--:--:--
-- ---
Srishti News

ଚାଇଁପାଳ ଓଭରବ୍ରିଜ୍‌ରେ ସଡ଼କ ଦୁର୍ଘଟଣା, ମହିଳା ମୃତ

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାAugust 25, 202661 views
ଚାଇଁପାଳ ଓଭରବ୍ରିଜ୍‌ରେ ସଡ଼କ ଦୁର୍ଘଟଣା, ମହିଳା ମୃତ
ତାଳଚେର: ତାଳଚେର ଚାଇଁପାଳ ଓଭରବ୍ରିଜ୍‌ ଉପରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମହିଳା ଜଣକ ସ୍କୁଟି ଯୋଗେ ଯାଉଥିବା ସମୟରେ କୌଣସି ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିବା ସୂଚନା ମିଳିଛି। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି। ମୃତ ମହିଳାଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥିବା ବେଳେ ସେ ହିନ୍ଦୋଳ ଅଞ୍ଚଳର ବୋଲି ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି। ଘଟଣା ସମ୍ପର୍କରେ ପୁଲିସ ତଦନ୍ତ ଜାରି ରହିଛି।