--:--:--
-- ---
Srishti News

Web News

ମାଆ–ଝିଅଙ୍କ ପାଇଁ ସରକାରୀ ଯୋଜନା ସାତସପନ
Mar 12, 2026113 views

ମାଆ–ଝିଅଙ୍କ ପାଇଁ ସରକାରୀ ଯୋଜନା ସାତସପନ

ଅନ୍ତର୍ଜାତୀୟ ମହିଳା ଦିବସ, ଯାହାକୁ ନେଇ ରାଜ୍ୟ ହେଉ କିମ୍ବା କେନ୍ଦ୍ର ସରକାରଙ୍କ ତରଫରୁ ମହିଳାମାନଙ୍କୁ ସ୍ଵାବଲମ୍ବୀ କରିବା, ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ଅନେକ ଯୋଜନା ଘୋଷଣା କରୁଥିବା ବେଳେ ବଦରନଗରୀ ପାରାଦୀପରେ ଜଣେ ମହିଳା ଓ ତାଙ୍କର ଭିନ୍ନକ୍ଷମ, ଦୁରାରୋଗ୍ୟ ପୀଡିତ ଝିଅର ଦୁଖ୍ୟଭରା କାହାଣୀ ସାମ୍ନାକୁ ଆସିଛି । ଆଖର ଦୁଇଟୋପ ଲୁହ ନିଗଡ଼ି ଆଷ୍ଟ୍ ମିଟମିଟି କରି ମା' ମୁହଁକୁ ଦେଖୁଥୁବା ଝିଅକୁ ଚାହିଁ ମା' ଜଡ଼ୁଛି ତାର ଦୁଃଖରରା କାହାଣୀ। ଆଜି ସରକାର ମହିଳି ମାନଙ୍କ ପାଇଁ ସୁଭଦ୍ରା ଠାରୁ ଆରମ୍ଭ କରି ଅନେକ ଯୋଜନା ଦ୍ଵାରା କୋଟି କୋଟି ଟଙ୍କା ଖର୍ଚ କରୁଛନ୍ତି। ହେଲେ ଏହି ଦୁଃଖନୀ ମା'- ଝିଅଙ୍କ ପାଇଁ ସରକାରୀ ଯୋଜନା ଯେପରି ସ।ତସପନ ପାଲଟିଛି । ଦୀର୍ଘବର୍ଷ ତଳେ ରଞ୍ଜନ ଦାସ ନିଜର ପତ୍ନୀ ଓ ଝିଅକୁ ଧରି କାମ ଅନ୍ଵେଷଣରେ ପାରାଦୀପ ଆସିବା ପରେ ଗାଁ ସହିତ ସମସ୍ତ ସମ୍ପର୍କ ତୁଟାଇ ଦେଇଛନ୍ତି। ନିଜ ଗାଁ ତିର୍ତ୍ତୋଲ ବ୍ଲକ୍‌ର ନାରୀଜଙ୍ଗରୁ ପାରାଦୀପ ଆସି ମୁଲ ମଜୁରୀ ଲାଗି ପତ୍ନୀ ଓ ଝିଅକୁ ଆହାର ଯୋଗାଉଥିବା ବେଳେ ନିରକ୍ଷର ହେତୁ ସରକାରୀ ପ୍ରମଣପାତ୍ର ଆଧାର ହେଉ କିମ୍ବା ଭୋଟର କାର୍ଡ ନ କରି ଗତ ଦୁଇବର୍ଷ ତଳେ ଆରପାରିକୁ ଚାଲିଯାଇଛନ୍ତି । ସ୍ୱମୀଙ୍କ ଦେହାନ୍ତ ପରେ ପତ୍ନୀ ପ୍ରଣତି ଦାସ ନିଜର ଝିଅ ମଞ୍ଜରୀ ଦାସର ମୁହଁକୁ ଚାହିଁ ପର ଘରେ ବାସନ ମାଜୀ ଦୁଇଓଳି ପେଟକୁ ଆହାର ଯୋଗାଇଥିବା ବେଳେ ହଠାତ ଝିଅର ସ୍ତନ କର୍କଟ ସଙ୍ଗକୁ ମାନସିକ ଭିନ୍ନକ୍ଷମ ପାଲଟିଯିବ ଯେପରି ମା' ପ୍ରଣତି ପାଇଁ ଅଭିଶାପ ପାଲଟିଯାଇଛି। ଦୁଇଓଳି ପେଟକୁ ଦାନା ଯୋଗଇବା କଷ୍ଟକର ହେଉଥିବା ବେଳେ ପର ଘରେ ବାସନ ମାଜି ଯାହା ରୋଜଗାର କରନ୍ତି ସେଥ‌ିରେ ଝିଅ ପାଇଁ ଔଷଧ କିଣିବାରେ ଖର୍ଚ୍ଚ ହୋଇଯାଏ। ଯାହା ଫଳରେ ସ।ହି ପଡ଼ିଶ ଯାହା ମୁଠାଏ ଖାଇବାକୁ ଦିଅନ୍ତି ସେଥ‌ିରେ ମା'- ଝିଅ ଦୁଇଜଣ ପେଟ ପୁରି ନ ଥିଲେ ମଧ୍ୟ କଷ୍ଟେ ମଷ୍ଟେ ଚଳି ଯାଉଛନ୍ତି। ଯାହାକୁ ସହି ପାରି ନାହାନି ପଡ଼ୋଶୀ। ସରକାରୀ ବାବୁମାନଙ୍କୁ ଗୁହାରି କରିବା ସହିତ ଏହି ମ।'- ଝିଅଙ୍କ ଦୁଃଖଭରା କାହାଣୀକୁ ଲୋକଲୋଚନକୁ ଅଣିବା ସହିତ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଅ।ଜି ବିଶ୍ୱ ମହିଳା ଦିବସ ଅବସରରେ ଅତି ଦୁଃଖରେ ଜୀବନ ବିତାଉଥିବା ଏହି ମା'-ଝିଅ ଦୁଇଜଣଙ୍କୁ ସରକାରୀ ଯୋଜନା ଅନୁଯାୟୀ ସାହାଯ୍ୟ ସହଯୋଗର ହାତ ବଢ଼ାଇବାକୁ ଜିଲ୍ଲା ପ୍ରଶାସନ ଓ ପୌର ପ୍ରଶାସନକୁ ନିବେଦନ କରିଛନ୍ତି ପାରଦୀପ ମୁନିସିପାଲିଟିର ୩ ନମ୍ବର ୱାର୍ଡ ବାସିନ୍ଦା।

Jagatsinghpur (ଜଗତସିଂହପୁର)Govind Tripathy, Political Khati, Paradeep

ପାଣି ସମସ୍ୟା ସମାଧାନ, ନିରନ୍ତର ବିଦ୍ୟୁତ୍ ସେବାକୁ ଗୁରୁତ୍ବ, ଅଂଶୁଘାତ ମୁକାବିଲା ନେଇ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବୈଠକ
Mar 11, 2026112 views

