--:--:--
-- ---
Srishti News

ମନମୋହନ ସାମଲଙ୍କ ଦୁଇଦିନିଆ କଳାହାଣ୍ଡି ଗସ୍ତ ପାଇଁ ବିଜେପିର ପ୍ରସ୍ତୁତି ବୈଠକ

Kalahandi (କଳାହାଣ୍ଡି)ରିତେଶ କୁମାର ମୁଣ୍ଡSeptember 19, 202610 views
ମନମୋହନ ସାମଲଙ୍କ ଦୁଇଦିନିଆ କଳାହାଣ୍ଡି ଗସ୍ତ ପାଇଁ ବିଜେପିର ପ୍ରସ୍ତୁତି ବୈଠକ
ଭବାନୀପାଟଣା: ଭାରତୀୟ ଜନତା ପାର୍ଟି (ବିଜେପି)ର ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲଙ୍କ ଦୁଇଦିନିଆ କଳାହାଣ୍ଡି ଗସ୍ତକୁ ନେଇ ଜିଲ୍ଲା ବିଜେପି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲା ସଭାପତି ଯୁଗଳ କିଶୋର ପୋଡ଼ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ୨୬ ତାରିଖରେ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଏବଂ ୨୭ ତାରିଖରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଆୟୋଜନ ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା। ଜିଲ୍ଲା ପ୍ରଭାରୀ ଶିବାଜି ମହାନ୍ତି, ଧର୍ମଗଡ଼ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କ ସମେତ ଜିଲ୍ଲା ପଦାଧିକାରୀମାନେ ଏଥିରେ ଯୋଗଦେଇ କାର୍ଯ୍ୟକ୍ରମର ସଫଳ ଆୟୋଜନ ନେଇ ମତାମତ ରଖିଥିଲେ। କଳାହାଣ୍ଡିର ଗଣପର୍ବ ନୂଆଁଖାଇର ଭାଇଚାରା, ସାମାଜିକ ସମନ୍ୱୟ ଓ ପାରମ୍ପରିକ ଐତିହ୍ୟକୁ ଆଧାର କରି ନୂଆଁଖାଇ ଭେଟଘାଟ ଆୟୋଜନ କରାଯିବ। ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ କଳାହାଣ୍ଡିର ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯିବା ନେଇ ସ୍ଥିର ହୋଇଛି। କାର୍ଯ୍ୟକ୍ରମରେ ତୃଣମୂଳ ସ୍ତରରୁ ପ୍ରତ୍ୟେକ ବୁଥ୍‌ର ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ସାମିଲ କରାଯିବ। ଏଥିସହ କଳାହାଣ୍ଡିର ଚାଷୀ, ମହିଳା, କଳାକାର, ବରିଷ୍ଠ ନାଗରିକ ଓ ଯୁବବର୍ଗଙ୍କ ସମେତ ବିଭିନ୍ନ ବର୍ଗର ଲୋକଙ୍କୁ ଭେଟଘାଟ କାର୍ଯ୍ୟକ୍ରମରେ ସାମିଲ କରାଯିବା ନେଇ ଆଲୋଚନା ହୋଇଥିଲା। ବୈଠକରେ ପୂର୍ବତନ ମନ୍ତ୍ରୀ ହିମାଂଶୁ ମେହେର, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ଜିଲ୍ଲା ଉପସଭାପତି ମୁକେଶ ଅଗ୍ରୱାଲ, ନିରୁପମା ସାମଲ, ସନ୍ତୋଷୀ ଦାସ, ଜିଲ୍ଲା ସାଧାରଣ ସମ୍ପାଦକ ସତ୍ୟରଞ୍ଜନ ବେହେରା, ହିମାଂଶୁ ପଣ୍ଡା, ଲୋକନାଥ ଦୁର୍ଗା, ଜିଲ୍ଲା ମିଡିଆ ସଂଯୋଜକ ନରହରି ପଟ୍ଟନାୟକଙ୍କ ସମେତ ଦଳର ବହୁ ପଦାଧିକାରୀ ଓ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।