--:--:--
-- ---
Srishti News

ପିଏଲ ଏଚଆଇଭି ଙ୍କ ପାଇଁ ରକ୍ତଦାନ ସହ ଚିକିତ୍ସା ସହାୟତା କଲେ ଏସଏ ଆଇ ଟିଆଇ କର୍ମଚାରୀ

Balangir (ବଲାଙ୍ଗୀର)ରିପୋର୍ଟ :-କୃଷ୍ଣଚନ୍ଦ୍ର ମାଝୀ, ଟିଟିଲାଗଡ଼September 19, 202610 views
ପିଏଲ ଏଚଆଇଭି ଙ୍କ ପାଇଁ ରକ୍ତଦାନ ସହ ଚିକିତ୍ସା ସହାୟତା କଲେ  ଏସଏ ଆଇ ଟିଆଇ କର୍ମଚାରୀ
ଟିଟିଲାଗଡ଼:- ୧୮/୯/୨୬ ଟିଟିଲାଗଡ଼ ଏମସିଏଚ ହସ୍ପିଟାଲରେ ଜଣେ ପିଏଲ ଏଚ ଆଇ ଭି ଙ୍କ ଜରୁରୀ ଚିକିତ୍ସା ଆବଶ୍ୟକତା ସମୟରେ ଏସଏଆଇ ର ଟିଆଇ କର୍ମଚାରୀ ମାନବିକତାର ପରିଚୟ ଦେଇ ସହାୟତାର ହାତ ବଢ଼ାଇଛନ୍ତି। ପିଏଲଏଚଆଇଭି ଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇବା ସହିତ ଆବଶ୍ୟକ ଚିକିତ୍ସା, ଯତ୍ନ ଓ ଅନ୍ୟାନ୍ୟ ସହଯୋଗ ପ୍ରଦାନ କରିଥିଲେ। ଜରୁରୀ ସମୟରେ ରକ୍ତର ଆବଶ୍ୟକତା ହେବାରୁ ଏସଏଆଇ ଟିଆଇ କର୍ମଚାରୀ ନିଜେ ରକ୍ତଦାନ କରିଥିଲେ। ପିଏଲଏଚଆଇଭି ଙ୍କ ପ୍ରତି ସମ୍ମାନ, ସହାନୁଭୂତି ଓ ଭେଦଭାବମୁକ୍ତ ସେବାର ଏହି ପଦକ୍ଷେପ ସମାଜ ପାଇଁ ଏକ ପ୍ରେରଣାଦାୟକ ଉଦାହରଣ ହୋଇଛି। ଯଦି ଏମିତି ସମସ୍ତେ ସେବା ମନ ଭାବ ରଖି ସେବା କରିବେ ତା ହାଲେ , ଯେଉଁମାନଙ୍କୁ,ଏଚଆଇଭି ପୋସିଟିଭ ହୋଇଛି ସେହି ମାନେ ନିଜକୁ ଧନ୍ୟ ମନେ କରିବେ l