ଦାୟିତ୍ୱବାନ ପର୍ଯ୍ୟଟନର ବାର୍ତ୍ତା ନେଇ ଖଣ୍ଡାଧାରରେ ସ୍ୱଚ୍ଛତା ଅଭିଯାନ
Sundargarh (ସୁନ୍ଦରଗଡ଼)ଲହୁଣୀପଡ଼ା ରୁ ସୌମ୍ୟ ବ୍ରତ ଦଳବେହେରା ଙ୍କ ରିପୋର୍ଟSeptember 30, 202615 views

ଲହୁଣୀପଡ଼ା: ବିଶ୍ୱ ପର୍ଯ୍ୟଟନ ଦିବସ-୨୦୨୬ ଅବସରରେ ଲହୁଣୀପଡ଼ା ବ୍ଲକ୍ ଅନ୍ତର୍ଗତ ଖଣ୍ଡାଧାର ଡେ ପର୍ଯ୍ୟଟନସ୍ଥଳୀରେ ସ୍ୱଚ୍ଛତା ଅଭିଯାନ ଆୟୋଜିତ ହୋଇଛି। ପର୍ଯ୍ୟଟନ ସ୍ଥଳୀର ପରିବେଶକୁ ସ୍ୱଚ୍ଛ, ସୁନ୍ଦର ଓ ସବୁଜ ରଖିବା ସହିତ ଦାୟିତ୍ୱବାନ ପର୍ଯ୍ୟଟନର ବାର୍ତ୍ତା ପ୍ରସାର କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
ଏହି ସ୍ୱଚ୍ଛତା ଅଭିଯାନରେ ଲହୁଣୀପଡ଼ା ବିଡିଓ ଓ ବ୍ଲକ୍ କର୍ମଚାରୀଙ୍କ ସହ କୁଲିପୋଷ ବନ ବିଭାଗର କର୍ମଚାରୀମାନେ ସାମିଲ ହୋଇ ଖଣ୍ଡାଧାର ପର୍ଯ୍ୟଟନସ୍ଥଳୀ ପରିସରରେ ସ୍ୱଚ୍ଛତା କାର୍ଯ୍ୟ କରିଥିଲେ। ଏହା ସହିତ ପର୍ଯ୍ୟଟନସ୍ଥଳୀର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ପରିବେଶ ସୁରକ୍ଷା ନେଇ ମଧ୍ୟ ସଚେତନତା ସୃଷ୍ଟି କରାଯାଇଥିଲା।
ପର୍ଯ୍ୟଟନ ସ୍ଥଳୀକୁ କେବଳ ଉପଭୋଗ କରିବା ନୁହେଁ, ଏହାର ପ୍ରାକୃତିକ ପରିବେଶକୁ ସୁରକ୍ଷିତ ରଖିବା ମଧ୍ୟ ପ୍ରତ୍ୟେକ ପର୍ଯ୍ୟଟକଙ୍କ ଦାୟିତ୍ୱ ବୋଲି ଏହି ଅଭିଯାନ ମାଧ୍ୟମରେ ବାର୍ତ୍ତା ଦିଆଯାଇଛି।
“ସ୍ୱଚ୍ଛ ପର୍ଯ୍ୟଟନସ୍ଥଳୀ, ସବୁଜ ପରିବେଶ—ଦାୟିତ୍ୱବାନ ପର୍ଯ୍ୟଟନର ପରିଚୟ” ବାର୍ତ୍ତା ସହ ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ ଖଣ୍ଡାଧାରରେ ପରିବେଶ ସୁରକ୍ଷା ପ୍ରତି ଏକ ସଚେତନତାମୂଳକ ପଦକ୍ଷେପ ଭାବେ ପରିଗଣିତ ହୋଇଛି।
