ନଳକୂଅ ପାଣି ଦୂଷିତ ଅଭିଯୋଗ, ପ୍ରଶାସନର ଦୃଷ୍ଟି ପଡ଼ୁନି
Nayagarh (ନୟାଗଡ଼)ରିପୋର୍ଟ :ସଞ୍ଜୟ କୁମାର କଅଁର,ନୂଆଗାଁSeptember 20, 202627 views

ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଉଦୟପୁର ପଞ୍ଚାୟତ ଅନ୍ତର୍ଗତ ନଈତଈଲା ଗ୍ରାମ ଆଦିବାସୀ ସାହିରେ ପାନୀୟ ଜଳ ସମସ୍ୟା ଦିନକୁ ଦିନ ଚିନ୍ତା ବଢ଼ାଉଥିବା ବେଳେ ନଳକୂଅ ପାଣି ଦୂଷିତ ହେଉଥିବା ନେଇ ଅଭିଯୋଗ ହୋଇଛି। ନଳକୂଅରୁ ବାହାରୁଥିବା ପାଣିର ଗୁଣବତ୍ତାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଆଶଙ୍କା ପ୍ରକାଶ ପାଇଛି। ଏନେଇ ଅଭିଯୋଗ ପରେ ମଧ୍ୟ ପ୍ରଶାସନର ଦୃଷ୍ଟି ପଡ଼ୁନଥିବା ନେଇ ଅସନ୍ତୋଷ ଦେଖାଦେଇଛି।
ପାନୀୟ ଜଳ ଭଳି ଏକ ମୌଳିକ ଆବଶ୍ୟକତା ପ୍ରତି ଅବହେଳା ଯୋଗୁଁ ଲୋକେ ଚିନ୍ତାରେ ରହିଛନ୍ତି। ଦୂଷିତ ପାଣି ବ୍ୟବହାର ଦ୍ୱାରା ଜନସ୍ୱାସ୍ଥ୍ୟ ପ୍ରତି ବିପଦ ଆଶଙ୍କା ରହିଛି। ତେଣୁ ନଳକୂଅ ପାଣିର ମାନ ପରୀକ୍ଷା କରିବା ସହ ଆବଶ୍ୟକ ମରାମତି ଓ ବିଶୋଧନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏଥିସହ ତୁରନ୍ତ ପ୍ରଶାସନ ହସ୍ତକ୍ଷେପ କରି ସମସ୍ୟାର ସମାଧାନ କରୁ ବୋଲି ଦାବି ହୋଇଛି।
