ଉମେଶ ଖିଲାରଙ୍କ ଦେହାନ୍ତରେ OMWU ସଭାପତିଙ୍କ ଶୋକ ପ୍ରକାଶ: ଅନ୍ତିମ ଦର୍ଶନ କରି ପରିବାରକୁ ଜଣାଇଲେ ସମବେଦନା
Jajpur (ଯାଜପୁର)ଅନିଲ କୁମାର ଜେନାAugust 22, 202612 views

ସୁକିନ୍ଦା, ୨୨/୦୮: ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମାନତିରା ଗ୍ରାମପଞ୍ଚାୟତର ରାବଣା ଗ୍ରାମର ଶ୍ରୀ ଉମେଶ ଖିଲାରଙ୍କ ଦେହାନ୍ତରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ବିୟୋଗ ଖବର ପାଇ OMWU ସଭାପତି ସବ୍ୟସାଚୀ ବଳସାମନ୍ତ ଶୋକସନ୍ତପ୍ତ ପରିବାରଙ୍କ ନିକଟରେ ପହଞ୍ଚି ଶୋକ ପ୍ରକାଶ କରିଛନ୍ତି।
ଶ୍ରୀ ବଳସାମନ୍ତ ଉମେଶ ଖିଲାରଙ୍କ ବାସଭବନରେ ପହଞ୍ଚି ମୃତଦେହର ଅନ୍ତିମ ଦର୍ଶନ କରିବା ସହ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏଥିସହ ଶୋକାକୁଳ ପରିବାରବର୍ଗଙ୍କୁ ସାନ୍ତ୍ୱନା ଦେଇ ଏହି ଦୁଃଖଦ ସମୟରେ ପରିବାର ସହ ସେ ରହିଥିବା କହିଥିଲେ।
ଏହି ଅବସରରେ ସେ ଦିବଂଗତ ଉମେଶ ଖିଲାରଙ୍କ ଅମର ଆତ୍ମାର ସଦ୍ଗତି ଓ ଶାନ୍ତି କାମନା କରିବା ସହ ଶୋକସନ୍ତପ୍ତ ପରିବାରକୁ ଏହି ଅପୂରଣୀୟ ଦୁଃଖକୁ ସହିବା ପାଇଁ ଭଗବାନ ଧୈର୍ଯ୍ୟ ଓ ଶକ୍ତି ପ୍ରଦାନ କରନ୍ତୁ ବୋଲି ପ୍ରାର୍ଥନା କରିଥିଲେ।
