ବଅଁରପାଳରେ କାଶତଣ୍ଡିର ଶୁଭ୍ର ସମ୍ଭାର, ଶରତର ଆଗମନୀ ବାର୍ତ୍ତା
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ବଅଁରପାଳ , ଅନୁଗୋଳSeptember 20, 202648 views

ବଅଁରପାଳ: ବର୍ଷା ଋତୁର ବିଦାୟ ସହ ବଅଁରପାଳ ଅଞ୍ଚଳରେ ଅନୁଭୂତ ହେଉଛି ଶରତର ଆଗମନୀ ସ୍ପର୍ଶ। ରାସ୍ତାପାର୍ଶ୍ୱ, ଖୋଲା ପଡ଼ିଆ ଓ ଖାଲି ଜମିରେ ଫୁଟିଥିବା ଧଳା କାଶତଣ୍ଡି ପ୍ରକୃତିକୁ କରିଛି ଅପୂର୍ବ ସୁନ୍ଦର।
ହାଲୁକା ପବନରେ ଉଡୁଥିବା କାଶତଣ୍ଡିଫୁଲ ଯେପରି ଶରତର ଆଗମନୀ ବାର୍ତ୍ତା ଦେଉଛି। ସବୁଜ ପରିବେଶ ମଧ୍ୟରେ ଧଳା କାଶଟତଣ୍ଡିଫୁଲର ଦୃଶ୍ୟ ପଥଚାରୀ ଓ ପ୍ରକୃତିପ୍ରେମୀଙ୍କ ଦୃଷ୍ଟି ଆକର୍ଷଣ କରୁଛି।
କାଶତଣ୍ଡିର ଶୁଭ୍ରତା ସହ ଧୀରେ ଧୀରେ ଅଞ୍ଚଳରେ ପାର୍ବଣର ମାହୋଲ ମଧ୍ୟ ଜମିବାରେ ଲାଗିଛି। ଆଗକୁ ଦୁର୍ଗାପୂଜା ସମେତ ବିଭିନ୍ନ ପାର୍ବଣ ଥିବାରୁ ଲୋକଙ୍କ ମନରେ ଉତ୍ସାହ ବଢ଼ୁଛି। କାଶତଣ୍ଡିଫୁଲର ଏହି ଶୁଭ୍ର ସମ୍ଭାର ଶରତ ଓ ପାର୍ବଣ ଋତୁର ଆଗମନକୁ ସ୍ୱାଗତ କରୁଥିବା ଭଳି ଲାଗୁଛି।
