--:--:--
-- ---
Srishti News

ଟିଟିଲାଗଡ଼ :-୧୫ଦଫା ଦାବୀନେଇ ଗର୍ଜିଲେ ଆଦିବାସୀ

Balangir (ବଲାଙ୍ଗୀର)ରିପୋର୍ଟ :-କୃଷ୍ଣଚନ୍ଦ୍ର ମାଝୀ, ଟିଟିଲାଗଡ଼, ବଲାଙ୍ଗୀରSeptember 9, 2026182 views
ଟିଟିଲାଗଡ଼ :-୧୫ଦଫା ଦାବୀନେଇ ଗର୍ଜିଲେ ଆଦିବାସୀ
ଟିଟିଲାଗଡ଼ :-୯/୯/୨୬ ବଲାଙ୍ଗୀର ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ ଡାକରାରେ ଆଜି ଟିଟିଲାଗଡ଼ ଠାରେ ଏକ ବିରାଟ ଆଦିବାସୀ ମହାମେଲୀ ଅନୁଷ୍ଠିତ ହୋଇଥିଲା l ଏଥିରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ ମହା ସଚିବ ଶ୍ରୀଯୁକ୍ତ ନିରଞ୍ଜନ ବିଶି ଯୋଗଦାନ ଦେଇଥିଲେ l ପ୍ରଥମେ ଆଦିବାସୀମାନେ ତାଙ୍କର ପାରମ୍ପରିକ ଅସ୍ତ୍ରଶସ୍ତ୍ର ବେଶଭୁଷା ସହିତ ଆଦିବାସୀ ଭବନ ଠାରୁ ବିରାଟ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରି ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ୧୫ଦଫା ଦାବିପତ୍ର ମହାମହିମ ରାଷ୍ଟ୍ରପତି ଏବଂ ରାଜ୍ୟପାଳଙ୍କୁ ଉପଜିଲ୍ଲାପାଳ ମାଧ୍ୟମରେ ପ୍ରଦାନ କରିଥିଲେ l ତାଙ୍କର ଦାବୀ ଗୁଡିକହେଲା କେନ୍ଦ୍ର ସରକାର ଆଣିଥିବା ଏମଏମଡିଆର ଆକ୍ଟ ପ୍ରତ୍ୟାହାର କରାଯାଉ l ଆଦିବାସୀ ମାନଙ୍କୁ ଜଙ୍ଗଲଜମି ପଟ୍ଟା କରାଯାଉ l ଓଡିଶା ପଞ୍ଚମ ଅନୁସୂଚିତ ଅଞ୍ଚଳ ଅନ୍ତର୍ଭୁକ୍ତ ତେଣୁ ଆଦିବାସୀ ମାନଙ୍କ ଜମି ଅଣ ଆଦିବାସୀମାନଙ୍କୁ ବିକ୍ରି, ବନ୍ଧକ, ଲିଜ ଏଗ୍ରିମେଣ୍ଟ ଭଲି ହସ୍ତାନ୍ତର ଉଦ୍ୟମ ବନ୍ଦ କରାଯାଉ l ଓଡିଶା ରାଜ୍ୟର ୨୩%ଆଦିବାସୀ ର ରାଜନୈତିକ ବିକାଶ ପାଇଁ ୨୦୨୭ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ୨୦୨୨ପୂର୍ବରୁ ଯେମିତି ସରପଞ୍ଚ, ସମିତିସଭ୍ୟ, ବ୍ଲକ ଅଧ୍ୟକ୍ଷ ପଦବୀ ୨୩%ସଂରକ୍ଷଣ ଥିଲା ସେମିତି କରାଯାଉ l ଆଦିବାସୀ ମାନଙ୍କ ସ୍ୱାୟତ୍ତ ଶାସନ ପାଇଁ ପେସା ଆକ୍ଟ ଲାଗୁ କରାଯାଉ l ଅନେଶ୍ୱା ଯୋଜନା ଆଦିବାସୀ ଛାତ୍ରଛାତ୍ରୀମାନେ ଇଂଲିଶ ମିଡ଼ିଅମ ସ୍କୁଲ ପଡୁଥିଲେ l ବର୍ତ୍ତମାନର ସରକାର ବନ୍ଦ କରିଛନ୍ତି ତାହା ପୂର୍ବବତ ଭଲି ନୂତନ ଆଡମିଶନ ଆରମ୍ଭ କରାଯାଉ l ଏହିଭଲି ଅନେକ ଗୁଡିଏ ଦାବୀ ଗୁଡିକ ଉପସ୍ଥାପନା କରିଥିଲେ l ଏହି ଦାବୀ ଗୁଡିକ ପୂରଣ ନହେଲେ ଆଗାମୀ ଦିନରେ ଜୋରଦାର ଲଢେଇ ହେବବୋଲି ଆଦିବାସୀନେତାମାନେ ବକ୍ତବ୍ୟ ରଖିଥିଲେ l ଏହି କାର୍ଯ୍ୟକ୍ରମରେ ବଲାଙ୍ଗୀରଜିଲ୍ଲା ର ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘର ବ୍ଲକ ସଭାପତିମାନେ ଏବଂ ଅନେକ ଆଦିବାସୀନେତାମାନେ ଉପସ୍ଥିତ ଥିଲେ l