Web News

ଆଙ୍ଗନ୍ କୀ ଉତ୍ସବରେ ଅଙ୍ଗନବାଡ଼ି ସମସ୍ୟା ଉପରେ ଗୁରୁତ୍ୱ ରାଉଳହଜ-୧ ଅଙ୍ଗନବାଡ଼ିରେ ନୂତନ ନଳକୂପ ସହ ପ୍ରାଚୀର ଓ ଗୃହ ମରାମତି ପାଇଁ ପଦକ୍ଷେପ
ଖୋର୍ଦ୍ଧା: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ସମନ୍ୱିତ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଟାଙ୍ଗୀ ବ୍ଲକର ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ରରେ ୩ ଦିନ ଧରି ‘ଆଙ୍ଗନ୍ କୀ ଉତ୍ସବ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି ଅବସରରେ ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ରର ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା। ଉଦଯାପନୀ ଦିବସରେ ନିରାକାରପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ରାଉଳହଜ-୧ ଅଙ୍ଗନବାଡ଼ି କେନ୍ଦ୍ରରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିଥି ଭାବେ ଯୋଗଦେଇ ଅଙ୍ଗନବାଡ଼ି କେନ୍ଦ୍ରର ସମସ୍ୟା ସମ୍ପର୍କରେ ଅଭିଭାବକ ଓ ଅଙ୍ଗନବାଡ଼ି ସହାୟିକାଙ୍କ ସହ ଆଲୋଚନା କରାଯାଇଥିଲା।କେନ୍ଦ୍ରରେ ପାନୀୟ ଜଳ ସମସ୍ୟା, ଶିଶୁମାନଙ୍କ ପାଇଁ ଖେଳ ପଡ଼ିଆ, ସ୍ଥାୟୀ ପ୍ରାଚୀର ନିର୍ମାଣ ଏବଂ ଅଙ୍ଗନବାଡ଼ି ଗୃହ ମରାମତି ନେଇ ଅଭିଭାବକମାନେ ଦାବି ରଖିଥିଲେ। ପାନୀୟ ଜଳ ସମସ୍ୟାର ତୁରନ୍ତ ସମାଧାନ ପାଇଁ RWSS ବିଭାଗର JEଙ୍କ ସହ ଆଲୋଚନା କରାଯାଇ ଖୁବଶୀଘ୍ର ଏକ ନୂତନ ନଳକୂପ ବ୍ୟବସ୍ଥା କରିବାକୁ ପଦକ୍ଷେପ ନିଆଯାଇଛି। ସେହିପରି ବ୍ଲକ କାର୍ଯ୍ୟାଳୟର କନିଷ୍ଠ ଯନ୍ତ୍ରୀଙ୍କ ସହ ଆଲୋଚନା କରି ଅଙ୍ଗନବାଡ଼ି ଗୃହ ମରାମତି ଓ ପ୍ରାଚୀର ନିର୍ମାଣ ପାଇଁ ଅର୍ଥ ଆବଣ୍ଟନ ନିମନ୍ତେ ଅନୁରୋଧ କରାଯାଇଛି।ଶିଶୁମାନଙ୍କ ପାଇଁ ଏକ ସୁରକ୍ଷିତ ଓ ସୁନ୍ଦର ଶୈକ୍ଷିକ ପରିବେଶ ଗଠନ କରିବା ସହ ଅଙ୍ଗନବାଡ଼ି କେନ୍ଦ୍ରର ସମସ୍ତ ସମସ୍ୟା ପର୍ଯ୍ୟାୟକ୍ରମେ ସମାଧାନ କରାଯିବ ବୋଲି କୁହାଯାଇଛି।
Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ଅନନ୍ତାପଲ୍ଲୀରେ ତ୍ରିନାଥ ଦେବଙ୍କ ବାର୍ଷିକ ଉତ୍ସବ
ଖୋର୍ଦ୍ଧା: ବୋଲଗଡ଼ ବ୍ଲକ ଗୋପାଳପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଅନନ୍ତାପଲ୍ଲୀ ଗ୍ରାମରେ ପ୍ରଭୁ ଶ୍ରୀ ଶ୍ରୀ ତ୍ରିନାଥ ଦେବଙ୍କ ବାର୍ଷିକ ଉତ୍ସବ ଭକ୍ତିମୟ ପରିବେଶରେ ପାଳିତ ହୋଇଯାଇଛି।ଏହି ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ଉପସଭାପତି ଡ. ଯତୀନ କୁମାର ମହାନ୍ତି ଯୋଗଦେଇଥିଲେ। ତାଙ୍କ ସହ ବହୁ ମାନ୍ୟଗଣ୍ୟ ଅତିଥି ଯୋଗଦେଇ କାର୍ଯ୍ୟକ୍ରମର ଶୋଭା ବଢ଼ାଇଥିଲେ। ଏହି ଅବସରରେ ଶ୍ରଦ୍ଧାଳୁ ଓ ଗ୍ରାମବାସୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଓ ଆନନ୍ଦ ପରିଲକ୍ଷିତ ହୋଇଥିଲା।
Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ନୟାଗଡ଼ ଜିଲ୍ଲା ଶରଣକୂଳରେ ଅବସ୍ଥିତ ବିଶ୍ୱ ପ୍ରସିଦ୍ଧ ଶ୍ରୀ ଶ୍ରୀ ଲଡ଼ୁକେଶ ମହେଶ (ଲଡ଼ୁବାବା)ଙ୍କ ମନ୍ଦିର ଏକ ପ୍ରସିଦ୍ଧ ଓ ପ୍ରାଚୀନ ଶିବ ପୀଠ
ଏହି ମନ୍ଦିର ନୟାଗଡ଼-ରଣପୁର ଅଞ୍ଚଳର ତତ୍କାଳୀନ ରାଜବଂଶ/ରାଜାଙ୍କ ଦ୍ୱାରା ନିର୍ମିତ ହୋଇଥିବା ପ୍ରବାଦ ଓ ଐତିହାସିକ ତଥ୍ୟରୁ ଜଣାପଡ଼େ। ପୂର୍ବତନ ରାଜା ଜଗଦେବ ରାଜେନ୍ଦ୍ର / ରଣପୁରର ରାଜାଙ୍କ ଦ୍ୱାରା ଏହାର ନିର୍ମାଣ ଓ ପୁନରୁଦ୍ଧାର କରାଯାଇଥିବା ସ୍ଥାନୀୟ ଇତିହାସରେ ଉଲ୍ଲେଖ ରହିଛି। ସମୟକାଳ: କଳିଙ୍ଗ ସ୍ଥାପତ୍ୟ କଳାରେ (ରେଖା ମନ୍ଦିର ଶୈଳୀ) ନିର୍ମିତ ଏହି ପୀଠର ଇତିହାସ କେତେକ ମତରେ ୧୫ଶ ଶତାବ୍ଦୀ କିମ୍ବା ତା'ଠାରୁ ମଧ୍ୟ ଅଧିକ ପ୍ରାଚୀନ ବୋଲି ଲୋକକଥା ଓ ପୁରାତନ ଲେଖାରୁ ଜଣାଯାଏ। ବିଶେଷତ୍ୱ: ଏଠାରେ ପ୍ରଭୁ ଲଡ଼ୁକେଶ (ଲଡ଼ୁବାବା)ଙ୍କୁ 'ହରି-ହର' (ଶିବ ଓ ବିଷ୍ଣୁଙ୍କ ମିଳିତ ରୂପ) ଭାବେ ପୂଜାର୍ଚ୍ଚନା କରାଯାଏ। ମହାଶିବରାତ୍ରି ସମୟରେ ଏଠାରେ ପ୍ରସିଦ୍ଧ ଜାଗର ଯାତ୍ରା ଅନୁଷ୍ଠିତ ହୋଇଥାଏ।
Bhubaneswar (ଭୁବନେଶ୍ୱର) • ରିପୋର୍ଟ :ସୁଶାନ୍ତ କୁମାର ମହାକୁଡ଼

ଦାୟିତ୍ୱବାନ ପର୍ଯ୍ୟଟନର ବାର୍ତ୍ତା ନେଇ ଖଣ୍ଡାଧାରରେ ସ୍ୱଚ୍ଛତା ଅଭିଯାନ
ଲହୁଣୀପଡ଼ା: ବିଶ୍ୱ ପର୍ଯ୍ୟଟନ ଦିବସ-୨୦୨୬ ଅବସରରେ ଲହୁଣୀପଡ଼ା ବ୍ଲକ୍ ଅନ୍ତର୍ଗତ ଖଣ୍ଡାଧାର ଡେ ପର୍ଯ୍ୟଟନସ୍ଥଳୀରେ ସ୍ୱଚ୍ଛତା ଅଭିଯାନ ଆୟୋଜିତ ହୋଇଛି। ପର୍ଯ୍ୟଟନ ସ୍ଥଳୀର ପରିବେଶକୁ ସ୍ୱଚ୍ଛ, ସୁନ୍ଦର ଓ ସବୁଜ ରଖିବା ସହିତ ଦାୟିତ୍ୱବାନ ପର୍ଯ୍ୟଟନର ବାର୍ତ୍ତା ପ୍ରସାର କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହି ସ୍ୱଚ୍ଛତା ଅଭିଯାନରେ ଲହୁଣୀପଡ଼ା ବିଡିଓ ଓ ବ୍ଲକ୍ କର୍ମଚାରୀଙ୍କ ସହ କୁଲିପୋଷ ବନ ବିଭାଗର କର୍ମଚାରୀମାନେ ସାମିଲ ହୋଇ ଖଣ୍ଡାଧାର ପର୍ଯ୍ୟଟନସ୍ଥଳୀ ପରିସରରେ ସ୍ୱଚ୍ଛତା କାର୍ଯ୍ୟ କରିଥିଲେ। ଏହା ସହିତ ପର୍ଯ୍ୟଟନସ୍ଥଳୀର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ପରିବେଶ ସୁରକ୍ଷା ନେଇ ମଧ୍ୟ ସଚେତନତା ସୃଷ୍ଟି କରାଯାଇଥିଲା। ପର୍ଯ୍ୟଟନ ସ୍ଥଳୀକୁ କେବଳ ଉପଭୋଗ କରିବା ନୁହେଁ, ଏହାର ପ୍ରାକୃତିକ ପରିବେଶକୁ ସୁରକ୍ଷିତ ରଖିବା ମଧ୍ୟ ପ୍ରତ୍ୟେକ ପର୍ଯ୍ୟଟକଙ୍କ ଦାୟିତ୍ୱ ବୋଲି ଏହି ଅଭିଯାନ ମାଧ୍ୟମରେ ବାର୍ତ୍ତା ଦିଆଯାଇଛି। “ସ୍ୱଚ୍ଛ ପର୍ଯ୍ୟଟନସ୍ଥଳୀ, ସବୁଜ ପରିବେଶ—ଦାୟିତ୍ୱବାନ ପର୍ଯ୍ୟଟନର ପରିଚୟ” ବାର୍ତ୍ତା ସହ ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ ଖଣ୍ଡାଧାରରେ ପରିବେଶ ସୁରକ୍ଷା ପ୍ରତି ଏକ ସଚେତନତାମୂଳକ ପଦକ୍ଷେପ ଭାବେ ପରିଗଣିତ ହୋଇଛି।
Sundargarh (ସୁନ୍ଦରଗଡ଼) • ଲହୁଣୀପଡ଼ା ରୁ ସୌମ୍ୟ ବ୍ରତ ଦଳବେହେରା ଙ୍କ ରିପୋର୍ଟ

ପିପିଲିରେ ରାଜ୍ୟସ୍ତରୀୟ 'ଆଙ୍ଗନ କା ଉତ୍ସବ' ଅନୁଷ୍ଠିତ: ଯୋଗଦେଲେ ଉପ-ମୁଖ୍ୟମନ୍ତ୍ରୀ
ପିପିଲି,:ପୁରୀ ଜିଲ୍ଲା ପିପିଲି ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀନାରାୟଣପୁର ସଙ୍ଗଳେଇଶାସନ ଅଙ୍ଗନବାଡ଼ି କେନ୍ଦ୍ର ପରିସରରେ ରାଜ୍ୟସ୍ତରୀୟ 'ଆଙ୍ଗନ କା ଉତ୍ସବ' ମହାସମାରୋହରେ ପାଳିତ ହୋଇଯାଇଛି। ଚଳିତ ବର୍ଷ ଏହି କାର୍ଯ୍ୟକ୍ରମ "ଆମ ଅଙ୍ଗନବାଡ଼ି, ଆମ ଦାୟିତ୍ୱ" ବିଷୟବସ୍ତୁକୁ ନେଇ ଆୟୋଜିତ ହୋଇଥିଲା। ଏହି ବିଶେଷ ଉତ୍ସବରେ ଓଡ଼ିଶାର ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ କେବଳ ଶିଶୁମାନଙ୍କ ଖାଦ୍ୟ କେନ୍ଦ୍ର ନୁହେଁ, ବରଂ ସେମାନଙ୍କର ସର୍ବାଙ୍ଗୀନ ବିକାଶର ମୂଳଦୁଆ ବୋଲି ଉପ-ମୁଖ୍ୟମନ୍ତ୍ରୀ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ଏହି ଅବସରରେ ସମ୍ମାନିତ ଅତିଥି ଭାବେ ପିପିଲି ବିଧାୟକ ଶ୍ରୀ ଆଶ୍ରିତ ପଟ୍ଟନାୟକ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଉତ୍ସବ ସମୟରେ ଅଙ୍ଗନବାଡ଼ିର କୁନି କୁନି ଶିଶୁମାନଙ୍କ ଦ୍ବାରା ଆକର୍ଷଣୀୟ ନୃତ୍ୟ, ସଙ୍ଗୀତ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହା ସହିତ ଶିଶୁମାନଙ୍କ ସ୍ୱାସ୍ଥ୍ୟ ପ୍ରତି ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ବାପାମାନଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ପୁଷ୍ଟିକର ଖାଦ୍ୟ ପ୍ରସ୍ତୁତି (ରେସିପି) ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଉପ-ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଥିଲେ। ସୂଚନାଯୋଗ୍ୟ ଯେ, ଶିଶୁମାନଙ୍କର ପୋଷଣ, ସ୍ୱାସ୍ଥ୍ୟ ଏବଂ ପ୍ରାଥମିକ ଶିକ୍ଷାର ଉନ୍ନତି ପାଇଁ ଓଡ଼ିଶାର ସମସ୍ତ ୭୪,୨୨୪ ଟି ଅଙ୍ଗନବାଡ଼ି କେନ୍ଦ୍ରରେ ଏହି ଅଭିଯାନକୁ ୩ ଦିନ ଧରି ବ୍ୟାପକ ଭାବେ ପାଳନ କରାଯାଉଛି। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଜନପ୍ରତିନିଧି, ଅଙ୍ଗନବାଡ଼ି କର୍ମୀ, ସହାୟିକା ଏବଂ ବହୁ ସଂଖ୍ୟାରେ ଅଭିଭାବକ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
Puri (ପୁରୀ) • ରିପୋର୍ଟ: ପ୍ରତାପ ଚନ୍ଦ୍ର ଘୋଡେ଼ଇ ପିପିଲି ପୁରୀ

ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା: ଜାଣନ୍ତୁ କଣ ଖୋଲା ରହିବ ଓ କଣ ବନ୍ଦ
ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ଦାବିକୁ ନେଇ ଆସନ୍ତାକାଲି (ସେପ୍ଟେମ୍ବର ୩୦) ଓଡ଼ିଶା ବନ୍ଦ ଡାକରା ଦେଇଛି ନବନିର୍ମାଣ କୃଷକ ସଂଗଠନ (NNKS)। ସଂଗଠନର ମୁଖ୍ୟ ଅକ୍ଷୟ କୁମାରଙ୍କ ନେତୃତ୍ୱରେ ଏହି ବନ୍ଦ ପାଳନ କରାଯାଉଥିବା ବେଳେ ଏହାକୁ ସଫଳ କରିବା ପାଇଁ ସଂଗଠନ ପକ୍ଷରୁ ଜନସାଧାରଣଙ୍କୁ ସହଯୋଗ ପ୍ରାର୍ଥନା କରାଯାଇଛି। ବିଶେଷ କରି ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଏବଂ ପାଠ୍ୟପୁସ୍ତକରେ ଥିବା ତ୍ରୁଟିକୁ ବିରୋଧ କରି ଏହି ଆନ୍ଦୋଳନ କରାଯାଉଥିବା ସୂଚନା ମିଳିଛି। ଏହି ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ସାଧାରଣ ଜୀବନଯାତ୍ରା ପ୍ରଭାବିତ ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ରାଜ୍ୟରେ କେଉଁ ସେବା ସ୍ୱାଭାବିକ ରହିବ ଏବଂ କେଉଁ ସବୁ ବନ୍ଦ ରହିପାରେ, ତାହାକୁ ନେଇ ସାଧାରଣରେ ଚର୍ଚ୍ଚା ପ୍ରକାଶ ପାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଦୋକାନ ବଜାର ଏବଂ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ବନ୍ଦ ରହିବା ସହ ପରିବହନ ସେବା ବାଧାପ୍ରାପ୍ତ ହୋଇପାରେ। ସୁରକ୍ଷା ଓ ସତର୍କତା ଦୃଷ୍ଟିରୁ କିଛି ସ୍ଥାନରେ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରହିପାରେ କିମ୍ବା ପାଠପଢ଼ା ପ୍ରଭାବିତ ହୋଇପାରେ। ଜରୁରୀକାଳୀନ ସେବା ଯେପରିକି ଆମ୍ବୁଲାନ୍ସ, ଡାକ୍ତରଖାନା ଏବଂ ଔଷଧ ଦୋକାନ (ମେଡିକାଲ୍ ଷ୍ଟୋର) ଆଦି ବନ୍ଦରୁ ସମ୍ପୂର୍ଣ୍ଣ ମୁକ୍ତ ରହିବ।ଦୁଗ୍ଧ ଯୋଗାଣ ଏବଂ ଗଣମାଧ୍ୟମ ଭଳି ଅତ୍ୟାବଶ୍ୟକ ସେବାଗୁଡ଼ିକ ଜାରି ରହିବ। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ପ୍ରମୁଖ ଛକ ଓ ସରକାରୀ କାର୍ଯ୍ୟାଳୟଗୁଡ଼ିକ ସମ୍ମୁଖରେ ପୋଲିସ ଫୋର୍ସ ମୁତୟନ କରାଯିବାର ସୂଚନା ରହିଛି।
Bhubaneswar (ଭୁବନେଶ୍ୱର) • ରିପୋର୍ଟ: କବିରାଜ ପାତ୍ର ସ୍ଵତନ୍ତ୍ର ପ୍ରତିନିଧି

ମାଥିଲି ବ୍ଲକ ଗୈଡ ସମାଜସର ନୂତନ କର୍ମକର୍ତ୍ତା ମନୋନୀତ
ମାଲକାନଗିରି ଜିଲ୍ଲା ଗୈଡ ସମାଜର ସଭାପତି ମଙ୍ଗରାଜ ଗୈଡଙ୍କ ନେତୃତ୍ୱରେ ମାଥିଲି ବ୍ଲକର ୨୦ଟି ଗ୍ରାମ ପଞ୍ଚାୟତର ଗୈଡ ସମାଜ ପକ୍ଷରୁ ନୂତନ କର୍ମକର୍ତ୍ତା ମନୋନୀତ କରାଯାଇଛି । ଏହି ଅବସରରେ ସମାଜର ସାଂଗଠନିକ ଏକତା ସୃଦୃଢତା ଓ ସାମୂହିକ ବିକାଶକୁ ଗୁରୁତର ଦେଇ ସନୁ ଗୈଡକୁ ସଭାପତି ଏବଂ ଜୟରାମ ଗୈଡଙ୍କୁ ଉପସଭାପତି ଭାବେ ମନୋନୀତ କରାଯାଇଛି। ସେହିପରି ସନିୟା ଗୈଡଙ୍କୁ ସମ୍ପାଦକ ଭାବେ ମନୋନୀତ କରାଯାଇଥିବା ବେଳେ ସମାଜର ବିଭିନ୍ନ କାର୍ଯ୍ୟକଳାପକୁ ପରିଚାଳନା କରିବା ସହ ସାମାଜିକ ଏକତା ଓ ଭାଇଚାରାକୁ ଆହୁରି ସୃଦୂଡ କରିଵି ଵଲି ଆଶା ପ୍ରକାଶ କରୁଛି । ଏହି ମନୋନୟନ କାର୍ଯ୍ୟ କ୍ରମରେ ଗୈଡ ସମାଜର ଗରିଷ୍ଠ ବ୍ୟକ୍ତି ମଙ୍ଗଲା ଗୈଡ,ଘନ ଗୈଡ, ତ୍ରିନାଥ ଗୈଡ, ସୁବାସ ଗୈଡ, ସମେତ ସମାଜର ବହୁ ସଦସ୍ୟ ଉପସ୍ଥିତ ରହି ନୂତନ କର୍ମକର୍ତ୍ତା ମାନଙ୍କୁ ଶୁଭେଚ୍ଛା ଜଣାଇଲେ ।
Malkangiri (ମାଲକାନଗିରି) • ପଡ଼ିଆ ବ୍ଳକ ପ୍ରତିନିଧି ରାଜେନ୍ଦ୍ର ପ୍ରସାଦ ତେଣ୍ଟୁ ଙ୍କ ରିପୋର୍ଟ

ବନ୍ୟାଜଳର ପ୍ରଖର ସ୍ରୋତରେ ଭାସି ୯ ବର୍ଷୀୟ ଶୁଭ୍ରାଂଶୁ ନିଖୋଜ
ଭଦ୍ରକ, ୨୯/୦୯: ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ କଟସାହି ପଞ୍ଚାୟତର ଜଗନ୍ନାଥପୁର ମହାଦେବ ସାହିରେ ବନ୍ୟାଜଳର ପ୍ରଖର ସ୍ରୋତରେ ଭାସି ଜଣେ ୯ ବର୍ଷୀୟ ଶିଶୁ ନିଖୋଜ ହୋଇଥିବା ଘଟଣାକୁ ନେଇ ଅଞ୍ଚଳରେ ଚିନ୍ତାର ବାତାବରଣ ସୃଷ୍ଟି ହୋଇଛି। ନିଖୋଜ ଶିଶୁ ହେଲେ ଶୁଭ୍ରାଂଶୁ ପଣ୍ଡା। ସୂଚନା ଅନୁଯାୟୀ, ଅଞ୍ଚଳରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ପ୍ରଖର ସ୍ରୋତରେ ଶୁଭ୍ରାଂଶୁ ଭାସିଯାଇଥିବା ଜଣାପଡ଼ିଛି। ଘଟଣା ପରେ ତାଙ୍କୁ ଖୋଜିବା ପାଇଁ ଅଗ୍ନିଶମ ବାହିନୀ ପକ୍ଷରୁ ସନ୍ଧାନ ଅଭିଯାନ ଆରମ୍ଭ କରାଯାଇଛି। ଜଳପଥ ସମେତ ଆଖପାଖ ଅଞ୍ଚଳରେ ଉଦ୍ଧାରକାରୀ ଦଳ ପକ୍ଷରୁ ଖୋଜାଖୋଜି ଜାରି ରହିଛି। ଘଟଣା ସମ୍ପର୍କରେ ଖବର ପାଇ ପୂର୍ବତନ ବ୍ଲକ ଚେୟାରମ୍ୟାନ ଅଶୋକ ନାୟକ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେ ନିଖୋଜ ଶୁଭ୍ରାଂଶୁଙ୍କ ପରିବାରବର୍ଗ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବା ସହ ଘଟଣାସ୍ଥଳର ପରିସ୍ଥିତି ଅନୁଧ୍ୟାନ କରିଥିଲେ। ଏହି ଦୁଃଖଦ ସମୟରେ ପରିବାରକୁ ସାହସ ଦେବା ସହ ଶିଶୁକୁ ଶୀଘ୍ର ଖୋଜି ବାହାର କରିବା ପାଇଁ ଚାଲିଥିବା ଉଦ୍ଧାର ପ୍ରୟାସ ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ। ଶୁଭ୍ରାଂଶୁଙ୍କ ନିଖୋଜ ଖବର ପ୍ରଚାର ପରେ ପରିବାରବର୍ଗ ଚିନ୍ତାରେ ଥିବା ବେଳେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ମଧ୍ୟ ଉଦ୍ବେଗ ପ୍ରକାଶ ପାଇଛି। ଶିଶୁଟିକୁ ସୁରକ୍ଷିତ ଭାବେ ଖୋଜି ବାହାର କରିବା ପାଇଁ ସନ୍ଧାନ ଅଭିଯାନକୁ ଆହୁରି ତୀବ୍ର କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଥିବା ବେଳେ ଅଗ୍ନିଶମ ବାହିନୀର ସନ୍ଧାନ ଅଭିଯାନ ଜାରି ରହିଛି। ନିଖୋଜ ଶୁଭ୍ରାଂଶୁଙ୍କ ସନ୍ଧାନ ମିଳିବା ନେଇ ପରିବାର ଓ ସ୍ଥାନୀୟ ଲୋକେ ଆଶା ରଖିଛନ୍ତି।
Bhadrak (ଭଦ୍ରକ) • Sishir Kumar Swain

ଚିଲିକାରେ ବୋଟ ବ୍ୟବସାୟକୁ ନେଇ ବିବାଦ: ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ବୋଟ ମାଲିକ ଓ ଶ୍ରମିକ ସଂଘ
ଖୋର୍ଦ୍ଧା: ଚିଲିକା ବଡ଼କୁଳ ପାନ୍ଥନିବାସରେ ବୋଟ ଚଳାଚଳକୁ ନେଇ ବିବାଦ ଦେଖାଦେଇଛି। ପାନ୍ଥନିବାସ ପକ୍ଷରୁ ବୋଟ ଚଳାଚଳ କରାଯାଉଥିବାରୁ ସ୍ଥାନୀୟ ବୋଟ ମାଲିକ ଓ ଶ୍ରମିକଙ୍କ ରୋଜଗାର ପ୍ରଭାବିତ ହେଉଥିବା ଅଭିଯୋଗ କରିଛି ମା’ କାଳିଜାଇ ମୋଟର ଡଙ୍ଗା ମାଲିକ ସଂଘ ଓ ମୋଟର ବୋଟ ଶ୍ରମିକ ସଂଘ।ସଂଘର ଅଭିଯୋଗ ଅନୁସାରେ, ଚିଲିକାରେ ବୋଟ ବ୍ୟବସାୟ ଉପରେ ୬୦୦ରୁ ଅଧିକ ପରିବାର ନିଜର ଜୀବିକା ପାଇଁ ନିର୍ଭରଶୀଳ। ତେବେ ପାନ୍ଥନିବାସ ପକ୍ଷରୁ ବୋଟ ଚଳାଚଳ ହେବା ଦ୍ୱାରା ସ୍ଥାନୀୟ ବୋଟ ମାଲିକ ଓ ଶ୍ରମିକଙ୍କ ବ୍ୟବସାୟ ଏବଂ ରୋଜଗାର ଉପରେ ପ୍ରଭାବ ପଡ଼ୁଥିବା ସଂଘ ଅଭିଯୋଗ କରିଛି।ଏନେଇ ସେପ୍ଟେମ୍ବର ୨୯ ତାରିଖରେ ସଂଘ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ ଦିଆଯାଇଛି। ସ୍ଥାନୀୟ ବୋଟ ମାଲିକ ଓ ଶ୍ରମିକଙ୍କ ଜୀବିକା ସୁରକ୍ଷା ସହ ଏହି ମାମଲାରେ ପ୍ରଶାସନ ହସ୍ତକ୍ଷେପ କରି ସମାଧାନର ବାଟ ବାହାର କରିବାକୁ ସଂଘ ଦାବି କରିଛି।ଏହି ଅଭିଯୋଗ ପରେ ପ୍ରଶାସନ ପକ୍ଷରୁ କି ପଦକ୍ଷେପ ନିଆଯାଉଛି ଏବଂ ବୋଟ ମାଲିକ ଓ ଶ୍ରମିକଙ୍କ ଦାବି ଉପରେ କିପରି ସମାଧାନର ବାଟ ବାହାରୁଛି, ତା’ଉପରେ ଏବେ ନଜର ରହିଛି।
Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ଗୋପାଳପୁର ପୋଲିସ ଦ୍ୱାରା ଚୋରି ମାମଲାର ପର୍ଦ୍ଦାଫାଶ: ୨ ଗିରଫ, ବିପୁଳ ଚୋରି ସାମଗ୍ରୀ ଜବତ
ଗୋପାଳପୁର :ଗୋପାଳପୁର ଥାନା ପୋଲିସ ଏକ ନିର୍ମାଣାଧୀନ ଘରୁ ହୋଇଥିବା ଚୋରି ମାମଲାର ସଫଳ ପର୍ଦ୍ଦାଫାଶ କରିଛି। ଏହି ଘଟଣାରେ ପୋଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ସମସ୍ତ ଚୋରି ସାମଗ୍ରୀ ଜବତ କରିବାରେ ସଫଳ ହୋଇଛି। ଘଟଣାରୁ ପ୍ରକାଶ ଯେ, ଗୌଞ୍ଜୁ ଗ୍ରାମର ଲିପ୍ତା କୁମାରୀ ସେଠୀଙ୍କ ରକ୍ଷା ବିହାରସ୍ଥିତ ଏକ ନିର୍ମାଣାଧୀନ ଘରୁ ଗତ ୨୫ ଓ ୨୬ ତାରିଖ ବିଳମ୍ବିତ ରାତିରେ କିଛି ସାମଗ୍ରୀ ଚୋରି ହୋଇଥିଲା। ଅଭିଯୁକ୍ତମାନେ ଘରୁ ବିଭିନ୍ନ ନିର୍ମାଣ ଉପକରଣ ଓ ବୈଦ୍ୟୁତିକ ସାମଗ୍ରୀ ଚୋରି କରି ନେଇ ଅଭିଯୁକ୍ତ ମୁନା ପ୍ରଧାନଙ୍କ ଘରେ ଲୁଚାଇ ରଖିଥିଲେ। ଏ ନେଇ ୨୮ ତାରିଖ ଦିନ ଲିପ୍ତା କୁମାରୀ ଗୋପାଳପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ଗୋପାଳପୁର ପୋଲିସ କେସ୍ ନଂ ୫୬୪/୨୦୨୬, ଭାରତୀୟ ନ୍ୟାୟ ସଂହିତା (BNS) ର ଧାରା ୩୦୩(2)/୩(5) ଅନୁଯାୟୀ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତକାରୀ ଅଧିକାରୀ ବିଶେଷ ସୂତ୍ରରୁ ଖବର ପାଇ ଅଭିଯୁକ୍ତ ମୁନା ପ୍ରଧାନଙ୍କ ଘରେ ଚଢ଼ାଉ କରି ଚୋରି ହୋଇଥିବା ସମସ୍ତ ସାମଗ୍ରୀ ଜବତ କରିଥିଲେ। ଜବତ ହୋଇଥିବା ସାମଗ୍ରୀ ମଧ୍ୟରୁ ଗୋଟିଏ ବ୍ଲୁ ରଙ୍ଗର ବସ୍ (Bosch) ଟୁଲ୍ବକ୍ସ, ଯେଉଁଥିରେ ଗୋଟିଏ ବସ୍ ପ୍ରଫେସନାଲ୍ ଜିଏସ୍ଏଚ୍-୫୦୦ ଭାଇବ୍ରେଟର ମେସିନ୍, ୩ଟି ଭାଇବ୍ରେଟର ବିଟ୍ ଏବଂ ଗୋଟିଏ ଇଲେକ୍ଟ୍ରିକ୍ ସୁଇଚ୍ ବୋର୍ଡ ରହିଛି।ଗୋଟିଏ ନାଲି ରଙ୍ଗର 'TRA Power XPT414' କଟର ମେସିନ୍ ଏବଂ ଆଉ ଗୋଟିଏ ନୀଳ ରଙ୍ଗର କଟର ମେସିନ୍।ପ୍ରାୟ ୫୦୦ ମିଟର ଲମ୍ବର କଟା ଇଲେକ୍ଟ୍ରିକ୍ ତାର। ଗୋଟିଏ ଟେକ୍ସମୋ (Texmo) ଅଧା ଏଚ୍.ପି (½ HP) ୱାଟର ମୋଟର। ପୋଲିସ ସମସ୍ତ ଆଇନଗତ ପ୍ରକ୍ରିୟା ଶେଷ କରିବା ସହ ଅଭିଯୁକ୍ତ ମାନଙ୍କୁ ବ୍ରହ୍ମପୁର ମାନ୍ୟବର କୋର୍ଟକୁ ଚାଲାଣ କରିଛି।
Ganjam (ଗଞ୍ଜାମ) • ରିପୋର୍ଟ: ବିଜୟା ନନ୍ଦ ତ୍ରିପାଠୀ ଭଂଜନଗର