--:--:--
-- ---
Srishti News

Web News

ବଜ୍ରପାତ ଓ ପ୍ରବଳ ବର୍ଷା ଆଶଙ୍କା: ୨୪ରେ କଳାହାଣ୍ଡିର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ
Sep 23, 2026•3 views

ବଜ୍ରପାତ ଓ ପ୍ରବଳ ବର୍ଷା ଆଶଙ୍କା: ୨୪ରେ କଳାହାଣ୍ଡିର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ

କଳାହାଣ୍ଡି/ଜୁନାଗଡ଼: ବଜ୍ରପାତ ଓ ପ୍ରବଳ ବର୍ଷାର ସମ୍ଭାବନାକୁ ଦୃଷ୍ଟିରେ ରଖି କଳାହାଣ୍ଡି ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬ ଗୁରୁବାର ବନ୍ଦ ରହିବ। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଜିଲ୍ଲାପାଳ, କଳାହାଣ୍ଡିଙ୍କ ପକ୍ଷରୁ ଏହି ନିର୍ଦ୍ଦେଶ ଜାରି କରାଯାଇଛି। ଲଘୁଚାପଜନିତ ପ୍ରଭାବରେ ଗତ ଦୁଇ ଦିନ ଧରି କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବର୍ଷା ଜାରି ରହିଛି। ଏହା ସହିତ ଆଗାମୀ ସମୟରେ ବଜ୍ରପାତ ସହ ପ୍ରବଳ ବର୍ଷାର ଆଶଙ୍କା ଥିବାରୁ ଶିକ୍ଷାନୁଷ୍ଠାନ ବନ୍ଦ ରଖିବା ନିଷ୍ପତ୍ତି ନିଆଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ବର୍ଷା ଯୋଗୁଁ କୌଣସି ବଡ଼ଧରଣର କ୍ଷୟକ୍ଷତି ଘଟିଥିବା ଖବର ମିଳିନାହିଁ। ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ଏବଂ ଲୋକଙ୍କ ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକ ପୂର୍ବପ୍ରସ୍ତୁତି ଓ ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାପଡ଼ିଛି। ବର୍ଷା ଓ ବଜ୍ରପାତ ସମୟରେ ଅତ୍ୟାବଶ୍ୟକ ନଥିଲେ ଘରୁ ବାହାରକୁ ନଯିବା ସହ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।

Kalahandi (କଳାହାଣ୍ଡି) • ରିପୋର୍ଟ: ଦେବରାଜ ବାଣୁଆ, ଜୁନାଗଡ଼

ଲିଙ୍ଗରାଜ ଆଜାଦଙ୍କୁ ତୁରନ୍ତ ଜେଲରୁ ମୁକ୍ତି ଦାବି
Sep 23, 2026•44 views

ଲିଙ୍ଗରାଜ ଆଜାଦଙ୍କୁ ତୁରନ୍ତ ଜେଲରୁ ମୁକ୍ତି ଦାବି

ଭୁବନେଶ୍ୱର: ଜନ ଆନ୍ଦୋଳନ ନେତା ଲିଙ୍ଗରାଜ ଆଜାଦଙ୍କୁ ତୁରନ୍ତ ଜେଲରୁ ମୁକ୍ତ କରିବାକୁ ଦାବି ଜୋର ଧରିଛି। ଜଳ, ଜମି, ଜଙ୍ଗଲ ଓ ପ୍ରାକୃତିକ ସମ୍ପଦର ଅଧିକାର ପାଇଁ ସେ ଦୀର୍ଘଦିନ ଧରି ଆନ୍ଦୋଳନ କରିଆସୁଥିବା ତାଙ୍କ ସମର୍ଥକମାନେ କହିଛନ୍ତି। ଲିଙ୍ଗରାଜ ଆଜାଦଙ୍କୁ ତୁରନ୍ତ ଜେଲରୁ ଖଲାସ କରାଯାଉ, ନଚେତ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି। ସେହିପରି ତାଙ୍କ ମୁକ୍ତି ଦାବିରେ ବିଭିନ୍ନ ଜନସଂଗଠନ ଓ ସାମାଜିକ କର୍ମୀମାନେ ମଧ୍ୟ ସ୍ୱର ଉଠାଇଛନ୍ତି “ଲଢୁଆ ନେତା ଲିଙ୍ଗରାଜ ଆଜାଦଙ୍କୁ ତୁରନ୍ତ ମୁକ୍ତ କର, ନଚେତ ରାଜରାସ୍ତାରେ ଆନ୍ଦୋଳନ ଆହୁରି ତୀବ୍ର ହେବ”

Bhubaneswar (ଭୁବନେଶ୍ୱର) • ରିପୋର୍ଟ =ସୁକାନ୍ତ ପ୍ରଧାନ

ଆପ୍" ର ସାଙ୍ଗଠନିକ ବୈଠକ
Sep 23, 2026•5 views

ଆପ୍" ର ସାଙ୍ଗଠନିକ ବୈଠକ

ବ୍ରହ୍ମପୁର 22ସେପ୍ଟେମ୍ବର ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଆପ୍ ତରଫରୁ ଏକ ସାଙ୍ଗଠନିକ ପ୍ରସ୍ତୁତି ବୈଠକ ଆୟୋଜନ ସ୍ଥାନୀୟ ଷ୍ଟେସନରୋଡ଼ ସ୍ଥିତ ସର୍କିଟ ହାଉସ ଠାରେ ଅନୁଷ୍ଠିତ ହୋଇଥିଲା l ବୈଠକରେ ରାଜ୍ୟ ସଭାପତି ଶ୍ରୀଯୁକ୍ତ ନିଶିକାନ୍ତ ମହାପାତ୍ର ଏବଂ ରାଜ୍ୟ ସହ ପ୍ରଭାରୀ ଦିନେଶ କୁମାର, ରାଜ୍ୟ ସଂଗଠନ ସମ୍ପାଦକ କଲ୍ୟାଣ ଆନନ୍ଦ ଯୋଗଦେଇ ସଂଗଠନ ବିସ୍ତାର ପାଇଁ ସକ୍ରିୟ କାର୍ଯକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ l ଗଞ୍ଜାମ ଜିଲ୍ଲା ସମ୍ପାଦକ ତଥା ବ୍ରହ୍ମପୁର ଲୋକସଭା ଇନଚାର୍ଜ ଆଦିତ୍ୟ ନାରାୟଣ ରଥ ଏବଂ ଗଞ୍ଜାମ ଜିଲ୍ଲା ଆବାହକ ତଥା ଆସିକା ଲୋକସଭା ଇନଚାର୍ଜ ସୁବାଷ ଚନ୍ଦ୍ର ରାଉତ ଆଗାମୀ ପଂଚାୟତ ନିର୍ବାଚନ ପାଇଁ ସଂଗଠନ କିପରି ପ୍ରସ୍ତୁତି ଅଛି, କେନ୍ଦ୍ରୀୟ ନେତୃତ୍ୱଙ୍କୁ ଅବଗତ କରାଇଥିଲେ l ଦେଶ ତଥା ରାଜ୍ୟରେ ବିଜେପି ଶାସନରେ କିପରି ଗରୀବ ଏବଂ ମାଧ୍ୟମ ବର୍ଗ ଦୁଃଖୀ ଅଛନ୍ତି,ଓଡ଼ିଶାରେ ଲୋକେ କିପରି ବିଜେପିକୁ ଶାସନ ବ୍ୟବସ୍ଥାକୁ ଆଣି ପସ୍ଥାଉଛନ୍ତି ରାଜ୍ୟ ସଭାପତି ନିଜ ବକ୍ତବ୍ୟରେ କହିଥିଲେ l ଆଜିର ବୈଠକରେ ବ୍ରହ୍ମପୁରର ବିଭିର୍ଣ୍ଣ ୱାର୍ଡରୁ ଅନେକ ଯୁବସାଥୀ ପାର୍ଟିର ଶିକ୍ଷା ମୋଡେଲ ପ୍ରତି ଆକୃଷ୍ଟ ହୋଇ ଯୋଗଦାନ କରିଥିଲେ

Bhubaneswar (ଭୁବନେଶ୍ୱର) • ସୁକାନ୍ତ ପ୍ରଧାନ

କୁଟ୍ରୁମାଳି ବକ୍ସାଇଟ ଖଣିକୁ ନେଇ ରାଜନୈତିକ ବିବାଦ ତେଜୁଛି
Sep 23, 2026•14 views

କୁଟ୍ରୁମାଳି ବକ୍ସାଇଟ ଖଣିକୁ ନେଇ ରାଜନୈତିକ ବିବାଦ ତେଜୁଛି

ଭୁବନେଶ୍ୱର: ରାୟଗଡ଼ା-କଳାହାଣ୍ଡି ସୀମାନ୍ତ ଅଞ୍ଚଳର କୁଟ୍ରୁମାଳି ବକ୍ସାଇଟ ଖଣିକୁ ନେଇ ଓଡ଼ିଶାରେ ରାଜନୈତିକ ବିବାଦ ତୀବ୍ର ହୋଇଛି। ବିଜେଡି ଓ ବିଜେପି ସରକାରଙ୍କ ଖଣି ନୀତିକୁ ନେଇ ବିରୋଧୀ ପକ୍ଷରୁ ବିଭିନ୍ନ ଅଭିଯୋଗ ଉଠାଯାଇଛି। ଅଭିଯୋଗ ଅନୁଯାୟୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ ସମୟରେ ଖଣିଜ ସମ୍ପଦକୁ ବଡ଼ କମ୍ପାନୀଙ୍କ ହାତକୁ ଦେବାର ପ୍ରକ୍ରିୟା ଆଗକୁ ବଢ଼ିଥିଲା। ବର୍ତ୍ତମାନର ବିଜେପି ସରକାର ମଧ୍ୟ ସେହି ପ୍ରକ୍ରିୟାକୁ ଆଗକୁ ନେଉଛି ବୋଲି ଅଭିଯୋଗ କରାଯାଇଛି। ସରକାରୀ ରେକର୍ଡ ଓ କମ୍ପାନୀ ପ୍ରକାଶିତ ତଥ୍ୟ ଅନୁଯାୟୀ, କୁଟ୍ରୁମାଳି ବକ୍ସାଇଟ ବ୍ଲକ୍ ପାଇଁ ଆଦାନୀ ଏଣ୍ଟରପ୍ରାଇଜେସ୍‌ର ସମ୍ପୂର୍ଣ୍ଣ ମାଲିକାନାରେ ଥିବା ମୁନ୍ଦ୍ରା ଆଲୁମିନିୟମ୍ ଲିମିଟେଡ୍ ନିଲାମ ପ୍ରକ୍ରିୟାରେ ପ୍ରିଫର୍ଡ ବିଡର୍ ହୋଇଥିଲା। ଏହା ପରେ ଓଡ଼ିଶା ସରକାର ୨୭ ଫେବୃଆରୀ ୨୦୨୩ରେ କମ୍ପାନୀକୁ Letter of Intent (LOI) ଜାରି କରିଥିଲେ। ପରବର୍ତ୍ତୀ ସମୟରେ ମୁନ୍ଦ୍ରା ଆଲୁମିନିୟମ୍ ଲିମିଟେଡ୍‌ର ନାମ ପରିବର୍ତ୍ତନ କରାଯାଇ କଳିଙ୍ଗ ଆଲୁମିନା ଲିମିଟେଡ୍ କରାଯାଇଥିଲା। ଓଡ଼ିଶା ସରକାରଙ୍କ ଏକ ଆଧିକାରିକ ପ୍ରକ୍ରିୟାରେ ଏହି ନାମ ପରିବର୍ତ୍ତନକୁ ଅନୁମତି ଦିଆଯାଇଥିବା ରେକର୍ଡ ରହିଛି। ସେହି ଦଲିଲରେ କମ୍ପାନୀଟି ଆଦାନୀ ଏଣ୍ଟରପ୍ରାଇଜେସ୍‌ର wholly owned subsidiary ଭାବେ ଜାରି ରହିଥିବା ଉଲ୍ଲେଖ ଅଛି। କୁଟ୍ରୁମାଳି ବକ୍ସାଇଟ ବ୍ଲକ୍‌ର ମୋଟ geological resources ପ୍ରାୟ 128 ମିଲିୟନ ଟନ୍ ବୋଲି ଆଦାନୀ ଏଣ୍ଟରପ୍ରାଇଜେସ୍‌ର ଷ୍ଟକ୍ ଏକ୍ସଚେଞ୍ଜ ଦାଖଲ ଦଲିଲରେ ଦର୍ଶାଯାଇଛି। ଏହି ଖଣି ପ୍ରକଳ୍ପକୁ ନେଇ ସ୍ଥାନୀୟ ଲୋକଙ୍କ ଆପତ୍ତି, ପରିବେଶ ଓ ଆଦିବାସୀ ଅଧିକାରକୁ ନେଇ ମଧ୍ୟ ବିଭିନ୍ନ ପ୍ରଶ୍ନ ଉଠିଛି। ଅନ୍ୟପଟେ, ଆଦାନୀ ଗ୍ରୁପ୍ ଓଡ଼ିଶାରେ ଆଲୁମିନା ରିଫାଇନାରୀ ଏବଂ ଆଲୁମିନିୟମ୍ ସମ୍ବନ୍ଧୀୟ ବଡ଼ ପ୍ରକଳ୍ପ ଯୋଜନା ରଖିଥିବା କହିଛି। କମ୍ପାନୀର ନିଜସ୍ୱ ତଥ୍ୟ ଅନୁଯାୟୀ, କୁଟ୍ରୁମାଳି ଓ ବଲ୍ଲଡ଼ା ବକ୍ସାଇଟ ବ୍ଲକ୍‌କୁ ଆଧାର କରି ଏକ ଆଲୁମିନା ରିଫାଇନାରୀ ବିକଶିତ କରିବାର ଯୋଜନା ରହିଛି। ୨୦୨୨ ମସିହାରେ ଓଡ଼ିଶା ସରକାରଙ୍କ High-Level Clearance Authority ଆଦାନୀ ଗ୍ରୁପ୍‌ର ୪ MMTPA Integrated Alumina Refinery ସମେତ ଦୁଇଟି ପ୍ରକଳ୍ପକୁ ଅନୁମୋଦନ କରିଥିବା ଆଦାନୀ ଗ୍ରୁପ୍ ନିଜେ ପ୍ରକାଶ କରିଥିଲା। ସେତେବେଳେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିଲେ। କୁଟ୍ରୁମାଳି ଖଣିକୁ ନେଇ ଆଗାମୀ ଦିନରେ ଖଣିଜ ସମ୍ପଦ, ପରିବେଶ, ସ୍ଥାନୀୟ ଲୋକଙ୍କ ଅଧିକାର ଏବଂ ରାଜ୍ୟର ଆର୍ଥିକ ସ୍ୱାର୍ଥକୁ ନେଇ ବିବାଦ ଆହୁରି ତୀବ୍ର ହେବାର ସମ୍ଭାବନା ରହିଛି।

Bhubaneswar (ଭୁବନେଶ୍ୱର) • ରିପୋର୍ଟ:ଲକ୍ଷ୍ମୀଧର ମୁର୍ମୁ

ତୁରୁବୁଡ଼ି ଫରେଷ୍ଟରଙ୍କ ବିରୋଧରେ ଡିଜିଟାଲ୍ ଲାଞ୍ଚ ଅଭିଯୋଗ: ‘ଫୋନ୍-ପେ’ ଯାଞ୍ଚ ସହ ଭିଜିଲାନ୍ସ କାର୍ଯ୍ୟାନୁଷ୍ଠାନ ଦାବି ଜୋର୍
Sep 23, 2026•110 views

ତୁରୁବୁଡ଼ି ଫରେଷ୍ଟରଙ୍କ ବିରୋଧରେ ଡିଜିଟାଲ୍ ଲାଞ୍ଚ ଅଭିଯୋଗ: ‘ଫୋନ୍-ପେ’ ଯାଞ୍ଚ ସହ ଭିଜିଲାନ୍ସ କାର୍ଯ୍ୟାନୁଷ୍ଠାନ ଦାବି ଜୋର୍

ପାତ୍ରପୁର (ସାମନ୍ତିଆପଲ୍ଲୀ): ଗଞ୍ଜାମ ଜିଲ୍ଲା ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ତୁରୁବୁଡ଼ି ଫରେଷ୍ଟର ରାଜେନ୍ଦ୍ର ନାୟକଙ୍କ ବିରୋଧରେ ଖୋଲାଖୋଲି ଲାଞ୍ଚ କାରବାର ଓ କାଠ ମାଫିଆଙ୍କୁ ସୁରକ୍ଷା ଦେବା ଭଳି ସଙ୍ଗିନ ଅଭିଯୋଗ ଉଠିଛି। ସରକାର ଗୋଟିଏ ପଟେ ‘ଏକ ପେଡ୍ ମା କେ ନାମ’ ଭଳି କାର୍ଯ୍ୟକ୍ରମ ଜରିଆରେ ଜଙ୍ଗଲ ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ଅନ୍ୟପଟେ ସରକାରୀ ଜଙ୍ଗଲକୁ ବ୍ୟକ୍ତିଗତ ବ୍ୟବସାୟର ମାଧ୍ୟମ ବନାଇଥିବା ଏହି ଅଧିକାରୀଙ୍କ ବିରୋଧରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଅଭିଯୋଗ ଅନୁଯାୟୀ, ଜଙ୍ଗଲରୁ କାଠ ଚୋରା ଚାଲାଣ ପାଇଁ ଡିଜିଟାଲ୍ ମାଧ୍ୟମରେ ଲାଞ୍ଚ ଆଦାୟ କରାଯାଉଛି। ସାଇକେଲ୍, ବାଇକ୍ ଓ ଡାଲା ଅଟୋରେ କାଠ ପାର୍ କରାଇବା ଲାଗି ଫୋନ୍-ପେ’ (PhonePe) ଜରିଆରେ ₹୨୦୦ ରୁ ₹୧,୦୦୦ ପର୍ଯ୍ୟନ୍ତ ଟଙ୍କା ନିଆଯାଉଥିବାର ଡିଜିଟାଲ୍ ପ୍ରମାଣ ସାମ୍ନାକୁ ଆସିଛି। ସେହିପରି ବଡ଼ ବଡ଼ ଟ୍ରାକ୍ଟର ଓ ଟ୍ରକରେ କାଠ ଏବଂ ବାଉଁଶ ବୋଝେଇ କରି ନେବାକୁ ହେଲେ ଅଫିସ୍ ଟେବୁଲ୍ ତଳେ ମୋଟା ଅଙ୍କର ନଗଦ କାରବାର ଚାଲିଥିବା ଏବଂ ରାତିର ଅନ୍ଧାରରେ କାଠ ଗାଡ଼ିକୁ ସୁରକ୍ଷିତ ଏସ୍କର୍ଟ କରି ସୀମା ପାର୍ କରାଯାଉଥିବା ଚର୍ଚ୍ଚା ହେଉଛି। ଏହି ବେଆଇନ କାରବାର ବିରୋଧରେ କୌଣସି ଗରିବ ଖଟିଖିଆ କିମ୍ବା ସ୍ଥାନୀୟ ଲୋକ ମୁହଁ ଖୋଲିଲେ, ସେମାନଙ୍କ ନାମରେ ମିଛ କାଠ ଚୋରି ମାମଲା (False Timber Case) ରୁଜୁ କରି ଜେଲ୍ ପଠାଇବାର ଧମକ ଦିଆଯାଉଥିବା ଜଣାପଡ଼ିଛି। ଏହି ଲାଞ୍ଚ କାରବାରର ଚେର ସ୍ଥାନୀୟ କାର୍ଯ୍ୟାଳୟରୁ ବ୍ରହ୍ମପୁର ଡିଏଫ୍‌ଓଙ୍କ ଦପ୍ତର ଯାଏଁ ଲମ୍ବିଥିବା ସନ୍ଦେହ ପ୍ରକାଶ କରି ବୁଦ୍ଧିଜୀବୀ ମହଲ ପ୍ରଶ୍ନ ଉଠାଇଛନ୍ତି। ବନ ବିଭାଗ ପକ୍ଷରୁ କେବଳ "ତଦନ୍ତ ଚାଲିଛି" ବୋଲି ରୁଟିନ୍ ବୟାନ ମିଳିଥିବା ବେଳେ, ତୁରୁବୁଡ଼ି ଫରେଷ୍ଟରଙ୍କୁ ତୁରନ୍ତ ନିଲମ୍ବନ (Suspend) କରିବା ସହ ତାଙ୍କ ଫୋନ୍-ପେ’ ଓ ବ୍ୟାଙ୍କ ଆକାଉଣ୍ଟ ସିଜ୍ କରି ରାଜ୍ୟ ଭିଜିଲାନ୍ସ ଦ୍ୱାରା ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସ୍ଥାନୀୟ ଜନସାଧାରଣ ଓ ପରିବେଶବିତ୍ ଦୃଢ଼ ଦାବି କରିଛନ୍ତି।

Ganjam (ଗଞ୍ଜାମ) • ରିପୋର୍ଟ ଦୀପକ କୁମାର ଚୌଧୁରୀ

ଧାମନଗରରେ ଭୟାବହ ସଡ଼କ ଦୁର୍ଘଟଣା: ଦୁଇ ବାଇକ ମୁହାଁମୁହିଁ ଧକ୍କା, ଜଣେ ଗୁରୁତର
Sep 23, 2026•42 views

ଧାମନଗରରେ ଭୟାବହ ସଡ଼କ ଦୁର୍ଘଟଣା: ଦୁଇ ବାଇକ ମୁହାଁମୁହିଁ ଧକ୍କା, ଜଣେ ଗୁରୁତର

ଭଦ୍ରକ: ଭଦ୍ରକ ଜିଲ୍ଲା ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧୀନ ଗୁହାଳଡିହ ଛକ ନିକଟରେ ଏକ ଗୁରୁତର ସଡ଼କ ଦୁର୍ଘଟଣା ଘଟିଛି। ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇଜଣ ଆହତ ହୋଇଥିବା ଜଣାପଡ଼ିଛି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ସ୍ଥାନୀୟ ଗ୍ରାମବାସୀ ପହଞ୍ଚି ଆହତ ଦୁଇଜଣଙ୍କୁ ଉଦ୍ଧାର କରିଥିଲେ। ପରେ ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ଏପର୍ଯ୍ୟନ୍ତ ଦୁଇ ଆହତଙ୍କ ପରିଚୟ ମିଳିପାରିନଥିବା ବେଳେ, ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଦୁର୍ଘଟଣାର ସଠିକ୍ କାରଣ ଓ ଆହତଙ୍କ ପରିଚୟ ସମ୍ପର୍କରେ ଅଧିକ ତଥ୍ୟ ଜଣାପଡ଼ିନାହିଁ। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚିନ୍ତା ପ୍ରକାଶ ପାଇଛି। ଦୁର୍ଘଟଣା ସମ୍ପର୍କରେ ପୁଲିସ ପକ୍ଷରୁ ଅଧିକ ତଦନ୍ତ ପରେ ସମ୍ପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିପାରେ।

Bhadrak (ଭଦ୍ରକ) • ରିପୋର୍ଟ :ଶିଶିର କୁମାର ସ୍ୱାଇଁ

ଧାମନଗର ସରେଇ ଚୁଡ଼ାକୁଟି ସରସ୍ୱତୀ ଶିଶୁ ମନ୍ଦିରର ଗୌରବମୟ ସଫଳତା
Sep 23, 2026•62 views

ଧାମନଗର ସରେଇ ଚୁଡ଼ାକୁଟି ସରସ୍ୱତୀ ଶିଶୁ ମନ୍ଦିରର ଗୌରବମୟ ସଫଳତା

ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ସରେଇ ଚୁଡ଼ାକୁଟି ସରସ୍ୱତୀ ଶିଶୁ ମନ୍ଦିର ପାଇଁ ଆଜି ଏକ ଗର୍ବ ଓ ଗୌରବର ମୁହୂର୍ତ୍ତ। ବିଦ୍ୟାଳୟର ଛାତ୍ରୀ ଧୃତି ସୁନ୍ଦର ସାମଲ ନିଜର ଅସାଧାରଣ ପ୍ରତିଭା ଓ ସୃଜନଶୀଳତାର ପରିଚୟ ଦେଇ ଜିଲ୍ଲାସ୍ତରରେ ବିଦ୍ୟାଳୟର ନାମକୁ ଉଜ୍ଜ୍ୱଳ କରିଛନ୍ତି। ଶହୀଦ ସ୍ମୃତି ରକ୍ଷା ସମିତି ପକ୍ଷରୁ ଆୟୋଜିତ ଜିଲ୍ଲାସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତାରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ନିଜ ନିଜର ଚିତ୍ରକଳା ପ୍ରତିଭା ପ୍ରଦର୍ଶନ କରିଥିଲେ। ଏହି ପ୍ରତିଯୋଗିତାରେ ଆମ ବିଦ୍ୟାଳୟର ପ୍ରତିଭାବାନ ଛାତ୍ରୀ ଧୃତି ସୁନ୍ଦର ସାମଲ ପ୍ରଥମ ସ୍ଥାନ ଅଧିକାର କରି ସମ୍ମାନିତ ଓ ପୁରସ୍କୃତ ହୋଇଛନ୍ତି। ତାଙ୍କର ଏହି ଅନନ୍ୟ ସଫଳତା କେବଳ ତାଙ୍କର ବ୍ୟକ୍ତିଗତ କୃତିତ୍ୱ ନୁହେଁ, ବରଂ ଏହା ସରେଇ ଚୁଡ଼ାକୁଟି ସରସ୍ୱତୀ ଶିଶୁ ମନ୍ଦିର, ତାଙ୍କର ପରିବାର, ଗୁରୁଜୀ-ଗୁରୁମା ଓ ସମଗ୍ର ଧାମନଗର ଅଞ୍ଚଳ ପାଇଁ ଗର୍ବର ବିଷୟ। ଧୃତିଙ୍କ ଏହି ସଫଳତା ପଛରେ ରହିଛି ତାଙ୍କର ନିରନ୍ତର ପରିଶ୍ରମ, ଅଧ୍ୟବସାୟ, ସୃଜନଶୀଳ ଚିନ୍ତାଧାରା ଓ ଚିତ୍ରକଳା ପ୍ରତି ଗଭୀର ଆଗ୍ରହ। ତାଙ୍କର ଏହି କୃତିତ୍ୱ ବିଦ୍ୟାଳୟର ଅନ୍ୟ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ନିଜ ନିଜ ପ୍ରତିଭାର ବିକାଶ ପାଇଁ ଅନୁପ୍ରାଣିତ କରିବ। ଏହି ଗୌରବମୟ ଅବସରରେ ଧୃତି ସୁନ୍ଦର ସାମଲଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଅଶେଷ ଶୁଭେଚ୍ଛା। ଭବିଷ୍ୟତରେ ସେ ଆହୁରି ଅନେକ ସଫଳତା ହାସଲ କରି ନିଜ ପରିବାର, ବିଦ୍ୟାଳୟ ଓ ଅଞ୍ଚଳର ନାମକୁ ଆହୁରି ଗୌରବାନ୍ୱିତ କରନ୍ତୁ—ଏହା ହିଁ ଆମର ଶୁଭକାମନା।

Bhadrak (ଭଦ୍ରକ) • ରିପୋର୍ଟ :ଶିଶିର କୁମାର ସ୍ୱାଇଁ

ଆଗକୁ ପାର୍ବଣ, ନୂଆଗାଁ ଶୋଚନୀୟ ରାସ୍ତା କୁ ଚିନ୍ତା : ବିପଦପୂର୍ଣ୍ଣ ମୁଖ୍ୟ ରାସ୍ତା, ନିଘୋଡ ନିଦରେ ପ୍ରଶାସନ
Sep 23, 2026•66 views

ଆଗକୁ ପାର୍ବଣ, ନୂଆଗାଁ ଶୋଚନୀୟ ରାସ୍ତା କୁ ଚିନ୍ତା : ବିପଦପୂର୍ଣ୍ଣ ମୁଖ୍ୟ ରାସ୍ତା, ନିଘୋଡ ନିଦରେ ପ୍ରଶାସନ

ହାତୀବାରୀ- 22.9.26- କୌଣସି ବ୍ୟସ୍ତ ବହୁଳ ରାସ୍ତା ଶୋଚନୀୟ ହୋଇପଡ଼ିବା ଏବଂ ଉକ୍ତ ରାସ୍ତା ଉପରେ କିଛି ନା କିଛି ଦୁର୍ଘଟଣା ଘଟି ଥିବା ନିଶ୍ଚିତ ଭାବେ କ୍ଷୋଭ ର ବିଷୟ. ତେବେ ଜନତାଙ୍କ ଅଭିଯୋଗ ସତ୍ତ୍ୱେ ଗ୍ରାମର ଉନ୍ନୟନ ବିଭାଗ ହେଉ କିମ୍ବା ପୂର୍ତ୍ତ ବିଭାଗ ର କେହି ଶୁଣିବାକୁ ନାରାଜ ା ଗୋଟିଏ ପଟେ ବିପଦ ପୂର୍ଣ୍ଣ ବା ଶୋଚନୀୟ ରାସ୍ତା କୁ ନେଇ ଗୋଟିଏ ପରେ ଗୋଟିଏ ଦୁର୍ଘଟଣା ଘଟି ମୁଣ୍ଡ ଗଡୁଥିବା ବେଳେ ସ୍ଥାନୀୟ ପ୍ରଶାସନ ସାଙ୍ଗକୁ ଜିଲ୍ଲା ପ୍ରଶାସନ ସମ୍ପୁର୍ଣ୍ଣ ନିଘୋଡ ନିଦରେ ଶୋଇ ରହିବା ନୂଆଗାଁ ବାସୀଙ୍କୁ ବ୍ୟଥିତ କରିଛି. ଗୋଟିଏ ନୂହେଁ ଦୁଇ ଦୁଇଟି ମୁଖ୍ୟ ରାସ୍ତା ମରଣ ଯନ୍ତା ପଲଟିଛି. ଗୋଟିଏ ରାସ୍ତା ହେଲା ମିଟକୁନ୍ଦରି -ଖୁଣ୍ଟ ଗାଁ ରାସ୍ତା ଏବଂ ଅନ୍ୟ ଟି ହେଲା ମଣ୍ଡପ- ବାରିଲେ ପଟା ରାସ୍ତା ଉଭୟ ରାସ୍ତା ବର୍ତ୍ତମାନ ସ୍ଥିତିରେ ପୂର୍ତ୍ତ ବିଭାଗ ଅଧୀନରେ ଅଛି. କିଛି ବର୍ଷ ପୂର୍ବେ ଉଭୟ ରାସ୍ତା ଦ୍ୱୟ ଗ୍ରାମ ଉନ୍ନୟନ ବିଭାଗ ରୁ ପୂର୍ତ୍ତ ବିଭାଗ କୁ ହସ୍ତାନ୍ତର ହୋଇଛି. ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ଉଦବେଗ ଜନକ କଥା ହେଲା ମିଟ୍ କୁନ୍ଦୁରି- ଖୁଟୁ ଗାଓଁ ପ୍ରାୟ 10 କିଲୋମିଟର ରାସ୍ତା ପ୍ରାୟ ଦେଢ ବର୍ଷ ତଳେ ନିର୍ମାଣ ହୋଇଛି. ହେଲେ ଏହି ରାସ୍ତା ର ମଝି ମଝି ରେ ପ୍ରାୟ 1800 ମିଟର ରାସ୍ତା ସ୍ଥାନୀୟ ଲୋକ ମାନଙ୍କ ଜମି ବିବାଦ ପାଇଁ ଅସମ୍ପୂର୍ଣ୍ଣ ରହିଛି. ଏହି 18 ସହ ମିଟର ସାଧାରଣ ଜନତା ପାଇଁ ସତେ ଯେମିତି ମୃତ୍ୟୁ ର ପଥ ସଦୃଶ ହୋଇଛି. ଏହି 18 ସହ ମିଟର ରାସ୍ତା ପାଇଁ ସ୍ତାନୀୟ ସରପଞ୍ଚ ଖୁଣ୍ଟଗାଁ ଙ୍କ ଠାରୁ ଆରମ୍ଭ କରି ଜିଲ୍ଳାପାଳ ପର୍ଯ୍ୟନ୍ତ ସବୁ ସ୍ତରରେ ସମାଧାନର ରାସ୍ତା ବାହାର କରିବା କୁ ଉଦ୍ୟମ ଆରମ୍ଭ ହୋଇ ଥିଲେ ହେଁ ତାହା ସମ୍ଭବ ହୋଇ ପାରୁ ନାହିଁ. କୁଆଡେ ଏହି 18 ସହ ମିଟର ଜମି ଉପରେ 68 ଜଣଙ୍କର ନାମରେ ଜମି ପଟ୍ଟା ରହିଛି. ତେବେ ସେହି 68 ଜନଙ୍କ ପଟା ଧାରୀ ମାନଙ୍କ ମଧ୍ୟରୁ କେବଳ ଜନେ ବ୍ୟକ୍ତି ଅଛନ୍ତି ଯାହାଙ୍କ ପାଇଁ ସମାଧାନ ର ରାସ୍ତା ବାହରି ପାରୁ ନ ଥିବା କୁହାଯାଉଛି. କୁହାଯାଉଛି ଯେଉଁ ଲୋକ ମାନଙ୍କ ଜମି ଏହି ରାସ୍ତାରେ ଯାଉଛି ସେମାନଙ୍କ କ୍ଷତି ପୂରଣ ବାବଦକୁ ଟଙ୍କା ଆସିଯାଇଥି ବା ପୂର୍ତ୍ତ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି. ମାତ୍ର ରାଜସ୍ୱ ବିଭାଗ ପକ୍ଷରୁ ସେହି ଜନେ ବ୍ୟକ୍ତି ଙ୍କ ଜମି ବିବାଦକୁ ସମାଧାନ କରିବା ରେ ବିଳମ୍ବ ହେଉଥିବାରୁ ଲୋକମାନଙ୍କ କ୍ଷତି ପୂରଣ ମଧ୍ୟ ଦିଆ ଯାଇ ପାରୁ ନାହିଁ କି ରାସ୍ତା ନିର୍ମାଣ ହୋଇ ପାରୁ ନାହିଁ. 68 ଜଣ ପଟା ଧାରି ଙ୍କ ମଧ୍ୟରୁ ସ୍ଵର୍ଗୀୟ ଲହରୁ ଖଡିଆ ଙ୍କ ଜମିକୁ ନେଇ ବିବାଦ ଦେଖା ଦେଇଛି. ତାଙ୍କର କୁଆଡେ ତହସିଲ କାର୍ଯ୍ୟାଳୟ ରେ କେଶ୍ ରେକର୍ଡ ମିଳୁ ନ ଥିବା କୁହାଯାଉଛି. ହେଲେ ଲହ ରୁ ଖଡିଆ ଖଜଣା ଦେଉଥିବା ସତ୍ତ୍ୱେ ବୀରମିତ୍ରପୁର ତହସିଲ କର୍ତ୍ତୃପକ୍ଷ ତାଙ୍କ କେଶ୍ ରେକର୍ଡ କେମିତି ପାଇ ପାରୁ ନାହାନ୍ତି ତାହା ଚିନ୍ତାର ବିଷୟ . ସେହିଭଳି ମଣ୍ଡପ- ବାରିଲେପଟା ରାସ୍ତା ପ୍ରାୟ ଏକ ବର୍ଷ ପୂର୍ବେ ଗ୍ରାମ ଉନ୍ନୟନ ବିଭାଗ ରୁ ପୂର୍ତ୍ତ ବିଭାଗ କୁ ହସ୍ତାନ୍ତର ହୋଇଛି. ଏହି ରାସ୍ତା ଟି ମଣ୍ଡପ ଠାରୁ ଆରମ୍ଭ ହୋଇ ବାରିଲେପଟା ଦେଇ ନୂଆଗାଁ କୁ ସଂଯୋଗ କରିବ. ଏହି 15 କିଲୋମିଟର ରାସ୍ତା ପାଇଁ ନା ଟେଣ୍ଡର ହେଉଛି ନା ସାମୟିକ ଭାବେ ମରାମତି ହେଉଛି. ଏହି ରାସ୍ତା ଉପରେ ନୂଆଗାଁ ବ୍ଳକ ର 15 ଟି ପଞ୍ଚାୟତ ର 50 ହଜାର ଲୋକ ନିର୍ଭରଶିଳ. ସେହିଭଳି ବିଶ୍ରା ଥାନା ଅଧୀନରେ 10 ଟି ପଞ୍ଚାୟତ ରହୁଛି. କେବଳ ସେତିକି ନୁହେଁ ଏହି ରାସ୍ତା ଟି ବାରି ଲେପ୍ଟା- ସୋରଡ଼ା- ଲୋଆ ରାମ ଦେଇ ଝାରଖଣ୍ଡ ର ରାଞ୍ଚି କୁ ସଂଯୋଗ କରୁଛି. ପ୍ରତିଦିନ ଛାତ୍ରଛାତ୍ରୀ ମାନଙ୍କୁ ଆରମ୍ଭ କରି ଚାଷୀ ବ୍ୟବସାୟୀ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି. ହେଲେ ଦୁର୍ଭାଗ୍ୟ ର ବିଷୟ ପୂର୍ତ୍ତ ବିଭାଗ ଏ ପର୍ଯ୍ୟନ୍ତ ଏହି ରାସ୍ତା ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିନାହାନ୍ତି. ନୂଆଗାଁ ବ୍ଳକ ଏକ ଉପାନ୍ତ ଆାଦିବାସୀ ବହୁଳ ଅଞ୍ଚଳ ପ୍ରତି ପ୍ରଶାସନ ର ସବୁ କ୍ଷେତ୍ରରେ ଅବହେଳାକୁ ସାଧାରଣରେ ସମାଲୋଚନା କରାଯାଉଛି.ଏହି ବିଷୟରେ ପୂର୍ତ୍ତ ବିଭାଗର ଏସ୍ ଡି ଓ ସନ୍ଦୀପ ସତପଥୀ ଙ୍କୁ ପଚାରିବାରୁ ସେ କହିଥିଲେ ଆମେ ପଞ୍ଚାୟତରେ ଏକ ଗ୍ରାମ ସଭା କରିଥିଲୁ କିନ୍ତୁ ବିଫଳ ହୋଇଛୁ,ସରକାର ଯାହା କରିବେ, ଗୋଟିଏ ଲୋକ ପାଇଁ ଜମି ଅଧିଗ୍ରହଣ ହୋଇପାରୁନାହିଁ. ଜମି ସମସ୍ୟାର ସମାଧାନ ହେଲେ ହିଁ ପୂର୍ତ୍ତ ବିଭାଗ କାମ କରିବ, ଏହା ଆମ ହାତରେ ନାହିଁ, ସେହିପରି ମଣ୍ଡପ-ବାରି ଲେପ୍ଟା ଟେଣ୍ଡର ପାଇଁ ସମୟ ଲାଗିବ, କିନ୍ତୁ ଆମେ ଯେତିକି ପାରିବା ବର୍ତ୍ତମାନ ମରାମତି କରିବାକୁ ଯୋଜନା କରିଛୁ ଆଗକୁ ରାସ୍ତାଟି ପୁରା ନୂଆ ହେବ I

Rourkela (ରାଉରକେଲା) • Report: Ganapati Das

ଲଗାଣ ବର୍ଷାପରେ ଜି.ସି କଲେଜ ରେ ପାଣି
Sep 23, 2026•12 views

ଲଗାଣ ବର୍ଷାପରେ ଜି.ସି କଲେଜ ରେ ପାଣି

ଯାଜପୁର ବରୀ: ଲଘୁଚାପ ପ୍ରଭାବରେ ତୁହାକୁ ତୁହା ପ୍ରବଳ ବର୍ଷା ହେବାସହ ବିଭିନ୍ନ ଖାଲୁଆ ସ୍ଥାନ ମାନଙ୍କରେ ପାଣି ଜମିରହିଛି ସେହିପରି ପ୍ରମୁଖ ଶିକ୍ଷାନୁଷ୍ଠାନ ଜି. ସି କଲେଜ ପରିସରରେ ବର୍ଷାଜଳ ଜମି ରହିଥିଲା ଫଳରେ ଛାତ୍ରଛାତ୍ରୀ ଓ କର୍ମଚାରି ମାନେ ପାଣିରେ ପଶି ଗତାଗତ କରିଥିଲେ କଲେଜ ପରିସରରୁ ବର୍ଷାଜଳ ନିଷ୍କାସିତ ହୋଇ ପାରୁନଥିବାରୁ ଏହା ଦୀର୍ଘଦିନ ଜମି ରହୁଚି ଯାହାଫଳରେ ଛାତ୍ରଛାତ୍ରୀଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇବା ସହ କଲେଜ ପରିସରରୁ ଜଳ ନିଷ୍କାସନ ବ୍ୟବସ୍ଥା କରିବାକୁ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଦାବି କରାଯାଇଛି

Jajpur (ଯାଜପୁର) • ବରୀରୁ ସୁଧାଂଶୁ ଶେଖର ଓଝାଙ୍କ ରିପୋର୍ଟ

କନ୍ତକାର ସେତୁରେ ଅସ୍ଥାୟୀ ବାଡା ନିର୍ମାଣ
Sep 23, 2026•11 views

କନ୍ତକାର ସେତୁରେ ଅସ୍ଥାୟୀ ବାଡା ନିର୍ମାଣ

ଯାଜପୁର ବରୀ: ବରୀ ଅଞ୍ଚଳବାସୀଙ୍କ ଦାବି ଆଜି ଆଂଶିକ ପୂରଣ ହୋଇଛି ବରୀ ରାମଚନ୍ଦ୍ରପୁର ରାସ୍ତାରେ ଥିବା କନ୍ତକାର ସେତୁ ସଂଯୋଗୀ କରଣ ଗତକାଲି ମଙ୍ଗଳବାର ପୂର୍ତ୍ତି ବିଭାଗ ପକ୍ଷରୁ ଅସ୍ଥାୟୀ କାଠବାଡ଼ା ନିର୍ମାଣ କରାଯାଇଛି ଏହି ସେଥିରେ ପ୍ରତିଦିନ ଶହ ଶହ ପଥଚାରୀ ଯିବାସହ ବିପଦର କାରଣ ହେଉଥିଲା କନ୍ତକାର ସେତୁ ଏ ନେଇ ଗଣମାଧ୍ୟମ ରେ ବାରମ୍ବାର ଖବର ପ୍ରକାଶ ପାଇବା ସହ ଜାଗ୍ରତ ବରୀ ପକ୍ଷରୁ ବରୀ ବ୍ଲକ କାର୍ଯ୍ୟାଳୟ ରେ ହୋଇଥିବା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଲିଖିତ ଅଭିଯୋଗ କରାଯାଇଥିଲା ଏବେ ଅସ୍ଥାୟୀ ବାଡ଼ା ନିର୍ମାଣ ପରେ ସାଧାରଣ ରେ ଖୁସି ପ୍ରକାଶ ପାଇବା ସହ ବିଭାଗ କେବେ ସ୍ଥାୟୀ ବାଡ଼ା ନିର୍ମାଣ କରିବାକୁ ପଦକ୍ଷେପ ନେବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି

Jajpur (ଯାଜପୁର) • ବରୀରୁ ସୁଧାଂଶୁ ଶେଖର ଓଝାଙ୍କ

ମୁକୁଳା ପଡିଛି ଚନ୍ଦନପୁର ଘାଇ ପଦକ୍ଷେପ ନେଉନାହିଁ ଜଳ ସମ୍ପଦ ବିଭାଗ
Sep 23, 2026•14 views

ମୁକୁଳା ପଡିଛି ଚନ୍ଦନପୁର ଘାଇ ପଦକ୍ଷେପ ନେଉନାହିଁ ଜଳ ସମ୍ପଦ ବିଭାଗ

ଯାଜପୁର ବରୀ: ବନ୍ୟାର ଏକ ମାସ ପରେ ବି ବ୍ରାହ୍ମଣୀ ନଦୀର ଚନ୍ଦନପୁର ଠାରେ ହୋଇଥିବା ଘାଇ ମୁକୁଳା ପଡିଛି । ଏହାକୁ ବନ୍ଧାଇବାକୁ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉ ନଥିବା ଅଭିଯୋଗ ହୋଇଛି । ବନ୍ଧ ନିର୍ମାଣ ସମୟରେ ନିମ୍ନମାନର ମାଟି ପକାଇ ବନ୍ଧ ବନ୍ଧା ଯାଇଥିବାରୁ ଗତ ବନ୍ୟାରେ ଏହି ନଦୀ ବନ୍ଧରେ ଘାଇ ସୃଷ୍ଟି ହୋଇ ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଥିଲା ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ବନ୍ୟାରେ ଘାଇ ହେବା ଦ୍ୱାରା ବ୍ୟାପକ ଅଞ୍ଚଳରେ ଧାନ ଚାଷ ସହିତ ଅନ୍ୟାନ୍ୟ ଫସଲ ସମ୍ପୂର୍ଣ୍ଣ ଉଜୁଡି ଯାଇଛି । ବନ୍ୟା ପରେ ଏହି ଘାଇକୁ ତୁରନ୍ତ ମରାମତି କରିବା ବଦଳରେ ବିଭାଗ କାହିଁକି ପଦକ୍ଷେପ ନେଇ ନାହିଁ ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ୟ ପକ୍ଷରେ ଲଘୁଚାପ ଫଳରେ ସାରା ରାଜ୍ୟରେ ପ୍ରବଳ ବର୍ଷାର ଆକଳନ କରିଛି ପାଣିପାଗ ବିଭାଗ । ଏପରି ସ୍ଥଳେ ଯଦି ବ୍ରହ୍ମଣୀର ଉପର ମୁଣ୍ଡରେ ବର୍ଷା ହୋଇ ବନ୍ୟା ଆସେ ତେବେ ଏହି ଘାଇ ଦେଇ ବନ୍ୟା ଜଳ ପ୍ରବେଶ କଲେ ବ୍ୟାପକ ଅଞ୍ଚଳ ପୁଣି ଜଳମଗ୍ନ ହେବାର ଆଶଙ୍କା ସୃଷ୍ଟି ହୋଇଛି । ତୁରନ୍ତ ବିଭାଗ ପକ୍ଷରୁ ଏହି ଘାଇ ମରାମତି କରିବାକୁ ସାଧାରଣରେ ଦାବି ହୋଇଛି ବରୀରୁ ସୁଧାଂଶୁ ଶେଖର ଓଝାଙ୍କ ରିପୋର୍ଟ

Jajpur (ଯାଜପୁର) • ବରୀରୁ ସୁଧାଂଶୁ ଶେଖର ଓଝାଙ୍କ ରିପୋର୍ଟ

ଅସରାଏ ବର୍ଷାରେ NH-57ରେ କୃତ୍ରିମ ପୋଖରୀ
Sep 23, 2026•59 views

ଅସରାଏ ବର୍ଷାରେ NH-57ରେ କୃତ୍ରିମ ପୋଖରୀ

ଖୋର୍ଦ୍ଧା: ଅସରାଏ ବର୍ଷା ହେଲେ ଖୋର୍ଦ୍ଧା–ବଲାଙ୍ଗୀର NH-57ର ଜାଗୁଳେଇପାଟଣା ଛକରେ ସୃଷ୍ଟି ହେଉଛି କୃତ୍ରିମ ପୋଖରୀ। ରାସ୍ତା ଉପରେ ଜମି ରହୁଛି ବର୍ଷାଜଳ। ଫଳରେ ପାଣି ତଳେ ଲୁଚିଯାଉଛି ରାସ୍ତାର ଖାଲଖମା। ଏହା ଯାନବାହନ ଚାଳକଙ୍କ ପାଇଁ ଦୁର୍ଘଟଣାର ଆଶଙ୍କା ବଢ଼ାଇ ଦେଇଛି।କୋଟି କୋଟି ଟଙ୍କା ବ୍ୟୟରେ ରାସ୍ତା ପ୍ରଶସ୍ତିକରଣ ଓ ଉନ୍ନତିକରଣ କରାଯାଉଥିବା ବେଳେ, ବର୍ଷାଜଳ ନିଷ୍କାସନ ପାଇଁ ଆବଶ୍ୟକ ଡ୍ରେନେଜ୍ ବ୍ୟବସ୍ଥା କାହିଁକି ନାହିଁ ବୋଲି ସ୍ଥାନୀୟ ଲୋକେ ପ୍ରଶ୍ନ ଉଠାଇଛନ୍ତି। ପାଣି ତଳେ ଖାଲ ଦିଶୁନାହିଁ, କିନ୍ତୁ ତା' ତଳେ ଲୁଚି ରହିଛି ବିପଦ। ବିଶେଷକରି ଦୁଇଚକିଆ ଯାନ ଚାଳକମାନେ ଏଠାରେ ଅଧିକ ବିପଦର ସମ୍ମୁଖୀନ ହେଉଛନ୍ତି। ଏଭଳି ସ୍ଥିତିରେ ଜାଗୁଳେଇପାଟଣା ଛକରେ ଜଳ ନିଷ୍କାସନର ସ୍ଥାୟୀ ବ୍ୟବସ୍ଥା କେବେ ହେବ? ଯାତ୍ରୀ ଓ ଯାନବାହନ ଚାଳକଙ୍କ ସୁରକ୍ଷା ପାଇଁ NHAI କର୍ତ୍ତୃପକ୍ଷଙ୍କ ଦୃଷ୍ଟି କେବେ ପଡ଼ିବ, ତାହାକୁ ଅପେକ୍ଷା କରିଛନ୍ତି ସ୍ଥାନୀୟ ଲୋକେ।

Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା