--:--:--
-- ---
Srishti News

Web News

Farmer Loses Bullock to Lightning Strike; Villagers Demand Compensation
Jun 27, 2026206 views

Farmer Loses Bullock to Lightning Strike; Villagers Demand Compensation

Boden, June 27 A devastating lightning strike during heavy rainfall on Saturday afternoon has dealt a severe blow to the livelihood of a poor farmer in Temri village under Boden Gram Panchayat of Boden Block in Nuapada district. According to reports, one bullock belonging to Bibhishan Majhi, a marginal farmer and daily wage labourer, died on the spot after being struck by lightning. The tragic incident has left the farmer’s family in deep distress, as the animal was their primary source of support for agricultural activities. Bibhishan Majhi, who depends on farming and daily labour to sustain his family, relied heavily on the bullock for cultivation. With the farming season about to begin, the sudden loss has become an irreparable setback. Due to his poor financial condition, purchasing another bullock is beyond his means, leaving the family worried about the upcoming cultivation season. Upon receiving information about the incident, local BJP leaders Benudhar Jagat, Kunjabihari Kand, Dharam Majhi, along with several villagers, visited the spot and expressed their condolences to the bereaved family. They urged the district administration to conduct an immediate inquiry and provide adequate compensation to the affected farmer in accordance with government norms. Villagers said that poor farmers affected by natural calamities deserve timely government assistance. They appealed to the administration to adopt a humanitarian approach and release compensation at the earliest so that the farmer’s family can recover from the loss and resume agricultural activities.

Nuapada (ନୂଆପଡ଼ା)Reporter: Kashyap Jagat

Poetry and Short Story Collections Unveiled at Lokadrusti College
Jun 27, 202653 views

Poetry and Short Story Collections Unveiled at Lokadrusti College

Khariar, June 26 A grand book release ceremony was organized at Lokadrusti College, Gadramunda, under the auspices of the Khariar Research Foundation, celebrating the literary contributions of noted poet and fiction writer Upendra Panigrahi. On the occasion, his poetry collection “Amruta Anuraga” and short story collection “Aparajita” were officially unveiled. The programme was presided over by retired Headmaster Balabhadra Mahouti, while retired administrative officer Ramachandra Mohanty attended as the Chief Guest. Eminent poet Nilalohita Sindeo graced the event as the Guest of Honour. The poetry collection Amruta Anuraga was reviewed by Dr. Sushanta Kumar Bishi, Headmaster of Rudrapadmini High School, Chindaguda, whereas the short story collection Aparajita was reviewed by retired professor Dr. Lohitaksha Joshi. Poet Sanatan Mahouti was also present on the dais. Speakers appreciated Amruta Anuraga for its graceful blend of love, nature, and human emotions, while Aparajita was praised for its compelling portrayal of rural life, social struggles, and the indomitable spirit of women. During the ceremony, renowned musicians Nandalal Barik and Muralidhar Patel were felicitated for their contributions to the field of music. Poet Kailash Bag delivered the welcome address, and teacher Gouranga Sahu of Raja AT High School efficiently conducted the proceedings. Addressing the gathering, author Upendra Panigrahi shared his literary journey and reflected on the inspiration behind his writings. Among those present were retired Income Tax Commissioner Srikanta Chatterjee, Lokadrusti Director Abani Mohan, retired professors Dr. Arun Pradhan, Dr. Sarat Chandra Chalan, retired ABEO Kshemaraj Mahapatra, poets Kharat Chandra Barik and Chaturbhuja Sindeo, Tilottama Panigrahi, Aditya Narayan Panda, Abakash Panda, Prabhasini Joshi, Samjukta Panda, Yogeswari Barik, Gobinda Panda, and several other distinguished literary personalities and enthusiasts. The programme concluded with a vote of thanks proposed by Chaturbhuja Sindeo, marking the event as a memorable celebration of literature and creative expression.

Nuapada (ନୂଆପଡ଼ା)Reporter: Bhajanlal Jagat

୧୯୧୭ର ଐତିହ୍ୟବାହୀ ଶ୍ରୀ ମର୍ଦ୍ଦରାଜ ଉଚ୍ଚ ବିଦ୍ୟାଳୟ ଅବହେଳିତ, ଉନ୍ନତି ପାଇଁ ଦାବି ଜୋରଦାର
Jun 27, 2026130 views

