--:--:--
-- ---
Srishti News

Web News

ଦଶାହ କାର୍ଯ୍ୟ ପାଇଁ ସହଯୋଗର ହାତ ବଢ଼ାଇଲେ ସମାଜସେବୀ ଅଭିମନ୍ୟୁ ସାହୁ
Aug 25, 2026•121 views

ଦଶାହ କାର୍ଯ୍ୟ ପାଇଁ ସହଯୋଗର ହାତ ବଢ଼ାଇଲେ ସମାଜସେବୀ ଅଭିମନ୍ୟୁ ସାହୁ

ବଅଁରପାଳ: ବଅଁରପାଳ ବ୍ଲକ ଅନ୍ତର୍ଗତ ତୁଳସୀପାଳ ପଞ୍ଚାୟତର ଲଙ୍ଗୁଳିଆବେଡା ଗ୍ରାମର ଅଜୟ ସାହୁଙ୍କ ଦଶାହ କାର୍ଯ୍ୟ ନିମନ୍ତେ ସହଯୋଗର ହାତ ବଢ଼ାଇଛନ୍ତି ଯୁବ ସମାଜସେବୀ ଅଭିମନ୍ୟୁ ସାହୁ। ଅଜୟଙ୍କ ପରିବାରର ଆର୍ଥିକ ସ୍ଥିତି ଅତ୍ୟନ୍ତ ଦୁର୍ବଳ ଥିବା ଜାଣିବା ପରେ ଅଭିମନ୍ୟୁ ସାହୁ ମାନବିକତାର ପରିଚୟ ଦେଇ ଦଶାହ କାର୍ଯ୍ୟ ପାଇଁ ଡାଲି, ଚାଉଳ ସମେତ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ତାଙ୍କର ଏହି ମାନବିକ ପଦକ୍ଷେପ ପରିବାରକୁ ଦୁଃଖଦ ସମୟରେ କିଛିଟା ଆଶ୍ୱାସନ ଦେଇଛି। ସମାଜସେବୀ ଅଭିମନ୍ୟୁ ସାହୁଙ୍କ ଏଭଳି ବଦାନ୍ୟତା ଓ ସହଯୋଗ ପାଇଁ ଗ୍ରାମବାସୀ ତାଙ୍କୁ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଛନ୍ତି।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ମହମ୍ମଦଙ୍କ ଜନ୍ମଦିନ ଅବସରରେ ଧାମନଗରରେ ପୋଲିସ ପକ୍ଷରୁ ଫ୍ଲାଗ୍ ମାର୍ଚ୍ଚ
Aug 25, 2026•69 views

ମହମ୍ମଦଙ୍କ ଜନ୍ମଦିନ ଅବସରରେ ଧାମନଗରରେ ପୋଲିସ ପକ୍ଷରୁ ଫ୍ଲାଗ୍ ମାର୍ଚ୍ଚ

ଧାମନଗର: ମହମ୍ମଦଙ୍କ ଜନ୍ମଦିନ ଅବସରରେ ଧାମନଗର ଥାନା ପକ୍ଷରୁ ଆଜି ଏକ ଭବ୍ୟ ଫ୍ଲାଗ୍ ମାର୍ଚ୍ଚ ଅନୁଷ୍ଠିତ ହୋଇଯାଇଛି। ଅଞ୍ଚଳରେ ଶାନ୍ତି, ଶୃଙ୍ଖଳା ଓ ଭାଇଚାରାର ବାର୍ତ୍ତା ପ୍ରଦାନ କରିବା ସହିତ ଆଇନଶୃଙ୍ଖଳା ବ୍ୟବସ୍ଥାକୁ ସୁଦୃଢ଼ ରଖିବା ଉଦ୍ଦେଶ୍ୟରେ ଏହି ଫ୍ଲାଗ୍ ମାର୍ଚ୍ଚ କରାଯାଇଥିଲା। ଏହି ଫ୍ଲାଗ୍ ମାର୍ଚ୍ଚରେ ଧାମନଗର ଥାନା ସମେତ ବିଭିନ୍ନ ଥାନାରୁ ଆସିଥିବା ପୋଲିସ କର୍ମଚାରୀମାନେ ଯୋଗଦେଇଥିଲେ। ଧାମନଗର ଥାନାର IICଙ୍କ ନେତୃତ୍ୱରେ ପୋଲିସ କର୍ମଚାରୀମାନେ ଏକାଠି ହୋଇ ଧାମନଗର ସହରର ପ୍ରମୁଖ ରାସ୍ତା ଓ ସମଗ୍ର ବଜାର ଅଞ୍ଚଳ ପରିକ୍ରମା କରିଥିଲେ। ଫ୍ଲାଗ୍ ମାର୍ଚ୍ଚ ସମୟରେ ପୋଲିସ କର୍ମଚାରୀମାନେ ଶାନ୍ତି ଓ ସଦ୍‌ଭାବନା ବଜାୟ ରଖିବା ସହିତ ସମସ୍ତଙ୍କୁ ଭାଇଚାରାର ସହିତ ପର୍ବ ପାଳନ କରିବାକୁ ଆହ୍ୱାନ ଦେଇଥିଲେ। ସହରରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନଘଟେ, ସେଥିପାଇଁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଥିବା ଜଣାପଡ଼ିଛି। ଧାମନଗର ବଜାର ଦେଇ ଏହି ଫ୍ଲାଗ୍ ମାର୍ଚ୍ଚ ଯିବା ସମୟରେ ସାଧାରଣ ଲୋକଙ୍କ ମଧ୍ୟରେ ପୋଲିସର ଉପସ୍ଥିତି ଓ ସୁରକ୍ଷା ବ୍ୟବସ୍ଥା ନେଇ ଏକ ସକାରାତ୍ମକ ବାର୍ତ୍ତା ପହଞ୍ଚିଥିଲା। ଶାନ୍ତିପୂର୍ଣ୍ଣ ଭାବେ ମହମ୍ମଦଙ୍କ ଜନ୍ମଦିନ ପାଳନ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତଙ୍କ ସହଯୋଗ କାମନା କରାଯାଇଛି।

