--:--:--
-- ---
Srishti News

ମଇଳା ପାଣିରେ ବୁଡ଼ିଛି ଓମ ସାଇବିହାର ରାସ୍ତା

Bhubaneswar (ଭୁବନେଶ୍ୱର)ଲକ୍ଷ୍ମୀଧର ମୁର୍ମୁSeptember 20, 202611 views
ମଇଳା ପାଣିରେ ବୁଡ଼ିଛି ଓମ ସାଇବିହାର ରାସ୍ତା
ଭୁବନେଶ୍ୱର: ରାଜଧାନୀର ୯ ନମ୍ବର ୱାର୍ଡ ଅନ୍ତର୍ଗତ ଗାଡ଼କଣ ନିକଟସ୍ଥ ଓମ ସାଇବିହାରର ଦାଣ୍ଡ ରାସ୍ତା ଦୀର୍ଘଦିନ ହେବ ଶୋଚନୀୟ ଅବସ୍ଥାରେ ପଡ଼ିଛି। ରାସ୍ତା ଉପରେ ମଇଳା ପାଣି ଜମି ରହିବା ସହ ଯାତାୟାତରେ ଲୋକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସ୍ଥାନୀୟ ଅନ୍ତେବାସୀଙ୍କ ଅଭିଯୋଗ ଅନୁଯାୟୀ, ମଇଳା ଚାମ୍ବର ନିୟମିତ ସଫା କରାଯାଉନାହିଁ। ଫଳରେ ଚାମ୍ବର ଜାମ୍ ହୋଇ ମଇଳା ପାଣି ଓଭରଫ୍ଲୋ କରି ରାସ୍ତା ଉପରକୁ ଚାଲିଆସୁଛି। ଦୀର୍ଘ ସମୟ ଧରି ରାସ୍ତାରେ ମଇଳା ପାଣି ଜମି ରହିବା ଯୋଗୁଁ ପରିବେଶ ମଧ୍ୟ ଦୂଷିତ ହେଉଛି। ଏହି ରାସ୍ତା ଦେଇ ଯାତାୟାତ କରିବା ସମୟରେ ସ୍ଥାନୀୟ ଲୋକଙ୍କ ସମେତ ଛୋଟ ପିଲାମାନେ ବିଶେଷ ଅସୁବିଧାରେ ପଡ଼ୁଛନ୍ତି। ମଇଳା ପାଣି ଯୋଗୁଁ ଦୁର୍ଗନ୍ଧ ମଧ୍ୟ ସୃଷ୍ଟି ହେଉଥିବା ଅଭିଯୋଗ ହୋଇଛି। ସମସ୍ୟାର ତୁରନ୍ତ ସମାଧାନ କରି ଚାମ୍ବର ସଫା କରିବା ସହ ରାସ୍ତାରୁ ମଇଳା ପାଣି ହଟାଇବାକୁ ବିଏମ୍‌ସି କର୍ତ୍ତୃପକ୍ଷଙ୍କ ନିକଟରେ ଅନ୍ତେବାସୀମାନେ ଦାବି କରିଛନ୍ତି।