--:--:--
-- ---
Srishti News

ବିଦ୍ୟାଳୟରେ ବସ୍ତାନି ମୁକ୍ତ ଦିବସ

Dhenkanal (ଢେଙ୍କାନାଳ)ରିପୋର୍ଟ ସୁଶାନ୍ତ କୁମାର ପୋଥାଳ ସ୍ୱତନ୍ତ୍ର ପ୍ରତିନିଧି ଢେ଼ଙ୍କାନାଳSeptember 19, 202620 views
ବିଦ୍ୟାଳୟରେ ବସ୍ତାନି ମୁକ୍ତ ଦିବସ
ଢେ଼ଙ୍କାନାଳ , ୧୯.୯ - ଢେ଼ଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଳକ୍ ଚଡେଇରଗଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଚଳିତ ଶିକ୍ଷା ବର୍ଷର ଦ୍ଵିତୀୟ ବସ୍ତାନି ମୁକ୍ତ ଦିବସ ପାଳନ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରେମାନନ୍ଦ ପାଣିଗ୍ରାହୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ଜାନକୀ ଦେହୁରୀ, ବାସନ୍ତୀ ଦେହୁରୀ,ଶିଶୁ ସେବିକା ଜ୍ୟୋସ୍ନାମୟୀ ଦେହୁରୀ,ଛାତ୍ର ଅବିଭାବିକା ମାଳତୀ ଦେହୁରୀ, ଭାରତୀ ଦେହୁରୀ ଛାତ୍ରଛାତ୍ରୀମାନଙ୍କୁ ଆବର୍ଜନାରୁ ପ୍ରସ୍ତୁତ ବିଭିନ୍ନ ଘରକରଣା ସାମଗ୍ରୀ, ମାଟି କାରୁକାର୍ଯ୍ୟ, କାଗଜରୁ ପ୍ରସ୍ତୁତ ଫୁଲ, ତାଳପତ୍ରରୁ ପ୍ରସ୍ତୁତ ସାମଗ୍ରୀ ଶିକ୍ଷା ଦେଇଥିଲେ। ବିଦ୍ୟାଳୟର ସହକାରୀ ଶିକ୍ଷକ ଅଶୋକ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।