Bhadrak (ଭଦ୍ରକ) • ରିପୋର୍ଟ :ଶିଶିର କୁମାର ସ୍ୱାଇଁ

Law Awareness Meets Humanity: 38 Units of Blood Collected at DLSA Camp in Nuapada
Aug 25, 2026•30 views

Law Awareness Meets Humanity: 38 Units of Blood Collected at DLSA Camp in Nuapada

Nuapada, August 25: A legal awareness programme and voluntary blood donation camp were organised under the aegis of the District Legal Services Authority (DLSA), Nuapada, at the District Bar Association Hall on Tuesday. The programme brought together members of the judiciary, legal fraternity, CRPF personnel, medical professionals, students and social workers to spread awareness about important legal provisions while promoting the noble cause of voluntary blood donation. The awareness programme focused on several important subjects, including the translation of Supreme Court judgments from English into regional languages through Artificial Intelligence and the Supreme Court's “Su-Shaas” software, the Odisha High Court Virtual Court Rules, 2025, the Alternative Dispute Resolution provisions under the Civil Procedure framework, mediation-related provisions and the Pre-Conception and Pre-Natal Diagnostic Techniques (PCPNDT) Act, 1994. District and Sessions Judge and Chairman of DLSA, Nuapada, Samar Bilas Behera, Chief Judicial Magistrate Sushant Kumar Mishra, Senior Civil Judge Durbasa Durga, DLSA Secretary Navanita Dash, Senior Civil Judge (Women’s Court) Sarojini Sahu, SDJM Snataki Dash and Judicial Magistrate Kahnu Kisku were among those present at the programme. Principal of Mahamaya Law College, Dr. Anil Kumar Tandi, Commandant of the 216 CRPF Battalion Kuldeep Jain, Deputy Commandant of the 19 CRPF Battalion Anil Prasad Yedla, senior advocates Prasanna Padhi, Setram Dewangan and Trilok Chandra Soni, Legal Services Defence Counsel Prakash Senapati, and Para-Legal Volunteers also participated in the programme and deliberated on various legal issues. Senior Gynaecologist and Obstetrician Dr. Bidyadhar Nag, along with officials from the Health Department, sensitised students about the legal provisions relating to sex determination and the importance of preventing misuse of diagnostic techniques. The participants were also encouraged to understand the legal and social consequences associated with violations of the PCPNDT Act. A voluntary blood donation camp was organised as part of the programme, receiving an encouraging response from participants. A total of 38 units of blood were collected during the camp. Members of the Brahma Kumari organisation, including Sisters Anjali and Anita, along with Ashok Nayak, noted blood donor Kishore Kumar Parida, social worker Rachana Jain and others remained present and encouraged the donors for their valuable contribution. The programme concluded with the administration of the “Nasha Mukt Bharat” (Drug-Free India) pledge by members of the Nuapada Brahma Kumari organisation. The initiative combined legal literacy, public awareness, humanitarian service and social responsibility, sending out a strong message about the importance of both legal empowerment and community participation.

Nuapada (ନୂଆପଡ଼ା) • Reports: Bijay Bariha & Malaya Meher

Students Study Outside BEO Office to Protest Teacher Shortage : Innovative Protest by Students of Kapsi Upper Primary School; Parents Demand Immediate Teacher Appointment
Aug 25, 2026•115 views

Students Study Outside BEO Office to Protest Teacher Shortage : Innovative Protest by Students of Kapsi Upper Primary School; Parents Demand Immediate Teacher Appointment

Sinapali, August 25: In a unique protest against the shortage of teachers, students of Kapsi Upper Primary School under Sinapali Block in Nuapada district sat outside the Block Education Officer (BEO) office with their books and notebooks and continued their studies. The unusual protest drew attention to the difficulties faced by students due to inadequate teaching staff at the school. According to reports, Kapsi Upper Primary School has been facing a shortage of teachers for a long time. Due to the inadequate number of teachers, regular classroom teaching in different grades is reportedly being affected, causing concern among students and parents. Parents and students have allegedly raised the issue several times with the concerned authorities and demanded the appointment of additional teachers. However, as the problem remained unresolved, the students chose an unusual way to draw the attention of the education authorities. Carrying their textbooks and notebooks, the students gathered in front of the BEO office and sat down to study. Their silent protest was seen as a strong message to the authorities that they need adequate teachers to continue their education properly. The incident has raised questions about the functioning of the local education system, particularly when students have been compelled to approach the education office over a basic requirement such as adequate teaching staff. Parents have urged the education department to take immediate steps to fill the vacant teaching positions at the school and ensure that regular teaching is restored without further delay. While the government has been emphasizing quality education and various initiatives for the welfare and future of students, the reported teacher shortage at the school highlights the challenges that still exist at the grassroots level. Parents and local residents are now waiting to see whether the education department will take prompt action and address the teacher shortage at Kapsi Upper Primary School.

Nuapada (ନୂଆପଡ଼ା) • Reports: Malaya Meher, DC

ନେଟୱର୍କ ସେବାରୁ ବଞ୍ଚିତ ଗୁମି ଗ୍ରାମବାସୀ: ଶିରୀଗୁଡା ପଞ୍ଚାୟତ ପ୍ରତି ପ୍ରଶାସନର ଅବହେଳା ଅଭିଯୋଗ, ମୋବାଇଲ ଟାୱାର ସ୍ଥାପନ ପାଇଁ ଦାବି
Aug 25, 2026•65 views

ନେଟୱର୍କ ସେବାରୁ ବଞ୍ଚିତ ଗୁମି ଗ୍ରାମବାସୀ: ଶିରୀଗୁଡା ପଞ୍ଚାୟତ ପ୍ରତି ପ୍ରଶାସନର ଅବହେଳା ଅଭିଯୋଗ, ମୋବାଇଲ ଟାୱାର ସ୍ଥାପନ ପାଇଁ ଦାବି

ଗୁଡାରି: ରାୟଗଡା ଜିଲ୍ଲା ଗୁଡାରି ବ୍ଲକ ଅନ୍ତର୍ଗତ ଶିରୀଗୁଡା ପଞ୍ଚାୟତର ଦୁର୍ଗମ ଗୁମି ଗ୍ରାମରେ ଦୀର୍ଘଦିନ ଧରି ମୋବାଇଲ ନେଟୱର୍କ ସେବା ଅପହଞ୍ଚ ହୋଇ ରହିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଗୁମି ଗ୍ରାମ ଗୁଡାରି ବ୍ଲକର ଶେଷ ସୀମାନ୍ତ ଗ୍ରାମ ହୋଇଥିବା ବେଳେ ଏହାର ଆଖପାଖରେ ୨୦ରୁ ଅଧିକ ଗ୍ରାମ ରହିଛି। ଏହି ଅଞ୍ଚଳର ବହୁ ଲୋକ ମୋବାଇଲ ଯୋଗାଯୋଗ ପାଇଁ ଗୁମି ଉପରେ ନିର୍ଭରଶୀଳ ଥିବାରୁ ଏଠାରେ ନେଟୱର୍କ ଟାୱାର ସ୍ଥାପନର ଆବଶ୍ୟକତା ରହିଛି। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଗୁମି ଓ ଏହାର ଆଖପାଖ ଅଞ୍ଚଳରେ ଜିଓ ସମେତ ମୋବାଇଲ ନେଟୱର୍କ ସେବା ଅତ୍ୟନ୍ତ ଦୁର୍ବଳ କିମ୍ବା ଅନୁପଲବ୍ଧ। ଫଳରେ ଜରୁରୀକାଳୀନ ସମୟରେ ମଧ୍ୟ ଲୋକଙ୍କୁ ଉଚ୍ଚସ୍ଥାନକୁ ଯାଇ ଫୋନ କରିବାକୁ ପଡୁଛି। ଏହାଦ୍ୱାରା ଛାତ୍ରଛାତ୍ରୀଙ୍କ ଅନଲାଇନ ଶିକ୍ଷା, ଅନଲାଇନ ସରକାରୀ ସେବା, ବ୍ୟବସାୟିକ ଯୋଗାଯୋଗ ଏବଂ ଦୈନନ୍ଦିନ ଜୀବନ ମଧ୍ୟ ପ୍ରଭାବିତ ହେଉଛି। ଗୁମି ନିକଟରେ ଥିବା ଶ୍ରୀ ମୀନାଝୋଲା ଅଞ୍ଚଳକୁ ମଧ୍ୟ ଏହି ନେଟୱର୍କ ସମସ୍ୟାର ପ୍ରଭାବ ରହିଥିବା କୁହାଯାଉଛି। ଏତେ ବଡ଼ ଅଞ୍ଚଳର ଲୋକ ନେଟୱର୍କ ସୁବିଧାରୁ ବଞ୍ଚିତ ଥିବା ସତ୍ତ୍ୱେ ଏପର୍ଯ୍ୟନ୍ତ ଏଠାରେ ଏକ ମୋବାଇଲ ଟାୱାର ସ୍ଥାପନ ନହେବାକୁ ନେଇ ପ୍ରଶ୍ନ ଉଠିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଶିରୀଗୁଡା ପଞ୍ଚାୟତ ଅଞ୍ଚଳ ପ୍ରତି ପ୍ରଶାସନର ଏଭଳି ଅବହେଳା କାହିଁକି ରହିଛି, ତାହା ବୁଝାପଡୁନାହିଁ। ବିଶେଷକରି ଗୁମି ଗ୍ରାମରୁ ହିଁ ପଞ୍ଚାୟତର ସରପଞ୍ଚ ନିର୍ବାଚିତ ହୋଇଥିବା ସତ୍ତ୍ୱେ ଗ୍ରାମର ମୌଳିକ ଯୋଗାଯୋଗ ସମସ୍ୟା ସମାଧାନ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯାଉନଥିବା ନେଇ ମଧ୍ୟ କେତେକ ଗ୍ରାମବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

Rayagada (ରାୟଗଡ଼ା) • ନିରଞ୍ଜନ ପୂଜାରୀ, ଗୁଡାରି

ଚିକିଟି ବ୍ଲକ୍‌ରେ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ‘ଉଲ୍ଲାସ’ର ତାଲିମ ଅନୁଷ୍ଠିତ
Aug 25, 2026•79 views

ଚିକିଟି ବ୍ଲକ୍‌ରେ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ‘ଉଲ୍ଲାସ’ର ତାଲିମ ଅନୁଷ୍ଠିତ

