Web News

Nuapada Collector Stresses Surprise Checks to Curb MRP Violations: Excise Department Reviews Enforcement, Illegal Liquor Crackdown and Revenue Collection
Nuapada, August 13: A monthly review meeting of the Excise Department was held at the District Headquarters Conference Hall under the chairmanship of Nuapada Collector Madhusudan Dash, with a focus on strengthening enforcement, curbing illegal liquor trade and ensuring that liquor is sold strictly at the prescribed Maximum Retail Price (MRP). At the outset, District Excise Superintendent Sanghamitra Pradhan presented a detailed report on the department’s enforcement activities, raids against illegal liquor, revenue collection and overall performance in the district. During July, the Excise Department registered 193 cases, arrested 108 persons and forwarded 68 cases to the court. The department also seized 2,282 litres of ID liquor, 877.4 bulk litres of OS liquor and 44,530 litres of fermented Mahua wash during the month. Revenue collection also showed positive growth. For the financial year 2026-27, the district has been assigned an annual revenue target of ₹32.57 crore. By the end of July, the department had collected ₹7.29 crore, including ₹7,29,90,624, achieving 22.41 per cent of the annual target. The collection marked an 8.07 per cent increase compared to the corresponding period of the previous year. Reviewing the departmental performance, Collector Madhusudan Dash directed officials to keep a close watch on liquor outlets and ensure that liquor is not sold above the prescribed MRP. He emphasised the need for regular surprise inspections and raids at liquor shops and instructed officials to take stringent action against violations. The Collector also called for intensified enforcement against the illegal liquor trade and stressed the importance of sustained field-level monitoring to prevent unlawful