--:--:--
-- ---
Srishti News

ସାଲିଆସାହିରେ ଆନନ୍ଦ ଉଲ୍ଲାସରେ ପାଳିତ ହେଲା ବୁଧେଇ ଓଷା

Bhubaneswar (ଭୁବନେଶ୍ୱର)ରିପୋର୍ଟ ସୁଶାନ୍ତ କୁମାର ମହାକୁଡ଼September 25, 202622 views
ସାଲିଆସାହିରେ ଆନନ୍ଦ ଉଲ୍ଲାସରେ ପାଳିତ ହେଲା ବୁଧେଇ ଓଷା
ଭୁବନେଶ୍ୱର ସାଲିଆସାହି ବସ୍ତିରେ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଛି ବୁଧେଇ ଓଷା। ଏହି ଅବସରରେ ବସ୍ତିର ମହିଳାମାନେ ଏକାଠି ହୋଇ ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା କରିଥିଲେ। ପୂଜା ପାଇଁ ବିଭିନ୍ନ ପ୍ରକାରର ଭୋଗ ଓ ପ୍ରସାଦ ପ୍ରସ୍ତୁତ କରାଯାଇଥିଲା। ଘର ଓ ପୂଜାସ୍ଥଳୀକୁ ଝୋଟି ଚିତାରେ ସଜାଯାଇଥିବା ବେଳେ ମହିଳାମାନେ ଭକ୍ତିଭାବରେ ମା’ଙ୍କ ପୂଜା କରିଥିଲେ। ସାଲିଆସାହି ବସ୍ତିବାସିନ୍ଦାଙ୍କ ମଧ୍ୟରେ ଏହି ପର୍ବକୁ ନେଇ ବେଶ୍ ଉତ୍ସାହ ଓ ଆନନ୍ଦ ଦେଖିବାକୁ ମିଳିଥିଲା। ପରସ୍ପର ମଧ୍ୟରେ ସ୍ନେହ ଓ ଭାଇଚାରାର ବାର୍ତ୍ତା ଦେଇ ମହିଳାମାନେ ମିଳିତ ଭାବେ ବୁଧେଇ ଓଷା ପାଳନ କରିଥିଲେ।