--:--:--
-- ---
Srishti News

Web News

Two Drivers Seriously Injured in Head-On Collision Near Haripur
Aug 18, 2026•71 views

Two Drivers Seriously Injured in Head-On Collision Near Haripur

Komna, Nuapada: A serious road accident took place on Tuesday near Haripur under Komna block of Nuapada district, on National Highway-353. A Swift Dzire car and a Tata Ace (“Chhota Hathi”) collided head-on, leaving both drivers seriously injured. According to information, the Swift Dzire reportedly belongs to a medicine shop owner from Khariar. The Tata Ace, on the other hand, is said to be from the Kantabanji area. The impact of the collision left the Tata Ace driver with a fractured leg. He was rescued and immediately shifted to the Komna Community Health Centre for treatment. The driver of the Swift Dzire also sustained serious injuries and was subsequently taken to Mission Hospital in Khariar for medical treatment. Following the accident, Komna Police reached the spot and inspected both vehicles. Police have initiated an investigation to ascertain the exact circumstances that led to the head-on collision. The precise cause of the accident is yet to be established, and further investigation by the police is underway.

Nuapada (ନୂଆପଡ଼ା) • Report: Malaya Meher, DC

ଶ୍ରାବଣ ମାସର ତୃତୀୟ ସୋମବାରରେ ଅଷ୍ଟଶମ୍ଭୁ ପୀଠରେ ଭକ୍ତଙ୍କ ଭିଡ଼
Aug 18, 2026•15 views

ଶ୍ରାବଣ ମାସର ତୃତୀୟ ସୋମବାରରେ ଅଷ୍ଟଶମ୍ଭୁ ପୀଠରେ ଭକ୍ତଙ୍କ ଭିଡ଼

ବରଗଡ -ଶ୍ରାବଣ ମାସର ତୃତୀୟ ସୋମବାର ତା ୧୭/୦୮/୨୬ ରିଖ ଦିନ ବରଗଡ ଜିଲ୍ଲା ର ପ୍ରମୁଖ ଅଷ୍ଟଶମ୍ଭୁ ପୀଠ ସୋର୍ଣ୍ଣା ସ୍ଥିତ ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵର ବାବାଙ୍କ ମନ୍ଦିରରେ ମା ମାହେଶ୍ୱରୀ ସେନା ତରଫରୁ ମନ୍ଦିରକୁ ଦର୍ଶନ ପାଇଁ ଆସୁଥିବା ଭକ୍ତ ତଥା ମାନସିକ ପାଇଁ ପାଣି ଢ଼ାଳିବା ପାଇଁ ଆସୁଥିବା ବୋଲବମ ଭକ୍ତ ମାନଂକୁ ଅନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲା l ପ୍ରାୟ ୫ ହଜାର ଭକ୍ତମାନଂକୁ ପ୍ରସାଦ ବଣ୍ଟନ କରାଯାଇଥିଲା l ଏହି ବଣ୍ଟନ କାର୍ଯ୍ୟକ୍ରମରେ ଅତାବିରା ପୋଲିସ ଷ୍ଟେସନର ଆଇ ଆଇଆଇସି ଶ୍ରୀଯୁକ୍ତ ପ୍ରକାଶ କର୍ଣ୍ଣ,ଜିଲ୍ଲା ଡୁମାଲ ପରିଷଦ, ବରଗଡ଼ ର ସଭାପତି ଶ୍ରୀଯୁକ୍ତ ଗଣେଶ ପ୍ରଧାନ, ସମ୍ବଲପୁର ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ସଭାପତି ଶ୍ରୀଯୁକ୍ତ ନରେନ୍ଦ୍ର ପ୍ରଧାନ, ସରଳା କେନ୍ଦ୍ର ଡୁମାଲ ସମାଜର ସଭାପତି ଶ୍ରୀଯୁକ୍ତ କରମଚାନ୍ଦ ପ୍ରଧାନଓ ମା ମାହେଶ୍ୱରୀ ସେନାର ସମସ୍ତ ସଦସ୍ୟମାନେ ଉପସ୍ଥିତ ରହି ପ୍ରସାଦ ବଣ୍ଟନରେ ସାହାଯ୍ୟ ସହଯୋଗ କରିଥିଲେ l ଅନ୍ନପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମରେ ଆର୍ଥିକ ଓ ଶାରୀରିକ ଭାବେ ସାହାଯ୍ୟ ସହଯୋଗ କରିଥିବା ଜାତିଭାଇ ତଥା ବ୍ୟକ୍ତିବିଶେଷଙ୍କୁ ମାଁ ମାହେଶ୍ୱରୀ ସେନା ତରଫରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା l

Bargarh (ବରଗଡ଼) • ରିପୋର୍ଟ -ବଂଶୀଧର ନାୟକ

*ନିଶାମୁକ୍ତ ଭାରତ ଅଭିଯାନର ସଫଳତା ପାଇଁ ଜିଲ୍ଲାର ସମସ୍ତ ଅନୁଷ୍ଠାନ ଶପଥ ପାଠ*
Aug 18, 2026•12 views

