Web News

ଗଭୀର ଅବପାତଜନିତ ବର୍ଷା: ଖଲ୍ଲିକୋଟ ଓ ଗଞ୍ଜାମ ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କଲେ ଜିଲ୍ଲାପାଳ
ଖଲ୍ଲିକୋଟ :ଗଭୀର ଅବପାତ ପ୍ରଭାବରେ ହୋଇଥିବା ପ୍ରବଳ ବର୍ଷା ଯୋଗୁଁ ଖଲ୍ଲିକୋଟ ଓ ଗଞ୍ଜାମ ବ୍ଲକ୍ର ବିଭିନ୍ନ ସ୍ଥାନରେ ବ୍ୟାପକ ଚାଷଜମି ଜଳମଗ୍ନ ହୋଇଛି। ବଳରାମପଲ୍ଲୀ, ଖରଖରି ନାଳ, ବରପଲ୍ଲୀ ବ୍ରିଜ୍ ଏବଂ ବାଗଦେବୀ ମନ୍ଦିର ଛକସ୍ଥିତ ପୁରୁଣା ବ୍ରିଜ୍ ଅଞ୍ଚଳରେ ଜଳ ନିଷ୍କାସନ ବାଧାପ୍ରାପ୍ତ ହେବା ଫଳରେ ଏଭଳି ସ୍ଥିତି ଉପଜିଛି। ଏହାକୁ ଗମ୍ଭୀରତାର ସହ ନେଇ ଗଞ୍ଜାମ ଜିଲ୍ଲାପାଳ ଉକ୍ତ ପ୍ରଭାବିତ ଅଞ୍ଚଳଗୁଡ଼ିକ ପରିଦର୍ଶନ କରି ସ୍ଥିତିର ପ୍ରତ୍ୟକ୍ଷ ଅନୁଧ୍ୟାନ କରିଛନ୍ତି। ନାଳଗୁଡ଼ିକରେ ଜଳ ନିଷ୍କାସନ ଠିକ୍ ଭାବେ ହୋଇପାରୁ ନଥିବାରୁ ଚାଷଜମିରେ ପାଣି ଜମି ରହିଛି, ଯାହା ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି। ଜିଲ୍ଲାପାଳ ଏହି ସମସ୍ୟାର ତୁରନ୍ତ ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଆବଶ୍ୟକ ଓ ଜରୁରୀ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ପରିଦର୍ଶନ ସମୟରେ ସେ ସ୍ଥାନୀୟ ଲୋକ ଓ ଚାଷୀମାନଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ପଚାରି ବୁଝିବା ସହ ଖୁବ୍ଶୀଘ୍ର ଜଳ ନିଷ୍କାସନ ସମସ୍ୟାର ସ୍ଥାୟୀ ପ୍ରତିକାର କରାଯିବ ବୋଲି ଆଶ୍ୱାସନା ଦେଇଛନ୍ତି। ଜିଲ୍ଲାପାଳଙ୍କ ସହ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ଏହି ପରିଦର୍ଶନ ସମୟରେ ଉପସ୍ଥିତ ଥିଲେ।
Ganjam (ଗଞ୍ଜାମ) • ରିପୋର୍ଟ: କବିରାଜ ପାତ୍ର ସ୍ଵତନ୍ତ୍ର ପ୍ରତିନିଧି

ବର୍ଷା ଯୋଗୁଁ ଏକର ଏକର ପରିବା ଓ ଧାନ ଚାଷ କୁ ବିବିନ୍ନ ପଞ୍ଚାୟତ ବୁଲି ଦେଖିଲେ ଦୁଇ ବିଧାୟକ
ଖଲିକୋଟ:ପୁରୁଷୋତ୍ତମପୁର ବ୍ଳକର ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀର 15 ଗୋଟି ପଞ୍ଚାୟତ ମଧ୍ୟରୁ କିଛି ପଞ୍ଚାୟତ ର ଚାଷ ଜମିରେ ବନ୍ୟା ପାଣି ପସି ଧାନ ଓ ପରିବା ଚାଷ କ୍ଷୟ କ୍ଷତି ସ୍ତିତିକୁ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ, ତହସିଲଦାର ବିନୋଦ ବେହେରା ଇ ତହସିଲ ଆରାଇ ସୁପର ଭାଇଜର ମାନେ,ବ୍ଲକ ଅଧକ୍ଷା ପିଙ୍କି ବେହେରା, ସମାଜ ସେଵୀ ଜଗତ ବନ୍ଧୁ ପଣ୍ଡା, ତାପସ ବେହେରା ଓ ମାନ ଭଞ୍ଜନ ଗୌଡ଼, ବଡ଼ ବରଙ୍ଗାସମିତି ସଭ୍ୟ ବିଷ୍ଣୁ ରେଡ଼ୀ ଚାଷୀଙ୍କ ସହ ମିଶି ବିଭିନ୍ନ ପଞ୍ଚାୟତ ବୁଲି ଦେଖି ଚାଷୀଙ୍କ ସମସ୍ୟା ଶୁଣି ଥିଲେ | ସେହିପରି କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳ ତଥା ପୁରୁଷୋତ୍ତମପୁର ବ୍ଳକର 11ଗୋଟି ପଞ୍ଚାୟତ ରେ ଲଘୁଚାପ ଜନିତ ବର୍ଷା ଓ ନଦୀ, ନାଳ ପାଣି ମାଡି ଏକର ଏକର ଧାନ ଓ ପରିବା ଚାଷ ନଷ୍ଟ ହୋଇଯାଇଛି ଲଘୁଚାପ ବର୍ଷା ଯୋଗୁଁ | ଯାହାଦ୍ୱାରା ଏକର, ଏକର ଚାଷ ଜମି ରେ ଲାଗିଥିବାବିଭିନ୍ନ ଫସଲ ଓ ଫଳୁଥିବା ଏବଂ ଫଳିବାକୁ ଥିବା ଧାନ ସହିତ ବିଭିନ୍ନ ପରିବା ଚାଷ ନଷ୍ଟ ହୋଈ ଯାଇଛି | ଧାର କରଜ କରି ଚାଷ କରିଥିବା ଚାଷୀ ଆଜି ଚିନ୍ତାରେ ରହିଛି | ଦୀର୍ଘ ଆଠ ରୁ ଦଶ ଦିନ ଧରି ଚାଷ ଜମିରେ ପାଣି ରହିବା ଦ୍ୱାରା ବିଭିନ୍ନ ପରିବା ଚାଷ ନଷ୍ଟ ହୋଈ ଯାଇଛି | ଚାଷୀଟି ପନିପରିବା ଓ ଧାନ ଚାଷ କରି କିଛି ପରିବାର ପ୍ରତି ପୋଷଣ ସହିତ ସାଉକାର ର ରୁଣ ପରିଶୋଧ କରିବାର ଯେଉଁ ଲକ୍ଷ ରଖିଥିଲା ଅବପାତ ବର୍ଷାରେ ତାହା ଧୂଳିସାତ ହୋଈ ଗଲା,ଉଜୁଡି ଗଲା ତାର ସଂସାର , ସରକାର ଯଦି ତାକୁ ସହଯୋଗ ନକରିବେ ତେବେ ଧାରା କରଜ କରିଥିବା ଚାଷୀଟି ଆତ୍ମ ହତ୍ୟା ହି କରିବ ବୋଲି ମତ ଦେଇଛନ୍ତି | ତେବେ ଜନ ପ୍ରତିନିଧି ହୋଈ ଥିବା ବିଧାୟକ ଚାଷୀ ମାନଙ୍କ ପାଖକୁ ଯାଇ ସେମାନଙ୍କ ଉଜୁଡି ଥିବା କ୍ଷୟ କ୍ଷତି ଫସଲ କୁ ବୁଲି ଦେଖି ସେମାନଙ୍କ ଅଭାବ ଅସୁବିଧା କୁ ସରକାର ଙ୍କ ସହିତ ବିଭାଗୀୟ ମନ୍ତ୍ରୀ ଙ୍କ ସହ କଥାବାର୍ତା କରି ଏବଂ ଜିଲ୍ଲା ପାଳଙ୍କ ସହ କଥା ହୋଈ କ୍ଷତିଗ୍ରସ୍ତ ଚାଷୀ ମାନଙ୍କୁ ସବୁ ସୁବିଧା ଏବଂ ବ୍ୟବସ୍ତା କରିବି ବୋଲି ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଉପସ୍ଥିତରହି ପୁରୁଷୋତ୍ତମପୁର ତହସିଲଦାର ଙ୍କ ଉପସ୍ଥିତିରେ ଫସଲ ର କ୍ଷୟ କ୍ଷତି ଆକଳନ କରି ରିପୋର୍ଟ ପ୍ରଦାନ କରିବାକୁ କହିଥିଲେ ଓ ତହସିଲଦାରବିନୋଦ କୁମାର ବେହେରା, ସୁପର ଭାଇଜର, ଓ ପାଖରେ ଥିବା ଆରାଇ ଙ୍କୁ ତୁରନ୍ତ ରିପୋର୍ଟ କରି ଦେବା ପାଇଁ କହିଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ଘୁମୁସର ଓ ଆସ୍କା ବିଜେପି ସମ୍ପାଦକ ଶ୍ରୀକାନ୍ତ କୁମାର ପଣ୍ଡା, ବିଧାୟକ ପ୍ରତିନିଧି ମନୋଜ କୁମାର ଦାଶ,ପାଣ୍ଡିଆ ମଣ୍ଡଳ ସଭାପତି ପ୍ରଶାନ୍ତ କୁମାର ସ୍ୱାଇଁ, ପାଣ୍ଡିଆ ମଣ୍ଡଳ ସମ୍ପାଦକ ରାଜୀବ ଲୋଚନ ବେହେରା, ପବିତ୍ର ସାବତ, କୃଷ୍ଣ ବିଷୋୟୀ ଟଙ୍କା ଛାଇ ଶକ୍ତି କେନ୍ଦ୍ର ପ୍ରମୁଖ, ପାଣ୍ଡିଆ ସରପଞ୍ଚପ୍ରତିନିଧି ସନ୍ତୋଷ ସେଠୀ ଓ କୈଳାଶ ସେଠୀ ଙ୍କ ସହ ବହୁ ନେତା କର୍ମୀ, ସରପଞ୍ଚ, ସମିତି ସଭ୍ୟ ଓ 11 ଗୋଟି ପଞ୍ଚାୟତ ର ପଦାଧିକାରୀ, ନେତା ଉପସ୍ଥିତ ଥିଲେ |
Ganjam (ଗଞ୍ଜାମ) • ରିପୋର୍ଟ ବିଜୟାନନ୍ଦ ତ୍ରିପାଠୀ ଭଂଜନଗର

ଧରାକୋଟରେ ଜଣଙ୍କୁ ମରଣାନ୍ତକ ଆକ୍ରମଣ, ମେଡିକାଲରେ ଭର୍ତ୍ତି
ଧରାକୋଟ : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ କମାଶାସନ-ଗୌଡ଼ଗୋଠ ନିଛାଟିଆ ରାସ୍ତାରେ ଜଣେ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଆହତ ବ୍ୟକ୍ତି ଜଣକ ହେଲେ ସ୍ଥାନୀୟ ଗୌଡ଼ଗୋଠ ଗ୍ରାମର କାଳିଆ ନାହାକ। ମିଳିଥିବା ସୂଚନା ମୁତାବକ, କାଳିଆ ନିଜ ବାଇକ୍ ଯୋଗେ ଗୌଡ଼ଗୋଠ ଗ୍ରାମକୁ ଫେରୁଥିବା ସମୟରେ ଏହି ନିଛାଟିଆ ରାସ୍ତାରେ ପୂର୍ବରୁ ଓତ ପେତି ରହିଥିବା ୩ ଜଣ ଦୁର୍ବୃତ୍ତ ହଠାତ୍ ତାଙ୍କୁ ଅଟକାଇଥିଲେ। କିଛି ବୁଝିବା ପୂର୍ବରୁ ସେମାନେ ଏକ ମାରାତ୍ମକ ଅସ୍ତ୍ର ସାହାଯ୍ୟରେ କାଳିଆଙ୍କୁ ନିର୍ମମ ଭାବେ ଆକ୍ରମଣ କରିଥିଲେ। ଆକ୍ରମଣ ଯୋଗୁଁ ସେ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ବ୍ରହ୍ମପୁରସ୍ଥିତ ଏମ.କେ.ସି.ଜି. ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି। ଅପରପକ୍ଷରେ ଘଟଣାସ୍ଥଳରେ ଧରାକୋଟ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଏହି ଆକ୍ରମଣ ପଛର ପ୍ରକୃତ କାରଣ କ’ଣ, ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। ପୋଲିସ ପକ୍ଷରୁ ସବୁ ଦିଗକୁ ନେଇ ଯାଞ୍ଚ କରାଯାଉଥିବା ବେଳେ ଖୁବ୍ଶୀଘ୍ର ପ୍ରକୃତ ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ଜଣାପଡ଼ିଛି।
Ganjam (ଗଞ୍ଜାମ) • ରିପୋର୍ଟ: ବିଜୟାନନ୍ଦ ତ୍ରିପାଠୀ ଭଂଜନଗର

ଜିଲ୍ଲା କଂଗ୍ରେସ ପକ୍ଷରୁ ନିର୍ବାଚନ କମିଶନରଙ୍କ ବହିଷ୍କାର ଓ ଗରିଫ୍ ଦାବିରେ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ବିକ୍ଷୋଭ
ଯାଜପୁର: ୨୮/୦୯: ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା କଂଗ୍ରେସ କମିଟିର ସଭାପତି ମାଗୁଣି ବଟକୃଷ୍ଣ ଯେନାଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମୁଖ୍ୟ ନିର୍ବାଚନ କମିଶନରଙ୍କର ବହିଷ୍କାର ଓ ଗିରଫ୍ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ମୁଖ୍ୟ ନିର୍ବାଚନ କମିଶନଙ୍କ ସହଯୋଗୀ ସୁଖ୍ବୀର ସିଂହ ସାନ୍ଧୁ ଏବଂ ବିବେକ ଜୋସି ବିଗତ ୧୦ ମାସ ମଧ୍ୟରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଂଘନ ସଂଶୋଧନ (ଏସ୍.ଆଇ.ଆର) ପ୍ରକ୍ରିୟାରେ ୧୪ଥାର ଆପତ୍ତି ଉଠାଇଥିଲେ ମଧ୍ୟ ସି.ଇ.ସି. ଏହାକୁ ଗୁରୁତ୍ୱ ନ ଦେଇ କେନ୍ଦ୍ର ସରକାରଙ୍କ ପ୍ରରୋଚନାରେ ଏହାକୁ ଏଡାଇ ଯାଇଛନ୍ତି । ମୁଖ୍ୟ ନିର୍ବାଚନ କମିଶନରଙ୍କ ଏହି ଅଗଣତାନ୍ତ୍ରିକ ଓ ପକ୍ଷପାତ ନୀତି ବିରୁଦ୍ଧରେ ବିରୋଧ ଦଳ ପକ୍ଷରୁ ଜ୍ଞାନେଶ କୁମାରଙ୍କ ବହିଷ୍କାର ଓ ଗରିଫ୍ ଦାବି କରିବା ସଂଗେ ସଂଗେ ତାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ନିର୍ବାଚନକୁ ରଦ୍ଦ କରିବାକୁ ଦୃଢ଼ ପଦକ୍ଷେପ ନେବାକୁ ଦାବି କରିଛନ୍ତି । ୨୦୨୫ ଜୁନ୍ରେ ହୋଇଥିବା ବିହାର ଏବଂ ଗତ ଏପ୍ରିଲ୍ ମାସରେ ହୋଇଥିବା ପଶ୍ଚିମ ବଙ୍ଗ ନିର୍ବାଚନରେ ବହୁ ଅନୀୟମିତତା ହୋଇଥିବା ଦର୍ଶାଇ ପଶ୍ଚିମବଙ୍ଗ ପି.ସି.ସି. ର ସଭାପତି ଅଜୟ ରାୟ ଏହାକୁ ରଦ୍ଦ କରିବାକୁ ମଧ୍ୟ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି । ବୈଧ ଭୋଟର ମାନଙ୍କୁ ଅବୈଧ୍ୟ ଦର୍ଶାଇ ଏସ୍.ଆଇ.ଆର ପ୍ରକ୍ରିୟାରେ ଯେଉଁ ସଂଶୋଧିତ ଭୋଟର ତାଲିକା ପ୍ରକାଶ ପାଇଛି ତନ୍ମଧ୍ୟରେ ୬ ଓ ୭ ନମ୍ବର ଫର୍ମରେ ଉଲ୍ଲେଖ ଥିବା ଅନେକ ତଥ୍ୟ ଗଣତାନ୍ତ୍ରିକ ପ୍ରକ୍ରିୟାରେ ବିରୁଦ୍ଧାଚରଣ କରୁଛି । ବିଜେପି ଦଳର ଏହି ଭୋଟ୍ ଚୋରି ଭାରତୀୟ ଗଣତନ୍ତ୍ରରେ ବିପର୍ଯ୍ୟୟ ଆଣିବା ସ ହିତ ଏହା ଦେଶ ଓ ଜାତିକୁ ଧର୍ମଆଧାରରେ ବିଭାଜନ କରିବାର ଆଶଙ୍କା ଏଡାଇ ଦିଆଯାଇ ନ ପାରେ । ଭାରତୀୟ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ସମଗ୍ର ଦେଶବାସୀ ଏହି ବିଚାରକରି ନିଷ୍ପତ୍ତି