--:--:--
-- ---
Srishti News

ବିଜେଡି ଛାଡି ବିଜେପିରେ ମିଶିଲେ ବହୁ ନେତା ଓ କର୍ମୀ

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାAugust 25, 202653 views
ବିଜେଡି ଛାଡି ବିଜେପିରେ ମିଶିଲେ ବହୁ ନେତା ଓ କର୍ମୀ
ଅନୁଗୋଳ: କାଙ୍ଗୁଲା ବେନ୍ତପୁର ଗ୍ରାମ ପଞ୍ଚାୟତରେ ବିଜେପି ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବିଜେଡି ଛାଡ଼ି ବହୁ ନେତା ଓ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି। ବେନ୍ତପୁର ନାଏବ ସରପଞ୍ଚ ତଥା ବିଜେଡି ଯୁବନେତା ମନୋରଞ୍ଜନ ତ୍ରିପାଠୀ, ଯୁବନେତା ତାପସ ପାଲ, ଚବିନ୍ଦ୍ର ବେହେରା, ସନ୍ତୋଷ ପରିଡ଼ାଙ୍କ ସମେତ ବହୁ କର୍ମୀ ଦଳରେ ଯୋଗଦେଇଥିଲେ। ନବାଗତମାନେ ବିଜେପିର ନୀତି, ଆଦର୍ଶ ଓ ବିକାଶମୂଳକ କାର୍ଯ୍ୟଧାରାରେ ଅନୁପ୍ରାଣିତ ହୋଇ ଦଳରେ ସାମିଲ ହୋଇଥିବା କହିଛନ୍ତି। ମିଶ୍ରଣ ପର୍ବରେ ବହୁ ବିଜେପି ନେତା ଓ କର୍ମକର୍ତ୍ତା ଉପସ୍ଥିତ ରହି ନୂତନ ସଦସ୍ୟମାନଙ୍କୁ ସ୍ୱାଗତ କରିଥିଲେ। ଏହି ମିଶ୍ରଣ ଫଳରେ କାଙ୍ଗୁଲା ବେନ୍ତପୁର ପଞ୍ଚାୟତରେ ବିଜେପି ସଂଗଠନ ଆହୁରି ସୁଦୃଢ଼ ହେବ ବୋଲି ଦଳୀୟ ନେତାମାନେ ଆଶା ପ୍ରକାଶ କରିଛନ୍ତି।