--:--:--
-- ---
Srishti News

Web News

Nature in Gangadhar’s Works Takes Centre Stage at Speech and Patriotic Song Competitions in Sinapali
Aug 25, 2026•46 views

Nature in Gangadhar’s Works Takes Centre Stage at Speech and Patriotic Song Competitions in Sinapali

Sinapali, August 25: A block-level speech and patriotic song competition was organised at PM Shri High School, Sinapali, on Tuesday by the Gangadhar Saraswat Samiti, a leading literary organisation of Nuapada district, as part of the celebrations marking the birth anniversary of Swabhaba Kabi Gangadhar Meher. The programme aimed to acquaint students with Gangadhar Meher’s rich literary legacy, particularly his deep love for nature and his spirit of patriotism. Students from various schools across Sinapali block participated enthusiastically in the competitions and showcased their literary and musical talents. In the speech competition on the theme “Nature in Gangadhar Meher’s Works”, Aradhya Sa of OAV Timanpur secured first place, Diptimayee Baitharu of PM Shri High School, Sinapali, stood second, while Pushpanjali Majhi of Girls’ High School, Sinapali, secured third position. In the patriotic song competition, Tejaswini Dhibar of OAV Timanpur bagged first place, Archita Bandichhor of PM Shri High School, Sinapali, secured second position, and Tejaswini Dandasena of Upper Primary School, Timanpur, stood third. The programme was attended by Satyabrata Gahir, Kumudabandhu Joshi, Trinath Meher, Mohan Das and Manoranjan Meher as guests. They highlighted the importance of Gangadhar Meher’s contribution to Odia literature and the prominent place of nature and patriotism in his writings. Pradyumna Singh Chinda, Atul Kumar Patra and December Meher served as judges for the speech competition. Musician Chudamani Meher, Deepak Sa and Bansidhar Jagat judged the patriotic song competition. At the beginning of the programme, Lochan Meher welcomed the guests and participants. Gangadhar Saraswat Samiti president Baishnab Meher and secretary Tarun Kumar Meher, along with Gautam Meher, Pareshnath Panigrahi, Premananda Meher, Shivaprasad Meher, Lilakar Sa, Manoj Jagat, Sanurjya Meher, Benudhar Meher and Rashmiranjan Sa, extended their cooperation in conducting the programme. The programme concluded with a vote of thanks proposed by Nikunj Bihari Sa. It may be noted that the Gangadhar Saraswat Samiti will organise a grand celebration of Swabhaba Kabi Gangadhar Meher’s birth anniversary next Friday. A literary gathering will also be organised on the occasion, which is expected to be attended by several eminent writers and literary personalities.

Nuapada (ନୂଆପଡ଼ା) • Reports: Malaya Meher, DC

କର୍ଲାକୋଟରେ ପାଣି ସମସ୍ୟାକୁ ନେଇ ତେଜିଲା ଅସନ୍ତୋଷ, ଆନ୍ଦୋଳନ ପାଇଁ କଂଗ୍ରେସର ସଜବାଜ
Aug 25, 2026•18 views

କର୍ଲାକୋଟରେ ପାଣି ସମସ୍ୟାକୁ ନେଇ ତେଜିଲା ଅସନ୍ତୋଷ, ଆନ୍ଦୋଳନ ପାଇଁ କଂଗ୍ରେସର ସଜବାଜ

ବୋଡେ଼ନ: ୨୪/୦୮ ବୋଡେ଼ନ ବ୍ଲକ ଅନ୍ତର୍ଗତ କର୍ଲାକୋଟ ପଞ୍ଚାୟତର କର୍ଲାକୋଟ ଗ୍ରାମରେ ଦୀର୍ଘଦିନ ଧରି ଲାଗି ରହିଥିବା ପାନୀୟଜଳ ସମସ୍ୟାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହୋଇଛି। ପାଣି ଭଳି ମୌଳିକ ଆବଶ୍ୟକତା ପାଇଁ ଲୋକେ ହନ୍ତସନ୍ତ ହେଉଥିବା ବେଳେ ସମସ୍ୟାର ସ୍ଥାୟୀ ସମାଧାନ ନ ହେବାକୁ ନେଇ ଗ୍ରାମବାସୀ ପ୍ରଶାସନ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଖଡ଼ିଆଳ ନିର୍ବାଚନମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ କମଳ ଚରଣ ତାଣ୍ଡି ମଙ୍ଗଳବାର କର୍ଲାକୋଟ ଗ୍ରାମକୁ ଗସ୍ତ କରି ଗ୍ରାମବାସୀଙ୍କ ସହ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିଲେ। ଆଲୋଚନା ସମୟରେ ପାନୀୟଜଳ ସମସ୍ୟା ହିଁ ସବୁଠାରୁ ଗୁରୁତର ପ୍ରସଙ୍ଗ ଭାବେ ସାମ୍ନାକୁ ଆସିଥିଲା। ଗ୍ରାମବାସୀଙ୍କ କହିବାନୁସାରେ, ଦୀର୍ଘ ସମୟ ଧରି ପାଣି ପାଇଁ ସେମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଆସୁଛନ୍ତି। ଏନେଇ ବାରମ୍ବାର ଦାବି ଓ ଅଭିଯୋଗ ହୋଇଥିଲେ ମଧ୍ୟ ଏଯାଏଁ ସ୍ଥାୟୀ ସମାଧାନ ହୋଇନଥିବା ଅଭିଯୋଗ ହୋଇଛି। କମଳ ଚରଣ ତାଣ୍ଡି କହିଛନ୍ତି ଯେ, “ପାଣି ଲୋକଙ୍କର ମୌଳିକ ଆବଶ୍ୟକତା। ଗ୍ରାମବାସୀଙ୍କ ନ୍ୟାୟସଙ୍ଗତ ଦାବିକୁ ଆଉ ଅଣଦେଖା କରାଯିବ ନାହିଁ।” ଏହି ସମସ୍ୟାର ସ୍ଥାୟୀ ସମାଧାନ ନହେଲେ ଆଗାମୀ ଦିନରେ ଦଳ ପକ୍ଷରୁ ଜନସାଧାରଣଙ୍କୁ ସାଙ୍ଗରେ ନେଇ ଜୋରଦାର ଆନ୍ଦୋଳନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଏହି ଅବସରରେ କଂଗ୍ରେସ ଦଳର ଏକ ପ୍ରତିନିଧି ଦଳ ଗ୍ରାମବାସୀଙ୍କ ସହ ବିସ୍ତୃତ ଆଲୋଚନା କରି ପାଣି ସମସ୍ୟାର ସ୍ଥାୟୀ ସମାଧାନ ନେଇ ପରବର୍ତ୍ତୀ ପଦକ୍ଷେପ ଉପରେ ମତବିନିମୟ କରିଥିଲେ। କର୍ଲାକୋଟ ଗ୍ରାମର ପାନୀୟଜଳ ସମସ୍ୟାକୁ ପ୍ରଶାସନ ଗୁରୁତ୍ୱର ସହ ନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ସହ ଲୋକଙ୍କ ଦୀର୍ଘଦିନର ଦାବିର ସ୍ଥାୟୀ ସମାଧାନ କରୁ, ଏହା ହିଁ ବର୍ତ୍ତମାନ ଗ୍ରାମବାସୀଙ୍କ ପ୍ରମୁଖ ଦାବି ହୋଇଛି ।

Nuapada (ନୂଆପଡ଼ା) • କଶ୍ୟପ ଜଗତ: ବୋଡେ଼ନ

ରାସ୍ତା କଡ଼ରେ ଅସହାୟ ମାଆ ଓ ଦୁଇ ଶିଶୁ କୁ ସହାୟତାର ହାତ ବଢ଼ାଇଲେ ସାମ୍ବାଦିକ
Aug 25, 2026•67 views

ରାସ୍ତା କଡ଼ରେ ଅସହାୟ ମାଆ ଓ ଦୁଇ ଶିଶୁ କୁ ସହାୟତାର ହାତ ବଢ଼ାଇଲେ ସାମ୍ବାଦିକ

ରାସ୍ତା କଡ଼ରେ ଦୁଇ ଶିଶୁଙ୍କୁ ଧରି ଅସହାୟ ଅବସ୍ଥାରେ ବସିଥିବା ଜଣେ ବିଧବା ମହିଳାଙ୍କ ନିକଟରେ ପହଞ୍ଚି ମାନବିକତାର ନିଦର୍ଶନ ଦେଖାଇଛନ୍ତି ସାମ୍ବାଦିକ। ଉଦ୍ଧାର ପରେ ମହିଳା ଓ ଦୁଇ ଶିଶୁଙ୍କୁ ଧର୍ମଗଡ଼ ସ୍ଥିତ ଯଶୋଦା ଅନାଥ ଆଶ୍ରମରେ ଥଇଥାନ କରାଯାଇଛି। ଧର୍ମଗଡ଼ ବ୍ଲକ ବେହେରା ଗ୍ରାମର ବିଜୁ ଏକ୍ସପ୍ରେସ ବସଷ୍ଟାଣ୍ଡ ଛକ ନିକଟରେ ଦୀର୍ଘ ସମୟ ଧରି ଜଣେ ମହିଳା ଦୁଇ ଶିଶୁଙ୍କୁ ଧରି ବସିଥିବା ଦେଖି ସ୍ଥାନୀୟ ଲୋକଙ୍କ ସନ୍ଦେହ ହୋଇଥିଲା। ପଚରାଉଚରା କରିବାରୁ ମହିଳାଙ୍କ ଦୁଃଖଦ କାହାଣୀ ସାମ୍ନାକୁ ଆସିଥିଲା। ସ୍ୱାମୀଙ୍କ ମୃତ୍ୟୁ ପରେ ଦୁଇ ଶିଶୁଙ୍କୁ ନେଇ ସେ ଅସହାୟ ହୋଇପଡ଼ିଥିବା ଜଣାପଡ଼ିଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ, ନିଜ ଦୁଇ ଶିଶୁଙ୍କୁ କୌଣସି ଆଶ୍ରମ କିମ୍ବା ସହୃଦୟ ବ୍ୟକ୍ତିଙ୍କ ହାତରେ ଦେଇ ନିଜେ ଅନ୍ୟତ୍ର ଚାଲିଯିବାକୁ ମଧ୍ୟ ମହିଳା ଜଣକ ଚିନ୍ତା କରୁଥିଲେ। ଖବର ପାଇ ଓଡ଼ିଶା ଭାସ୍କର ଧର୍ମଗଡ଼ ଉପଖଣ୍ଡ ସ୍ୱତନ୍ତ୍ର ପ୍ରତିନିଧି ସୁବାସ ବାଗ ଘଟଣାସ୍ଥଳରେ ପହଞ୍ଚିଥିଲେ। ମହିଳାଙ୍କ ସହ ଆଲୋଚନା କରିବା ପରେ ଯଶୋଦା ଅନାଥ ଆଶ୍ରମର ପରିଚାଳକ ଶ୍ୟାମସୁନ୍ଦର ଜାଲଙ୍କ ସହ ଯୋଗାଯୋଗ କରିଥିଲେ। ପରେ ମହିଳା ଓ ଦୁଇ ଶିଶୁଙ୍କୁ ଆଶ୍ରମରେ ଥଇଥାନ କରାଯାଇଥିଲା। ମହିଳା ଜଣକ ନବରଙ୍ଗପୁର ଜିଲ୍ଲା ମୈଦଲପୁର ଥାନା ଅନ୍ତର୍ଗତ ବାରଲୀ ଗ୍ରାମର ଚଞ୍ଚଲା ହରିଜନ। ତାଙ୍କ ସହ ଥିବା ପୁଅ ବିଦ୍ୟାଧର ହରିଜନଙ୍କ ବୟସ ୭ ବର୍ଷ ହୋଇଥିବା ବେଳେ ଝିଅ ମିତା ହରିଜନଙ୍କ ବୟସ ମାତ୍ର ୨ ମାସ। ଚଞ୍ଚଲାଙ୍କ କହିବା ଅନୁସାରେ, ସେ ପ୍ରେମ ବିବାହ କରି ହରି ହରିଜନଙ୍କୁ ବିବାହ କରିଥିଲେ। ଭିନ୍ନ ଜାତିରେ ବିବାହ କରିଥିବାରୁ ପରିବାର ଲୋକେ ତାଙ୍କୁ ପର କରିଦେଇଥିଲେ। ଏହାପରେ ସ୍ୱାମୀଙ୍କ ମୃତ୍ୟୁ ତାଙ୍କ ଜୀବନକୁ ଆହୁରି ଦୁର୍ବିଷହ କରିଦେଇଥିଲା। ଏବେ ଯଶୋଦା ଅନାଥ ଆଶ୍ରମରେ ଆଶ୍ରୟ ମିଳିବା ପରେ ଦୁଇ ଶିଶୁଙ୍କୁ ନେଇ ଚଞ୍ଚଲାଙ୍କ ଜୀବନରେ ନୂଆ ଆଶା ସୃଷ୍ଟି ହୋଇଛି। ସାମ୍ବାଦିକଙ୍କ ଏହି ମାନବିକ ପଦକ୍ଷେପକୁ ସ୍ଥାନୀୟ ଲୋକେ ସ୍ୱାଗତ କରିବା ସହ ପ୍ରଶଂସା କରିଛନ୍ତି।

Kalahandi (କଳାହାଣ୍ଡି) • ଧର୍ମଗଡ଼: ରିତେଶ କୁମାର ମୁଣ୍ଡ

Workshop and Awareness Programme on Bharatiya Nyaya Sanhita Held at Dharmagarh Panchayat College
Aug 25, 2026•133 views

Workshop and Awareness Programme on Bharatiya Nyaya Sanhita Held at Dharmagarh Panchayat College

Dharmagarh, Kalahandi, August 25: A two-day workshop and awareness programme on the Bharatiya Nyaya Sanhita (BNS) was organised at Dharmagarh Panchayat College by the Central Bureau of Communication (CBC), Bhawanipatna, under the Ministry of Information and Broadcasting, Government of India, with the objective of creating public awareness about the new criminal law. On the concluding day, the programme was presided over by Kagesh Baipai, Field Officer, CBC. Dharmagarh SDPO Barshita Adepu attended as the chief guest and inaugurated the workshop and awareness programme by lighting the ceremonial lamp. Senior advocate Sanjukta Panda attended as the guest speaker, while youth organiser Abinash Munda and Biraja Prasad Panda, President of Professor Bhubaneswar Behera Memorial Youth Organisation, were present as guests of honour. The programme was conducted by lecturer Ganapati Bag. Around 200 students of the college participated in the programme. The invited speakers explained various aspects of the Bharatiya Nyaya Sanhita and highlighted important legal provisions, rights and responsibilities to enhance awareness among the students and the general public. At the beginning of the programme, students and members of a cultural troupe took out an awareness rally through Dharmagarh town, raising slogans related to the Bharatiya Nyaya Sanhita. On the first day, various competitions including a quiz, essay writing and elocution were organised among the students. The winners were felicitated and awarded prizes by the Central Bureau of Communication. The competitions were conducted by sports instructor Abhaya Kumar Bag. The programme concluded with a cultural presentation by an institution sent by the Central Bureau of Communication, Bhubaneswar, featuring performances based on the theme of the Bharatiya Nyaya Sanhita. At the end of the programme, lecturer Jagannath Thakur proposed the vote of thanks.

Kalahandi (କଳାହାଣ୍ଡି) • Reports: Rupendra Kumar Sunani

ପାଟରଙ୍ଗା ଠାରେ ଜିନ୍ଦଲ ଷ୍ଟେନଲେସ ର ମେଗା ସ୍ବାସ୍ଥ୍ୟ ଶିବିର
Aug 25, 2026•25 views

ପାଟରଙ୍ଗା ଠାରେ ଜିନ୍ଦଲ ଷ୍ଟେନଲେସ ର ମେଗା ସ୍ବାସ୍ଥ୍ୟ ଶିବିର

କଳିଙ୍ଗନଗର ଗ୍ରାମାଞ୍ଚଳରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଲକ୍ଷ୍ୟରେ ଜିନ୍ଦଲ ଷ୍ଟେନଲେସ୍‌ର ସିଏସଆର ଶାଖା ଓ ଜିନ୍ଦଲ ଷ୍ଟେନଲେସ୍ ଫାଉଣ୍ଡେସନ୍ ପକ୍ଷରୁ ଯାଜପୁର ଜିଲ୍ଲା କୋରେଇ ବ୍ଲକର ପାଟରଙ୍ଗା ଗ୍ରାମରେ ଏକ ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଥିଲା। ଏଥିରେ ପାଟରଙ୍ଗା ଓ ଆଖପାଖ ଅଞ୍ଚଳର ୩୦୦ରୁ ଅଧିକ ଲୋକ ମାଗଣା ଚିକିତ୍ସା ପରାମର୍ଶ, ସ୍ୱାସ୍ଥ୍ୟ ପରୀକ୍ଷା ଓ ଔଷଧ ପାଇଥିଲେ। ଶିବିରରେ ଜେନେରାଲ୍ ମେଡିସିନ୍, ପ୍ରସୂତି ଓ ସ୍ତ୍ରୀରୋଗ, ଶିଶୁରୋଗ ଏବଂ ମଧୁମେହ ବିଶେଷଜ୍ଞମାନେ ରୋଗୀଙ୍କୁ ପରାମର୍ଶ ଦେଇଥିଲେ। ଭୁବନେଶ୍ୱରସ୍ଥିତ CureBayର ପାରାମେଡିକାଲ୍ ଟିମ୍ ପକ୍ଷରୁ ରକ୍ତ ପରୀକ୍ଷା, ରକ୍ତଚାପ ଓ ମଧୁମେହ ପରୀକ୍ଷା କରାଯାଇଥିଲା। ପରୀକ୍ଷା ଅନୁଯାୟୀ ରୋଗୀମାନଙ୍କୁ ଆବଶ୍ୟକ ଚିକିତ୍ସା ପରାମର୍ଶ ସହ ମାଗଣା ଔଷଧ ପ୍ରଦାନ କରାଯାଇଥିଲା। ପାଟରଙ୍ଗା ଗ୍ରାମ ପଞ୍ଚାୟତର ସରପଞ୍ଚ ରଞ୍ଜନ କୁମାର ଦାସ ଶିବିରର ଉଦ୍‌ଘାଟନ କରି ଏଭଳି ଲୋକକଲ୍ୟାଣମୂଳକ ପଦକ୍ଷେପ ପାଇଁ ଜିନ୍ଦଲ ଷ୍ଟେନଲେସ୍‌କୁ ପ୍ରଶଂସା କରିଥିଲେ। ଜିନ୍ଦଲ ଷ୍ଟେନଲେସ୍‌ର ଯାଜପୁର ୟୁନିଟ୍ ମୁଖ୍ୟ ଦୀପକ ଅଗ୍ରୱାଲ କହିଛନ୍ତି ଯେ, ଗ୍ରାମୀଣ ଅଞ୍ଚଳରେ ବିଶେଷଜ୍ଞ ସ୍ୱାସ୍ଥ୍ୟସେବା ପହଞ୍ଚାଇବା କମ୍ପାନୀର ପ୍ରମୁଖ ପ୍ରତିବଦ୍ଧତା ମଧ୍ୟରୁ ଅନ୍ୟତମ। ଜିନ୍ଦଲ ଷ୍ଟେନଲେସ୍‌ର ସିଏସଆର ପଦକ୍ଷେପ ଅଧୀନରେ ଦାନଗଦୀର ହୁଡିସାହିସ୍ଥିତ ଷ୍ଟାଟିକ୍ ହେଲ୍ଥ କ୍ଲିନିକ୍ ମାଧ୍ୟମରେ ପ୍ରାୟ ୧୫ଟି ଗ୍ରାମକୁ ନିୟମିତ ମାଗ ଣା ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି। ଏହାସହ ମୋବାଇଲ୍ ହେଲ୍ଥ ୟୁନିଟ୍ ଜରିଆରେ ଦୁର୍ଗମ ଅଞ୍ଚଳରେ ମଧ୍ୟ ସ୍ୱାସ୍ଥ୍ୟସେବା ପହଞ୍ଚାଯାଉଛି। ପୂର୍ବରୁ ସୁକିନ୍ଦା ବ୍ଲକର ବାମ୍ବିଲୋ ଓ ଦାନଗଦି ବ୍ଲକର ଦାମୋଦରପୁରରେ ଆୟୋଜିତ ସ୍ୱାସ୍ଥ୍ୟ ଶିବିରରେ ପ୍ରାୟ ୭୦୦ ଗ୍ରାମବାସୀ ଉପକୃତ ହୋଇଥିଲେ।

Jajpur (ଯାଜପୁର) • ରିପୋର୍ଟ ଅନିଲ କୁମାର ଜେନା କଳିଙ୍ଗନଗର

ବିପଦସଙ୍କୁଳ ଅବସ୍ଥାରେ ମିଲିଟାରୀ ରୋଡ଼କୁ ସଂଯୋଗ କରୁଥିବା ଖରଡ଼ିର ମୁଖ୍ୟ ରାସ୍ତା  ରାସ୍ତାର ଦୁର୍ଦ୍ଦଶାକୁ ନେଇ ବଢ଼ୁଛି ଜନଅସନ୍ତୋଷ; ତୁରନ୍ତ ସ୍ଥାୟୀ ନିର୍ମାଣ ନହେଲେ ଗଣଆନ୍ଦୋଳନର ଚେତାବନୀ
Aug 25, 2026•23 views

ବିପଦସଙ୍କୁଳ ଅବସ୍ଥାରେ ମିଲିଟାରୀ ରୋଡ଼କୁ ସଂଯୋଗ କରୁଥିବା ଖରଡ଼ିର ମୁଖ୍ୟ ରାସ୍ତା ରାସ୍ତାର ଦୁର୍ଦ୍ଦଶାକୁ ନେଇ ବଢ଼ୁଛି ଜନଅସନ୍ତୋଷ; ତୁରନ୍ତ ସ୍ଥାୟୀ ନିର୍ମାଣ ନହେଲେ ଗଣଆନ୍ଦୋଳନର ଚେତାବନୀ

ଜଖପୁରା, ତା.୪/୮ ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତର ଖରଡ଼ି ଗ୍ରାମକୁ ମିଲିଟାରୀ ରୋଡ଼ ସହ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଆଜି ଗ୍ରାମାଞ୍ଚଳର ବିକାଶ ବ୍ୟବସ୍ଥା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗ୍ରାମ୍ୟ ବିକାଶ ବିଭାଗ ଅଧୀନରେ ଥିବା ଏହି ରାସ୍ତା ବର୍ଷ ବର୍ଷ ଧରି ଅବହେଳାର ଶିକାର ହୋଇ ଆଜି ମରଣଯନ୍ତାରେ ପରିଣତ ହୋଇଛି। ବର୍ଷା ଆସିଲେ ଏହି ରାସ୍ତାର ଦୃଶ୍ୟ ଦେଖି ଲାଗୁଛି, ଯେପରି ରାସ୍ତା ନୁହେଁ ବରଂ କାଦୁଅ ଓ ପାଣିରେ ଭର୍ତ୍ତି ଏକ ବିପଦପୂର୍ଣ୍ଣ ଖାଲ। ତଥାପି ଗ୍ରାମ୍ୟ ବିକାଶ ବିଭାଗର ନିଦ ଭାଙ୍ଗୁ ନାହିଁ।ଖରଡ଼ି ଗ୍ରାମର ଏହି ମୁଖ୍ୟ ରାସ୍ତା କେବଳ ଯାତାୟାତର ମାଧ୍ୟମ ନୁହେଁ, ବରଂ ହଜାର ହଜାର ଲୋକଙ୍କ ଦୈନନ୍ଦିନ ଜୀବନର ଆଧାର। ପ୍ରତିଦିନ ଏହି ରାସ୍ତା ଦେଇ ଛାତ୍ରଛାତ୍ରୀ, ଚାଷୀ, ଶ୍ରମିକ, ବ୍ୟବସାୟୀ, ସରକାରୀ କର୍ମଚାରୀ, ରୋଗୀ ଓ ସାଧାରଣ ଲୋକ ମିଲିଟାରୀ ରୋଡ଼କୁ ଯାତାୟାତ କରୁଛନ୍ତି। କିନ୍ତୁ ବର୍ତ୍ତମାନ ରାସ୍ତାର ଅବସ୍ଥା ଏପରି ହୋଇଛି ଯେ, ବଡ଼ ଯାନବାହନ କଥା ଦୂରର କଥା, ଖାଲି ପାଦରେ ଚାଲିବାକୁ ମଧ୍ୟ ଲୋକମାନେ ଭୟ କରୁଛନ୍ତି। ରାସ୍ତାରେ ସୃଷ୍ଟି ହୋଇଥିବା ବଡ଼ ବଡ଼ ଗର୍ତ୍ତରେ ବର୍ଷା ପାଣି ଜମି ରହୁଥିବାରୁ କେଉଁଠି ରାସ୍ତା ଓ କେଉଁଠି ଖାଲ, ତାହା ଜାଣିବା କଷ୍ଟକର ହୋଇପଡ଼ୁଛି। ଦୁଇଚକିଆ ଯାନଚାଳକମାନେ ପ୍ରତିଦିନ ଜୀବନକୁ ବାଜି ଲଗାଇ ଏହି ରାସ୍ତାରେ ଯାତାୟାତ କରୁଛନ୍ତି। ସ୍କୁଲ ଯାଉଥିବା ଛୋଟ ଛୋଟ ପିଲାମାନେ କାଦୁଅରେ ପଡ଼ି ଆହତ ହେଉଛନ୍ତି। ବୃଦ୍ଧବୃଦ୍ଧା, ଗର୍ଭବତୀ ମହିଳା ଓ ରୋଗୀଙ୍କ ପାଇଁ ଏହି ରାସ୍ତା ଯମଯନ୍ତ୍ରଣାରେ ପରିଣତ ହୋଇଛି। ଜରୁରୀ ସମୟରେ ଆମ୍ବୁଲାନ୍ସ ମଧ୍ୟ ଠିକ୍ ସମୟରେ ପହଞ୍ଚିବାରେ ସମସ୍ୟା ହେଉଥିବାରୁ ସ୍ଥାନୀୟ ଲୋକ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି।ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଏହି ରାସ୍ତାର ସ୍ଥାୟୀ ନିର୍ମାଣ ପାଇଁ ବହୁବାର ଗ୍ରାମ୍ୟ ବିକାଶ ବିଭାଗ, ବ୍ଲକ ପ୍ରଶାସନ ଓ ଜନପ୍ରତିନିଧିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। କିନ୍ତୁ ପ୍ରତିଥର ମିଳିଛି କେବଳ ପ୍ରତିଶ୍ରୁତି। ମଧ୍ୟେମଧ୍ୟେ ଗର୍ତ୍ତରେ କିଛି ମୋରମ କିମ୍ବା ପଥର ପକାଇ ଦାୟିତ୍ୱ ସାରି ଦିଆଯାଉଛି। ପ୍ରଥମ ବର୍ଷାରେ ସେହି କାମ ଧୋଇଯାଉଛି ଏବଂ ପୁଣି ରାସ୍ତା ପୂର୍ବଭଳି ମରଣଯନ୍ତା ପାଲଟିଯାଉଛି। ଏହା ସରକାରୀ ଅର୍ଥର ଅପଚୟ ସହ ଲୋକଙ୍କ ଟିକସ ଟଙ୍କାର ଖୋଲାଖୋଲି ଦୁରୁପଯୋଗ ବୋଲି ସାଧାରଣରେ ଆଲୋଚନା ହେଉଛି।ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଗ୍ରାମ୍ୟ ବିକାଶ ବିଭାଗର ଅଧିକାରୀମାନେ କେବେ ଏହି ରାସ୍ତାର ବାସ୍ତବ ଅବସ୍ଥା ଦେଖିଛନ୍ତି କି? ଯଦି ଦେଖିଛନ୍ତି, ତେବେ ଏହାର ସ୍ଥାୟୀ ସମାଧାନ କାହିଁକି ହୋଇନାହିଁ? ନା କୌଣସି ବଡ଼ ଦୁର୍ଘଟଣା, ଜୀବନହାନି କିମ୍ବା ଜନଆନ୍ଦୋଳନ ପରେ ହିଁ ବିଭାଗର ନିଦ ଭାଙ୍ଗିବ? ଲୋକଙ୍କ ଜୀବନଠାରୁ କି ଫାଇଲର ନୋଟିଂ ଓ ଟେଣ୍ଡର ପ୍ରକ୍ରିୟା ଅଧିକ ମୂଲ୍ୟବାନ? ରାଜ୍ୟ ସରକାର ଗ୍ରାମାଞ୍ଚଳର ବିକାଶ, ଉନ୍ନତ ସଡ଼କ ଯୋଗାଯୋଗ ଓ ବିକଶିତ ଓଡ଼ିଶାର ସ୍ୱପ୍ନ ଦେଖାଉଥିବା ବେଳେ ଖରଡ଼ି ଗ୍ରାମର ଏହି ରାସ୍ତା ସେହି ସବୁ ଦାବିକୁ ପ୍ରଶ୍ନବାଚୀ ସମ୍ମୁଖରେ ଠିଆ କରିଛି। କାଗଜକଲମରେ ବିକାଶର ଚିତ୍ର ଯେତେ ସୁନ୍ଦର ଦେଖାଯାଉ, ବାସ୍ତବରେ ଗ୍ରାମବାସୀଙ୍କ ଦୁର୍ଦ୍ଦଶା ତାହାର ସମ୍ପୂର୍ଣ୍ଣ ବିପରୀତ କାହାଣୀ କହୁଛି। ସ୍ଥାନୀୟ ବୁଦ୍ଧିଜୀବୀ, ଯୁବବର୍ଗ ଓ ସାଧାରଣ ଲୋକେ ଜିଲ୍ଲାପାଳ, ଦାନଗଦି ବିଡିଓ, ଗ୍ରାମ୍ୟ ବିକାଶ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଓ ସମ୍ପୃକ୍ତ ଅଧିକାରୀଙ୍କ ନିକଟରେ ଦୃଢ଼ ଦାବି କରିଛନ୍ତି ଯେ, ଏହି ରାସ୍ତାର ତୁରନ୍ତ ସ୍ଥାୟୀ ପକ୍କା ନିର୍ମାଣ, ଡ୍ରେନେଜ୍ ବ୍ୟବସ୍ଥା ଓ ଗୁଣାତ୍ମକ କାର୍ଯ୍ୟ କରାଯାଉ। ଆଉ ଅସ୍ଥାୟୀ ମରାମତି ନୁହେଁ, ବରଂ ସ୍ଥାୟୀ ସମାଧାନ ହିଁ ସମୟର ଦାବି।ଖରଡ଼ିବାସୀଙ୍କ ଗୋଟିଏ ହିଁ ପ୍ରଶ୍ନ, ଆଉ କେତେ ଦିନ ଏହି ମରଣଯନ୍ତା ରାସ୍ତାରେ ଜୀବନକୁ ବାଜି ଲଗାଇ ଚାଲିବୁ? ଗ୍ରାମ୍ୟ ବିକାଶ ବିଭାଗର ନିଦ ଭାଙ୍ଗିବ କେବେ?

Jajpur (ଯାଜପୁର) • ରିପୋର୍ଟ ଅନିଲ କୁମାର ଜେନା କଳିଙ୍ଗନଗର

ଶ୍ରାବଣୀ ମହୋତ୍ସବର ସତାଇଶ ଦିନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ
Aug 25, 2026•16 views

ଶ୍ରାବଣୀ ମହୋତ୍ସବର ସତାଇଶ ଦିନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ପଦ୍ମପୁର -ପଦ୍ମପୁର ଉପଖଣ୍ଡ ଖଳିଆପାଲି ପଞ୍ଚାୟତ ଅନ୍ତର୍ଗତ ଦେୱାନଡିହି ସ୍ଥିତ ଉଭା ଶିବ ମନ୍ଦିର ଠାରେ ଆସନ୍ତା ଶ୍ରାବଣ କୃଷ୍ଣ ପ୍ରତିପଦ ଠାରୁ ଆରମ୍ଭ ହୋଇଥିବା ଶ୍ରାବଣୀ ମହୋତ୍ସବ ଆଜି ସତାଇଶ ଦିନରେ ପହଞ୍ଚିଛି । ପଦ୍ମପୁର ଥାନାପଡ଼ା ନିବାସୀ ସୁଶୀଲ କୁମାର ସାହା ଧର୍ମପତ୍ନୀ କାଦମ୍ବିନୀ ସାହା କର୍ତ୍ତା ଭାବରେ ଦାୟିତ୍ୱ ତୁଲାଇଥିଲେ । ଏହି ଅବସରରେ ଦିବ୍ୟଜ୍ୟୋତି ନୃସିଂହ ପଞ୍ଜିକାର ଗଣନାକାର ଜ୍ୟୋତିର୍ବିଦ ପଣ୍ଡିତ ଶ୍ରୀ ଆଶୁତୋଷ ପାଣିଗ୍ରାହୀ ଜ୍ୟୋତିଷ ପ୍ରବୀଣଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଶାହାଡ଼ା ଗଛ, ଡ଼ାଳିମ୍ବ ଚାରା, ଅଳା ଚାରା, ମାୟା ଚାରା, ବିଭିନ୍ନ ଫୁଲ ଗଛ ସମେତ ୨୭ ପ୍ରକାରର ଗଛ ରୋପଣ କରାଯାଇଥିଲା । ଅନୁଷ୍ଠାନର ମୁଖ୍ୟ ପୂଜକ ପୁର୍ଣ୍ଣଚନ୍ଦ୍ର ଷଡ଼ଙ୍ଗୀ ସର୍ବ ପ୍ରଥମେ ଅଖଣ୍ଡ ଦୀପ ପୂଜା କରିଥଲେ । ଏହାପରେ ବିଧିବଦ୍ଧ ଭାବରେ ବ୍ରାହଣ ବରନ, ଗୋପୂଜା, ମାତୃପୂଜା, ଗୁରୁପୂଜା, ମହାମୃତ୍ୟୁଞ୍ଜୟ ଜପ ଓ ରୁଦ୍ରାଭିଷେକ ସଂପନ୍ନ ହୋଇଥିଲା । ପଣ୍ଡିତ ବାଞ୍ଛାନିଧି ଷଡ଼ଙ୍ଗୀ, ପଣ୍ଡିତ ଆଶୁତୋଷ ପାଣିଗ୍ରାହୀ, ସୁକନ୍ଧ ପୁରୋହିତ, ପିଙ୍କୁ ହୋତା, ଡୋଲାମନି ଦାଶ, ହେମନ୍ତ ଷଡ଼ଙ୍ଗୀ, ପ୍ରମୁଖ ପଣ୍ଡିତ ବିହିତ ପୂଜା, ହୋମ ଜପରେ ସହଯୋଗ କରିଥିଲେ । ପରିଶେଷରେ ଉପସ୍ଥିତ ଭକ୍ତମାନଙ୍କୁ ପ୍ରସାଦ ଦିଆଯାଇଥିଲା ।

Bargarh (ବରଗଡ଼) • ରିପୋର୍ଟ -ବଂଶୀଧର ନାୟକ

ଆବାସ_ଯୋଜନାର ତୃତୀୟ କିସ୍ତି ପାଇଁ ୭ ହଜାର ଟଙ୍କା ଲାଞ୍ଚ: ପୂର୍ବତନ PEOଙ୍କୁ ୪ ବର୍ଷ ଜେଲ୍
Aug 25, 2026•14 views

ଆବାସ_ଯୋଜନାର ତୃତୀୟ କିସ୍ତି ପାଇଁ ୭ ହଜାର ଟଙ୍କା ଲାଞ୍ଚ: ପୂର୍ବତନ PEOଙ୍କୁ ୪ ବର୍ଷ ଜେଲ୍

ବରଗଡ -ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ତୃତୀୟ କିସ୍ତି ଟଙ୍କା ରିଲିଜ୍ କରିବା ପାଇଁ ୭ ହଜାର ଲାଞ୍ଚ ନେବା ଅଭିଯୋଗରେ ଜଣେ ପୂର୍ବତନ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (PEO)ଙ୍କୁ ଦଣ୍ଡିତ କରିଛନ୍ତି କୋର୍ଟ। ୨୫ ଅଗଷ୍ଟ ୨୦୨୬ରେ ବରଗଡ଼ ସ୍ପେଶାଲ୍ ଭିଜିଲାନ୍ସ ଜଜ୍ ଶ୍ରୀ ରାଜା ରଞ୍ଜନ ପାଢ଼ୀ ଏହି ମାମଲାର ରାୟ ଶୁଣାଇଛନ୍ତି। ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତି ହେଲେ ପୁରେନା ଗ୍ରାମ ପଞ୍ଚାୟତ, ପଦ୍ମପୁର ବ୍ଲକର ପୂର୍ବତନ PEO ଶ୍ରୀ ଛବିଳ ବରିହା। କୋର୍ଟ ଶ୍ରୀ ବାରିହାଙ୍କୁ ୪ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୦ ହଜାର ଜରିମାନା ଦଣ୍ଡାଦେଶ ଦେଇଛନ୍ତି। ଜରିମାନା ଅନାଦାୟ ହେଲେ ତାଙ୍କୁ ଅତିରିକ୍ତ ୩ ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ତୃତୀୟ କିସ୍ତି ଟଙ୍କା ମୁକ୍ତ କରିବା ବଦଳରେ ଲାଞ୍ଚ ଦାବି ଓ ଗ୍ରହଣ ଅଭିଯୋଗରେ ଏହି ମାମଲା ଚାଲିଥିଲା। ମାମଲାର ରାୟ ପରେ ଦୁର୍ନୀତି ବିରୋଧୀ ଲଢ଼େଇରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଦଣ୍ଡାଦେଶ ଭାବେ ଚର୍ଚ୍ଚାକୁ ଆସିଛି। ଆବାସ_ଯୋଜନାର ତୃତୀୟ କିସ୍ତି ପାଇଁ ୭ ହଜାର ଲାଞ୍ଚ: ପୂର୍ବତନ PEOଙ୍କୁ ୪ ବର୍ଷ ଜେଲ୍ ପଦ୍ମପୁର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ତୃତୀୟ କିସ୍ତି ଟଙ୍କା ରିଲିଜ୍ କରିବା ପାଇଁ ୭ ହଜାର ଲାଞ୍ଚ ନେବା ଅଭିଯୋଗରେ ଜଣେ ପୂର୍ବତନ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (PEO)ଙ୍କୁ ଦଣ୍ଡିତ କରିଛନ୍ତି କୋର୍ଟ। ୨୫ ଅଗଷ୍ଟ ୨୦୨୬ରେ ବରଗଡ଼ ସ୍ପେଶାଲ୍ ଭିଜିଲାନ୍ସ ଜଜ୍ ଶ୍ରୀ ରାଜା ରଞ୍ଜନ ପାଢ଼ୀ ଏହି ମାମଲାର ରାୟ ଶୁଣାଇଛନ୍ତି। ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତି ହେଲେ ପୁରେନା ଗ୍ରାମ ପଞ୍ଚାୟତ, ପଦ୍ମପୁର ବ୍ଲକର ପୂର୍ବତନ PEO ଶ୍ରୀ ଛବିଳ ବରିହା। କୋର୍ଟ ଶ୍ରୀ ବାରିହାଙ୍କୁ ୪ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୦ ହଜାର ଜରିମାନା ଦଣ୍ଡାଦେଶ ଦେଇଛନ୍ତି। ଜରିମାନା ଅନାଦାୟ ହେଲେ ତାଙ୍କୁ ଅତିରିକ୍ତ ୩ ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ତୃତୀୟ କିସ୍ତି ଟଙ୍କା ମୁକ୍ତ କରିବା ବଦଳରେ ଲାଞ୍ଚ ଦାବି ଓ ଗ୍ରହଣ ଅଭିଯୋଗରେ ଏହି ମାମଲା ଚାଲିଥିଲା। ମାମଲାର ରାୟ ପରେ ଦୁର୍ନୀତି ବିରୋଧୀ ଲଢ଼େଇରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଦଣ୍ଡାଦେଶ ଭାବେ ଚର୍ଚ୍ଚାକୁ ଆସିଛି।

Bargarh (ବରଗଡ଼) • ରିପୋର୍ଟ -ବଂଶୀଧର ନାୟକ

*ବରଗଡ଼ରେ ଓଡ଼ିଶା ରାଜ୍ୟ ମହିଳା ଆୟୋଗଙ୍କ ଶିବିର ଅଦାଲତ ଅନୁଷ୍ଠିତ: ମହିଳାମାନଙ୍କ ସମ୍ପର୍କିତ ୨୪ଟି ମାମଲା ଶୁଣାଣି*
Aug 25, 2026•14 views

*ବରଗଡ଼ରେ ଓଡ଼ିଶା ରାଜ୍ୟ ମହିଳା ଆୟୋଗଙ୍କ ଶିବିର ଅଦାଲତ ଅନୁଷ୍ଠିତ: ମହିଳାମାନଙ୍କ ସମ୍ପର୍କିତ ୨୪ଟି ମାମଲା ଶୁଣାଣି*

ବରଗଡ -ମହିଳାମାନଙ୍କ ଅଭିଯୋଗର ତ୍ୱରିତ ଶୁଣାଣି ଓ ସମସ୍ୟାର ସମାଧାନ ବ୍ୟବସ୍ଥାକୁ ସେମାନଙ୍କ ଦ୍ୱାରଦେଶରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଆଜି ବରଗଡ଼ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଓଡ଼ିଶା ରାଜ୍ୟ ମହିଳା ଆୟୋଗଙ୍କ ଶିବିର ଅଦାଲତ ଅନୁଷ୍ଠିତ ହୋଇଯାଇଛି। ମହିଳାମାନଙ୍କୁ ନ୍ୟାୟ, ସୁରକ୍ଷା ଓ ଆବଶ୍ୟକ ସହାୟତା ସହଜରେ ଉପଲବ୍ଧ କରାଇବା ଲକ୍ଷ୍ୟରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଆୟୋଗ ପକ୍ଷରୁ ନିୟମିତ ଭାବେ ମାସିକ ଜିଲ୍ଲାଭିତ୍ତିକ ଶିବିର ଅଦାଲତ ଆୟୋଜନ ଦ୍ୱାରା ମହିଳାମାନଙ୍କୁ ନିଜ ଜିଲ୍ଲାରେ ହିଁ ଅଭିଯୋଗ ଜଣାଇବା ସହ ଆୟୋଗଙ୍କ ନିକଟରୁ ଆବଶ୍ୟକ ସହାୟତା ପାଇବାର ସୁଯୋଗ ମିଳୁଛି। ମହିଳାମାନେ ଯେପରି ନିଜର ଅଧିକାର, ସୁରକ୍ଷା ଓ ମର୍ଯ୍ୟାଦାପୂର୍ଣ୍ଣ ଜୀବନ ସମ୍ପର୍କରେ ସଚେତନ ହେବା ସହ ନ୍ୟାୟ ଓ ସୁରକ୍ଷା ପାଇବାର ମାର୍ଗ ସମ୍ପର୍କରେ ଅବଗତ ହୋଇପାରିବେ, ସେଥିପାଇଁ ଆୟୋଗ ପକ୍ଷରୁ ଏଭଳି ଶିବିର ଆୟୋଜନ କରାଯାଇ ଆୟୋଗ ପକ୍ଷରୁ ସମସ୍ତ ସେବା ଓ ସହାୟତା ବିନା ମୂଲ୍ୟରେ ପ୍ରଦାନ କରାଯାଉଛି। ଓଡ଼ିଶା ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷା ଶ୍ରୀମତୀ ଶୋଭନା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିର ଅଦାଲତରେ ଘରୋଇ ହିଂସା, ଯୌନ ଉତ୍ପୀଡ଼ନ, ପାରିବାରିକ ବିବାଦ, ଅପହରଣ, ମହିଳା ଚାଲାଣ ସମେତ ମହିଳାମାନଙ୍କ ସୁରକ୍ଷା, ସମ୍ମାନ ଓ ଅଧିକାର ସହ ସମ୍ପୃକ୍ତ ସମ୍ପର୍କିତ ସମୁଦାୟ ୨୪ଟି ମାମଲା ଶୁଣାଣି କରି ୧୧ଟି ମାମଲାର ଆପୋଷ ସମାଧାନ କରାଯାଇଥିବାବେଳେ, ୬ଟି ମାମଲାକୁ ଆରକ୍ଷୀ ଅଧିକ୍ଷକ ଏବଂ ୪ଟି ମାମଲାକୁ ସୁରକ୍ଷା ଅଧିକାରୀଙ୍କ ନିକଟକୁ ସମାଧାନ ପାଇଁ ପ୍ରେରଣ କରାଯାଇଛି । ଅବଶିଷ୍ଟ ୩ଟି ମାମଲାରେ ସମ୍ପୃକ୍ତ ପକ୍ଷମାନଙ୍କ ପୁନର୍ବାର ଉପସ୍ଥିତି ପାଇଁ ନୋଟିସ୍‌ ଜାରି କରାଯାଇଛି। ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲଙ୍କ ସମେତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ରବୀନ୍ଦ୍ର ନାଥ ଶତପଥୀ, ଓଡ଼ିଶା ରାଜ୍ୟ ମହିଳା ଆୟୋଗର ସଦସ୍ୟା ଶ୍ରୀମତୀ ମୁକ୍ତା ସାହୁ ଏବଂ ଶ୍ରୀମତୀ ପ୍ରତିଭା ଶତପଥୀ, ଡିଏସପି ବରଗଡ଼ ଶ୍ରୀମତୀ ଶିପ୍ରା କୁମାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ସନ୍ଧ୍ୟାରାଣୀ ନେପାକ, ଆଇନ ଅଧିକାରୀ ଶ୍ରୀ ଅରବିନ୍ଦ ପଟ୍ଟନାୟକ, ମାନ୍ୟବର ଅଧ୍ୟକ୍ଷାଙ୍କ ଷ୍ଟେନୋଗ୍ରାଫର ତଥା ଅନ୍ୟାନ୍ୟ ଅଧିକାରୀ ଓ ସଦସ୍ୟମାନେ ଉପସ୍ଥିତ ରହି ମହିଳାମାନଙ୍କ ପାଇଁ ସହଜରେ ନ୍ୟାୟ ଓ ପ୍ରତିଷ୍ଠାନଗତ ସହାୟତା ଉପଲବ୍ଧ କରାଇବାର ଗୁରୁତ୍ୱ ଉପରେ ଆଲୋକପାତ କରିବା ସହ ଆୟୋଗ ପକ୍ଷରୁ ଅଭିଯୋଗକାରୀମାନଙ୍କ ଠାରୁ ସିଧାସଳଖ ଭାବେ ସେମାନଙ୍କ ସମସ୍ୟା ଶୁଣାଯାଇ ମାମଲାଗୁଡ଼ିକର ଆଇନସମ୍ମତ ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ଓ ପରାମର୍ଶ ପ୍ରଦାନ କରାଯାଇଥିଲା। ମହିଳାମାନଙ୍କ ସମସ୍ୟାର ସମାଧାନ ପାଇଁ ଆୟୋଗଙ୍କ ପକ୍ଷରୁ ଜିଲ୍ଲାସ୍ତରରେ ଏଭଳି କ୍ୟାମ୍ପ କୋର୍ଟ ଆୟୋଜନ କରାଯିବା ଦ୍ୱାରା ମହିଳାମାନେ ନିଜ ସମସ୍ୟାକୁ ନିର୍ଭୟରେ ଉପସ୍ଥାପନ କରିବା ସହ ଆଇନଗତ ଅଧିକାର ଓ ଉପଲବ୍ଧ ସହାୟତା ବ୍ୟବସ୍ଥା ସମ୍ପର୍କରେ ଜାଣିପାରୁଛନ୍ତି। ଏହା ମହିଳାମାନଙ୍କୁ ନ୍ୟାୟ, ସୁରକ୍ଷା, ଅଧିକାର ଓ ମର୍ଯ୍ୟାଦାପୂର୍ଣ୍ଣ ଜୀବନ ପ୍ରଦାନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।

