--:--:--
-- ---
Srishti News

ପାଞ୍ଚ ଶିଶୁଙ୍କ ଶିକ୍ଷା ପାଇଁ ସିଙ୍ଗଲ ପ୍ୟାରେଣ୍ଟସ୍ ରେଜିଷ୍ଟ୍ରେସନ୍ ଆବେଦନ

Jajpur (ଯାଜପୁର)ଯାଜପୁରରୁ ଉଦୟ ନାଥ ଜେନାଙ୍କ ସହ ରାଜୁ ଜେନାଙ୍କ ରିପୋର୍ଟSeptember 9, 202659 views
ପାଞ୍ଚ ଶିଶୁଙ୍କ ଶିକ୍ଷା ପାଇଁ ସିଙ୍ଗଲ ପ୍ୟାରେଣ୍ଟସ୍ ରେଜିଷ୍ଟ୍ରେସନ୍ ଆବେଦନ
ଯାଜପୁର: ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଲେଙ୍କାସାହି ଏବଂ କପିଳା ଅଞ୍ଚଳର ପାଞ୍ଚ ଜଣ ଶିଶୁଙ୍କ ଶିକ୍ଷା ଓ ଭବିଷ୍ୟତ ସୁରକ୍ଷା ପାଇଁ ସିଙ୍ଗଲ ପ୍ୟାରେଣ୍ଟସ୍ ରେଜିଷ୍ଟ୍ରେସନ୍ ନିମନ୍ତେ ଆବେଦନ କରାଯାଇଛି। ଲେଙ୍କାସାହି ନିବାସୀ ଅର୍ଚ୍ଚନା ପରିଡ଼ାଙ୍କ ସ୍ୱାମୀ ସ୍ମୃତି ରଞ୍ଜନ ପରିଡ଼ାଙ୍କ ମୃତ୍ୟୁ ପରେ ତାଙ୍କ ଦୁଇ ଝିଅଙ୍କ ଶିକ୍ଷା ପାଇଁ ଏହି ଆବେଦନ କରାଯାଇଛି। ସେହିପରି ଅଲକୁଣ୍ଡ ଥାନା ଅନ୍ତର୍ଗତ କପିଳା ଗ୍ରାମର ବାସିନ୍ଦା ସସ୍ମିତା ଜେନାଙ୍କ ସ୍ୱାମୀ ବିକାଶ ଜେନାଙ୍କ ମୃତ୍ୟୁ ପରେ ତାଙ୍କ ଦୁଇ ଝିଅ ଓ ଜଣେ ଶିଶୁପୁତ୍ରଙ୍କ ଶିକ୍ଷା ପାଇଁ ସିଙ୍ଗଲ ପ୍ୟାରେଣ୍ଟସ୍ ରେଜିଷ୍ଟ୍ରେସନ୍ ନିମନ୍ତେ ଆବେଦନ କରାଯାଇଛି। ମାନବିକ ଅଧିକାର କର୍ମୀ ଉଦୟ ନାଥ ଜେନା ଓ ନିର୍ମଳ କୁମାର ଜେନାଙ୍କ ସହଯୋଗରେ ଏହି ଆବେଦନ ପ୍ରକ୍ରିୟା ସମ୍ପନ୍ନ ହୋଇଛି। ଆବେଦନକାରୀମାନେ ଆଶା ପ୍ରକାଶ କରିଛନ୍ତି ଯେ, ଜିଲ୍ଲାପାଳଙ୍କ ଅଧୀନରେ କାର୍ଯ୍ୟରତ ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ଯଦି ଆର୍ଥିକ ସହାୟତା ମିଳେ, ତେବେ ଅସହାୟ ପରିବାରର ଶିଶୁମାନେ ନିଜ ଶିକ୍ଷାକୁ ଠିକ୍ ଭାବେ ଜାରି ରଖିପାରିବେ। ଶିଶୁମାନଙ୍କ ଭବିଷ୍ୟତ ଗଢ଼ିବାରେ ସରକାରୀ ସହାୟତା ମିଳିବ ବୋଲି ପରିବାରଗୁଡ଼ିକ ଆଶା ରଖିଛନ୍ତି। ଯାଜପୁରରୁ ଉଦୟ ନାଥ ଜେନାଙ୍କ ସହ ରାଜୁ ଜେନାଙ୍କ ରିପୋର୍ଟ, ପଲିଟିକାଲ ଖଟି, ସୃଷ୍ଟି ନିୟୁଜ୍। ଯାଜପୁର: ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଲେଙ୍କାସାହି ଏବଂ କପିଳା ଅଞ୍ଚଳର ପାଞ୍ଚ ଜଣ ଶିଶୁଙ୍କ ଶିକ୍ଷା ଓ ଭବିଷ୍ୟତ ସୁରକ୍ଷା ପାଇଁ ସିଙ୍ଗଲ ପ୍ୟାରେଣ୍ଟସ୍ ରେଜିଷ୍ଟ୍ରେସନ୍ ନିମନ୍ତେ ଆବେଦନ କରାଯାଇଛି। ଲେଙ୍କାସାହି ନିବାସୀ ଅର୍ଚ୍ଚନା ପରିଡ଼ାଙ୍କ ସ୍ୱାମୀ ସ୍ମୃତି ରଞ୍ଜନ ପରିଡ଼ାଙ୍କ ମୃତ୍ୟୁ ପରେ ତାଙ୍କ ଦୁଇ ଝିଅଙ୍କ ଶିକ୍ଷା ପାଇଁ ଏହି ଆବେଦନ କରାଯାଇଛି। ସେହିପରି ଅଲକୁଣ୍ଡ ଥାନା ଅନ୍ତର୍ଗତ କପିଳା ଗ୍ରାମର ବାସିନ୍ଦା ସସ୍ମିତା ଜେନାଙ୍କ ସ୍ୱାମୀ ବିକାଶ ଜେନାଙ୍କ ମୃତ୍ୟୁ ପରେ ତାଙ୍କ ଦୁଇ ଝିଅ ଓ ଜଣେ ଶିଶୁପୁତ୍ରଙ୍କ ଶିକ୍ଷା ପାଇଁ ସିଙ୍ଗଲ ପ୍ୟାରେଣ୍ଟସ୍ ରେଜିଷ୍ଟ୍ରେସନ୍ ନିମନ୍ତେ ଆବେଦନ କରାଯାଇଛି। ମାନବିକ ଅଧିକାର କର୍ମୀ ଉଦୟ ନାଥ ଜେନା ଓ ନିର୍ମଳ କୁମାର ଜେନାଙ୍କ ସହଯୋଗରେ ଏହି ଆବେଦନ ପ୍ରକ୍ରିୟା ସମ୍ପନ୍ନ ହୋଇଛି। ଆବେଦନକାରୀମାନେ ଆଶା ପ୍ରକାଶ କରିଛନ୍ତି ଯେ, ଜିଲ୍ଲାପାଳଙ୍କ ଅଧୀନରେ କାର୍ଯ୍ୟରତ ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ଯଦି ଆର୍ଥିକ ସହାୟତା ମିଳେ, ତେବେ ଅସହାୟ ପରିବାରର ଶିଶୁମାନେ ନିଜ ଶିକ୍ଷାକୁ ଠିକ୍ ଭାବେ ଜାରି ରଖିପାରିବେ। ଶିଶୁମାନଙ୍କ ଭବିଷ୍ୟତ ଗଢ଼ିବାରେ ସରକାରୀ ସହାୟତା ମିଳିବ ବୋଲି ପରିବାରଗୁଡ଼ିକ ଆଶା ରଖିଛନ୍ତି।