ନେବା ଆବଶ୍ୟକ ବୋଲି ସଭାପତି ଶ୍ରୀ ଜେନା ବ୍ୟକ୍ତ କରିଥିଲେ । ବିକ୍ଷୋଭ ଶେଷରେ ଶ୍ରୀଜେନାଙ୍କ ଅଧ୍ୟକ୍ଷତାରେ ନେତୃମଣ୍ଡଳୀମାନେ ଭାରତର ମହାମିହମ ରାଷ୍ଟ୍ରପତି ଦ୍ରୌପତୀ ମୂର୍ମୂଙ୍କୁ ଯାଜପୁର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ)ଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଏହି ବିକ୍ଷୋଭରେ ସେବା ଦଳର ଅଧ୍ୟକ୍ଷ ସୁଭେନ୍ଦୁ ମହାନ୍ତି, ବରିଷ୍ଠ ନେତା ସନ୍ତୋଷ ନନ୍ଦ, ଶନତ ଜେନା, ମହେନ୍ଦ୍ର ଦାସ, ହରେକୃଷ୍ଣ ସାହୁ, ମିହିର ମିଶ୍ର, ଦୟାନିଧି ଘଡାଇ,ଅଶୋକ ଦାସ ,ମଦନମୋହନ ଖୁଣ୍ଟିଆ, ଚିନ୍ମୟ ପ୍ରଧାନ, ହୃଷିକେଶ ପତି, ଅନିଲ କୁମାର ଜେନା କଳ୍ପତରୁ ଧଳ ଦେବେନ୍ଦ୍ର ପ୍ରଧାନ, ସଂଜୟ କୁମାର ରାଉତ, ଏକାଦଶୀ ସେଠୀ, ପ୍ରତାପ ଦାସ, ଗଂଗ୍ରାମ ସାହାଣୀ, ଗଦାଧର ଦାସ, ଅଶୋକ ଦାସ, ତପନ ନାୟକ, ନାରାୟଣ ସାମନ୍ତ, ସଂଗ୍ରାମ ସାହାଣୀ, ବିଭୂତି ମହାପାତ୍ର, ଅଜୟ ବେହେରା, ଅର୍ଜ୍ଜିତ ନାୟକ, ନିକୁଞ୍ଜ ସାମଲ, ସୁଶାନ୍ତ ମିଶ୍ର, ଉମେଶ ମଲ୍ଳିକ, ହୃଷିକେଶ ଜେନା, ମଧୁସୂଚନ ଜେନା, ବିଦ୍ୟାଧର ମଲ୍ଲିକ ପ୍ରଭୃତି ଶତାଧିକ କଂଗ୍ରେସ କର୍ମୀ ଓ ନେତୃମଣ୍ଡଳୀ ବିକ୍ଷୋଭରେ ସାମିଲ ହୋଇଥିଲେ ।
Jajpur (ଯାଜପୁର) • ଅନିଲ କୁମାର ଜେନା ଙ୍କ ରିପୋର୍ଟ ଯାଜପୁର

ପାଣ୍ଡୁସର ନଦୀରେ ଜଳସ୍ତର ବୃଦ୍ଧି; ବନ୍ୟା ଭୟରେ ଗ୍ରାମବାସୀ, ଚାଷଜମି ଜଳମଗ୍ନ
ଅବିଶ୍ରାନ୍ତ ବର୍ଷା ଯୋଗୁଁ ପାଣ୍ଡୁସର ନଦୀରେ ଜଳସ୍ତର ଆଶାତୀତ ଭାବେ ବୃଦ୍ଧି ପାଇଛି। ନଦୀର ଫୁଲିରହିଥିବା ବନ୍ୟାଜଳ ଏବେ ଗାଁ ପାଖକୁ ମାଡ଼ି ଆସିଥିବାରୁ ସ୍ଥାନୀୟ ଅଞ୍ଚଳରେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଛି। ଜଳମଗ୍ନ ଚାଷଜମି: ନଦୀର ଓଭରଫ୍ଲୋ (ପାଣି ମାଡ଼ିଯିବା) ଯୋଗୁଁ ଏକର ଏକର ଧାନବିଲ ସମ୍ପୂର୍ଣ୍ଣ ଭାବେ ଜଳମଗ୍ନ ହୋଇପଡ଼ିଛି। କ୍ରମାଗତ ଭାବେ ପାଣି ଜମି ରହିବା ଯୋଗୁଁ ଫସଲ ନଷ୍ଟ ହେବାର ଆଶଙ୍କା କରି ଚାଷୀମାନେ ନିରାଶ ହୋଇପଡ଼ିଛନ୍ତି। ଯାତାୟାତ ବାଧାପ୍ରାପ୍ତ: ବନ୍ୟାଜଳ ରାସ୍ତାଘାଟ ଉପରେ ପ୍ରବାହିତ ହେଉଥିବାରୁ ଅଞ୍ଚଳର ସାଧାରଣ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ଗ୍ରାମାଞ୍ଚଳ ସହିତ ସଂଯୋଗ କରୁଥିବା ମୁଖ୍ୟ ପଥଗୁଡ଼ିକ ପାଣିରେ ବୁଡ଼ି ରହିଥିବାରୁ ଲୋକେ ଗମନାଗମନ ପାଇଁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଆଶଙ୍କାରେ ବାସିନ୍ଦା: ନଦୀର ଜଳସ୍ତର କ୍ରମାଗତ ଭାବେ ବଢ଼ୁଥିବାରୁ ଗ୍ରାମବାସୀ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେବା ପାଇଁ ଆଶଙ୍କାରେ ଅଛନ୍ତି। ସୁରକ୍ଷା ଦୃଷ୍ଟିରୁ ସ୍ଥାନୀୟ ପ୍ରଶାସନ ତରଫରୁ ସ୍ଥିତି ଉପରେ ନଜର ରଖାଯାଇଛି ଏବଂ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
Bhubaneswar (ଭୁବନେଶ୍ୱର) • ରିପୋର୍ଟ ସୁଶାନ୍ତ କୁମାର ମହାକୁଡ଼

ଅବହେଳାରେ ପଞ୍ଚଭୂତିର 'ନେଳିଆ ବନ୍ଧ': ଗାଧୁଆ ତୋଠରେ ଅଳିଆର ପାହାଡ଼, କେବେ ହେବ ସଫା?
ପ୍ରକୃତି ଓ ମାନବ ସଭ୍ୟତାର ଏକ ଆଧାର ପଞ୍ଚଭୂତି, ଯାହାର ପ୍ରମୁଖ ଅଙ୍ଗ ହେଉଛି ଜଳ। କିନ୍ତୁ ଆଜି ଅବହେଳା ପ୍ରଶାସନିକ ଉଦାସୀନତା ଯୋଗୁଁ ନିଜର ଅସ୍ତିତ୍ୱ ହରାଇବାକୁ ବସିଛି ଐତିହାସିକ ‘ନେଳିଆ ବନ୍ଧ’। ଦିନ ଥିଲା, ଏହି ନେଳିଆ ବନ୍ଧର ନିର୍ମଳ ଜଳକୁ ସ୍ଥାନୀୟ ଲୋକେ କେବଳ ନିଜର ପାନୀୟ ଜଳ ଭାବରେ ବ୍ୟବହାର କରୁନଥିଲେ, ବରଂ ଗାଁର ବଡ଼ ବଡ଼ ଭୋଜିଭାତ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଏହି ପାଣି ରୋଷେଇ ଓ ପିଇବା ପାଇଁ ମୁଖ୍ୟ ଆଧାର ଥିଲା। ମାତ୍ର ଆଜି ସେହି ନେଳିଆ ବନ୍ଧ ଅଳିଆ ଆବର୍ଜନାର ପୋଖରୀରେ ପରିଣତ ହୋଇଛି। ଗାଧୁଆ ତୋଠରେ ଅଳିଆର ପାହାଡ଼: ଲୋକେ ଗାଧୋଉଥିବା ତୋଠଗୁଡ଼ିକରେ ଏବେ ପ୍ଲାଷ୍ଟିକ୍, ପଲିଥିନ୍ ଓ ଗାଁର ବର୍ଜ୍ୟବସ୍ତୁ ଜମା ହୋଇ ରହିଛି। ପାଣିର ରଙ୍ଗ ବିଷାକ୍ତ ଓ ଦୁର୍ଗନ୍ଧମୟ ହୋଇପଡ଼ିଥିବାରୁ ଏହା ଏବେ ଗାଧୋଇବା ଉପଯୋଗୀ ହୋଇ ମଧ୍ୟ ରହିନାହିଁ। ପାଣିରେ ପ୍ରଦୂଷଣ ବୃଦ୍ଧି ପାଇବା ଯୋଗୁଁ ଚର୍ମରୋଗ ଭଳି ସମସ୍ୟା ଦେଖାଦେବାର ଭୟ ସୃଷ୍ଟି ହୋଇଛି। ସ୍ଥାନୀୟ ଲୋକଙ୍କ ଅସନ୍ତୋଷ: ଗ୍ରାମବାସୀଙ୍କ କହିବା ଅନୁଯାୟୀ, "ଯେଉଁ ବନ୍ଧ ଦିନେ ସମଗ୍ର ଅଞ୍ଚଳର ତୃଷା ମେଣ୍ଟାଉଥିଲା, ଆଜି ତାହାର ଏପରି ଦୁର୍ଦ୍ଦଶା ଦେଖି ମନ ଦୁଃଖ ହେଉଛି। ପ୍ରଶାସନ ଓ ସ୍ଥାନୀୟ ପ୍ରତିନିଧିମାନେ ସବୁ ଦେଖି ମଧ୍ୟ ନୀରବଦ୍ରଷ୍ଟା ସାଜିଛନ୍ତି।" ପ୍ରଶାସନ ନିକଟରେ ପ୍ରଶ୍ନ: କେବେ ସଫା ହେବ ଏହି ଐତିହାସିକ ନେଳିଆ ବନ୍ଧ? ପୁଣି ଥରେ କ’ଣ ଏହି ବନ୍ଧର ଜଳ ପୂର୍ବପରି ସ୍ୱଚ୍ଛ ଓ ବ୍ୟବହାର ଯୋଗ୍ୟ ହୋଇପାରିବ? ସ୍ଥାନୀୟ ଜନସାଧାରଣ ଏହି ବନ୍ଧର ତୁରନ୍ତ ପୁନରୁଦ୍ଧାର, ତୋଠଗୁଡ଼ିକର ସଫେଇ ଏବଂ ବର୍ଜ୍ୟବସ୍ତୁ ନିଷ୍କାସନ ପାଇଁ ପ୍ରଶାସନ ନିକଟରେ ଦାବି କରିଛନ୍ତି।
Bhubaneswar (ଭୁବନେଶ୍ୱର) • ରିପୋର୍ଟ ସୁଶାନ୍ତ କୁମାର ମହାକୁଡ଼

ବନ୍ୟଜନ୍ତୁ ସୁରକ୍ଷା ଓ HEC ସଚେତନତା ନେଇ ଛାତ୍ରଛାତ୍ରୀଙ୍କୁ ପ୍ରେରଣା
ବଣାଇଗଡ଼, ସୁନ୍ଦରଗଡ଼: ବନ୍ୟଜନ୍ତୁ ସୁରକ୍ଷା ଓ ମଣିଷ-ହାତୀ ସଂଘର୍ଷ (HEC) ସମ୍ପର୍କରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ଓ ସଂରକ୍ଷଣ ମନୋଭାବ ବୃଦ୍ଧି କରିବା ଲକ୍ଷ୍ୟରେ ବଣାଇଗଡ଼ ବନଖଣ୍ଡ ପକ୍ଷରୁ ବିଭାଗୀୟସ୍ତରୀୟ Wildlife Quiz ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମରେ ବଣାଇଗଡ଼ ବନଖଣ୍ଡର DFO ଛାତ୍ରଛାତ୍ରୀଙ୍କୁ ବନ୍ୟଜନ୍ତୁ ସୁରକ୍ଷା, ଜୈବ ବିବିଧତା ଓ ମଣିଷ-ହାତୀ ସଂଘର୍ଷ (HEC)ର ପ୍ରତିରୋଧ ସମ୍ପର୍କରେ ପ୍ରେରଣାଦାୟକ ବାର୍ତ୍ତା ଦେଇଥିଲେ। ଭବିଷ୍ୟତରେ ଛାତ୍ରଛାତ୍ରୀମାନେ ବନ୍ୟଜନ୍ତୁ ସୁରକ୍ଷାର ‘Future Guardians of Wildlife’ ଭାବେ ଦାୟିତ୍ୱ ନେବାକୁ ସେ ଆହ୍ୱାନ ଦେଇଥିଲେ। କାର୍ଯ୍ୟକ୍ରମରେ ACF ଓ Range Officer (RO) ମଧ୍ୟ ଉପସ୍ଥିତ ରହି ଫାଇନାଲ୍ ପର୍ଯ୍ୟାୟରେ ପହଞ୍ଚିଥିବା ଛାତ୍ରଛାତ୍ରୀଙ୍କ ସହ ଏକ ଆଲୋଚନାତ୍ମକ ଓ ଇଣ୍ଟରାକ୍ଟିଭ୍ ସେସନ୍ କରିଥିଲେ। ବନ୍ୟଜନ୍ତୁଙ୍କ ଗୁରୁତ୍ୱ, ବନ ସୁରକ୍ଷା, ପରିବେଶ ସନ୍ତୁଳନ ଏବଂ HEC ସମୟରେ ସୁରକ୍ଷିତ ଆଚରଣ ନେଇ ଛାତ୍ରଛାତ୍ରୀଙ୍କ ସହ ମତବିନିମୟ କରାଯାଇଥିଲା। ଏହି ବିଭାଗୀୟସ୍ତରୀୟ ୱାଇଲ୍ଡଲାଇଫ୍ କୁଇଜ୍ ଛାତ୍ରଛାତ୍ରୀଙ୍କ ଜ୍ଞାନ ବୃଦ୍ଧି ସହିତ ବନ୍ୟଜନ୍ତୁ ଓ ପରିବେଶ ସୁରକ୍ଷା ପ୍ରତି ଯୁବପିଢ଼ିଙ୍କ ଦାୟିତ୍ୱବୋଧକୁ ଆହୁରି ସୁଦୃଢ଼ କରିଛି।
Sundargarh (ସୁନ୍ଦରଗଡ଼) • ବଣେଇ ରୁ ସୌମ୍ୟ ବ୍ରତ ଦଳବେହେରା ଙ୍କ ରିପୋର୍ଟ

କୋଇଡ଼ାରେ ସହିଦ ଭଗତ ସିଂହଙ୍କ ଜନ୍ମଜୟନ୍ତୀ ପାଳିତ
କୋଇଡ଼ା, ୨୮ ସେପ୍ଟେମ୍ବର: ମହାନ ବିପ୍ଳବୀ ତଥା ସ୍ୱାଧୀନତା ସଂଗ୍ରାମୀ ସହିଦ ଭଗତ ସିଂହଙ୍କ ଜନ୍ମଜୟନ୍ତୀ ଅବସରରେ କୋଇଡ଼ାରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। କୋଇଡ଼ା ସିପିଆଇ(ଏମ୍) କାର୍ଯ୍ୟାଳୟ ପରିସରରେ DYFI, SFI, ଯୁବ, ଛାତ୍ର ଓ ଶ୍ରମିକ ସଂଗଠନ ତଥା ସିପିଆଇ(ଏମ୍)ର ଅନୁକୂଲ୍ୟରେ ଏହି ଜନ୍ମଜୟନ୍ତୀ ପାଳନ କରାଯାଇଥିଲା। କାର୍ଯ୍ୟକ୍ରମରେ କୋଇଡ଼ା ସିପିଆଇ(ଏମ୍) ସାଧାରଣ ସମ୍ପାଦକ ପ୍ରଭାତ କୁମାର ପଣ୍ଡା, DYFI ଜିଲ୍ଲା ସମ୍ପାଦକ ବାଦଲ ବାରିକ, DYFI କୋଇଡ଼ା ବ୍ଲକ୍ ସଭାପତି ପ୍ରଭାତ ପାତ୍ର ଏବଂ Truck & Tipper Associationର ଅଶୋକ କୁମାର ସାମଲଙ୍କ ସମେତ ବହୁ ଯୁବ, ଛାତ୍ର, ଶ୍ରମିକ ଓ ସଂଗଠନର ସଦସ୍ୟମାନେ ଉପସ୍ଥିତ ରହି ସହିଦ ଭଗତ ସିଂହଙ୍କୁ ସ୍ମରଣ କରିଥିଲେ। ବକ୍ତାମାନେ କହିଥିଲେ ଯେ, ଭଗତ ସିଂହ କେବଳ ଜଣେ ସ୍ୱାଧୀନତା ସଂଗ୍ରାମୀ ନୁହେଁ, ସେ ଯୁବପିଢ଼ିର ସାହସ, ତ୍ୟାଗ, ଦେଶପ୍ରେମ ଓ ସଂଘର୍ଷର ଏକ ଅମର ପ୍ରତୀକ। ଦେଶର ସ୍ୱାଧୀନତା ଓ ଶୋଷଣମୁକ୍ତ ସମାଜର ସ୍ୱପ୍ନ ପାଇଁ ସେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ଅତି କମ୍ ବୟସରେ ଭଗତ ସିଂହଙ୍କ ସାହସ, ଚିନ୍ତାଧାରା ଓ ତ୍ୟାଗ ଆଜି ମଧ୍ୟ ଯୁବପିଢ଼ିକୁ ପ୍ରେରଣା ଯୋଗାଇ ଆସୁଛି। ତାଙ୍କର ଆଦର୍ଶ ଓ ସଂଘର୍ଷକୁ ସ୍ମରଣ କରି ଅନ୍ୟାୟ, ଶୋଷଣ ଓ ବୈଷମ୍ୟ ବିରୋଧରେ ଏକତାବଦ୍ଧ ହୋଇ ଲଢ଼ିବା ପାଇଁ ଉପସ୍ଥିତ ଯୁବ, ଛାତ୍ର ଓ ଶ୍ରମିକମାନେ ସଂକଳ୍ପ ନେଇଥିଲେ। ଶେଷରେ ସହିଦ ଭଗତ ସିଂହଙ୍କୁ ଶତ ଶତ ନମନ ଜଣାଇ ତାଙ୍କର ସାହସ, ତ୍ୟାଗ ଓ ଆଦର୍ଶ ଚିରକାଳ ଯୁବପିଢ଼ିକୁ ପ୍ରେରଣା ଦେଉ ବୋଲି ମତ ପ୍ରକାଶ ପାଇଥିଲା।
Sundargarh (ସୁନ୍ଦରଗଡ଼) • ସୁନ୍ଦରଗଡ ଜିଲ୍ଲା କୋଇଡା ରୁ ସୌମ୍ୟ ବ୍ରତ ଦଳବେହେରା ଙ୍କ ରିପୋର୍ଟ

ପଡ଼ିଆ ବ୍ଲକର ବିଭିନ୍ନ ଅଙ୍ଗନବାଡି କେନ୍ଦ୍ରରେ 'ଅଙ୍ଗନ କା ଉତ୍ସବ' ଆୟୋଜିତ
ପଡ଼ିଆ, (ମାଲକାନାଗିରି): ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଳକର ବିଭିନ୍ନ ଅଙ୍ଗନବାଡି କେନ୍ଦ୍ରରେ ତିନିଦିନିଆ "ଅଙ୍ଗନ କା ଉତ୍ସଵ" ଧୁମଧାମରେ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମର ପ୍ରଥମ ଦିନରେ "ପିଠା ପୋଷଣ" ନାମରେ ଏକ ପୃଷ୍ଟି ଓ ଖାଦ୍ୟ ସମ୍ବନ୍ଧୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଆୟୋଜିତ ସଭାରେ ସମାଜସେବୀ ଗଙ୍ଗା କଵାସି, ଗ୍ରାମ ମୁଖିଆ ଜଗା କଵାସି ଏବଂ ସ୍ଥାନୀୟ ୱାର୍ଡ ସଭ୍ୟ ଲାକା ମାଡି ଅତିଥି ଭାବେ ଯୋଗ ଦେଇଥିଲେ। ଶିଶୁମାନଙ୍କ ଶାରୀରିକ ଓ ମାନସିକ ବିକାଶ ପାଇଁ ପୋଷଣଯୁକ୍ତ ଖାଦ୍ୟ ପ୍ରଦାନ କେତେ ଜରୁରୀ, ସେ ନେଇ ଅତିଥିମାନେ ନିଜ ନିଜ ବକ୍ତବ୍ୟରେ ଆଲୋକପାତ କରିଥିଲେ। ସୁପରଭାଇଜର ରାମ୍ବା କରା ଶିଶୁମାନଙ୍କ ବାପାମାନଙ୍କୁ ସ୍ଥାନୀୟ ଅଞ୍ଚଳରେ ମିଳୁଥିବା ସହଜଲଭ୍ୟ ଖାଦ୍ୟ ସାମଗ୍ରୀ ବ୍ୟବହାର କରି ପୃଷ୍ଟିକର ଖାଦ୍ୟ ପ୍ରସ୍ତୁତ କରିବାକୁ ପରାମର୍ଶ ଦେବା ସହ ପ୍ରତିଯୋଗିତାରେ ସକ୍ରିୟ ଭାବେ ଭାଗ ନେବାକୁ ଉତ୍ସାହିତ କରିଥିଲେ। ଏହି ପ୍ରତିଯୋଗିତାରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତୀ ପ୍ରତିଯୋଗୀମାନଙ୍କୁ ଆସନ୍ତା ୨୯ ତାରିଖ ଦିନ ପୁରସ୍କୃତ କରାଯିବ ବୋଲି ସୂଚନା ମିଳିଛି। କାର୍ଯ୍ୟକ୍ରମକୁ ସଫଳ ଓ ଶୃଙ୍ଖଳିତ କରିବା ପାଇଁ ସ୍ଥାନୀୟ ସିଡ଼ିପିଓ (CDPO) ଏବଂ ସୁପରଭାଇଜର ବିଭିନ୍ନ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରି ସମସ୍ତ କାର୍ଯ୍ୟକ୍ରମର ତଦାରଖ କରିଥିଲେ। ଅଙ୍ଗନବାଡି କର୍ମୀ, ସହାୟିକା ଓ ସ୍ଥାନୀୟ ଅଭିଭାବକମାନଙ୍କ ମିଳିତ ସହଯୋଗରେ ଉତ୍ସବଟି ବେଶ୍ ସଫଳତାର ସହ ଆଗକୁ ବଢ଼ୁଛି।
Malkangiri (ମାଲକାନଗିରି) • ରିପୋର୍ଟ: ରାଜେନ୍ଦ୍ର ପ୍ରସାଦ ତେଣ୍ଟୁ , ମାଲକାନଗିରି

Strengthening the Bridge of Information Between Government and People: Joint Director Kalyani Dash Reviews DIPRO Office Functioning in Nuapada
Nuapada, Sept. 28 : In an era where timely and credible information forms the backbone of effective public communication, strengthening the flow of government information to citizens assumes special significance. With this objective, Kalyani Dash, OIS-I (SB), Joint Director and Additional Deputy Director of the Information & Public Relations Department, Northern Division, Sambalpur, visited Nuapada and reviewed the functioning of the District Information and Public Relations Office. During her visit, Dash was received by District Information and Public Relations Officer