--:--:--
-- ---
Srishti News

ଆଙ୍ଗନ୍ କୀ ଉତ୍ସବରେ ଅଙ୍ଗନବାଡ଼ି ସମସ୍ୟା ଉପରେ ଗୁରୁତ୍ୱ ରାଉଳହଜ-୧ ଅଙ୍ଗନବାଡ଼ିରେ ନୂତନ ନଳକୂପ ସହ ପ୍ରାଚୀର ଓ ଗୃହ ମରାମତି ପାଇଁ ପଦକ୍ଷେପ

Khordha (ଖୋର୍ଦ୍ଧା)ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧାSeptember 30, 20264 views
ଆଙ୍ଗନ୍ କୀ ଉତ୍ସବରେ ଅଙ୍ଗନବାଡ଼ି ସମସ୍ୟା ଉପରେ ଗୁରୁତ୍ୱ  ରାଉଳହଜ-୧ ଅଙ୍ଗନବାଡ଼ିରେ ନୂତନ ନଳକୂପ ସହ ପ୍ରାଚୀର ଓ ଗୃହ ମରାମତି ପାଇଁ ପଦକ୍ଷେପ
ଖୋର୍ଦ୍ଧା: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ସମନ୍ୱିତ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଟାଙ୍ଗୀ ବ୍ଲକର ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ରରେ ୩ ଦିନ ଧରି ‘ଆଙ୍ଗନ୍ କୀ ଉତ୍ସବ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି ଅବସରରେ ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ରର ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା। ଉଦଯାପନୀ ଦିବସରେ ନିରାକାରପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ରାଉଳହଜ-୧ ଅଙ୍ଗନବାଡ଼ି କେନ୍ଦ୍ରରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିଥି ଭାବେ ଯୋଗଦେଇ ଅଙ୍ଗନବାଡ଼ି କେନ୍ଦ୍ରର ସମସ୍ୟା ସମ୍ପର୍କରେ ଅଭିଭାବକ ଓ ଅଙ୍ଗନବାଡ଼ି ସହାୟିକାଙ୍କ ସହ ଆଲୋଚନା କରାଯାଇଥିଲା।କେନ୍ଦ୍ରରେ ପାନୀୟ ଜଳ ସମସ୍ୟା, ଶିଶୁମାନଙ୍କ ପାଇଁ ଖେଳ ପଡ଼ିଆ, ସ୍ଥାୟୀ ପ୍ରାଚୀର ନିର୍ମାଣ ଏବଂ ଅଙ୍ଗନବାଡ଼ି ଗୃହ ମରାମତି ନେଇ ଅଭିଭାବକମାନେ ଦାବି ରଖିଥିଲେ। ପାନୀୟ ଜଳ ସମସ୍ୟାର ତୁରନ୍ତ ସମାଧାନ ପାଇଁ RWSS ବିଭାଗର JEଙ୍କ ସହ ଆଲୋଚନା କରାଯାଇ ଖୁବଶୀଘ୍ର ଏକ ନୂତନ ନଳକୂପ ବ୍ୟବସ୍ଥା କରିବାକୁ ପଦକ୍ଷେପ ନିଆଯାଇଛି। ସେହିପରି ବ୍ଲକ କାର୍ଯ୍ୟାଳୟର କନିଷ୍ଠ ଯନ୍ତ୍ରୀଙ୍କ ସହ ଆଲୋଚନା କରି ଅଙ୍ଗନବାଡ଼ି ଗୃହ ମରାମତି ଓ ପ୍ରାଚୀର ନିର୍ମାଣ ପାଇଁ ଅର୍ଥ ଆବଣ୍ଟନ ନିମନ୍ତେ ଅନୁରୋଧ କରାଯାଇଛି।ଶିଶୁମାନଙ୍କ ପାଇଁ ଏକ ସୁରକ୍ଷିତ ଓ ସୁନ୍ଦର ଶୈକ୍ଷିକ ପରିବେଶ ଗଠନ କରିବା ସହ ଅଙ୍ଗନବାଡ଼ି କେନ୍ଦ୍ରର ସମସ୍ତ ସମସ୍ୟା ପର୍ଯ୍ୟାୟକ୍ରମେ ସମାଧାନ କରାଯିବ ବୋଲି କୁହାଯାଇଛି।