Web News

ଟିକିଟିରେ ଦେବସ୍ନାନ ପୂର୍ଣ୍ଣିମା
ଟିକିଟି/ ତିନିଶହ ବର୍ଷରୁ ଅଧିକ ହେବ ଟିକିଟି ଗଡରେ ଅବସ୍ଥାପିତ ପ୍ରଭୁ ଅଙ୍କୁର ନାଥ ଜଗନ୍ନାଥଙ୍କ ଆଜି ସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ରୀତିକାନ୍ତି ପ୍ରକାରେ ଅନୁଷ୍ଠିତ ହୋଇଯାଇଛି। ନିର୍ଦ୍ଧାରିତ ସମୟରେ ପୂର୍ବାହ୍ନ ୧୧ଟାରେ ଦାରୁ ଦେବତା ଜଗନ୍ନାଥଙ୍କୁ ପହଣ୍ଡି କରି ସ୍ନାନ ବେଦୀକୁ ଅଣାଯାଇଥିଲା। ପଞ୍ଚାମୃତ, ଶ୍ରୀ କର୍ପୂର, ଚୁଆ ଇତ୍ୟାଦି ଲାଗି ହେଲା ପରେ ସମୁଦ୍ର ଜଳ ୮ ଗରା, କୂପଜଳ ୮ ଗରା ସହିତ ପ ଇ ତ ପାଣି, ଗୋଲାପ ଜଳ ଅନ୍ୟ ସୁଗନ୍ଧିତ ଜଳକୁ ମନ୍ତ୍ର ଦ୍ୱାରା ଅଭିଷିକ୍ତ କରି ମହାପ୍ରଭୁଙ୍କ ସ୍ନାନାଦି କର୍ମ କରାଗଲା। ଟିକିଟିର ରାଜା ସାହେବ ଶ୍ରୀ ତ୍ରିଗୁଣାତୀତ ଦେଓ ଷୋଡ଼ଷ ଉପଚାର ପରେ ଆଳତି ଅର୍ପଣ କରିଥିଲେ। ପରେ ପରେ ମଧ୍ୟାହ୍ନ ଧୂପ, ଭକ୍ତ ମାନଙ୍କ ଦର୍ଶନ ପରେ ଅପରାହ୍ନ ୪ଟା ବେଳେ ପୁଣି ପହଣ୍ଡି କରି ରତ୍ନବେଦୀକୁ ନେଇଥିଲେ। ନିତିକାନ୍ତିରେ ସୁଧାର ସାହୁ, ତ୍ରିପତି ସୁଆର, ପୁନିଆ ପାଣିଙ୍କ ସହ ଅନ୍ୟାନ୍ୟ ପହଣ୍ଡିଆ ମାନେ ସହଯୋଗ କରି ଠିକ୍ ସମୟରେ ପହୁଡ଼ କରାଇଥିବାରୁ ରାଜା ସାହେବ ଧନ୍ୟବାଦ ଦେଇଥିଲେ।
Ganjam (ଗଞ୍ଜାମ) • ରିପୋର୍ଟ: କବିରାଜ ପାତ୍ର, ସ୍ଵତନ୍ତ୍ର ପ୍ରତିନିଧି

ସ୍କୁଲକୁ ଦିଆଯିବ ସଂଶୋଧିତ ପୁସ୍ତକ: ସଂଶୋଧିତ ବହି କିଣିବେ ପ୍ରଧାନ ଶିକ୍ଷକ, ଅବହେଳା କରିଥିବା ଅଧିକାରୀଙ୍କ ଉପରେ ହେଇଛି କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର: ଚଳିତ ଶିକ୍ଷା ବର୍ଷ ପାଇଁ ସବୁ ସ୍କୁଲକୁ ଦିଆଯିବ ସଂଶୋଧିତ ବହି। ସଂଶୋଧିତ ପୁସ୍ତକରେ ପାଠ ପଢିବେ ପିଲା। ପ୍ରତି ସ୍କୁଲକୁ ଦିଆଯିବ ସଂଶୋଧିତ ପୁସ୍ତକ। ବିଦ୍ୟାଳୟ ଗୁଡିକରେ ଠିକ୍ ଭାବେ ପଢାଯିବା ନେଇ ଏହି ସଂଶୋଧିତ ବହି ବ୍ୟବହାର କରାଯିବ। ତଦନ୍ତ ଆଧାରରେ ଆଜି ଯଦି ଦୋଷୀ ବାହାରିବେ ସେମାନଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି। ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ସ୍କୁଲକୁ ଦିଆଯିବ ସଂଶୋଧିତ ପୁସ୍ତକ। ମୁଖ୍ୟମନ୍ତ୍ରୀ କହିଛନ୍ତି ବହି ତ୍ରୁଟି ନେଇ ତଦନ୍ତ କରି ଅବହେଳା କରିଥିବା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ସେ ୧୪ ପଏଣ୍ଟ ପରାମର୍ଶ ଦେବା ସହ ସ୍କୁଲ ଗୁଡିକୁ ସଂଶୋଧିତ ବହି ଦେବାକୁ କହିଛନ୍ତି। ବର୍ତ୍ତମାନ ବିଦ୍ୟାଳୟ ଗୁଡିକରେ ଠିକ୍ ଭାବେ ପଢା ଯିବା ନେଇ ଏହି ସଂଶୋଧିତ ବହି ବ୍ୟବହାର କରାଯିବ। ଏହି ସଂଶୋଧିତ ବହି ତିଲକ୍ କି ସ୍କୁଲ ପ୍ରଧାନଶିକ୍ଷକଙ୍କ ଜରିଆରେ ଦିଆଯିବ। ତଦନ୍ତ ରିପୋର୍ଟ ଅନୁସାରେ ଅଧିକ କାର୍ଯ୍ୟାନୁଷ୍ଠାନ ନିଆଯିବ। ଆଜି ଯଦି ଦୋଷୀ ବାହାରିବେ ସେମାନଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଗତ ୨୨ ତାରିଖରେ ବହି ବିଭ୍ରାଟ ଘଟଣାରେ ମୁଖ୍ୟମନ୍ତ୍ରୀ କଡ଼ା ଆଭିମୁଖ୍ୟ ନେବା ସହ କମିଟିର ୧୪ ସୁପାରିଶକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଯାହା ଭିତରେ ପ୍ରମୁଖ ରହିଛି, ଅଦେୟ ଚାରିସୂତ୍ରୀୟ ଯାଞ୍ଚ ବ୍ୟବସ୍ଥା ଓ ଫାଇନାଲ୍, ଲକଡ୍, ମେକାନିଜମ୍। ଅର୍ଥାତ ବହି ଛପାକୁ ପ୍ରିଣ୍ଟ ପର୍ଯ୍ୟନ୍ତ ୪ ସ୍ତରରେ ଯାଞ୍ଚ ବ୍ୟବସ୍ଥା କରାଯିବ। ଅନ୍ୟପଟେ ନିଲମ୍ବିତ ର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢୀଙ୍କ ପାଇଁ ବଢୁଛି ଅଡୁଆ। ସାମାନ୍ୟ ଆସିଥିବା ୨୦୧୪ରେ ବିଧାୟକ ମାନେ ମୁଖ୍ୟମନ୍ତ୍ରୀଙ୍କୁ ଲେଖୁଥିବା ଚିଠି। ସେଥିରେ ରହିଛି ୧୦ରୁ ଅଧିକ ବିଧାୟକମାନଙ୍କ ଦସ୍ତଖତ। ଚିଠିରେ ମନୋଜ ପାଢୀଙ୍କ ଦୁର୍ନୀତି ଏବଂ ସରକାରୀ ଅଧିକାରୀ ଏବଂ କର୍ମଚାରୀଙ୍କ ପ୍ରତି ଧମକପୂର୍ଣ୍ଣ ଏବଂ ସ୍ଵେଚ୍ଛାଚାରୀ ଆଚରଣ କଥା ଉଲ୍ଲେଖ କରିଥିଲେ ବିଧାୟକ ମାନେ। ଅଭିଯୋଗ କରିଥିଲେ ନିର୍ଦ୍ଦେଶକ ଥିବା ବେଳେ ମନୋଜ ପାଢୀ ନିଜ କାର୍ଯ୍ୟାଳୟର ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ଗାଳିଗୁଲଜ କରୁଛନ୍ତି। ଏହା ସହ ନିର୍ଦ୍ଦେଶକ ଭାବେ ଦୁଇ ବର୍ଷର ସେବା କାଳରେ, କୌଣସି ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ହୋଇନାହିଁ। ଏହା ମଧ୍ୟ ଲେଖାଯାଇଛି ଯେ ପୂର୍ବରୁ, ମୟୂରଭଞ୍ଜ ସାଂସଦଙ୍କ ଚିଠି ପରେ ତାଙ୍କର ଅତିରିକ୍ତ ଦାୟିତ୍ଵ ପ୍ରତ୍ୟାହାର କରାଯାଇଥିଲା। କିନ୍ତୁ, ଉଚ୍ଚସ୍ତରୀୟ ହସ୍ତକ୍ଷେପ ଯୋଗୁଁ ତାଙ୍କୁ କିଛି ସମୟ ପରେ ସେହି ପଦବୀରେ ପୁନଃସ୍ଥାପିତ କରାଯାଇଥିଲା। ଅନ୍ୟପଟେ ମନୋଜ ପାଢୀଙ୍କ ସହ ୩ ସହକାରୀ ନିର୍ଦ୍ଦେଶକଙ୍କୁ ନିଲମ୍ବନ ଏବଂ ଏ ସହକାରୀ ନିର୍ଦ୍ଦେଶକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ କରାଯାଇଛି। କିନ୍ତୁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଗୃହ ଦାୟିତ୍ୱବାନ ଏହି ଅଧିକାରୀଙ୍କ ବିରୋଧରେ ଅପରାଧିକ ମାମଲା ହେବ କି ନାହିଁ, ତାକୁ ନେଇ ବି ପ୍ରଶ୍ନ ଉଠିଲାଣି।
Bhubaneswar (ଭୁବନେଶ୍ୱର) • ରିପୋର୍ଟ: କବିରାଜ ପାତ୍ର, ସ୍ଵତନ୍ତ୍ର ପ୍ରତିନିଧି

ଅଙ୍ଗନବାଡି କେନ୍ଦ୍ର ରୁ ଗ୍ୟାସ ସିଲିଣ୍ଡର ଚୋରି
ଭୁବନ ୩୦.୬- ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ବାଲିବୋ ପଂଚାୟତ ବାଲିବୋ ଗ୍ରାମର ଅଙ୍ଗନୱାଡି କେନ୍ଦ୍ର ୨ ରୁ କେହି ଦୁବୁର୍ତ୍ତ ରାତିରେ ତାଲା କାଟି,ଗ୍ୟାସ ସିଲିଣ୍ଡର ସମେତ ରୋଷେଇ ସାମଗ୍ରୀ ଚୋରି କରିନେଇଥିବା ଜଣାପଡିଛି। କେନ୍ଦ୍ର ସହାୟିକା ଲିଲି ସ୍ୱାଇଁ ଙ୍କ ଠାରୁ ଖବର ପାଇଁ ଅଙ୍ଗନୱାଡି କର୍ମୀ ଦୀପ୍ତିମୟୀ ସେଠୀ ସୁପରଭାଇଜର ସୋନାଲି ସାହୁ ଙ୍କୁ ଜଣାଇବା ପରେ ଥାନାରେ ଏତଲା ଦେଇଛନ୍ତି। ଗ୍ୟାସ ସିଲିଣ୍ଡର, ଚୁଲା ,ପ୍ରେସର କୁକର, ହାଣ୍ଡି ,ଗରା, ବାଲିଟି, ଖାଇବା ଟ୍ରେ, ଗ୍ଲାସ ସମେତ ବହୁ ସାମଗ୍ରୀ ଚୋରି ହୋଇଛି।ଗତ କାଲି ରାତିରେ କେଶରପୁର ଅଙ୍ଗନବାଡି କେନ୍ଦ୍ରରୁ ମଧ୍ୟ ଗ୍ୟାସ ସିଲିଣ୍ଡର ଚୋରି ହୋଇଛି। ଅଙ୍ଗନୱାଡି କର୍ମୀ ପ୍ରମିଳା ପଣ୍ଡା ଲିଖିତ ଭାବେ ଜଣାଇଛନ୍ତି. ଗତ ମାସରେ ଗଡ଼ନୃସିଂହ ପ୍ରସାଦ, ମୃଦଙ୍ଗା ପଞ୍ଚାୟତର କୁଣ୍ଡା ଅଙ୍ଗନୱାଡି କେନ୍ଦ୍ର ସହିତ ବିଭିନ୍ନ କେନ୍ଦ୍ର କୁ ଟାର୍ଗେଟ କରି ଚୋର ଚୋରି କରୁଛନ୍ତି । ରାଜ୍ୟରେ ଘରୋଇ ଗ୍ୟାସ ସଙ୍କଟ ଅଧିକ ଥିବା ବେଳେ ଦୁବୁର୍ତ୍ତ ଙ୍କ ଟାର୍ଗେଟରେ ଅଙ୍ଗନବାଡି କେନ୍ଦ୍ର ରହୁଛି. ।ଅପରପକ୍ଷେ ଗ୍ୟାସ ସିଲିଣ୍ଡର ଚୋର ହୋଇଯିବା ପରେ କୁନି କୁନି ପିଲା ମାନେ ପୋଷଣ ଯୁକ୍ତ ଖାଦ୍ୟ ଖାଇବାରେ ବହୁତ ହଇରାଣ ,ହରକତ ହେଉଛନ୍ତି।
Dhenkanal (ଢେଙ୍କାନାଳ) • ରିପୋର୍ଟ: ସୁଶାନ୍ତ କୁମାର ପୋଥାଳ, ଭୁବନ

ଜିଲ୍ଲା କାର୍ଯ୍ୟାଳୟରେ ଅଭିଯୋଗ ଶୁଣାଣି
ଅନୁଗୋଳ: ଜିଲ୍ଲା କାର୍ଯ୍ୟାଳୟ ଠାରେ ଅନୁଗୋଳ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟଙ୍କ ଅଧ୍ୟକ୍ଷତାରେ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୫୦ଟି ଅଭିଯୋଗ ଗ୍ରହଣ କରାଯାଇଥିଲା । ସେଥିମଧ୍ୟରୁ ୪୫ଟି ବ୍ୟକ୍ତିଗତ ଓ ୫ଟି ଗ୍ରାମ୍ୟଭିତ୍ତକ ଅଭିଯୋଗର ଶୁଣାଣି ହୋଇଥିଲା । ୬ ଜଣଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪୫ ହଜାର ଟଙ୍କା ଓ ୨ ଜଣଙ୍କୁ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ହଜାର ଟଙ୍କା ଚିକିତ୍ସା ସହାୟତା ରାଶି ପ୍ରଦାନ କରାଯାଇଥିଲା ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ । ଏହି ଶିବିରକୁ ଆସିଥିବା ଲୋକମାନେ ଗ୍ରାମ୍ୟ ସମସ୍ୟା, ସ୍ବାସ୍ଥ୍ୟ, ଗ୍ରାମୀଣ ଆବାସ, ଜମିଜମା ସମ୍ୱନ୍ଧୀୟ,ବ୍ୟକ୍ତିଗତ ସମସ୍ୟା ସମେତ ବିଭିନ୍ନ ଅଭିଯୋଗ ଦାଖଲ କରିଥିଲେ।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

୨୦ ତମ ଜାତୀୟ ପରିସଂଖ୍ୟାନ ଦିବସ ପାଳିତ
ଅନୁଗୋଳ: ପ୍ରଖ୍ୟାତ ପରିସଂଖ୍ୟାନବିତ୍ ତଥା ବୈଜ୍ଞାନିକ ପ୍ରଫେସର ପ୍ରଶାନ୍ତ ଚନ୍ଦ୍ର ମହଲାନୋବିସଙ୍କ ଜନ୍ମ ଜୟନ୍ତୀ ଅବସରରେ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ୟୁନିଟ୍ ଆନୁକୁଲ୍ୟରେ ଆଜି ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ୨୦ ତମ ଜାତୀୟ ପରିସଂଖ୍ୟାନ ଦିବସ ପାଳିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ସରକାରୀ ଯୋଜନାଗୁଡିକର ସଠିକ୍ ରୂପାୟନ ଏବଂ ପ୍ରଶାସନିକ ନିଷ୍ପତ୍ତି ଗ୍ରହଣ କ୍ଷେତ୍ରରେ ସଠିକ୍ ପରିସଂଖ୍ୟାନ ଓ ଡାଟାର ଗୁରୁତ୍ବପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବି.ଜେ.ବି ସ୍ବୟଂ ଶାସିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ତଥା ଅବସରପ୍ରାପ୍ତ ପରିସଂଖ୍ୟାନ ଅଧ୍ୟାପକ ଡ. ନିରଞନ ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗ ଦେଇ ପ୍ରଶାସନିକ ମୂଲ୍ୟବୋଧରେ ଡାଟା, ସର୍ଭେ ଏବଂ ପରିସଂଖ୍ୟାନର ଊପଯୋଗିତା ବିଷୟରେ ଅବଗତ କରାଇଥିଲେ । ଏହି ଆଲୋଚନା ସଭାରେ ପରିସଂଖ୍ୟାନ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ଗଣେଇ ମୁର୍ମୁ, ସହାୟକ ନିର୍ଦ୍ଦେଶକ ଶ୍ରୀ ବିକାଶ ନାୟକ, ପରିସଂଖ୍ୟାନ ଅଧିକାରୀ ଶ୍ରୀ ମନୋରଞନ ନନ୍ଦ, ଶ୍ରୀ ବିନୟ ଅଧିକାରୀଙ୍କ ସମେତ ଜିଲ୍ଲା ସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ, ବ୍ଲକ୍ ପରିସଂଖ୍ୟାନ ଅଧିକାରୀ, ପରିସଂଖ୍ୟାନ ପର୍ଯ୍ୟବେକ୍ଷକ ଏବଂ ଜିଲ୍ଲା ଯୋଜନା ବିଭାଗର ଅଧିକାରୀ ପ୍ରମୁଖ ଊପସ୍ଥିତ ଥିଲେ ।