ବଡ଼ କର୍ଲାକୋଟରେ ଦୁଇ ବିଶାଳ ଗଣେଶ ପୂଜା ମେଢ଼
Kalahandi (କଳାହାଣ୍ଡି)ରିତେଶ କୁମାର ମୁଣ୍ଡSeptember 20, 20269 views

କଳାହାଣ୍ଡି ଜୟପାଟଣା ଭଗବାନ ଗଣେଶଙ୍କ ପୂଜନ ଅବ ସର ରେ ଦୁଲ୍ କି ଉଠୁଛି ଜୟପାଟଣା ବ୍ଲକର ବଡ କର୍ଲାକୋଟ ଅଞ୍ଚଳ । ୧୪ତମ ଗଣେଶପୂଜା ବଡ଼କର୍ଲାକୋଟ ବସ୍ତି ପଡା ଏବଂ ୧୫ତମ ଗଣେଶ ପୂଜା ଶୁଣ୍ଡି ପଡା ସିଦ୍ଧି ବିନାୟକ ପୂଜା ସମଗ୍ର ଜୟପାଟଣାବ୍ଲକ ଅଞ୍ଚଳ ନିମନ୍ତେ ଏକ ନିଆରା ସନ୍ଦେଶ ଦେଇଛି । ବହୁଅର୍ଥ ବ୍ୟୟରେ ନିର୍ମିତ ବସ୍ତିପଡ଼ା ପୂଜା ମଣ୍ଡପ କେଦାରନାଥ ମନ୍ଦିରର ରୂପ ସଜ୍ଜା ସହ ସ୍ଥାନୀୟ ଯୁବ ବନ୍ଧୁ ମାନଙ୍କ କଳା କୃତିରେ ଭଗବାନ ଗଣେଷଙ୍କ ମୂର୍ତି ଏବଂ ସାଜସଜ୍ଜା ସମସ୍ତ ଭକ୍ତ ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରି ଟାଣି ନେଉଥିବାବେଳେ, ମୀନାବଜାର,
ଜେମସା ନାଚ, ଖୋଟଳା ନାଚ, ଘୁମୁରା, ଦୂଲଦୁଲି, ବାଳିକା କୀର୍ତନ, ଭଳି ମନୋରଞ୍ଜନ କାର୍ଯ୍ୟକ୍ରମ ମାନ ସମସ୍ତଙ୍କର ମନ ମୋହି ଦେଇଛି । ଚତୁର୍ଥୀ ତିଥିରୁ ଆରମ୍ଭ ହୋଇଥିବା ଏହି ପୂଜନ ଉତ୍ସବ ଦଶମୀ ତିଥ୍
ନୂ ଆଖାଇ ପର ଦିନ ପର୍ଯ୍ୟନ୍ତ ସମାରୋହର ସହ ପାଳିତ ହେବାକୁ ଥିବାବେଳେ ଦିନ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଭିଡ଼ ଜମୁଥିବା ପରିଲକ୍ଷିତ ହେଉଛି । ବସ୍ତିପଡ଼ା ପୂଜନ ଉତ୍ସବରେ କର୍ତ୍ତା କର୍ମ ଗିରିଜା ପ୍ରସାଦ କଣ୍ଟା ଓ ତାଙ୍କ ସହଧର୍ମିଣୀ ଭଜମନି କଣ୍ଟା ନିଷ୍ଠାର ସହ ସମ୍ପାଦନ କରି ଆସୁଥିବାବେଳେ, ପୂଜକ କର୍ମ ଲାଖ ବାହାଲି ଗ୍ରାମର ଗୌତମ ଖମାରି ଦାୟିତ୍ଵ ତୁଲେଇ ଆସୁଛନ୍ତି । ଶାନ୍ତି ଶୃଙ୍ଖଳା ଦୃଷ୍ଟିରୁ ପୂଜା କମିଟି ର ସଦସ୍ୟ, ଗ୍ରାମ୍ୟ ମହିଳା ଦଳ, ଯୁବକ ମାନେ ଅତି ସ୍ନେହ ଶ୍ରଦ୍ଧାର ସହ ସାହାଯ୍ୟ, ସହଯୋଗ, ଭାଇଚାରର ସମ୍ପର୍କ ମଧ୍ୟରେ ପରିଚାଳିତ କରି ଆସୁଥିବ। ଦେଖାଯାଏ। ସେହିପରି ଶୁଣ୍ଡିପଡ଼ା ସିଦ୍ଧି ବିନାୟକ ଙ୍କ ପୂଜନ ଉତ୍ସବରେ ନିର୍ମିତ ରାଷ୍ଟ୍ରପତି ଭବନର ଅପରୂପ ସହ ସିଦ୍ଧି ବିନାୟକଙ୍କ ମୂର୍ତ୍ତି ଏବଂ ସାଚ ସଜ୍ଜା ଉଚ୍ଚ କେ ଟି ର ହୋଇପାରିଛି । ସ୍ଥାନୀୟ ଯୁବକ
ମାନଙ୍କ ପ୍ରଗାଢ଼ ଉଦ୍ୟ ମରେ ନିର୍ମିତ
ମଣ୍ଡପ, ତୋରଣ ସମଗ୍ର ଅଞ୍ଚଳ ପାଇଁ ନିଜର କଳା କୌଶଳର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛି । ଏହି ମଣ୍ଡପରେ କର୍ତ୍ତା ଭାବେ ସୁବାଷ ଚନ୍ଦ୍ର ପଟେଲ ଓ ତାଙ୍କ ଧର୍ମ ପତ୍ନୀ କୁମାରୀ ପଟେଲ ଭକ୍ତି ଓ ନିଷ୍ଠାର ସହ ନିଜକୁ ସମର୍ପିତ କରି ଦେଇଥିବାବେଳେ ପୂଜକ ଭାବେ ରବି ନାରାୟଣ ଦାସ
ସମସ୍ତ ହୋମ ଯଜ୍ଞ, ପୂଜନ କାର୍ଯ୍ୟ ସମ୍ପାଦନ କରି ଆସୁଛନ୍ତି । ଯୁବକ, ମହିଳା ମାନେ ଏଠାରେ ସମସ୍ତ କାର୍ଯ୍ୟକ୍ରମ ମାନଙ୍କରେ ସକ୍ରିୟ ଅଂଶ ଗ୍ରହଣ କରିଆସୁଥିବାବେଳେ କମିଟି ତରଫରୁ ସମ୍ପୂର୍ଣ୍ଣ ଭାବେ ଶାନ୍ତି ଶୃଙ୍ଖଳା
ରକ୍ଷା
ନିମନ୍ତେ ବ୍ୟାପକ ସୁବ୍ୟବସ୍ଥା କରିଥିବା ଦେଖାଯାଏ । ଚଳିତ ବର୍ଷ ୧୫ତମ ବା ର୍ଷିକ ସିଦ୍ଧି ବିନାୟକ
ପୂଜନ ଅତି ଶାନ୍ତି ଶୃଙ୍ଖଳା ମଧ୍ୟରେ ବ୍ୟ ବ ସ୍ଥି ତ ଥ୍ ବା ଯୋଗୁଁ ଦର୍ଶ ନାଭିଳାଷୀ ମାନେ ସ୍ଵଚ୍ଛନ୍ଦରେ ଦର୍ଶନସାରୀ ଫେରୁଛନ୍ତି । ଏହିପରି ଭାବେ ବସ୍ତି ପଡା ଓ ଶୁଣ୍ଡି ପଡା ପୂଜା କମିଟି ମଧ୍ୟରେ ଏକ ଭାବପୂର୍ଣ୍ଣ, ଏକତା ମନୋଭାବ, ସାହାଯ୍ୟ ସହଯୋଗର ହାତ ବଢ଼େଇ ଗ୍ରାମର ଏକତା ବଜାୟ ରଖୁଥିବା ଯୋଗୁଁ । ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭାଇଚାରାର ନିଦର୍ଶନ ଏହାର ନିଚ୍ଛକ ଉଦାହରଣ ସାଜିଛି । ତତସହ ଜନସାଧାରଣ ଶାନ୍ତି, ଶୃଙ୍ଖଳାର ସହ ବଡ କର୍ଲାକୋଟ ଗଣେଶ ପୂଜା ଉତ୍ସବକୁ ଭକ୍ତି ପୂର୍ଣ୍ଣ ସମାବେଶ ମଧ୍ୟରେ ଉପଭୋଗ କରି ଆସୁଥିବା ଯୋଗୁଁ ବସ୍ତି ପଡା ପୂଜା କମିଟିର ସଭାପତି ଦୁର୍ଲ୍ଲଭ ନାଏକ, ବିଳାଶ ମାଝୀ, ଦେବ ରାଜ କଣ୍ଟା, ମୁରଲୀଧର ଦଳେଇ, ସିଦ୍ଧେଶ୍ଵର ନାଏକ, ଗୁରୁ ପ୍ରସାଦ ନାଏକ ପ୍ରମୁଖ ଅଂଚଳ ବାସୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି
