--:--:--
-- ---
Srishti News

ସାଲିଆସାହି ଏକାମ୍ର ବିହାରରେ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହେଲା ଗଣେଶ ପୂଜା ଭସାଣି: ଭାଇଚାରା ଓ ଆନନ୍ଦର ଅପୂର୍ବ ସଙ୍ଗମ

Bhubaneswar (ଭୁବନେଶ୍ୱର)ରିପୋର୍ଟ:ସୁଶାନ୍ତ କୁମାର ମହାକୁଡ଼September 25, 202617 views
ସାଲିଆସାହି ଏକାମ୍ର ବିହାରରେ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହେଲା ଗଣେଶ ପୂଜା ଭସାଣି: ଭାଇଚାରା ଓ ଆନନ୍ଦର ଅପୂର୍ବ ସଙ୍ଗମ
ରାଜଧାନୀ ଭୁବନେଶ୍ୱରସ୍ଥିତ ସାଲିଆସାହି ଏକାମ୍ର ବିହାର ଅଞ୍ଚଳରେ ଚଳିତ ବର୍ଷର ଗଣେଶ ପୂଜା ଭସାଣି ଉତ୍ସବ ଅତ୍ୟନ୍ତ ଉତ୍ସାହ, ଉଦ୍ଦୀପନା ଓ ଆନନ୍ଦ ଆଲୋଡ଼ନ ମଧ୍ୟରେ ସମ୍ପନ୍ନ ହୋଇଯାଇଛି। ସ୍ଥାନୀୟ ଅଞ୍ଚଳରେ ଶାନ୍ତି, ସଦ୍ଭାବନା ଓ ଭାଇଚାରାର ଏକ ଅନନ୍ୟ ନମୁନା ଦେଖିବାକୁ ମିଳିଛି। ​ସାଲିଆସାହି ଭଳି ଏକ ବୃହତ୍ ଓ ବିବିଧତାପୂର୍ଣ୍ଣ ଅଞ୍ଚଳରେ ରହୁଥିବା ଶ୍ରଦ୍ଧାଳୁମାନେ ସବୁବେଳେ ସମସ୍ତ ଗଣପର୍ବକୁ ଏକାଠି ମିଶି ଅତ୍ୟନ୍ତ ଶ୍ରଦ୍ଧା ଓ ନିଷ୍ଠାର ସହ ପାଳନ କରିଥାନ୍ତି। ଚଳିତ ବର୍ଷ ଗଣପତି ବାପାଙ୍କ ଆରାଧନା ଶେଷ ହେବା ପରେ ବିସର୍ଜନ ଶୋଭାଯାତ୍ରାରେ ସ୍ଥାନୀୟ ଯୁବକ, ମହିଳା ଓ ବୃଦ୍ଧବନିତା ଶ୍ରଦ୍ଧାଳୁମାନେ ବାଜା, ରଙ୍ଗ-ଆବିର ଓ ନୃତ୍ୟ ସହ ଭାଗ ନେଇଥିଲେ। ​ଉତ୍ସବ ସମୟରେ ଅଞ୍ଚଳରେ ସମ୍ପୂର୍ଣ୍ଣ ଶାନ୍ତିଶୃଙ୍ଖଳା ବଜାୟ ରହିବା ସହ ସମସ୍ତ ବର୍ଗର ଲୋକଙ୍କ ମଧ୍ୟରେ ସାମ୍ପ୍ରଦାୟିକ ସଦ୍ଭାବ ଓ ବନ୍ଧୁତା ଦେଖିବାକୁ ମିଳିଥିଲା। 'ଗଣପତି ବାପା ମୋରିଆ, ପୁଢ଼େ ବରଷକୋ ଜଲଦି ଆ' ଧ୍ୱନିରେ ସମ୍ପୂର୍ଣ୍ଣ ଏକାମ୍ର ବିହାର ପ୍ରକମ୍ପିତ ହୋଇଉଠିଥିଲା। ଅଞ୍ଚଳବାସୀଙ୍କ ଏହି ଶାନ୍ତିପୂର୍ଣ୍ଣ ଏବଂ ଆନନ୍ଦଦାୟକ ପାଳନ ସମସ୍ତଙ୍କ ପାଇଁ ଏକ ପ୍ରେରଣାଦାୟୀ ବାର୍ତ୍ତା ବହନ କରୁଛି।