୧୯୧୭ର ଐତିହ୍ୟବାହୀ ଶ୍ରୀ ମର୍ଦ୍ଦରାଜ ଉଚ୍ଚ ବିଦ୍ୟାଳୟ ଅବହେଳିତ, ଉନ୍ନତି ପାଇଁ ଦାବି ଜୋରଦାର

ଖଲ୍ଲିକୋଟ: ଖଲ୍ଲିକୋଟ ସହରର ମଧ୍ୟଭାଗରେ ଅବସ୍ଥିତ ଐତିହ୍ୟବାହୀ ଶ୍ରୀ ମର୍ଦ୍ଦରାଜ ଉଚ୍ଚ ବିଦ୍ୟାଳୟ ବର୍ତ୍ତମାନ ଅବହେଳା ଓ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଚିନ୍ତା ପ୍ରକାଶ ପାଇଛି। ଖଲ୍ଲିକୋଟ ରାଜପରିବାରଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି ବିଦ୍ୟାଳୟ ୧୯୧୭ ମସିହାରେ ସ୍ଥାପିତ ହୋଇଥିଲା ଏବଂ ସେହି ସମୟରେ ସମଗ୍ର ଅଞ୍ଚଳର ପ୍ରମୁଖ ଶିକ୍ଷାନୁଷ୍ଠାନ ଭାବେ ପରିଚିତ ଥିଲା। ଦୀର୍ଘ ବର୍ଷ ଧରି ଏହି ବିଦ୍ୟାଳୟରୁ ପାଠପଢ଼ି ଅନେକ ଛାତ୍ରଛାତ୍ରୀ ଉଚ୍ଚ ପଦବୀରେ ଅଧିଷ୍ଠିତ ହୋଇଛନ୍ତି। ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ମଧ୍ୟ ଏହି ବିଦ୍ୟାଳୟର ପୂର୍ବତନ ଛାତ୍ର। ବାଲୁଙ୍କେଶ୍ୱରପୁର ଓ କୁଶଢିପାର ଅଞ୍ଚଳର ଅନେକ ପୂର୍ବତନ ଛାତ୍ର ଆଇଏଏସ୍ ଓ ଓଏଏସ୍ ପରି ଉଚ୍ଚ ପ୍ରଶାସନିକ ପଦବୀରେ କାର୍ଯ୍ୟରତ ଥିବା କୁହାଯାଏ। ତେବେ ବର୍ତ୍ତମାନ ବିଦ୍ୟାଳୟ ପରିସରର ଅନେକ କୋଠରୀ ଜରାଜୀର୍ଣ୍ଣ ହୋଇପଡ଼ିଥିବା ବେଳେ କାନ୍ଥରେ ଶିଉଳି ଜମିଛି, ଅଫିସ୍ ଭବନର ଛାତରୁ ରଡ଼ ବାହାରି ଆସୁଛି। ଶୌଚାଳୟ ଓ ସାଇକେଲ ଷ୍ଟାଣ୍ଡ ଉପରେ ଅନାବଶ୍ୟକ ଲତାଗୁଳ୍ମ ମାଡ଼ିଯାଇଥିବାରୁ ବିଦ୍ୟାଳୟ ପରିବେଶ ବ୍ୟବସ୍ଥାହୀନ ହୋଇପଡ଼ିଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଯେ, ବିଦ୍ୟାଳୟର ଉନ୍ନତି ପାଇଁ ପର୍ଯ୍ୟାପ୍ତ ଧ୍ୟାନ ଦିଆଯାଉନାହିଁ। ପଞ୍ଚଶୀଳ ଯୋଜନା ଅନ୍ତର୍ଗତ ଛାତ୍ରାବାସ ପାଇଁ ମଞ୍ଜୁର ହୋଇଥିବା ଅନୁଦାନର ସଠିକ୍ ବିନିଯୋଗ ହୋଇନଥିବା ନେଇ ମଧ୍ୟ ସ୍ଥାନୀୟ ସ୍ତରରେ ଚର୍ଚ୍ଚା ଚାଲିଛି। ତେବେ ଏହି ଅଭିଯୋଗଗୁଡ଼ିକର ସ୍ୱାଧୀନ ପୁଷ୍ଟି ହୋଇନାହିଁ। ବିଦ୍ୟାଳୟର ପୂର୍ବତନ ଛାତ୍ର ଓ ଶ୍ରୀଷ୍ଠି ନ୍ୟୁଜ୍‌ର ସ୍ୱତନ୍ତ୍ର ପ୍ରତିନିଧି ଶିବରାମ ଜେନା କହିଛନ୍ତି ଯେ, ସେ ଏହି ସମସ୍ୟା ସମ୍ପର୍କରେ ପୂର୍ବରୁ ବିଭିନ୍ନ ଗଣମାଧ୍ୟମ ମାଧ୍ୟମରେ ସରକାର ଓ ପ୍ରଶାସନଙ୍କ ଦୃଷ୍ଟିଆକର୍ଷଣ କରିଆସୁଛନ୍ତି। ଏହା ସତ୍ତ୍ୱେ ଆବଶ୍ୟକୀୟ ପଦକ୍ଷେପ ନିଆଯାଇନଥିବାରୁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ଐତିହ୍ୟବାହୀ ଏହି ଶିକ୍ଷାନୁଷ୍ଠାନର ସୁରକ୍ଷା, ମରାମତି ଏବଂ ସାମଗ୍ରିକ ଉନ୍ନତି ପାଇଁ ସରକାର ଓ ସମ୍ପୃକ୍ତ ବିଭାଗ ଶୀଘ୍ର ପଦକ୍ଷେପ ନେବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି।

Ganjam (ଗଞ୍ଜାମ)ରିପୋର୍ଟ: ଶିବରାମ ଜେନା, ସ୍ୱତନ୍ତ୍ର ପ୍ରତିନିଧି, ଖଲ୍ଲିକୋଟ

ବଲାଣିରେ ଶାନ୍ତି, ସମ୍ପ୍ରୀତି ଓ ଭକ୍ତିଭାବରେ ପାଳିତ ହେଲା ମହରମ
Jun 27, 202628 views

ବଲାଣିରେ ଶାନ୍ତି, ସମ୍ପ୍ରୀତି ଓ ଭକ୍ତିଭାବରେ ପାଳିତ ହେଲା ମହରମ

ବଲାଣି,‌: କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଅନ୍ତର୍ଗତ ଖଣି ଅଞ୍ଚଳ ବଲାଣିରେ ଇସଲାମ ଧର୍ମାବଲମ୍ବୀଙ୍କ ପବିତ୍ର ପର୍ବ ମହରମ ଶନିବାର ଭକ୍ତି, ଶାନ୍ତି ଓ ସମ୍ପ୍ରୀତିର ପରିବେଶରେ ଧୂମଧାମରେ ପାଳନ କରାଯାଇଛି। ଏହି ଅବସରରେ ବଲାଣି ମାର୍କେଟ ଜାମା ମସଜିଦରୁ ଏକ ଭବ୍ୟ ଶୋଭାଯାତ୍ରା ବାହାରି ସମଗ୍ର ଅଞ୍ଚଳରେ ଧାର୍ମିକ ଉତ୍ସାହର ପରିବେଶ ସୃଷ୍ଟି କରିଥିଲା। ଶୋଭାଯାତ୍ରାଟି ବଲାଣି ମାର୍କେଟ, ମାଉଣ୍ଟ କ୍ଲବ ଛକ, ବିବେକାନନ୍ଦ ଛକ ଓ ବିର୍ସା ମୁଣ୍ଡା ଛକ ଦେଇ ଅଗ୍ରସର ହୋଇ ବଲାଣି କଲୋନୀ ଜାମା ମସଜିଦରେ ପହଞ୍ଚି ସମାପ୍ତ ହୋଇଥିଲା। ଯାତ୍ରା ସମୟରେ ଯୁବକମାନେ ପାରମ୍ପରିକ ଲାଠିଖେଳ, ସମେତ ବିଭିନ୍ନ କ୍ରୀଡ଼ା କୌଶଳ ପ୍ରଦର୍ଶନ କରିଥିଲେ, ଯାହାକୁ ଦେଖିବା ପାଇଁ ରାସ୍ତାକଡ଼ରେ ବହୁ ସଂଖ୍ୟକ ଲୋକଙ୍କ ଭିଡ଼ ଜମିଥିଲା।ଏହି ଶୋଭାଯାତ୍ରାରେ ମୁସଲିମ ସମ୍ପ୍ରଦାୟର ମହିଳା, ପୁରୁଷ ଓ ଶିଶୁମାନେ ବହୁ ସଂଖ୍ୟାରେ ସାମିଲ ହୋଇ ଧାର୍ମିକ ଆସ୍ଥା ଓ ସାମାଜିକ ଏକତାର ବାର୍ତ୍ତା ଦେଇଥିଲେ। ସମଗ୍ର କାର୍ଯ୍ୟକ୍ରମ ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ପରିବେଶରେ ସମ୍ପନ୍ନ ହୋଇଥିଲା। ମହରମ ଅବସରରେ ଆଇନଶୃଙ୍ଖଳା ବଜାୟ ରଖିବା ପାଇଁ ବଡ଼ବିଲ ଏସଡିପିଓ ଦେବେନ୍ଦ୍ର ନାଥ ଫିଙ୍ଗୁଆଙ୍କ ତତ୍ତ୍ୱାବଧାନରେ ବଲାଣି ଥାନା ଅଧିକାରୀ ଲବ ବୋଡାଙ୍କ ସମେତ ବହୁ ପୁଲିସ କର୍ମଚାରୀ ସମ୍ପୂର୍ଣ୍ଣ ରୁଟ୍‌ରେ ମୁତୟନ ରହି ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିଥିଲେ। ପୁଲିସର କଡ଼ା ନଜରଦାରି ଓ ସ୍ଥାନୀୟ ଲୋକଙ୍କ ସହଯୋଗ ଯୋଗୁଁ ସମଗ୍ର କାର୍ଯ୍ୟକ୍ରମ କୌଣସି ଅପ୍ରୀତିକର ଘଟଣା ବିନା ସଫଳତାର ସହ ଶେଷ ହୋଇଥିଲା।

Kendujhar (କେନ୍ଦୁଝର)ରିପୋର୍ଟ: ସିଙ୍ଗରାଇ ଚାମ୍ପିଆ, ବଲାଣି

ମହିଳାଙ୍କୁ ଗାଳି ସହ ମରଣାନ୍ତକ ଆକ୍ରମଣ : ଅଭିଯୁକ୍ତ ଗିରଫ
Jun 27, 202648 views

ମହିଳାଙ୍କୁ ଗାଳି ସହ ମରଣାନ୍ତକ ଆକ୍ରମଣ : ଅଭିଯୁକ୍ତ ଗିରଫ

ଜଗତପୁର:ଜଣେ ମହିଳାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି କରିବା ସହ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଜଗତପୁର ପୁଲିସ ଜଣେ ଯୁବକକୁ ଗିରଫ କରିଛି | ଗିରଫ ଅଭିଯୁକ୍ତ ହେଲେ ଜଗତପୁର ଥାନା ଅନ୍ତର୍ଗତ ପଶ୍ଚିମକଛ ଡିହସାହି ଗ୍ରାମର ସମ୍ବିତ ଜେନା ଓରଫ ଚିକୁନା(୨୨)| ପୁଲିସ ସୁଚନା ମୁତାବକ ଗତ ୧୧ ତାରିଖ ରାତିରେ ସେହି ଗ୍ରାମର ସୁଲୋଚନା ବେହୁରା ତାଙ୍କ ବଡ ଭାଇଙ୍କ ନାବାଳକ ପୁଅ ସହିତ ରାସ୍ତାରେ ଯାଉଥିଲେ | ନାବାଳକ ଜଣକ ଯାଉଥିବା ସମୟରେ ମନକୁ ମନ ମାମୁନି ଥେଇ ଥେଇ ଗୀତ ଗାଉଥିଲେ | ଏହି ସମୟରେ ଅଭିଯୁକ୍ତ ଚିକୁନାଙ୍କ ଭଉଣୀ ମାମୁନି ଏହି ଗୀତ କାହିଁକି ବୋଲୁଛୁ ବୋଲି କହି ତାଙ୍କୁ ବିରୋଧ କରିଥିଲେ | ପରେ ଅଭିଯୁକ୍ତ ଚିକୁନା ଘଟଣା ସ୍ଥଳରେ ପହଞ୍ଚି ସୁଲୋଚନା ଓ ତାଙ୍କ ନାବାଳକ ପୁତୁରାଙ୍କୁ ଅସ୍ରାବ୍ୟ ଭାଷାରେ ଗାଳି ଦେଇଥିଲା | ସୁଲୋଚନା ଘରେ ପହଞ୍ଚିବା ପରେ ସମସ୍ତ ଘଟଣା ଜଣାଇଥିଲେ | ଏହାପରେ ସୁଲୋଚନା ଏବଂ ତାଙ୍କ ମାଆ ଅଭିଯୁକ୍ତ ଚିକୁନାଙ୍କ ଘରକୁ ଯାଇ ଗାଳି କରିବାର କାରଣ ପଚାରିଥିଲେ | ଏଥିରେ ଚିକୁନା ଉତକ୍ଷିପ୍ତ ହୋଇ ଗାଳି ଦେବା ସହ ସୁଲୋଚନାଙ୍କ ଚୁଟିକୁ ଧରି ଟଣାଓଟରା କରିଥିଲା ଓ ଘରୁ ଏକ ଧାରୁଆ କଟୁରୀ ଆଣି ତାଙ୍କୁ ଆକ୍ରମଣ କରିଥିଲା | ଏଥିରେ ସୁଲୋଚନାଙ୍କ ବାମ ହାତ ପାପୁଲିରେ ଗଭୀର କ୍ଷତ ହେବା ସହ ରକ୍ତସ୍ରାବ ହୋଇଥିଲା | ଆକ୍ରମଣ କରିବା ପରେ ଚିକୁନା ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା | ଏନେଇ ଗତ ୧୨ ତାରିଖ ଦିନ ସୁଲୋଚନା ଜଗତପୁର ଥାନାରେ ଅଭିଯୋଗ କରିଥିଲେ | ଅଭିଯୋଗ ପାଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା l ଉଭୟ ପରିବାର ମଧ୍ୟରେ ଦୀର୍ଘ ଦିନରୁ ମନାନ୍ତର ରହିଥିବା ଜଣା ପଡିଥିଲା l ପୁଲିସ ଅଭିଯୁକ୍ତକୁ ଗିରଫ କରିବା ନିମନ୍ତେ ଚଢ଼ଉ ଜାରି ରଖିଥିଲା | ଆଜି ବିଶେଷ ସୂତ୍ରରୁ ଖବର ପାଇ ପୁଲିସ ଅଭିଯୁକ୍ତ ଚିକୁନାକୁ ତାଙ୍କ ଘରୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାସମଲ ସୂଚନା ଦେଇଛନ୍ତି |

Cuttack (କଟକ)ରିପୋର୍ଟ: ସୁରେନ୍ଦ୍ର ଜେନା, କଟକ

କ୍ୟାନ୍ସର ପୀଡିତ ଙ୍କ ନିମନ୍ତେ "ସମାଜ ମଙ୍ଗଳ ହୁଣ୍ଡୀ"
Jun 27, 2026105 views

କ୍ୟାନ୍ସର ପୀଡିତ ଙ୍କ ନିମନ୍ତେ "ସମାଜ ମଙ୍ଗଳ ହୁଣ୍ଡୀ"

ପଟ୍ଟାମୁଣ୍ଡାଇ: ଆଜି ର ସମୟ ରେ ସାରା ଭାରତ ବର୍ଷ ମଧ୍ୟ ରେ କର୍କଟ ରୋଗ ମୁଖ୍ୟ ସମସ୍ୟା ରେ ପରିଣତ ହୋଇଛି l ଏହି ରୋଗ ରେ ରୋଗୀ ଅତିଶୟ ଯନ୍ତ୍ରଣା ଅନୁଭବ କରିବା ସହ ମୃତ୍ୟୁ ମୁଖ ରେ ପଡିଥାଏ l ଯେତେ ଧନ ସମ୍ପତି ଥିଲେ ମଧ୍ୟ ତାହା ସବୁ ସରିଯାଏ l ଏହିପରି ରୋଗୀ ମାନଙ୍କୁ ସହଯୋଗ କରିବାକୁ ଗୋଟିଏ ନୂତନ ପ୍ରୟାସ ଆରମ୍ଭ କରିଛନ୍ତି ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ l କେନ୍ଦ୍ରାପଡ଼ା ଜିଲ୍ଲା ରେ ପ୍ରଥମ ଥର ଏହା ଆରମ୍ଭ ହୋଇଛି l ଏହି କାର୍ଯ୍ୟକ୍ରମ ର ନାମ ରହିଛି କର୍କଟ ପୀଡିତ ଙ୍କ ପାଇଁ "ସମାଜ ମଙ୍ଗଳ ହୁଣ୍ଡୀ " l ଆଜି ଥିଲା ପଟାମୁଣ୍ଡାଇ ବ୍ଲକ ଗଙ୍ଗାରାମପୁର ପଂଚାୟତ ର ଗୁଣୁପୁର ପାଟଣା ଗ୍ରାମ ର ସଂଜୀବ ତରାଇ ଙ୍କ ପୁଅ ର ନାମକରଣ ଉତ୍ସବ l ଏହି କାର୍ଯ୍ୟକ୍ରମ ରେ ହୁଣ୍ଡୀ କୁ ରଖା ଯାଇ ଯାହା ବଦାନ୍ୟ ବ୍ୟକ୍ତି ଙ୍କ ସହଯୋଗ ରେ ସଞ୍ଚିତ ଅର୍ଥ ଏକ ପୀଡିତ ଙ୍କୁ ପ୍ରଦାନ କରାଯାଇଥିଲା l ଆଜି ଡେରାବିଶ ବ୍ଲକ ର ଠାକୁରପାଟଣା ର କର୍କଟ ପୀଡିତ ମୁରଲୀଧର ବାଇ ଙ୍କୁ ନିମନ୍ତ୍ରଣ କରା ଯାଇ ନୂତନ ବସ୍ତ୍ର ପ୍ରଦାନ ସହ ହୁଣ୍ଡୀ ସମର୍ପଣ କରାଯାଇଥିଲା l ଏହିପରି ଭିନ୍ନ ଭିନ୍ନ ଉତ୍ସବ ଓ ସଂସ୍କୁତିକ କାଯ୍ୟକ୍ରମ ରେ ହୁଣ୍ଡୀ ପଦର୍ଶନ କରି କର୍କଟ ପୀଡିତ ଙ୍କ ଉପସ୍ଥିତି ରେ ତାଙ୍କୁ ପ୍ରଦାନ କରାଯିବ ଓ ସାରା କେନ୍ଦ୍ରାପଡ଼ା ଜିଲ୍ଲା ର ସମସ୍ତ ବ୍ଲକ ରେ ଏପରି କାଯ୍ୟକ୍ରମ ହେବ ବୋଲି ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଦମନ ମହାନ୍ତି ମତ ଦେଇଛନ୍ତି l ଏହିପରି ଗୋଟିଏ ନୂତନ ଓ ସାମାଜିକ ଧର୍ମୀ କାଯ୍ୟକ୍ରମ ଦେଖି ଗ୍ରାମବାସୀ ଙ୍କ ସହ ବୁଦ୍ଧିଯିବି ମାନେ ଟ୍ରଷ୍ଟ କୁ ପ୍ରଂଶସା କରିଛନ୍ତି l ଆଜି ର କାଯ୍ୟକ୍ରମ ରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ଯଶୋଦା ମା ମୋହିନୀ ମା, ପରାମର୍ଶଦାତା ନିମାଇଁ ଚରଣ କର, ଟ୍ରଷ୍ଟ ର ଉପଦେଷ୍ଟା ପ୍ରମୋଦ ନାୟକ,ନିମାଇଁ ଚରଣ ଦାଶ, ସୁରେନ୍ଦ୍ର ପରିଡା, ପିତାମ୍ବର ସ୍ୱାଇଁ, ନିହାର ରଞ୍ଜନ ଦାସ, ବଳରାମ ମଲ୍ଲିକ, ବାବୁରାମ ତରାଇ ଓ କୁନି ଝିଅ ପ୍ରୀତି ସମ୍ପୂନ୍ନା ତରାଇ ଉପସ୍ଥିତ ଥିଲେ l