Ramakanta Biswas along with the office staff. She inspected various official records, registers, files and government documents and took stock of the overall functioning and administrative workflow of the office. The Joint Director also interacted with the officials and staff to understand the day-to-day activities, operational challenges and requirements of the office. She emphasised the need for timely action to address the issues identified and encouraged the officials to further strengthen the effectiveness and outreach of departmental activities. Highlighting the changing landscape of public communication, Dash stressed the strategic use of social media and other communication platforms to ensure that information about government welfare schemes, development initiatives and public-oriented programmes reaches citizens accurately and without delay. She underlined that effective information dissemination should not merely communicate government programmes but should also make essential public information more accessible and understandable to the people. Dash further emphasised the importance of maintaining strong coordination and constructive communication between the district administration and the media fraternity. Such coordination, she noted, can help strengthen the dissemination of verified and timely information and build a more effective communication bridge between the administration and the public. The visit also provided an opportunity to review the functioning of the district-level information machinery and identify areas requiring greater attention for improving public outreach. After completing her visit and review of the Nuapada District Information and Public Relations Office, Kalyani Dash proceeded towards Bargarh.
Nuapada (ନୂଆପଡ଼ା) • Reports: Malaya Meher, District Correspondence

Sinapali Grievance Camp: 111 Complaints Heard, Officials Directed for Prompt Action
Nuapada, Sept. 28: A joint public grievance hearing camp of the District Collector and Superintendent of Police was held at the conference hall of Sinapali Block in Nuapada district. People from different parts of Sinapali block attended the camp and placed their grievances and concerns before the district administration. Nuapada Collector Madhusudan Dash heard the grievances of the people and sought necessary information from the concerned departmental officials regarding the issues raised. A total of 111 grievances were heard during the camp, including 86 individual complaints and 25 group grievances. The Collector directed the concerned officials to take necessary steps for the speedy resolution of the grievances in accordance with the applicable rules and procedures. The presence of officials from different departments enabled the administration to examine the issues and initiate necessary action at the appropriate level. On the occasion, financial assistance from the Red Cross Fund was provided to two beneficiaries. A cheque of ₹10,000 was handed over to Bhanumati Nayak, while ₹5,000 was provided to Benudhar Baitharu as financial assistance. Among those present at the grievance hearing camp were Chief Development Officer Lambodar Dharua, Additional Superintendent of Police Ranjit Nayak, DFO Aziz Khan, In-charge CDMO Dr. Dwarikanath Satapathy, Zilla Parishad member Pushpanjali Gual, Block Vice-Chairperson Meena Ghibela, BDO Karmi Oram and SDPO Upendra Pradhan, along with other district- and block-level officials. Deputy Collector Sheikh Nasim assisted in the conduct of the camp. Officials from various line departments remained present to provide necessary information related to the grievances and facilitate further action towards their resolution. A large number of local residents and media representatives were also present during the programme.
Nuapada (ନୂଆପଡ଼ା) • Reports: Malaya Meher, DC

Students Trained in Disaster Management Skills at Boden Workshop
NDRF conducts awareness programme on emergency response and safety measures Nuapada, September 28: A disaster management awareness workshop was organised at Biju Patnaik Higher Secondary School in Boden, Nuapada district, jointly by the Nuapada District Administration, Boden Panchayat Samiti and the National Disaster Response Force (NDRF), Cuttack. The programme was held under the chairmanship of school principal Gayadhar Mahanty. Students were sensitised about safety measures and emergency response techniques to be followed during various disasters, including floods, cyclones, earthquakes, snakebites, fire accidents and lightning. NDRF Inspector Priyaranjan Mahanty explained in detail the precautionary measures to be adopted during different types of disasters. He also highlighted the importance of first aid, rescue operations and appropriate response during emergency situations. The NDRF team conducted practical demonstrations on first aid and various rescue and disaster-response techniques, providing students with hands-on knowledge of how to respond safely and effectively during emergencies. NDRF personnel, including Havildar Mohammad Arfat and Constables Baikuntha Rao, Sanyasi Rao and K.C. Nayak, assisted in conducting the programme. Lecturer Samuel Dani, Aspirational Block Associate Rakesh Kumar Sadangi, along with other lecturers, faculty members and a large number of students, participated in the workshop. The programme emphasised that awareness, preparedness and timely action during disasters can help protect lives and minimise risks. The programme concluded with a vote of thanks proposed by lecturer Ashraf Ali.
Nuapada (ନୂଆପଡ଼ା) • Report: Kashyap Jagat, Boden
