--:--:--
-- ---
Srishti News

ଆସିକା ଚିନି କଳ ଏନ୍‌ଏମ୍‌ଆର୍ କର୍ମଚାରୀଙ୍କ ନିୟମିତୀକରଣ ଦାବି: ୬୦ ଦିନ ମଧ୍ୟରେ ସମସ୍ୟାର ସମାଧାନ ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ ଧାରଣା ସ୍ଥଗିତ

Ganjam (ଗଞ୍ଜାମ)ରିପୋର୍ଟ: କବିରାଜ ପାତ୍ର ସ୍ଵତନ୍ତ୍ର ପ୍ରତିନିଧିSeptember 19, 202650 views
ଆସିକା ଚିନି କଳ ଏନ୍‌ଏମ୍‌ଆର୍ କର୍ମଚାରୀଙ୍କ ନିୟମିତୀକରଣ ଦାବି: ୬୦ ଦିନ ମଧ୍ୟରେ ସମସ୍ୟାର ସମାଧାନ ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ ଧାରଣା ସ୍ଥଗିତ
ଆସିକା ସମବାୟ ଚିନି ଶିଳ୍ପ ଲିମିଟେଡ୍ (Aska Cooperative Sugar Industries Ltd.)ର ଅସ୍ଥାୟୀ/କର୍ମଚାରୀ (NMR - Nominal-Muster Roll)ଙ୍କ ନିୟମିତୀକରଣ (Regularization) ସଂକ୍ରାନ୍ତୀୟ ଦାବିର ସମାଧାନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟଙ୍କ ସଭାପତିତ୍ୱରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଏହି ଆଲୋଚନା ସମ୍ପନ୍ନ ହୋଇଛି।   ​ଏହି ବୈଠକରେ ଆସିକା ସମବାୟ ଚିନି ଶିଳ୍ପର ସଭାପତି (Board of President) ରବୀନ୍ଦ୍ର ନାଥ ପଣ୍ଡା, ପ୍ରବନ୍ଧ ନିର୍ଦ୍ଦେଶକ (MD) ସୁଶାନ୍ତ କୁମାର ପଣ୍ଡା, ୪ ଜଣ ନିର୍ଦ୍ଦେଶକ ଏବଂ AITUC ରାଜ୍ୟ ସମ୍ପାଦକ ମହେଶ୍ୱର ରାଉତ, ଆସିକା ଚିନି କଳ AITUC କର୍ମଚାରୀ ସଂଘର ଉପସଭାପତି ପ୍ରଦୀପ କୁମାର ସେଠୀଙ୍କ ସମେତ ସଂଘର ଅନ୍ୟାନ୍ୟ ପ୍ରତିନିଧିମାନେ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ।   ​ସରକାରଙ୍କ ସହ ଆଲୋଚନା ଓ 'ୱାନ୍-ଟାଇମ୍' ଯୋଜନା: NMR କର୍ମଚାରୀମାନେ ଦୀର୍ଘ ଦିନ ହେଲା କାର୍ଯ୍ୟ କରିଆସୁଥିବାରୁ, ସେମାନଙ୍କୁ ଗୋଟିଏ ଥରରେ (One-time basis) ସ୍ଥାୟୀ ନିଯୁକ୍ତି ଦେବା ପାଇଁ ସରକାରଙ୍କ ସହ ପରାମର୍ଶ କରି ଏକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି।   ​ ଦାବିର ସମାଧାନ ପ୍ରକ୍ରିୟାକୁ ଆଗାମୀ ୬୦ ଦିନ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି , ଏବଂ    ​ସରକାରୀ ପ୍ରକ୍ରିୟା ପାଇଁ କିଛି ସମୟ ଆବଶ୍ୟକ ହେଉଥିବାରୁ ସରକାରଙ୍କ ଉପରେ ଆସ୍ଥା ପ୍ରକଟ କରିବା ସହ ତୁରନ୍ତ ଚାଲିଥିବା ଧାରଣା ଓ ଆନ୍ଦୋଳନ ପ୍ରତ୍ୟାହାର କରି କାର୍ଯ୍ୟରେ ଯୋଗଦେବାକୁ ଏବଂ ଚିନି କଳ କର୍ତ୍ତୃପକ୍ଷଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ଜିଲ୍ଲାପାଳ କର୍ମଚାରୀ ସଂଘକୁ ପରାମର୍ଶ ଦେଇଛନ୍ତି।   ​ସୂଚନାଯୋଗ୍ୟ ଯେ, ଗତ ବର୍ଷ  ରେ ଗଠିତ ତଦନ୍ତ କମିଟିର ରିପୋର୍ଟରେ ଥିବା କେତେକ ତ୍ରୁଟିକୁ ମଧ୍ୟ ଅନୁଧ୍ୟାନ କରାଯାଉଛି।   ​ଶେଷରେ ସମସ୍ତ ପ୍ରତିନିଧି , କର୍ମ କର୍ତ୍ତା ଙ୍କୁ ସହଯୋଗ ପାଇଁ  AITUC ର ରାଜ୍ୟ ସଂପାଦକ ମହେଶ୍ୱର ରାଉତ ଧନ୍ୟବାଦ୍ ଜଣାଇଛନ୍ତି।