Kendrapara (କେନ୍ଦ୍ରାପଡ଼ା)ରିପୋର୍ଟ - ଦିଲୀପ ପରିଡା, ପଟ୍ଟାମୁଣ୍ଡାଇ

ବୟନିକା ଶିଳ୍ପ ନିର୍ଦ୍ଦେଶାଳୟର ଗୋପାଳ ପୁର ବୁଣାକାର ଙ୍କୁ ନେଇ ଜରୁରୀ ବୈଠକ
Jun 27, 202654 views

ବୟନିକା ଶିଳ୍ପ ନିର୍ଦ୍ଦେଶାଳୟର ଗୋପାଳ ପୁର ବୁଣାକାର ଙ୍କୁ ନେଇ ଜରୁରୀ ବୈଠକ

ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ଗୋପାଳପୁର ଆ,ବି ସଭା ଗୃହରେ ବୟନିକା ଶିଳ୍ପ ନିର୍ଦ୍ଦେଶାଳୟର ଅନୁମୋଦନ କ୍ରମେ ପ୍ରଥମା ଖଣ୍ଡ ସମବାୟ ସମିତି ଦ୍ବାରା ବୁଣାକାର ମାନଙ୍କୁ ନେଇ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଓଡ଼ିଶା ସରକାରଙ୍କ KPMG ର Consultant ଚିରଞ୍ଚୀବି ସାମଲ, ମାମାଲି ଗାୟନ ଯୋଗଦେଇ ବିଭିନ୍ନ ସମସ୍ୟା ଓ ସମାଧାନ ଉପରେ ଆଲୋଚନା କରିଥିଲେ। ସମବାୟ ସମିତି ରେ କି କି ଜିନିଷ ତିଆରି ହେଉଛି। ସମବାୟ ସମିତି ର ଚାହିଦା ଅଛିକି ନାହିଁ, କଞ୍ଚା ମାଲ କେଉଁ ଠାରୁ ଅଣା ଯାଉଛି। ଆଗକୁ ପ୍ରଶିକ୍ଷଣ ଦିଆଗଲେ କିପରି ହେବ। ବୁଣାକାର ମାନଂକର ଉନ୍ନତି ହୋଇପାରିବ ବୁଣାକାର ମାନଙ୍କୁ ପଚାରି ବୁଝିଥିଲେ। ବୈଠକ ରେ ମୋଟ ୧୭ ଗୋଟି ତନ୍ତ ସମବାୟ ସମିତି ର କର୍ମ କର୍ତ୍ତା ମନେ ଯୋଗ ଦେଇଥିଲେ। ଏମାନଙ୍କ ମଧ୍ୟରେ ହିଙ୍ଗୁଳା ସମବାୟ ସମିତି, ଶ୍ରୀବିଷ୍ଣୁ,ମହା ବୀର, ଶ୍ରୀକୃଷ୍ଣ,ଗୋଖନେଶ୍ଵର, ରାଧାକୃଷ୍ଣ,ଶ୍ରୀହରୀ, ଜୟଜଗନ୍ନାଥ ,ସାଇରାମ, ମାଲ୍ୟାବୁଢି,ଲୋକମାତା,ବାହ୍ମଣୀ ଦେବି,ମା ମଙ୍ଗଳା, ମା ତାରାତାରିଣୀ,ମହିଳା ପଦ୍ମାଳୟା,ମହିଳା ମା ତାରା ତାରିଣୀ, ତନ୍ତବାୟ ସହଯୋଗ ସମିତି ମାନେ ଯୋଗଦେଇ ଥିଲେ।

Jajpur (ଯାଜପୁର)ରିପୋର୍ଟ : ନିରୋଜ କୁମାର ସେଠୀ

ବିଜେପି ରାଜ୍ୟ ସଭାପତିଙ୍କ କେନ୍ଦ୍ରାପଡ଼ା ଗସ୍ତ; ସାଙ୍ଗଠନିକ ବୈଠକରେ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ଉପରେ ଜୋର
Jun 27, 202689 views

ବିଜେପି ରାଜ୍ୟ ସଭାପତିଙ୍କ କେନ୍ଦ୍ରାପଡ଼ା ଗସ୍ତ; ସାଙ୍ଗଠନିକ ବୈଠକରେ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ଉପରେ ଜୋର