ପାଣି ସମସ୍ୟା ସମାଧାନ, ନିରନ୍ତର ବିଦ୍ୟୁତ୍ ସେବାକୁ ଗୁରୁତ୍ବ, ଅଂଶୁଘାତ ମୁକାବିଲା ନେଇ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବୈଠକ

ନବରଙ୍ଗପୁର ମିଶନ ଶକ୍ତି ସମ୍ମିଳନୀ କକ୍ଷରେ ଜିଳ୍ଲାପାଳ ଡ. ମହେଶ୍ୱର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଗ୍ରୀଷ୍ମ ପ୍ରବାହ ସମ୍ବନ୍ଧୀୟ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ନେଇ ଏକ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଖରାଦିନରେ ପିଇବା ପାଣି, ଅଂଶୁଘାତର - ସଫଳ ମୁକାବିଲା ନେଇ ଆଲୋଚନା ହୋଇଥିଲା। ଅଚଳ ନଳକୂପଗୁଡିକୁ ଯୁଦ୍ଧକାଳୀନ ଗିରିରେ ମରାମତି କରିବା ଉପରେ ଗୁରୁତ୍ବ ଦିଆଯାଇଛି। ପ୍ରତ୍ୟେକ ଅଙ୍ଗନଓ୍ବାଡି କେନ୍ଦ୍ର ଏବଂ ବିଦ୍ୟାଳୟରେ ପର୍ଯ୍ୟାପ୍ତ ପରିମାଣର ଓଆର୍‌ଏସ୍ ମହଜୁଦ ରଖିବା ପାଇଁ ସିଡିଏମ୍‌ଓ ଏବଂ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସ୍କୁଲଗୁଡ଼ିକରେ ଛାତ୍ରୀଛାତ୍ରଙ୍କୁ ପାନୀୟ ଜଳ ନିୟମିତ ବ୍ୟବଧାନରେ ଯୋଗାଇବା ବାଧ୍ୟତାମୂଳକ କରାଯାଇଛି। ଶ୍ରମିକଙ୍କ କାର୍ଯ୍ୟ ସ୍ଥଳରେ ପାଣି ବ୍ୟବସ୍ଥା, ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ୩୦ ପର୍ଯ୍ୟନ୍ତ ସେମାନଙ୍କୁ କାର୍ଯ୍ୟରେ ନ ଲଗାଲ ବିଶ୍ରାମ ନିମନ୍ତେ ଅସ୍ଥାୟୀ ଛାୟା ବ୍ୟବସ୍ଥା କରିବାକୁ ଡିଏଓଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟ ସରକାରଙ୍କ ମାର୍ଗଦର୍ଶକ ଅନୁଯାୟୀ ନିର୍ଦ୍ଧାରୀତ ସମୟସୀମା ମଧ୍ୟରେ ସ୍କୁଲ ଏବଂ କଲେଜରେ ପାଠପଢ଼ା ପାଇଁ ବୈଠକରେ ସ୍ଥିର ହୋଇଛି । ବସ୍‌ରେ ଯାତ୍ରୀମାନଙ୍କ ପାଇଁ ବହୁଳ ପରିମାଣରେ ବିଶୁଦ୍ଧ ପାନୀୟ ଜଳ ଏବଂ ପର୍ଯ୍ୟାସ୍ତ ପରିମାଣରେ ଓଆର୍‌ଏସ୍ ପ୍ୟାକେଟ ମଜଜୁଦ ରଖିବା ପାଇଁ ଆର୍‌ଟିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆବଶ୍ୟକସ୍ଥଳେ ଗ୍ରାମ୍ୟମାଣ ଟ୍ୟାଙ୍କର ସାହାଯ୍ୟରେ ପିଇବା ପାଣି, ସୁବ୍ୟବସ୍ଥା ପାଇଁ ପୌର ନିର୍ବାହୀ ଅଧିକାରୀଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ଅଂଶୁଘାତର ମୁକାବିଲା ପାଇଁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ଜିଲ୍ଲା ମୁଖ୍ୟ ଡିଜିପାଳୟରେ ଶଯ୍ୟା, ଆବଶ୍ୟକ ଶୀତତାପ ନିୟନ୍ତ୍ରିତ କୋଠରି, ନିୟନ୍ତ୍ରଣ କକ୍ଷ ତୁରନ୍ତ ଖୋଲିବା ସହ ଆବଶ୍ୟକ ସେବା ଯୋଗାଇଦେବା ପାଇଁ ଆଲୋଚନା ହୋଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ ସମସ୍ତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଯୋଗାଇବାକୁ ଟିପିଏଓଡିଏଲ୍ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆବଶ୍ୟକସ୍ଥଳେ ଜିଲ୍ଲାର ଜନଗହଳିପୂର୍ଣ ସ୍ଥାନରେ ଜଳଛତ୍ର ଆୟୋଜନ ନେଇ କୁହାଯାଇଛି। ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ବିଶ୍ବଳିତ ଚନ୍ଦ୍ର ବର୍ମନ ପ୍ରତ୍ୟେକ ବ୍ଲକରେ ଅନୁରୂପ ଭାବରେ ବ୍ଲକପୁରୀୟ ପଦାଧିକାରୀଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ କରିବାକୁ ବିଜିଓମାନଙ୍କୁ ପରାମର୍ଶ ଦେଇଥୁଲେ । ବୈଠକକୁ ଜିଲ୍ଲାର ଜରୁରିକାଳୀନ ଅଧିକାରୀ ଗୀତାଞ୍ଜଳି ବେହେରା ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଯଦୁମଣି ନାୟକ, ଜିଲ୍ଲା ଜଳ ସ୍ବାସ୍ଥ୍ୟ ଅଧିକାରୀ ମଳୟ ତ୍ରିପାଠୀ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ପ୍ରତୀକ ରାଗିବ, ତ୍ରିପତି ବାଲାଜୀ ସାବୁ, ତିଆଇପିଆର୍‌ଓ ମନୋଜ ବେହେରା, ଆଇଟିଡିଏ ଯିଏ ରାଜୀବ ସାହୁ, ଆରଟିଏ ଜିତେନ୍ଦ୍ର ଭୋଇ, ଜିଲ୍ଲା ପଞ୍ଚାୟତ ଅଧିକାରୀ ପଦ୍ମନାଭ ତ୍ରିପାଠୀ, ଜିଲା ସମାଜ କଲ୍ୟାଣ ଅଧିକାରୀ ଦ୍ରୌପଦୀ କହଁର ଉପସ୍ଥିତ ଥିଲେ । ଜିଲା ପ୍ରକଳ୍ପ ଅଧିକାରୀ ହିମାଂଶୁ ଶେଖର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Nabarangpur (ନବରଙ୍ଗପୁର)ଗୋବିନ୍ଦ ତ୍ରିପାଠୀ

ମୁଖ୍ୟମନ୍ତ୍ରୀ ବାୟୁ ସ୍ଵାସ୍ଥ୍ୟ ସେବା କ୍ୟାମ୍ପ ଅନୁଷ୍ଠିତ
Mar 11, 2026163 views

ମୁଖ୍ୟମନ୍ତ୍ରୀ ବାୟୁ ସ୍ଵାସ୍ଥ୍ୟ ସେବା କ୍ୟାମ୍ପ ଅନୁଷ୍ଠିତ

ନବରଙ୍ଗପୁର: ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ଵାସ୍ଥ୍ୟ ସେବା କ୍ୟାମ୍ପ ଅନୁଷ୍ଠିତ ହୋଇଛି ଯାହା ୨୦/୩/୨୬ ରୁ ୧୩/୩/୨୬ ପର୍ଯ୍ୟନ୍ତ ଚାଲୁ ରହିବ।ଏହି କ୍ୟାମ୍ପରେ dr malaya ku pradhan, CDMO, dr sukanta Chandra satapathy, DMO, Sri Sankar Acharya, DPM,NHM ଏବଂ ଅନ୍ୟ ସ୍ଵାସ୍ଥ୍ୟ କର୍ମଚାରୀମାନେ ଯୋଗ ଦେଇଥିଲେ ।ଏହି କ୍ୟାମ୍ପରେ ମେଡିକାଲ କଲେଜର ବିଭିନ୍ନ ବିଭାଗର ସୁପର ସ୍ଫିସିଆଲିଟୀ ଡାକ୍ତରମାନେ ସ୍ଵାସ୍ଥ୍ୟ ସେବା ଯୋଗାଇ ଦେବା ସହ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ପରୀକ୍ଷା ଯାଞ୍ଚ କରିଥିଲେ। ଏହି କ୍ୟାମ୍ପର ପ୍ରଥମ ଦିନରେ ୨୩୦ ଜଣ patient ପଞ୍ଜିକରଣ କରିବା ସହ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ପରୀକ୍ଷଣ କରାଇଛନ୍ତି |

Nabarangpur (ନବରଙ୍ଗପୁର)ଗୋବିନ୍ଦ ତ୍ରିପାଠୀ

ଲୋୟର ପିଏମଜିରେ ଗର୍ଜିଲେ ଆଉଟସୋର୍ସିଂ କର୍ମଚାରୀ, ସମାନ କାମକୁ ସମାନ ଦରମା ଦାବିରେ ବିଶାଳ ଆନ୍ଦୋଳନ
Mar 10, 2026230 views

ଲୋୟର ପିଏମଜିରେ ଗର୍ଜିଲେ ଆଉଟସୋର୍ସିଂ କର୍ମଚାରୀ, ସମାନ କାମକୁ ସମାନ ଦରମା ଦାବିରେ ବିଶାଳ ଆନ୍ଦୋଳନ

ଭୁବନେଶ୍ୱର : ରାଜଧାନୀର ରାଜପଥରେ ଆଜି ପୁଣି ଦେଖିବାକୁ ମିଳିଛି ଅସନ୍ତୋଷର ନିଆଁ। ନିଜର ହକ ଓ ବିଭିନ୍ନ ନ୍ୟାଯ୍ୟ ଦାବିକୁ ନେଇ ଭୁବନେଶ୍ୱର ଲୋୟର ପିଏମଜି (Lower PMG) ଠାରେ ଶହ ଶହ ସଂଖ୍ୟାରେ ଆଉଟସୋର୍ସିଂ କର୍ମଚାରୀ ଏକତ୍ରିତ ହୋଇ ବିଶାଳ ପ୍ରତିବାଦ କରିଛନ୍ତି। ​କର୍ମଚାରୀ ସଂଘ ପକ୍ଷରୁ ଦାବୀ ରହିଥିଲା ଯେ ସରକାରୀ କର୍ମଚାରୀଙ୍କ ଭଳି ସମାନ ପରିଶ୍ରମ କରୁଥିଲେ ମଧ୍ୟ ସ୍ୱଳ୍ପ ଦରମାରେ କାମ କରୁଥିବା କର୍ମଚାରୀମାନେ ଉଚିତ ପାରିଶ୍ରମିକ ଦାବି କରିଛନ୍ତି। ଆଉଟସୋର୍ସିଂ ପ୍ରଥା ଉଚ୍ଛେଦ କରି କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦେବାକୁ ସରକାରଙ୍କ ନିକଟରେ ଗୁହାରି କରାଯାଇଛି। କୌଣସି କାରଣ ନଥାଇ କର୍ମଚାରୀଙ୍କୁ ହଠାତ ଛଟେଇ କରାଯିବା ନୀତିକୁ ସଂଘ ତୀବ୍ର ବିରୋଧ କରିଛି। EPF, ESI ଏବଂ ସ୍ୱାସ୍ଥ୍ୟ ବୀମା ଭଳି ସୁବିଧା ଯୋଗାଇ ଦେବାକୁ ଦାବି ଉଠିଛି। ​ଆଜି ପୂର୍ବାହ୍ନରୁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଆଉଟସୋର୍ସିଂ କର୍ମଚାରୀମାନେ ଏକ ଶୋଭାଯାତ୍ରାରେ ଆସି ବିଧାନସଭା ସମ୍ମୁଖରେ ଗର୍ଜିଥିଲେ। ସେମାନଙ୍କ ଅଭିଯୋଗ ଅନୁଯାୟୀ, ଦୀର୍ଘ ବର୍ଷ ଧରି ସରକାରଙ୍କ ବିଭିନ୍ନ ବିଭାଗରେ ନିରନ୍ତର ସେବା ଯୋଗାଇ ଆସୁଥିଲେ ମଧ୍ୟ ସେମାନଙ୍କ ଭବିଷ୍ୟତ ଆଜି ଅନ୍ଧାରରେ। ବାରମ୍ବାର ପ୍ରତିଶ୍ରୁତି ସତ୍ତ୍ୱେ ସରକାର ସେମାନଙ୍କ ସମସ୍ୟା ପ୍ରତି କର୍ଣ୍ଣପାତ କରୁନଥିବାରୁ, ଆଗାମୀ ଦିନରେ ଏହି ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ସଂଘ ଚେତାବନୀ ଦେଇଛି।

Khordha (ଖୋର୍ଦ୍ଧା)କବିରାଜ ପାତ୍ର, ପଲିଟିକାଲ ଖଟି, ଭୁବନେଶ୍ୱର, ଓଡିଶା

ଟ୍ରାକ୍ଟର ଧକ୍କାରେ ଦିବ୍ୟଙ୍ଗଙ୍କ ମୃତ୍ୟୁ
Mar 10, 2026222 views

ଟ୍ରାକ୍ଟର ଧକ୍କାରେ ଦିବ୍ୟଙ୍ଗଙ୍କ ମୃତ୍ୟୁ

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ପଥରା ଅଞ୍ଚଳରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜଣେ ଦିବ୍ୟଙ୍ଗ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ଆଜି ପଥରା ନିକଟରେ ସମ୍ପୃକ୍ତ ଦିବ୍ୟଙ୍ଗ ବ୍ୟକ୍ତି ଜଣକ ରାସ୍ତା କଡ଼ରେ ଥିବା ବେଳେ ଏକ ଦ୍ରୁତଗାମୀ ଓ ଅନିୟନ୍ତ୍ରିତ ଟ୍ରାକ୍ଟର ତାଙ୍କୁ ଧକ୍କା ଦେଇଥିଲା। ଧକ୍କା ଏତେ ଭୟାବହ ଥିଲା ଯେ ଘଟଣାସ୍ଥଳରେ ହିଁ ବ୍ୟକ୍ତିଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ କବିସୂର୍ଯ୍ୟନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଦୁର୍ଘଟଣାରେ ଜଡିତ ଟ୍ରାକ୍ଟରକୁ ପୋଲିସ ଜବତ କରିଥିବା ବେଳେ ଘଟଣାକୁ ନେଇ ଅଧିକ ତଦନ୍ତ ଜାରି ରହିଛି। ଅନ୍ୟପଟେ, ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Ganjam (ଗଞ୍ଜାମ)କବିରାଜ ପାତ୍ର, ପଲିଟିକାଲ ଖଟି, ଓଡିଶା

ମା ବୈତରଣୀ ନିତ୍ୟ ଆଳତୀ ପାଇଁ ସାମ୍ବାଦିକ ସମ୍ମିଳନୀ
Mar 10, 2026138 views

ମା ବୈତରଣୀ ନିତ୍ୟ ଆଳତୀ ପାଇଁ ସାମ୍ବାଦିକ ସମ୍ମିଳନୀ

ଯାଜପୁର ଜିଲ୍ଲା ପାଣିକୋଇଲି ଅଞ୍ଚଳର ଅଳତିରି ଶ୍ରୀପୀଠ ମା ଲକ୍ଷ୍ମୀ ମନ୍ଦିର ପରିସରରେ ମା ବୈତରଣୀଙ୍କ ନିତ୍ୟ ଆଳତୀ ଆୟୋଜନ ଉପଲକ୍ଷେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ବାବା ଉଦୟନାଥ ପର୍ବତ ଯୋଗଦେଇ ମା ବୈତରଣୀଙ୍କ ନିତ୍ୟ ଆଳତୀ କେବେ ଓ କିପରି ଆରମ୍ଭ ହେବ ସେ ସମ୍ପର୍କରେ ବିସ୍ତାର ଆଲୋଚନା କରିଥିଲେ। ସୂଚନା ଅନୁଯାୟୀ, ଆସନ୍ତା ଚୈତ୍ର ମାସର ଶୁକ୍ଳ ପକ୍ଷ ଅଷ୍ଟମୀ ତିଥି, ଅର୍ଥାତ ୨୬ ତାରିଖରୁ ବୈତରଣୀ ନଦୀ କୂଳରେ ପ୍ରତ୍ୟେହ ମା ବୈତରଣୀଙ୍କ ନିତ୍ୟ ଆଳତୀ ଆରମ୍ଭ ହେବ। ଏହି ଆଳତୀ ମାଧ୍ୟମରେ ମା ବୈତରଣୀଙ୍କ ମହିମା ପ୍ରଚାର ପାଇବା ସହ ଭକ୍ତମାନେ ପ୍ରତିଦିନ ମାଙ୍କ ଦର୍ଶନ ଓ ପୂଜାର ସୁଯୋଗ ପାଇବେ ବୋଲି ବାବା ଉଦୟନାଥ ପର୍ବତ କହିଥିଲେ। ସାମ୍ବାଦିକ ସମ୍ମିଳନୀରେ ଭ୍ରମରବର ବେହେରା, ରଘୁନାଥ ବେହେରା, ଅନନ୍ତ ବାସୁଦେବ ମିଶ୍ର, ଅଞ୍ଜନ ମିଶ୍ର, କାର୍ତ୍ତିକ ପଢ଼ିହାରି, ସୁରେଶ ମିଶ୍ର, ଶରତ ଦାସ, ରଘୁନାଥ ପଢ଼ିହାରି, ମହେଶ୍ୱର ବେହେରା, ଫକିର ଧଳ ଓ ଲମ୍ବୋଦର ମହାନ୍ତି ସହ ଅନେକ ଅତିଥି ଯୋଗଦେଇଥିଲେ।

Jajpur (ଯାଜପୁର)ବସନ୍ତ କୁମାର ମଲ୍ଲିକ, ପଲିଟିକାଲ ଖଟି, ଓଡିଶା

ଛାତ୍ରଙ୍କୁ ବ୍ଲଡ଼ କ୍ୟାନସର ଚିକିତ୍ସାରେ ଅର୍ଥ ବାଧକ
Mar 10, 2026180 views

ଛାତ୍ରଙ୍କୁ ବ୍ଲଡ଼ କ୍ୟାନସର ଚିକିତ୍ସାରେ ଅର୍ଥ ବାଧକ

ଗଞ୍ଜାମ ବ୍ଲକ ଅନ୍ତର୍ଗତ ରାମଗଡ଼ ଗ୍ରାମର ୧୨ ବର୍ଷର ନାବାଳକ ବ୍ଲକ କ୍ୟାନସରରେ ଆକ୍ରାନ୍ତ ହୋଇଛନ୍ତି। ନାବାଳକ ଜଣଙ୍କ ହେଲେ ପାଲୁର ପଦ୍ମପୁର ସାହିର ଦୟାନିଧି ବେହେରାଙ୍କ ପୁଅ ଚିନ୍ମୟ ବେହେରା। ବର୍ତ୍ତମାନ ଚିନ୍ମୟ ଭୁବନେଶ୍ବର ଏମ୍ସରେ ଚିକିତ୍ସିତ ହେଉଛନ୍ତି । କିନ୍ତୁ ତାଙ୍କ ଚିକିତ୍ସାରେ ବାଧକ ଅର୍ଥ ସାଜିଛି। ସେ ଜଣେ ମେଧାବୀ ଛାତ୍ର ଓ ନବୋଦୟ ସ୍କୁଲରେ ଷଷ୍ଠ ଶ୍ରେଣୀରେ ପଢ଼ନ୍ତି । ବାପା ଦୟାନିଧୂ ଜଣେ ମତ୍ସ୍ୟଜୀବୀ ଓ ମା' ସୁରଭି ଜଣେ ଗୃହିଣୀ । ଚିଲିକାରୁ ସେ ଯାହା ଆଦାୟ କରନ୍ତି ଦୁଇ ପିଲାଙ୍କ ପାଠପଢ଼ା ସହ ପରିବାର ପ୍ରତିପୋଷଣ କରିଥାନ୍ତି। କିନ୍ତୁ ଦୈନିକ ୫୦ରୁ ୧୦୦ ଟଙ୍କା ବି ରୋଜଗାର ହେଉନଥିବା ଦୟାନିଧ୍ କହିଛନ୍ତି । ଏଭଳି ପରିସ୍ଥିତିରେ ଚିନ୍ମୟଙ୍କ ହଠାତ ଅସୁସ୍ଥ ଖବର ଶୁଣି ବ୍ରହ୍ମପୁର ଏମକେସିଜି ଓ ପରେ ସମ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାକାର କିଛି ଲୋକଙ୍କ ପରାମର୍ଶ କ୍ରମେ ଭୁବନେଶ୍ବର ଏମ୍ସକୁ ନେଇ ଚିକିତ୍ସା କରୁଛନ୍ତି । ଚିନ୍ମୟଙ୍କ ଚିକିତ୍ସା ପାଇଁ ଋଣ କରି ଲକ୍ଷାଧୂକ ଟଙ୍କା ଖର୍ଚ ହେଲାଣି । ତଥାପି ସଂଘର୍ଷ କରି ବାପା ଦୟାନିଧି ଚିନ୍ମୟଙ୍କ ଚିକିତ୍ସା କରୁଛନ୍ତି। ଚିକିତ୍ସା ପାଇଁ ଅର୍ଥ ନଥିବାରୁ ପରିବାର ବର୍ଗ ଭାଙ୍ଗି ପଡିଛନ୍ତି। ଚିନ୍ମୟଙ୍କ ଚିକିତ୍ସା ପାଇଁ ଯଦି କେହି ସ୍ଵଇଚ୍ଛାରେ ଦାନ କରିବାକୁ ଚାହୁଁଛନ୍ତି ତା' ହେଲେ ଆକାଉଣ୍ଟ ନଂ ୩୪୦ ୪୦୩୬୧୫୭୧୨୦, ଆଇଏଫସି କୋଡ଼ ଏସବିଆଇଏନ୦୦୦୩୮୧୬ ଆକାଉଣ୍ଟ ହୋଲ୍ମର ଅଥବା ଚିନ୍ମୟଙ୍କ ମା' ସୁରଭି ବେହେରାଙ୍କ ଆକାଉଣ୍ଟ ନମ୍ବରକୁ ପଠାଇ ପାରିବେ। ବିଭିନ୍ନ ସାମାଜିକ ସଂଗଠନ, ଟ୍ରଷ୍ଟ, ଗଞ୍ଜାମ ଜିଲ୍ଲାପାଳ ଓ ସରକାର ଆର୍ଥିକ ସହାୟତା ଯୋଗାଇବା ପାଇଁ ଚିନ୍ମୟଙ୍କ ବାପା ମା' ପ୍ରାର୍ଥନା କରିଛନ୍ତି ।

Ganjam (ଗଞ୍ଜାମ)ଗୋବିନ୍ଦ ତ୍ରିପାଠୀ

୧୨ ବାଟାଲିୟନ ପକ୍ଷରୁ ସ୍ବାସ୍ଥ୍ୟ ଶିବିର
Mar 10, 2026144 views

୧୨ ବାଟାଲିୟନ ପକ୍ଷରୁ ସ୍ବାସ୍ଥ୍ୟ ଶିବିର

ନବରଙ୍ଗପୁର ସ୍ଥିତ ୧୨ ବଟାଲିୟନ ପକ୍ଷରୁ ୮୭ ବର୍ଷ ସିଆର୍‌ପିଏଫ ଦିବସ ଅବସରରେ ସ୍ବାସ୍ଥ୍ୟ ଶିବିର ଓ ରକ୍ତଦାନ ଶିବିର ୬ ତାରିଖରୁ ଆରମ୍ଭ ହୋଇଛି। ଯାହାକି ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡ଼ିଛି। ଉଚ୍ଚ ରକ୍ତଚାପ, ମଧୁମେହ, ମାନସିକ ସ୍ବାସ୍ଥ୍ୟ ଯାଞ୍ଚ, ପୁଷ୍ଟିକର କାଉନସେଲିଂ ସହ ମହିଳ। ଶିଶୁମାନଙ୍କର ସ୍ବାସ୍ଥ୍ୟ ଯାଞ୍ଚ କରାଯାଇଛି। ରକ୍ତଦାନ ଦାନ ଶିବିର ୧୨ ବାଟାଲିୟନ କ୍ୟାମ୍ପ ପରିସରରେ ଚାଲିଛି। ମୁଖ୍ୟ ଅତିଥ୍ ଭାବେ କମାଣ୍ଡାଣ୍ଟ ଏନ୍.କେ.କେ ପ୍ରସାଦ ଯୋଗଦେଇ ଶିବିର ଉଦଘାଟନ କପି କରିଥିଲେ। ଏହି ଅବସରରେ କମାଣ୍ଡ କମାଣ୍ଡାଣ୍ଟଙ୍କ ସହିତ ଆଇସି କ. ସିଂହ, ଅନୀଲ ଅଛି, ଡକ୍ଟର ମାଧବ, ଇନ୍ଦିପେକ୍ଟର ପି.କେ. ସାହୁଙ୍କ ସମେତ ସମସ୍ତ ଅଧିକାରୀ, ଯବାନ ଓ ଜନସାଧାରଣ ଉପସ୍ଥିତ ବ୍ୟକ୍ତିଙ୍କୁ ଯବାନମାନେ ପ୍ରମାଣପତ୍ର ଦେଉଛନ୍ତି।

Nabarangpur (ନବରଙ୍ଗପୁର)ଗୋବିନ୍ଦ ତ୍ରିପାଠୀ

ଆଜିଠାରୁ ଆଉଟ୍ ସୋସିଂ କର୍ମଚାରୀଙ୍କ ଗଣଧାରଣା
Mar 10, 2026144 views

ଆଜିଠାରୁ ଆଉଟ୍ ସୋସିଂ କର୍ମଚାରୀଙ୍କ ଗଣଧାରଣା

ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ବ୍ଲକରେ କାର୍ଯ୍ୟରତ ଆଉଟସୋସିଂ କର୍ମଚାରୀ ସୋମବାର ନନ୍ଦାହାଣ୍ଡି ବିଡିଓ କ୍ଷୀରୋଦ ଚନ୍ଦ୍ର ସାହୁଙ୍କୁ ୩ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି। ସମୁହ ଛୁଟିରେ ଯିବା ପାଇଁ ସେଥିରେ ଉଲ୍ଲେଖ ରହିଛି। ବ୍ଲକ କାର୍ଯ୍ୟାଳୟର ଅନେକ ସରକାରୀ କାର୍ଯ୍ୟ ଆଉଟସୋର୍ସିଂର କର୍ମଚାରୀଙ୍କ ଦ୍ବାରା କରାଯାଉଛି। ସେମାନଙ୍କର ଅନୁପସ୍ଥିତିରେ କାର୍ଯ୍ୟ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସରକାରୀ କାର୍ଯ୍ୟ କିଭଳି ସମ୍ପାଦନ କରାଯିବ ବୋଲି ବିଡିଓ ସାହୁ କହିଛନ୍ତି। ବ୍ୟବସ୍ଥା ବିଭିନ୍ନ ବିଭାଗରେ କାର୍ଯ୍ୟରତ ଆଉଟସୋର୍ସିଂ କର୍ମଚାରୀ ବର୍ଷ ବର୍ଷ ଧରି ସଫଳ ଓ ଗୁଣାତ୍ମକ ସେବା ଯୋଗାଇ ଆସୁଛନ୍ତି । ୨୪ ବର୍ଷ ବିଜେଡି ସରକାରରେ ସରକାରରେ ଥିବାବେଳେ ୩୯୭ ଆଉଟ୍‌ସୋସିଂ କର୍ମଚାରୀ ଛଟେଇ ହୋଇଥିଲେ। ଏହି ସମୟରେ ବିରୋଧୀ ଦଳରେ ଥିବା ଭାଜପା ଆଉଟସୋର୍ସିଂ କର୍ମଚାରୀଙ୍କ ନନ୍ଦାହାଣ୍ଡି ବିଡିଓ କ୍ଷୀରୋଦ ଚନ୍ଦ୍ର ସାହୁ ଦାବିପତ୍ର ଗ୍ରହଣ କରୁଛନ୍ତି। ଆନ୍ଦୋଳନ ସପକ୍ଷରେ ଏବେ କିନ୍ତୁ ଭାଜପା ସରକାର ଆସିବାର କହୁଛନ୍ତି। ମାସ ମଧ୍ୟରେ ୩୦୦୦ରୁ ଊର୍ଦ୍ଧ କର୍ମଚାରୀ ଛଟେଇ ହୋଇସାରିଲେଣି। କେନ୍ଦ୍ରୀୟ ଅନୁଦାନ ହ୍ରାସ ଯୋଗୁ ଏଭଳି ଛଟେଇ କରାଯାଉଥିବା ଅଧିକାରୀ ଛଟେଇ ହୋଇ ନିଜ ପରିବାର ପ୍ରତିପୋଷଣ ସଂଗ୍ରାମ କରୁଛନ୍ତି I ସୋମବାରଠାରୁ ଆଉଟ୍ ଉସୋସିଂ କର୍ମଚାରୀ ୩ ଦଫା ନେଇ ଭୁବନେଶ୍ୱରରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଗଣଧାରଣା ଦେବେ ପାଇଁ ଦାବି ବୋଲି ମହାସଂଘ ପକ୍ଷରୁ ନିଷ୍ପଭି ହୋଇଛି। ଏ ନେଇ ଏକ ଦାବିପତ୍ର ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦିଆଯାଇଛି। କର୍ମଚାରୀଙ୍କୁ ପୁନଃ ନିଯୁକ୍ତି, ଦୀର୍ଘଦିନର ଅଭିଜ୍ଞତା ତା ଓ ସନ୍ତୋଷଜନକ ସେବାକୁ ବିଚାର କରି ଆଉଟ୍‌ସୋସିଂ କର୍ମଚାରୀଙ୍କୁ ସ୍ଥାୟୀ କପି କରିବା ଓ ତୃତୀୟ ପକ୍ଷ ଦ୍ବାରା ନିଯୁକ୍ତ ଆଉଟ୍‌ସୋସିଂ ଓ ଡେଲିୱେଜେସ ଭଳି ଦୁଇ ପ୍ରକାର ବ୍ୟବସ୍ଥାକୁ ଏକକରି ସମାନ ନ୍ୟାୟ ଦେବାକୁ ଉକ୍ତ ଦାବିପତ୍ରରେ ଉଲ୍ଲେଖ ରହିଛି।

Nabarangpur (ନବରଙ୍ଗପୁର)ଗୋବିନ୍ଦ ତ୍ରିପାଠୀ

ଉମରକୋଟରେ ମାଟ୍ରିକ ପରୀକ୍ଷା ମୂଲ୍ୟାଙ୍କନ କେନ୍ଦ୍ର
Mar 10, 2026140 views

ଉମରକୋଟରେ ମାଟ୍ରିକ ପରୀକ୍ଷା ମୂଲ୍ୟାଙ୍କନ କେନ୍ଦ୍ର

ଉମରକୋଟରେ ମାଟ୍ରିକ ପରୀକ୍ଷା ମୂଲ୍ୟାଙ୍କନ କେନ୍ଦ୍ର, ଏହି ଖବର ନବରଙ୍ଗପୁର ଜିଲ୍ଲା ଉମରକୋଟସ୍ଥିତ ପିଏମ ଶ୍ରୀ ନୋଡାଲ ସଦାଶିବ ସୁକୁମାର ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଦଶମ ଶ୍ରେଣୀ ପରୀକ୍ଷା ମୂଲ୍ୟାଙ୍କନ କେନ୍ଦ୍ର କରାଯାଇଛି। ଚଳିତ ବର୍ଷଠାରୁ ଏଠାରେ ଦଶମ ଶ୍ରେଣୀ ପରୀକ୍ଷା ଖାତା ଦେଖାଯିବ।ର ପ୍ରଚାର ହେବାପରେ ଶିକ୍ଷକଙ୍କ ମଧ୍ଯରେ ଖୁସି ଦେଖାଦେଇଛି। ସୋମବାର ସେମାନେ ଉମରକୋଟ ବିଧାୟକ ତଥା ବିଦ୍ୟାଳୟ ଓ ଓ ଗଣଶିକ୍ଷା ମନ୍ତ୍ରୀ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ଭେଟି ଧନ୍ୟବାଦ ଜଣାଇଛନ୍ତି। ଏହି ସମୟରେ ନବରଙ୍ଗପୁର ଜିଲ୍ଲା ଓଷ୍ଠା ସଭାପତି ବଂଶୀଧର ଭୂୟାଁ, ମିହିରକାନ୍ତ ଢାଲି, ସମ୍ପାଦକ ଜିଲା କାର୍ଯ୍ୟକାରୀ ଭାପତି ଦେବାଶିଷ ନନ୍ଦୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦୁଲାଲ ବାରୋଇ, ଜିଲା ଯୁଗ୍ମ ସମ୍ପାଦକ ସୁବ୍ରତ । ଥିଲେ। ସୂଚନାନୁଯାୟୀ, ପୂର୍ବରୁ ବ୍ରତ ତ୍ରିପାଠୀ ପ୍ରମୁଖ । ଜିଲ୍ଲାର ସମସ୍ତ ହାଇସ୍କୁଲ ଶିକ୍ଷକ ନବରଙ୍ଗପୁର ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ କରୁଥିଲେ। ଏହାଦ୍ବାରା ଖାତା ଦେଖାରେ ନିୟୋଜିତ ଶିକ୍ଷକଙ୍କ ଯିବା ଆସିବା ଓ ରହିବାରେ ସମସ୍ଯା ହେଉଥିଲା। ଚନ୍ଦାହାଣ୍ଡି, ରାଇଘର, ଝରିଗାଁ ବ୍ଲକର ଶିକ୍ଷକମାନେ ପ୍ରାୟ ୧୦୦ କିଲୋମିଟର ଦୂର ନବରଙ୍ଗପୁର ଯାଉଥିଲେ। ଏହାକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲ୍ଲା ଶିକ୍ଷକ ସଂଘ ଓଷ୍ଠା ପକ୍ଷରୁ ଗଣଶିକ୍ଷା ମନ୍ତ୍ରୀ ନିତ୍ୟା ନିତ୍ୟାନନ୍ଦ ଗଣ୍ଡ ଓ ଡିଇଓ ଛତ୍ରପତି ସାହୁଙ୍କୁ ଉମରକୋଟରେ ମୂଲ୍ୟାୟନ କେନ୍ଦ୍ର ସ୍ଥାପନ ପାଇଁ ଅନୁରୋଧ କରାଯାଇଥିଲା। ଗଣଶିକ୍ଷା ମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଡିଇଓ ଉମରକୋଟରେ ପରୀକ୍ଷା କେନ୍ଦ୍ର ସପକ୍ଷରେ ପତ୍ର ପ୍ରଦାନ କରିଥିଲେ। ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶା ପକ୍ଷରୁ ଅନୁମତି ମିଳିଛି। ପ୍ରକାଶ ଯେ, ଖାତା ଦେଖା ଚଳିତ ମାସ ମାର୍ଚ୍ଚ ୧୯ରୁ ଆରମ୍ଭହେବ। ଯାହା ୧୨ ଦିନ ଧରି ଚାଲିବ। ଏଥିପାଇଁ ବିଭିନ୍ନ ଊର୍ଦ୍ଧ ଶିକ୍ଷକ ନିୟୋଜିତ ହୋଇଛନ୍ତି। ହାଇ ହାଇସ୍କୁଲରୁ ଗଣଶିକ୍ଷା ମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଜଣାଇବାକୁ ଆସିଥିବା ଶିକ୍ଷକମାନେ।

Nabarangpur (ନବରଙ୍ଗପୁର)ଗୋବିନ୍ଦ ତ୍ରିପାଠୀ

ଅଭିଯୋଗ ଶୁଣାଣି, ହିତାଧିକାରୀଙ୍କୁ ସହାୟତା
Mar 10, 2026131 views

ଅଭିଯୋଗ ଶୁଣାଣି, ହିତାଧିକାରୀଙ୍କୁ ସହାୟତା

ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ସୋମବାର ଜିଲ୍ଲାପାଳ ମହେଶ୍ଵର ସ୍ବାଇଁ ଏବଂ ଏସ୍‌ପି ମଡକର ସନ୍ଦୀପ ସମ୍ପଦଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ଜିଲ୍ଲା ପରିଷଦ ସିଡିଓ ବିରଞ୍ଚୁ ନାରାୟଣ ଦରୱାନ, ଉପଜିଲାପାଳ ପ୍ରକାଶ କୁମାର ମିଶ୍ର, ବିଡିଓ ମଧୁସୂଦନ ମାଝୀଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ଏହି ଜନ ଶୁଣାଣି ଶିବିରରେ ମୋଟ ୩୦ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ ୨୨ଟି ବ୍ୟକ୍ତିଗତ ଓ ୮ ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ମିଳିତ ଥିଲା। ଗୋଟିଏ ଅଭିଯୋଗର ତତ୍‌କ୍ଷଣାତ ସମାଧାନ କରାଯାଇଥିଲା। ସାମାଜିକ ସୁରକ୍ଷା ବିଭାଗ ତରଫରୁ ଚିହ୍ନଟ ଦିବ୍ୟାଙ୍ଗମାନଙ୍କୁ ୮ ହୁଇଲ ଚେୟାର ଓ ୨ଟି ଟ୍ରାଇ ସାଇକଲ ପ୍ରଦାନ କରାଯାଇଛି। ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀଙ୍କ ସହ ସହାୟତା ପାଇଥିବା ହିତାଧିକାରୀମାନେ। ବିଭିନ୍ନ କାରଣରୁ ଅଙ୍ଗହୀନ ହୋଇଥିବା ୨ ଜଣ ଦିବ୍ୟାଙ୍ଗଙ୍କୁ କୁତ୍ରିମ ଅଙ୍ଗ ପ୍ରଦାନ ନିମନ୍ତେ ମାପ ନିଆଯାଇଛି। ସେଭଳି ବିଭିନ୍ନ କାରଣରୁ ଆହତ ଏବଂ ଅକ୍ଷମ ୧୩ଜଣ ରୋଗୀଙ୍କୁ ଉତ୍ତମ ଶାରୀରିକ ଚିକିତ୍ସା ନିମନ୍ତେ ଉନ୍ନତ ପୁନର୍ବାସ କେନ୍ଦ୍ରରେ ଯନ୍ତ୍ରଣା ଉପଶମ ଓ ଚିକିତ୍ସା ପାଇଁ ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି।

Nabarangpur (ନବରଙ୍ଗପୁର)ଗୋବିନ୍ଦ ତ୍ରିପାଠୀ

ବ୍ୟକ୍ତିଗତ ଘରକାନ୍ଥରେ ସରକାରୀ ସୂଚନା ଫଳକ, ୯ ପଞ୍ଚାୟତର ୫ ଉନ୍ନ‌ୟନ କାର୍ଯ୍ୟ ସମ୍ପର୍କରେ ଉଲ୍ଲେଖ ରହିଛି, କାମରେ ଦୁର୍ନୀତି  ହୋଇଥିବା ଲୋକଙ୍କ ଅଭିଯୋଗ
Mar 10, 2026125 views

ବ୍ୟକ୍ତିଗତ ଘରକାନ୍ଥରେ ସରକାରୀ ସୂଚନା ଫଳକ, ୯ ପଞ୍ଚାୟତର ୫ ଉନ୍ନ‌ୟନ କାର୍ଯ୍ୟ ସମ୍ପର୍କରେ ଉଲ୍ଲେଖ ରହିଛି, କାମରେ ଦୁର୍ନୀତି ହୋଇଥିବା ଲୋକଙ୍କ ଅଭିଯୋଗ

ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକରେ ଉନ୍ନୟନ କାର୍ଯ୍ୟକୁ ନେଇ ଉଠୁଥ‌ିବା ଅଭିଯୋଗ ଏବେ ସାଧାରଣ ଲୋକଙ୍କ ମନରେ ଗଭୀର ସନ୍ଦେହ ସୃଷ୍ଟି କରିଛି। ଧଣ୍ଡରା ଓ ମେଣ୍ଡ୍ରି ପଞ୍ଚାୟତର ଉନ୍ନୟନ କାର୍ଯ୍ୟର ସୂଚନା ପଥରଲାସାର ଗାଁର ଜଣେ ବ୍ୟକ୍ତିଙ୍କ ଘର କାନ୍ଥରେ ଲେଖାଯାଇଛି। ଏହି ଘଟଣା ଦୁର୍ନୀତିର ଗନ୍ଧକୁ ଆଉ ଗାଢ଼ କରିଦେଉଛି ବୋଲି ଲୋକେ ଅଭିଯୋଗ କରିଛନ୍ତି । ସରକାରୀ ଯୋଜନା ମାଧ୍ୟମରେ ଗ୍ରାମାଞ୍ଚଳ ଉନ୍ନତି କରିବା ଲକ୍ଷ୍ୟ ରହିଥ‌ିବାବେଳେ, ଏପରି ଅନିୟମିତତା ଓ ଅଭିଯୋଗ ଲୋକମାନଙ୍କ ଆଶାକୁ ଆଘାତ ପହଞ୍ଚାଇଥିବା ବୁଦ୍ଧିଜୀବୀ ଆଲୋଚନା କରୁଛନ୍ତି। ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଧଣ୍ଡରା ପଞ୍ଚାୟତରେ ରହିଛି ପଥରଲସା ଓ ପିତାକୁମୁଲି ଗାଁ । ୨୦୨୪ - ୨୫ରେ ପଥରଲସା ପ୍ରାଥମିକ ବିଦ୍ୟାଳୟର ମରାମତି ପାଇଁ ଏକ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି।ସେହିଭଳି ଭଳି ସାମୁହିକ ଡ୍ରେନ ସଫେଇ ପାଇଁ ହଜାର ଟଙ୍କା ଖର୍ଚ୍ଚ ପଥରଲାସା ଗାଁର ଏକ ବ୍ୟକ୍ତିଗତ ଘର କାନ୍ଥରେ ଲେଖାଯାଇଥିବା ସୂଚନା ଫଳକ । ପଞ୍ଚାୟତର ପିତାକୁମୁଲି କରାଯାଇଛି । ଉକ୍ତ ପଞ୍ଚାୟତ ଗାଁରେ ସାମୁହିକ ସଫେଇ ପାଇଁ ୫ଦଶ ଅର୍ଥ କମିଶନରୁ ୫୦ ହଜାର ଟଙ୍କା ଖର୍ଚ୍ଚ ହୋଇଛି । ବ୍ଲକର ମେଷ୍ଟ୍ରି ପଞ୍ଚାୟତ ସ୍ଥାୟତ ପ୍ରାଥମିକ ବିଦ୍ୟାଳୟର ମରାମତି ପାଇଁ ୧ ଲକ୍ଷ ୫୧ ହଜାର ଟଙ୍କା ଖର୍ଜ କରାଯାଇଥିବା ପଥରଲାସାର ଗାଁର ଜଣେ ବ୍ୟକ୍ତିଙ୍କ ଘର କାନ୍ଥରେ ଲେଖାଯାଇଛି। ଏହା ବ୍ୟତୀତ ଆଉ ଦୁଇଟି ସୂଚନା ଫଳକରେ ଯାହା ଉଲ୍ଲେଖ କରାଯାଇଛି ତାହା ସ୍ପଷ୍ଟ ଦେଖାଯାଉନାହିଁ। ଉକ୍ତ ଫଳକରେ ବିଭିନ୍ନ ରଙ୍ଗ ବୋଳି ଦିଆଯାଇଛି। ନିୟମାନୁଯାୟୀ ଯେଉଁଠାରେ କାମ ହେବ ସେଠାରେ ହିଁ ସୂଚନା ଫଳକ ଲାଗିବ। ଏନେଇ ୫ଶହ ଟଙ୍କାରୁ ୨ ହଜାର ଟଙ୍କା ପର୍ଯ୍ୟନ୍ତ ବିଲ ହୋଇଥାଏ । ଜଣେ ବ୍ୟକ୍ତିଙ୍କ ଘର କାନ୍ଥରେ ଦୁଇଟି ପଞ୍ଚାୟତ ବୋଲି ତେବେ ଫଳକ ଲେଖା ହୋଇଥ ପଞ୍ଚାୟତର ଉନ୍ନୟନ କାର୍ଯ୍ୟ କରିବା ଦୁର୍ନୀତିକୁ ସାମ୍ନାକୁ ଆଣୁଛି ବୁଦ୍ଧିଜୀବୀ ଅଭିଯୋଗ କରୁଛନ୍ତି। ହୋଇଥିଲେ ମଧ୍ୟ ଅଭିଯୋଗ ହେଉଛି ଯେ ମୂଳତଃ ସେହି କାମ କରାଯାଇନାହିଁ I କାମ ନ ହୋଇ ବିଲ୍ ହୋଇଥିବା କଥା ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ଲୋକମାନେ ଆହୁରି ପ୍ରଶ୍ନ ଉଠାଇଛନ୍ତି ଯେ, କାମ ସତରେ ହୋଇଥିଲେ ଠିକ୍ ସ୍ଥାନରେ ଫଳକ ଲେଖାଯାଇଥାନ୍ତା। ଠିକାଦାର ଓ ବିଭାଗୀୟ କର୍ମଚାରୀ ଏକାଠି ହୋଇ ଉନ୍ନୟନ ନାମରେ ଅର୍ଥ ହଡ଼ପ କରିଥିବା ଅଭିଯୋଗ କରିଛନ୍ତି । ଲୋକଙ୍କ ଅଭିଯୋଗ ସତ୍ୟ ପ୍ରମାଣିତ ହେଲେ ଏହା ଗ୍ରାମ ଉନ୍ନୟନ ବ୍ୟବସ୍ଥା ଉପରେ ଅଙ୍ଗୁଳି ଉଠାଇବାକୁ ଯଥେଷ୍ଟ ବୋଲି ବୁଦ୍ଧିଜୀବୀ କହିଛନ୍ତି। ଗ୍ରାମାଞ୍ଚଳର ଉନ୍ନତି ପାଇଁ ସରକାର ପ୍ରତିବର୍ଷ ବ୍ୟାପକ ଟଙ୍କା ଖର୍ଚ୍ଚ କରୁଛନ୍ତି। ଏହା ଠିକ୍ ଭାବରେ ଖର୍ଚ୍ଚ ନ ହେଲେ ସରକାରଙ୍କ ଲକ୍ଷ୍ୟ ଅଧୁରା ରହିଯିବ। ଏପରି ଘଟଣା ସରକାରୀ ବ୍ୟବସ୍ଥା ପ୍ରତି ଲୋକଙ୍କ ଆସ୍ଥାକୁ ଦୁର୍ବଳ କରିଦେବ। ଏହାର ନିରପେକ୍ଷ ତଦନ୍ତ ଅତ୍ୟାବଶ୍ୟକ। ଯଦି କାମ ନହୋଇ ବିଲ୍ ହୋଇଥିବା ଅଭିଯୋଗ ସତ୍ୟ ଥାଏ, ତେବେ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଜରୁରୀ ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି। ଏ ନେଇ ବିଡିଓ କ୍ଷୀରୋଦ କୁମାର ସାହୁଙ୍କୁ ପଚାରିବାରୁ ଘଟଣାର ତଦନ୍ତ କରି ଏଥିରେ ସତ୍ୟତା ଥିଲେ ଦୋଷୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।

Nabarangpur (ନବରଙ୍ଗପୁର)GOVIND TRIPATHY (POLITICAL KHATI)