--:--:--
-- ---
Srishti News

ନୂଆଗାଁ ବ୍ଲକରେ ବ୍ଳକ ସ୍ତରୀୟ ଅନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ

Rourkela (ରାଉରକେଲା)Report: Ganapati DasSeptember 9, 202611 views
ନୂଆଗାଁ ବ୍ଲକରେ ବ୍ଳକ ସ୍ତରୀୟ ଅନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ
ହାତୀବାରୀ/ନୂଆଗାଁ:- ନୂଆଗାଁ ବ୍ଲକରେ ମଙ୍ଗଳବାର ଅନ୍ତର୍ଜାତୀୟ ସାକ୍ଷରତା ଦିବସ–୨୦୨୬ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀମତୀ ସାଲଗେମନି ତୁଡୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପି.ଏସ୍. ହାଇସ୍କୁଲ, ନୂଆଗାଁ ପରିସରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ନୂଆଗାଁ ବ୍ଲକ ଚେୟାରମ୍ୟାନ୍ ଶ୍ରୀମତୀ ବିଶ୍ୱାସୀ ଟପ୍ନୋ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାକ୍ଷରତାର ଗୁରୁତ୍ୱ ଏବଂ ସମାଜର ପ୍ରତ୍ୟେକ ବର୍ଗଙ୍କୁ ଶିକ୍ଷାର ମୁଖ୍ୟଧାରାରେ ସାମିଲ କରିବାର ଆବଶ୍ୟକତା ଉପରେ ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ଏ. ବି. ଓ ବାନେ କେଚୁଆ ଓ ପି.ଏସ୍. ହାଇସ୍କୁଲ, ନୂଆଗାଁର ପ୍ରଧାନ ଶିକ୍ଷୟିତ୍ରୀ ମଲ୍ଲିକ ମ୍ୟାଡାମ୍ ଯୋଗଦେଇଥିଲେ। କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା ମଙ୍ଗଳ କେରକେଟା କରିଥିବାବେଳେ ସି. ଆର ସି.ସି ପ୍ରଶାନ୍ତ କେରକେଟା ସହଯୋଗ କରିଥିଲେ। ଏଥିରେ ସି ଆର ସି ସି ସନ୍ତୋଷ ସିଂହ, ମଙ୍ଗଳଦାସ ଖଲଖୋ, ରମେଶ ଲାଖୁଆ, ଅଜୟ ସେଠୀ, ବିଶ୍ୱନାଥ ବଡ଼ାଇକ, ଅଘ୍ନୁ ବାରୁଆ, ବରିଷ୍ଠ ଶିକ୍ଷକ ଅଶୋକ ସିଂହ ଏବଂ ଶଙ୍କରଶଣ ବେହେରାଙ୍କ ସମେତ ବହୁ ଶିକ୍ଷକ-ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ। ଏହି ଅବସରରେ ୨୫୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯୋଗଦେଇଥିଲେ। ଛାତ୍ରଛାତ୍ରୀ, ଶିକ୍ଷକ ଓ ଅନ୍ୟାନ୍ୟ ଅଂଶଗ୍ରହଣକାରୀମାନେ ସାକ୍ଷରତା ସମ୍ପର୍କିତ ବିଭିନ୍ନ ସ୍ଲୋଗାନ ଦେଇ ଉଲ୍ଲାସ କାର୍ଯ୍ୟକ୍ରମର ବାର୍ତ୍ତା ଲୋକଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଏକ ସଚେତନତା ରାଲି କରିଥିଲେ। ରାଲି ମାଧ୍ୟମରେ “ସମସ୍ତଙ୍କ ପାଇଁ ଶିକ୍ଷା”, “ସାକ୍ଷରତା ହେଉଛି ବିକାଶର ମୂଳମନ୍ତ୍ର” ଏବଂ ଉଲ୍ଲାସ ମାଧ୍ୟମରେ ନିରକ୍ଷରତାମୁକ୍ତ ସମାଜ ଗଠନର ବାର୍ତ୍ତା ପ୍ରଚାର କରାଯାଇଥିଲା। କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତେ ସମାଜରୁ ନିରକ୍ଷରତା ଦୂର କରି ପ୍ରତ୍ୟେକ ବ୍ୟକ୍ତିଙ୍କୁ ମୌଳିକ ଶିକ୍ଷା ସହ ଯୋଡ଼ିବା ପାଇଁ ଉଲ୍ଲାସ ଅଭିଯାନକୁ ଆହୁରି ସୁଦୃଢ଼ କରିବାକୁ ଆହ୍ୱାନ ଦେଇଥିଲେ।