ବିପଦ ସଙ୍କୁଳ ଜର୍ଜର ଅବସ୍ଥାରେ ବିଶ୍ରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଛାତରୁ ପାଣି ଗଳୁଛି, ପାଠ ପଢା ରେ ବ୍ୟାଘାତ,ମରାମତି ପାଇଁ ଦାବି
Sundargarh (ସୁନ୍ଦରଗଡ଼)ମୁକେଶ ମାହାତୋAugust 22, 202623 views

ସୁନ୍ଦରଗଡ ଜିଲ୍ଲାର ସୀମାନ୍ତ ବିଶ୍ରା ସହରରେ ଏକ ମାତ୍ର ପ୍ରତିଷ୍ଟିତ ସର୍ବ ପୁରାତନ ଓଡ଼ିଆ ବିଦ୍ୟାଳୟ ଭାବରେ ପରିଚିତ ସରକାରୀ ଟା ଉ ନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବିପଦ ସଙ୍କୁଳ ଜର୍ଜର ଅବସ୍ଥାରେ ପଡ଼ି ରହିଥିବା ବେଳେ ଛାତ ରୁ ପାଣି ଗଲୁ ଥିବାରୁ ପାଠ ପଢ଼ା ରେ ବ୍ୟାଘାତ ସୃଷ୍ଟି ହୋଇଛି, ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ମରାମତି ପାଇଁ ଦାବି କରିଛନ୍ତି,ସୂଚନା ଅନୁଯାୟୀ ଏହି ବିଦ୍ୟାଳୟ ରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ା ହେଉଥିବା ବେଳେ ସରକାର ଏହି ସର୍ବ ପୁରାତନ ଓଡ଼ିଆ ମାଧ୍ୟମ ବିଦ୍ୟାଳୟ ରେ ମୋଟ ଦଶଟି ଶ୍ରେଣୀ ଗୃହ ନିର୍ମାଣ କରାଯାଇ ପାଠ ପଢ଼ା ହେଉଥିବା ବେଳେ କେବଳ ପ୍ରଧାନ ଶିକ୍ଷକ ଙ୍କ ଅଫିସ ଓ କମନ୍ ରୁମ୍ ଛାଡ଼ିଦେଲେ ଅନ୍ୟ ସବୁ ଶ୍ରେଣୀ ଗୃହ ଗୁଡ଼ିକ ବିପଦ ଅବସ୍ଥାରେ ପଡ଼ି ରହିଛି, ଛାତରୁ ପାଣି ଗଳୁଛି, ଛାତ୍ର ଛାତ୍ରୀ ମାନେ ବସିବାକୁ ସ୍ଥାନ ନାହିଁ, ଯାହା ଫଳରେ ପାଠ ପଢ଼ା ରେ ବ୍ୟାଘାତ ସୃଷ୍ଟି ହୋଇଛି, ଯାହା କି ବିଦ୍ୟାଳୟ କୋଠରୀ ମରାମତି ଅଭାବରୁ ପାଠ ପଢ଼ିବା ତ ଦୂରର କଥା ପିଲା ମାନେ ବସିବା ପାଇଁ କଷ୍ଟ ହେଉଛି,ଶ୍ରେଣୀ ଗୃହ ଗୁଡ଼ିକ ରେ ଛାତରୁ ପାଣି ଗଳି ବା ରୁ ଛାତ୍ର ଛାତ୍ରୀ ମାନେ ବସିବା ପାଇଁ ସ୍ଥାନ ନାହିଁ,ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଗଣ ଶିକ୍ଷା ବିଭାଗ ପକ୍ଷରୁ ପ୍ରତି ପଞ୍ଚାୟତରେ ଗୋଦା ବରିଶ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ଘୋଷଣା କରାଯାଇଥିବା ବେଳେ ବିଶ୍ରା ଗ୍ରାମପଞ୍ଚାୟତ ରେ ବିଶ୍ରା ସରକାରୀ ଟାଉନ୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁ ଚିହ୍ନଟ କରାଯାଇଛି,ଏହି ବିଦ୍ୟାଳୟ ପାଇଁ ବିଭାଗ ପକ୍ଷରୁ ସ୍ଥାନ ନିରୂପଣ କରିବା ପାଇଁ ତହସିଲ କୁ ଲିଖିତ ଭାବେ ଜଣାଇଛନ୍ତି,ତହସିଲ କାର୍ଯ୍ୟାଳୟ ପକ୍ଷରୁ ଯେ ଉ ସ୍ଥାନ ନିରୂପଣ ବା ଚିହ୍ନଟ କରାଯାଇଛି ତାହା ବହୁ ଦୂରରେ ଅବସ୍ଥିତ, ସେଥି ପାଇଁ ଅବିଭାବକ ମାନେ ଅଭିଯୋଗ କରିଛନ୍ତି ଯେ ଯଦି ଉକ୍ତ ଆଦର୍ଶ ବିଦ୍ୟାଳୟ ସେଠାରେ ନିର୍ମାଣ କାର୍ଯ୍ୟ କରାଯାଏ ତାହା ହେଲେ ଛୋଟ ଛୋଟ ପିଲା ମାନଙ୍କୁ ପଠାଇବା ସହଜ ହେବ ନାହିଁ ବୋଲି ପ୍ରକାଶ କରିଛନ୍ତି, ଏହି ବିଦ୍ୟାଳୟ ଜର୍ଜର ଓ ବିପଦ ସଙ୍କୁଳ ଅବସ୍ଥାରେ ଥିବା ସମସ୍ୟା ଶିକ୍ଷା ଅଧିକାରୀ ବ୍ଲକ ପ୍ରଶାସନ ରାଜନୈତିକ ନେତା ମାନେ ଅବଗତ ଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ ।ସେହି ପରି ବିଦ୍ୟାଳୟ ର ପାଚେରୀ ବର୍ଷା ରେ ଭାଙ୍ଗି ପଡ଼ି ଥିବା ବେଳେ ଅସାମାଜିକ ଯୁବକ ମାନେ ପଶି ପରିବେଶ ଦୂଷିତ କରୁଛନ୍ତି। ପରିଚାଳନା କମିଟି ର ସଦସ୍ୟ ମାନେ ଅଭିଯୋଗ କରିଛନ୍ତି ଯେ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି କେବେ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ ତାହା ମଧ୍ୟ ସନ୍ଧେୟ ରେ, ତଥାପି ସେମାନେ ଦାବି କରିଛନ୍ତି ଯେ ଯେ ଉ ସ୍ଥାନରେ ବିଦ୍ୟାଳୟ ପ୍ରତିଷ୍ଠା ହୋଇଛି ପାଠ ପଢ଼ା ଚାଲିଛି ଉକ୍ତ ସ୍ଥାନରେ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ନିର୍ମାଣ କାର୍ଯ୍ୟ କରିବାକୁ ସାଧାରଣରେ ଦାବି ହେଉଛି, ତା ସହିତ ବର୍ତ୍ତମାନ ଉକ୍ତ ବିଦ୍ୟାଳୟ ଜର୍ଜର ଅବସ୍ଥାରେ ପଡ଼ି ରହିଥିବା ବେଳେ ତାକୁ ମରାମତି କରାଗଲେ ପାଠ ପଢା ରେ ବ୍ୟାଘାତ ସୃଷ୍ଟି ହେବ ନାହିଁ ବୋଲି ପ୍ରକାଶ କରିଛନ୍ତି, ଯେ ପର୍ଯ୍ୟନ୍ତ ଆଦର୍ଶ ବିଦ୍ୟାଳୟ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନାହିଁ ସେ ପର୍ଯ୍ୟନ୍ତ ପାଠ ପଢ଼ା ହେଉଥିବା ବିଦ୍ୟାଳୟ ର ଶ୍ରେଣୀ ଗୃହ ଗୁଡ଼ିକ ମରାମତି କାର୍ଯ୍ୟ କରାଗଲେ ଛାତ୍ର ଛାତ୍ରୀ ମାନେ ବସିବା ପାଇଁ ସ୍ଥାନ ମିଳିବା ସହ ସୁରୁଖୁରୁରେ ପାଠ ପଢ଼ି ପାରିବେ ବୋଲି ଅବିଭାବକ ମାନେ ଦାବି କରିଛନ୍ତି।