*ନିଶାମୁକ୍ତ ଭାରତ ଅଭିଯାନର ସଫଳତା ପାଇଁ ଜିଲ୍ଲାର ସମସ୍ତ ଅନୁଷ୍ଠାନ ଶପଥ ପାଠ*

ବରଗଡ -ନିଶାମୁକ୍ତ ଭାରତ ଅଭିଯାନର ଷଷ୍ଠ ବାର୍ଷିକୀ ପାଳନର ଅଂଶ ଭାବେ ଆଜି ସାରା ଦେଶରେ ନିଶା ବିରୋଧୀ ଜାତୀୟ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ନିଶା ବିରୋଧରେ ସାମୂହିକ ସଂକଳ୍ପ ମାଧ୍ୟମରେ ନାଗରିକଙ୍କୁ ସଚେତନ କରିବା ଏବଂ ନିଶାମୁକ୍ତ ଭାରତର ପରିକଳ୍ପନାକୁ ସୁଦୃଢ଼ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ସୁସ୍ଥ ଓ ପ୍ରଗତିଶୀଳ ସମାଜ ଗଠନରେ ଯୁବପିଢ଼ିର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବାରୁ ଅଭିଯାନରେ ବିଶେଷ ଭାବେ ଯୁବବର୍ଗଙ୍କୁ ଏହି ଅଭିଯାନରେ ସାମିଲ କରାଯାଉଛି। ନିଶାଦ୍ରବ୍ୟର କୁପ୍ରଭାବ ସମ୍ପର୍କରେ ଛାତ୍ରଛାତ୍ରୀ, ଯୁବକଯୁବତୀ, ମହିଳା, ସରକାରୀ କର୍ମଚାରୀ ଓ ସାଧାରଣ ଜନତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି ସହ ନିଶା ନିବାରଣ ଦିଗରେ ସାମୂହିକ ପ୍ରୟାସକୁ ଏହି ଅଭିଯାନ ଗୁରୁତ୍ୱ ଦେଉଛି। ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶାନୁସାରେ ଜିଲ୍ଲା, ବ୍ଲକ ଓ ସହରାଞ୍ଚଳ ସ୍ତରରେ ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ, ବେସରକାରୀ ଓ ସରକାରୀ ଅନୁଷ୍ଠାନ ସମେତ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଅଧିକରୁ ଅଧିକ ଲୋକଙ୍କୁ ଏହି ଅଭିଯାନରେ ସାମିଲ କରାଯାଉଛି। ଏଥିସହ ଜନସାଧାରଣଙ୍କୁ ନିଶାମୁକ୍ତ ଭାରତ ଅଭିଯାନର ଇ-ଶପଥ (e-Pledge) ଗ୍ରହଣ କରି ଅଂଶଗ୍ରହଣ ପ୍ରମାଣପତ୍ର ଡାଉନଲୋଡ୍ କରିବାକୁ ମଧ୍ୟ ଉତ୍ସାହିତ କରାଯାଉଛି। ଏହି ଅବସରରେ ଆଜି ବରଗଡ଼ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ଏବଂ ସରକାରୀ କାର୍ଯ୍ୟଳୟରେ ଛାତ୍ରଛାତ୍ରୀ ଏବଂ କର୍ମଚାରୀଙ୍କ ସାମୁହିକ ଶପଥପାଠ କରିଛନ୍ତି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ନିଶା ବିରୋଧୀ ଜାତୀୟ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ବରଗଡ଼ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ ସମସ୍ତ କର୍ମଚାରୀଙ୍କୁ ଶପଥ ପାଠ କରାଇଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହେନ୍ଦ୍ର ମହାପାତ୍ରଙ୍କ ସମେତ ଜିଲ୍ଲାପାଳ କାର୍ଯ୍ୟାଳୟର ବିଭିନ୍ନ ଅଧିକାରୀ ଓ କର୍ମଚାରୀ ଏଥିରେ ଉପସ୍ଥିତ ରହି ଶପଥ ଗ୍ରହଣ କରିଥିଲେ। ଏହି ଅବସରରେ ଅଧିକାରୀ ଓ କର୍ମଚାରୀମାନେ ନିଜେ ନିଶାମୁକ୍ତ ରହିବା ସହ ନିଜ ପରିବାର, ବନ୍ଧୁବର୍ଗ ଓ ସମାଜକୁ ନିଶା ସେବନରୁ ଦୂରେଇ ରଖିବା ପାଇଁ ଶପଥ ନେଇଥିଲେ। ଏଥିସହ ନିଜ ଜିଲ୍ଲା, ରାଜ୍ୟ ଓ ଦେଶକୁ ନିଶାମୁକ୍ତ ରଖିବା ଦିଗରେ ନିଜ ସାମର୍ଥ୍ୟ ଅନୁଯାୟୀ ସମସ୍ତ ପ୍ରକାର ସମ୍ଭବ ପ୍ରୟାସ କରିବାକୁ ସେମାନେ ପ୍ରତିଜ୍ଞା କରିଥିଲେ। ନିଶାମୁକ୍ତ ଓ ସୁସ୍ଥ ସମାଜ ଗଠନ ପାଇଁ ଜିଲ୍ଲାର ସମସ୍ତ ବର୍ଗର ଜନସାଧାରଣ, ବିଶେଷକରି ଯୁବପିଢ଼ି, ଏହି ଅଭିଯାନରେ ସକ୍ରିୟ ଭାବେ ସାମିଲ ହୋଇ ନିଶାମୁକ୍ତ ବରଗଡ଼ ଗଠନରେ ସହଯୋଗ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆହ୍ୱାନ କରାଯାଇଛି।

Bargarh (ବରଗଡ଼) • ରିପୋର୍ଟ -ବଂଶୀଧର ନାୟକ

ନଗର ବିକାଶ ଆଧାରରେ   ପ୍ରତ୍ୟେକ ଛକ ଓ ରାସ୍ତା ଉନ୍ନତିକରଣ କରିବାକୁ କାଉନସିଲର ଙ୍କ ଦାବି
Aug 18, 2026•13 views

