--:--:--
-- ---
Srishti News

Web News

ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ  ଏବଂ ଗବେଷଣା ପ୍ରତିଷ୍ଠାନ
Sep 23, 2026•5 views

ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଏବଂ ଗବେଷଣା ପ୍ରତିଷ୍ଠାନ

ପାଇକମାଲ -ରାଷ୍ଟ୍ରୀୟ ଆୟୁର୍ବେଦ ଦିବସ ଉପଲକ୍ଷେ ଶ୍ରୀ ଶ୍ରୀ ନୃସିଂହନାଥ ଧର୍ମଶାଳା , ପାଇକମାଲ ଠାରେ ଏକ ଆୟୁର୍ବେଦ ଆହାର ମେଳା ଓ ସ୍ବାସ୍ଥ୍ୟ ପ୍ରଦର୍ଶନୀର ବୁଧବାର ଆୟୋଜନ ହୋଇ ଯାଇଅଛି । ବରଗଡ଼ ଉପଜିଲ୍ଲାପାଳ ମହେନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦଘାଟନ କରିଥିଲେ । ପାଇକମାଲ ବ୍ଲକ ଉନ୍ନୟନ ଅଧିକାରୀ ପ୍ରଫୁଲ୍ଲ କୁମାର ଓଦୁ ସମ୍ମାନିତ ଅତିଥିଭାବେ ଉପସ୍ଥିତ ରହିଥିଲେ । ପରିଚାଳନା କମିଟିର ସଭାପତି ପ୍ରୋ: ଡ଼: ସୁଶୀଳ କୁମାର ମହାପାତ୍ର, ସମ୍ପାଦକ ମନୋଜ କୁମାର ତ୍ରିବେଦୀ ଏବଂ ଅଧ୍ୟକ୍ଷ ପ୍ରୋ: ଡ଼: ଜଗବନ୍ଧୁ ମିଶ୍ର ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଛାତ୍ର ଛାତ୍ରୀ ଓ ଜନସାଧାରଣଙ୍କୁ ଆୟୁର୍ବେଦ ଆଧାରିତ ଜୀବନ ଶୈଳୀ ଗ୍ରହଣ କରିବାକୁ ଆହ୍ବାନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଆୟୁର୍ବେଦ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବିଭିନ୍ନ ଆୟୁର୍ବେଦ ଆଧାରିତ ଆହାର ସବୁର ପ୍ରସ୍ତୁତି କରି ସମସ୍ତଙ୍କୁ ଫାଷ୍ଟଫୁଡ଼ ଛାଡି ଏହାକୁ ଗ୍ରହଣ କରିବାକୁ ପ୍ରେରିତ କରିଥିଲେ। ଏହି ପ୍ରଦର୍ଶନୀରେ ବିଭିନ୍ନ ବିଭାଗ ତରଫରୁ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ଆଧାରିତ ପ୍ରଦର୍ଶନୀ କରାଯାଇଥିଲା। ନାଡୀ ପରୀକ୍ଷା, ରକ୍ତ ଶର୍କରା ପରୀକ୍ଷା, ଔଷଧୀୟ ବୃକ୍ଷ ପ୍ରଦର୍ଶନୀ ମଧ୍ୟ ଏହା ସହ ରହିଥିଲା । ପରିଶେଷରେ ଉତ୍କୃଷ୍ଟ ପ୍ରଦର୍ଶନୀ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ସ୍ୱରୂପ ମାନପତ୍ର ଓ ଅର୍ଥରାଶି ପ୍ରଦାନ କରାଯାଇଥିଲା । ଉପାଧ୍ୟକ୍ଷ ପ୍ରୋ ଡ଼: ଅଭିରାମ ଠାକୁର ଧନ୍ୟବାଦ ଅର୍ପଣ କରିଥିଲେ ।

Bargarh (ବରଗଡ଼) • ରିପୋର୍ଟ -ବଂଶୀଧର ନାୟକ

ବରଗଡ ସାଂସଦଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ଜିଲ୍ଲା ପୋଲିସ ହାବିଲଦାର ଓ କନେଷ୍ଟବଳ ସଂଘ ବରଗଡ଼
Sep 23, 2026•3 views

ବରଗଡ ସାଂସଦଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ଜିଲ୍ଲା ପୋଲିସ ହାବିଲଦାର ଓ କନେଷ୍ଟବଳ ସଂଘ ବରଗଡ଼

ପଦ୍ମପୁର -ବରଗଡ଼ ଜିଲ୍ଲା ପୋଲିସ ହାବିଲଦାର ଓ କନେଷ୍ଟବଳ ଶାଖା ସଂଘର ସମସ୍ତ ସଦସ୍ୟ ଆଜି ମାନ୍ୟବର ସାଂସଦ ଶ୍ରୀ ପ୍ରଦୀପ କୁମାର ପୁରୋହିତଙ୍କ ବାସ ଭବନରେ ସୌଜନ୍ୟ ମୂଳକ ସାକ୍ଷାତ କଲେ l ମାନ୍ୟବର ସାଂସଦ ତାଙ୍କ ବାସ ଭବନରେ ନବ ନିର୍ବାଚିତ ସମସ୍ତ ସଦସ୍ୟଙ୍କୁ ସମ୍ମାନିତ କଲେ ଏବଂ ସାଂସଦ ପାଣ୍ଠି ରୁ ନିର୍ମାଣ ଧିନ ନୂତନ ସଂଘ ଗୃହ କୁ ସମ୍ପୂର୍ଣ୍ଣ କରିବା ପାଇଁ ସାଂସଦ ପାଣ୍ଠି ରୁ Rs 5,00000( ପାଞ୍ଚ ଲକ୍ଷ ଟଙ୍କା) ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି l ଏହି ସୌଜନ୍ୟମୂଳକ ସାକ୍ଷାତ ସମୟରେ ଜିଲ୍ଲା ପୋଲିସ ହାବିଲଦାର ଓ କନେଷ୍ଟବଳ ଶାଖା ସଂଘ ର ସଭାପତି ଶ୍ରୀ ସନତ କୁମାର ହୋତା,ଉପ ସଭାପତି ଧନେଶ୍ଵର ମେହେର, ସାଧାରଣ ସମ୍ପାଦକ ଉମାକାନ୍ତ ସାହୁ, କୋଷାଧ୍ୟକ୍ଷ ସନ୍ତୋଷ କୁମାର ପଧାନ, ଯୁଗ୍ମସଂପାଦକ ରବି ନାଥ ବାଗ ଏବଂ କାର୍ଯ୍ୟ କାରିଣୀ ସଦସ୍ୟ ନୃପ ରାଜ ବେହେରା ଉପସ୍ଥିତ ଥିଲେ l ସାଂସଦ ଙ୍କ ପ୍ରତିଶ୍ରୁତି ପାଇବା ପରେ ସଂଘର ସମସ୍ତ କର୍ମକର୍ତ୍ତା ମାନେ ଉତ୍ସାହିତ ହୋଇଥିଲେ ।

Bargarh (ବରଗଡ଼) • ରିପୋର୍ଟ ବଂଶୀଧର ନାୟକ

ବ୍ଲକ୍ ସ୍ତରୀୟ ଏଥ୍ଲେଟିକ୍ ମିଟ୍ "
Sep 23, 2026•4 views

ବ୍ଲକ୍ ସ୍ତରୀୟ ଏଥ୍ଲେଟିକ୍ ମିଟ୍ "

ଗାଇସିଲେଟ -ଗାଇସିଲେଟ ବ୍ଲକ ସ୍ତରୀୟ ଏଥ୍ଲେଟିକ୍ ମିଟ୍ ଆଜି ପଲ୍ଲୀ ପ୍ରଗତି ପଞ୍ଚଗାଁ ଉଚ୍ଚ ବିଦ୍ୟାଳୟ ବରିହାପୁଖାପାଣି ଖେଳ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଗାଇସିଲେଟ ଅତିରିକ୍ତ ବ୍ଳକ ଶିକ୍ଷାଧିକାରୀ ଘାସିରାମ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ରିଡ଼ା ପତାକା ଉତ୍ତୋଳନ କରି ଶୁଭ ଉଦ୍ଘାଟନ କରିଥିଲେ। ଏହି ସମାରୋହରେ ସ୍ଥାନୀୟ ହାଇସ୍କୁଲ ପ୍ରଧାନ ଶିକ୍ଷକ ମୋହନ ରଣା, ନେତାଜୀ ହାଇସ୍କୁଲ ପ୍ରଧାନ ଶିକ୍ଷକ ସୁଦର୍ଶନ ବାରିକ, ଜଗନ୍ନାଥ ହାଇସ୍କୁଲ ପ୍ରଧାନ ଶିକ୍ଷକ ବିଷ୍ଣୁ ଭୋଇ ଓ ଗାଇସିଲେଟ ବ୍ଳକ ସ୍କୁଲ ସ୍ପୋର୍ଟସ ଏସୋସିଏସନ ସମ୍ପାଦକ କଙ୍ଗ୍ରେସ ପ୍ରଧାନ ଉପସ୍ଥିତ ରହିଥିବା ବେଳେ ଅଫିସିଆଲ୍ ଅଶେଷ କୁମାର ଦାଶ ଖେଳାଳି ମାନଙ୍କୁ ଶପଥ ପାଠ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ସର୍ବମୋଟ ୨୫ଟି ଇଭେଣ୍ଟ ଅନୁଷ୍ଠିତ ହୋଇ ଜିଲ୍ଲା ସ୍ତରୀୟ ଏଥ୍ଲେଟିକ୍ ମିଟ୍ ପାଇଁ ଖେଳାଳୀ ଚୟନ କରାଯାଇଥିଲା। ପିଇଟି ବାଲ୍ମୀକି ପାତ୍ର ସମସ୍ତ ଇଭେଣ୍ଟ ର ସଂଯୋଜନା କରିଥିବା ବେଳେ ବ୍ଳକର ସମସ୍ତ ବିଦ୍ୟାଳୟର ପିଇଟି ଏହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ।

Bargarh (ବରଗଡ଼) • ରିପୋର୍ଟ -ବଂଶୀଧର ନାୟକ

ଡେଲାଙ୍ଗ-ପିପିଲି ବିଧାୟକଙ୍କ ଜନ୍ମଦିନ ସମାରୋହ: ରକ୍ତଦାନ ଶିବିର ଅନୁଷ୍ଠିତ
Sep 23, 2026•18 views

ଡେଲାଙ୍ଗ-ପିପିଲି ବିଧାୟକଙ୍କ ଜନ୍ମଦିନ ସମାରୋହ: ରକ୍ତଦାନ ଶିବିର ଅନୁଷ୍ଠିତ

ଡେଲାଙ୍ଗ/ପିପିଲି: ଡେଲାଙ୍ଗ-ପିପିଲି ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ (ରିଙ୍କୁ ଭାଇ)ଙ୍କ ଜନ୍ମଦିନ ଅବସରରେ ସ୍ଥାନୀୟ ଅଞ୍ଚଳରେ ଏକ ଭବ୍ୟ ଏବଂ ଆନନ୍ଦଉଲ୍ଲାସଭରା ସମାରୋହ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ଏହି ଜନ୍ମଦିନ ଉତ୍ସବକୁ ଅତି ଧୁମଧାମରେ ପାଳନ କରାଯାଇଛି, ଯେଉଁଥିରେ ବିଧାୟକଙ୍କ ଅଗଣିତ ଶୁଭେଚ୍ଛୁ, ଆନ୍ତରିକ ବନ୍ଧୁ ଏବଂ ବଡ଼ ଓ ସାନ ଭାଇଭଉଣୀମାନେ ଏକାଠି ହୋଇ ଖୁସି ମନାଇଥିଲେ। ଏହି ସ୍ମରଣୀୟ ଅବସରକୁ ଅଧିକ ମହତ୍ତ୍ଵପୂର୍ଣ୍ଣ କରିବା ପାଇଁ ଡେଲାଙ୍ଗ-ପିପିଲିର ଯୁବ ମୋର୍ଚ୍ଚା ଓ ମହିଳା ମୋର୍ଚ୍ଚାର ବହୁ ସଂଖ୍ୟକ ଭାଇ ଓ ଭଉଣୀମାନେ ଆଗେଇ ଆସିଥିଲେ। ବିଧାୟକଙ୍କ ‘ସେବା ସଂକଳ୍ପ ଅଭିଯାନ’କୁ ସଫଳ କରିବା ଉଦ୍ଦେଶ୍ୟରେ ସେମାନେ ସ୍ଵେଚ୍ଛାକୃତ ଭାବେ ଏକ ବୃହତ ରକ୍ତଦାନ ଶିବିରର ଆୟୋଜନ କରିଥିଲେ। ଏହି ଶିବିରରେ ବହୁ ସଂଖ୍ୟାରେ ଯୁବକ ଓ ମହିଳାମାନେ ରକ୍ତଦାନ କରି ମାନବ ସେବାର ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି। ନେତାଙ୍କ ଜନ୍ମଦିନକୁ କେବଳ ଏକ ଉତ୍ସବ ନୁହେଁ, ବରଂ ସେବା ଓ ପରୋପକାରର ମାଧ୍ୟମ ଭାବେ ପାଳନ କରାଯାଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଏହାକୁ ବେଶ୍ ପ୍ରଶଂସା କରାଯାଉଛି।

Puri (ପୁରୀ) • ରିପୋର୍ଟ: ପ୍ରତାପ ଚନ୍ଦ୍ର ଘୋଡେ଼ଇ ପିପିଲି ପୁରୀ

ସତ୍ୟଜିତ ସାହୁଙ୍କ ଦେହାନ୍ତରେ ଲୁଲୁ ସେନାର ଗଭୀର ଶୋକ
Sep 23, 2026•83 views

ସତ୍ୟଜିତ ସାହୁଙ୍କ ଦେହାନ୍ତରେ ଲୁଲୁ ସେନାର ଗଭୀର ଶୋକ

ଅନୁଗୋଳ: ଅନୁଗୋଳ ଜିଲ୍ଲା ଖାଲଙ୍ଗା ଗ୍ରାମର ସତ୍ୟଜିତ ସାହୁଙ୍କ ଦେହାନ୍ତରେ ଲୁଲୁ ସେନା ପରିବାର ପକ୍ଷରୁ ଗଭୀର ଶୋକ ଓ ସମବେଦନା ପ୍ରକାଶ କରାଯାଇଛି। ସତ୍ୟଜିତଙ୍କ ଅକାଳ ବିୟୋଗର ଖବର ଲୁଲୁ ସେନା ପରିବାରକୁ ମର୍ମାହତ କରିଛି। ଏହି ଦୁଃଖଦ ସମୟରେ ଲୁଲୁ ସେନା ପକ୍ଷରୁ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଯାଇଛି। ପ୍ରଭୁ ଶ୍ରୀଜଗନ୍ନାଥ ଦିବଙ୍ଗତ ଆତ୍ମାଙ୍କୁ ଶାନ୍ତି ପ୍ରଦାନ କରିବା ସହ ଶୋକାକୁଳ ପରିବାରକୁ ଏହି କଠିନ ସମୟରେ ଧୈର୍ଯ୍ୟ ଓ ମନୋବଳ ପ୍ରଦାନ କରନ୍ତୁ ବୋଲି ଲୁଲୁ ସେନା ପକ୍ଷରୁ ପ୍ରାର୍ଥନା କରାଯାଇଛି। ସତ୍ୟଜିତ ସାହୁଙ୍କ ପ୍ରତି ଲୁଲୁ ସେନା ପରିବାର ପକ୍ଷରୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ବନ୍ତଳା ,ଅନୁଗୋଳ

ଶିବ ଶକ୍ତି ୟୁଥ କ୍ଲବର ଗଣେଶ ପୂଜାରେ ଯୋଗ ଦେଲେ ସମାଜସେବୀ ଅଭିମନ୍ୟୁ ସାହୁ
Sep 23, 2026•60 views

ଶିବ ଶକ୍ତି ୟୁଥ କ୍ଲବର ଗଣେଶ ପୂଜାରେ ଯୋଗ ଦେଲେ ସମାଜସେବୀ ଅଭିମନ୍ୟୁ ସାହୁ

ବଅଁରପାଳ: ବଅଁରପାଳ ବ୍ଲକ ତୁଳସୀପାଳ ପଞ୍ଚାୟତ ଅନ୍ତର୍ଗତ ଲଙ୍ଗୁଳିଆବେଡା ଗ୍ରାମର ଶିବ ଶକ୍ତି ୟୁଥ କ୍ଲବ ଆନୁକୂଲ୍ୟରେ ଆୟୋଜିତ ପବିତ୍ର ଗଣେଶ ପୂଜାରେ ଯୋଗ ଦେଇଥିଲେ ଯୁବ ସମାଜସେବୀ ଅଭିମନ୍ୟୁ ସାହୁ। ପୂଜା କମିଟିର କାର୍ଯ୍ୟକର୍ତ୍ତାଙ୍କ ଅନୁରୋଧକ୍ରମେ ଅଭିମନ୍ୟୁ ସାହୁ ଯୁବବନ୍ଧୁମାନଙ୍କ ସହ ଗଣେଶ ପୂଜା ମଣ୍ଡପରେ ପହଞ୍ଚି ପ୍ରଭୁ ଶ୍ରୀଗଣେଶଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ଭିକ୍ଷା କରିଥିଲେ। ଏହି ଅବସରରେ ପୂଜା କମିଟିର ସଦସ୍ୟ ଓ ଗ୍ରାମବାସୀଙ୍କ ସହ ସେ ଆଲୋଚନା କରିଥିଲେ। ଗ୍ରାମାଞ୍ଚଳର ଧାର୍ମିକ ଓ ସାଂସ୍କୃତିକ ପରମ୍ପରାକୁ ଆଗେଇ ନେବାରେ ଯୁବପିଢ଼ିଙ୍କ ଭୂମିକାକୁ ସେ ପ୍ରଶଂସା କରିଥିଲେ। ତାଙ୍କ ଯୋଗଦାନକୁ ନେଇ ପୂଜା କମିଟିର ସଦସ୍ୟ ଓ ଉପସ୍ଥିତ ଯୁବକମାନଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଥିଲା।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ବଅଁରପାଳ , ଅନୁଗୋଳ

କେନାଲରେ ପଶିଲା ସ୍କର୍ପିଓ, ଅଳ୍ପକେ ବର୍ତ୍ତିଲେ ମାଆ-ପୁଅ
Sep 23, 2026•47 views

କେନାଲରେ ପଶିଲା ସ୍କର୍ପିଓ, ଅଳ୍ପକେ ବର୍ତ୍ତିଲେ ମାଆ-ପୁଅ

ତାଳଚେର: ନୂତନ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟରେ ବିଳମ୍ବ ଏବଂ ରାସ୍ତାର ଦୁରବସ୍ଥା ଯୋଗୁଁ ତାଳଚେର ଅଞ୍ଚଳରେ ଯାତାୟାତ ସମସ୍ୟା ଦେଖାଦେଇଛି। ଏହାରି ମଧ୍ୟରେ ଟ୍ରାଫିକ୍ ଜାମ୍ ଏଡ଼ାଇବାକୁ କେନାଲ ରାସ୍ତାରେ ଯାଉଥିବା ଏକ ସ୍କର୍ପିଓ ଭାରସାମ୍ୟ ହରାଇ କେନାଲ ଭିତରକୁ ପଶିଯାଇଥିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ସୂଚନା ଅନୁସାରେ, ଆଜି ଟ୍ରାଫିକ୍ ଜାମ୍ ଯୋଗୁଁ ଜଣେ ମାଆ ଓ ତାଙ୍କ ପୁଅ ସ୍କର୍ପିଓ ଯୋଗେ କେନାଲ ରାସ୍ତା ଦେଇ ଯାଉଥିଲେ। ହଠାତ୍ ଗାଡ଼ିଟି ଭାରସାମ୍ୟ ହରାଇ କେନାଲ ଭିତରକୁ ପଶିଯାଇଥିଲା। ସେତେବେଳେ କେନାଲରେ ପାଣି ଭରି ରହିଥିବାରୁ ସ୍କର୍ପିଓଟି ପାଣିରେ ବୁଡ଼ିଯାଇଥିଲା। ତେବେ ଭାଗ୍ୟବଶତଃ ଗାଡ଼ିର ସନରୁଫ୍ ଥିବାରୁ ମାଆ-ପୁଅ ସେହି ବାଟ ଦେଇ ବାହାରକୁ ଆସିବାରେ ସକ୍ଷମ ହୋଇଥିଲେ। ପରେ ସ୍ଥାନୀୟ ଗ୍ରାମବାସୀଙ୍କ ସହାୟତାରେ ଉଭୟଙ୍କୁ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇଥିଲା। ଏହି ଘଟଣାରେ କୌଣସି ଜୀବନହାନି ହୋଇନଥିବା ଜଣାପଡ଼ିଛି।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ତାଳଚେର , ଅନୁଗୋଳ

ତାଳଚେର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ୧.୫୬ ଲକ୍ଷରୁ ଅଧିକ ଭୋଟର, ବୁଥ୍ ସଂଖ୍ୟା ୨୨୮
Sep 23, 2026•37 views

ତାଳଚେର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ୧.୫୬ ଲକ୍ଷରୁ ଅଧିକ ଭୋଟର, ବୁଥ୍ ସଂଖ୍ୟା ୨୨୮

ତାଳଚେର: ତାଳଚେର ବିଧାନସଭା ନିର୍ବାଚନମଣ୍ଡଳୀର ୨୦୨୬ ମସିହାର ଚୂଡ଼ାନ୍ତ ଭୋଟର ତାଲିକା ‘ସ୍ୱତନ୍ତ୍ର ସଘନ ସଂଶୋଧନ’ (SIR) ପ୍ରକ୍ରିୟା ଅଧୀନରେ ପ୍ରକାଶ ପାଇଛି। ଏନେଇ ତାଳଚେର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଉପଜିଲ୍ଲାପାଳ ତଥା ନିର୍ବାଚନ ପଞ୍ଜିକରଣ ଅଧିକାରୀ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନ ସମ୍ପର୍କରେ ପ୍ରତିନିଧିମାନଙ୍କୁ ଅବଗତ କରାଇଥିଲେ। ଏଥିସହ ତାଲିକାର ନକଲ ପ୍ରଦାନ କରିବା ସହ ନାମ ସଂଯୋଜନ, ସଂଶୋଧନ ଓ ବିଲୋପ ସମ୍ପର୍କିତ ନିୟମ ଓ ବ୍ୟବସ୍ଥା ବିଷୟରେ ବିସ୍ତୃତ ଭାବେ ବୁଝାଇଥିଲେ। ବୈଠକ ଆରମ୍ଭରେ ସହକାରୀ ଜିଲ୍ଲାପାଳ ତଥା ERO ଉପସ୍ଥିତ ସମସ୍ତ ପ୍ରତିନିଧିଙ୍କୁ ସ୍ୱାଗତ ଜଣାଇଥିଲେ। ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନ ପରବର୍ତ୍ତୀ ପ୍ରକ୍ରିୟାରେ ସହଯୋଗ ଓ ସଚେତନତା ନେଇ ମଧ୍ୟ ଆଲୋଚନା ହୋଇଥିଲା। ସୂଚନା ଅନୁଯାୟୀ, ୨୦୨୬ ଏସଆଇଆର ପ୍ରକ୍ରିୟା ପରେ ତାଳଚେର ବିଧାନସଭା ନିର୍ବାଚନମଣ୍ଡଳୀରେ ମୋଟ ୧ ଲକ୍ଷ ୫୬ ହଜାର ୧୩୭ ଜଣ ଭୋଟର ରହିଛନ୍ତି। ସେହିପରି ପୂର୍ବରୁ ଥିବା ୨୦୨ଟି ବୁଥ୍‌ରୁ ବୃଦ୍ଧି ପାଇ ବର୍ତ୍ତମାନ ବୁଥ୍ ସଂଖ୍ୟା ୨୨୮କୁ ପହଞ୍ଚିଛି ବୋଲି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ତାଳଚେର , ଅନୁଗୋଳ

ବଜ୍ରପାତ ଓ ପ୍ରବଳ ବର୍ଷା ଆଶଙ୍କା: ୨୪ରେ କଳାହାଣ୍ଡିର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ
Sep 23, 2026•97 views

ବଜ୍ରପାତ ଓ ପ୍ରବଳ ବର୍ଷା ଆଶଙ୍କା: ୨୪ରେ କଳାହାଣ୍ଡିର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ

କଳାହାଣ୍ଡି/ଜୁନାଗଡ଼: ବଜ୍ରପାତ ଓ ପ୍ରବଳ ବର୍ଷାର ସମ୍ଭାବନାକୁ ଦୃଷ୍ଟିରେ ରଖି କଳାହାଣ୍ଡି ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬ ଗୁରୁବାର ବନ୍ଦ ରହିବ। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଜିଲ୍ଲାପାଳ, କଳାହାଣ୍ଡିଙ୍କ ପକ୍ଷରୁ ଏହି ନିର୍ଦ୍ଦେଶ ଜାରି କରାଯାଇଛି। ଲଘୁଚାପଜନିତ ପ୍ରଭାବରେ ଗତ ଦୁଇ ଦିନ ଧରି କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବର୍ଷା ଜାରି ରହିଛି। ଏହା ସହିତ ଆଗାମୀ ସମୟରେ ବଜ୍ରପାତ ସହ ପ୍ରବଳ ବର୍ଷାର ଆଶଙ୍କା ଥିବାରୁ ଶିକ୍ଷାନୁଷ୍ଠାନ ବନ୍ଦ ରଖିବା ନିଷ୍ପତ୍ତି ନିଆଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ବର୍ଷା ଯୋଗୁଁ କୌଣସି ବଡ଼ଧରଣର କ୍ଷୟକ୍ଷତି ଘଟିଥିବା ଖବର ମିଳିନାହିଁ। ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ଏବଂ ଲୋକଙ୍କ ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକ ପୂର୍ବପ୍ରସ୍ତୁତି ଓ ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାପଡ଼ିଛି। ବର୍ଷା ଓ ବଜ୍ରପାତ ସମୟରେ ଅତ୍ୟାବଶ୍ୟକ ନଥିଲେ ଘରୁ ବାହାରକୁ ନଯିବା ସହ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।

Kalahandi (କଳାହାଣ୍ଡି) • ରିପୋର୍ଟ: ଦେବରାଜ ବାଣୁଆ, ଜୁନାଗଡ଼

ଭାଲୁ ଆକ୍ରମଣରେ ଆହତଙ୍କୁ ୧୦ ହଜାର ଟଙ୍କା ସହାୟତା  ରେଡକ୍ରସ ପାଣ୍ଠିରୁ ଆହତଙ୍କ ପରିବାରକୁ ଚେକ୍ ପ୍ରଦାନ କଲେ ଜିଲ୍ଲାପାଳ
Sep 23, 2026•8 views

ଭାଲୁ ଆକ୍ରମଣରେ ଆହତଙ୍କୁ ୧୦ ହଜାର ଟଙ୍କା ସହାୟତା ରେଡକ୍ରସ ପାଣ୍ଠିରୁ ଆହତଙ୍କ ପରିବାରକୁ ଚେକ୍ ପ୍ରଦାନ କଲେ ଜିଲ୍ଲାପାଳ

ନୂଆପଡ଼ା: ଭାଲୁ ଆକ୍ରମଣରେ ଆହତ ହୋଇ ଚିକିତ୍ସାଧୀନ ଥିବା ଜଣେ ବ୍ୟକ୍ତିଙ୍କ ଚିକିତ୍ସା ଖର୍ଚ୍ଚରେ ସହାୟତା ପାଇଁ ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଜିଲ୍ଲା ରେଡକ୍ରସ ପାଣ୍ଠିରୁ ଆହତଙ୍କ ପରିବାରକୁ ୧୦ ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଛି। ସୂଚନା ଅନୁସାରେ, ନୂଆପଡ଼ା ବ୍ଲକ ଅନ୍ତର୍ଗତ ବୋଡେନମୁହାଁ ପଞ୍ଚାୟତର ଚିତଲଝର ଗ୍ରାମର ରୂପସିଂ ରାଉତ ଭାଲୁ ଆକ୍ରମଣର ଶିକାର ହୋଇ ଆହତ ହୋଇଥିଲେ। ଆକ୍ରମଣରେ ଆହତ ରୂପସିଂଙ୍କ ଚିକିତ୍ସା ଚାଲିଥିବା ବେଳେ ପରିବାର ଉପରେ ଚିକିତ୍ସା ଖର୍ଚ୍ଚର ଆର୍ଥିକ ଚାପ ପଡ଼ିଥିଲା। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଆହତଙ୍କ ଚିକିତ୍ସା ଖର୍ଚ୍ଚରେ ସହାୟତା ଯୋଗାଇବା ଉଦ୍ଦେଶ୍ୟରେ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କାର ସହାୟତା ମଞ୍ଜୁର କରାଯାଇଥିଲା। ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଆହତ ରୂପସିଂ ରାଉତଙ୍କ ପୁଅ ସୁରଜ ରାଉତଙ୍କୁ ଏହି ଅର୍ଥର ଚେକ୍ ହସ୍ତାନ୍ତର କରିଥିଲେ। ଚେକ୍ ପ୍ରଦାନ ସମୟରେ ଜିଲ୍ଲାପାଳ ଶ୍ରୀ ଦାଶ ଆହତ ରୂପସିଂ ରାଉତଙ୍କ ସ୍ୱାସ୍ଥ୍ୟାବସ୍ଥା ଓ ଚାଲିଥିବା ଚିକିତ୍ସା ସମ୍ପର୍କରେ ପରିବାରଠାରୁ ତଥ୍ୟ ନେଇଥିଲେ। ଏଥିସହ ରୂପସିଂଙ୍କ ଶୀଘ୍ର ଆରୋଗ୍ୟ କାମନା କରିବା ସହ ଆବଶ୍ୟକ ଚିକିତ୍ସା ଓ ସରକାରୀ ସହାୟତା ଯେପରି ଠିକ୍ ଭାବେ ମିଳିପାରିବ, ସେଥିପ୍ରତି ଧ୍ୟାନ ଦେବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ କହିଥିଲେ। ଭାଲୁ ଆକ୍ରମଣ ଭଳି ଘଟଣାରେ ଆହତଙ୍କ ଚିକିତ୍ସା ସହ ପରିବାର ଉପରେ ଆର୍ଥିକ ଚାପ ସୃଷ୍ଟି ହୋଇଥାଏ। ଏଭଳି ସମୟରେ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ମିଳିଥିବା ଏହି ସହାୟତା ଆହତଙ୍କ ଚିକିତ୍ସାରେ ପରିବାରକୁ କିଛିଟା ଆର୍ଥିକ ସହାୟତା ଯୋଗାଇବ ବୋଲି ଆଶା କରାଯାଉଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଆହତଙ୍କ ଚିକିତ୍ସା ଓ ଆବଶ୍ୟକ ସହାୟତା ପ୍ରତି ଗୁରୁତ୍ୱ ଦିଆଯାଇଥିବାରୁ ଆହତଙ୍କ ପରିବାର ପକ୍ଷରୁ ଜିଲ୍ଲାପାଳ ଓ ଜିଲ୍ଲା ପ୍ରଶାସନକୁ କୃତଜ୍ଞତା ଜଣାଯାଇଛି।

Nuapada (ନୂଆପଡ଼ା) • ରିପୋର୍ଟ: ବିଜୟ ବରିହା

ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ସଡ଼କ ସୁରକ୍ଷା ନେଇ ସ୍ୱତନ୍ତ୍ର ଯାଞ୍ଚ  ୨୨ଟି ଚାଲାଣ, ପ୍ରାୟ ୪୭ ହଜାର ଟଙ୍କା ଜରିମାନା ଧାର୍ଯ୍ୟ
Sep 23, 2026•6 views

ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ସଡ଼କ ସୁରକ୍ଷା ନେଇ ସ୍ୱତନ୍ତ୍ର ଯାଞ୍ଚ ୨୨ଟି ଚାଲାଣ, ପ୍ରାୟ ୪୭ ହଜାର ଟଙ୍କା ଜରିମାନା ଧାର୍ଯ୍ୟ

ନୂଆପଡ଼ା, ୨୩/୦୯: ସଡ଼କ ସୁରକ୍ଷା ଓ ମୋଟରଯାନ ଆଇନର ଅନୁପାଳନ ସୁନିଶ୍ଚିତ କରିବା ଲକ୍ଷ୍ୟରେ ନୂଆପଡ଼ା ଜିଲ୍ଲା ମୁଖ୍ୟାଳୟ ସମ୍ମୁଖରେ ପରିବହନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଯାଞ୍ଚ ଓ ପ୍ରବର୍ତ୍ତନ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ନିର୍ଦ୍ଦେଶକ୍ରମେ ଆୟୋଜିତ ଏହି ଯାଞ୍ଚ ଅଭିଯାନରେ ବିଭିନ୍ନ ଯାନର କାଗଜପତ୍ର ଓ ମୋଟରଯାନ ନିୟମ ପାଳନ ସମ୍ପର୍କରେ ଯାଞ୍ଚ କରାଯାଇଥିଲା। ଅଭିଯାନ ସମୟରେ ପ୍ରାୟ ୫୦ରୁ ୬୦ଟି ଯାନ ଯାଞ୍ଚ କରାଯାଇଥିବା ବେଳେ ବିଭିନ୍ନ ମୋଟରଯାନ ନିୟମ ଉଲ୍ଲଂଘନ ମାମଲାରେ ମୋଟ ୨୨ଟି ଚାଲାଣ କରାଯାଇଥିଲା। ଏହି ଚାଲାଣ ବାବଦରେ ପ୍ରାୟ ୪୭ ହଜାର ଟଙ୍କା ଜରିମାନା ଧାର୍ଯ୍ୟ କରାଯାଇଛି। ସଡ଼କ ଦୁର୍ଘଟଣା ହ୍ରାସ କରିବା ସହ ଯାନବାହନ ଚାଳକମାନଙ୍କ ମଧ୍ୟରେ ଟ୍ରାଫିକ ନିୟମ ପାଳନ ନେଇ ସଚେତନତା ବୃଦ୍ଧି କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଜଣାପଡ଼ିଛି। ନିୟମିତ ଭାବେ ମୋଟରଯାନ ଆଇନ ପାଳନ କରିବା, ନିରାପଦ ଭାବେ ଯାନ ଚଳାଇବା ଏବଂ ଅନ୍ୟମାନଙ୍କ ସୁରକ୍ଷା ପ୍ରତି ଦାୟିତ୍ୱଶୀଳ ରହିବାକୁ ଯାନ ଚାଳକମାନଙ୍କୁ ସଚେତନ କରାଯାଇଥିଲା। ପରିବହନ ବିଭାଗ ପକ୍ଷରୁ କୁହାଯାଇଛି ଯେ, ସଡ଼କ ସୁରକ୍ଷା ପ୍ରତି ଜନସଚେତନତା ବୃଦ୍ଧି, ଟ୍ରାଫିକ ନିୟମର କଡ଼ାକଡ଼ି ପାଳନ ଏବଂ ଦାୟିତ୍ୱଶୀଳ ଯାନ ଚାଳନାକୁ ପ୍ରୋତ୍ସାହନ ଦେବା ପାଇଁ ଏଭଳି ଯାଞ୍ଚ ଓ ପ୍ରବର୍ତ୍ତନ ଅଭିଯାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ। ଏହି ଅଭିଯାନରେ ଏମଭିଆଇ ଉପେନ୍ଦ୍ର ମୁଣ୍ଡିକା, ଜୁନିୟର ଏମଭିଆଇ ବିଜୟ କୁମାର ପରିଡ଼ା, ଟିଏସଆଇ ପ୍ରଳୟ ମହାନ୍ତିଙ୍କ ସମେତ ଓଡ଼ିଶା ମୋଟରଯାନ ବିଭାଗର କନଷ୍ଟେବଳମାନେ ଉପସ୍ଥିତ ଥିଲେ। ଏଥିସହ ଜିଲ୍ଲା ସଡ଼କ ସୁରକ୍ଷା କମିଟିର ସଦସ୍ୟ ବିଜୟ ରାଉତରାୟ, ଯଜ୍ଞସେନା ମହାପାତ୍ର ଓ ଘନଶ୍ୟାମ ରୋଇ ପ୍ରମୁଖ ଅଭିଯାନରେ ସାମିଲ ହୋଇଥିଲେ।

Nuapada (ନୂଆପଡ଼ା) • ରିପୋର୍ଟ : ବିଜୟ ବରିହା

ଆଇନ ମହାବିଦ୍ୟାଳୟରେ ବିଶ୍ବ ଶାନ୍ତି ଦିବସ ପାଳନ
Sep 23, 2026•21 views

ଆଇନ ମହାବିଦ୍ୟାଳୟରେ ବିଶ୍ବ ଶାନ୍ତି ଦିବସ ପାଳନ

ରାଉରକେଲା ଆଇନ ମହାବିଦ୍ୟାଳୟ ରେ ଭାରପ୍ରାପ୍ତ ଅଧ୍ୟକ୍ଷା ଡକ୍ଟର ସମ୍ପାଦିକା ମହାନ୍ତିଙ୍କ ଅଧକ୍ଷତାରେ ଓ ଯୁବ ରେଡକ୍ରସ୍ ସଂଯୋଜକ ଡକ୍ଟର ତନ୍ମୟ ରାଜ ପାଢ଼ୀଙ୍କ ତତ୍ୱାବଧାନରେ "ବିଶ୍ୱ ଶାନ୍ତି ଦିବସ "ପାଳିତ ହୋଇଯାଇଛି l ଅଧକ୍ଷା ଡ ମହାନ୍ତି ତାଙ୍କ ଭାଷଣରେ କହିଥିଲେ ଯେ ୧୯୮୧ ମସିହା ସେପ୍ଟେମ୍ବର ୨୧ ତାରିଖରେ ଜାତିସଙ୍ଘର ସାଧାରଣ ପରିଷଦ ରେ ପାରିତ ହୋଇ, ଏହି ଦିବସକୁ ବିଶ୍ଵବ୍ୟାପି ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା l ଏହି ଦିବସଟି ଶାନ୍ତି, ମୈତ୍ରୀ ଓ ଅହିଂସା ଉପରେ ଆଧାରିତ ଏବଂ ଏଥିରେ ନାଗରିକ ସମ୍ମାନ, ଅଧିକାର ଏବଂ ବାର୍ତ୍ତା ମାଧ୍ୟମରେ ଶାନ୍ତି ପ୍ରତିଷ୍ଠା କହିବାର ମୁଳ ଲକ୍ଷ୍ୟ ଥିଲା l ଏହି ଉପଲକ୍ଷେ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଚଳଚିତ୍ର ଆର୍ଟିକଲ ୩୭୦ (Article 370) ପଦର୍ଶିତ କରାଯାଇଥିଲା,ଶାନ୍ତି ପାଇଁ ଯୁଦ୍ଧ ଏକମାତ୍ର ବିକଳ୍ପ ନୁହେଁ l ଏହି ଚଳଚିତ୍ରର ଉଦ୍ଦେଶ୍ୟ ଥିଲା, ଛାତ୍ରଛାତ୍ରୀ ମାନଙ୍କ ମନରେ ଶାନ୍ତି ପ୍ରତିଷ୍ଠାର ଭାବନା ସୃଷ୍ଟି କରିବା l ଏହି କାର୍ଯ୍ୟକ୍ରମରେ ଛାତ୍ର ଧରିତ୍ରୀ ରଞ୍ଜନ ମହାନ୍ତି ମଞ୍ଚ ପରିଚାଳନା କରିଥିଲେ ଓ ପ୍ରାଧ୍ୟାପକ ଡକ୍ଟର ତନ୍ମୟ ରାଜ ପାଢ଼ୀ ଧନ୍ୟବାଦ ଅର୍ପଣ କରି "ବିଶ୍ୱ ଶାନ୍ତି ଦିବସ "ପାଳନର ପରିସମାପ୍ତି ଘୋଷଣା କରିଥିଲେ l

Rourkela (ରାଉରକେଲା) • କୁଞ୍ଜବିହାରୀ ରାଉତ