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ଦୁଇଟି ପୃଥକ ଚୋରି ଘଟଣାରେ ତିନି ଗିରଫ, ଚୋରି ସାମଗ୍ରୀ ଜବତ
ଅନୁଗୋଳ: ଅନୁଗୋଳ ସହରର ହାକିମପଡ଼ା ଅଞ୍ଚଳରେ ଘଟିଥିବା ଦୁଇଟି ପୃଥକ ଚୋରି ଘଟଣାରେ ଅନୁଗୋଳ ପୋଲିସ ସଫଳତା ହାସଲ କରିଛି। ଏହି ଦୁଇଟି ଘଟଣାକୁ ନେଇ ଅନୁଗୋଳ ଥାନାରେ ପୃଥକ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ତଦନ୍ତ ଚଳାଇ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୋଲିସ ଅଭିଯୁକ୍ତମାନଙ୍କ ନିକଟରୁ କିଛି ଚୋରି ସାମଗ୍ରୀ ମଧ୍ୟ ଜବତ କରିଥିବା ସୂଚନା ମିଳିଛି। ଘଟଣାରେ ଅଧିକ ତଦନ୍ତ ଜାରି ରହିଥିବା ବେଳେ ଚୋରି ସହ ଜଡ଼ିତ ଅନ୍ୟ କାହାରି ସମ୍ପୃକ୍ତି ରହିଛି କି ନାହିଁ, ସେନେଇ ପୋଲିସ ଖୋଳତାଡ଼ କରୁଛି। ପୋଲିସର ଏହି ସଫଳତା ପରେ ସ୍ଥାନୀୟ ଅଞ୍ଚଳରେ ଚୋରି ଘଟଣା ଉପରେ ଅଙ୍କୁଶ ଲାଗିବ ବୋଲି ସାଧାରଣରେ ଆଶା ପ୍ରକାଶ ପାଇଛି।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ଟ୍ୟାପ ଅଛି, ହେଲେ ପାଣି ଆସୁନି ; ଲୋକେ ହନ୍ତସନ୍ତ
ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଶିକ୍ରୀଡ଼ା ପଂଚାୟତ ଅନ୍ତର୍ଗତ ଅମେଇମୁହାଁ ଗ୍ରାମର ସ୍ଥାନୀୟ ଲୋକମାନେ ପିଇବା ପାଣି ପାଇଁ ବହୁତ ଅସୁବିଧା ର ସମୁଖୀନ ହେଉଛନ୍ତି ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ଗ୍ରାମୀଣ ଜଳ ଯୋଗାଣ ଟ୍ୟାପ ରହିଛି କିନ୍ତୁ ପାଣି ଆସୁନି ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ପଂଚାୟତରେ ଅଭିଯୋଗ ଜଣାଇଥିଲେ ମଧ୍ୟ ପଂଚାୟତ କତୃପକ୍ଷ କଥାକୁ ଏଡ଼େଇ ଦେଇଥିବା ସ୍ଥାନୀୟ ଲୋକେ କହିଛନ୍ତି! ଏନେଇ ବ୍ଲକ ପ୍ରଶାସନଙ୍କ ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ କିମ୍ବା ସ୍ପଷ୍ଟ ଉତ୍ତର ମିଳିନଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି! ସ୍ଥାନୀୟ ଲୋକମାନଙ୍କ ପାଇଁ ପିଇବା ପାଣି ର ବ୍ୟବସ୍ଥା କରିବାକୁ ଜିଲ୍ଲା ପ୍ରଶାସନଙ୍କ ନିକଟରେ ଦାବି କରିଛନ୍ତି
Nayagarh (ନୟାଗଡ଼) • ରିପୋର୍ଟ :ସଞ୍ଜୟ କୁମାର କଅଁର, ନୂଆଗାଁ

ଜୁନାଗଡ଼ ବ୍ଲକ ହାତୀ ନଦୀ ରେ ନିର୍ମାଣାଧୀନ ମେଘା ପିଇବା ପାଣି ପ୍ରକଳ୍ପ କାର୍ଯ୍ୟକାରୀ ଉପରେ ପ୍ରଶ୍ନ
ଜୁନାଗଡ଼ ବ୍ଲକ ରେ ପାଣି ର ସମସ୍ୟା ଦୂର ପାଇଁ ହାତୀ ନଦୀ ରେ ମେଘା ପିଇବା ପାଣି ପ୍ରକଳ୍ପ ରାଜ୍ୟ ସରକାରଙ୍କ ତରଫରୁ ଗ୍ରାମାଞ୍ଚଳରେ ରହୁଥିବା ବାସିନ୍ଦା ସ୍ୱାଗତ ଯୋଗ୍ୟ ପଦକ୍ଷେପ। କିନ୍ତୁ ବିଡ଼ମ୍ବନା ବିଷୟ ପ୍ରାୟ ୪ ବର୍ଷ ରୁ ଅଧିକ ହେବ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଅନେକ ଗାଁ ରେ ପାଇପ୍ ଲାଇନ୍ ବିଛା ଯାଇନାହିଁ। ପ୍ରଶ୍ନ ଉଠୁଛି କାମ ସମ୍ପୂର୍ଣ୍ଣ ହେବ କେବେ? ଗ୍ରାମାଞ୍ଚଳରେ ବସୁଧା ଯୋଜନା ରେ ପିଇବା ପାଣି ପ୍ରକଳ୍ପ ଅନେକ ଗାଁ ରେ ବିଫଳ ହୋଇଛି। ଏହିପରି ସ୍ଥଳେ ଏହି ମେଘା ପିଇବା ପାଣି ପ୍ରକଳ୍ପ କାର୍ଯ୍ୟ ମନ୍ଥର ଗତିରେ ହେଉଥିବାରୁ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି। ଏଣୁ ରାଜ୍ୟ ସରକାର ଙ୍କୁ ଶୀଘ୍ର ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ଦାବି ହୋଇଛି।
Kalahandi (କଳାହାଣ୍ଡି) • ରିପୋର୍ଟ - ଦେବରାଜ ବାଣୁଆ, ଜୁନାଗଡ

ଜୁନାଗଡ଼ ରିଲୱେ ଷ୍ଟେସନ ରାସ୍ତା ଟ୍ରାଫିକ ସମସ୍ୟା ଦୂର ହେବ କେବେ
ଜୁନାଗଡ ରେଲୱେ ଷ୍ଟେସନ ରାସ୍ତା ସହର ର ଏକ ମୁଖ୍ୟରାସ୍ତା କହିଲେ ହେବ। କିନ୍ତୁ ଏହି ରାସ୍ତା ଭାରିଯାନ ଚଳାଚଳ ପାଇଁ ଟ୍ରାଫିକ ସମସ୍ୟା ସବୁବେଳେ ରହୁ ଅଛି। ଅନେକ ସମୟରେ ଏହି ସମସ୍ୟା ଦୂର ପାଇଁ ଦାବୀ ହୋଇ ଆସୁ ଅଛି।କିନ୍ତୁ ପ୍ରଶାସନ ଦୃଷ୍ଟି ନ ଦେବାରୁ ସାଧାରଣରେ ପ୍ରଶାସନ ର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠୁଛି। ପୂର୍ବରୁ ଏହି ରାସ୍ତା ଉନ୍ନତି କରଣ ପାଇଁ ରାଜ୍ୟ ସରକାର ସୀକୃତି ପ୍ରଦାନ କରିଛନ୍ତି କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ରାସ୍ତା କାମ ଆରମ୍ଭ ହୋଇ ନାହିଁ ଏଣୁ ଜନଅସନ୍ତୋଷ ବଢ଼ିବାରେ ଲାଗିଛି। ଶିଘ୍ର ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ଦାବୀ ହେଉଛି।
Kalahandi (କଳାହାଣ୍ଡି) • ରିପୋର୍ଟ - ଦେବରାଜ ବାଣୁଆ, ଜୁନାଗଡ

ସାପଗଣ୍ଡା ଶୈବପୀଠ ର ଉନ୍ନତି କରଣ ସହିତ ମନ୍ଦିର କୁ ସଂଯୋଗ କରୁଥିବା ରାସ୍ତା ନିର୍ମାଣ ପାଇଁ ଦାବି
କଳାହାଣ୍ଡି -ଜୁନାଗଡ ବ୍ଲକ ଅନ୍ତର୍ଗତ ସାପଗଣ୍ଡା ଶୈବୀଠରେ ଶ୍ରୀ ଶ୍ରୀ କାଲେଶ୍ୱର୍ ମହାଦେବ ପୂଜା ପାଆନ୍ତି। ବିଶ୍ୱାସ କରାଯାଏ ମହାଦେବ ଙ୍କ ଦର୍ଶନ କଲେ ଭକ୍ତ ଙ୍କ ମନସ୍କାମନା ପୂରଣ ହୋଇଥାଏ।ଏଣୁ ଜିଲ୍ଲାର ଦୂରଦୂରାନ୍ତ ରୁ ହଜାର ହଜାର ଭକ୍ତ ଦର୍ଶନ ପାଇଁ ମନ୍ଦିର ଯାଇଥାନ୍ତି।କିନ୍ତୁ ମନ୍ଦିର କୁ ଯିବା ପାଇଁ ଏକ ଭଲ ରାସ୍ତା ନାହିଁ ।କେବଳ ମାଟି ଓ ମୋରମ ରାସ୍ତା ଥିବାରୁ ବର୍ଷା ଦିନରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଅଞ୍ଚଳ ବାସୀ କ୍ଷୋଭ ପ୍ରକାଶ କରୁଛନ୍ତି। ମନ୍ଦିର ର ବିକାଶ ସଙ୍ଗେ ସଙ୍ଗେ ମନ୍ଦିର କୁ ଯିବା ରାସ୍ତା ପକ୍କା ରାସ୍ତା ତିଆରି ହେଲେ ଏହା ଏକ ତୀର୍ଥ କ୍ଷେତ୍ର ପରିଣତ ହୋଇପାରିବ ବୋଲି ଜନସାଧାରଣଙ୍କ ଆଶା ଓ ବିଶ୍ୱାସ। ଏଣୁ ଜିଲ୍ଲା ପ୍ରସାଶନ ଦୃଷ୍ଟି ଦେବାକୁ ଦାବୀ ହେଉଛି।
ରିପୋର୍ଟ - ଦେବରାଜ ବାଣୁଆ, ଜୁନାଗଡ

ଭୁବନେଶ୍ୱର ସ୍ଥିତ ଆଦିବାସୀ ଗାଁଠାରେ ବୀର ସିଧୁ-କାଁହୁ ଯୁବ ସଂଗଠନ (VSK) ଆନୁକୂଲ୍ୟରେ ୧୭୨ ତମ ସାନ୍ତାଳୀ ବିଦ୍ରୋହ ଦିବସ (ହୁଲ୍ ଦିବସ) ଅତ୍ୟନ୍ତ ଗୌରବର ସହ ପାଳିତ
ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଉଭୟ ASECA ଏବଂ VSK ର ପ୍ରମୁଖ କର୍ମକର୍ତ୍ତାମାନେ ଯୋଗଦେଇ ବୀର ଶହୀଦମାନଙ୍କ ସ୍ମୃତି ଚାରଣ କରିଥିଲେ। ଉପସ୍ଥିତ ପ୍ରମୁଖ ବ୍ୟକ୍ତିବିଶେଷ: ASECA କର୍ମକର୍ତ୍ତା: ଛୋଟରାୟ ମୁର୍ମୁ, ଦାସମାତ ମୁର୍ମୁ, ହରପାଳ ହେମ୍ବ୍ରମ, ରୁପେନ୍ଦ୍ର ନାଥ ମୁର୍ମୁ, ଶ୍ୟାମ ଚରଣ ମାର୍ଣ୍ଡି, କରୁଣାକର ମାର୍ଣ୍ଡି ଏବଂ କାରାନ ବାସ୍କେ। VSK କର୍ମକର୍ତ୍ତା: ସୁଶୀଲ କୁମାର ହେମ୍ବ୍ରମ, ଧନୁ କୁମାର ହେମ୍ବ୍ରମ, ରାମ ଚନ୍ଦ୍ର କିସ୍କୁ, ସଂଗ୍ରାମ ମାର୍ଣ୍ଡି ଏବଂ କାଶୀନାଥ ସୋରେନ। ସଂକ୍ଷିପ୍ତ ସୂଚନା: ୧୮୫୫ ମସିହା ଜୁନ୍ ୩୦ ତାରିଖରେ ବୀର ସିଧୁ ଓ କାଁହୁଙ୍କ ନେତୃତ୍ୱରେ ବ୍ରିଟିଶ ଶାସନ ଏବଂ ଶୋଷଣ ବିରୁଦ୍ଧରେ ଐତିହାସିକ 'ସାନ୍ତାଳ ବିଦ୍ରୋହ' ବା 'ହୁଲ୍ ଆନ୍ଦୋଳନ'ର ସୂତ୍ରପାତ ହୋଇଥିଲା। ଏହି ଦିନକୁ ପ୍ରତିବର୍ଷ ବିଦ୍ରୋହ ଦିବସ ବା ହୁଲ୍ ଦିବସ ଭାବେ ପାଳନ କରାଯାଏ।
Bhubaneswar (ଭୁବନେଶ୍ୱର) • ରିପୋର୍ଟ :ସୁଶାନ୍ତ କୁମାର ମହାକୁଡ଼, ସାଲିଆସାହି

ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ଜଳିଗଲା ସର୍ବସ୍ବ: ଖୋଲା ଆକାଶ ତଳେ ପରିବାର, ସହାୟତା ପାଇଁ ଦାବି
ଭୁବନେଶ୍ୱର: ରାଜଧାନୀର ସାଲିଆସାହି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କୌଣସି କାରଣବଶତଃ ଏକ ଗ୍ୟାସ ଟାଙ୍କି ଫାଟିଯିବା ଫଳରେ ଭୟାବହ ଅଗ୍ନିକାଣ୍ଡ ଘଟି ଘରର ସମସ୍ତ ଆସବାବପତ୍ର ଓ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି। ଏହି ଦୁର୍ଘଟଣାରେ ପରିବାରଟି ସମ୍ପୂର୍ଣ୍ଣ ସର୍ବସ୍ବାନ୍ତ ହୋଇ ପଡ଼ିଥିବା ସୂଚନା ଅନୁଯାୟୀ, ସାଲିଆସାହି ଆଦିବାସୀ ଗାଁ (ୱାର୍ଡ ନମ୍ବର ୨୧) ର ବାସିନ୍ଦା ସଙ୍ଗୀତା ସାହୁଙ୍କ ଘରେ ଏହି ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ କ୍ଷଣିକ ମଧ୍ୟରେ ଘରର ସମସ୍ତ ସାମାନ ଜଳି ନଷ୍ଟ ହୋଇଯାଇଥିଲା। ଏହି ଅଘଟଣରେ ବ୍ୟାପକ କ୍ଷୟକ୍ଷତି ଘଟିଥିବା ବେଳେ ପରିବାର ଲୋକେ ବର୍ତ୍ତମାନ ନିଜର ସର୍ବସ୍ବ ହରାଇ ରାସ୍ତା ଉପରେ ବସିବାକୁ ବାଧ୍ୟ ହୋଇଛନ୍ତି। ପ୍ରଶାସନର ଆଶ୍ୱାସନା ଓ କ୍ଷତିପୂରଣ ଦାବି: ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ କର୍ପୋରେଟର ଏବଂ ଭୁବନେଶ୍ୱର ମହାନଗର ନିଗମ (BMC) ର ଅଧିକାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ବିପନ୍ନ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆଶ୍ୱାସନା ଦେଇଛନ୍ତି। "ପରିବାରର ସମସ୍ତ ସାମଗ୍ରୀ ନଷ୍ଟ ହୋଇଯାଇଥିବାରୁ ସେମାନଙ୍କୁ ତୁରନ୍ତ ସରକାରୀ ସହାୟତା ଓ ଉପଯୁକ୍ତ କ୍ଷତିପୂରଣ ଯୋଗାଇ ଦେବା ପାଇଁ ସ୍ଥାନୀୟ ଅଞ୍ଚଳରେ ଦାବି ଜୋର ଧରିଛି।" ଏହି ଦୁଃଖଦ ଦୃଶ୍ୟ ଏବଂ ପରିବାରର ଆକୁଳ ବିକଳ ସ୍ଥିତିର କିଛି ଚିତ୍ର ଗଣମାଧ୍ୟମ ପ୍ରତିନିଧିଙ୍କ ମାଧ୍ୟମରେ ସାମ୍ନାକୁ ଆସିଛି, ଯାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଗରିବ ପରିବାରଟିକୁ ତୁରନ୍ତ ବାସଗୃହ ସହ ଆର୍ଥିକ ସହାୟତା ଯୋଗାଇଦେବାକୁ ସାଧାରଣରେ ଅନୁରୋଧ କରାଯାଇଛି।
Bhubaneswar (ଭୁବନେଶ୍ୱର) • ରିପୋର୍ଟ :ସୁଶାନ୍ତ କୁମାର ମହାକୁଡ଼