କେନ୍ଦ୍ରାପଡ଼ା: ଭାରତୀୟ ଜନତା ପାର୍ଟି (ବିଜେପି)ର ରାଜ୍ୟ ସଭାପତି ମନମୋହନ ସାମଲଙ୍କ କେନ୍ଦ୍ରାପଡ଼ା ଗସ୍ତ ଅବସରରେ ଜିଲ୍ଲାସ୍ତରୀୟ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା। ଆଗାମୀ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ସଂଗଠନକୁ ଅଧିକ ସୁଦୃଢ଼ କରିବା, ସାଧାରଣ ଲୋକଙ୍କ ସହ ସମନ୍ୱୟ ବଢ଼ାଇବା ଏବଂ ଜନସେବାମୂଳକ କାର୍ଯ୍ୟକ୍ରମକୁ ଗତିଶୀଳ କରିବା ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ଏହି ବୈଠକରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା, ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ପୂର୍ବତନ ବିଧାୟକ ଅଲେଖ କୁମାର ଜେନା, ଜିଲ୍ଲା ସଭାପତି ଶଶାଙ୍କ ଶେଖର ସେଠୀ, କେନ୍ଦ୍ରାପଡ଼ା ବିଧାୟକ ପ୍ରାର୍ଥୀ ଗୀତାଞ୍ଜଳି ସେଠୀ, ମହାକାଳପଡ଼ା ବିଧାୟକ ଦୁର୍ଗାପ୍ରସାଦ ନାୟକ, ପାଟକୁରାର ତେଜସ୍ୱର ପରିଡ଼ା, ରାଜନଗରର ଲଳିତ କୁମାର ବେହେରା ଏବଂ ଆଳିର କୃଷ୍ଣ ଚନ୍ଦ୍ର ପଣ୍ଡାଙ୍କ ସମେତ ବହୁ ଦଳୀୟ ନେତା ଉପସ୍ଥିତ ଥିଲେ। ଜିଲ୍ଲାର ବିଭିନ୍ନ ଜୋନ୍‌, ପଞ୍ଚାୟତ ଓ ମଣ୍ଡଳ ସଭାପତିଙ୍କ ସହ ବହୁ ସଂଖ୍ୟକ କର୍ମୀ ବୈଠକରେ ଯୋଗଦେଇ ସଂଗଠନକୁ ତୃଣମୂଳ ସ୍ତରରେ କିପରି ଅଧିକ ସକ୍ରିୟ କରାଯିବ, ସେନେଇ ଆଲୋଚନା କରିଥିଲେ। ବିଶେଷକରି ୧୭ ନମ୍ବର ଜୋନ୍‌ ସଭାପତି ସ୍ୱାଗତ କୁମାର ଦାସ ନିଜ ଅଞ୍ଚଳର ବହୁ କର୍ମୀଙ୍କୁ ନେଇ ବୈଠକରେ ଯୋଗଦେଇଥିଲେ। ଦଳୀୟ କର୍ମୀମାନେ ତାଙ୍କ ସାଙ୍ଗଠନିକ ଦକ୍ଷତା ଏବଂ ଚନ୍ଦନନଗର ପଞ୍ଚାୟତରେ ହୋଇଥିବା ବିଭିନ୍ନ ଉନ୍ନୟନମୂଳକ ପଦକ୍ଷେପର ପ୍ରଶଂସା କରିଥିଲେ। ବୈଠକରେ ଆଗାମୀ ଦିନରେ ଜନସମସ୍ୟାର ସମାଧାନ, ସଂଗଠନର ସମ୍ପ୍ରସାରଣ ଏବଂ ପଞ୍ଚାୟତ ନିର୍ବାଚନ ପାଇଁ ସମନ୍ୱିତ ଭାବେ କାର୍ଯ୍ୟ କରିବାକୁ ନେତୃବୃନ୍ଦ ଆହ୍ୱାନ ଜଣାଇଥିଲେ।

Kendrapara (କେନ୍ଦ୍ରାପଡ଼ା)ରିପୋର୍ଟ: କୈଳାଶ ଚନ୍ଦ୍ର ବଳ, ପଟ୍ଟାମୁଣ୍ଡାଇ

ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପ୍ରଦର୍ଶନୀ ଶୁଭାରମ୍ଭ
Jun 27, 202628 views

ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପ୍ରଦର୍ଶନୀ ଶୁଭାରମ୍ଭ

ଢ଼େଙ୍କାନାଳ, ୨୭.୬.- ଜିଲ୍ଲା ଶିଳ୍ପ କେନ୍ଦ୍ର ପକ୍ଷରୁ ଆଜି ଶନିବାର ଅପରାହ୍ନରେ ମିନି ଷ୍ଟାଡ଼ିୟମ୍ ଠାରେ ଉଦ୍ୟମୀ ଓଡ଼ିଶା-ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଏହି ପ୍ରଦର୍ଶନୀକୁ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ କୃଷ୍ଣଚ଼ନ୍ଦ୍ର ପାତ୍ର ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମ ଦ୍ୱାରା ଯୁବ ଗୋଷ୍ଠୀ ପ୍ରେରିତ ହୋଇ ବିଭିନ୍ନ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ପ୍ରେରଣା ପାଇବେ। ସରକାରୀ ପ୍ରୋତ୍ସାହନ ପାଇ ଉଦ୍ୟୋଗ ପ୍ରତିଷ୍ଠା ମାଧ୍ୟମରେ ଆତ୍ମନିର୍ଭରଶୀଳ ହୋଇପାରିବେ ବୋଲି ମନ୍ତ୍ରୀ ଶ୍ରୀଯୁକ୍ତ ପାତ୍ର ପ୍ରକାଶ କରିଥିଲେ । ଏହି ପ୍ରଦର୍ଶନୀ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଦିପ୍ତୀ ରଂଜନ ସେଠୀ ଏବଂ ଜିଲ୍ଲା ଶିଳ୍ପ କେନ୍ଦ୍ରର ସହକାରୀ ଶିଳ୍ପ ଅଧିକାରୀ ଶ୍ରୀ ପ୍ରେମାନନ୍ଦ ମିଶ୍ର ମାନ୍ୟବର ମନ୍ତ୍ରୀଙ୍କୁ ସ୍ଵାଗତ ଜଣାଇ କାର୍ଯ୍ୟକ୍ରମ ସଂପର୍କରେ ଅବଗତ କରାଇଥିଲେ । ଜିଲ୍ଲା ଶିଳ୍ପ କେନ୍ଦ୍ରର ପ୍ରୋତ୍ସାହନରେ ହେଉଥିବା ସର୍ଜିକାଲ ଯନ୍ତ୍ରପାତି ନିର୍ମାଣ, ସେଡ୍ ନେଟ ପ୍ରସ୍ତୁତି, ଟ୍ରି ଗାର୍ଡ଼, ଷ୍ଟିଲ ବାସନ ଆଦି ନିର୍ମାଣ, ପିଭିସି ପାଇପ୍, ଡୋର୍ ଫିଟିଙ୍ଗ୍ସ , ହସ୍ତତନ୍ତ, ଡୋକ୍ରା, ବାଉଁଶ ଓ କାଠ ନିର୍ମିତ ସୌଖିନ ଗୃହ ଉପକରଣ, ଖାଦ୍ୟ ସାମଗ୍ରୀ ଆଦିର ୩୦ ଗୋଟି ଷ୍ଟଲରେ ପ୍ରଦର୍ଶନୀ ଓ ବିକ୍ରି ହେଉଥିବା ଜଣାଯାଇଛି ।

Dhenkanal (ଢେଙ୍କାନାଳ)ରିପୋର୍ଟ : ସୁଶାନ୍ତ କୁମାର ପୋଥାଳ, ସ୍ୱତନ୍ତ୍ର ପ୍ରତିନିଧି, ଢେ଼ଙ୍କାନାଳ

ଅବ୍ୟବସ୍ଥା ଘେରରେ ବ୍ରିଟିଶ ଶାସନ ସମୟର ସୋମନାଥ ସରକାରୀ ବିଦ୍ୟାଳୟ , ଦିନରେ ସୂର୍ଯ୍ୟ ଓ ରାତିରେ ଚନ୍ଦ୍ର ଦେଖୁଛନ୍ତି ପିଲାମାନେ
Jun 27, 202669 views