ଚିକିଟି ବ୍ଲକ୍ ସ୍ତରୀୟ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ‘ଉଲ୍ଲାସ’ ଅଧୀନରେ ବ୍ଲକ୍, ଗ୍ରାମପଂଚାୟତ ଓ କ୍ଲଷ୍ଟର ସ୍ତରୀୟ ନୋଡାଲ ଅଧିକାରୀମାନଙ୍କ ତାଲିମ କାର୍ଯ୍ୟକ୍ରମ ବଡ଼କେଳାଝୁରୀସ୍ଥିତ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଚିକିଟିବ୍ଲକ୍ ଶିକ୍ଷା ଅଧିକାରୀ ପନ୍ନଗ ଭୂଷଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ‘ଉଲ୍ଲାସ’ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ, ସାକ୍ଷରତାର ଗୁରୁତ୍ୱ ଓ ନିରକ୍ଷର ବୟସ୍କମାନଙ୍କୁ ସାକ୍ଷର କରିବା ଦିଗରେ ସମସ୍ତଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ। ଏବିଇଓ ତ୍ରିନାଥ ମଲ୍ଲିକ ଉପସ୍ଥିତ ରହି ତାଲିମାର୍ଥୀମାନଙ୍କୁ ଆବଶ୍ୟକ ମାର୍ଗଦର୍ଶନ ଦେଇଥିଲେ। ବ୍ଲକ୍ ନୋଡାଲ ଅଧିକାରୀ ମେଘନାଥ ବେହେରାଙ୍କ ତତ୍ତ୍ୱାବଧାନରେ ବ୍ଲକ ସମ୍ବଳ ଶିକ୍ଷକ ଜି. ବାଇଲଡୁ, ନରସିଂହ ପତି ଓ ବୈରାଗୀ ବେହେରା ପ୍ରମୁଖ ତାଲିମ ପ୍ରଦାନ କରିଥିଲେ। ଏଥିରେ ଉଲ୍ଲାସ କାର୍ଯ୍ୟକ୍ରମର ସଫଳ ରୂପାୟନ , ନୋଡାଲ ଅଧିକାରୀଙ୍କ ଦାୟିତ୍ୱ, ଶିକ୍ଷାର୍ଥୀ ଚିହ୍ନଟ ଓ ପଞ୍ଜୀକରଣ ସମ୍ପର୍କିତ ବିଭିନ୍ନ ବିଷୟରେ ତାଲିମ ଦିଆଯାଇଥିଲା। ବିଦ୍ୟାଳୟର ପ୍ରଧାନଶିକ୍ଷକ ଅନାଦି ଚୌଧୁରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ତାଲିମରେ ଯୋଗଦେଇଥିବା ନୋଡାଲ ଅଧିକାରୀମାନେ ‘ଉଲ୍ଲାସ’ କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରେ ସଫଳ କରିବା ପାଇଁ ସଂକଳ୍ପବଦ୍ଧ ହୋଇଥିଲେ।

Ganjam (ଗଞ୍ଜାମ) • ଦୂର୍ଗା ମାଧବ ମହାରଣା

ଲେଙ୍ଗୁମିଶ୍ର ଛକରୁ ଲମ୍ଭାବିଲ୍ଡିଙ୍ଗ ରାସ୍ତାରେ ଅସମ୍ଭାଳ ଟ୍ରାଫିକ୍ ଜାମ୍:  ଛାତ୍ରଛାତ୍ରୀଙ୍କ ସମେତ ଯାତ୍ରୀ ହନ୍ତସନ୍ତ, ଯାତାୟାତ ବ୍ୟବସ୍ଥା ନେଇ ଉଠିଲା ପ୍ରଶ୍ନ
Aug 25, 2026•19 views

ଲେଙ୍ଗୁମିଶ୍ର ଛକରୁ ଲମ୍ଭାବିଲ୍ଡିଙ୍ଗ ରାସ୍ତାରେ ଅସମ୍ଭାଳ ଟ୍ରାଫିକ୍ ଜାମ୍: ଛାତ୍ରଛାତ୍ରୀଙ୍କ ସମେତ ଯାତ୍ରୀ ହନ୍ତସନ୍ତ, ଯାତାୟାତ ବ୍ୟବସ୍ଥା ନେଇ ଉଠିଲା ପ୍ରଶ୍ନ

ସହରର ଲେଙ୍ଗୁମିଶ୍ର ଛକରୁ ଲମ୍ଭାବିଲ୍ଡିଙ୍ଗ ରାସ୍ତାରେ ମଙ୍ଗଳବାର ଅପରାହ୍ନରେ ଅସମ୍ଭାଳ ଟ୍ରାଫିକ୍ ଜାମ୍ ଦେଖିବାକୁ ମିଳିଛି। ରାସ୍ତାରେ ଏକାଧିକ ଭାରୀଯାନ ସମେତ ଛୋଟବଡ଼ ଯାନବାହନ ଅଟକି ରହିବା ଫଳରେ ଦୀର୍ଘ ସମୟ ଧରି ଯାତାୟାତ ପ୍ରଭାବିତ ହୋଇଥିଲା। ଏହି ଟ୍ରାଫିକ୍ ଜାମ୍‌ରେ ସ୍କୁଲ୍‌ରୁ ଫେରୁଥିବା ଛାତ୍ରଛାତ୍ରୀମାନେ ମଧ୍ୟ ଅଟକି ରହିଥିବା ଦେଖାଯାଇଥିଲା। ବାଇକ୍‌, ଅଟୋ ଓ ଅନ୍ୟାନ୍ୟ ଯାନ ରାସ୍ତାରେ ଅଟକି ରହିବାରୁ ପଥଚାରୀଙ୍କ ଯାତାୟାତ ମଧ୍ୟ କଷ୍ଟକର ହୋଇପଡ଼ିଥିଲା। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଏହି ରାସ୍ତାରେ ଦିନକୁ ଦିନ ଯାନବାହନ ଚଳାଚଳ ବଢ଼ୁଥିବା ବେଳେ ରାସ୍ତାର ଅନେକ ସ୍ଥାନରେ ଅବ୍ୟବସ୍ଥିତ ପାର୍କିଂ ଓ ଭାରୀଯାନ ଚଳାଚଳ ଯୋଗୁଁ ଟ୍ରାଫିକ୍ ସମସ୍ୟା ଉତ୍କଟ ହେଉଛି। ବ୍ୟସ୍ତ ସମୟରେ ସମସ୍ୟା ଆହୁରି ଗମ୍ଭୀର ରୂପ ନେଉଛି। ଟ୍ରାଫିକ୍ ଜାମ୍ ଯୋଗୁଁ ଜରୁରୀ କାମରେ ଯାଉଥିବା ଲୋକଙ୍କ ସମୟ ନଷ୍ଟ ହେବା ସହ ଛାତ୍ରଛାତ୍ରୀ ଓ ସାଧାରଣ ଯାତ୍ରୀ ହଇରାଣ ହେଉଛନ୍ତି। ଏହି ରାସ୍ତାରେ ନିୟମିତ ଟ୍ରାଫିକ୍ ନିୟନ୍ତ୍ରଣ, ଅବ୍ୟବସ୍ଥିତ ପାର୍କିଂ ଉପରେ କଟକଣା ଏବଂ ଭାରୀଯାନ ଚଳାଚଳକୁ ନିୟମିତ କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ତୁରନ୍ତ ପ୍ରଶାସନ ଓ ଟ୍ରାଫିକ୍ ବିଭାଗ ଏହି ସମସ୍ୟା ଉପରେ ଦୃଷ୍ଟି ଦେଇ ସ୍ଥାୟୀ ସମାଧାନର ବ୍ୟବସ୍ଥା କରିବାକୁ ଅଞ୍ଚଳବାସୀ ଅନୁରୋଧ କରିଛନ୍ତି।

Bargarh (ବରଗଡ଼) • ସତ୍ୟ ସୁରୁଜାଲ

ଶିଶୁ ଶ୍ରମିକ, ବାଲ୍ୟବିବାହ ଏବଂ ଶିଶୁ ଭିକ୍ଷା ବୃତ୍ତି ଓ ଶିଶୁ ସୁରକ୍ଷା ସମସ୍ୟାକୁ ରୋକିବା ପାଇଁ କାର୍ଯ୍ୟ ଯୋଜନା ଉପରେ ଜିଲ୍ଲା ସ୍ତରୀୟ କର୍ମଶାଳା
Aug 25, 2026•63 views

ଶିଶୁ ଶ୍ରମିକ, ବାଲ୍ୟବିବାହ ଏବଂ ଶିଶୁ ଭିକ୍ଷା ବୃତ୍ତି ଓ ଶିଶୁ ସୁରକ୍ଷା ସମସ୍ୟାକୁ ରୋକିବା ପାଇଁ କାର୍ଯ୍ୟ ଯୋଜନା ଉପରେ ଜିଲ୍ଲା ସ୍ତରୀୟ କର୍ମଶାଳା

କଳାହାଣ୍ଡି ଜିଲ୍ଲା ଭବାନପାଟଣା ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ପ୍ରସାଶନ ଓ କର୍ତ୍ତବ୍ୟ ଅନୁଷ୍ଠାନର ମିଳିତ ସହଯୋଗରେ ଜିଲ୍ଲା ସ୍ତରୀୟ ଶିଶୁ ଶ୍ରମିକ, ବାଲ୍ୟ ବିବାହ ଏବଂ ଶିଶୁ ଭିକ୍ଷାବୃତ୍ତି, ଶିଶୁ ଦେଶାନ୍ତର ଭଳି ଗୁରୁତର ଶିଶୁ ସମସ୍ୟାର ସ୍ଥାୟୀ ନିରାକରଣ ପାଇଁ ଏକ କାର୍ଯ୍ୟ ଯୋଜନା ପ୍ରସ୍ତୁତି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଶ୍ରୀ ତନ୍ମୟ କୁମାର ଦରୱାନ ଅତିରିକ୍ତ ଜିଲ୍ଲାପାଳ କଳାହାଣ୍ଡି,ସମ୍ମାନିତ ଅତିଥି ଭାବେ ଶ୍ରୀ ସୁଧାଂଶୁ ଶେଖର ମିଶ୍ର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ କଳାହାଣ୍ଡି,ଡାକ୍ତର ନିହାରେନ୍ଦ୍ର ପଣ୍ଡା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କଳାହାଣ୍ଡି, ସୁଶ୍ରୀ ସ୍ଵର୍ଣ୍ଣଲତା ମହାନ୍ତି ଅଧ୍ଯକ୍ଷା ଶିଶୁ ମଙ୍ଗଳ ସମିତି କଳାହାଣ୍ଡି, ଶ୍ରୀଅଶୋକ କୁମାର ପଟ୍ଟନାଏକ ମୁଖ୍ୟ କାର୍ଯ୍ୟ ନିର୍ବାହୀ କର୍ତ୍ତବ୍ୟ ଅନୁଷ୍ଠାନ ପ୍ରମୁଖ ମଞ୍ଚାସିନ ଥିଲେ। କର୍ମଶାଳାର ମୁଖ୍ୟ ତାଲିମଦାତା ଭାବରେ ଶ୍ରୀଘାସିରାମ ପଣ୍ଡା ପରାମର୍ଶ ଦାତା ୟୁନିସେଫ ଭୁବନେଶ୍ୱର, ଡକ୍ଟର ଅଜୟ କୁମାର ମିଶ୍ର, ଶିକ୍ଷାବିତ୍ ତଥା ପୁର୍ବତନ ଅଧ୍ୟକ୍ଷ ଶିଶୁ ମଙ୍ଗଳ ସମିତି କଳାହାଣ୍ଡି ଓ ଶ୍ରୀମତି ଲକ୍ଷ୍ମୀ ସିଂ ପୁର୍ବତନ ଶିଶୁ ସୁରକ୍ଷା ଅଧିକାରୀ ବଲାଙ୍ଗୀର ପ୍ରମୁଖ ଉପସ୍ଥିତ ରହି ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବାଲ୍ୟ ବିବାହ ଏବଂ ଶିଶୁ ଶ୍ରମିକ ପ୍ରଥା ବିରୋଧରେ ବ୍ୟାପକ ସଚେତନତା ଅଭିଯାନ ଚଲାଇବା,ଭିକ୍ଷାବୃତ୍ତି ଓ ଶ୍ରମରେ ନିୟୋଜିତ ଶିଶୁମାନଙ୍କୁ ଉଦ୍ଧାର କରି ସେମାନଙ୍କୁ ସୁରକ୍ଷା, ମାଗଣା ହିତାଧିକାରୀ ଶିକ୍ଷା ଏବଂ ପୁନର୍ବାସ ଯୋଗାଇଦେବା, ଶିଶୁ ଅଧିକାର ଉଲ୍ଲଂଘନ କରୁଥିବା ବ୍ୟକ୍ତି ଓ ଶିଶୁ ନିୟୋଜକ ମାନଙ୍କ ବିରୋଧରେ ଦୃଢ଼ ଆଇନଗତ ପଦକ୍ଷେପ ଗ୍ରହଣ କରିବା, ଶିଶୁ ଅଧିକାର ଓ ସରକାରୀ ବ୍ୟବସ୍ଥାକୁ ସୁଚାରୁ ରୁପେ କାର୍ଯ୍ଯ କରିବା, ୧୦୯୮କୁ ବ୍ଯବହାର କରିବା, ନିର୍ମାଣ ଶ୍ରମିକ କାର୍ଡଧାରୀଙ୍କ ପୁଅ ଝିଅଙ୍କ ଶିକ୍ଷା ପାଇଁ ସରକାରୀ ଯୋଜନାର ସହାୟତା, ଅନେଶ୍ୱା କାର୍ଯ୍ଯକ୍ରମ,ପ୍ରେରଣା କେନ୍ଦ୍ରର କାର୍ଯ୍ୟକାରୀତା, ଶିଶୁ ସ୍ୱାସ୍ଥ୍ୟ,ଶିଶୁ ଶ୍ରମିକ କୁପ୍ରଥା ବିରୁଦ୍ଧରେ ଲଢ଼ିବା, ପୁଲିସର ଦାୟିତ୍ୱ ଓ ସରକାରୀ ବ୍ୟବସ୍ଥା, ବାଲ୍ୟ ବିବାହ ସୁରକ୍ଷା ଅଧିକାରୀ ଙ୍କ ଭୂମିକା,ବାଲ୍ୟ ବିବାହ ମୁକ୍ତ ଭାରତ, ମାନବ ଚାଲାଣ ନିବାରଣ ଏବଂ ଓ ପ୍ରକ୍ରିୟା, ଶିଶୁ ମଙ୍ଗଳ ସମିତିର କାର୍ଯ୍ଯ ଓ ଶିଶୁ ସୁରକ୍ଷା ସମିତି କାର୍ଯ୍ୟ,୨୪ ଘଣ୍ଟିଆ ଜରୁରୀକାଳୀନ ଯତ୍ନ ଓ ଶିଶୁଙ୍କ ଆଇନ ଓ ନ୍ୟାୟ ସୁଯୋଗ ପାଇବା ଉପରେ ବିସ୍ତୃତ ଭାବରେ ସଚେତନା କରିଥିଲେ।ଜିଲ୍ଲା ଶିଶୁ ସୁରକ୍ଷା ସମିତି,ପୁଲିସ୍, ଶ୍ରମ ବିଭାଗ, ମହିଳା ଓ ଶିଶୁ ବିକାଶ,ଶିକ୍ଷା ବିଭାଗ ଏବଂ ସ୍ୱେଚ୍ଛାସେବୀ ସଂଗଠନଙ୍କ ମଧ୍ୟରେ ମିଳିତ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ଉପରେ ଗୁରୁତ୍ୱ ଦେବାକୁ ଆଲୋଚନା କରାଯାଇଥିଲା। ତାପରେ ଉପସ୍ଥିତ ଅଂଶଗ୍ରହଣକାରି ପ୍ରଶ୍ନ ପଚାରି ସମସ୍ୟାର ସମାଧାନ ଚାହିଁଥିଲେ। କାର୍ଯ୍ୟକ୍ରମରେ ଶିକ୍ଷା, ସ୍ବାସ୍ଥ୍ୟ, ଶ୍ରମ, ପୋଲିସ, ମହିଳା ଓ ଶିଶୁ ବିକାଶ, ଶିଶୁ ମଙ୍ଗଳ ସମିତି, କିଶୋର ନ୍ୟାୟ ବୋର୍ଡ,ସ୍ଵେଚ୍ଛାସେବୀ ଅନୁଷ୍ଠାନ, ଗ୍ରାମ୍ୟ ଓ ପଞ୍ଚାୟତ ଶିଶୁ ସୁରକ୍ଷା ସମିତି ତଥା ଅନ୍ୟ ବିଭାଗୀୟ ଅଧିକାରୀ କର୍ମକର୍ତା ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ କର୍ତ୍ତଵ୍ୟ ଅନୁଷ୍ଠାନର କର୍ମକର୍ତ୍ତା ସହଯୋଗ କରିଥିଲେ।ଶେଷରେ ଶ୍ରୀଅଶୋକ କୁମାର ପଟ୍ଟନାଏକ ମୁଖ୍ୟ କାର୍ଯ୍ୟ ନିର୍ବାହୀ କର୍ତ୍ତବ୍ୟଙ୍କ ଧନ୍ଯବାଦ ଅର୍ପଣ ପରେ କର୍ମଶାଳା ସମାପ୍ତ ହୋଇଥିଲା

Kalahandi (କଳାହାଣ୍ଡି) • ରିତେଶ କୁମାର ମୁଣ୍ଡ,

ବିଜେଡି ଛାଡି ବିଜେପିରେ ମିଶିଲେ ବହୁ ନେତା ଓ କର୍ମୀ
Aug 25, 2026•88 views

ବିଜେଡି ଛାଡି ବିଜେପିରେ ମିଶିଲେ ବହୁ ନେତା ଓ କର୍ମୀ

ଅନୁଗୋଳ: କାଙ୍ଗୁଲା ବେନ୍ତପୁର ଗ୍ରାମ ପଞ୍ଚାୟତରେ ବିଜେପି ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବିଜେଡି ଛାଡ଼ି ବହୁ ନେତା ଓ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି। ବେନ୍ତପୁର ନାଏବ ସରପଞ୍ଚ ତଥା ବିଜେଡି ଯୁବନେତା ମନୋରଞ୍ଜନ ତ୍ରିପାଠୀ, ଯୁବନେତା ତାପସ ପାଲ, ଚବିନ୍ଦ୍ର ବେହେରା, ସନ୍ତୋଷ ପରିଡ଼ାଙ୍କ ସମେତ ବହୁ କର୍ମୀ ଦଳରେ ଯୋଗଦେଇଥିଲେ। ନବାଗତମାନେ ବିଜେପିର ନୀତି, ଆଦର୍ଶ ଓ ବିକାଶମୂଳକ କାର୍ଯ୍ୟଧାରାରେ ଅନୁପ୍ରାଣିତ ହୋଇ ଦଳରେ ସାମିଲ ହୋଇଥିବା କହିଛନ୍ତି। ମିଶ୍ରଣ ପର୍ବରେ ବହୁ ବିଜେପି ନେତା ଓ କର୍ମକର୍ତ୍ତା ଉପସ୍ଥିତ ରହି ନୂତନ ସଦସ୍ୟମାନଙ୍କୁ ସ୍ୱାଗତ କରିଥିଲେ। ଏହି ମିଶ୍ରଣ ଫଳରେ କାଙ୍ଗୁଲା ବେନ୍ତପୁର ପଞ୍ଚାୟତରେ ବିଜେପି ସଂଗଠନ ଆହୁରି ସୁଦୃଢ଼ ହେବ ବୋଲି ଦଳୀୟ ନେତାମାନେ ଆଶା ପ୍ରକାଶ କରିଛନ୍ତି।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ଚାଇଁପାଳ ଓଭରବ୍ରିଜ୍‌ରେ ସଡ଼କ ଦୁର୍ଘଟଣା, ମହିଳା ମୃତ
Aug 25, 2026•106 views

ଚାଇଁପାଳ ଓଭରବ୍ରିଜ୍‌ରେ ସଡ଼କ ଦୁର୍ଘଟଣା, ମହିଳା ମୃତ

ତାଳଚେର: ତାଳଚେର ଚାଇଁପାଳ ଓଭରବ୍ରିଜ୍‌ ଉପରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମହିଳା ଜଣକ ସ୍କୁଟି ଯୋଗେ ଯାଉଥିବା ସମୟରେ କୌଣସି ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିବା ସୂଚନା ମିଳିଛି। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି। ମୃତ ମହିଳାଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥିବା ବେଳେ ସେ ହିନ୍ଦୋଳ ଅଞ୍ଚଳର ବୋଲି ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି। ଘଟଣା ସମ୍ପର୍କରେ ପୁଲିସ ତଦନ୍ତ ଜାରି ରହିଛି।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ବରୀର ବନ୍ୟାଞ୍ଚଳରେ ସମାଜସେବୀଙ୍କ ସହାୟତାର ହାତ
Aug 25, 2026•36 views

ବରୀର ବନ୍ୟାଞ୍ଚଳରେ ସମାଜସେବୀଙ୍କ ସହାୟତାର ହାତ

ବରୀ, ଯାଜପୁର: ବନ୍ୟା ପ୍ରଭାବିତ ଅଞ୍ଚଳରେ ଅସହାୟ ଲୋକଙ୍କ ନିକଟରେ ପହଞ୍ଚି ସହାୟତାର ହାତ ବଢ଼ାଇଛନ୍ତି ସମାଜସେବୀ ଓ ସ୍ୱେଚ୍ଛାସେବୀମାନେ। ଯାଜପୁର ଜିଲ୍ଲା ବରୀ ବ୍ଲକ୍ ଅନ୍ତର୍ଗତ ବାଲିବିଲି ପଞ୍ଚାୟତର ଭବାନୀପୁର ଗାଁର ସୋସିଆଲ ୱାର୍କର୍ସ ସଭାପତି ଯୁବଲ ବରାଳଙ୍କ ନେତୃତ୍ୱରେ ‘ସମ୍ପର୍କ ହୃଦୟର’, ‘ଆଶାର ଆଲୋକ’ ଓ ‘ହେଲପିଂ ହ୍ୟାଣ୍ଡ ୱାରିଅର’ ପରିବାରର ସ୍ୱେଚ୍ଛାସେବୀମାନେ ବନ୍ୟା ପ୍ରଭାବିତ ଅଞ୍ଚଳରେ ପହଞ୍ଚି ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି। ଏହି ସେବା କାର୍ଯ୍ୟକ୍ରମରେ ସମାଜସେବୀ ସ୍ୱାଧୀନ ସାହୁ, ଅନିତା ପାଢ଼ୀ, ନରେନ୍ଦ୍ର ଜେନା, ସଂଗ୍ରାମ କେଶରୀ, ତପନ ମାର୍ଥା, ରବୀନ୍ଦ୍ର କୁମାର, ରାମଚାନ୍ଦ ହୋତାଙ୍କ ସମେତ ଅନେକ ସ୍ୱେଚ୍ଛାସେବୀ ଯୋଗଦେଇଥିଲେ। ସେମାନେ ବନ୍ୟା ପ୍ରଭାବିତ ଲୋକଙ୍କ ନିକଟରେ ପହଞ୍ଚି ସେମାନଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ପ୍ରଦାନ କରିବା ସହ ଅଞ୍ଚଳର ସ୍ଥିତି ଓ ଲୋକଙ୍କ ସୁବିଧା-ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ। ବନ୍ୟା ଭଳି ଦୁର୍ବିପାକ ସମୟରେ ସରକାରୀ ସହାୟତା ସହିତ ସ୍ୱେଚ୍ଛାସେବୀ ସଂଗଠନ ଓ ସମାଜସେବୀମାନଙ୍କ ଏଭଳି ପ୍ରୟାସ ପ୍ରଭାବିତ ଲୋକଙ୍କ ମନରେ ଆଶା ସୃଷ୍ଟି କରିଛି। ନିଜର ବ୍ୟସ୍ତତାପୂର୍ଣ୍ଣ ଜୀବନ ମଧ୍ୟରୁ ସମୟ ବାହାର କରି ସମାଜ ପ୍ରତି ନିଜର କର୍ତ୍ତବ୍ୟବୋଧକୁ ପ୍ରାଥମିକତା ଦେଇ ସେମାନେ ଏହି ସେବା କାର୍ଯ୍ୟରେ ସାମିଲ ହୋଇଥିବାରୁ ସ୍ଥାନୀୟ ମହଲରୁ ପ୍ରଶଂସା କରାଯାଇଛି। ଏଥିସହିତ ସଂଗଠନ ସହ ଜଡ଼ିତ କିଛି ସ୍ୱେଚ୍ଛାସେବୀ ନିଜ ପକ୍ଷରୁ ଅର୍ଥରାଶି ସହାୟତା ଯୋଗାଇ ଦେଇ ଅସହାୟ ଲୋକଙ୍କୁ ସହଯୋଗ କରିବା ପାଇଁ ଆଗେଇ ଆସିଛନ୍ତି। ସମାଜର ବିପଦ ସମୟରେ ମାନବିକତାର ଏହି ଉଦାହରଣ ଅନ୍ୟମାନଙ୍କୁ ମଧ୍ୟ ସେବା କାର୍ଯ୍ୟ ପାଇଁ ପ୍ରେରଣା ଯୋଗାଇବ ବୋଲି ମତ ପ୍ରକାଶ ପାଇଛି।

Jajpur (ଯାଜପୁର) • ରିପୋର୍ଟ: ଅନିଲ କୁମାର ଜେନା, ଯାଜପୁର

ଋଷିଗୁଡ଼ାକୁ ନାହିଁ ରାସ୍ତା, ବର୍ଷା ହେଲେ ୨୫ ପରିବାର ଦୁର୍ଦ୍ଦଶାରେ
Aug 25, 2026•98 views

ଋଷିଗୁଡ଼ାକୁ ନାହିଁ ରାସ୍ତା, ବର୍ଷା ହେଲେ ୨୫ ପରିବାର ଦୁର୍ଦ୍ଦଶାରେ

ଗୁଡାରି, ତା.୨୫/୦୮: ରାୟଗଡ଼ା ଜିଲ୍ଲା ଗୁଡାରି ବ୍ଲକ୍ ଅଧୀନ ଶିରୀଗୁଡ଼ା ପଞ୍ଚାୟତର ଋଷିଗୁଡ଼ା ଗ୍ରାମକୁ ଏପର୍ଯ୍ୟନ୍ତ ସୁଗମ ରାସ୍ତା ନଥିବାରୁ ଗ୍ରାମବାସୀ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ବର୍ଷାଦିନେ ଲୁହମୁଣ୍ଡା ଓ ଋଷିଗୁଡ଼ା ଗ୍ରାମ ମଧ୍ୟରେ ଥିବା ନାଳାରେ ପାଣି ବଢ଼ିଯିବା ଫଳରେ ପ୍ରାୟ ୨୫ଟି ପରିବାର ଯାତାୟାତରେ ବହୁ ଅସୁବିଧା ଭୋଗୁଥିବା ଅଭିଯୋଗ ହୋଇଛି। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ବର୍ଷା ସମୟରେ ନାଳାରେ ପାଣି ବଢ଼ିଲେ ଗାଁକୁ ଯାତାୟାତ ପ୍ରାୟ ବିଚ୍ଛିନ୍ନ ହୋଇଯାଏ। ଫଳରେ ଜରୁରୀ ଚିକିତ୍ସା, ଶିକ୍ଷା, ଦୈନନ୍ଦିନ ଆବଶ୍ୟକତାର ସାମଗ୍ରୀ ଆଣିବା ଓ ଅନ୍ୟାନ୍ୟ ସେବା ପାଇବାରେ ଲୋକଙ୍କୁ ଅସୁବିଧା ହେଉଛି। ବିଶେଷକରି ଗର୍ଭବତୀ ମହିଳା, ବୃଦ୍ଧବୃଦ୍ଧା ଓ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ଯାତାୟାତକୁ ନେଇ ପରିବାରଗୁଡ଼ିକ ଚିନ୍ତା ପ୍ରକାଶ କରିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ସମସ୍ୟା ସମ୍ପର୍କରେ ସ୍ଥାନୀୟ ପଞ୍ଚାୟତ ଓ ବ୍ଲକ୍ ପ୍ରଶାସନଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସ୍ଥାୟୀ ସମାଧାନ ହୋଇନାହିଁ। ଜିଲ୍ଲା ପ୍ରଶାସନ ମଧ୍ୟ ଏହି ସମସ୍ୟା ପ୍ରତି ଆବଶ୍ୟକ ଗୁରୁତ୍ୱ ଦେଉନଥିବା ନେଇ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଗ୍ରାମବାସୀ କହିଛନ୍ତି ଯେ, ନିର୍ବାଚନ ସମୟରେ ବିଭିନ୍ନ ରାଜନୈତିକ ଦଳର ନେତା ଓ ପ୍ରତିନିଧିମାନେ ଗାଁକୁ ଆସି ସମସ୍ୟା ସମାଧାନର ପ୍ରତିଶ୍ରୁତି ଦେଇଥାନ୍ତି। କିନ୍ତୁ ନିର୍ବାଚନ ପରେ ଗ୍ରାମବାସୀଙ୍କ ମୌଳିକ ସମସ୍ୟା ପ୍ରତି ଆବଶ୍ୟକ ଧ୍ୟାନ ଦିଆଯାଉନଥିବା ଅଭିଯୋଗ ରହିଛି। ତେଣୁ ଯଥାଶୀଘ୍ର ଋଷିଗୁଡ଼ାକୁ ସ୍ଥାୟୀ ରାସ୍ତା ନିର୍ମାଣ ସହ ନାଳା ଉପରେ ପୋଲ କିମ୍ବା ଆବଶ୍ୟକ ଯାତାୟାତ ବ୍ୟବସ୍ଥା କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଦାବି ପୂରଣ ନହେଲେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଏହାର ଜବାବ ଦିଆଯିବ ବୋଲି କିଛି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ତେବେ ଏନେଇ ସ୍ଥାନୀୟ ପ୍ରଶାସନ କିମ୍ବା ଜନପ୍ରତିନିଧିଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।

Rayagada (ରାୟଗଡ଼ା) • ରିପୋର୍ଟ: ନିରଞ୍ଜନ ପୁଝାରି, ଗୁଡାରି