ପାଲା ହେଉଛି ଓଡ଼ିଶାର ଲୋକକଳା
Kendrapara (କେନ୍ଦ୍ରାପଡ଼ା)କୈଳାଶ ଚନ୍ଦ୍ର ବଳ ପଟ୍ଟାମୁଣ୍ଡାଇ କେନ୍ଦ୍ରାପଡ଼ାSeptember 25, 202628 views

କିମ୍ବଦନ୍ତୀ କହେ ଖ୍ରୀ.ପୂ ୧୭୦୦ ରୁ ଓଡ଼ିଶାରେ ପାଲା ପରିବେଷଣ ହୋଇ ଆସୁଅଛି . ଓଡ଼ିଆ ସାହିତ୍ୟର ସାରଳା ଯୁଗସମୟରେ ପାଲା ପ୍ରଚଳିତ ଥିବାର ଉଲ୍ଲେଖ ରହିଅଛି। ସର୍ବପ୍ରଥମେ ଆମେ ଜାଣିବା ଉଚିତ୍ " ପାଲା" ଅର୍ଥ କଣ? କେଉଁ ଭାଷା ରୁ ପାଲା ଶବ୍ଦ ନିଷ୍ପନ୍ନ ହୋଇଅଛି।ଆସନ୍ତୁ ଆଧାର ଓ ସମ୍ଭାବନା କୁ ନେଇ ପାଲାର ଅର୍ଥ କଣ ଆଲୋଚନା କରିବା। ସଂସ୍କୃତ ର "ପା ( PAA)- To bless ଆଶୀର୍ବାଦ ବା କଲ୍ୟାଣ କୁ, ଲା (LAA)- Act of giving ପ୍ରଦାନ କରିବା କାର୍ଯ୍ୟ ରୁ ପାଲା ଶବ୍ଦ ଟି ନିଷ୍ପନ୍ନ ହୋଇଛି । ଆରମ୍ଭରେ ମଙ୍ଗଳାଚରଣ ଶ୍ଳୋକାଵୃତ୍ତି କରି ଉଦ୍ୟୋକ୍ତା, ପ୍ରବକ୍ତା ଓ ଶ୍ରୋତାଙ୍କର ମଙ୍ଗଳବିଧାନ ଵା କଲ୍ୟାଣ ପ୍ରଦାନ କରିବା କାର୍ଯ୍ୟ କୁ " ପାଲା" କୁହାଯାଏ। ସଂସ୍କୃତ ବ୍ୟାଖ୍ୟା କରେ " ପାଳୟତି ପାଳ୍ୟତେ ବା ଇତି - ପାଲା। ସାହିତ୍ୟ ସଂସ୍କୃତି କୁ ପାଳନ କରିବାକୁ"ପାଲା " କୁହାଯାଏ।
ପାଲାକୁ ଇଟାଲିକ୍ ରେ " PAALAA" ଲେଖାଯାଏ ତାର ଅର୍ଥ ଏହି ଭଳି କରାଯାଏ ଯଥା - P- Popular ( ଲୋକପ୍ରିୟ)
A- Ancient ( ପୁରାତନ)
A- Art ( କଳା)
L- Literature ( ସାହିତ୍ୟ)
A- And ଏବଂ
A- Anthology (ଗଳ୍ପ ସଂଗ୍ରହ)
ଗୋଟିଏ ବାକ୍ୟରେ କହିବାକୁ ଗଲେ " ଲୋକପ୍ରିୟ ପୁରାତନ କଳା, ସାହିତ୍ୟ ଏବଂ ଗଳ୍ପ ସଂଗ୍ରହ ବା ପ୍ରଚାର ପ୍ରସାର" କୁ ପାଲା କୁହାଯାଏ।
ଆଉ ଇଟାଲିକ୍ ଅର୍ଥରେ
P- Pastime ( ମନୋରଞ୍ଜନ)
A- Art ( କଳା)
A- And(ଏବଂ)
L- Legendary(ପୌରାଣିକକଥା)
A- Announcement ( ପ୍ରଚାର)
A- Activities ( କାର୍ଯ୍ୟ କ୍ରମ)
ମନୋରଞ୍ଜନ କଳା ଏବଂ ପୌରାଣିକ କଥା ପ୍ରଚାର କାର୍ଯ୍ୟକ୍ରମ କୁ ପାଲା କୁହାଯାଏ।
ଓଡିଆରେ ପାଳି ଧରିବାକୁ ନେଇ ପାଳିରୁ ପାଳିଆ ଓ ପାଲା କୁହାଯାଏ।
ସଂସ୍କୃତ ର ଗୈଧାତୁରୁ ଗାୟକ/ ଗାୟିକା ଶବ୍ଦ ନିଷ୍ପନ୍ନ ହୋଇଅଛି।ଗୈ ଅର୍ଥ ଗାନ କରିବା। ତେଣୁ କୁହାଯାଏ ଗାଇ ଗାଇ ବା ଗାନ କରି ଗାୟକ/ଗାୟିକା,ପାଳି ଧରି ପାଳିଆ ଓ ବାୟକ,ଗାୟକ ଓ ପାଳିଆଙ୍କୁ ନେଇ ପାଲା। ୧୨ ପ୍ରହର ରାତ୍ରୀକୁ ଭାଗ କରି ଦୁଇଦଳ ପାଳି କରି ଗାଉଥିବାରୁ ପାଳିରୁ ପାଲା ସୃଷ୍ଟି।
ହୋ ହାଲ୍ଲା କୁ ଓଡ଼ିଆରେ ପାଲା କୁହାଯାଏ।ଗାୟକ କର୍ଣ୍ଣରେ କୁଣ୍ଡଳ ଏବଂ ଯାଜୁଲ୍ୟମାନ ପୋଷାକ ପରିଧାନ କରି ବାମ ହାତରେ ଚାମର ଧରି ଡାହାଣ ହାତରେ ବାୟକ ର ବାଦ୍ୟ ଓ ଘୁଙ୍ଗୁର ପିନ୍ଧା ପାଳିଆ ଙ୍କ ହୋ ହାଲ୍ଲା ଚିତ୍କାର ରେ ସାଉଁଳି ବିଭିନ୍ନ ମୁଦ୍ରା ରେ ଚାମର ଚାଳନା କୁ ପାଲା କୁହାଯାଏ।
ଓଡ଼ିଆ, ସଂସ୍କୃତ, ବଙ୍ଗଳା,ଉର୍ଦ୍ଦୁ ଭାଷା ରେ ସାହିତ୍ୟ ଗାନ କରାଯାଏ ଏଠାରେ ପଲଉ ଯେପରି ଚାଉଳ, ପନିପରିବା,ଫଳାଦିରେ ମିଶ୍ରିତ ଖାଦ୍ୟ ସେହିଭଳି ଓଡ଼ିଆ ଚମ୍ପୁ, ଛାନ୍ଦ, ଚଉପତି, ସଂସ୍କୃତ ଅନୁପ୍ରାସ,ଉପମା,ଯମକ ତଥା ଲୌକିକ ଆଶୁକଵି ବା ଗାୟକ ଗାୟିକା ସ୍ବରଚିତ କାବ୍ୟ କବିତା ମିଶାଇ " ପଲଉ" ପରି ମିଶ୍ରିତ ସାହିତ୍ୟ ଗାନ କରୁଥିବା ରୁ ପଲଉ ରୁ ପାଲା ଶବ୍ଦ ନିଷ୍ପନ୍ନ ହୋଇଛି ବୋଲି କିଛି ମତବ୍ୟକ୍ତ କରନ୍ତି।
ହିନ୍ଦୁ ଙ୍କ ର ନାରାୟଣ ଓ ମୁସଲମାନ ଙ୍କ ର ସତ୍ୟପୀର କୁ ନେଇ ମିଶ୍ରିତ " ସତ୍ୟନାରାୟଣ" ନାମକରଣ କରାଯାଇ ସତ୍ୟନାରାୟଣ ପାଲା ଅଭିହିତ କରି ଶେଷରେ ଶିରିଣି ପାଉ ଥିବାରୁ ପାଓଲାଓ ରୁ ମୂଳ ଅକ୍ଷର କୁ ନେଇ ପାଲା ଶବ୍ଦ ସୃଷ୍ଟି ବୋଲି କିଛି ମତ ବ୍ୟକ୍ତ କରନ୍ତି।
ଓଡ଼ିଶାର ସଂସ୍କୃତି ବିଦଗ୍ଧ କଳାର ପୁନଃ ଉଦ୍ଧାର ପ୍ରଚାର ପ୍ରସାର କରେ ପାଲା। ଭଜନ,ଜଣାଣ, କୀର୍ତ୍ତନ, ନୃତ୍ୟ ସଙ୍ଗୀତ ପରିବେଷଣ,ଵୋଲି ,ଢଗଢମାଳି, ରାମାୟଣ, ମହାଭାରତ, ଭାଗବତ ବିଭିନ୍ନ ପୁରାଣର ବିଷୟବସ୍ତୁ କୁ ଗାନ କରି ସମାଜରେ ନୀତି ବାଣୀ ବିଭିନ୍ନ ଉପାଖ୍ୟାନ ମାଧ୍ୟମରେ ସମାଜରେ ସଂସ୍କାର ଆଣେ ପାଲା।ପାଲା ମାଧ୍ୟମରେ ମାନବ ମନୋରଞ୍ଜନ,ଶ୍ରମ ଅପନୋଦନ,ପୁରାଣ ତଥା ନୈତିକ ଜ୍ଞାନ ଆହରଣ କରେ। ଗାୟକ ମଙ୍ଗଳାଚରଣ ଆବୃତ୍ତି କରି ମଙ୍ଗଳ ବିଧାନ ପୂର୍ବକ ଶାନ୍ତି ବାର୍ତ୍ତା ସମାଜରେ ପ୍ରଦାନ କରେ।ପାଲା ପ୍ରଥମେ ଏକୋଇଶିଆ ପାଲା ଵା ନାମକରଣ ପୂଜା Naming Ceremony ରେ ସତ୍ୟନାରାୟଣ ପୂଜା କରି ଏକ ବିଷୟ ବସ୍ତୁ କୁ ରସାଳ ଢଙ୍ଗରେ ପରିବେଷଣ କରି ପିଲାର ନାମ କରଣ ସହିତ ଆଶୀର୍ବାଦ ପ୍ରଦାନ କରୁଥିଲେ।ଅନ୍ୟ ସମୟରେ ବିଭିନ୍ନ ପୂଜୋତ୍ସବରେ ଜାଉଁଳି ପାଲା ବା ବାଦି ପାଲାରେ ପୁରାଣର ବିଷୟବସ୍ତୁ କୁ ନଵରସ ଯଥା " ଶୃଙ୍ଗାର ,ହାସ୍ୟ, କରୁଣ,ରୌଦ୍ର,ବୀର,ଭୟାନକ, ବିଭତ୍ସ, ଅଦ୍ଭୁତ, ଶାନ୍ତ ସହିତ ବିଶ୍ବନାଥ କବିରାଜଙ୍କ ସାହିତ୍ୟ ଦର୍ପଣ ରେ ଦଶମ ରସ ଭାଵରେ ଆଦୃତ ବାତ୍ସଲ୍ୟ ରସକୁ ଏବଂ ଭର୍ତ୍ତୁହରିଙ୍କ ଶୃଙ୍ଗାର ଶତକ, ଜୟଦେବଙ୍କ ର ଗୀତ ଗୋବିନ୍ଦ ଓ ଭାଗଵତରେ ବର୍ଣ୍ଣିତ ଶୃଙ୍ଗାର ରସକୁ ନବଧା ଭକ୍ତି " ଶ୍ରଵଣଂକୀର୍ତ୍ତନଂ ବିଷ୍ଣୋଃସ୍ମରଣଂପାଦସେବନଂଅର୍ଚ୍ଚନଂ ବନ୍ଦନଂଦାସ୍ୟଂସଖ୍ୟଂ ଆତ୍ମନିଵେଦନ" ମାଧ୍ୟମରେ ଅତୀବ ସୁନ୍ଦର ମନୋରମ ଶୈଳୀରେ ଭିନ୍ନ ଭିନ୍ନ ଭୂମିକାରେ ପାଳିଆ ଚିତ୍ତାକର୍ଷକ ଭୂମିକା ସଂପାଦନ କରୁଥିବା ସମୟରେ ଗାୟକ ଦଶରସକୁ ସୁନ୍ଦର ଭାବରେ ଉପସ୍ଥାପନ କରି ଦର୍ଶକ ଙ୍କୁ ମନ୍ତ୍ରମୁଗ୍ଧ କରୁଛନ୍ତି ନ୍ତି। ତେଣୁ ପାଲା ଭିତରେ ପ୍ରସଙ୍ଗ ଭିତ୍ତିକ ସବୁ କିଛି ପରିବେଷଣ କରାଯାଇପାରିବ। ମଝିରେ ପାଲା ସଂସ୍କୃତି ବୁଡିଯାଉଥିଲା।ଏଵେ ଵହୁଉଚ୍ଚଶିକ୍ଷିତ ପୁଅ ଝିଅମାନେ ଉଚ୍ଚକୋଟୀର ପାଲା ପରିବେଷଣ କରି ପୁରାତନ ସଂସ୍କୃତିର ପୁନଃ ଉଦ୍ଧାର କରିପାରୁଛନ୍ତି ଯାହାକି ସାଧୁଉଦ୍ୟମ। ଯାତ୍ରା ସମୟରେ ଏଵେ ନଗ୍ନତା ଅଶ୍ଳୀଳତା ରହୁଥିବା ରୁ ବୁଦ୍ଧିଜୀବୀ ଯାତ୍ରା ରୁ ମୁହଁ ଫେରାଇ ପାଲା ପ୍ରତି ଆକୃଷ୍ଟ ହେଉଛନ୍ତି।