ନଗର ବିକାଶ ଆଧାରରେ ପ୍ରତ୍ୟେକ ଛକ ଓ ରାସ୍ତା ଉନ୍ନତିକରଣ କରିବାକୁ କାଉନସିଲର ଙ୍କ ଦାବି

ଭୁବନ ୧୮.୮- ନଗର ବିକାଶ ଆଧାରରେ ପ୍ରତ୍ୟେକ ଛକ ଓ ରାସ୍ତା ଉନ୍ନତିକରଣ କରିବାକୁ ୧ ନମ୍ବର ୱାର୍ଡ କାଉନସିଲର ଗିରିଧାରୀ ସାହୁ ଦାବି କରିଛନ୍ତି। ଢ଼େଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଦେଇଥିବା ଦାବି ପତ୍ରରେ କାଉନସିଲର ଶ୍ରୀଯୁକ୍ତ ସାହୁ ଉଲ୍ଲେଖ କରିଛନ୍ତି ଯେ,ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ସବୁଠାରୁ ଶିକ୍ଷିତ ଓ ସଚେତନ ୱାର୍ଡ ଭାବେ ପରିଚିତ ୱାର୍ଡ ନଂ ୧ ଗୋଟିଏ ରାଜସ୍ୱ ଗ୍ରାମ ଟୋଲକବେରେଣୀ , ୟୁନିଟ୍ ନଂ ୫ ଓ ଜନସଂଖ୍ୟା ପ୍ରାୟ ୪ ହଜାର ଅଟେ । ଭୁବନ ସହରରେ ପରିବାର ବୃଦ୍ଧି ପାଇବା ଓ ଜନ ସଂଖ୍ୟା ଅଧିକ ହେବା କାରଣରୁ ସେମାନଙ୍କ ମଧ୍ୟରୁ କିଛି ପରିବାର ଏହି ମୌଜାରେ ଘର କରି ରହିଲେ । ମାଷ୍ଟର ପ୍ଲାନ ଆଧାରରେ ରାସ୍ତା ଓ ଘର ନିର୍ମାଣ ହୋଇଅଛି । ଏହି ୱାର୍ଡରେ ପଞ୍ଚାୟତ ସମିତି କାର୍ଯ୍ୟାଳୟ ,ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ,ଡାକ ବଙ୍ଗଳା,ଜନସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ,ରାଜସ୍ୱ ନିରୀକ୍ଷକ ଙ୍କ କାର୍ଯ୍ୟଳୟ , ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟ,ଦୁଇଟି ଉଚ୍ଚ ବିଦ୍ୟାଳୟ ଓ ଗୋଟିଏ ପ୍ରାଥମିକ ବିଦ୍ୟାଳୟ , ୪ ଟି ଅଙ୍ଗନୱାଡି କେନ୍ଦ୍ର ,ବଡ ବଡ ବାଣିଜ୍ୟ ସ୍ଥଳି (ସପିଙ୍ଗ ମଲ୍) , ୪ଗୋଟି ଜାତୀୟ କରଣ ବ୍ୟାଙ୍କ ଇତ୍ୟାଦି ରହିଅଛି । ଅନ୍ୟ ୱାର୍ଡର ରାସ୍ତା ଠାରୁ ଏହି ୱାର୍ଡର ରାସ୍ତା ଚଉଡା ଅଟେ । ସରକାରଙ୍କ ଯୋଜନା ଅନୁଯାୟୀ ମୁଖ୍ୟ ରାସ୍ତା ପାର୍ଶ୍ୱରେ ପାଦଚଲା ରାସ୍ତା, ରାସ୍ତାପାର୍ଶ୍ବ ବୃକ୍ଷ ରୋପଣ , ବିଶ୍ରାମ ଚେୟାର ଆଦି ରହିବାର ଏକମାତ୍ର ଯୋଗ୍ୟ ୱାର୍ଡ ଅଟେ । ବର୍ତ୍ତମାନ ଏହି ୱାର୍ଡର ମୁଖ୍ୟରାସ୍ତା ଟି ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ଏହାକୁ ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ କରିବା ସହ ଜନସଂଖ୍ୟା ବୃଦ୍ଧି, ଗାଡ଼ି ମୋଟର ବୃଦ୍ଧି କାରଣରୁ ସରକାରଙ୍କ ବିଭିନ୍ନ ଉନ୍ନତି ମୂଳକ ଯୋଜନା ଅନୁଯାୟୀ ଏହି ୱାର୍ଡ କୁ ଉନ୍ନତି କରିବା ପାଇଁ କାଉନସିଲର ଶ୍ରୀଯୁକ୍ତ ଗିରିଧାରୀ ସାହୁ ଦାବି କରିବା ସହ ଏହାର ଏକ କପି ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କୁ ମଧ୍ୟ ପ୍ରଦାନ କରିଛନ୍ତି ।

Dhenkanal (ଢେଙ୍କାନାଳ) • ସୁଶାନ୍ତ କୁମାର ପୋଥାଳ

ଯୌତୁକ ନିଷେଧ ଅଧିନିୟମ ସଂପର୍କିତ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
Aug 18, 2026•14 views

ଯୌତୁକ ନିଷେଧ ଅଧିନିୟମ ସଂପର୍କିତ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଢେ଼ଙ୍କାନାଳ ଜିଲ୍ଲାପାଳ ଙ୍କ ସଦଭାବନା ସଭାଗୃହ ଠାରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ଯୌତୁକ ଅଧିନିୟମ-୧୯୬୧ ସଂପର୍କିତ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ସଙ୍ଗୀତା କୁମାରୀ ପାତ୍ର ସମସ୍ତଙ୍କୁ ସ୍ଵାଗତ ଜଣାଇ ଏହି ଶିବିର ଆୟୋଜନ ସଂପର୍କରେ ପ୍ରାରମ୍ଭିକ ସୂଚ଼ନା ପ୍ରଦାନ କରିଥିଲେ । ଏହି ଶିବିରରେ ଡ଼ି.ଏସ.ପି. ଶ୍ରୀମତୀ ସୁଷମା ପ୍ରଧାନ, ମେଡ଼ିକାଲ ଅଫିସର୍ ଡାକ୍ତର ଶାନ୍ତନୁ କୁମାର ଟୁଡୁ , ଆଇନଜିବୀ ଶ୍ରୀ ହରିହର ପଣ୍ଡା, ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ରୁକ୍ମୁଣୀ ସାହୁ, ସୁରକ୍ଷା ଅଧିକାରୀ ଶ୍ରୀମତୀ ପଙ୍କଜିନୀ କର, ୟୁନିସେଫ୍ ର ଯୁଗ୍ମ ଜିଲ୍ଲା ସଂଯୋଜିକା ଶ୍ରୀମତୀ ସଂଧ୍ୟାରାଣୀ ନାୟକଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, ସମସ୍ତ ସି.ଡ଼ି.ପି.ଓ., ସୁପରଭାଇଜର, ଅଙ୍ଗନୱାଡ଼ି କର୍ମୀ, ଏନ.ଜି.ଓ. ର କର୍ମକର୍ତ୍ତା ଓ କିଶୋରୀ ବାଳିକାମାନେ ଯୋଗ ଦେଇଥିଲେ । ଯୌତୁକ ଜନିତ ନିର୍ଯ୍ୟାତନା ଓ ହିଂସା ପ୍ରମାଣିତ ହେଲେ ଭରଣ ପୋଷଣ ଦେବା, ଜେଲ୍ , ଜୋରିମାନା ଏପରିକି ଆଜୀବନ କାରାଦଣ୍ଡର ନିୟମ ରହିଛି । ଯୌତୁକ ମାଗିବା ଓ ଯୌତୁକ ଦେବା ଉଭୟ ଦୋଷାବହ, ଏହାକୁ ସମସ୍ତେ ବିରୋଧ କରିବା ଉଚ଼ିତ୍ । ଯୌତୁକ ଜନିତ ଶାରିରୀକ ଓ ମାନସିକ ନିର୍ଯାତନା ଓ ହିଂସା ସାମାଜିକ ସ୍ତରରେ କାର୍ଯ୍ୟକାରୀ ନ ହୋଇପାରିଲେ ଏହା ଫଳଶୂନ୍ୟ, କିଶୋର-କିଶୋରୀମାନେ ଶିକ୍ଷିତ ହୋଇ ଆତ୍ମନିର୍ଭରଶୀଳ ହେବା ଜରୁରୀ ବୋଲି ଶିବିରରେ ଆଲୋଚ଼ନା ହୋଇଥିଲା । କିଶୋର- କିଶୋରୀ କ୍ଲବ୍ ଗଠନ କରାଯାଇ, ସୋସିଆଲ ମିଡିଆରେ ପ୍ରଚାର ପ୍ରସାର କରି, ସେମାନଙ୍କୁ ସଚ଼େତନ କରାଇବା ସହିତ ତୃଣମୂଳ ସ୍ତରୀୟ କର୍ମୀମାନଙ୍କ ପ୍ରତ୍ୟକ୍ଷ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଆଲୋଚନା ହୋଇଥିଲା । ବାଲ୍ଯ ବିବାହ ଓ କନ୍ୟା ଚାଲାଣ ରୋକିବା, ସ୍ୱଳ୍ପ ବୟସରେ ଗର୍ଭ ଧାରଣ ନ କରିବା, ଶିଶୁ ଶ୍ରମିକ ଉଚ୍ଛେଦ ,ଘରୋଇ ହିଂସା ଆଦି ସଂପର୍କରେ ଅଧିକାରୀ ମାନେ ଆଲୋଚନା କରିଥିଲେ । କିଶୋର- କିଶୋରୀମାନେ ସରକାରୀ ଯୋଜନାରେ ଥିବା ସମସ୍ତ ସୁବିଧା ସୁଯୋଗ ସଂପର୍କରେ ଅବଗତ ହୋଇ ନିଜେ ନିଜର ଭବିଷ୍ୟତ ଗଠନ କରିବାକୁ ପରାମର୍ଶ ଦେଇଥିଲେ । କୌଣସି ପ୍ରକାରର ନିର୍ଯ୍ୟାତନାର ଶିକାର ହେଲେ ହେଲପ୍ ଲାଇନ୍ ନମ୍ବର ୧୧୨ ରେ ପୋଲିସ ବିଭାଗକୁ, ନିର୍ଯ୍ୟାତିତା ମହିଳାମାନେ ହେଲପ୍ ଲାଇନ୍ ୧୮୧ ରେ ଏବଂ ଶିଶୁ ନିର୍ଯ୍ୟାତନା ରୋକିବାକୁ ହେଲ୍ପଲାଇନ ନମ୍ବର ୧୦୯୮ ରେ ଯୋଗାଯୋଗ କରି ନିଜର ସୁରକ୍ଷା ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଥିଲା ।

Dhenkanal (ଢେଙ୍କାନାଳ) • ସୁଶାନ୍ତ କୁମାର ପୋଥାଳ

ଖଣିଜ ଆଇନ ସଂଶୋଧନକୁ ପ୍ରଫୁଲ୍ଲ ସାମନ୍ତରାଙ୍କ ବିରୋଧ, ରାଜ୍ୟର ଅଧିକାର ଓ ପରିବେଶ ସୁରକ୍ଷା ଦାବି
Aug 18, 2026•16 views

ଖଣିଜ ଆଇନ ସଂଶୋଧନକୁ ପ୍ରଫୁଲ୍ଲ ସାମନ୍ତରାଙ୍କ ବିରୋଧ, ରାଜ୍ୟର ଅଧିକାର ଓ ପରିବେଶ ସୁରକ୍ଷା ଦାବି

ଭୁବନେଶ୍ୱର, ୧୮ ଅଗଷ୍ଟ: କେନ୍ଦ୍ର ସରକାରଙ୍କ ଖଣିଜ ସମ୍ପଦ ବିକାଶ ଓ ନିୟମ ସଂଶୋଧନ ଆଇନକୁ ନେଇ ତୀବ୍ର ବିରୋଧ ପ୍ରକାଶ କରିଛନ୍ତି ଜନ ଆନ୍ଦୋଳନ ନେତା ତଥା ଲୋକଶକ୍ତି ଅଭିଯାନର ରାଷ୍ଟ୍ରୀୟ ଆବାହକ ପ୍ରଫୁଲ୍ଲ ସାମନ୍ତରା। ମଙ୍ଗଳବାର ଭୁବନେଶ୍ୱର ଲୋହିଆ ଏକାଡେମୀରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ ଏହି ଆଇନ ଓଡ଼ିଶାର ଖଣିଜ ସମ୍ପଦ ଲୁଟ୍‌କୁ ତ୍ୱରାନ୍ୱିତ କରିବା ସହ ରାଜ୍ୟର ଅଧିକାରକୁ ଦୁର୍ବଳ କରିବ ବୋଲି ଅଭିଯୋଗ କରିଛନ୍ତି। ସାମନ୍ତରାଙ୍କ ଅଭିଯୋଗ ଅନୁଯାୟୀ, ଯଥେଷ୍ଟ ଆଲୋଚନା ଓ ରାଜ୍ୟମାନଙ୍କ ମତାମତକୁ ଗୁରୁତ୍ୱ ନଦେଇ ସଂସଦରେ ସଂଖ୍ୟାବଳ ଆଧାରରେ ଆଇନ ପାରିତ କରାଯିବା ଦେଶର ସଂଘୀୟ ବ୍ୟବସ୍ଥା ପାଇଁ ଚିନ୍ତାଜନକ। ଓଡ଼ିଶାର ସାଂସଦମାନେ ରାଜ୍ୟର ଦୀର୍ଘମିଆଦୀ ସ୍ୱାର୍ଥକୁ ବିଚାର ନକରି ଏହାକୁ ସମର୍ଥନ କରିଥିବା ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ, ସଂଶୋଧନ ଆଇନ ଯୋଗୁଁ ରାଜ୍ୟର ଅତିରିକ୍ତ ଟିକସ ଆଦାୟ ଅଧିକାର ଓ ପୂର୍ବ ବକେୟା ଆଦାୟ ଅଧିକାର ପ୍ରଭାବିତ ହୋଇପାରେ। ଏହା ଫଳରେ ଓଡ଼ିଶା ପ୍ରତିବର୍ଷ ଅତି କମରେ ୧୫ ହଜାର କୋଟି ଟଙ୍କାର ରାଜସ୍ୱ ହରାଇପାରେ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି। ଏହା ସୁପ୍ରିମକୋର୍ଟର ୯ ଜଣିଆ ଖଣ୍ଡପୀଠଙ୍କ ରାୟର ମୂଳ ଆତ୍ମାକୁ ମଧ୍ୟ ଦୁର୍ବଳ କରୁଛି ବୋଲି ସେ ଦାବି କରିଛନ୍ତି। ଅନ୍ୟପକ୍ଷରେ, ଶିଳ୍ପ ପାଇଁ ଦିଆଯାଇଥିବା ଖଣିଜର ଶତପ୍ରତିଶତ ଖୋଲା ବଜାରରେ ବିକ୍ରି ସୁଯୋଗ ମିଳିଲେ ଖଣିଜ ଉତ୍ତୋଳନ ବଢ଼ିବ ଏବଂ ଲୁହାପଥର, ବକ୍ସାଇଟ୍ ଓ କ୍ରୋମାଇଟ୍ ଭଳି ଖଣିଜ ସମ୍ପଦ ଦ୍ରୁତଗତିରେ ଶେଷ ହେବାର ଆଶଙ୍କା ରହିଛି ବୋଲି ସେ କହିଛନ୍ତି। ଖଣି ସମ୍ପ୍ରସାରଣରେ ପୁନଃ ନିଲାମ ଓ ଆବଶ୍ୟକ ପ୍ରକ୍ରିୟାକୁ ଏଡ଼ାଇବାର ସୁଯୋଗ ମିଳିଲେ ବଡ଼ କମ୍ପାନୀଙ୍କ ହାତରେ ଖଣିଜ ସମ୍ପଦ ଅଧିକ କେନ୍ଦ୍ରୀଭୂତ ହେବା ସହ ପରିବେଶ ଆଇନ, ଜଙ୍ଗଲ ଅଧିକାର ଆଇନ ଓ ସ୍ଥାନୀୟ ସମୁଦାୟର ଅଧିକାର ପ୍ରଭାବିତ ହେବ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି। ସାମନ୍ତରାଙ୍କ ଦାବି ଅନୁଯାୟୀ, ଏହାର ପ୍ରଭାବରେ ଓଡ଼ିଶାର ୧୭,୮୩୨ଟି ଆଦିବାସୀ ଗ୍ରାମ ଓ ପ୍ରାୟ ୧୪,୯୧,୩୯୯ ହେକ୍ଟର ଜମିର ଅଧିକାର ପ୍ରଭାବିତ ହେବାର ଆଶଙ୍କା ରହିଛି। ଅନିୟନ୍ତ୍ରିତ ଖଣିଜ ଉତ୍ତୋଳନ ଯୋଗୁଁ ଜଳ, ଜଙ୍ଗଲ, ଜମି, ନଦୀ, ଜୀବବିବିଧତା ଓ ଆଦିବାସୀ ସମୁଦାୟର ଜୀବିକା ଉପରେ ଗୁରୁତର ପ୍ରଭାବ ପଡ଼ିବ ବୋଲି ସେ କହିଛନ୍ତି। ଓଡ଼ିଶା ପାଇଁ ସଂରକ୍ଷଣ, ସଂଘୀୟ ବ୍ୟବସ୍ଥା, ସ୍ୱଚ୍ଛତା, ସମୁଦାୟର ଅଧିକାର, ପରିବେଶୀୟ ସୀମା ଓ ପିଢ଼ିଗତ ନ୍ୟାୟ ଉପରେ ଆଧାରିତ ଏକ ନୂତନ ଖଣିଜ ନୀତିର ଆବଶ୍ୟକତା ରହିଛି ବୋଲି ସାମନ୍ତରା କହିଛନ୍ତି। ଖଣିଜ ସମ୍ପଦ ଉପରେ ରାଜ୍ୟର ଅଧିକାର ଦୁର୍ବଳ ନକରିବା, ନିଲାମ ପ୍ରକ୍ରିୟାକୁ ଏଡ଼ାଇବାର ସୁଯୋଗ ନଦେବା ଏବଂ ଜଙ୍ଗଲ, ନଦୀ ଓ ଆଦିବାସୀ ସମୁଦାୟଙ୍କ ସ୍ୱାର୍ଥକୁ ସୁରକ୍ଷା ଦେବାକୁ ସେ ଦାବି କରିଛନ୍ତି। ଏହି ପ୍ରସଙ୍ଗରେ ବିରୋଧୀ ଦଳ, ସାମାଜିକ ସଂଗଠନ, ଆଦିବାସୀ ସମୁଦାୟ ଓ ସଚେତନ ନାଗରିକଙ୍କୁ ଏକଜୁଟ ହୋଇ ଜନ ଆନ୍ଦୋଳନ ଗଢ଼ିବାକୁ ସେ ଆହ୍ୱାନ ଦେଇଛନ୍ତି।

Bhubaneswar (ଭୁବନେଶ୍ୱର) • ସୁକାନ୍ତ ପ୍ରଧାନ

ବନ୍ୟା ଜଳ ଘେରରେ କଣ୍ଟିପୁର; ଭୟ ଓ ଆଶଙ୍କାରେ ଗ୍ରାମବାସୀ
Aug 18, 2026•31 views

ବନ୍ୟା ଜଳ ଘେରରେ କଣ୍ଟିପୁର; ଭୟ ଓ ଆଶଙ୍କାରେ ଗ୍ରାମବାସୀ

ଯାଜପୁର: ଲଗାଣ ବର୍ଷା ଯୋଗୁଁ ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଅନ୍ତର୍ଗତ ରଣପୁର ପଞ୍ଚାୟତର କଣ୍ଟିପୁର ଗ୍ରାମ ଏବେ ବନ୍ୟାଜଳ ଘେରରେ। ନଦୀର ଜଳସ୍ତର ବୃଦ୍ଧି ପାଇବା ସହ ଗ୍ରାମର ବିଭିନ୍ନ ଅଞ୍ଚଳରେ ବନ୍ୟାଜଳ ପ୍ରବେଶ କରିଥିବାରୁ ଲୋକେ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି। ଲଗାଣ ବର୍ଷା ଥମିବାର ନାଁ ନେଉନଥିବା ବେଳେ ନଦୀର ଜଳସ୍ତର ମଧ୍ୟ କମିବାର ନାଁ ନେଉନାହିଁ। ଫଳରେ ଗ୍ରାମବାସୀଙ୍କ ମଧ୍ୟରେ ବନ୍ୟା ଆଶଙ୍କା ଆହୁରି ବଢ଼ିଛି। ଜଳଘେରରେ ରହିଥିବା ପରିବାରଗୁଡ଼ିକ ଯାତାୟାତ, ପାନୀୟଜଳ ଓ ଦୈନନ୍ଦିନ ଆବଶ୍ୟକତାକୁ ନେଇ ଚିନ୍ତାରେ ରହିଛନ୍ତି। ବନ୍ୟା ପରିସ୍ଥିତି ଯଦି ଆହୁରି ବିଗିଡ଼େ, ତେବେ ଲୋକଙ୍କ ସୁରକ୍ଷା ନେଇ ଗୁରୁତର ସମସ୍ୟା ଉପୁଜିପାରେ। ତେଣୁ ପ୍ରଶାସନ ପକ୍ଷରୁ ତୁରନ୍ତ ପରିସ୍ଥିତିର ଆକଳନ କରି ଆବଶ୍ୟକ ରିଲିଫ୍‌, ଉଦ୍ଧାର ଓ ସୁରକ୍ଷା ବ୍ୟବସ୍ଥା କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

Jajpur (ଯାଜପୁର) • ବିଂଝାରପୁରରୁ ଉଦୟ ନାଥ ଜେନାଙ୍କ ସହ ରାଜୁ ଜେନାଙ୍କ ରିପୋର୍ଟ

ଅନୁଗୋଳରେ ପୋଲିସ କର୍ମଚାରୀ ବୈଠକ
Aug 18, 2026•79 views

ଅନୁଗୋଳରେ ପୋଲିସ କର୍ମଚାରୀ ବୈଠକ

ଅନୁଗୋଳ: ଅନୁଗୋଳ ଡିପିଓ ସମ୍ମିଳନୀ ହଲ୍‌ରେ ଏକ କର୍ମଚାରୀ ବୈଠକ ଓ ଆଲୋଚନା ସଭା ଅନୁଷ୍ଠିତ ହୋଇଛି। ଅନୁଗୋଳ ଆରକ୍ଷୀ ଅଧିକ୍ଷକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଅତିରିକ୍ତ ଏସ୍‌ପି, ବରିଷ୍ଠ ପୋଲିସ ଅଧିକାରୀ, ବିଭିନ୍ନ ଥାନାର ପ୍ରତିନିଧି, ପୋଲିସ ସଂଘର ସଦସ୍ୟ ଏବଂ ଡିପିଓର ମନ୍ତ୍ରୀସ୍ତରୀୟ କର୍ମଚାରୀମାନେ ଉପସ୍ଥିତ ଥିଲେ। ବୈଠକରେ ପୋଲିସ ବିଭାଗ ମଧ୍ୟରେ ସମନ୍ୱୟକୁ ଆହୁରି ସୁଦୃଢ଼ କରିବା, କର୍ମଚାରୀମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ କରିବା ସହ ପୋଲିସ ପ୍ରତିଷ୍ଠାନର କାର୍ଯ୍ୟକୁ ଅଧିକ ସୁଚାରୁ ଓ ପ୍ରଭାବଶାଳୀ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏଥିସହ ପ୍ରଶାସନିକ, କାର୍ଯ୍ୟକ୍ଷମ ଓ କର୍ମଚାରୀ ସମ୍ବନ୍ଧୀୟ ବିଭିନ୍ନ ବିଷୟ ନେଇ ଉପସ୍ଥିତ ଅଧିକାରୀ ଓ କର୍ମଚାରୀମାନଙ୍କ ସହ ଆଲୋଚନା କରାଯାଇଥିଲା। ପୋଲିସ ବିଭାଗର କାର୍ଯ୍ୟକୁ ଆହୁରି ସୁସଂଗଠିତ କରିବା ସହ କର୍ମଚାରୀଙ୍କ ସମସ୍ୟାର ସମାଧାନ କରିବା ଉପରେ ବୈଠକରେ ମତ ପ୍ରକାଶ ପାଇଥିଲା।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

Illegal Toddy Trade Busted in Sinapali: 350 Litres of Toddy and Bike Seized, Two Arrested
Aug 18, 2026•77 views

Illegal Toddy Trade Busted in Sinapali: 350 Litres of Toddy and Bike Seized, Two Arrested

Sinapali: In a major crackdown on the illegal trade of toddy, the Sinapali Excise Police conducted raids at two different locations and seized 350 litres of toddy along with a motorcycle. Two persons were arrested in connection with the case and later forwarded to court. According to sources, the Excise Department received information about the illegal sale and transportation of toddy in the Sinapali area. Based on the information, Mangal Chhatriya, Excise Officer, led a team that conducted simultaneous raids at Badadarlipada and Nuamalpada-Koilakhala areas. During the raids, 50 litres of toddy were seized near Badalakonda from Telangana resident Badalakonda Ugedar. In another raid at Nuamalpada-Koilakhala, 300 litres of toddy were seized from Putta Nagesh, a resident of Chhattisgarh. A motorcycle allegedly used for transporting the toddy was also seized. Following the seizure, the Excise Department registered a case under the relevant provisions of the Excise Act and arrested both accused persons. They were subsequently produced before the court. The Excise Department stated that strict action against the illegal toddy trade will continue in the Sinapali area and that further raids and inspections will be intensified in the coming days.

Nuapada (ନୂଆପଡ଼ା) • Reports: Malaya Meher, DC

ଦେଉଳଝରୀରେ ଶ୍ରାବଣ ତୃତୀୟ ସୋମବାରରେ ଜଳାଭିଷେକ, ସୁରକ୍ଷାରେ ଆଠମଲ୍ଲିକ ପୋଲିସ
Aug 18, 2026•83 views

ଦେଉଳଝରୀରେ ଶ୍ରାବଣ ତୃତୀୟ ସୋମବାରରେ ଜଳାଭିଷେକ, ସୁରକ୍ଷାରେ ଆଠମଲ୍ଲିକ ପୋଲିସ

ଆଠମଲ୍ଲିକ: ଶ୍ରାବଣ ମାସର ତୃତୀୟ ସୋମବାର ଅବସରରେ ପ୍ରବଳ ବର୍ଷା ସତ୍ତ୍ୱେ ଦେଉଳଝରୀ ଶୈବପୀଠରେ ଭକ୍ତମାନଙ୍କ ଜଳାଭିଷେକ ଓ ଦର୍ଶନ ଶାନ୍ତିପୂର୍ଣ୍ଣ ଭାବେ ଜାରି ରହିଥିଲା। ବର୍ଷାକୁ ଖାତିର ନକରି ବହୁ ସଂଖ୍ୟାରେ ଭକ୍ତ ମନ୍ଦିରରେ ପହଞ୍ଚି ମହାଦେବଙ୍କ ଦର୍ଶନ କରିବା ସହ ଜଳାଭିଷେକ କରିଛନ୍ତି। ଭକ୍ତମାନଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ପାଇଁ ଆଠମଲ୍ଲିକ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ପୋଲିସ କର୍ମଚାରୀମାନେ ମନ୍ଦିର ପରିସରରେ ଦୃଢ଼ ଉପସ୍ଥିତି ବଜାୟ ରଖି ଭିଡ଼ ନିୟନ୍ତ୍ରଣ ସହ ଭକ୍ତମାନଙ୍କ ସୁରକ୍ଷିତ ଓ ସୁବିଧାଜନକ ଦର୍ଶନ ସୁନିଶ୍ଚିତ କରିଛନ୍ତି। ପ୍ରବଳ ବର୍ଷା ମଧ୍ୟରେ ମଧ୍ୟ ଶ୍ରଦ୍ଧାଳୁଙ୍କ ଭକ୍ତି ଓ ଉତ୍ସାହ କମିନଥିବା ବେଳେ, ପ୍ରଶାସନ ଓ ପୋଲିସର ସୁଚାରୁ ବ୍ୟବସ୍ଥା ଯୋଗୁଁ ଜଳାଭିଷେକ କାର୍ଯ୍ୟକ୍ରମ ଶାନ୍ତିପୂର୍ଣ୍ଣ ଭାବେ ଚାଲିଥିଲା।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ସାଇବର ସୁରକ୍ଷା ଓ ନିଶାଦ୍ରବ୍ୟ ଅପବ୍ୟବହାର ନେଇ ସଚେତନତା
Aug 18, 2026•60 views

ସାଇବର ସୁରକ୍ଷା ଓ ନିଶାଦ୍ରବ୍ୟ ଅପବ୍ୟବହାର ନେଇ ସଚେତନତା

ଅନୁଗୋଳ: କିଶୋରନଗର ଥାନା ଅଧୀନସ୍ଥ ବାମୁରସ୍ଥିତ ଯୁବଜ୍ୟୋତି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ସାଇବର ସୁରକ୍ଷା ଓ ନିଶାଦ୍ରବ୍ୟ ଅପବ୍ୟବହାର ଉପରେ ଏକ ‘ଆମ ପୋଲିସ’ ବୈଠକ ତଥା ସଚେତନତା ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ୧୦୦ରୁ ଅଧିକ ଛାତ୍ରଛାତ୍ରୀ ଓ ବିଦ୍ୟାଳୟ କର୍ମଚାରୀ ଯୋଗଦେଇଥିଲେ। ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଡିଜିଟାଲ୍ ଅଭ୍ୟାସ ଆପଣାଇବା, ସାଇବର ଠକେଇ ଓ ଅପରାଧରୁ ସତର୍କ ରହିବା ସହ ନିଶାଦ୍ରବ୍ୟ ଅପବ୍ୟବହାରର ଗମ୍ଭୀର ପରିଣାମ ସମ୍ପର୍କରେ ସଚେତନ କରାଯାଇଥିଲା। ସାଇବର ଅପରାଧକୁ ରୋକିବା ପାଇଁ ସଚେତନତା ଓ ସତର୍କତା ଅବଲମ୍ବନ କରିବା ସହ ନିଶାମୁକ୍ତ ସମାଜ ଗଠନରେ ଛାତ୍ରଛାତ୍ରୀ ଓ ସମାଜର ସମସ୍ତ ବର୍ଗଙ୍କ ସକ୍ରିୟ ଭୂମିକା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ସାମୁଦାୟିକ ଅଂଶଗ୍ରହଣ ମାଧ୍ୟମରେ ସୁରକ୍ଷିତ ଓ ସଚେତନ ସମାଜ ଗଠନ କରିବାକୁ ଉପସ୍ଥିତ ସମସ୍ତଙ୍କୁ ଆହ୍ୱାନ ଦିଆଯାଇଥିଲା।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ଗୋପାଳପ୍ରସାଦ ହାଇସ୍କୁଲରେ ସାଇବର ସଚେତନତା କାର୍ଯ୍ୟକ୍ରମ
Aug 18, 2026•76 views

ଗୋପାଳପ୍ରସାଦ ହାଇସ୍କୁଲରେ ସାଇବର ସଚେତନତା କାର୍ଯ୍ୟକ୍ରମ

ତାଳଚେର: ଉଦୀୟମାନ ସାଇବର ବିପଦ ସମ୍ପର୍କରେ ଛାତ୍ରଛାତ୍ରୀ ଓ ସ୍କୁଲ କର୍ମଚାରୀଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଗୋପାଳପ୍ରସାଦ ହାଇସ୍କୁଲ ପରିସରରେ ଗୋପାଳପ୍ରସାଦ ପୋଲିସ ପକ୍ଷରୁ ଏକ ସାଇବର ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ସାଇବର ଅପରାଧ, ଅନଲାଇନ୍ ଠକେଇ, ସାମାଜିକ ଗଣମାଧ୍ୟମର ସୁରକ୍ଷିତ ଓ ଦାୟିତ୍ୱପୂର୍ଣ୍ଣ ବ୍ୟବହାର, ବ୍ୟକ୍ତିଗତ ତଥ୍ୟର ସୁରକ୍ଷା ଏବଂ ସନ୍ଦିଗ୍ଧ ଅନଲାଇନ୍ କାର୍ଯ୍ୟକଳାପ ସମ୍ପର୍କରେ ତୁରନ୍ତ ଅଭିଯୋଗ କରିବାର ଗୁରୁତ୍ୱ ନେଇ ସଚେତନ କରାଯାଇଥିଲା। ଡିଜିଟାଲ୍ ଯୁଗରେ ସାଇବର ଠକେଇରୁ ନିଜକୁ ସୁରକ୍ଷିତ ରଖିବା ସହ ସତର୍କ ଓ ଦାୟିତ୍ୱପୂର୍ଣ୍ଣ ଭାବେ ଇଣ୍ଟରନେଟ୍ ବ୍ୟବହାର କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ଆବଶ୍ୟକ ଜ୍ଞାନ ପ୍ରଦାନ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ଥିଲା।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା