ଆଜି ଅନ୍ତ୍ୟୋଦୟ ଦିବସ
Bhubaneswar (ଭୁବନେଶ୍ୱର)ରିପୋର୍ଟ:ଲକ୍ଷ୍ମୀଧର ମୁର୍ମୁSeptember 25, 202613 views

ଭୁବନେଶ୍ୱର, ୨୫ ସେପ୍ଟେମ୍ବର: ଆଜି ସାରା ଦେଶରେ ପାଳନ କରାଯାଉଛି ଅନ୍ତ୍ୟୋଦୟ ଦିବସ। ପଣ୍ଡିତ ଦୀନଦୟାଳ ଉପାଧ୍ୟାୟଙ୍କ ଜୟନ୍ତୀ ଅବସରରେ ପ୍ରତିବର୍ଷ ସେପ୍ଟେମ୍ବର ୨୫ରେ ଏହି ଦିବସ ପାଳନ କରାଯାଏ।
ସମାଜର ଶେଷ ଧାଡ଼ିରେ ଥିବା ତଥା ଆବଶ୍ୟକତାବୋଧ କରୁଥିବା ଲୋକଙ୍କ କଲ୍ୟାଣ ଓ ଉନ୍ନତିକୁ ଗୁରୁତ୍ୱ ଦେବା ହେଉଛି ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ। ଦୀନଦୟାଳ ଉପାଧ୍ୟାୟଙ୍କ ‘ଅନ୍ତ୍ୟୋଦୟ’ ଚିନ୍ତାଧାରାରେ ସମାଜର ଶେଷ ଲୋକଙ୍କ ଜୀବନରେ ଉନ୍ନତି ଆଣିବା ଉପରେ ଗୁରୁତ୍ୱ ଦିଆଯାଇଛି।
ଏହି ଅବସରରେ ବିଭିନ୍ନ ସ୍ଥାନରେ ଦୀନଦୟାଳ ଉପାଧ୍ୟାୟଙ୍କୁ ସ୍ମରଣ କରାଯିବା ସହ ତାଙ୍କ ଚିନ୍ତାଧାରା ଓ ସମାଜର ଦୁର୍ବଳ ବର୍ଗଙ୍କ କଲ୍ୟାଣ ସମ୍ପର୍କରେ ଆଲୋଚନା କରାଯାଉଛି।
