ଚିଲିକାରେ ବୋଟ ବ୍ୟବସାୟକୁ ନେଇ ବିବାଦ: ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ବୋଟ ମାଲିକ ଓ ଶ୍ରମିକ ସଂଘ
Khordha (ଖୋର୍ଦ୍ଧା)ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧାSeptember 29, 202650 views

ଖୋର୍ଦ୍ଧା: ଚିଲିକା ବଡ଼କୁଳ ପାନ୍ଥନିବାସରେ ବୋଟ ଚଳାଚଳକୁ ନେଇ ବିବାଦ ଦେଖାଦେଇଛି। ପାନ୍ଥନିବାସ ପକ୍ଷରୁ ବୋଟ ଚଳାଚଳ କରାଯାଉଥିବାରୁ ସ୍ଥାନୀୟ ବୋଟ ମାଲିକ ଓ ଶ୍ରମିକଙ୍କ ରୋଜଗାର ପ୍ରଭାବିତ ହେଉଥିବା ଅଭିଯୋଗ କରିଛି ମା’ କାଳିଜାଇ ମୋଟର ଡଙ୍ଗା ମାଲିକ ସଂଘ ଓ ମୋଟର ବୋଟ ଶ୍ରମିକ ସଂଘ।ସଂଘର ଅଭିଯୋଗ ଅନୁସାରେ, ଚିଲିକାରେ ବୋଟ ବ୍ୟବସାୟ ଉପରେ ୬୦୦ରୁ ଅଧିକ ପରିବାର ନିଜର ଜୀବିକା ପାଇଁ ନିର୍ଭରଶୀଳ। ତେବେ ପାନ୍ଥନିବାସ ପକ୍ଷରୁ ବୋଟ ଚଳାଚଳ ହେବା ଦ୍ୱାରା ସ୍ଥାନୀୟ ବୋଟ ମାଲିକ ଓ ଶ୍ରମିକଙ୍କ ବ୍ୟବସାୟ ଏବଂ ରୋଜଗାର ଉପରେ ପ୍ରଭାବ ପଡ଼ୁଥିବା ସଂଘ ଅଭିଯୋଗ କରିଛି।ଏନେଇ ସେପ୍ଟେମ୍ବର ୨୯ ତାରିଖରେ ସଂଘ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ ଦିଆଯାଇଛି। ସ୍ଥାନୀୟ ବୋଟ ମାଲିକ ଓ ଶ୍ରମିକଙ୍କ ଜୀବିକା ସୁରକ୍ଷା ସହ ଏହି ମାମଲାରେ ପ୍ରଶାସନ ହସ୍ତକ୍ଷେପ କରି ସମାଧାନର ବାଟ ବାହାର କରିବାକୁ ସଂଘ ଦାବି କରିଛି।ଏହି ଅଭିଯୋଗ ପରେ ପ୍ରଶାସନ ପକ୍ଷରୁ କି ପଦକ୍ଷେପ ନିଆଯାଉଛି ଏବଂ ବୋଟ ମାଲିକ ଓ ଶ୍ରମିକଙ୍କ ଦାବି ଉପରେ କିପରି ସମାଧାନର ବାଟ ବାହାରୁଛି, ତା’ଉପରେ ଏବେ ନଜର ରହିଛି।
