--:--:--
-- ---
Srishti News

ମାଥିଲି ବ୍ଲକ ଗୈଡ ସମାଜସର ନୂତନ କର୍ମକର୍ତ୍ତା ମନୋନୀତ

Malkangiri (ମାଲକାନଗିରି)ପଡ଼ିଆ ବ୍ଳକ ପ୍ରତିନିଧି ରାଜେନ୍ଦ୍ର ପ୍ରସାଦ ତେଣ୍ଟୁ ଙ୍କ ରିପୋର୍ଟSeptember 29, 202619 views
ମାଥିଲି ବ୍ଲକ ଗୈଡ ସମାଜସର ନୂତନ କର୍ମକର୍ତ୍ତା ମନୋନୀତ
ମାଲକାନଗିରି ଜିଲ୍ଲା ଗୈଡ ସମାଜର ସଭାପତି ମଙ୍ଗରାଜ ଗୈଡଙ୍କ ନେତୃତ୍ୱରେ ମାଥିଲି ବ୍ଲକର ୨୦ଟି ଗ୍ରାମ ପଞ୍ଚାୟତର ଗୈଡ ସମାଜ ପକ୍ଷରୁ ନୂତନ କର୍ମକର୍ତ୍ତା ମନୋନୀତ କରାଯାଇଛି । ଏହି ଅବସରରେ ସମାଜର ସାଂଗଠନିକ ଏକତା ସୃଦୃଢତା ଓ ସାମୂହିକ ବିକାଶକୁ ଗୁରୁତର ଦେଇ ସନୁ ଗୈଡକୁ ସଭାପତି ଏବଂ ଜୟରାମ ଗୈଡଙ୍କୁ ଉପସଭାପତି ଭାବେ ମନୋନୀତ କରାଯାଇଛି। ସେହିପରି ସନିୟା ଗୈଡଙ୍କୁ ସମ୍ପାଦକ ଭାବେ ମନୋନୀତ କରାଯାଇଥିବା ବେଳେ ସମାଜର ବିଭିନ୍ନ କାର୍ଯ୍ୟକଳାପକୁ ପରିଚାଳନା କରିବା ସହ ସାମାଜିକ ଏକତା ଓ ଭାଇଚାରାକୁ ଆହୁରି ସୃଦୂଡ କରିଵି ଵଲି ଆଶା ପ୍ରକାଶ କରୁଛି । ଏହି ମନୋନୟନ କାର୍ଯ୍ୟ କ୍ରମରେ ଗୈଡ ସମାଜର ଗରିଷ୍ଠ ବ୍ୟକ୍ତି ମଙ୍ଗଲା ଗୈଡ,ଘନ ଗୈଡ, ତ୍ରିନାଥ ଗୈଡ, ସୁବାସ ଗୈଡ, ସମେତ ସମାଜର ବହୁ ସଦସ୍ୟ ଉପସ୍ଥିତ ରହି ନୂତନ କର୍ମକର୍ତ୍ତା ମାନଙ୍କୁ ଶୁଭେଚ୍ଛା ଜଣାଇଲେ ।