--:--:--
-- ---
Srishti News

ଦୁଃଖର ସମୟରେ ଶୋକସନ୍ତପ୍ତ ପରିବାର ପାଖରେ ଲୁଲୁ ସେନା

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ତଳଗଡ ,ଅନୁଗୋଳSeptember 20, 202658 views
ଦୁଃଖର ସମୟରେ ଶୋକସନ୍ତପ୍ତ ପରିବାର ପାଖରେ ଲୁଲୁ ସେନା
ଅନୁଗୋଳ: ଅନୁଗୋଳ ଜିଲ୍ଲା ତଳଗଡ଼ ଗ୍ରାମର ସ୍ୱର୍ଗତ ହୃଦା ବେହେରାଙ୍କ ଦେହାନ୍ତରେ ପରିବାରରେ ଶୋକର ଛାୟା ଖେଳିଯାଇଛି। ଏହି ଦୁଃଖଦ ସମୟରେ ଲୁଲୁ ସେନା ଟିମ୍ ତଳଗଡ଼ ଗ୍ରାମରେ ପହଞ୍ଚି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ। ଏଥିସହ ଲୁଲୁ ସେନା ପକ୍ଷରୁ ପରିବାରକୁ ସାମର୍ଥ୍ୟ ଅନୁଯାୟୀ ସହାୟତା ପ୍ରଦାନ କରାଯାଇଥିଲା। ଅସହାୟ ଓ ଦୁଃଖୀ ପରିବାରଙ୍କ ଦୁଃଖ ସମୟରେ ସାଥୀ ହୋଇ ମାନବିକତାର ପରିଚୟ ଦେଇଛି ଲୁଲୁ ସେନା। ସ୍ୱର୍ଗତ ହୃଦା ବେହେରାଙ୍କ ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରକୁ ଏହି ଅପୂରଣୀୟ ଦୁଃଖ ସହିବା ପାଇଁ ଧୈର୍ଯ୍ୟ ଓ ଶକ୍ତି ପ୍ରଦାନ କରନ୍ତୁ ବୋଲି ଲୁଲୁ ସେନା ପକ୍ଷରୁ ପ୍ରାର୍ଥନା କରାଯାଇଛି।