ଅବ୍ୟବସ୍ଥା ଘେରରେ ବ୍ରିଟିଶ ଶାସନ ସମୟର ସୋମନାଥ ସରକାରୀ ବିଦ୍ୟାଳୟ , ଦିନରେ ସୂର୍ଯ୍ୟ ଓ ରାତିରେ ଚନ୍ଦ୍ର ଦେଖୁଛନ୍ତି ପିଲାମାନେ

ରଣପୁର,୨୭/୦୬(): ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି  ବିଦ୍ୟାଳୟକୁ ଚକାଚକ୍ କରୁଥିବା ବେଳେ ଆଜି ବି ଅବ୍ୟବସ୍ଥା ଘେରରେ ବ୍ରିଟିଶ ଶାସନ ସମୟର ସୋମନାଥ ବିଦ୍ୟାଳୟ ।ନୟାଗଡ ଜିଲ୍ଲା ଶିକ୍ଷା ରଣପୁର ବ୍ଲକ ଅନ୍ତର୍ଗତ ସରକାରୀ ସୋମନାଥ ଉଚ୍ଚ ମୌଳିକ ବିଦ୍ୟାଳୟ ରାଜସୁନାଖଳା ୧୯୪୫ ମସିହାରେ ସ୍ଥାପିତ ହୋଇ ଥିଲା। ଏହି ବିଦ୍ୟାଳୟଟି ବହୁ ପୁରାତନ କାଳରୁ ଚାଲୁ ରହିଛି । ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ପାଠ ପଢା ଯାଇ ଥାଏ। ଏଠାରେ ୨୫୦ ରୁ ଉର୍ଦ୍ଧ ପିଲା ପାଠ ପଢୁଛନ୍ତି । ଏହି ବିଦ୍ୟାଳୟରେ ୯ଟି ଶ୍ରେଣୀ ଗୃହ ଥିବା ବେଳେ ୧୦ ଜଣ ଶିକ୍ଷକ ଅଛନ୍ତି ।ଏହି ବିଦ୍ୟାଳୟକୁ ରଙ୍ଗମାରି ଉପର ଚିକ୍କଣ କରାଯାଇ ଥିବା ବେଳେ ଭିତରର ବାସ୍ତବତା ରହିଛି ଅଲଗା । ଏହି ବିଦ୍ୟାଳୟର କାନ୍ଥ ଫାଟି ଆଁ କରି ଥିବାର ଦେଖିବାକୁ ମିଳିଛି । ଶ୍ରେଣୀ ଗୃହର ଝରକା କବାଟ ଉଇ ଖାଇ ନଷ୍ଟ କରି ସାରିଲାଣି ଏବଂ ଗୃହର  ଟିଣ ଛପର ଉଡ଼ି ଗଲାଣି । ଫଳରେ ପିଲାମାନେ ଦିନରେ ସୂର୍ଯ୍ୟ ଓ ରାତିରେ ଚନ୍ଦ୍ର ଦେଖୁଛନ୍ତି । ଟିଣ ଛପର ତଳେ ଲାଗିଥିବା କାଠ ଗୁଡ଼ିକ ଉଇ ଖାଇ ନଷ୍ଟ କରି ଦେଇଛି କେତେ ବେଳେ କଣ ଘଟି ଯାଇ ପରେ ତାହା କଳ୍ପନା ବାହାରେ ରହିଛି । ଆଗାମୀ ଦିନରେ ବର୍ଷାର ସମ୍ଭାବନା ରହୁ ଥିବାରୁ ପିଲା କେମିତି ପାଠ ପଢିବେ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି । ବହୁ ଅଭିଭାବକମାନେ ଏହି କାରଣରୁ ନିଜ ପିଲାମାନଙ୍କୁ ଅନ୍ୟାତ୍ର ପାଠ ପଢାଇବା ବାଧ୍ୟ ହେଉଛନ୍ତି । ଫଳରେ ବିଦ୍ୟାଳୟର ପିଲା ସଂଖ୍ୟା ଧୀରେ ଧୀରେ ହ୍ରାସ ପାଉଛି। ପ୍ରଶାସନ ଦୃଷ୍ଟି ନ ଦେଲେ କାଳକ୍ରମେ ଏଠାକୁ ଆସୁଥିବା ପିଲମାନଙ୍କ ସଂଖ୍ୟା କମି ଯାଇ  ବ୍ରିଟିଶ ଅମଳର ବିଦ୍ୟାଳୟର ସ୍ମୁତି ସ୍ମୁତିରେ ରହି ଯିବ। ଏ ନେଇ ସ୍ଥାନୀୟ ବିଧାୟିକା ତଥା ବାଚସ୍ପତି ସୁରମା ପାଢୀ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକକୁ  ଅଭିଯୋଗ କରି ଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହାନ୍ତି ବୋଲି ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ପ୍ରସନ୍ନ କୁମାର ନାୟକ କହିଛନ୍ତି। ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ଏହାର ତ୍ୱରିତ ସମାଧାନ କରିବା ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି ।

Khordha (ଖୋର୍ଦ୍ଧା)ରିପୋର୍ଟ: ନିରଞ୍ଜନ ମହାପାତ୍ର, ରଣପୁର

କଳମଛୁଇଁର ଗୋପବନ୍ଧୁ ଜରାଶ୍ରମ ପରିଦର୍ଶନ କଲେ ବିଧାୟକ ବ୍ରଜକିଶୋର ପ୍ରଧାନ
Jun 27, 202678 views

କଳମଛୁଇଁର ଗୋପବନ୍ଧୁ ଜରାଶ୍ରମ ପରିଦର୍ଶନ କଲେ ବିଧାୟକ ବ୍ରଜକିଶୋର ପ୍ରଧାନ

ଅନୁଗୋଳ: ତାଳଚେର ବ୍ଲକ ଅନ୍ତର୍ଗତ କଳମଛୁଇଁ ଗ୍ରାମରେ ଗୋପବନ୍ଧୁ ମାନବ କଲ୍ୟାଣ ସମିତି ଦ୍ୱାରା ପରିଚାଳିତ "ଗୋପବନ୍ଧୁ ଜରାଶ୍ରମ" ପରିଦର୍ଶନ କରିଛନ୍ତି ଅନୁଗୋଳ ଜିଲ୍ଲା ବିଜୁ ଜନତା ଦଳର ସଭାପତି ତଥା ତାଳଚେର ବିଧାୟକ ଶ୍ରୀ ବ୍ରଜକିଶୋର ପ୍ରଧାନ। ପରିଦର୍ଶନ ସମୟରେ ସେ ଜରାଶ୍ରମରେ ଆଶ୍ରୟ ନେଇଥିବା ବୟସ୍କ ଗୁରୁଜନମାନଙ୍କ ସହ ସାକ୍ଷାତ କରି ସେମାନଙ୍କ ସୁଖ-ଦୁଃଖ, ସ୍ୱାସ୍ଥ୍ୟାବସ୍ଥା ଓ ଦୈନନ୍ଦିନ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ସେମାନଙ୍କ ସହ କିଛି ସମୟ ଅତିବାହିତ କରି ସେମାନଙ୍କ ଆଶୀର୍ବାଦ ଗ୍ରହଣ କରିବା ସହ ସଦା ସର୍ବଦା ସେମାନଙ୍କ ସହଯୋଗରେ ରହିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହି ଅବସରରେ ଜରାଶ୍ରମ ପକ୍ଷରୁ ବିଧାୟକଙ୍କୁ ସ୍ୱାଗତ କରାଯାଇଥିବା ବେଳେ ସେ ଜରାଶ୍ରମର ପରିଚାଳନା ଓ ବୃଦ୍ଧବୃଦ୍ଧାଙ୍କ ସେବାକାର୍ଯ୍ୟକୁ ପ୍ରଶଂସା କରିଥିଲେ। ଏହି ପରିଦର୍ଶନ ସମୟରେ ସ୍ଥାନୀୟ ବିଜେଡି କର୍ମୀ, ସମାଜସେବୀ ଓ ଜରାଶ୍ରମର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

Angul (ଅନୁଗୋଳ)ରିପୋର୍ଟ:ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ପେଟ୍ରୋଲ୍ ନା ପାଣି ମିଶା କେମିକାଲ୍ ? ନୂଆଗାଁରେ ପେଟ୍ରୋଲ ପମ୍ପ ବିରୋଧରେ ଆସିଲା ସାଙ୍ଘାତିକ ଅଭିଯୋଗ
Jun 27, 2026137 views

ପେଟ୍ରୋଲ୍ ନା ପାଣି ମିଶା କେମିକାଲ୍ ? ନୂଆଗାଁରେ ପେଟ୍ରୋଲ ପମ୍ପ ବିରୋଧରେ ଆସିଲା ସାଙ୍ଘାତିକ ଅଭିଯୋଗ

ସୁନ୍ଦରଗଡ଼ ଜିଲ୍ଲାର ନୂଆଗାଁ ବଜାର ନିକଟସ୍ଥ 'ମା ଶକ୍ତି ଭାରତ ପେଟ୍ରୋଲ ପମ୍ପ' ବିରୋଧରେ ପେଟ୍ରୋଲରେ ଭେଜାଲ କିମ୍ବା ନିମ୍ନମାନର ଇନ୍ଧନ ବିକ୍ରି ହେଉଥିବା ନେଇ ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ପେଟ୍ରୋଲ ପକାଇବା ପରେ ଅନେକ ଗ୍ରାହକଙ୍କ ଗାଡ଼ି ହଠାତ୍ ଅଧବାଟରେ ବନ୍ଦ ହୋଇଯାଉଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି। ଅଭିଯୋଗ ଅନୁସାରେ, ବିଗତ ଦୁଇ ଦିନ ମଧ୍ୟରେ ଏହି ପେଟ୍ରୋଲ ପମ୍ପରୁ ପେଟ୍ରୋଲ ଭରିଥିବା ଅନେକ ଗ୍ରାହକଙ୍କ ଗାଡ଼ି ଷ୍ଟାର୍ଟ ହେଉନଥିଲା କିମ୍ବା କିଛି ଦୂର ଯିବା ପରେ ହଠାତ୍ ବନ୍ଦ ହୋଇଯାଉଥିଲା। ପରେ ମେକାନିକଙ୍କ ଯାଞ୍ଚରେ ପେଟ୍ରୋଲର ଗୁଣବତ୍ତା ନେଇ ସନ୍ଦେହ ପ୍ରକାଶ ପାଇଥିବା ଗ୍ରାହକମାନେ ଦାବି କରିଛନ୍ତି। ନୂଆଗାଁ ଓ ଆଖପାଖର ଶତାଧିକ ଗାଁର ଲୋକ ଦୈନନ୍ଦିନ ଯାତାୟାତ ପାଇଁ ଏହି ପେଟ୍ରୋଲ ପମ୍ପ ଉପରେ ନିର୍ଭର କରୁଥିବାରୁ ଏହି ଅଭିଯୋଗକୁ ନେଇ ଚିନ୍ତା ବଢ଼ିଛି। ଗ୍ରାହକମାନେ ଘଟଣାର ନିରପେକ୍ଷ ତଦନ୍ତ ସହ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଘଟଣାସ୍ଥଳରେ ନୂଆଗାଁ ଫାଣ୍ଡି ପୁଲିସ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ଏପଟେ ଘଟଣା ସମ୍ବନ୍ଧୀୟ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ, ପେଟ୍ରୋଲ ପମ୍ପ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସରକାରୀ ପ୍ରତିକ୍ରିୟା ମିଳିନାହିଁ। (ଟିପ୍ପଣୀ: ବର୍ତ୍ତମାନ ସୁଦ୍ଧା ଏହା ଗ୍ରାହକଙ୍କ ଅଭିଯୋଗ ଆଧାରିତ ସୂଚନା। ପ୍ରକୃତ କାରଣ ତଦନ୍ତ ଓ ପରୀକ୍ଷା ରିପୋର୍ଟ ପରେ ସ୍ପଷ୍ଟ ହେବ।)

Sundargarh (ସୁନ୍ଦରଗଡ଼)ରିପୋର୍ଟ: ଗଣପତି ଦାସ, ନୂଆଗାଁ