--:--:--
-- ---
Srishti News

ବ୍ଲକ୍ ସ୍ତରୀୟ ଏଥ୍ଲେଟିକ୍ ମିଟ୍ "

Bargarh (ବରଗଡ଼)ରିପୋର୍ଟ -ବଂଶୀଧର ନାୟକSeptember 23, 20266 views
ବ୍ଲକ୍ ସ୍ତରୀୟ ଏଥ୍ଲେଟିକ୍ ମିଟ୍ "
ଗାଇସିଲେଟ -ଗାଇସିଲେଟ ବ୍ଲକ ସ୍ତରୀୟ ଏଥ୍ଲେଟିକ୍ ମିଟ୍ ଆଜି ପଲ୍ଲୀ ପ୍ରଗତି ପଞ୍ଚଗାଁ ଉଚ୍ଚ ବିଦ୍ୟାଳୟ ବରିହାପୁଖାପାଣି ଖେଳ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଗାଇସିଲେଟ ଅତିରିକ୍ତ ବ୍ଳକ ଶିକ୍ଷାଧିକାରୀ ଘାସିରାମ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ରିଡ଼ା ପତାକା ଉତ୍ତୋଳନ କରି ଶୁଭ ଉଦ୍ଘାଟନ କରିଥିଲେ। ଏହି ସମାରୋହରେ ସ୍ଥାନୀୟ ହାଇସ୍କୁଲ ପ୍ରଧାନ ଶିକ୍ଷକ ମୋହନ ରଣା, ନେତାଜୀ ହାଇସ୍କୁଲ ପ୍ରଧାନ ଶିକ୍ଷକ ସୁଦର୍ଶନ ବାରିକ, ଜଗନ୍ନାଥ ହାଇସ୍କୁଲ ପ୍ରଧାନ ଶିକ୍ଷକ ବିଷ୍ଣୁ ଭୋଇ ଓ ଗାଇସିଲେଟ ବ୍ଳକ ସ୍କୁଲ ସ୍ପୋର୍ଟସ ଏସୋସିଏସନ ସମ୍ପାଦକ କଙ୍ଗ୍ରେସ ପ୍ରଧାନ ଉପସ୍ଥିତ ରହିଥିବା ବେଳେ ଅଫିସିଆଲ୍ ଅଶେଷ କୁମାର ଦାଶ ଖେଳାଳି ମାନଙ୍କୁ ଶପଥ ପାଠ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ସର୍ବମୋଟ ୨୫ଟି ଇଭେଣ୍ଟ ଅନୁଷ୍ଠିତ ହୋଇ ଜିଲ୍ଲା ସ୍ତରୀୟ ଏଥ୍ଲେଟିକ୍ ମିଟ୍ ପାଇଁ ଖେଳାଳୀ ଚୟନ କରାଯାଇଥିଲା। ପିଇଟି ବାଲ୍ମୀକି ପାତ୍ର ସମସ୍ତ ଇଭେଣ୍ଟ ର ସଂଯୋଜନା କରିଥିବା ବେଳେ ବ୍ଳକର ସମସ୍ତ ବିଦ୍ୟାଳୟର ପିଇଟି ଏହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ।