--:--:--
-- ---
Srishti News

Web News

ବନ୍ୟା ରେ ଉବୁଡୁବୁ କୋକସରା ବ୍ଲକ ର ଚାଷି, ବନ୍ୟାଜଳ ମାଡି ବ୍ୟାପକ ଚାଷ ନଷ୍ଟ,ଭାଙ୍ଗିଲା ଘର , କ୍ଷତିପୂରଣ ଦାବି କଲେ କ୍ଷତିଗ୍ରସ୍ତ
Sep 27, 2026•34 views

ବନ୍ୟା ରେ ଉବୁଡୁବୁ କୋକସରା ବ୍ଲକ ର ଚାଷି, ବନ୍ୟାଜଳ ମାଡି ବ୍ୟାପକ ଚାଷ ନଷ୍ଟ,ଭାଙ୍ଗିଲା ଘର , କ୍ଷତିପୂରଣ ଦାବି କଲେ କ୍ଷତିଗ୍ରସ୍ତ

କଳାହାଣ୍ଡି, ସାମୁଦ୍ରିକ ବନ୍ୟା ଅର୍ଣ୍ଣଭ ପ୍ରଭାବ ରେ କଳାହାଣ୍ଡି ଜିଲ୍ଲା ରେ ବର୍ଷା ବିତ୍ପାତ ଦେଖିବାକୁ ମିଳିଥିବା ବେଳେ ଜିଲ୍ଲାର ବିଭିନ୍ନ ନଦୀ ରେ ଜଳସ୍ତର ବୃଦ୍ଧି ସହ ନଦୀ ର ବନ୍ୟାଜଳ ଚାଷଜମି କୁ ମାଡି ବ୍ୟାପକ କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ମିଳିଛି। ଏହି କ୍ରମ ରେ କୋକସରା ବ୍ଲକ ରେ ମଧ୍ୟ ଅବିଶ୍ରାନ୍ତ ବର୍ଷା ଯୋଗୁଁ ବ୍ଲକ ର ମୁଡ୍ରା,କମଳ, ବେହେରା ନଦୀ ରେ ବନ୍ୟାଜଳ ପ୍ରବାହିତ ହୋଇ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ବନ୍ୟାଜଳ ମାଡି ବ୍ଲକ ହେକ୍ଟର ହେକ୍ଟର ଧାନଚାଷ ବ୍ୟାପକ କ୍ଷୟକ୍ଷତି ହୋଇଥିବା ନେଇ ଚାଷୀମାନେ ଅଭିଯୋଗ କରିଛନ୍ତି। ବିଗତ ୩ ଦିନ ମଧ୍ୟରେ କୋକସରା ବ୍ଲକ ରେ ୨୧୫ ମିଲିମିଟର ବର୍ଷା ହୋଇଥିବା ନେଇ ବ୍ଲକ ରିପୋର୍ଟ ରୁ ସୂଚନା ମିଳିଥିବା ବେଳେ ଅପ୍ରତ୍ୟାଶିତ ବର୍ଷା ଯୋଗୁଁ ଚାଷଜମି ଜଳମଗ୍ନ ହେବାସହ ବାଲିଚର ଓ ମାଟି ମାଡି ହେକ୍ଟର ହେକ୍ଟର ଚାଷଜମି ର ଧାନଚାଷ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି । ସେହିପରି ଗମ୍ଭାରୀଗୁଡା, ଫୁଫଗାଁ, ଟେମରା ଅଞ୍ଚଳ ରେ ଚାଷି ଙ୍କ ବ୍ୟାପକ ଭାବେ ପନିପରିବା ଚାଷ ମଧ୍ୟ ନଷ୍ଟ ହୋଇଥିବା ନେଇ ଚାଷି କହିଛନ୍ତି। ଅନ୍ୟପଟେ ବ୍ଲକ ରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ନେଇ ବ୍ଲକ ପ୍ରଶାସନ ପକ୍ଷରୁ ସତର୍କ ନଜର ରହିଥିବା ବେଳେ ଅନେକ ସ୍ଥାନରେ ଲଗାଣ ବର୍ଷା ରେ ଲୋକଙ୍କ ଘର ଭାଙ୍ଗିଥିବା ଦେଖିବାକୁ ମିଳିଛି। ଅନେକ ଗ୍ରାମରେ ବର୍ଷା ପାଣି ନିଷ୍କାସନ ହୋଇନପାରି ଘରେ ଘରେ ପଶିଥିବା ବେଳେ ବର୍ଷା ଜଳ ନିଷ୍କାସନ କରିବାକୁ ଲୋକେ ନାକେଦମ ହୋଇଥିବା ବେଳେ ସ୍ଥାନୀୟ ପଞ୍ଚାୟତ ର ଅବହେଳା କୁ ଦାୟୀ କରିଛନ୍ତି। ତେବେ ବନ୍ୟା ରେ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଚାଷୀମାନେ ବିଭିନ୍ନ ବ୍ୟାଙ୍କ ଋଣ,ଧାର କରଜ କରି ମୁଣ୍ଡ ଝାଳ ତୁଣ୍ଡ ରେ ମାରି ଧାନଚାଷ କରିଥିବା ଚାଷି ଙ୍କ ପାଇଁ ବନ୍ୟା ଦୁର୍ବିସହ ସ୍ଥିତି ନେଇ ଆସିଛି। ବନ୍ୟାଜଳ ମାଡିଯିବା ଫଳରେ ଚାଷି ଙ୍କ ଚାଷ ନଷ୍ଟ ହେବାସହ କେମିତି ପରିବାର ଭରଣା କରିବେ ସେନେଇ ଅନେକ ଚାଷି ଚିନ୍ତାରେ ରହିଛନ୍ତି। ଜିଲ୍ଲା ପ୍ରଶାସନ ତଥା ବ୍ଲକ କୃଷି ବିଭାଗ ବନ୍ୟା ରେ କ୍ଷତିଗ୍ରସ୍ତ ଚାଷି ଙ୍କ ଚାଷ କ୍ଷତି ର ଆକଳନ କରି ସରକାରୀ ସ୍ତରରେ କ୍ଷତିପୂରଣ ପ୍ରଦାନ କରିବା ପାଇଁ କୋକସରା ବ୍ଲକ ଅଞ୍ଚଳ ର ବନ୍ୟା ପ୍ରଭାବିତ ଚାଷୀମାନେ ଦାବି କରିଛନ୍ତି।ବର୍ଷା ରେ ଘର ଭାଙ୍ଗିଥିବା ପରିବାର କୁ ତହସିଲ କାର୍ଯ୍ୟାଳୟ ପକ୍ଷରୁ ତ୍ୱରିତ ପଦକ୍ଷେପ ନେଇ ପଲିଥିନ ଯୋଗାଇ ଦିଆଯାଇଥିବା ସୂଚନା ମିଳିଛି।

Kalahandi (କଳାହାଣ୍ଡି) • ରିତେଶ କୁମାର ମୁଣ୍ଡ

ବର୍ଷା ବିତ୍ପାତ,ଭାଙ୍ଗିଲା ଘର, ବେସାହାରା ହେଲେ ଦୁଇ ପରିବାର, କ୍ଷତିପୂରଣ ଦାବି
Sep 27, 2026•30 views

ବର୍ଷା ବିତ୍ପାତ,ଭାଙ୍ଗିଲା ଘର, ବେସାହାରା ହେଲେ ଦୁଇ ପରିବାର, କ୍ଷତିପୂରଣ ଦାବି

କଳାହାଣ୍ଡି, ସାମୁଦ୍ରିକ ବନ୍ୟା ଅର୍ଣ୍ଣଭ ପ୍ରଭାବ ରେ ବିଗତ ୩ ଦିନ ଧରି ଲଗାଣ ବର୍ଷା ଜିଲ୍ଲା ର ବିଭିନ୍ନ ସ୍ଥାନରେ ଜାରି ରହିଛି। କୋକସରା ବ୍ଲକ ରେ ମଧ୍ୟ ବିଗତ ୩ ଦିନରେ ୨୧୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଏହି ଲଗାଣ ବର୍ଷାରେ ଗୋତମୁଣ୍ଡା ପଞ୍ଚାୟତ ବନ୍ଧ ଗ୍ରାମ ର ଉପେନ୍ଦ୍ର ଧରୁଆ ଙ୍କ ମାଟିଘର ଗତକାଲି ରାତିରେ ଭୁଶୁଡି ପଡିଛି। ଗୋଟିଏ ପଟେ ଉପେନ୍ଦ୍ର ପରିବାର ପେଟ ରେ ଦାନା ଯୋଗାଡ଼ କରିବାକୁ ଦାଦନ ଖଟିବାକୁ ଯାଇଥିବା ବେଳେ ଘରେ ସ୍ତ୍ରୀ ଲଳିତା ଓ ଦୁଇ ନାବାଳକ ପୁଅ ସହ ରହୁଥିଲେ। ଘର ଭୁଶୁଡିବା ପରେ ଏବେ ମା ଓ ଦୁଇ ପୁଅ ଅନ୍ୟଘରେ ଆଶ୍ରମ ନେଇଥିବା ଜଣାପଡିଛି। ସେହିପରି ଗମ୍ଭାରୀଗୁଡା ପଞ୍ଚାୟତ ଅଁଳାଗୁଡା ଗ୍ରାମର ଖଗେଶ୍ବର ନାଗ ଙ୍କ ଘର ମଧ୍ୟ ବିଳମ୍ବିତ ରାତିରେ ବର୍ଷା ର ଦାଉ ସହି ନପାରି ଭୁଶୁଡି ପଡିଛି। ଘରେ ବୃଦ୍ଧ ଖଗେଶ୍ବର ଓ ତାଙ୍କ ପତ୍ନୀ ରେବତୀ ଥିବା ବେଳେ ଘର ଭୁଶୁଡି ପଡିଥିଲା, ତେବେ ଏହି ଦୁର୍ଘଟଣା ରୁ ସ୍ୱାମୀ ସ୍ତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ବର୍ତ୍ତମାନ ବୃଦ୍ଧ ଦମ୍ପତି ଅସହାୟ ଅବସ୍ଥାରେ ରହିଛନ୍ତି। ତେବେ ଏହି ଘଟଣା ପରେ ତହସିଲ କାର୍ଯ୍ୟାଳୟ ପକ୍ଷରୁ ଉଭୟ ପରିବାର କୁ ପଲିଥିନ ଯୋଗାଇ ଦିଆ ଯାଇଥିବା ଜଣାପଡିଛି। ତେବେ ଏହାସହ ବ୍ଲକ ର ଅନେକ ସ୍ଥାନରେ ଲୋକଙ୍କ ଘର ଭୁଶୁଡିବା ଘଟଣା ମଧ୍ୟ ଅଭିଯୋଗ ହୋଇଛି। ବ୍ଲକ ପ୍ରଶାସନ ଏଦିଗରେ ତ୍ୱରିତ ପଦକ୍ଷେପ ନେଇ ବନ୍ୟା ରେ କ୍ଷତିଗ୍ରସ୍ତଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ସାଧାରଣ ରେ ଦାବି ହେଉଛି

Kalahandi (କଳାହାଣ୍ଡି) • ରିତେଶ କୁମାର ମୁଣ୍ଡ

ବିଦ୍ୟୁତ ସଂଯୋଗ ନାହିଁ,ଡିବିରି ଆଲୁଅ ଭରଷା ରେ ମହେନ୍ଦ୍ରନଗର ପଡ଼ାବାସୀ
Sep 27, 2026•29 views

ବିଦ୍ୟୁତ ସଂଯୋଗ ନାହିଁ,ଡିବିରି ଆଲୁଅ ଭରଷା ରେ ମହେନ୍ଦ୍ରନଗର ପଡ଼ାବାସୀ

କଳାହାଣ୍ଡି, ସ୍ୱାଧୀନତା ର ୭୦ ଦଶକ ପରେ ମଧ୍ୟ କିଛି ଏମିତି ପଡା ରହିଛି ଯେଉଁଠି ଆଜି ମଧ୍ୟ ବିଜୁଳି ଆଲୁଅ ପହଞ୍ଚି ନାହିଁ। ବିକଶିତ ଗାଁ ର ନାରା ଦେଉଥିବା ସରକାର ଙ୍କ ଦୃଷ୍ଟି ଆଢୁଆଳରେ ଏବେ ମଧ୍ୟ ସନ୍ଧ୍ୟା ନଇଁଲେ ଡିବିରି ର ମିଞ୍ଜି ମିଞ୍ଜି ଆଲୁଅ ଭରସାରେ ଜୀବନ କାଟୁଛନ୍ତି ମହେନ୍ଦ୍ର ନଗର ପଡାବାସୀ। କୋକସରା ବ୍ଲକ ଗମ୍ଭାରୀଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଚିକିଲି ପଞ୍ଚାୟତ ମହେନ୍ଦ୍ରନଗର ପଡ଼ା,ଚିକିଲି ଗାଁରେ ଜନସଂଖ୍ୟା ବୃଦ୍ଧି ଓ ଜାଗା ଅଭାବରୁ ଗଢ଼ିଉଠିଥିଲା ଏହି ଜନବସତି। ଚିକିଲି ରୁ ତୁନଗାଁ ଓ ଧନସରା ଯିବା ରାସ୍ତା ଦେଇ ଗଲା ବେଳେ ପଡେ ଏହି ଜନବସତି ପ୍ରାୟ ୧୨ ଟି ପରିବାରର ଶହେରୁ ଊର୍ଦ୍ଧ୍ୱ ଲୋକ ପ୍ରାୟ ୧୦ ବର୍ଷ ହେଲା ଏଠାରେ ବସବାସ କରୁଛନ୍ତି। ତେବେ ବସତି ର ୧୦ ବର୍ଷ ପରେ ମୌଳିକ ସୁବିଧା ରୁ ବଞ୍ଚିତ ଏହି ପଡା ବାସୀ। ସନ୍ଧ୍ୟା ନଇଁଲେ ଅନ୍ଧାରରେ ବୁଡ଼ିଯାଉଛି ପୂରା ଜନବସତି।ବିଦ୍ୟୁତ ନଥିବାରୁ ସନ୍ଧ୍ୟା ହେଲେ ଘରେ ଘରେ ଜଳୁଛି ଡିବିରି। ଏହି କ୍ଷୀଣ ଆଲୁଅରେ ପିଲାଙ୍କ ପାଠପଢ଼ା ଠାରୁ ଆରମ୍ଭ କରି ଦୈନନ୍ଦିନ କାମ ଚାଲୁଛି।ବିଦ୍ୟୁତ ସମସ୍ୟା ସାଙ୍ଗକୁ ପଡା କୁ ଯିବାପାଇଁ ନାହିଁ ଭଲ ରାସ୍ତା ଓ ବିଶୁଦ୍ଧ ପାନୀୟଜଳ ର ସମସ୍ୟା ମଧ୍ୟ ରହିଛି ବୋଲି ଅଭିଯୋଗ କରନ୍ତି ପଡା ର ମହିଳା ଓ ପୁରୁଷ। ସରକାରଙ୍କ ପକ୍ଷରୁ ବିଦ୍ୟୁତ ଓ ସୌର ଶକ୍ତି ଯୋଗାଣ ପାଇଁ ବିଭିନ୍ନ ଯୋଜନା ରହିଥିଲେ ମଧ୍ୟ ମହେନ୍ଦ୍ରନଗର ପଡ଼ାବାସୀ ସେଥିରୁ ବଞ୍ଚିତ ଥିବା ଅଭିଯୋଗ କରିଛନ୍ତି। ସମସ୍ୟା ସମାଧାନ ପାଇଁ ବହୁବାର ସ୍ଥାନୀୟ ଗ୍ରାମ ପଞ୍ଚାୟତ ସମେତ ବ୍ଲକ ପ୍ରଶାସନ,ଜିଲ୍ଲାପାଳ,ଉପଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ସମାଧାନ ହୋଇନଥିବା ଗ୍ରାମବାସୀ ଭୌଦେବ ପଟେଲ, କ୍ଷୀର ପଟେଲ, ଶ୍ୟାମ ସୁନ୍ଦର ଶବର ପ୍ରମୁଖ ପ୍ରକାଶ କରିବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି। ପଡା ର ମୌଳିକ ସମସ୍ୟା ନେଇ ସ୍ଥାନୀୟ ଗମ୍ଭାରୀଗୁଡ଼ା ସରପଞ୍ଚ ଇଶରାମ ସୁନାନୀ ଙ୍କ ପ୍ରତିକ୍ରିୟା ନେବାରୁ ମହେନ୍ଦ୍ରନଗର ପଡ଼ାର ସମସ୍ୟା ସମ୍ପର୍କରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଖୁବଶୀଘ୍ର ସମସ୍ୟା ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଳି କହିଛନ୍ତି। ତେବେ ୧୦ ବର୍ଷର ଅପେକ୍ଷା ପରେ ମଧ୍ୟ ବିଗତ ସରକାର କିମ୍ବା ବର୍ତ୍ତମାନ ର ସରକାର ଙ୍କ ଜନ ପ୍ରତିନିଧି କିମ୍ବା ଅଧିକାରୀ ଙ୍କ ଦୃଷ୍ଟି କାହିଁକି ଏହି ପଡା ପଡ଼ିନାହିଁ ତାହା ଦୁର୍ଭାଗ୍ୟଜନକ।ସରକାରୀ ଯୋଜନାର ଆଲୁଅ କେବେ ଏହି ଅବହେଳିତ ଜନବସତିରେ ପହଞ୍ଚିବ, ତାହାକୁ ଅପେକ୍ଷା କରିଛନ୍ତି ମହେନ୍ଦ୍ରନଗର ପଡ଼ାବାସୀ।

Kalahandi (କଳାହାଣ୍ଡି) • ରିତେଶ କୁମାର ମୁଣ୍ଡ

ବନ୍ୟା ସ୍ଥିତି ନେଇ ତତ୍ପର କୋକସରା ବ୍ଲକ ପ୍ରଶାସନ ସ୍ଥିତି ଅନୁଧ୍ୟାନ କଲେ ବିଡ଼ିଓ, ତହସିଲଦାର
Sep 27, 2026•30 views

ବନ୍ୟା ସ୍ଥିତି ନେଇ ତତ୍ପର କୋକସରା ବ୍ଲକ ପ୍ରଶାସନ ସ୍ଥିତି ଅନୁଧ୍ୟାନ କଲେ ବିଡ଼ିଓ, ତହସିଲଦାର

କୋକସରା, ସାମୁଦ୍ରିକ ବନ୍ୟା ଅର୍ଣ୍ଣଭ ଯୋଗୁଁ କଳାହାଣ୍ଡି ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖାଦେଇଛି।ଗତ ୩ ଦିନ ଧରି ତୁହାକୁତୁହା ମୁଷଳଧାର ବର୍ଷା ଯୋଗୁଁ ବିଭିନ୍ନ ବ୍ଲକ ରେ ଥିବା ନଦୀ ର ଜଳସ୍ତର ବୃଦ୍ଧି ହେବାସହ ବନ୍ୟା ସ୍ଥିତି ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି। ଏହାର ପ୍ରଭାବରେ କୋକସରା ବ୍ଲକ ରେ ମଧ୍ୟ ବର୍ଷା ବିତ୍ପାତ ଲାଗି ରହିଥିବା ବେଳେ ଅନେକ ଗାଁ ରେ ବନ୍ୟା ଜଳ ପ୍ରବାହିତ ହୋଇ ଗ୍ରାମାଞ୍ଚଳ କୁ ସଂଯୋଗ କରୁଥିବା ରାସ୍ତା ରେ ବନ୍ୟାଜଳ ପ୍ରବାହିତ ଯୋଗୁଁ ଯାତାୟାତ ଠପ ହୋଇଥିବା ବେଳେ ଅନେକ ନଦୀ ଫୁଲି ବନ୍ୟାଜଳ ପୋଲ ଉପରେ ଦେଇ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି। ବ୍ଲକ ର ଅନେକ ଗ୍ରାମ ରେ ବର୍ଷା ପାଣି ନିଷ୍କାସନ ହୋଇ ନ ପାରିବାରୁ ଅନେକ ଲୋକଙ୍କ ଙ୍କ ଘରେ ପଶିବାରୁ ଲୋକଙ୍କ ଆସବାବପତ୍ର ସମେତ ଖାଦ୍ୟ ସାମଗ୍ରୀ ନଷ୍ଟ ହୋଇଥିବା ଜଣାପଡିଛି। ତେବେ ବ୍ଲକ ପ୍ରଶାସନ ପକ୍ଷରୁ ତ୍ୱରିତ ପଦକ୍ଷେପ ନେଇ ଅଗ୍ନିଶମ ବିଭାଗ ସହାୟତା ରେ ପାଣି ନିଷ୍କାସନ କରାଯାଇଛି। ସେହିପରି ଲଡୁଗାଁ ଗ୍ରାମ ର ମନଭଙ୍ଗ ପୋଖରୀ ର ପାଣି ଲଡୁଗାଁ ବସ୍ତି ଭିତରକୁ ପଶି ଥିବା ବେଳେ ସେଠାରେ ମଧ୍ୟ ବ୍ଲକ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା।ସମ୍ଭାବ୍ୟ ବନ୍ୟା ପରିସ୍ଥିତି କୁ ନେଇ ବ୍ଲକ ପ୍ରଶାସନ ପକ୍ଷରୁ କୋକସରା ବିଡ଼ିଓ ଡ଼. ହିମାଞ୍ଚଳ ମାଝୀ, ତହସିଲଦାର ଚୋଡ଼ଗଙ୍ଗ ପ୍ରଧାନ,କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ପ୍ରଭାବିତ ଟେମରା, ଗହନାମୁଣ୍ଡା,ଲଡୁଗାଁ, କାଶିବାହଲ, ଘୁର୍ଳୁଗୁଡା, ଖପ୍ରାମାଲ,ମୂଷାପାଳି, ଆଦି ଗ୍ରାମରେ ପହଞ୍ଚି ସ୍ଥାନୀୟ ସରପଞ୍ଚ, ପିଇଓ ଙ୍କ ସହ ସ୍ଥିତି ନେଇ ଆଲୋଚନା କରିବା ସହ ବନ୍ୟା ପ୍ରଭାବିତ ଗାଁ ରେ ଲୋକଙ୍କ ସମସ୍ୟା ସମାଧାନ ଦିଗରେ ତତ୍ପରତା ଦେଖାଇଥିଲେ।ମୂଷାପାଳି ପଞ୍ଚାୟତ ଗହନାମୁଣ୍ଡା,ନାଗପଡା ୪୦ ପରିବାର ବନ୍ୟା ଘେର ରେ ରହିଥିବା ବେଳେ ସେହି ପରିବାର ର ପ୍ରାୟ ୧୪୦ ଜଣ ସଦସ୍ୟ ଙ୍କୁ ନିକଟସ୍ଥ ଗହନାମୁଣ୍ଡା ପ୍ରାଥମିକ ବିଦ୍ୟାଳୟ କୁ ସ୍ଥାନାନ୍ତରିତ କରିବା ସହ ଶୁଖିଲା ଖାଦ୍ୟ ଓ ରନ୍ଧା ଖାଦ୍ୟ ଦିଆଯାଇଛି। ବନ୍ୟା ସ୍ଥିତି ଉପରେ ସତର୍କ ଦୃଷ୍ଟି ରଖାଯାଇଛି ଓ ବ୍ଲକ ପ୍ରଶାସନ ତତ୍ପର ରହିଛି ବୋଳି ବିଡ଼ିଓ ଶ୍ରୀ ମାଝୀ ସୂଚନା ଦେଇଛନ୍ତି।

Kalahandi (କଳାହାଣ୍ଡି) • ରିତେଶ କୁମାର ମୁଣ୍ଡ

ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଅସୁସ୍ଥ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଭେଟିଲେ ମନ୍ତ୍ରୀଙ୍କ ପ୍ରତିନିଧି
Sep 27, 2026•6 views

ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଅସୁସ୍ଥ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଭେଟିଲେ ମନ୍ତ୍ରୀଙ୍କ ପ୍ରତିନିଧି

ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଧାମନଗର ବିଜ୍ଞାପିତ ଅଞ୍ଚଳ ୨ ନମ୍ବର ୱାର୍ଡର ବିଜେପି କାର୍ଯ୍ୟକର୍ତ୍ତାମାନଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ଧାମନଗର ବିଜ୍ଞାପିତ ଅଞ୍ଚଳର ମାନ୍ୟବର ମନ୍ତ୍ରୀଙ୍କ ପ୍ରତିନିଧି ଶ୍ରୀ କୈଳାଶ ମହାପାତ୍ର। ଏହି ଅବସରରେ ଶ୍ରୀ ମହାପାତ୍ର ଚିକିତ୍ସାଧୀନ କାର୍ଯ୍ୟକର୍ତ୍ତାମାନଙ୍କ ସହ ସାକ୍ଷାତ କରି ସେମାନଙ୍କ ଚିକିତ୍ସା ସମ୍ପର୍କରେ ଡାକ୍ତର ଓ ପରିବାରବର୍ଗଙ୍କଠାରୁ ଆବଶ୍ୟକ ସୂଚନା ନେଇଥିଲେ। ରୋଗୀମାନଙ୍କ ଚିକିତ୍ସା ବ୍ୟବସ୍ଥା ଓ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ମଧ୍ୟ ସେ ଅବଗତ ହୋଇଥିଲେ। ଅସୁସ୍ଥ କାର୍ଯ୍ୟକର୍ତ୍ତାମାନଙ୍କ ମନୋବଳ ବଢ଼ାଇବା ସହ ଖୁବଶୀଘ୍ର ସେମାନେ ସୁସ୍ଥ ହୋଇ ଘରକୁ ଫେରନ୍ତୁ ବୋଲି ଶ୍ରୀ ମହାପାତ୍ର ଆରୋଗ୍ୟ କାମନା କରିଥିଲେ। ସେହିପରି ଏହି ସାକ୍ଷାତ ସମୟରେ ଧାମନଗର ସହରୀ ମଣ୍ଡଳ ଯୁବ ମୋର୍ଚ୍ଚାର ସଭାପତି ଆଡଭୋକେଟ୍ ସୌମ୍ୟ ସାହୁ ମଧ୍ୟ ଉପସ୍ଥିତ ଥିଲେ। ସେ ଚିକିତ୍ସାଧୀନ କାର୍ଯ୍ୟକର୍ତ୍ତାମାନଙ୍କ ସହ ଆଲୋଚନା କରି ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିଥିଲେ ଏବଂ ଶୀଘ୍ର ସୁସ୍ଥତା କାମନା କରିଥିଲେ। ଅସୁସ୍ଥତା ସମୟରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ପାଖରେ ଛିଡ଼ା ହୋଇ ସେମାନଙ୍କ ମନୋବଳ ବଢ଼ାଇବା ସହ ସ୍ୱାସ୍ଥ୍ୟ ସମ୍ପର୍କରେ ଖବର ନେବାକୁ ନେଇ ଏହି ସାକ୍ଷାତକୁ ଗୁରୁତ୍ୱ ଦିଆଯାଇଛି। ଚିକିତ୍ସାଧୀନ ସମସ୍ତ କାର୍ଯ୍ୟକର୍ତ୍ତା ଖୁବଶୀଘ୍ର ସୁସ୍ଥ ହୋଇ ସାଧାରଣ ଜୀବନକୁ ଫେରନ୍ତୁ ବୋଲି ଏହି ଅବସରରେ ଉପସ୍ଥିତ ସମସ୍ତେ କାମନା କରିଥିଲେ।

Bhadrak (ଭଦ୍ରକ) • ରିପୋର୍ଟ :ଶିଶିର କୁମାର ସ୍ୱାଇଁ

୭ କିଲୋ ଗଞ୍ଜେଇ ସହ ଯୁବକ ଗିରଫ: ଅବକାରୀ ବିଭାଗର ପେଟ୍ରୋଲିଂ ବେଳେ ଖଇରା ଛକରୁ ଧରାପଡ଼ିଲେ ମଧ୍ୟପ୍ରଦେଶର ଯୁବକ
Sep 27, 2026•41 views

୭ କିଲୋ ଗଞ୍ଜେଇ ସହ ଯୁବକ ଗିରଫ: ଅବକାରୀ ବିଭାଗର ପେଟ୍ରୋଲିଂ ବେଳେ ଖଇରା ଛକରୁ ଧରାପଡ଼ିଲେ ମଧ୍ୟପ୍ରଦେଶର ଯୁବକ

ବୋଡ଼େନ: ବୋଡ଼େନ ଥାନା ଅଞ୍ଚଳର ଖଇରା ଛକ ନିକଟରେ ପେଟ୍ରୋଲିଂ ବେଳେ ସିନାପାଲି ଅବକାରୀ ବିଭାଗକୁ ମିଳିଛି ସଫଳତା। ୭ କିଲୋଗ୍ରାମ ଗଞ୍ଜେଇ ସହ ମଧ୍ୟପ୍ରଦେଶର ଜଣେ ୨୬ ବର୍ଷୀୟ ଯୁବକଙ୍କୁ ଧରି ଅବକାରୀ ବିଭାଗ କୋର୍ଟ ଚାଲାଣ କରିଛି। ସୂଚନା ଅନୁସାରେ, ଅପରାହ୍ନ ପ୍ରାୟ ୩ଟା ସମୟରେ ସିନାପାଲି ଅବକାରୀ ଥାନା ଅଧିକାରୀ ମଙ୍ଗଳ ଛତ୍ରିଆଙ୍କ ତତ୍ତ୍ୱାବଧାନରେ ଅବକାରୀ କର୍ମଚାରୀମାନେ ଖଇରା ଛକ ଅଞ୍ଚଳରେ ପେଟ୍ରୋଲିଂ କରୁଥିଲେ। ଏହି ସମୟରେ ସନ୍ଦେହଜନକ ଭାବେ ଯାଉଥିବା ମଧ୍ୟପ୍ରଦେଶର କଟଙ୍ଗି ଗ୍ରାମର ଅଜୟ ଦୁବେ (୨୬)ଙ୍କୁ ଅଟକାଇ ଯାଞ୍ଚ କରାଯାଇଥିଲା। ଯାଞ୍ଚ ସମୟରେ ତାଙ୍କ ନିକଟରୁ ୭ କିଲୋଗ୍ରାମ ଗଞ୍ଜେଇ ଜବତ ହୋଇଥିଲା। ପରେ ଅବକାରୀ ବିଭାଗ ପକ୍ଷରୁ ଗଞ୍ଜେଇ ଜବତ କରାଯିବା ସହ ଅଭିଯୁକ୍ତ ଅଜୟ ଦୁବେଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉ ଓ ପେଟ୍ରୋଲିଂ ଅଭିଯାନରେ ଅବକାରୀ ଥାନା ଅଧିକାରୀ ମଙ୍ଗଳ ଛତ୍ରିଆଙ୍କ ସହ ଏଏସ୍‌ଆଇ ସନ୍ତୋଷ କୁମାର ସେଠୀ, କନଷ୍ଟେବଳ ମୁରଲୀଧର ଶବର, ଲେଡି କନଷ୍ଟେବଳ ବୈଜୟନ୍ତୀ ଶବର ଓ କନଷ୍ଟେବଳ ମଧୁସୂଦନ ସିଂ ପ୍ରମୁଖ ସାମିଲ ଥିଲେ।

Nuapada (ନୂଆପଡ଼ା) • ରିପୋର୍ଟ: କଶ୍ୟପ ଜଗତ, ବୋଡେ଼ନ

ବେଗୁନିଆରେ ଏସି ପାଇପ ଚୋରି ଘଟଣାର ପର୍ଦ୍ଦାଫାଶ  କଟା ଏସି ପାଇପ ଓ ନଗଦ ଟଙ୍କା ଜବତ, ୪ ଗିରଫ
Sep 26, 2026•141 views

ବେଗୁନିଆରେ ଏସି ପାଇପ ଚୋରି ଘଟଣାର ପର୍ଦ୍ଦାଫାଶ କଟା ଏସି ପାଇପ ଓ ନଗଦ ଟଙ୍କା ଜବତ, ୪ ଗିରଫ

ଖୋର୍ଦ୍ଧା: ବେଗୁନିଆ ଅଞ୍ଚଳରେ ଏସି ପାଇପ ଚୋରି ଘଟଣାର ପର୍ଦ୍ଦାଫାଶ କରିଛି ବେଗୁନିଆ ପୁଲିସ। ଚୋରି ଘଟଣାରେ ସମ୍ପୃକ୍ତ ୪ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିବା ସହ କିଛି କଟା ଏସି ପାଇପ ଓ ନଗଦ ଟଙ୍କା ଜବତ କରିଛି।ଘଟଣାର ତଦନ୍ତ ସମୟରେ ପୁଲିସ ଅଞ୍ଚଳର ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲା। ସିସିଟିଭି ଫୁଟେଜ୍‌କୁ ଆଧାର କରି ତଦନ୍ତକୁ ଆଗକୁ ବଢ଼ାଇବା ପରେ ପୁଲିସ ଅଭିଯୁକ୍ତମାନଙ୍କ ନିକଟରେ ପହଞ୍ଚିଥିଲା।ପରେ ଅଭିଯୁକ୍ତମାନଙ୍କୁ କାବୁ କରି ପଚରାଉଚରା କରିବା ସହ ସେମାନଙ୍କ ନିକଟରୁ କଟା ଏସି ପାଇପ ଓ ନଗଦ ଟଙ୍କା ଜବତ କରିଛି ପୁଲିସ। ଘଟଣାରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ପୁଲିସର ତଦନ୍ତ ଜାରି ରହିଛି।

Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ଜଳମଗ୍ନ ବାଣପୁର ବ୍ଲକ୍‌ର ଅନେକ ଅଞ୍ଚଳ
Sep 26, 2026•38 views

ଜଳମଗ୍ନ ବାଣପୁର ବ୍ଲକ୍‌ର ଅନେକ ଅଞ୍ଚଳ

ଖୋର୍ଦ୍ଧା- ସାନହନ୍ତୁଆଡ଼ରୁ ଗମ୍ଭାରୀମୁଣ୍ଡା ମୁଖ୍ୟରାସ୍ତା ଜଳାର୍ଣ୍ଣବ, ଯାତାୟାତ ନେଇ ବଢ଼ିଲା ଚିନ୍ତାଲଗାଣ ବର୍ଷା ଯୋଗୁଁ ବାଣପୁର ବ୍ଲକ୍‌ର ଅନେକ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। ବର୍ତ୍ତମାନ ସାନହନ୍ତୁଆଡ଼ ପୂର୍ବପାର୍ଶ୍ୱ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବାଣପୁରଠାରୁ ଗମ୍ଭାରୀମୁଣ୍ଡା ଯାଇଥିବା ମୁଖ୍ୟରାସ୍ତାରେ ପାଣି ଜମି ରହିଛି। ଫଳରେ ରାସ୍ତା ଉପରେ ଜଳାର୍ଣ୍ଣବ ସ୍ଥିତି ସୃଷ୍ଟି ହୋଇଛି। ଏହି ଅଞ୍ଚଳରେ ଜଳ ନିଷ୍କାସନ ଓ ଶାଳିଆ ନଈର ଜଳସ୍ଥିତିକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ପରିସ୍ଥିତି ପ୍ରତି ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବା ସହ ଶାଳିଆ ନଈର ବର୍ତ୍ତମାନର ଜଳସ୍ଥିତି ସମ୍ପର୍କରେ ସଠିକ୍‌ ତଥ୍ୟ ସାର୍ବଜନୀନ କରିବାକୁ ଦାବି ହେଉଛି।ଜଳବନ୍ଦୀ ଅଞ୍ଚଳରେ ତୁରନ୍ତ ଜଳ ନିଷ୍କାସନ ସହ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି।

Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ଟୋଲ୍ ଆଦାୟରେ ବ୍ୟସ୍ତ ବିଭାଗ, ରାଜପଥରେ ପୋଖରୀ
Sep 26, 2026•37 views

ଟୋଲ୍ ଆଦାୟରେ ବ୍ୟସ୍ତ ବିଭାଗ, ରାଜପଥରେ ପୋଖରୀ

ଖୋର୍ଦ୍ଧା–ବଲାଙ୍ଗୀର NH-57ରେ ଯାତାୟାତ ବିପଦଜନକଟୋଲ୍ ଆଦାୟରେ ବ୍ୟସ୍ତ ଜାତୀୟ ରାଜପଥ ବିଭାଗ। ହେଲେ ରାସ୍ତାର ଅବସ୍ଥା ଦେଖିଲେ ଚିନ୍ତାଜନକ ଚିତ୍ର। ଖୋର୍ଦ୍ଧା–ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ପୁବୁସାହି, ଜାଗୁଳେଇପାଟଣା ଓ ସରଧାପୁର ନିକଟରେ ବର୍ଷାଜଳ ଜମି ରାସ୍ତା ପୋଖରୀର ଭ୍ରମ ସୃଷ୍ଟି କରୁଛି। ରାସ୍ତା ଉପରେ ଅନେକ ସ୍ଥାନରେ ପାଣି ଜମି ରହୁଥିବାରୁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହେବା ସହ ଦୁର୍ଘଟଣାର ଆଶଙ୍କା ବଢ଼ୁଛି। ଗାଡ଼ି ଚାଳକମାନେ ଗାଡ଼ି ନେଇ ଯାଉଥିବା ବେଳେ ଗାତରେ ପଡ଼ି ଗାଡ଼ିର ବିଭିନ୍ନ ଅଂଶ କ୍ଷତିଗ୍ରସ୍ତ ହେଉଥିବା ଅଭିଯୋଗ ମଧ୍ୟ ରହିଛି।ଟୋଲ୍ ଆଦାୟ ସହ ରାଜପଥର ରକ୍ଷଣାବେକ୍ଷଣ ଓ ଜଳ ନିଷ୍କାସନ ଉପରେ ମଧ୍ୟ ବିଭାଗ ଦୃଷ୍ଟି ଦେବ କେବେ?—ଏବେ ଏହି ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ଲୋକେ ଓ ଯାତ୍ରୀ।

Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ଜୁପିଟର ପବ୍ଲିକ ସ୍କୁଲ ଗଙ୍ଗପଡାରେ  ହିନ୍ଦୀ ପକ୍ଷ ପାଳିତ
Sep 26, 2026•7 views

ଜୁପିଟର ପବ୍ଲିକ ସ୍କୁଲ ଗଙ୍ଗପଡାରେ ହିନ୍ଦୀ ପକ୍ଷ ପାଳିତ

ଖୋର୍ଦ୍ଧା - ଶିକ୍ଷା ସଂସ୍କୃତି ଉତ୍ଥାନ ନ୍ୟାସ, ଓଡ଼ିଶା ପ୍ରାନ୍ତର ଭାଷା ସୁରକ୍ଷା ଅଭିଯାନ ଏବଂ ଜୁପିଟର ପବ୍ଲିକ ସ୍କୁଲ, ଗଙ୍ଗପଡାର ମିଳିତ ସହଯୋଗରେ ହିନ୍ଦୀ ପକ୍ଷ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟର ପ୍ରିନ୍ସିପାଲ ଅନୁପମା ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଥମେ ଅତିଥି ପରିଚୟ ପ୍ରଦାନ କରାଯିବା ପରେ ପ୍ରଭୁ ଜଗନ୍ନାଥଙ୍କ ସମ୍ମୁଖରେ ଦୀପ ପ୍ରଜ୍ବଳନ କରାଯାଇଥିଲା। ଏହି ଅବସରରେ ଜୁପିଟର ପବ୍ଲିକ ସ୍କୁଲର ସିଇଓ ଶ୍ରୀ ସୁବାସ ଚନ୍ଦ୍ର ପଣ୍ଡା ମୁଖ୍ୟ ଉଦ୍‌ଘାଟକ ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବେ ଓଡ଼ିଶା ଯାନ୍ତ୍ରିକ ମହାବିଦ୍ୟାଳୟ, ଭୁବନେଶ୍ୱରର ଅବସରପ୍ରାପ୍ତ ପ୍ରାଧ୍ୟାପକ ତଥା ଶିକ୍ଷା ସଂସ୍କୃତି ଉତ୍ଥାନ ନ୍ୟାସ, ଓଡ଼ିଶାର ବୈଷୟିକ ଶିକ୍ଷା ପ୍ରାନ୍ତ ସଂଯୋଜକ ପ୍ରାଧ୍ୟାପକ ରାଜେନ୍ଦ୍ର ପ୍ରସାଦ ନାୟକ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ରୂପେ ଅବସରପ୍ରାପ୍ତ ସମ୍ବଳ ହିନ୍ଦୀ ଶିକ୍ଷକ, ହିନ୍ଦୀ ଅନୁବାଦକ ତଥା ଲେଖକ ଶ୍ରୀ ଆଶିଷ କୁମାର ରାୟ ଯୋଗଦେଇଥିଲେ।ସମ୍ମାନିତ ଅତିଥି ରୂପେ ସିଆରସିସି, କୁଶମାଟି, ଜଟଣୀ ତଥା ଶିକ୍ଷା ସଂସ୍କୃତି ଉତ୍ଥାନ ନ୍ୟାସ, ଓଡ଼ିଶାର ବିଦ୍ୟାଳୟ ଶିକ୍ଷା ପ୍ରାନ୍ତ ସଂଯୋଜିକା ଡ. ରଶ୍ମିତା ନାୟକ, ଭାରତୀୟ ଭାଷା ମଞ୍ଚ, ଶିକ୍ଷା ସଂସ୍କୃତି ଉତ୍ଥାନ ନ୍ୟାସର ପ୍ରାନ୍ତ ସଂଯୋଜକ ଅଧିବକ୍ତା ଲିଙ୍ଗରାଜ ସାହୁ, ଖୋର୍ଦ୍ଧା ଜିଲ୍ଲା ସହ-ସଂଯୋଜକ ଜୟନ୍ତ କୁମାର ଦାସ ଓ ବିକ୍ରମ କେଶରୀ ଚମ୍ପତ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଅତିଥିମାନେ ହିନ୍ଦୀ ଭାଷା ସୁରକ୍ଷା ଅଭିଯାନ ଉପରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ବକ୍ତାମାନେ କହିଥିଲେ ଯେ, ପୃଥିବୀରେ ସର୍ବବୃହତ ଭାଷା ମଧ୍ୟରେ ଚାଇନିଜ ପ୍ରଥମ, ଇଂରାଜୀ ଦ୍ୱିତୀୟ ଏବଂ ହିନ୍ଦୀ ତୃତୀୟ ସ୍ଥାନରେ ରହିଛି। ଭାରତୀୟ ରାଜଭାଷା ହିନ୍ଦୀ ଦିନକୁ ଦିନ ବୃଦ୍ଧି ପାଉଛି ଏବଂ ମନୋରଞ୍ଜନ କ୍ଷେତ୍ରରେ ଏହାର ବ୍ୟବହାର ଅଧିକରୁ ଅଧିକ ବୃଦ୍ଧି ପାଉଛି।ଉପସ୍ଥିତି ଛାତ୍ର ଛାତ୍ରୀମାନଙ୍କ ମଧ୍ୟରିୁ ଶିଲା ଶତାବ୍ଦୀ ସ୍ବାଇଁ,ଆକାଶ ଆଚାର୍ଯ୍ୟ, ପି କେ ଆରୀୟନ ବ୍ରହ୍ମା ନିଜ ନିଜର ଅଭିଜ୍ଞତା ଉପସ୍ଥାପନ କରିଥିଲେ । ହିନ୍ଦୀ ଶିକ୍ଷକ ବିପିନ ଯାଦବ ମଞ୍ଚ ପରିଚାଳନା କରିଥିଲେ। ପରିଶେଷରେ ବରିଷ୍ଠ ହିନ୍ଦୀ ଶିକ୍ଷୟିତ୍ରୀ ରଜନୀ ଗୁପ୍ତା ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ବନ୍ୟାରେ ଷୋଳଗାଁ ଜଳମଗ୍ନ: ସାପ କାମୁଡ଼ାରେ ୧୫ ବର୍ଷୀୟା ନାବାଳିକା ହସ୍ପିଟାଲରେ
Sep 26, 2026•69 views

ବନ୍ୟାରେ ଷୋଳଗାଁ ଜଳମଗ୍ନ: ସାପ କାମୁଡ଼ାରେ ୧୫ ବର୍ଷୀୟା ନାବାଳିକା ହସ୍ପିଟାଲରେ

ଲଗାଣ ବର୍ଷା ଯୋଗୁଁ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ରାଧାବଲ୍ଲଭପୁର ପଞ୍ଚାୟତ ଅନ୍ତର୍ଗତ ଷୋଳଗାଁର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। ଗାଁର ପ୍ରାୟ ପ୍ରତ୍ୟେକ ଘରେ ବନ୍ୟା ପାଣି ପଶିଥିବାରୁ ଲୋକେ ଅତ୍ୟନ୍ତ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି। ଏହି ମଧ୍ୟରେ ରଞ୍ଜିତ ବେହେରାଙ୍କ ୧୫ ବର୍ଷୀୟା ଝିଅ ଲକ୍ଷ୍ମୀପ୍ରିୟା ବେହେରା ଘରେ କାମ କରୁଥିବା ସମୟରେ ସାପ କାମୁଡ଼ାର ଶିକାର ହୋଇଥିଲେ। ସାପ କାମୁଡ଼ିବା ପରେ ତାଙ୍କର ଯନ୍ତ୍ରଣା ଆରମ୍ଭ ହୋଇଥିଲା। ବନ୍ୟା ପାଣି ଯୋଗୁଁ ଯାତାୟାତ ବ୍ୟବସ୍ଥା ବାଧାପ୍ରାପ୍ତ ହେବାରୁ କୌଣସି ଗାଡ଼ି ନମିଳିବାରୁ ଶେଷରେ ବାଇକ୍‌ ଯୋଗେ ତାଙ୍କୁ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ବର୍ତ୍ତମାନ ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ଏଭଳି ପରିସ୍ଥିତିରେ ଷୋଳଗାଁବାସୀଙ୍କ ପାଇଁ ତୁରନ୍ତ ବୋଟ୍ ବ୍ୟବସ୍ଥା, ଡାକ୍ତରୀ ସେବା, ଶୁଖିଲା ଖାଦ୍ୟ ଏବଂ ରନ୍ଧା ଖାଦ୍ୟର ବ୍ୟବସ୍ଥା କରିବାକୁ ପ୍ରଶାସନଙ୍କୁ ନିବେଦନ। ବନ୍ୟା ପରିସ୍ଥିତି ଗୁରୁତର ଥିବାରୁ ଜରୁରୀକାଳୀନ ସହାୟତା ଯୋଗାଇ ଦେବାକୁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରାଯାଉଛି। ଷୋଳଗାଁବାସୀଙ୍କୁ ତୁରନ୍ତ ସହାୟତା ଦରକାର।

Bhadrak (ଭଦ୍ରକ) • ରିପୋର୍ଟ :ଶିଶିର କୁମାର ସ୍ୱାଇଁ

ପ୍ରକୃତିର ତାଣ୍ଡବ ଓ ପ୍ରବଳ ବର୍ଷା: ମଣ୍ଟାପଡ଼ା ଗ୍ରାମରେ ବ୍ୟାପକ କ୍ଷୟକ୍ଷତି, ବିପନ୍ନଙ୍କୁ ନୂତନ ଘର ଯୋଗାଇଦେବାକୁ ପ୍ରତିଶ୍ରୁତି
Sep 26, 2026•7 views

ପ୍ରକୃତିର ତାଣ୍ଡବ ଓ ପ୍ରବଳ ବର୍ଷା: ମଣ୍ଟାପଡ଼ା ଗ୍ରାମରେ ବ୍ୟାପକ କ୍ଷୟକ୍ଷତି, ବିପନ୍ନଙ୍କୁ ନୂତନ ଘର ଯୋଗାଇଦେବାକୁ ପ୍ରତିଶ୍ରୁତି

ହରିଡ଼ାପଦର,(ଆସିକା): ବିଗତ କିଛି ଦିନ ହେବ ଜାରି ରହିଥିବା ପ୍ରକୃତିର ତାଣ୍ଡବ ଓ ପ୍ରବଳ ବର୍ଷା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏହି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ହରିଡ଼ାପଦର ପଞ୍ଚାୟତ ଅନ୍ତର୍ଗତ ମଣ୍ଟାପଡ଼ା ଗ୍ରାମର ଅନେକ ପରିବାର ଗମ୍ଭୀର ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି। ଆଜି  ଆସିକା ବିଧାୟକ ଶ୍ରୀସରୋଜ କୁମାର ପାଢ଼ୀ ଏବଂ ସ୍ଥାନୀୟ ଜନପ୍ରତିନିଧି ଓ ଅଧିକାରୀମାନେ ମଣ୍ଟାପଡ଼ା ଗ୍ରାମ ପରିଦର୍ଶନ କରି ପ୍ରଭାବିତ ପରିବାରବର୍ଗଙ୍କୁ ସାକ୍ଷାତ କରିଛନ୍ତି। ବର୍ଷା ଯୋଗୁଁ ଅନେକ ଲୋକଙ୍କ ଘର ଭାଙ୍ଗିଯାଇଥିବାରୁ ସେମାନେ ଖୋଲା ଆକାଶ ତଳେ କିମ୍ବା ଅସ୍ଥାୟୀ ପଲିଥିନ ଟାଣି ଅତି ଦୁଃଖକଷ୍ଟ ମଧ୍ୟରେ ଗତି କରୁଛନ୍ତି। ପରିଦର୍ଶନ ସମୟରେ ଲୋକମାନଙ୍କର ଏହି ଆସନ୍ନ ସମସ୍ୟା ସମ୍ପର୍କରେ ସବିଶେଷ ଆଲୋଚନା କରାଯିବା ସହ ସେମାନଙ୍କୁ ସମବେଦନା ଜଣାଯାଇଛି। ଏହି ସଙ୍କଟ ସମୟରେ ପ୍ରଭାବିତ ପରିବାରଗୁଡ଼ିକୁ ସରକାରଙ୍କ ତରଫରୁ ତୁରନ୍ତ ନୂତନ ଘର ଯୋଗାଇ ଦିଆଯିବ ବୋଲି ବିଧାୟକ ପ୍ରତିଶୃତି ଦେଇଛନ୍ତି। ଏଥିସହ ପ୍ରତିନିଧି ଦଳ ପ୍ରକାଶ କରିଛନ୍ତି ଯେ, "ଏହି ବିପଦ ସମୟରେ ଆମେ ସମ୍ପୂର୍ଣ୍ଣ ଭାବେ ବିପନ୍ନଙ୍କ ସହିତ ଛିଡ଼ା ହୋଇଛୁ ଏବଂ ସେମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରଶାସନ ବଦ୍ଧପରିକର।" ଗ୍ରାମବାସୀଙ୍କୁ ଯଥାଶୀଘ୍ର ରିଲିଫ ଓ ଥଇଥାନ ସାମଗ୍ରୀ ଯୋଗାଇ ଦେବାକୁ ମଧ୍ୟ ବ୍ୟବସ୍ଥା କରାଯାଉଥିବା ସୂଚନା ମିଳିଛି।

Ganjam (ଗଞ୍ଜାମ) • ରିପୋର୍ଟ: ବିଜୟାନନ୍ଦ ତ୍ରିପାଠୀ ଭଂଜନଗର