ନିଶାଦ୍ରବ୍ୟ ଜବତ, ନାବାଳକ ଅଭିଯୁକ୍ତ ଧରାପଡ଼ିଲା
Bhadrak (ଭଦ୍ରକ)ଶିଶିର ସ୍ୱାଇଁAugust 22, 202660 views

ଭଦ୍ରକ: ଧାମନଗର ଛକ ଅଞ୍ଚଳରେ ନିଶାଦ୍ରବ୍ୟ କାରବାର ଅଭିଯୋଗରେ ପୁରୁଣା ବଜାର ଥାନା ପକ୍ଷରୁ ଏକ NDPS ମାମଲା ରୁଜୁ କରାଯାଇଛି। ଏନେଇ PS Case No. 350, ତା. 20.08.2026ରେ NDPS Actର ଧାରା 21(b)/29(1) ଅନୁଯାୟୀ ମାମଲା ରୁଜୁ ହୋଇଛି।
ଏହି ଘଟଣାରେ ଚନ୍ଦନ ବଜାର ଅଞ୍ଚଳର SK ଅନିଶ ଓରଫ ନଦିମ (17)ଙ୍କୁ ଅଭିଯୁକ୍ତ କରାଯାଇଛି। ତାଙ୍କଠାରୁ ୯.୩୦ ଗ୍ରାମ ନିଶାଦ୍ରବ୍ୟ ଓ ଗୋଟିଏ ମୋଟରସାଇକେଲ ଜବତ କରାଯାଇଛି।
SI ରସ୍ମିତା ମଲ୍ଲିକଙ୍କ ଅଭିଯୋଗକ୍ରମେ ମାମଲା ରୁଜୁ ହୋଇଥିବା ବେଳେ SI କାର୍ତ୍ତିକ ଜେନା ତଦନ୍ତ କରୁଛନ୍ତି। ଏକ୍ସିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ଭାବେ ଶ୍ରୀ ଭରତ ପଲ୍ଲୀ ମହାଲିକ ଉପସ୍ଥିତ ଥିଲେ।
