--:--:--
-- ---
Srishti News

ପିପିଲିରେ ରାଜ୍ୟସ୍ତରୀୟ 'ଆଙ୍ଗନ କା ଉତ୍ସବ' ଅନୁଷ୍ଠିତ: ଯୋଗଦେଲେ ଉପ-ମୁଖ୍ୟମନ୍ତ୍ରୀ

Puri (ପୁରୀ)ରିପୋର୍ଟ: ପ୍ରତାପ ଚନ୍ଦ୍ର ଘୋଡେ଼ଇ ପିପିଲି ପୁରୀSeptember 30, 202633 views
ପିପିଲିରେ ରାଜ୍ୟସ୍ତରୀୟ 'ଆଙ୍ଗନ କା ଉତ୍ସବ' ଅନୁଷ୍ଠିତ: ଯୋଗଦେଲେ ଉପ-ମୁଖ୍ୟମନ୍ତ୍ରୀ
ପିପିଲି,:ପୁରୀ ଜିଲ୍ଲା ପିପିଲି ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀନାରାୟଣପୁର ସଙ୍ଗଳେଇଶାସନ ଅଙ୍ଗନବାଡ଼ି କେନ୍ଦ୍ର ପରିସରରେ ରାଜ୍ୟସ୍ତରୀୟ 'ଆଙ୍ଗନ କା ଉତ୍ସବ' ମହାସମାରୋହରେ ପାଳିତ ହୋଇଯାଇଛି। ଚଳିତ ବର୍ଷ ଏହି କାର୍ଯ୍ୟକ୍ରମ "ଆମ ଅଙ୍ଗନବାଡ଼ି, ଆମ ଦାୟିତ୍ୱ" ବିଷୟବସ୍ତୁକୁ ନେଇ ଆୟୋଜିତ ହୋଇଥିଲା। ଏହି ବିଶେଷ ଉତ୍ସବରେ ଓଡ଼ିଶାର ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ କେବଳ ଶିଶୁମାନଙ୍କ ଖାଦ୍ୟ କେନ୍ଦ୍ର ନୁହେଁ, ବରଂ ସେମାନଙ୍କର ସର୍ବାଙ୍ଗୀନ ବିକାଶର ମୂଳଦୁଆ ବୋଲି ଉପ-ମୁଖ୍ୟମନ୍ତ୍ରୀ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ଏହି ଅବସରରେ ସମ୍ମାନିତ ଅତିଥି ଭାବେ ପିପିଲି ବିଧାୟକ ଶ୍ରୀ ଆଶ୍ରିତ ପଟ୍ଟନାୟକ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଉତ୍ସବ ସମୟରେ ଅଙ୍ଗନବାଡ଼ିର କୁନି କୁନି ଶିଶୁମାନଙ୍କ ଦ୍ବାରା ଆକର୍ଷଣୀୟ ନୃତ୍ୟ, ସଙ୍ଗୀତ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହା ସହିତ ଶିଶୁମାନଙ୍କ ସ୍ୱାସ୍ଥ୍ୟ ପ୍ରତି ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ବାପାମାନଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ପୁଷ୍ଟିକର ଖାଦ୍ୟ ପ୍ରସ୍ତୁତି (ରେସିପି) ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଉପ-ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଥିଲେ। ସୂଚନାଯୋଗ୍ୟ ଯେ, ଶିଶୁମାନଙ୍କର ପୋଷଣ, ସ୍ୱାସ୍ଥ୍ୟ ଏବଂ ପ୍ରାଥମିକ ଶିକ୍ଷାର ଉନ୍ନତି ପାଇଁ ଓଡ଼ିଶାର ସମସ୍ତ ୭୪,୨୨୪ ଟି ଅଙ୍ଗନବାଡ଼ି କେନ୍ଦ୍ରରେ ଏହି ଅଭିଯାନକୁ ୩ ଦିନ ଧରି ବ୍ୟାପକ ଭାବେ ପାଳନ କରାଯାଉଛି। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଜନପ୍ରତିନିଧି, ଅଙ୍ଗନବାଡ଼ି କର୍ମୀ, ସହାୟିକା ଏବଂ ବହୁ ସଂଖ୍ୟାରେ ଅଭିଭାବକ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।