ଭଦ୍ରକରୁ ତାଳଚେର ଯାଇ ସ୍ୱାମୀଜୀଙ୍କ ଜନ୍ମ ଶତବାର୍ଷିକ ମହୋତ୍ସବରେ ସାମିଲ ହେଲେ ବିପିନ ବିହାରୀ ପଣ୍ଡା
Bhadrak (ଭଦ୍ରକ)ରିପୋର୍ଟ :ଶିଶିର କୁମାର ସ୍ୱାଇଁAugust 22, 202658 views

ଭଦ୍ରକ, ଅଗଷ୍ଟ ୨୨: ପବିତ୍ର ଶ୍ରାବଣ ଶୁକ୍ଳ ନବମୀ ତିଥି ଅବସରରେ ବେଦାନ୍ତ କେଶରୀ ପରମପୂଜ୍ୟ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜନ୍ମ ଶତବାର୍ଷିକ ମହୋତ୍ସବ ଅନୁଗୁଳ ଜିଲ୍ଲା ତାଳଚେର ଅନ୍ତର୍ଗତ ଗୁରୁଜାଙ୍ଗ ଗ୍ରାମରେ ଭକ୍ତି ଓ ଶ୍ରଦ୍ଧାର ସହ ପାଳିତ ହୋଇଛି।
ଏହି ପବିତ୍ର ଅବସରରେ ଭଦ୍ରକ ଜିଲ୍ଲାରୁ ଯାଇ ଓଡ଼ିଶା ପ୍ରାନ୍ତ ବଜରଙ୍ଗ ଦଳ ତଥା ବିଶ୍ୱ ହିନ୍ଦୁ ପରିଷଦର କାର୍ଯ୍ୟକର୍ତ୍ତା ଶ୍ରୀ ବିପିନ ବିହାରୀ ପଣ୍ଡା ସ୍ୱାମୀଜୀଙ୍କ ଜନ୍ମସ୍ଥଳୀ ଗୁରୁଜାଙ୍ଗଠାରେ ପହଞ୍ଚି ଜନ୍ମ ଶତବାର୍ଷିକ ମହୋତ୍ସବରେ ସାମିଲ ହୋଇଥିଲେ। ସେ ସ୍ୱାମୀଜୀଙ୍କ ପବିତ୍ର ସ୍ମୃତି ପ୍ରତି ନିଜର ଶ୍ରଦ୍ଧା ଓ ଭକ୍ତି ନିବେଦନ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।
ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଓଡ଼ିଶାର ଆଧ୍ୟାତ୍ମିକ, ସାମାଜିକ ଓ ସେବା କ୍ଷେତ୍ରରେ ନିଜର ଅବଦାନ ରଖି ଅଗଣିତ ଲୋକଙ୍କ ହୃଦୟରେ ଅମର ହୋଇ ରହିଛନ୍ତି। ତାଙ୍କର ଜନ୍ମ ଶତବାର୍ଷିକୀ ଅବସରରେ ଜନ୍ମଭୂମି ଗୁରୁଜାଙ୍ଗରେ ଆୟୋଜିତ ଏହି ମହୋତ୍ସବ ତାଙ୍କ ଆଦର୍ଶ, ତ୍ୟାଗ, ସେବା ଓ ଆଧ୍ୟାତ୍ମିକ ଚେତନାକୁ ସ୍ମରଣ କରିବାର ଏକ ପବିତ୍ର ଅବସର ପାଲଟିଛି।
ଏହି ଅବସରରେ ଶ୍ରୀ ପଣ୍ଡା ସ୍ୱାମୀଜୀଙ୍କ ଆଦର୍ଶ ଓ ଚିନ୍ତାଧାରାକୁ ସମାଜରେ ଆହୁରି ବ୍ୟାପକ କରିବା ସହ ଯୁବପିଢ଼ି ତାଙ୍କ ଜୀବନ ଓ ତ୍ୟାଗରୁ ପ୍ରେରଣା ନେବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ।