Bargarh (ବରଗଡ଼) • ରିପୋର୍ଟ -ସତ୍ୟ ସୁରୁଜଳ ଓ ବଂଶୀଧର ନାୟକ

ବିଶ୍ୱ ବନ୍ଧୁତ୍ୱ୍ୱ ଦିବସରେ ୬୧ ୟୁନିଟ ରକ୍ତ ସଂଗ୍ରହ
Aug 25, 2026•19 views

ବିଶ୍ୱ ବନ୍ଧୁତ୍ୱ୍ୱ ଦିବସରେ ୬୧ ୟୁନିଟ ରକ୍ତ ସଂଗ୍ରହ

ଭୁବନ ୨୫.୮- ଢେ଼ଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ପ୍ରଜାପିତା ବ୍ରହ୍ମାକୁମାରୀ ଆଶ୍ରମ ପରିସରରେ ବ୍ରହ୍ମାକୁମାରୀ ସମାଜ ସେବା ପ୍ରଭାଗ ଓ ତୃପ୍ତି ପାଠାଗାର ସହଯୋଗରେ ରକ୍ତଦାନ ଶିବିରରେ ୬୧ ୟୁନିଟ ରକ୍ତସଂଗ୍ରହ କରାଯାଇଛି। ରାଜଯୋଗିନୀ ଦାଦି ପ୍ରକାଶମଣି ଙ୍କ ୧୯ ତମ ପୁର୍ଣ୍ୟ ତିଥୀ ଅବସରରେ ବିଶ୍ୱ ବନ୍ଧୁତ୍ୱ ଦିବସ ନାମରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମକୁ ଭୁବନ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଅତିରିକ୍ତ ତହସିଲଦାର ସୌଦାଗର ବେହେରା,ବରିଷ୍ଠ ନାଗରିକ ଟ୍ରଷ୍ଟ ଅଧକ୍ଷ ରଥ ସେଠି,ପ୍ରକୃତି ବନ୍ଧୁ ପ୍ରଶାନ୍ତ ଦିବେଦୀ,ବାଲିବୋ ସମବାୟ ସମିତି ସଭାପତି ମଳୟ କୁମାର ତ୍ରିପାଠୀ, ଗୋପବନ୍ଧୁ ଦାସ ସେବା ସଂଗଠନ ସମ୍ପାଦକ ଲକ୍ଷ୍ମଣ ଦାସ, ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଜିଲ୍ଲା ସଂଯୋଜକ ନିରଞ୍ଜନ ଗୁରୁ,ମହାଲକ୍ଷ୍ମୀ ବଣିକ ସଙ୍ଘର ସଭାପତି ଦୁଷ୍ମନ୍ତ ପୃଷ୍ଟି, ଭୁବନ ହାଇସ୍କୁଲ ସଭାପତି ବସନ୍ତ ପୋଥାଳ, ସମାଜସେବି ସୁବାସ ମେହେଣା ଯୋଗ ଦେଇଥିଲେ। ଉଦଯାପନୀ ଉତ୍ସବରେ କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସଞ୍ଜୟ ଦାସ, ବୀରେନ୍ଦ୍ର ପ୍ରତାପ ଜେନା ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ କେନ୍ଦ୍ର ସଂଚାଳିକା ବ୍ରହ୍ମାକୁମାରୀ ବିଜୟା ସଂଯୋଜନା କରିଥିବା ବେଳେ ତୃପ୍ତି ପାଠାଗାର ଅଧକ୍ଷ ପୂର୍ଣ୍ଣଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ମନମୋହନ ପୃଷ୍ଟି,ଶ୍ୟାମସୁନ୍ଦର ଦାଶ ଙ୍କ ସମେତ ଆଶ୍ରମର ଶତାଧିକ ଆଶ୍ରିତ ସକ୍ରିୟ ସହଯୋଗ କରିଥିଲେ। ଭୁବନ ଡାକ୍ତରଖାନାର ମୁଖ୍ୟ ଡାକ୍ତର ରମେଶ ଚନ୍ଦ୍ର ସାହୁ, ଡାକ୍ତର ସତ୍ୟବାନ ମହାଳିକ, ଢେଙ୍କାନାଳ ରକ୍ତଭଣ୍ଡାରର ପରମାନନ୍ଦ ପଣ୍ଡାଙ୍କ ସମେତ ଡାକ୍ତରୀ ଟିମ ସହଯୋଗ କରିଥିଲେ। ସବୁଠାରୁ ଚର୍ଚିତ ବିଷୟ ଥିଲା ଦି ଗୋଲଡ଼ ପରିବାର ପକ୍ଷରୁ ଦୀପଜ ବିହାରୀ ଙ୍କ ନେତୃତ୍ୱରେ ୧୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ଚାରି ଯୋଡ଼ା ସ୍ୱାମୀ ସ୍ତ୍ରୀ ଶୁକଦେବ ନାୟକ ଲିଲି ନାୟକ ପ୍ରବାସୀ କାରୁଆ ଶାନ୍ତିଲତା କାରୁଆ,ସୁଶାନ୍ତ ମଲ୍ଲିକ,ମାନିନୀ ମଲ୍ଲିକ,ନୀଳମାଧବ ସେନାପତି ଆରତୀ ସେନାପତି , ଦୁଇ ଯୋଡ଼ା ଭାଇଭଉଣୀ, ଦୁଇ ଯୋଡ଼ା ଭାଇ ରକ୍ତଦାନ କରିଥିଲେ।

Dhenkanal (ଢେଙ୍କାନାଳ) • ସୁଶାନ୍ତ କୁମାର ପୋଥାଳ

ପ୍ରଶାସନ ଶୁଣିଲାନି, ଗାଁ ଲୋକେ ନିଜେ ନଳକୂପ ମରାମତି କଲେ
Aug 25, 2026•11 views

ପ୍ରଶାସନ ଶୁଣିଲାନି, ଗାଁ ଲୋକେ ନିଜେ ନଳକୂପ ମରାମତି କଲେ

ଭୁବନ ୨୫.୮- ଢେ଼ଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ବାରୁଆଁ (ବି) ପଞ୍ଚାୟତ ର ମଠଖୋକସା ଗ୍ରାମରେ ଦୀର୍ଘଦିନ ହେଲା ନଳକୂପ ଅଚଳ ହୋଇ ପଡ଼ିଥିଲା । ଫଳରେ ଲୋକମାନେ ଅସୁବିଧା ଭୋଗୁଥିଲେ । ଏ ସମ୍ପର୍କରେ ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ ଅଚଳ ନଳକୂପ କୁ ସଚଳ କରାଯାଇ ନଥିଲା । ଫଳରେ ଗାଁ ଲୋକେ ନିଜେ ସଜାଡିବାର ଦାୟିତ୍ୱ ନେଇଥିଲେ । ଆଇ ଟି ଆଇ ଫିଟର ରାଜ କିଶୋର ସାହୁ ଙ୍କ ସମେତ ରାଜେଶ ନାୟକ ଓ ଶ୍ରୀକାନ୍ତ ମିଶ୍ର ଙ୍କ ସହଯୋଗରେ ନଳକୂପ ସଚଳ ହୋଇଥିଲା । ଏଥିପାଇଁ ଗ୍ରାମବାସୀ ମାନେ ଉପରୋକ୍ତ ଯୁବକ ମାନଙ୍କୁ ଉଚ୍ଚ ପ୍ରଶଂସା କରିବା ସହ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି।

Dhenkanal (ଢେଙ୍କାନାଳ) • ସୁଶାନ୍ତ କୁମାର ପୋଥାଳ

ନର୍ସିଂ ପାଠ୍ୟକ୍ରମ ସମ୍ପର୍କରେ  ସଚେତନତା କାର୍ଯ୍ୟକ୍ରମ: ନର୍ସିଂ କୋର୍ସ ରେ ଶତ ପ୍ରତିଶତ ନିଯୁକ୍ତି ଗ୍ୟାରେଣ୍ଟି
Aug 25, 2026•47 views

ନର୍ସିଂ ପାଠ୍ୟକ୍ରମ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ: ନର୍ସିଂ କୋର୍ସ ରେ ଶତ ପ୍ରତିଶତ ନିଯୁକ୍ତି ଗ୍ୟାରେଣ୍ଟି

ଭୁବନ ୨୫.୮- ଢେ଼ଙ୍କାନାଳ ଜିଲ୍ଲା ଭୁବନ ବାଜି ରାଉତ ସ୍ମୃତି ମହାବିଦ୍ୟାଳୟ ସମ୍ମୁଖରେ ଅବସ୍ଥିତ ହାର୍ଟ ଡିସ୍କଭରି ନର୍ସିଂ କଲେଜରେ ଭୁବନର ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ନେଇ ନର୍ସିଂ ପାଠ୍ୟକ୍ରମ ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ଟଙ୍କଧର ମହାପାତ୍ର ଏହି ସଚେତନତା କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ନର୍ସିଂ ପାଠ୍ୟକ୍ରମ ଜି ଏନ୍ ଏମ କୋର୍ସ ନିମନ୍ତେ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇ କଳା,ବାଣିଜ୍ୟ ଓ ବିଜ୍ଞାନ , ଅବଧି ତିନି ବର୍ଷ ଏବଂ ପାସ ଆଉଟ୍ ହେବା ପରେ ସରକାରୀ,ବେସରକାରୀ ହସ୍ପିଟାଲ ରେ ନିଶ୍ଚିତ କର୍ମ ସଂସ୍ଥାନ ପାଇ ପାରିବେ ଏବଂ ନର୍ସିଂ କୋର୍ସ ରେ ଶତ ପ୍ରତିଶତ ନିଯୁକ୍ତି ସୁଯୋଗ ( ଗ୍ୟାରେଣ୍ଟି) ରହିଛି ବୋଲି ସୂଚନା ଦେଇଥିଲେ । ନଗରପାଳ ଶୁଭେନ୍ଦୁ କୁମାର ସାହୁ ଅତିଥି ଭାବେ ଯୋଗଦେଇ କହିଥିଲେଯେ ,ଆମ ଅଞ୍ଚଳରେ ଏକ ନର୍ସିଂ କଲେଜ ଖୋଲିବା ଆମ ପାଇଁ ଗର୍ବ ଓ ଗୌରବର ବିଷୟ। ନର୍ସିଂ ପାଠ ପଢ଼ିବା ପାଇଁ ଆମ ଅଞ୍ଚଳର ଝିଅ ମାନଙ୍କୁ ପୂର୍ବରୁ କଟକ,ଭୁବନେଶ୍ୱର ଯିବାକୁ ପଡୁଥିଲା । ଏବେ ଘର ପାଖରେ ସୁବିଧାରେ ପାଠ ପଢ଼ି ପାରିବେ ଓ ଆମ ଅଞ୍ଚଳରେ ନୂତନ କର୍ମ ନିଯୁକ୍ତି ସୃଷ୍ଟି ହେବା ସହିତ ବେକାରୀ ସମସ୍ୟା ଦୂର କରିବାରେ ନିଶ୍ଚିତ ସହାୟକ ହେବ । ଅନ୍ୟ ମାନଙ୍କ ମଧ୍ୟରେ କାଉନସିଲର ଗିରିଧାରୀ ସାହୁ,ଅବସରପ୍ରାପ୍ତ ପୋଲିସ ଅଫିସର ଶ୍ରୀଧର ବେହେରା ,ଭାରତୀୟ ଷ୍ଟେଟ ବ୍ୟାଙ୍କ ର ଅବସରପ୍ରାପ୍ତ ପ୍ରବନ୍ଧକ ଗଦାଧର ଦାସ,ଆଇନଜୀବୀ କୁଞ୍ଜ ବିହାରୀ ଚିନରା, ଶିକ୍ଷାବିତ୍ ଦୀନବନ୍ଧୁ ବେହେରା,କାଉନସିଲର ପପୁ କୁମାର ସାହୁ, ମନ ମୋହନ ସାହୁ,ସମାଜସେବୀ ନରେନ୍ଦ୍ର କୁମାର ସାହୁ,ସୁରେନ୍ଦ୍ର କୁମାର ପୃଷ୍ଟି,ଶ୍ରୀକାନ୍ତ କୁମାର ସାହୁ,ଅବସର ପ୍ରାପ୍ତ ସ୍ୱାସ୍ଥ୍ୟକର୍ମୀ ରଥ ସେଠୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। କଲେଜର ମୁଖ୍ୟ ପ୍ରବନ୍ଧକ ଓଁ ଶୁଭମ୍ ସଙ୍କେତ ନର୍ସିଂ ଛାତ୍ରୀ ମାନଙ୍କ ନିମନ୍ତେ ସରକାରଙ୍କ ବିଭିନ୍ନ ବୃତ୍ତି ରାଶି ଓ ଆର୍ଥିକ ସହାୟତା ସମ୍ପର୍କରେ ବିସ୍ତୃତ ଭାବେ ସୂଚନା ଦେଇଥିଲେ ।

Dhenkanal (ଢେଙ୍କାନାଳ) • ସୁଶାନ୍ତ କୁମାର ପୋଥାଳ