--:--:--
-- ---
Srishti News

Web News

ତାଳଚେରରେ ହେରୋଇନ୍ ଜବତ: ମହିଳାଙ୍କ ସମେତ ୨ ଗିରଫ
Sep 25, 2026•62 views

ତାଳଚେରରେ ହେରୋଇନ୍ ଜବତ: ମହିଳାଙ୍କ ସମେତ ୨ ଗିରଫ

ତାଳଚେର: ତାଳଚେର ଅବକାରୀ ବିଭାଗ ପକ୍ଷରୁ ପୃଥକ ପୃଥକ ଚଢ଼ାଉ କରାଯାଇ ଦୁଇଜଣଙ୍କୁ ଗିରଫ କରାଯିବା ସହ ୪୯ ଗ୍ରାମ ହେରୋଇନ୍ ଓ ନଗଦ ୪୪ ହଜାର ୭ଶହ ଟଙ୍କା ଜବତ କରାଯାଇଛି। ଅବକାରୀ ବିଭାଗ ସୂତ୍ରରୁ ଜଣାପଡ଼ିଛି ଯେ, ଗତକାଲି ଗୁପ୍ତ ସୂତ୍ରରୁ ଖବର ପାଇ ତାଳଚେର ଅବକାରୀ ବିଭାଗ ପକ୍ଷରୁ ବିକ୍ରମପୁର ଥାନା ଅନ୍ତର୍ଗତ ତେଟୁଂଲେଇ ଗ୍ରାମରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ପ୍ରୀତିମୟୀ ଦାଶ (୪୨)ଙ୍କ ନିକଟରୁ ୨୭ ଗ୍ରାମ ହେରୋଇନ୍ ସହ ନଗଦ ୪୦ ହଜାର ୨ଶହ ଟଙ୍କା ଜବତ କରାଯାଇଥିଲା। ଏହି ଘଟଣାରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ତାଳଚେର ଅବକାରୀ ବିଭାଗର ଅଧୀକ୍ଷକ ଧୀରେନ୍ ବେହେରାଙ୍କ ନେତୃତ୍ୱରେ ଏସ୍‌ଆଇ ରଣଜିତ୍ ପାତ୍ର, ସରୋଜ ସାହୁ, ପାପୁନ ପ୍ରଧାନ ଓ ଗୌରୀ ଓରାମ ପ୍ରମୁଖ ଚଢ଼ାଉରେ ସାମିଲ ହୋଇଥିଲେ। ସେହିପରି ଆଜି ତେଟୁଂଲେଇ ଗ୍ରାମରେ ପୁନର୍ବାର ଚଢ଼ାଉ କରାଯାଇ ୨୨ ଗ୍ରାମ ହେରୋଇନ୍ ଜବତ କରାଯାଇଛି। ଏହି ଘଟଣାରେ ଅନୁଗୋଳ ଥାନା ଅନ୍ତର୍ଗତ ଘୁଂଚାପାଳ ଗ୍ରାମର ରାକେଶ ନାଏକ (୨୪)ଙ୍କୁ ଗିରଫ କରାଯାଇଛି। ତାଙ୍କ ନିକଟରୁ ନଗଦ ୪ ହଜାର ୫ଶହ ଟଙ୍କା ମଧ୍ୟ ଜବତ କରାଯାଇଛି। ଅନୁଗୋଳ ଅବକାରୀ ସୁପରିଟେଣ୍ଡେଣ୍ଟ ମଧୁସ୍ମିତା ନାୟକଙ୍କ ନିର୍ଦ୍ଦେଶକ୍ରମେ ତାଳଚେର ଅବକାରୀ ଇନ୍ସପେକ୍ଟର ଉମାକାନ୍ତ ସ୍ୱାଇଁ ତେଟୁଂଲେଇ ଛକରେ ଚଢ଼ାଉ କରିଥିଲେ। ଉଭୟ ଘଟଣାରେ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ତାଳଚେର , ଅନୁଗୋଳ

ମା’ କନକଦୁର୍ଗାଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବରେ ସମାଜସେବୀ ଅଭିମନ୍ୟୁ ସାହୁ
Sep 25, 2026•70 views

ମା’ କନକଦୁର୍ଗାଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବରେ ସମାଜସେବୀ ଅଭିମନ୍ୟୁ ସାହୁ

ବଅଁରପାଳ: ବଅଁରପାଳ ବ୍ଲକ ତଳମୂଳ ପଞ୍ଚାୟତ ଅନ୍ତର୍ଗତ ପ୍ରସିଦ୍ଧ ବାବା ଚନ୍ଦ୍ରଶେଖର ଓ ମା’ କନକଦୁର୍ଗାଙ୍କ ମନ୍ଦିରରେ ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି। ଏହି ପବିତ୍ର ଧାର୍ମିକ ଉତ୍ସବରେ ବଅଁରପାଳ ଅଞ୍ଚଳର ଯୁବ ସମାଜସେବୀ ଅଭିମନ୍ୟୁ ସାହୁ ଯୋଗଦେଇ ବାବା ଚନ୍ଦ୍ରଶେଖର ଓ ମା’ କନକଦୁର୍ଗାଙ୍କ ଦର୍ଶନ କରିଥିଲେ। ଏହାସହ ମା’ଙ୍କ ନିକଟରେ ପୂଜାର୍ଚ୍ଚନା କରି ଆଶୀର୍ବାଦ ଭିକ୍ଷା କରିବା ସହ ଅଞ୍ଚଳବାସୀଙ୍କ ସୁଖ, ଶାନ୍ତି, ସମୃଦ୍ଧି ଓ ମଙ୍ଗଳ କାମନା କରିଥିଲେ। ବିଗ୍ରହ ପ୍ରତିଷ୍ଠା ଉତ୍ସବକୁ ନେଇ ମନ୍ଦିର ପରିସରରେ ଭକ୍ତଙ୍କ ଭିଡ଼ ସହ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ବଅଁରପାଳ ,ଅନୁଗୋଳ

ପାଲା ହେଉଛି ଓଡ଼ିଶାର ଲୋକକଳା
Sep 25, 2026•28 views

ପାଲା ହେଉଛି ଓଡ଼ିଶାର ଲୋକକଳା

କିମ୍ବଦନ୍ତୀ କହେ ଖ୍ରୀ.ପୂ ୧୭୦୦ ରୁ ଓଡ଼ିଶାରେ ପାଲା ପରିବେଷଣ ହୋଇ ଆସୁଅଛି . ଓଡ଼ିଆ ସାହିତ୍ୟର ସାରଳା ଯୁଗସମୟରେ ପାଲା ପ୍ରଚଳିତ ଥିବାର ଉଲ୍ଲେଖ ରହିଅଛି। ସର୍ବପ୍ରଥମେ ଆମେ ଜାଣିବା ଉଚିତ୍ " ପାଲା" ଅର୍ଥ କଣ? କେଉଁ ଭାଷା ରୁ ପାଲା ଶବ୍ଦ ନିଷ୍ପନ୍ନ ହୋଇଅଛି।ଆସନ୍ତୁ ଆଧାର ଓ ସମ୍ଭାବନା କୁ ନେଇ ପାଲାର ଅର୍ଥ କଣ ଆଲୋଚନା କରିବା। ସଂସ୍କୃତ ର "ପା ( PAA)- To bless ଆଶୀର୍ବାଦ ବା କଲ୍ୟାଣ କୁ, ଲା (LAA)- Act of giving ପ୍ରଦାନ କରିବା କାର୍ଯ୍ୟ ରୁ ପାଲା ଶବ୍ଦ ଟି ନିଷ୍ପନ୍ନ ହୋଇଛି । ଆରମ୍ଭରେ ମଙ୍ଗଳାଚରଣ ଶ୍ଳୋକାଵୃତ୍ତି କରି ଉଦ୍ୟୋକ୍ତା, ପ୍ରବକ୍ତା ଓ ଶ୍ରୋତାଙ୍କର ମଙ୍ଗଳବିଧାନ ଵା କଲ୍ୟାଣ ପ୍ରଦାନ କରିବା କାର୍ଯ୍ୟ କୁ " ପାଲା" କୁହାଯାଏ। ସଂସ୍କୃତ ବ୍ୟାଖ୍ୟା କରେ " ପାଳୟତି ପାଳ୍ୟତେ ବା ଇତି - ପାଲା। ସାହିତ୍ୟ ସଂସ୍କୃତି କୁ ପାଳନ କରିବାକୁ"ପାଲା " କୁହାଯାଏ। ପାଲାକୁ ଇଟାଲିକ୍ ରେ " PAALAA" ଲେଖାଯାଏ ତାର ଅର୍ଥ ଏହି ଭଳି କରାଯାଏ ଯଥା - P- Popular ( ଲୋକପ୍ରିୟ) A- Ancient ( ପୁରାତନ) A- Art ( କଳା) L- Literature ( ସାହିତ୍ୟ) A- And ଏବଂ A- Anthology (ଗଳ୍ପ ସଂଗ୍ରହ) ଗୋଟିଏ ବାକ୍ୟରେ କହିବାକୁ ଗଲେ " ଲୋକପ୍ରିୟ ପୁରାତନ କଳା, ସାହିତ୍ୟ ଏବଂ ଗଳ୍ପ ସଂଗ୍ରହ ବା ପ୍ରଚାର ପ୍ରସାର" କୁ ପାଲା କୁହାଯାଏ। ଆଉ ଇଟାଲିକ୍ ଅର୍ଥରେ P- Pastime ( ମନୋରଞ୍ଜନ) A- Art ( କଳା) A- And(ଏବଂ) L- Legendary(ପୌରାଣିକକଥା) A- Announcement ( ପ୍ରଚାର) A- Activities ( କାର୍ଯ୍ୟ କ୍ରମ) ମନୋରଞ୍ଜନ କଳା ଏବଂ ପୌରାଣିକ କଥା ପ୍ରଚାର କାର୍ଯ୍ୟକ୍ରମ କୁ ପାଲା କୁହାଯାଏ। ଓଡିଆରେ ପାଳି ଧରିବାକୁ ନେଇ ପାଳିରୁ ପାଳିଆ ଓ ପାଲା କୁହାଯାଏ। ସଂସ୍କୃତ ର ଗୈଧାତୁରୁ ଗାୟକ/ ଗାୟିକା ଶବ୍ଦ ନିଷ୍ପନ୍ନ ହୋଇଅଛି।ଗୈ ଅର୍ଥ ଗାନ କରିବା। ତେଣୁ କୁହାଯାଏ ଗାଇ ଗାଇ ବା ଗାନ କରି ଗାୟକ/ଗାୟିକା,ପାଳି ଧରି ପାଳିଆ ଓ ବାୟକ,ଗାୟକ ଓ ପାଳିଆଙ୍କୁ ନେଇ ପାଲା। ୧୨ ପ୍ରହର ରାତ୍ରୀକୁ ଭାଗ କରି ଦୁଇଦଳ ପାଳି କରି ଗାଉଥିବାରୁ ପାଳିରୁ ପାଲା ସୃଷ୍ଟି। ହୋ ହାଲ୍ଲା କୁ ଓଡ଼ିଆରେ ପାଲା କୁହାଯାଏ।ଗାୟକ କର୍ଣ୍ଣରେ କୁଣ୍ଡଳ ଏବଂ ଯାଜୁଲ୍ୟମାନ ପୋଷାକ ପରିଧାନ କରି ବାମ ହାତରେ ଚାମର ଧରି ଡାହାଣ ହାତରେ ବାୟକ ର ବାଦ୍ୟ ଓ ଘୁଙ୍ଗୁର ପିନ୍ଧା ପାଳିଆ ଙ୍କ ହୋ ହାଲ୍ଲା ଚିତ୍କାର ରେ ସାଉଁଳି ବିଭିନ୍ନ ମୁଦ୍ରା ରେ ଚାମର ଚାଳନା କୁ ପାଲା କୁହାଯାଏ। ଓଡ଼ିଆ, ସଂସ୍କୃତ, ବଙ୍ଗଳା,ଉର୍ଦ୍ଦୁ ଭାଷା ରେ ସାହିତ୍ୟ ଗାନ କରାଯାଏ ଏଠାରେ ପଲଉ ଯେପରି ଚାଉଳ, ପନିପରିବା,ଫଳାଦିରେ ମିଶ୍ରିତ ଖାଦ୍ୟ ସେହିଭଳି ଓଡ଼ିଆ ଚମ୍ପୁ, ଛାନ୍ଦ, ଚଉପତି, ସଂସ୍କୃତ ଅନୁପ୍ରାସ,ଉପମା,ଯମକ ତଥା ଲୌକିକ ଆଶୁକଵି ବା ଗାୟକ ଗାୟିକା ସ୍ବରଚିତ କାବ୍ୟ କବିତା ମିଶାଇ " ପଲଉ" ପରି ମିଶ୍ରିତ ସାହିତ୍ୟ ଗାନ କରୁଥିବା ରୁ ପଲଉ ରୁ ପାଲା ଶବ୍ଦ ନିଷ୍ପନ୍ନ ହୋଇଛି ବୋଲି କିଛି ମତବ୍ୟକ୍ତ କରନ୍ତି। ହିନ୍ଦୁ ଙ୍କ ର ନାରାୟଣ ଓ ମୁସଲମାନ ଙ୍କ ର ସତ୍ୟପୀର କୁ ନେଇ ମିଶ୍ରିତ " ସତ୍ୟନାରାୟଣ" ନାମକରଣ କରାଯାଇ ସତ୍ୟନାରାୟଣ ପାଲା ଅଭିହିତ କରି ଶେଷରେ ଶିରିଣି ପାଉ ଥିବାରୁ ପାଓଲାଓ ରୁ ମୂଳ ଅକ୍ଷର କୁ ନେଇ ପାଲା ଶବ୍ଦ ସୃଷ୍ଟି ବୋଲି କିଛି ମତ ବ୍ୟକ୍ତ କରନ୍ତି। ଓଡ଼ିଶାର ସଂସ୍କୃତି ବିଦଗ୍ଧ କଳାର ପୁନଃ ଉଦ୍ଧାର ପ୍ରଚାର ପ୍ରସାର କରେ ପାଲା। ଭଜନ,ଜଣାଣ, କୀର୍ତ୍ତନ, ନୃତ୍ୟ ସଙ୍ଗୀତ ପରିବେଷଣ,ଵୋଲି ,ଢଗଢମାଳି, ରାମାୟଣ, ମହାଭାରତ, ଭାଗବତ ବିଭିନ୍ନ ପୁରାଣର ବିଷୟବସ୍ତୁ କୁ ଗାନ କରି ସମାଜରେ ନୀତି ବାଣୀ ବିଭିନ୍ନ ଉପାଖ୍ୟାନ ମାଧ୍ୟମରେ ସମାଜରେ ସଂସ୍କାର ଆଣେ ପାଲା।ପାଲା ମାଧ୍ୟମରେ ମାନବ ମନୋରଞ୍ଜନ,ଶ୍ରମ ଅପନୋଦନ,ପୁରାଣ ତଥା ନୈତିକ ଜ୍ଞାନ ଆହରଣ କରେ। ଗାୟକ ମଙ୍ଗଳାଚରଣ ଆବୃତ୍ତି କରି ମଙ୍ଗଳ ବିଧାନ ପୂର୍ବକ ଶାନ୍ତି ବାର୍ତ୍ତା ସମାଜରେ ପ୍ରଦାନ କରେ।ପାଲା ପ୍ରଥମେ ଏକୋଇଶିଆ ପାଲା ଵା ନାମକରଣ ପୂଜା Naming Ceremony ରେ ସତ୍ୟନାରାୟଣ ପୂଜା କରି ଏକ ବିଷୟ ବସ୍ତୁ କୁ ରସାଳ ଢଙ୍ଗରେ ପରିବେଷଣ କରି ପିଲାର ନାମ କରଣ ସହିତ ଆଶୀର୍ବାଦ ପ୍ରଦାନ କରୁଥିଲେ।ଅନ୍ୟ ସମୟରେ ବିଭିନ୍ନ ପୂଜୋତ୍ସବରେ ଜାଉଁଳି ପାଲା ବା ବାଦି ପାଲାରେ ପୁରାଣର ବିଷୟବସ୍ତୁ କୁ ନଵରସ ଯଥା " ଶୃଙ୍ଗାର ,ହାସ୍ୟ, କରୁଣ,ରୌଦ୍ର,ବୀର,ଭୟାନକ, ବିଭତ୍ସ, ଅଦ୍ଭୁତ, ଶାନ୍ତ ସହିତ ବିଶ୍ବନାଥ କବିରାଜଙ୍କ ସାହିତ୍ୟ ଦର୍ପଣ ରେ ଦଶମ ରସ ଭାଵରେ ଆଦୃତ ବାତ୍ସଲ୍ୟ ରସକୁ ଏବଂ ଭର୍ତ୍ତୁହରିଙ୍କ ଶୃଙ୍ଗାର ଶତକ, ଜୟଦେବଙ୍କ ର ଗୀତ ଗୋବିନ୍ଦ ଓ ଭାଗଵତରେ ବର୍ଣ୍ଣିତ ଶୃଙ୍ଗାର ରସକୁ ନବଧା ଭକ୍ତି " ଶ୍ରଵଣଂକୀର୍ତ୍ତନଂ ବିଷ୍ଣୋଃସ୍ମରଣଂପାଦସେବନଂଅର୍ଚ୍ଚନଂ ବନ୍ଦନଂଦାସ୍ୟଂସଖ୍ୟଂ ଆତ୍ମନିଵେଦନ" ମାଧ୍ୟମରେ ଅତୀବ ସୁନ୍ଦର ମନୋରମ ଶୈଳୀରେ ଭିନ୍ନ ଭିନ୍ନ ଭୂମିକାରେ ପାଳିଆ ଚିତ୍ତାକର୍ଷକ ଭୂମିକା ସଂପାଦନ କରୁଥିବା ସମୟରେ ଗାୟକ ଦଶରସକୁ ସୁନ୍ଦର ଭାବରେ ଉପସ୍ଥାପନ କରି ଦର୍ଶକ ଙ୍କୁ ମନ୍ତ୍ରମୁଗ୍ଧ କରୁଛନ୍ତି ନ୍ତି। ତେଣୁ ପାଲା ଭିତରେ ପ୍ରସଙ୍ଗ ଭିତ୍ତିକ ସବୁ କିଛି ପରିବେଷଣ କରାଯାଇପାରିବ। ମଝିରେ ପାଲା ସଂସ୍କୃତି ବୁଡିଯାଉଥିଲା।ଏଵେ ଵହୁଉଚ୍ଚଶିକ୍ଷିତ ପୁଅ ଝିଅମାନେ ଉଚ୍ଚକୋଟୀର ପାଲା ପରିବେଷଣ କରି ପୁରାତନ ସଂସ୍କୃତିର ପୁନଃ ଉଦ୍ଧାର କରିପାରୁଛନ୍ତି ଯାହାକି ସାଧୁଉଦ୍ୟମ। ଯାତ୍ରା ସମୟରେ ଏଵେ ନଗ୍ନତା ଅଶ୍ଳୀଳତା ରହୁଥିବା ରୁ ବୁଦ୍ଧିଜୀବୀ ଯାତ୍ରା ରୁ ମୁହଁ ଫେରାଇ ପାଲା ପ୍ରତି ଆକୃଷ୍ଟ ହେଉଛନ୍ତି।

Kendrapara (କେନ୍ଦ୍ରାପଡ଼ା) • କୈଳାଶ ଚନ୍ଦ୍ର ବଳ ପଟ୍ଟାମୁଣ୍ଡାଇ କେନ୍ଦ୍ରାପଡ଼ା

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଠାରୁ ରାଜନଗର ମୁଖ୍ୟ ରାସ୍ତା ରେ ଗଛ ପଡ଼ି ରାସ୍ତା ଅବରୋଧ
Sep 25, 2026•22 views

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଠାରୁ ରାଜନଗର ମୁଖ୍ୟ ରାସ୍ତା ରେ ଗଛ ପଡ଼ି ରାସ୍ତା ଅବରୋଧ

ପଟ୍ଟାମୁଣ୍ଡାଇ ବ୍ଲକ କୁ ସଂଯୋଗ କରୁଥିବା ରାସ୍ତା ରେ ବଡ଼ ବଡ଼ ବୃକ୍ଷ ମାନ ପଡ଼ିଥିବା ଯୋଗୁ ରାଜନଗର ବ୍ଲକ କିଛି ସମୟ ପାଇଁ ବିଚ୍ଛିନ୍ନ ହେବା ଫଳରେ ଯାତାୟତ ରେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେବାର ପରିଲକ୍ଷିତ ହୋଇଛି, ଅର୍ଣ୍ଣବ ବାତ୍ୟା ଯୋଗୁଁ ତଳିଆ ଅଞ୍ଚଳ ବାସୀ ଙ୍କ ମନରେ ବିତିଯାଇଥିବା 1999 ମସିହା ରେ ମହାପ୍ରଳୟ ବାତ୍ୟା ର କଥା ବି ଲୋକ ଙ୍କ ମନରୁ ଆଜି ପର୍ଯ୍ୟନ୍ତ ଲିଭି ନାହିଁ, ଯେଉଁ ଅର୍ଣ୍ଣ୍ବବ ଦୀର୍ଘ ତିନି ଦିନ ଧରି ଧିରେ ଧିରେ ବର୍ଷା ହେବା ସହିତ ପବନ ର ଗତି ବଢ଼ି ଚାଲିଛି, ୨୪,୦୯,୨୦୨୬ ରିଖ ସନ୍ଦ୍ୟା ଠାରୁ ପବନ ର ବେଗ ଏତେ ମାତ୍ରାରେ ପ୍ରଭାବିତ ହୋଇ ଅଛି ଯାହା ଫଳରେ ବଡ଼ ବଡ଼ ବୃକ୍ଷ ମାନ ପଡ଼ି ବା ସହିତ ଲୋକ ମାନ ଙ୍କ ଭିତରେ କୋକୁଆ ଭୟ ସୃଷ୍ଟି ହୋଇଛି,ଅଦିନିଆ ବର୍ଷା ପବନ, ବନ୍ୟା,ଭୁଖଳନ,୨୦୨୬ ଏକ ପ୍ରାକୃତିକ ବିପର୍ଯ୍ୟୟ ବର୍ଷ ବୋଲି ସାଧାରଣ ଲୋକ ମାନେ ଆଲୋଚନା କରୁଥିବାର ଦେଖିବାକୁ ମିଳି

Kendrapara (କେନ୍ଦ୍ରାପଡ଼ା) • ରିପୋର୍ଟର -- କୈଳାଶ ଚନ୍ଦ୍ର ବଳ ପଟ୍ଟାମୁଣ୍ଡାଇ କେନ୍ଦ୍ରାପଡ଼ା

୧୬ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା: ସ୍କୁଟିକୁ ପଛରୁ ପିଟିଲା କାର, ଜଣେ ମୃତ, ୨ ଗୁରୁତର
Sep 25, 2026•34 views

୧୬ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା: ସ୍କୁଟିକୁ ପଛରୁ ପିଟିଲା କାର, ଜଣେ ମୃତ, ୨ ଗୁରୁତର

ଖୋର୍ଦ୍ଧା, ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଉଗ୍ରତାରା ଛକ ନିକଟରେ ୧୬ ନମ୍ବର ଜାତୀୟ ରାଜପଥରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ଅପରାହ୍ନରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ରଞ୍ଜନ ବିଶ୍ୱାଳ (୫୧) ଖୋର୍ଦ୍ଧାରୁ ନିଜ ସ୍କୁଟିରେ ଟାଙ୍ଗୀ ଅଭିମୁଖେ ଘରକୁ ଫେରୁଥିଲେ। ତାଙ୍କ ସହ ଲିଫ୍ଟ ମାଗି ରାଜେନ୍ଦ୍ର କୁମାର ପରିଡ଼ା (୪୯) ସ୍କୁଟିରେ ବସିଥିଲେ। ଉଭୟ ଉଗ୍ରତାରା ଛକ ନିକଟରେ ପହଞ୍ଚିଥିବା ସମୟରେ ପଛପଟୁ ଆସୁଥିବା ଏକ ଦ୍ରୁତଗାମୀ ମାରୁତି ଡିଜାୟାର କାର ସ୍କୁଟିକୁ ଧକ୍କା ଦେଇଥିଲା। ଧକ୍କାରେ ସ୍କୁଟିରେ ଥିବା ଦୁଇଜଣ ରାସ୍ତା ଉପରକୁ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଆହତମାନଙ୍କ ସମେତ କାରରେ ଥିବା ଲୋକଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ରାଜେନ୍ଦ୍ର କୁମାର ପରିଡ଼ାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ମୃତକଙ୍କ ଘର ଯାଜପୁର ଜିଲ୍ଲା ଜାରକା ଅଞ୍ଚଳରେ ହୋଇଥିବାବେଳେ ସେ ଟାଙ୍ଗୀ ଏନ୍‌ଏସି ଅନ୍ତର୍ଗତ ବଡ଼ପାଇକ ସାହିରେ ଘରଜ୍ୱାଇଁ ଭାବେ ରହୁଥିଲେ। ତାଙ୍କର ଦୁଇ ଝିଅ ଓ ଜଣେ ପୁଅ ଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଗୁରୁତର ଆହତ ରଞ୍ଜନ ବିଶ୍ୱାଳଙ୍କ ଘର ଟାଙ୍ଗୀ ଥାନା ଅନ୍ତର୍ଗତ ତାରିମୀ ଗ୍ରାମରେ ହୋଇଥିବାବେଳେ ଅନ୍ୟ ଜଣେ ଆହତ ଦେବାଶିଷ ମିଶ୍ର (୫୦) ଲଳିତାପାଟପୁର ଅଞ୍ଚଳର ବୋଲି ଜଣାପଡ଼ିଛି। ଘଟଣାସ୍ଥଳରେ ପହଞ୍ଚି ଟାଙ୍ଗୀ ପୁଲିସ ସ୍କୁଟି ଓ ମାରୁତି ଡିଜାୟାର କାରକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Khordha (ଖୋର୍ଦ୍ଧା) • ରିପୋର୍ଟର: ଯଦୁମଣି ବେହେରା, ଖୋର୍ଦ୍ଧା, ଟାଙ୍ଗୀ

କଳାହାଣ୍ଡି ଜିଲ୍ଲା ରେ ଅବପାତ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ସହ ଚାଷୀଙ୍କ ଚାଷ କ୍ଷତି ହେବାର ଆଶଙ୍କା
Sep 25, 2026•89 views

କଳାହାଣ୍ଡି ଜିଲ୍ଲା ରେ ଅବପାତ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ସହ ଚାଷୀଙ୍କ ଚାଷ କ୍ଷତି ହେବାର ଆଶଙ୍କା

ଜୁନାଗଡ - କଳାହାଣ୍ଡି ଜିଲ୍ଲା ରେ ଅବପାତ ପ୍ରଭାବରେ ଲଗାଣ ବର୍ଷାରେ ଜନ ଜୀବନ ଅସ୍ତବ୍ୟସ୍ତ ଓ ଇନ୍ଦ୍ରାବତୀ ଜଳ ସ୍ତର ବୃଦ୍ଧି ଯୋଗୁଁ ହାତୀ ନଦୀ ର ଉଭୟ ପାର୍ଶ୍ୱରେ ଚାଷ ଜମିରେ ଜଳମଗ୍ନ। ଚାଷୀ ମାନଙ୍କ ଜମିରେ ଗତ ବଢ଼ି ସମୟରେ କ୍ଷୟ କ୍ଷତି ହୋଇଥିବା ଅନେକ ଚାଷୀ ଅଭିଯୋଗ କରିଛନ୍ତି । ତାହାର ସଠିକ୍ ଆକଳନ କରାଯାଇ ଚାଷୀଙ୍କୁ ଆର୍ଥିକ ସାହାଯ୍ୟ କରିବାକୁ ସାଧାରଣରେ ଦାବି ହେଉଛି। ଏହିପରି ସ୍ଥଳେ ଗତ ଦୁଇଦିନ ବର୍ଷରେ ବର୍ତ୍ତମାନ ହାତୀ ନଦୀ ଓ ତାର ଅବବାହିକା ଅଞ୍ଚଳରେ ବଢ଼ି ଜଳ ସ୍ତର ବୃଦ୍ଧି ଯୋଗୁଁ ପୂର୍ବପରି ଚାଷ କ୍ଷତି ର ଆଶଙ୍କା ବଢ଼ିଯାଇଛି। ଏଣୁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Kalahandi (କଳାହାଣ୍ଡି) • Report: Debraj Banua

ଆଜି ଅନ୍ତ୍ୟୋଦୟ ଦିବସ
Sep 25, 2026•13 views

ଆଜି ଅନ୍ତ୍ୟୋଦୟ ଦିବସ

ଭୁବନେଶ୍ୱର, ୨୫ ସେପ୍ଟେମ୍ବର: ଆଜି ସାରା ଦେଶରେ ପାଳନ କରାଯାଉଛି ଅନ୍ତ୍ୟୋଦୟ ଦିବସ। ପଣ୍ଡିତ ଦୀନଦୟାଳ ଉପାଧ୍ୟାୟଙ୍କ ଜୟନ୍ତୀ ଅବସରରେ ପ୍ରତିବର୍ଷ ସେପ୍ଟେମ୍ବର ୨୫ରେ ଏହି ଦିବସ ପାଳନ କରାଯାଏ। ସମାଜର ଶେଷ ଧାଡ଼ିରେ ଥିବା ତଥା ଆବଶ୍ୟକତାବୋଧ କରୁଥିବା ଲୋକଙ୍କ କଲ୍ୟାଣ ଓ ଉନ୍ନତିକୁ ଗୁରୁତ୍ୱ ଦେବା ହେଉଛି ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ। ଦୀନଦୟାଳ ଉପାଧ୍ୟାୟଙ୍କ ‘ଅନ୍ତ୍ୟୋଦୟ’ ଚିନ୍ତାଧାରାରେ ସମାଜର ଶେଷ ଲୋକଙ୍କ ଜୀବନରେ ଉନ୍ନତି ଆଣିବା ଉପରେ ଗୁରୁତ୍ୱ ଦିଆଯାଇଛି। ଏହି ଅବସରରେ ବିଭିନ୍ନ ସ୍ଥାନରେ ଦୀନଦୟାଳ ଉପାଧ୍ୟାୟଙ୍କୁ ସ୍ମରଣ କରାଯିବା ସହ ତାଙ୍କ ଚିନ୍ତାଧାରା ଓ ସମାଜର ଦୁର୍ବଳ ବର୍ଗଙ୍କ କଲ୍ୟାଣ ସମ୍ପର୍କରେ ଆଲୋଚନା କରାଯାଉଛି।

Bhubaneswar (ଭୁବନେଶ୍ୱର) • ରିପୋର୍ଟ:ଲକ୍ଷ୍ମୀଧର ମୁର୍ମୁ

ଗତକାଲି ରାତିରୁ ବଙ୍ଗାଳୀ ଯେନା ନିଖୋଜ, ପରିବାର ପକ୍ଷରୁ ଖୋଜାଖୋଜି ଜାରି
Sep 25, 2026•8 views

ଗତକାଲି ରାତିରୁ ବଙ୍ଗାଳୀ ଯେନା ନିଖୋଜ, ପରିବାର ପକ୍ଷରୁ ଖୋଜାଖୋଜି ଜାରି

ଯାଜପୁର: ଯାଜପୁର ଜିଲ୍ଲା ଅଳକୁଣ୍ଡ ଥାନା ଅନ୍ତର୍ଗତ ଉଦ୍ରଙ୍ଗ ଗ୍ରାମପଞ୍ଚାୟତର ସାଇଁକୁଳ ଗ୍ରାମର ବଙ୍ଗାଳୀ ଯେନା ଗତକାଲି ରାତିରୁ ନିଖୋଜ ଥିବା ଜଣାପଡ଼ିଛି। ସେ କେଉଁଆଡ଼େ ଚାଲିଯାଇଛନ୍ତି, ତାଙ୍କ ସମ୍ପର୍କରେ ଏଯାବତ୍‌ କୌଣସି ସନ୍ଧାନ ମିଳିପାରିନାହିଁ। ପରିବାର ସଦସ୍ୟ ଓ ସମ୍ପର୍କୀୟମାନେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ବଙ୍ଗାଳୀ ଯେନାଙ୍କ କୌଣସି ପତ୍ତା ମିଳିନଥିବାରୁ ପରିବାର ଚିନ୍ତାରେ ରହିଛନ୍ତି। ତାଙ୍କ ନିଖୋଜ ନେଇ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଚର୍ଚ୍ଚା ଜୋର ଧରିଛି। ଯଦି କୌଣସି ସହୃଦୟ ବ୍ୟକ୍ତି ବଙ୍ଗାଳୀ ଯେନାଙ୍କ ସନ୍ଧାନ ପାଆନ୍ତି କିମ୍ବା ତାଙ୍କ ସମ୍ପର୍କରେ କୌଣସି ସୂଚନା ପାଆନ୍ତି, ତେବେ ତୁରନ୍ତ ନିମ୍ନ ପ୍ରଦତ୍ତ ଯୋଗାଯୋଗ ନମ୍ବରରେ ଜଣାଇବାକୁ ପରିବାର ପକ୍ଷରୁ ଅନୁରୋଧ କରାଯାଇଛି। ଠିକଣା: ଗ୍ରାମ – ସାଇଁକୁଳ ଗ୍ରାମପଞ୍ଚାୟତ – ଉଦ୍ରଙ୍ଗ ଥାନା – ଅଳକୁଣ୍ଡ ଜିଲ୍ଲା – ଯାଜପୁର

Jajpur (ଯାଜପୁର) • ବିଞ୍ଝାରପୁରରୁ ଉଦୟନାଥ ଜେନାଙ୍କ ରିପୋର୍ଟ

ଖରସ୍ରୋତା ନଦୀ ସେତୁରୁ ଡେଇଁ ପଡ଼ିଲେ ଅଜଣା ମହିଳା, ଖୋଜାଖୋଜି ଜାରି
Sep 25, 2026•7 views

ଖରସ୍ରୋତା ନଦୀ ସେତୁରୁ ଡେଇଁ ପଡ଼ିଲେ ଅଜଣା ମହିଳା, ଖୋଜାଖୋଜି ଜାରି

ବିଞ୍ଝାରପୁର: ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ୍ ଅନ୍ତର୍ଗତ ବିଞ୍ଝାରପୁର-ବରୀ ରାସ୍ତାର ଖରସ୍ରୋତା ନଦୀ ସେତୁ ଉପରୁ ଜଣେ ଅଜଣା ମହିଳା ନଦୀ ଗର୍ଭକୁ ଡେଇଁ ପଡ଼ିଥିବା ଅଭିଯୋଗ ହୋଇଛି। ଘଟଣା ପରେ ମହିଳା ଜଣକ ନିଖୋଜ ଥିବା ଜଣାପଡ଼ିଛି। ସୂଚନା ପାଇ ଓଡ୍ରାଫ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ନଦୀରେ ଖୋଜାଖୋଜି ଜାରି ରଖିଛି। ନଦୀର ପ୍ରବଳ ସ୍ରୋତ ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିବା ବେଳେ ନିଖୋଜ ମହିଳାଙ୍କ ପରିଚୟ ସମ୍ପର୍କରେ ଏଯାବତ୍‌ କୌଣସି ସଠିକ୍‌ ସୂଚନା ମିଳିପାରିନାହିଁ। ଘଟଣାଟି କେଉଁ ପରିସ୍ଥିତିରେ ଘଟିଲା ଏବଂ ମହିଳା ଜଣକ କିଏ, ସେନେଇ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି। ନିଖୋଜ ମହିଳାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ଓଡ୍ରାଫ୍‌ ଟିମ୍‌ ପକ୍ଷରୁ ଅଭିଯାନ ଜାରି ରହିଛି।

Jajpur (ଯାଜପୁର) • ବିଞ୍ଝାରପୁରରୁ ଉଦୟନାଥ ଜେନାଙ୍କ ରିପୋର୍ଟ

​ମୁଖ୍ୟ ରାସ୍ତାରେ ଦୁଇ ଦିନ ହେଲା ପଡ଼ିରହିଛି ମୃତ କୁକୁର: ଦୁର୍ଗନ୍ଧରେ ନାକ ଟେକୁଛନ୍ତି ପାଦଚଲା ଓ ବାହନ ଚାଳକ
Sep 25, 2026•35 views

​ମୁଖ୍ୟ ରାସ୍ତାରେ ଦୁଇ ଦିନ ହେଲା ପଡ଼ିରହିଛି ମୃତ କୁକୁର: ଦୁର୍ଗନ୍ଧରେ ନାକ ଟେକୁଛନ୍ତି ପାଦଚଲା ଓ ବାହନ ଚାଳକ

​ ମୁଖ୍ୟ ୨୦୦ ଫୁଟ୍ ରାସ୍ତାରେ ବିଗତ ଦୁଇ ଦିନ ହେବ ଏକ ମୃତ କୁକୁର ପଡ଼ିରହି ଦୁର୍ଗନ୍ଧ ହେଉଥିବା ଦେଖିବାକୁ ମିଳିଛି। ଫଳରେ ଏହି ପ୍ରମୁଖ ରାସ୍ତା ଦେଇ ଯାତାୟାତ କରୁଥିବା ଶହ ଶହ ପାଦଚଲା ପଥଚାରୀ, ବାଇକ୍ ଚାଳକ ଓ ସ୍ଥାନୀୟ ବାସିନ୍ଦା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ​ମିଳିଥିବା ସୂଚନା ଅନୁସାରେ, କୌଣସି ଅଜଣା ଗାଡ଼ି ଧକ୍କାରେ କୁକୁରଟିର ମୃତ୍ୟୁ ଘଟିଥିଲା। ମାତ୍ର ଦୁଇ ଦିନ ବିତିଯାଇଥିଲେ ସୁଦ୍ଧା ମୃତ ଶରୀରଟିକୁ ରାସ୍ତାରୁ ହଟାଯାଇନାହିଁ। ଦେହ ପଚିବା ଆରମ୍ଭ ହୋଇଯାଇଥିବାରୁ ଏବେ ପ୍ରବଳ ଦୁର୍ଗନ୍ଧ ସୃଷ୍ଟି ହେଉଛି। ଏହି ୨୦୦ ଫୁଟ୍ ରାସ୍ତାଟି ଏକ ମୁଖ୍ୟ ସଂଯୋଗୀକରଣ ରାସ୍ତା ହୋଇଥିବାରୁ ପ୍ରତିଦିନ ସ୍କୁଲ୍, କଲେଜ୍ ଏବଂ ଅଫିସ୍ ଯାଉଥିବା ଲୋକମାନେ ନାକରେ କପଡ଼ା ଦେଇ ଯିବାକୁ ବାଧ୍ୟ ହେଉଛନ୍ତି। ​ଏହାସହିତ ମୃତ କୁକୁରଟି ରାସ୍ତା ମଝିରେ ପଡ଼ିଥିବାରୁ ଗାଡ଼ି ଚାଳକମାନେ ହଠାତ୍ ଗାଡ଼ି ମୋଡ଼ିବାକୁ ଚେଷ୍ଟା କରି ଦୁର୍ଘଟଣାର ଶିକାର ହେବାର ଆଶଙ୍କା ମଧ୍ୟ ବୃଦ୍ଧି ପାଇଛି। ଦୁର୍ଗନ୍ଧ ଯୋଗୁଁ ଆଖପାଖ ଅଞ୍ଚଳରେ ରୋଗ ବ୍ୟାପିବାର ଭୟ ମଧ୍ୟ ସୃଷ୍ଟି ହୋଇଛି। ​ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ, ଏ ସମ୍ପର୍କରେ ସ୍ୱଚ୍ଛତା ବିଭାଗ/ପୌରପାଳିକା (Municipality) କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଯଥାଶୀଘ୍ର ଏହି ମୃତ କୁକୁରଟିକୁ ରାସ୍ତାରୁ ହଟାଇ ଅଞ୍ଚଳରେ ବିଶୋଧନ (Sanitization) କରିବାକୁ ସାଧାରଣରେ ପ୍ରବଳ ଦାବି ହୋଇଛି।

Bhubaneswar (ଭୁବନେଶ୍ୱର) • ରିପୋର୍ଟ :ସୁଶାନ୍ତ କୁମାର ମହାକୁଡ଼

ସାଲିଆସାହି ଏକାମ୍ର ବିହାରରେ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହେଲା ଗଣେଶ ପୂଜା ଭସାଣି: ଭାଇଚାରା ଓ ଆନନ୍ଦର ଅପୂର୍ବ ସଙ୍ଗମ
Sep 25, 2026•17 views

ସାଲିଆସାହି ଏକାମ୍ର ବିହାରରେ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହେଲା ଗଣେଶ ପୂଜା ଭସାଣି: ଭାଇଚାରା ଓ ଆନନ୍ଦର ଅପୂର୍ବ ସଙ୍ଗମ

ରାଜଧାନୀ ଭୁବନେଶ୍ୱରସ୍ଥିତ ସାଲିଆସାହି ଏକାମ୍ର ବିହାର ଅଞ୍ଚଳରେ ଚଳିତ ବର୍ଷର ଗଣେଶ ପୂଜା ଭସାଣି ଉତ୍ସବ ଅତ୍ୟନ୍ତ ଉତ୍ସାହ, ଉଦ୍ଦୀପନା ଓ ଆନନ୍ଦ ଆଲୋଡ଼ନ ମଧ୍ୟରେ ସମ୍ପନ୍ନ ହୋଇଯାଇଛି। ସ୍ଥାନୀୟ ଅଞ୍ଚଳରେ ଶାନ୍ତି, ସଦ୍ଭାବନା ଓ ଭାଇଚାରାର ଏକ ଅନନ୍ୟ ନମୁନା ଦେଖିବାକୁ ମିଳିଛି। ​ସାଲିଆସାହି ଭଳି ଏକ ବୃହତ୍ ଓ ବିବିଧତାପୂର୍ଣ୍ଣ ଅଞ୍ଚଳରେ ରହୁଥିବା ଶ୍ରଦ୍ଧାଳୁମାନେ ସବୁବେଳେ ସମସ୍ତ ଗଣପର୍ବକୁ ଏକାଠି ମିଶି ଅତ୍ୟନ୍ତ ଶ୍ରଦ୍ଧା ଓ ନିଷ୍ଠାର ସହ ପାଳନ କରିଥାନ୍ତି। ଚଳିତ ବର୍ଷ ଗଣପତି ବାପାଙ୍କ ଆରାଧନା ଶେଷ ହେବା ପରେ ବିସର୍ଜନ ଶୋଭାଯାତ୍ରାରେ ସ୍ଥାନୀୟ ଯୁବକ, ମହିଳା ଓ ବୃଦ୍ଧବନିତା ଶ୍ରଦ୍ଧାଳୁମାନେ ବାଜା, ରଙ୍ଗ-ଆବିର ଓ ନୃତ୍ୟ ସହ ଭାଗ ନେଇଥିଲେ। ​ଉତ୍ସବ ସମୟରେ ଅଞ୍ଚଳରେ ସମ୍ପୂର୍ଣ୍ଣ ଶାନ୍ତିଶୃଙ୍ଖଳା ବଜାୟ ରହିବା ସହ ସମସ୍ତ ବର୍ଗର ଲୋକଙ୍କ ମଧ୍ୟରେ ସାମ୍ପ୍ରଦାୟିକ ସଦ୍ଭାବ ଓ ବନ୍ଧୁତା ଦେଖିବାକୁ ମିଳିଥିଲା। 'ଗଣପତି ବାପା ମୋରିଆ, ପୁଢ଼େ ବରଷକୋ ଜଲଦି ଆ' ଧ୍ୱନିରେ ସମ୍ପୂର୍ଣ୍ଣ ଏକାମ୍ର ବିହାର ପ୍ରକମ୍ପିତ ହୋଇଉଠିଥିଲା। ଅଞ୍ଚଳବାସୀଙ୍କ ଏହି ଶାନ୍ତିପୂର୍ଣ୍ଣ ଏବଂ ଆନନ୍ଦଦାୟକ ପାଳନ ସମସ୍ତଙ୍କ ପାଇଁ ଏକ ପ୍ରେରଣାଦାୟୀ ବାର୍ତ୍ତା ବହନ କରୁଛି।

Bhubaneswar (ଭୁବନେଶ୍ୱର) • ରିପୋର୍ଟ:ସୁଶାନ୍ତ କୁମାର ମହାକୁଡ଼

ସାଲିଆସାହିରେ ଆନନ୍ଦ ଉଲ୍ଲାସରେ ପାଳିତ ହେଲା ବୁଧେଇ ଓଷା
Sep 25, 2026•21 views

ସାଲିଆସାହିରେ ଆନନ୍ଦ ଉଲ୍ଲାସରେ ପାଳିତ ହେଲା ବୁଧେଇ ଓଷା

ଭୁବନେଶ୍ୱର ସାଲିଆସାହି ବସ୍ତିରେ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଛି ବୁଧେଇ ଓଷା। ଏହି ଅବସରରେ ବସ୍ତିର ମହିଳାମାନେ ଏକାଠି ହୋଇ ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା କରିଥିଲେ। ପୂଜା ପାଇଁ ବିଭିନ୍ନ ପ୍ରକାରର ଭୋଗ ଓ ପ୍ରସାଦ ପ୍ରସ୍ତୁତ କରାଯାଇଥିଲା। ଘର ଓ ପୂଜାସ୍ଥଳୀକୁ ଝୋଟି ଚିତାରେ ସଜାଯାଇଥିବା ବେଳେ ମହିଳାମାନେ ଭକ୍ତିଭାବରେ ମା’ଙ୍କ ପୂଜା କରିଥିଲେ। ସାଲିଆସାହି ବସ୍ତିବାସିନ୍ଦାଙ୍କ ମଧ୍ୟରେ ଏହି ପର୍ବକୁ ନେଇ ବେଶ୍ ଉତ୍ସାହ ଓ ଆନନ୍ଦ ଦେଖିବାକୁ ମିଳିଥିଲା। ପରସ୍ପର ମଧ୍ୟରେ ସ୍ନେହ ଓ ଭାଇଚାରାର ବାର୍ତ୍ତା ଦେଇ ମହିଳାମାନେ ମିଳିତ ଭାବେ ବୁଧେଇ ଓଷା ପାଳନ କରିଥିଲେ।

Bhubaneswar (ଭୁବନେଶ୍ୱର) • ରିପୋର୍ଟ ସୁଶାନ୍ତ କୁମାର ମହାକୁଡ଼