--:--:--
-- ---
Srishti News

ଶିବ ଶକ୍ତି ୟୁଥ କ୍ଲବର ଗଣେଶ ପୂଜାରେ ଯୋଗ ଦେଲେ ସମାଜସେବୀ ଅଭିମନ୍ୟୁ ସାହୁ

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ବଅଁରପାଳ , ଅନୁଗୋଳSeptember 23, 202662 views
ଶିବ ଶକ୍ତି ୟୁଥ କ୍ଲବର ଗଣେଶ ପୂଜାରେ ଯୋଗ ଦେଲେ ସମାଜସେବୀ ଅଭିମନ୍ୟୁ ସାହୁ
ବଅଁରପାଳ: ବଅଁରପାଳ ବ୍ଲକ ତୁଳସୀପାଳ ପଞ୍ଚାୟତ ଅନ୍ତର୍ଗତ ଲଙ୍ଗୁଳିଆବେଡା ଗ୍ରାମର ଶିବ ଶକ୍ତି ୟୁଥ କ୍ଲବ ଆନୁକୂଲ୍ୟରେ ଆୟୋଜିତ ପବିତ୍ର ଗଣେଶ ପୂଜାରେ ଯୋଗ ଦେଇଥିଲେ ଯୁବ ସମାଜସେବୀ ଅଭିମନ୍ୟୁ ସାହୁ। ପୂଜା କମିଟିର କାର୍ଯ୍ୟକର୍ତ୍ତାଙ୍କ ଅନୁରୋଧକ୍ରମେ ଅଭିମନ୍ୟୁ ସାହୁ ଯୁବବନ୍ଧୁମାନଙ୍କ ସହ ଗଣେଶ ପୂଜା ମଣ୍ଡପରେ ପହଞ୍ଚି ପ୍ରଭୁ ଶ୍ରୀଗଣେଶଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ଭିକ୍ଷା କରିଥିଲେ। ଏହି ଅବସରରେ ପୂଜା କମିଟିର ସଦସ୍ୟ ଓ ଗ୍ରାମବାସୀଙ୍କ ସହ ସେ ଆଲୋଚନା କରିଥିଲେ। ଗ୍ରାମାଞ୍ଚଳର ଧାର୍ମିକ ଓ ସାଂସ୍କୃତିକ ପରମ୍ପରାକୁ ଆଗେଇ ନେବାରେ ଯୁବପିଢ଼ିଙ୍କ ଭୂମିକାକୁ ସେ ପ୍ରଶଂସା କରିଥିଲେ। ତାଙ୍କ ଯୋଗଦାନକୁ ନେଇ ପୂଜା କମିଟିର ସଦସ୍ୟ ଓ ଉପସ୍ଥିତ ଯୁବକମାନଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଥିଲା।