣ୍ଡିଚା ଏବଂ ବାହୁଡା଼ ଯାତ୍ରାକୁ କିପରି ସରସ ସୁନ୍ଦର ଭାବେ ପରିଚାଳନା କରାଯିବ ସେଥିପାଇଁ ବାଚସ୍ପତି ଶ୍ରୀମତି ପାଢ଼ୀ ବୈଠକରେ ଉପସ୍ଥିତ ରଥଯାତ୍ରା ପରିଚାଳନା କମିଟିର ସଦସ୍ୟ ମାନଙ୍କ ମତାମତ ଗ୍ରହଣ କରିବା ସହ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ।ଉକ୍ତ ବୈଠକରେ ତହସିଲଦାର ଆର୍ଯ୍ୟ କୁମାର ସର୍ବଦମନ, ବିଡ଼ିଓ ମନୋଜ କୁମାର ନାୟକ, ଏନ ଏ ସି ଅଧକ୍ଷା ଶ୍ରୀମତୀ ରଙ୍ଗୀନ ମହାନ୍ତି, ବ୍ଲକ ଅଧକ୍ଷା ଶ୍ରୀମତି ନିର୍ମଳା ବେହେରା,ଜିଲ୍ଲା ପରିଷଦ ଅଧକ୍ଷ ଦେବାଶିଷ ପଟ୍ଟନାୟକ,ଥାନା ଅଧିକାରୀ ଆଶିଷ ଦେବ ସାହୁ,ପୁରୀ ଏମପି ପ୍ରତିନିଧି ଶ୍ରୀଯୁକ୍ତ ପ୍ରିୟବ୍ରତ ପ୍ରହରାଜ, ନାରାୟଣ ମହାପାତ୍ର,ପୂର୍ବତନ ବିଧାୟକ ରବି ନାରାୟଣ ମହାପାତ୍ର , ସମେତ କମିଟି ମେମ୍ବର, ସାମ୍ବାଦିକ ଏବଂ ଜଗନ୍ନାଥ ପ୍ରେମୀ ସଭାରେ ଉପସ୍ଥିତ ଥିଲେ l

Nayagarh (ନୟାଗଡ଼)ରିପୋର୍ଟ: ନିରଞ୍ଜନ ମହାପାତ୍ର, ranapur

ମାଟିର ଝିଅ, ରାଜ୍ୟରେ ଗର୍ବ କିରଣ ଏକ୍କାଙ୍କୁ ସମ୍ମାନ
Jul 1, 202645 views

ମାଟିର ଝିଅ, ରାଜ୍ୟରେ ଗର୍ବ କିରଣ ଏକ୍କାଙ୍କୁ ସମ୍ମାନ

ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ସ୍ୱପ୍ନ ସତ ହେବାକୁ ଯାଉଛି | ଆଜି ଆମ ଗାଁ ର ଝିଅ ନୂଆଗାଁ ବ୍ଲକ ଲିମଡା ପଞ୍ଚାୟତ ର କିରଣ ଏକ୍କା ଟୋକୟୀ ଠାରେ ଅଣ୍ଡର-18 ଜାତୀୟ ସ୍ତରରେ ବ୍ରୋଞ୍ଜ ମେଡଲ ହାସିଲ କରିବା ପରେ ତାଙ୍କର ପରବର୍ତୀ ପ୍ରତିଯୋଗିତା ଓମାନ ରେ ହେବାକୁ ଯାଉଛି ଏବଂ ସେ ବୀରମିତ୍ରପୁର ବିଧାୟକ କୁ ହକି ଷ୍ଟିକ୍ ପାଇଁ ଅନୁରୋଧ କରିଥିଲେ ଏହି ପରିପେକ୍ଷୀରେ ଆଜି ବୀରମିତ୍ରପୁର ବିଧାୟକ ଶ୍ରୀ ରୋହିତ ଯୋସେଫ ତିର୍କୀ ନିଜେ ହକି ତାଲିମ କେନ୍ଦ୍ର ସୁନ୍ଦରଗଡ଼ କୁ ଯାଇ କିରଣ ଏକ୍କା କୁ ହକି ଷ୍ଟିକ୍ ପ୍ରାଦନ କରିଛନ୍ତି ଏବଂ ଅଗାମି ଦିନରେ ସେ କେମିତି ଦେଶରେ ଆମ ଜିଲ୍ଲା ଏବଂ ନିର୍ବାଚନ ମଣ୍ଡଳୀର ନା ରଖିବ ଆଜି ଛୋଟ ଭେଟି – ହକି ଷ୍ଟିକ୍। କାଲି ତୁମେ ଦେଶ ପାଇଁ ସୁନା ଆଣିବ, ଏଇ ବିଶ୍ୱାସ ଅଛି। ଆଗେଇ ଚାଲ। ଏହି ପରାମର୍ଶ ଦେଇଥିଲେ ବିଧାୟକ |

Rourkela (ରାଉରକେଲା)ରିପୋର୍ଟ: ସୁବାସ କୁମାର ଗୁପ୍ତା

ରୋଟାରୀ କ୍ଲବ ର ସାମାଜିକ ପ୍ରତିବଦ୍ଧତା ଅନନ୍ୟ ; ରୋଟାରୀ କ୍ଲବ ନିଜର ଦାୟିତ୍ୱବୋଧ, ନିଃଶୁଳ୍କ ସେବା ବଜାୟ ରଖିବ : ଶ୍ରୀ ରୂପ୍ରା...
Jul 1, 202631 views

ରୋଟାରୀ କ୍ଲବ ର ସାମାଜିକ ପ୍ରତିବଦ୍ଧତା ଅନନ୍ୟ ; ରୋଟାରୀ କ୍ଲବ ନିଜର ଦାୟିତ୍ୱବୋଧ, ନିଃଶୁଳ୍କ ସେବା ବଜାୟ ରଖିବ : ଶ୍ରୀ ରୂପ୍ରା...

ରାଉରକେଲା: ରୋଟାରୀ କ୍ଲବ ସମଗ୍ର ବିଶ୍ବ ତଥା ଭାରତବର୍ଷରେ ସମାଜସେବା, ସାମାଜିକ ଅଙ୍ଗିକାର ବଦ୍ଧତା,ପୋଲିଓ ମୁକ୍ତ ଦେଶ, ନିଃଶୁଳ୍କ ସ୍ବାସ୍ଥ୍ୟ ସେବା, ପରିବେଶ ସୁରକ୍ଷା, ଶିକ୍ଷା ପ୍ରତି ସମର୍ପିତ ବିଶ୍ବର ସର୍ବବୃହତ ଏନଜିଓ କହିଲେ ଅତ୍ୟୁକ୍ତି ହେବ ନାହିଁ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଏହି କ୍ରମରେ ଜିଲ୍ଲା ୩୨୬୧ ର ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଆଲାମ ସିଂ ରୂପ୍ରା,ଏକେଏସ ଫାଉଣ୍ଡେସନ ର ଅଧ୍ୟକ୍ଷ ଡ ଦୀପ୍ତି ରଞ୍ଜନ ପଟ୍ଟନାୟକ, ଡିଷ୍ଟ୍ରିକ୍ଟ ସାଧାରଣ ସମ୍ପାଦକ ଅଜୟ ଅଗ୍ରୱାଲ,ଫାଷ୍ଟ ଲେଡି ହରପାଲ ରୂପ୍ରା ପ୍ରମୁଖ ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରି କହିଲେ ଯେ ସମାଜ ପ୍ରତି ପ୍ରତିବଦ୍ଧତା ରଖିଥିବା ରୋଟାରୀ କ୍ଲବ ୧୨୧ ବର୍ଷର ଅନୁଷ୍ଠାନ। ଏଠାରେ ୨୧ ବର୍ଷ ଧରି ସମାଜରେ ସେବା ଯୋଗାଇ ଦେଇ ଆସୁଥିବା ବେଳେ ରାୟପୁରରେ ଥିବା ସତ୍ୟସାଇ ହସ୍ପିଟାଲ ରେ ନବଜାତ ଶିଶୁଙ୍କ ପାଇଁ ସ୍ବତନ୍ତ୍ର ସେବା ଯୋଗାଇ ଆସୁଛି। ଯେଉଁଥିରେ ପ୍ରାୟ ୫ ହଜାର ଶିଶୁ ଙ୍କୁ ସେବା ଯୋଗାଇ ଦିଆଯାଇଛି।ରାଉରକେଲାରେ ରୋଟାରୀ କ୍ଲବର ୧୩ ଟି କ୍ଲବ ମାଧ୍ୟମରେ ବିଭିନ୍ନ ଜନହିତକର କାର୍ଯ୍ୟ କରିଚାଲିଛି। ଯେପରିକି ପିଙ୍କ୍ ଅଟୋ ର ପୁନରୁଦ୍ଧାର ମାଧ୍ୟମରେ ୧୩ ଜଣ ହିତାଧିକାରୀଙ୍କୁ ସ୍ବାବଲମ୍ବୀ କରିବା, ସମାଜରେ ସଚେତନତା ସୃଷ୍ଟି ସହ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ନିଜର ଦାୟିତ୍ଵ ସମ୍ପାଦନ କରାଯାଉଛି। ସେହିପରି ବିଶ୍ବାସନୀୟତା କୁ ପ୍ରାଥମିକତା ସହ ପ୍ରାର୍ଥନା, ପ୍ରଚେଷ୍ଟା, ପ୍ରତୀକ୍ଷା,ପ୍ରତିଜ୍ଞା ଓ ପ୍ରେରଣା ଉପରେ ଗୁରୁତ୍ୱାରୋପ କରିଥିଲେ। ଆଗାମୀ ବର୍ଷ ମାନଙ୍କରେ ମଧ୍ୟ ରୋଟାରୀ କ୍ଲବ ନିଜର ଦାୟିତ୍ୱବୋଧ, ସାମାଜିକ ପ୍ରତିବଦ୍ଧତା କୁ ବଜାୟ ରଖିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଂଯୋଜକ ସମ୍ପାଦିକା ରୁଚିକା ଅଗ୍ରୱାଲ, ଜିଲ୍ଲା ପ୍ରଶାସନିକ ସମ୍ପାଦିକା କନକଜିତ ଅଗ୍ରୱାଲ, ଜିଲ୍ଲା ସହଯୋଗୀ ସମ୍ପାଦିକା ଅର୍ଚ୍ଚନା ମହାନ୍ତି ଓ ଜିଲ୍ଲା ମିଡିଆ ସଂଯୋଜକ ଗଣେଶ୍ୱର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Rourkela (ରାଉରକେଲା)ରିପୋର୍ଟ: ସୁବାଷ କୁମାର ଗୁପ୍ତା

ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଭାବ ବିହ୍ୱଳ ବିଦାୟ ସମ୍ବର୍ଦ୍ଧନା
Jul 1, 202630 views

ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଭାବ ବିହ୍ୱଳ ବିଦାୟ ସମ୍ବର୍ଦ୍ଧନା

ରାଉରକେଲା: ସେକ୍ଟର ୬ ବିଦ୍ୟାନଗରୀ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ରଶ୍ମିବାଳା ମହାପାତ୍ରଙ୍କୁ ବିଦ୍ୟାଳୟ ପରିସରରେ ଭାବ ବିହ୍ୱଳ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷା ପାର୍ବତୀ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜର୍ଣ୍ଣାଲିଷ୍ଟ ଆସୋସିଏସନର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟଅତିଥି, ସିଆରସିସି ଦୀପକ କୁମାର ସାମଲ, ପ୍ରାକ୍ତନ ସିଆରସିସି ତଥା ପ୍ରଧାନଶିକ୍ଷକ ପ୍ରବୀର କୁମାର ଦୁବେ, ପ୍ରାକ୍ତନ ସିଆରସିସି ତଥା ଜାତୀୟ ଫୁଟବଲ ରେଫ୍ରି ଭାସ୍କର ନନ୍ଦ, ବିଶିଷ୍ଟ ଶ୍ରମିକନେତା ନୃସିଂହ ପାଣିଗ୍ରାହୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶ୍ରୀମତୀ ମହାପାତ୍ରଙ୍କ ବିଦ୍ୟାଳୟ ପ୍ରତି ଆନୁଗତ୍ୟ ଓ ପ୍ରତିବଦ୍ଧତା, ଶିକ୍ଷାଦାନ, ବିଦ୍ୟାଳୟର ସ୍ବଚ୍ଛତା, ପରିବେଶ ସୁରକ୍ଷା ଓ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବାରେ ଅବଦାନ କୁ ଭୂୟସୀ ପ୍ରଶଂସା କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଶିକ୍ଷୟିତ୍ରୀ ସଚଳା ବାରିକ,ପ୍ରଭାତୀ ମାହାନ୍ତ, ପରିଚାଳନା କମିଟିର ସୈ।କାମିନୀ ପାଣ୍ଡେ ପ୍ରମୁଖ ଶ୍ରୀମତୀ ମହାପାତ୍ରଙ୍କ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ସମ୍ବର୍ଦ୍ଧନା ପ୍ରତ୍ୟୁତ୍ତରରେ ଶ୍ରୀମତୀ ମହାପାତ୍ର ଶିକ୍ଷାଦାନରେ ୩୫ ବର୍ଷର ଅଭିଜ୍ଞତା, ଶୃଙ୍ଖଳା, ବିଦ୍ୟାଳୟ ପ୍ରତି ପ୍ରତିବଦ୍ଧତା, ଶିକ୍ଷକ ଶିକ୍ଷୟିତ୍ରୀ ପାଚିକାଙ୍କ ମଧ୍ୟରେ ଐକ୍ୟବଦ୍ଧତା,ଦୁବେ ସାର ଓ ନନ୍ଦ ସାର୍ ଙ୍କ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ଛାତ୍ର ଛାତ୍ରୀ, ପରିଚାଳନା କମିଟି, ସହକର୍ମୀ, ସିଆରସିସି ମାନଙ୍କ ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ ସହ କେକ୍ କଟାଯାଇ ତାଙ୍କର ଅବସର ଜୀବନ ସୁଖମୟ ହେବାପାଇଁ କାମନା କରାଯାଇଥିଲା। ସିଆରସିସି ଶ୍ରୀ ସାମଲଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସହକର୍ମୀ ମାନଙ୍କ ବକ୍ତବ୍ୟ ଭାବ ବିହ୍ୱଳ ପରିବେଶ ସୃଷ୍ଟି କରିଥିଲା। ଶେଷରେ ଶିକ୍ଷୟିତ୍ରୀ ତୃପ୍ତି ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷୟିତ୍ରୀ ଜ୍ୟୋସ୍ନା ମୟୀ ରାଉତ, ସୁଲୋଚନା ମିଶ୍ର, ସୁଜାତା ମହାପାତ୍ର,ପରିଚାଳିକା ମମତା,ଟିକିନା, କନକ,ରୁମିତା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

Rourkela (ରାଉରକେଲା)ରିପୋର୍ଟ: ସୁବାଷ କୁମାର ଗୁପ୍ତା, ରାଉରକେଲା

ପ୍ରଧାନଶିକ୍ଷକ ଶିଶିର କୁମାର ପାଣିଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା
Jul 1, 202641 views

ପ୍ରଧାନଶିକ୍ଷକ ଶିଶିର କୁମାର ପାଣିଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

ରାଉରକେଲା: କୋଏଲନଗର ସ୍ଥିତ ସରସ୍ବତୀ ବିଦ୍ୟାପୀଠ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶିଶିର କୁମାର ପାଣିଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ବିଦ୍ୟାପୀଠ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାବିତ ବ୍ରଜେନ୍ଦ୍ର ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସହ ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ତଥା ପୁରାତନ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ ପ୍ରଧାନଶିକ୍ଷକ ଶ୍ରୀ ପାଣି ଙ୍କ ଦୀର୍ଘ ୩୨ ବର୍ଷ ଶିକ୍ଷାଦାନ ସହ ନିଜର ସାଂଗଠନିକ ଦକ୍ଷତା ପାଇଁ ଶିକ୍ଷକ ଙ୍କ ମହଲରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ଏହା ସହ ଓଷ୍ଟା , ସ୍କାଉଟ ଏବଂ ଗାଇଡ କାର୍ଯ୍ୟକ୍ରମରେ ନିଜର ଦକ୍ଷତା ପ୍ରତିପାଦନ କରିପାରିଛନ୍ତି। ତେବେ ଏହି ଅବସରରେ ବରିଷ୍ଠ ଶିକ୍ଷାବିତ ପ୍ରଶାନ୍ତ କୁମାର ପତି, ସିଆରସିସି ସିପ୍ରା ସାହୁ,ପ୍ରଫୁଲ୍ଲ ସ୍ବାଇଁ,ରାଧାଶ୍ୟାମ ପରିଡା, ରଞ୍ଜନ କୁମାର ସାମଲ,ବିଜୟ କୁମାର ରଥ, ଦେବାଶିଷ ପଟ୍ଟନାୟକ,ମୋରିସ ଗୁଡିଆ, ଧରିତ୍ରୀ ଦାସ,ସୁପ୍ରଭା ସାମଲ,ମଦନ ମୋହନ ଆରୁଖ,ସବିତା ପୁଜାରୀ, ସରୋଜ କୁମାର ଲେଙ୍କା, ପୂର୍ଣ୍ଣଚନ୍ଦ୍ର ମାହାତୋ,ସୁନିତା ବେହୁରା, ଅକ୍ଷୟ ପରିଡ଼ା, କମଳାକାନ୍ତ ରାଉତ, ଉମାକାନ୍ତ ରାଉତରାୟ, ରାମଚନ୍ଦ୍ର ମିଶ୍ର, ସରୋଜ ସାହୁ, ବିଜୟ କୁମାର ସିଂ ପ୍ରମୁଖଙ୍କ ସହ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହି ଶ୍ରୀ ପାଣି ଙ୍କ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ସମ୍ବର୍ଦ୍ଧନା ପ୍ରତ୍ୟୁତ୍ତରରେ ଶ୍ରୀ ପାଣି ଏହି କାର୍ଯ୍ୟକ୍ରମ ତାଙ୍କର ସବୁଦିନ ପାଇଁ ମନେରହିବା ସହ ଅବସର ଜୀବନ ଶିକ୍ଷା ଓ ବିଦ୍ୟାଳୟ ପ୍ରତି ସମର୍ପିତ ରହିବ ବୋଲି ମତ ପ୍ରକାଶ କରିଥିଲେ। ବିଦ୍ୟାପୀଠର ମୀନତି କିଶାନ, ଯଶୋଦା ବଡାଇକ, ମଞ୍ଜୁ ବଇଠା, ସୀତା ଖାଡିଆ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Rourkela (ରାଉରକେଲା)ରିପୋର୍ଟ: ସୁବାସ କୁମାର ଗୁପ୍ତା, ରାଉରକେଲା

ଖୋର୍ଦ୍ଧା ଜିଲ୍ଲା ଜରିପଡା ଅଞ୍ଚଳରେ ବିଦ୍ୟୁତ ଆଘାତରେ ଯୁବକ ମୃତ
Jul 1, 2026147 views

ଖୋର୍ଦ୍ଧା ଜିଲ୍ଲା ଜରିପଡା ଅଞ୍ଚଳରେ ବିଦ୍ୟୁତ ଆଘାତରେ ଯୁବକ ମୃତ

ଖୋର୍ଦ୍ଧା: ବିଦ୍ୟୁତ ଆଘାତ ରେ ଯୁବକ ମୃତ,,, ମୃତ ଯୁବକର ନାମ ଆଲୋକ କୁମାର ନାୟକ ବୟସ ୩୮ ବର୍ଷ ବୋଲି ଜଣା ପଡିଛି,,,, ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଜରିପଡା ଗ୍ରାମରେ,,, ଜରିପଡା ଗ୍ରାମର ଆଲୋକ କୁମାର ନାୟକ ଗତ କାଲି ରାତିରେ ନିଜ ଘରେ ବିଦ୍ୟୁତ ବଲବ ଲଗାଇବା ପାଇଁ ତାର ସଜାଡୁଥିଲେ,,,, ବିଦ୍ୟୁତ ତାର ସଜାଡ଼ିବା ପାଇଁ ନିଜେ କାମ କରୁଥିବା ବେଳେ ହଠାତ ବିଦ୍ୟୁତ ସର୍ଟ ସର୍କିଟ ହୋଇଯିବାରୁ ଆଲୋକ ଙ୍କୁ ବିଦ୍ୟୁତ ଆଘାତ ହୋଇଥିଲା,,,, ସେଥିରେ ସେ ଗୁରୁତର ହୋଇ ଯିବାରୁ ଚିତ୍କାର କରିଥିଲେ,,, ଆଲୋକଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଏକାଠି ହୋଇ ତାଙ୍କୁ ଉଦ୍ଧାର କରିଥିଲେ,, ଉଦ୍ଧାର କରି ଆଲୋକଙ୍କୁ ଉଦ୍ଧାର କରି ଚାନ୍ଦପୁର ବସନ୍ତ ମଞ୍ଜରୀ ମେଡିକାଲ ରେ ଭର୍ତ୍ତି କରିଥିଲେ,,, ସେଠାରେ ଡାକ୍ତର ଆଲୋକଙ୍କୁ ମୃତ ଘୋଷଣା କରିଥିଲେ,,, ଟାଙ୍ଗୀ ପୋଲିସ ଘଟଣା ସ୍ଥଳରେ ପହଁଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛି,,, ତେବେ ଗତ ଦୁଇ ଦିନ ତଳେ ଆଲୋକଙ୍କର ସାନ ଭାଇଙ୍କର କୌଣସି କାରଣ ଯୋଗୁଁ ମୃତ୍ୟୁ ହୋଇଥିଲା,,, ଏହି ଘଟଣା ସ୍ଥାନୀୟ ଅଂଚଳ ରେ ଦୁଃଖ ଭରି ଦେଇଛି,,,

Khordha (ଖୋର୍ଦ୍ଧା)ରିପୋର୍ଟ : ଯଦୁମଣି ବେହେରା, ଟାଙ୍ଗୀ, ଖୋର୍ଦ୍ଧା

ଅନୁଗୋଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କର ଏଜିଏମ୍ ବାଣୀ ସିଂହଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା
Jul 1, 2026114 views

ଅନୁଗୋଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କର ଏଜିଏମ୍ ବାଣୀ ସିଂହଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ଅନୁଗୋଳ: ଅନୁଗୋଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ ଲିମିଟେଡ୍‌ର ସହକାରୀ ମହାପ୍ରବନ୍ଧକ (ଏଜିଏମ୍) ଶ୍ରୀମତୀ ବାଣୀ ସିଂହଙ୍କୁ ତାଙ୍କ ଅବସର ଉପଲକ୍ଷେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଶ୍ରୀମତୀ ସିଂହ ଦୀର୍ଘ ୩୪ ବର୍ଷର କର୍ମମୟ ଜୀବନରେ ବ୍ୟାଙ୍କର ବିଭିନ୍ନ ଶାଖାରେ ନିଷ୍ଠା, ସତତା ଓ ଦାୟିତ୍ୱବୋଧର ସହ କାର୍ଯ୍ୟ କରି ଶେଷରେ ମୁଖ୍ୟ କାର୍ଯ୍ୟାଳୟରେ ଏଜିଏମ୍ ଭାବେ ଦାୟିତ୍ୱ ପାଳନ କରିଥିଲେ। ଜଣେ ମିଷ୍ଟଭାଷୀ, ପରୋପକାରୀ ଓ କର୍ମଚଞ୍ଚଳ ଅଧିକାରୀ ଭାବେ ସେ ସହକର୍ମୀଙ୍କ ମଧ୍ୟରେ ବେଶ୍ ସମ୍ମାନ ଓ ଲୋକପ୍ରିୟତା ଅର୍ଜନ କରିଥିଲେ। ଏହି ଅବସରରେ ବ୍ୟାଙ୍କର ଅଧିକାରୀ ଓ କର୍ମଚାରୀମାନେ ତାଙ୍କୁ ମାନପତ୍ର, ଉପଢୌକନ ଓ ସ୍ମାରକ ଉପହାର ପ୍ରଦାନ କରି ତାଙ୍କର ସୁସ୍ଥ, ନିରାମୟ ଓ ଦୀର୍ଘାୟୁ ଅବସର ଜୀବନ କାମନା କରିଥିଲେ।

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ଅନୁଗୋଳରେ ରାଜ୍ୟସ୍ତରୀୟ ନିଶା ନିବାରଣ କାର୍ଯ୍ୟକ୍ରମ: ୧୦୦୦ କେଜିରୁ ଅଧିକ ଚୋରା ଗଞ୍ଜେଇ ନଷ୍ଟ
Jul 1, 202689 views

ଅନୁଗୋଳରେ ରାଜ୍ୟସ୍ତରୀୟ ନିଶା ନିବାରଣ କାର୍ଯ୍ୟକ୍ରମ: ୧୦୦୦ କେଜିରୁ ଅଧିକ ଚୋରା ଗଞ୍ଜେଇ ନଷ୍ଟ

ଅନୁଗୋଳ: ମାନ୍ୟବର ଓଡ଼ିଶା ପୋଲିସ ନିର୍ଦ୍ଦେଶକଙ୍କ ମାର୍ଗଦର୍ଶନରେ ଅନୁଗୋଳ ପୋଲିସ ପକ୍ଷରୁ ନାଲକୋ ଥାନା ଅଧୀନସ୍ଥ ନାଲକୋ ସ୍ମେଲ୍ଟର ପ୍ଲାଣ୍ଟର ଇନସିନେରେଟରରେ ରାଜ୍ୟସ୍ତରୀୟ ପ୍ରାକ୍-ପରୀକ୍ଷା ନିଶା ନିବାରଣ କାର୍ଯ୍ୟକ୍ରମ ଓ ସାମୂହିକ ନିଶା ନିବାରଣ ପ୍ରତିଜ୍ଞା ସମାରୋହ ଅନୁଷ୍ଠିତ ହୋଇଥିଲା। ଅନୁଗୋଳ ଆରକ୍ଷୀ ଅଧିକ୍ଷକଙ୍କ ତତ୍ତ୍ୱାବଧାନରେ ୧୦୦୦ କିଲୋଗ୍ରାମରୁ ଅଧିକ ଜବତ ଚୋରା ଗଞ୍ଜେଇକୁ ନିୟମାନୁସାରେ ନଷ୍ଟ କରାଯାଇଥିଲା। କାର୍ଯ୍ୟକ୍ରମରେ ଉତ୍ତର-ମଧ୍ୟ ରେଞ୍ଜ (NCR)ର ଆଇଜିପି ଶ୍ରୀ ସତ୍ୟବ୍ରତ ଭୋଇ, ଆଇପିଏସ୍‌ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଶାମୁକ୍ତ ସମାଜ ଗଠନ ପାଇଁ ସମସ୍ତଙ୍କୁ ସଚେତନ ହେବାକୁ ଆହ୍ୱାନ ଦେଇଥିଲେ। ଏହା ସହିତ ଅନୁଗୋଳ ଜିଲ୍ଲାର ସମସ୍ତ ଥାନାରେ ‘ଆମ ପୋଲିସ ସମିତି’ ବୈଠକ ଆୟୋଜିତ ହୋଇଥିଲା। ଏହି ଅବସରରେ ପ୍ରାୟ ୧,୩୦୦ ଜଣ ନାଗରିକ ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ ସାମୂହିକ ଶପଥ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମ ନିଶା ଅପବ୍ୟବହାର ବିରୋଧରେ ସାମୂହିକ ସଚେତନତା ଓ ସଂକଳ୍ପକୁ ଆହୁରି ସୁଦୃଢ଼ କରିଥିବା ଅନୁଗୋଳ ପୋଲିସ ପକ୍ଷରୁ କୁହାଯାଇଛି।

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ହାତିଆସୁଣି ବସ୍ତିରେ ଶୋଚନୀୟ ରାସ୍ତା ଅବସ୍ଥା, ଦୁର୍ଦ୍ଦଶାରେ ବସ୍ତିବାସୀ
Jul 1, 202642 views

ହାତିଆସୁଣି ବସ୍ତିରେ ଶୋଚନୀୟ ରାସ୍ତା ଅବସ୍ଥା, ଦୁର୍ଦ୍ଦଶାରେ ବସ୍ତିବାସୀ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ହାତିଆସୁଣି ବସ୍ତିରେ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ସାମାନ୍ୟ ବର୍ଷା ହେଲେ କାଦୁଅ ଓ ପାଣି ଜମି ଯାତାୟାତ ବାଧାପ୍ରାପ୍ତ ହେଉଥିବାରୁ ସ୍ଥାନୀୟ ବାସିନ୍ଦା ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଦୀର୍ଘଦିନ ଧରି ରାସ୍ତାର ମରାମତି କିମ୍ବା ପକ୍କାକରଣ କରାଯାଇନାହିଁ। ଫଳରେ ବର୍ଷା ଦିନରେ କାଦୁଅ ଭର୍ତ୍ତି ରାସ୍ତା ଦେଇ ଚାଲିବା ଏବଂ ଦୁଇଚକିଆ ଯାନ ଚଳାଚଳ କରିବା ବିପଦଜନକ ହୋଇପଡ଼ୁଛି। ସ୍କୁଲ୍ ଛାତ୍ରଛାତ୍ରୀ, ବୟସ୍କ ଓ ରୋଗୀମାନେ ବିଶେଷ ଅସୁବିଧାର ସମ୍ମୁଖୀନ ହେଉଥିବା ସେମାନେ କହିଛନ୍ତି। ବସ୍ତିବାସୀଙ୍କ କହିବା ଅନୁସାରେ, ସମସ୍ୟା ସମ୍ପର୍କରେ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ କର୍ତ୍ତୃପକ୍ଷ ଙ୍କ ତରଫରୁ ଏପର୍ଯ୍ୟନ୍ତ କୌଣସି ସ୍ଥାୟୀ ପଦକ୍ଷେପ ନିଆଯାଇନାହିଁ। ସ୍ଥାନୀୟ ଲୋକମାନେ ତୁରନ୍ତ ରାସ୍ତାର ମରାମତି ଓ ପକ୍କାକରଣ କରି ଯାତାୟାତ ସୁବିଧା ସୁନିଶ୍ଚିତ କରିବାକୁ ପ୍ରଶାସନ ନିକଟରେ ଦାବି କରିଛନ୍ତି।

Bhubaneswar (ଭୁବନେଶ୍ୱର)ରିପୋର୍ଟ: ସୁକାନ୍ତ ପ୍ରଧାନ, ଭୁବନେଶ୍ୱର