--:--:--
-- ---
Srishti News

ପାର୍ବଣ ଋତୁରେ ଅନୁଗୋଳ ପୋଲିସର କଡ଼ା ପଦକ୍ଷେପ

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଅନୁଗୋଳSeptember 20, 202657 views
ପାର୍ବଣ ଋତୁରେ ଅନୁଗୋଳ ପୋଲିସର କଡ଼ା ପଦକ୍ଷେପ
ଅନୁଗୋଳ: ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଅନୁଗୋଳ ପୋଲିସ ପକ୍ଷରୁ ସାରା ଜିଲ୍ଲାରେ ରାତିକାଳୀନ ବ୍ଲକିଂ, ଏମଭି ଚେକିଂ ଏବଂ ମଦ୍ୟପାନ କରି ଗାଡ଼ି ଚାଳନା ଯାଞ୍ଚକୁ ଜୋରଦାର କରାଯାଇଛି। ବିଭିନ୍ନ ସ୍ଥାନରେ ପୋଲିସ ଟିମ୍‌ ପକ୍ଷରୁ ଯାନବାହନ ଯାଞ୍ଚ କରାଯାଇ ନିୟମ ଉଲ୍ଲଂଘନକାରୀଙ୍କ ଉପରେ ନଜର ରଖାଯାଉଛି। ବିଶେଷକରି ମଦ୍ୟପାନ କରି ଗାଡ଼ି ଚାଳନା ଭଳି ବିପଜ୍ଜନକ ଅଭ୍ୟାସକୁ ରୋକିବା ଉପରେ ପୋଲିସ ଗୁରୁତ୍ୱ ଦେଉଛି। ପାର୍ବଣ ସମୟରେ ଲୋକଙ୍କ ଯାତାୟାତ ବୃଦ୍ଧି ପାଉଥିବାରୁ ସଡ଼କ ଦୁର୍ଘଟଣା ରୋକିବା, ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଏବଂ ଜିଲ୍ଲାରେ ଶାନ୍ତିପୂର୍ଣ୍ଣ ଆଇନଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ।