ନିୟମଗିରି ଆନ୍ଦୋଳନ ନେତା ଲଦ ସିକକାଙ୍କ ଗିରଫ ପ୍ରତିବାଦରେ ଭୁବନେଶ୍ୱରରେ ବିକ୍ଷୋଭ
Bhubaneswar (ଭୁବନେଶ୍ୱର)ରିପୋର୍ଟ : ସୁକାନ୍ତ ପ୍ରଧାନSeptember 19, 202658 views

ଭୁବନେଶ୍ୱର: ନିୟମଗିରି ସୁରକ୍ଷା ସମିତିର ନେତା ଲଦ ସିକକାଙ୍କ ଗିରଫଦାରୀକୁ ବିରୋଧ କରି ଆଜି ଭୁବନେଶ୍ୱରରେ ସଚେତନ ନାଗରିକ ମଞ୍ଚ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିକ୍ଷୋଭକାରୀମାନେ ଲଦ ସିକକାଙ୍କୁ ତୁରନ୍ତ ମୁକ୍ତ କରିବାକୁ ଦାବି କରିଛନ୍ତି।
ସୂଚନା ଅନୁସାରେ, ସେପ୍ଟେମ୍ବର ୧୦ ତାରିଖରେ ଲାଞ୍ଜିଗଡ଼ କୋର୍ଟରୁ ଗୋଟିଏ ମାମଲାରେ ଜାମିନ ପାଇ ଫେରୁଥିବା ସମୟରେ କଳ୍ୟାଣସିଂହପୁର ନିକଟରେ ଲଦ ସିକକାଙ୍କୁ ପୋଲିସ ଅଟକାଇ ନେଇଥିବା ନେଇ ବିଭିନ୍ନ ନାଗରିକ ଓ ସାମାଜିକ ସଂଗଠନ ଅଭିଯୋଗ କରିଛନ୍ତି। ପରେ ତାଙ୍କୁ କୋର୍ଟରେ ହାଜର କରାଯାଇ ଜେଲ ପଠାଯାଇଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି।
ବିକ୍ଷୋଭକାରୀମାନଙ୍କ ଅଭିଯୋଗ ହେଉଛି, ଜାମିନ ପାଇବା ପରେ ମଧ୍ୟ ଲଦ ସିକକାଙ୍କୁ ପୁଣି ଗିରଫ କରାଯାଇ ଜେଲ ପଠାଯାଇଛି। ଏହାକୁ ନେଇ ତୁରନ୍ତ ତାଙ୍କୁ ମୁକ୍ତ କରିବା ସହ ଘଟଣାର ଆଇନଗତ ସ୍ଥିତି ସ୍ପଷ୍ଟ କରିବାକୁ ମଞ୍ଚ ପକ୍ଷରୁ ଦାବି କରାଯାଇଛି।
ତେବେ ଏହି ଗିରଫଦାରୀ ସମ୍ପର୍କରେ ଅନ୍ୟ ଏକ ରିପୋର୍ଟରେ ୨୦୧୭ ମସିହାର ପୁରୁଣା ମାମଲା ଓ ପୂର୍ବରୁ ଜାରି ହୋଇଥିବା କୋର୍ଟ ଆଦେଶର ଉଲ୍ଲେଖ ରହିଛି।
“ଲଦ ସିକକାଙ୍କୁ ତୁରନ୍ତ ମୁକ୍ତ କରାଯାଉ” ବୋଲି ବିକ୍ଷୋଭ ସମୟରେ ଦାବି ଉଠିଥିଲା।