activities. The meeting was attended by Excise Inspector Hirabati Thati, Section Officer Saumyakanta Otta, Excise Sub-Inspector Brundabati Bhua, Excise Assistant Sub-Inspector Balabhadra Raut, along with other officials of the department. The review meeting underlined the administration’s commitment to strengthening excise enforcement, protecting consumers from overcharging and taking firm action against illegal liquor activities across Nuapada district.
Nuapada (ନୂଆପଡ଼ା) • Report: Malaya Meher, DC

ତ୍ରିରଙ୍ଗାରେ ରଙ୍ଗିଲା ସ୍ୱପ୍ନେଶ୍ୱର, ଗୁଞ୍ଜିଲା ଦେଶପ୍ରେମର ସ୍ୱର: ହର ଘର ତ୍ରିରଙ୍ଗା’ ଅଭିଯାନରେ ମଣ୍ଡଳସ୍ତରୀୟ ଶୋଭାଯାତ୍ରା
ବୋଡ଼େନ: ସ୍ୱାଧୀନତା ଦିବସକୁ ଆଉ ମାତ୍ର କିଛି ଦିନ ବାକି ଥିବାବେଳେ ଦେଶପ୍ରେମ, ଜାତୀୟ ଏକତା ଓ ଅଖଣ୍ଡତାର ବାର୍ତ୍ତା ନେଇ ବୋଡ଼େନ ବ୍ଲକ ଅନ୍ତର୍ଗତ ସ୍ୱପ୍ନେଶ୍ୱର ମଣ୍ଡଳରେ ‘ହର ଘର ତ୍ରିରଙ୍ଗା’ ଅଭିଯାନ ଉତ୍ସାହ ଓ ଉଦ୍ଦୀପନାର ସହ ଆୟୋଜିତ ହୋଇଥିଲା। ତ୍ରିରଙ୍ଗା ପ୍ରତି ସମ୍ମାନ ଓ ଦେଶପ୍ରେମର ଭାବନାକୁ ପ୍ରତ୍ୟେକ ଘରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଞ୍ଚଳରେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥିଲା। ସ୍ୱପ୍ନେଶ୍ୱର ମଣ୍ଡଳ ସଭାପତି ରାଜକିଶୋର ହେର୍ଣ୍ଣାଙ୍କ ନେତୃତ୍ୱରେ ଆୟୋଜିତ ଏହି ଅଭିଯାନରେ ଅତୀନ୍ଦ୍ର ସିଂ ମଲ୍ଲିକ, ରୁଦ୍ରମାଧବ ପଟେଲଙ୍କ ସମେତ ବିଭିନ୍ନ ଅଞ୍ଚଳର ଜନପ୍ରତିନିଧି, କାର୍ଯ୍ୟକର୍ତ୍ତା, ଯୁବକ-ଯୁବତୀ ଓ ସାଧାରଣ ଲୋକ ସାମିଲ ହୋଇଥିଲେ। ହାତରେ ତ୍ରିରଙ୍ଗା ଧରି ସମସ୍ତେ ଦେଶପ୍ରେମର ବାର୍ତ୍ତା ପ୍ରଚାର କରିବା ସହ ପ୍ରତ୍ୟେକ ଘରେ ଜାତୀୟ ପତାକା ଉଡ଼ାଇବାକୁ ଲୋକଙ୍କୁ ଆହ୍ୱାନ କରିଥିଲେ। ଏହି ଅବସରରେ ତ୍ରିରଙ୍ଗା ପତାକା ସହ ଏକ ଆକର୍ଷଣୀୟ ଦେଶପ୍ରେମମୟ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ‘ବନ୍ଦେ ମାତରମ୍’, ‘ଭାରତ ମାତା କୀ ଜୟ’ ସମେତ ବିଭିନ୍ନ ଦେଶପ୍ରେମମୟ ନାରାରେ ସମଗ୍ର ପରିବେଶ ମୁଖରିତ ହୋଇଉଠିଥିଲା। ତ୍ରିରଙ୍ଗାର ରଙ୍ଗରେ ସଜିଥିବା ଶୋଭାଯାତ୍ରା ଅଞ୍ଚଳବାସୀଙ୍କ ମନରେ ଦେଶପ୍ରେମର ନୂଆ ଉତ୍ସାହ ସୃଷ୍ଟି କରିଥିଲା। କାର୍ଯ୍ୟକ୍ରମରେ ବକ୍ତାମାନେ ଜାତୀୟ ପତାକାର ମହତ୍ତ୍ୱ, ସ୍ୱାଧୀନତା ସଂଗ୍ରାମୀଙ୍କ ଅମର ତ୍ୟାଗ ଏବଂ ଦେଶର ଏକତା ଓ ଅଖଣ୍ଡତା ସମ୍ପର୍କରେ ଆଲୋକପାତ କରିଥିଲେ। ସ୍ୱାଧୀନତା କେବଳ ଉତ୍ସବ ପାଳନର ବିଷୟ ନୁହେଁ, ବରଂ ଦେଶ ପ୍ରତି ନିଜ କର୍ତ୍ତବ୍ୟ ଓ ଦାୟିତ୍ୱକୁ ସ୍ମରଣ କରିବାର ଅବସର ବୋଲି ସେମାନେ ମତ ଦେଇଥିଲେ। ପ୍ରତ୍ୟେକ ନାଗରିକ ନିଜ ଘରେ ତ୍ରିରଙ୍ଗାକୁ ସମ୍ମାନର ସହ ଉଡ଼ାଇ ‘ହର ଘର ତ୍ରିରଙ୍ଗା’ ଅଭିଯାନକୁ ସଫଳ କରିବା ସହ ଦେଶପ୍ରେମର ଭାବନାକୁ ଆହୁରି ସୁଦୃଢ଼ କରିବାକୁ ଉପସ୍ଥିତ ଅତିଥି ଓ ବକ୍ତାମାନେ ଆହ୍ୱାନ ଦେଇଥିଲେ। ଏହି କାର୍ଯ୍ୟକ୍ରମ ସ୍ୱପ୍ନେଶ୍ୱର ଅଞ୍ଚଳରେ ଦେଶପ୍ରେମ ଓ ଜାତୀୟ ଏକତାର ବାର୍ତ୍ତାକୁ ଆହୁରି ବ୍ୟାପକ କରିଥିବା ଦେଖିବାକୁ ମିଳିଛି।
Nuapada (ନୂଆପଡ଼ା) • କଶ୍ୟପ ଜଗତ

ଐତିହାସିକ ମର୍ଦ୍ଦରାଜ ଉଚ୍ଚ ବିଦ୍ୟାଳୟର ଦୁର୍ଦ୍ଦଶା: ଅବହେଳାରେ ମଉଳିଛି ଶିକ୍ଷାନୁଷ୍ଠାନର ଗୌରବ
ଖଲ୍ଲିକୋଟ, ଦିନେ ଯେଉଁ ଶିକ୍ଷାନୁଷ୍ଠାନ ଖଲ୍ଲିକୋଟ ସହର ସମେତ ଦୂରଦୂରାନ୍ତର ଛାତ୍ରଛାତ୍ରୀଙ୍କ ଜ୍ଞାନାର୍ଜନର ପ୍ରମୁଖ କେନ୍ଦ୍ର ପାଲଟିଥିଲା, ଆଜି ସେହି ଐତିହାସିକ ଶିକ୍ଷାନୁଷ୍ଠାନ ଅବହେଳାର ଶିକାର ହୋଇ ନିଜର ଗୌରବ ହରାଇବାକୁ ବସିଛି। ଖଲ୍ଲିକୋଟ ସହରର ହୃଦୟସ୍ଥଳରେ ଅବସ୍ଥିତ ଶ୍ରୀ ମର୍ଦ୍ଦରାଜ ଉଚ୍ଚ ବିଦ୍ୟାଳୟର ବର୍ତ୍ତମାନର ଦୁର୍ଦ୍ଦଶାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସୂଚନା ଅନୁଯାୟୀ, ଖଲ୍ଲିକୋଟର ରାଜା ରାଜବାହାଦୁର ସ୍ୱର୍ଗତ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ଶାସନକାଳରେ ୧୯୧୭ ମସିହାରେ ଏହି ବିଦ୍ୟାଳୟ ପ୍ରତିଷ୍ଠିତ ହୋଇଥିଲା। ଦୀର୍ଘ ବର୍ଷ ଧରି ଏହା ଖଲ୍ଲିକୋଟ ଅଞ୍ଚଳର ଶିକ୍ଷା ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଆସିଛି। ଏହି ବିଦ୍ୟାଳୟରୁ ଅନେକ ଛାତ୍ର ଶିକ୍ଷା ଗ୍ରହଣ କରି ଶାସନ, ପ୍ରଶାସନ ଓ ବିଭିନ୍ନ କ୍ଷେତ୍ରରେ ଉଚ୍ଚ ପଦପଦବୀରେ ଅଧିଷ୍ଠିତ ହୋଇଛନ୍ତି। ବର୍ତ୍ତମାନର ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ମଧ୍ୟ ଏହି ବିଦ୍ୟାଳୟର ପୁରାତନ ଛାତ୍ର ବୋଲି ଜଣାପଡ଼ିଛି। କିନ୍ତୁ ଏତେ ଗୌରବମୟ ଇତିହାସ ଥିବା ସତ୍ତ୍ୱେ ବିଦ୍ୟାଳୟର ବର୍ତ୍ତମାନର ପରିବେଶ ଅତ୍ୟନ୍ତ ଦୟନୀୟ ହୋଇପଡ଼ିଥିବା ଅଭିଯୋଗ ହେଉଛି। ବିଦ୍ୟାଳୟ ଭବନର ରଙ୍ଗ ମଉଳି ଯାଇଥିବା ବେଳେ ପରିବେଶରେ ଅପରିଚ୍ଛନ୍ନତା ଦେଖାଯାଉଛି। ପ୍ରବେଶଦ୍ୱାରଠାରୁ ବିଦ୍ୟାଳୟ ପରିସର ପର୍ଯ୍ୟନ୍ତ ସୌନ୍ଦର୍ଯ୍ୟକରଣର ଅଭାବ ସ୍ପଷ୍ଟ ଭାବେ ପରିଲକ୍ଷିତ ହେଉଛି। ଅନ୍ୟପଟେ ଖଲ୍ଲିକୋଟ ସହରରେ ସୁବ୍ୟବସ୍ଥିତ ପାର୍କିଂ ବ୍ୟବସ୍ଥା ନଥିବାରୁ ବିଦ୍ୟାଳୟ ପରିସର ଓ ଏହାର ଚାରିପାଖରେ ଗାଡ଼ି ରହୁଥିବାରୁ ବିଦ୍ୟାଳୟର ପ୍ରବେଶପଥ ମଧ୍ୟ ପ୍ରଭାବିତ ହେଉଛି। ଏହା ଫଳରେ ଏକ ଐତିହାସିକ ଶିକ୍ଷାନୁଷ୍ଠାନର ପରିବେଶ ଆହୁରି ଅସୁନ୍ଦର ହୋଇପଡ଼ିଛି। ବିଦ୍ୟାଳୟର ଛାତ୍ରସଂଖ୍ୟା ମଧ୍ୟ ଧୀରେ ଧୀରେ କମୁଥିବା ନେଇ ଅଞ୍ଚଳବାସୀ ଚିନ୍ତା ପ୍ରକାଶ କରିଛନ୍ତି। ଶିକ୍ଷାନୁଷ୍ଠାନର ପରିଚାଳନା, ଶିକ୍ଷକଙ୍କ ଉପସ୍ଥାନ ଓ ଅନ୍ୟାନ୍ୟ ବ୍ୟବସ୍ଥାକୁ ନେଇ ମଧ୍ୟ ସ୍ଥାନୀୟ ମହଲରେ ପ୍ରଶ୍ନ ଉଠୁଛି। ତେବେ ଏହି ସମସ୍ତ ଅଭିଯୋଗର ସ୍ୱାଧୀନ ଯାଞ୍ଚ ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି। ବିଦ୍ୟାଳୟର ଏଭଳି ଅବସ୍ଥାକୁ ନେଇ ପୁରାତନ ଛାତ୍ର, ଅଭିଭାବକ ଓ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ସ୍ଥାନୀୟ ଶିକ୍ଷାପ୍ରେମୀ ଓ ପୁରାତନ ଛାତ୍ରମାନେ ବିଦ୍ୟାଳୟର ଐତିହ୍ୟକୁ ସୁରକ୍ଷିତ ରଖିବା ସହ ଭିତ୍ତିଭୂମିର ଉନ୍ନତି, ପରିବେଶର ସୌନ୍ଦର୍ଯ୍ୟକରଣ ଓ ଆବଶ୍ୟକ ମରାମତି ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି। ଏନେଇ ପୁରାତନ ଛାତ୍ର ତଥା ଶିକ୍ଷା କ୍ଷେତ୍ରରେ ଦୀର୍ଘଦିନ କାର୍ଯ୍ୟ କରିଥିବା ଶିବରାମ ଜେନା ବିଭିନ୍ନ ସମୟରେ ଗଣମାଧ୍ୟମ ଜରିଆରେ ସରକାର ଓ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଆସୁଥିବା କହିଛନ୍ତି। ତଥାପି ଏଯାବତ୍ ଆଶାନୁରୂପ ପଦକ୍ଷେପ ନିଆଯାଇନଥିବା ନେଇ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଶତାବ୍ଦୀ ପୁରୁଣା ଏହି ଐତିହାସିକ ଶିକ୍ଷାନୁଷ୍ଠାନକୁ ଅବହେଳାରୁ ମୁକ୍ତ କରି ଏହାର ପୁରୁଣା ଗୌରବ ଫେରାଇବା ସହ ଆବଶ୍ୟକ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିବାକୁ ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗ ତୁରନ୍ତ ଦୃଷ୍ଟି ଦେବାକୁ ଖଲ୍ଲିକୋଟବାସୀ ଦାବି କରିଛନ୍ତି।
Ganjam (ଗଞ୍ଜାମ) • ରିପୋର୍ଟ: ଶିବରାମ ଜେନା, ସ୍ୱତନ୍ତ୍ର ପ୍ରତିନିଧି

ସ୍କୁଲ ରେ ତାଲା ପକେଇ ବସିଛନ୍ ପିଲାଛୁଆ ଓ ଅବିଭାବକ
ସରକାର ଙ୍କ ଅବହେଳା ରୁ ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତ ଅନ୍ଧାରରେ। ଶହ ଶହ ଛାତ୍ରଛାତ୍ରୀ ଙ୍କ ପାଇଁ ସେହି ହିସାବ ରେ ନ ଥିବାରୁ ପାଠ ପଢ଼ା ରେ ଅସୁବିଧା ହେଉଛି।କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅଧିନସ୍ଥ ଲଇତରା ଗ୍ରାମପଞ୍ଚାୟତ ରେ ଥିବା ଦେଣ୍ଡୋଗୁଡ଼ା ଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ପଡିଛେ ତାଲା ଗେଟ୍ ନେ ତାଲା ମାରି କରି ବସିଛନ ସ୍କୁଲ ର ପିଲାଛୁଆ ଓ ଅବିଭାବକ ମାନେ। ସେମାନଙ୍କ କହିବା ଅନୁସାରେ ସ୍କୁଲ ରେ ମାଷ୍ଟର ନାଇ କି ମାଷ୍ଟୁ ରେନ୍ ନାଇ ପିଲାଛୁଆ ମାନେ ସ୍କୁଲ କେ ଆସିକରୀ ବସି ବସି ଦିନ କଟାଉଛନ। ଆମର ସ୍କୁଲ ନେ ଥିଲା ମାଷ୍ଟ୍ରୁରେନ ଦିଦି କେ ଅଲଗା ବିଦ୍ୟାଳୟ କେ ପଠେଇ ଦିକରି ବିଇଓ ବାବୁ ଆଜିକାଲି କେ ମାଷ୍ଟର ଦିଆଯିବ ବୋଲି ଆମକୁ ଠକି ଦଉଛନ୍ତି। ପିଲାଛୁଆ ର ମାଆ ଵୁଆ ମାନେ କହିଥିଲେ ଇ ସ୍କୁଲ ରେ ପ୍ରାରମ୍ଭ ନୁ ଅଷ୍ଟମ ଶ୍ରେଣୀ ତକ ରହିଛି ଛାତ୍ର ଛାତ୍ରୀ ସଂଖ୍ୟା 163ଛାତ୍ର ଛାତ୍ରୀ ରହିଥିବା ବେଳେ ମାଷ୍ଟର ଓ ମାଷ୍ଟରେନ୍ ଯେତେ ଜଣ ରହିବା କଥା ସେତକି ଜଣ ରହୁ ନାହାନ୍ତି,ଓଲଟା ଆମ ଗାଁ ରେ ଥିଲା ମାଷ୍ଟ ରେନ୍ ଦିଦି କେ ଅଲଗା ସ୍କୁଲ କେ ପଠେଇ ଦେଇଛନ୍ତି।ସେଥିପାଇଁ ସ୍କୁଲ ରେ ତାଲା ପକେଇ ଛୁ ବୋଲି କରି ଗାଁ ବାଲେ କହିଛନ୍ତି।ଆଗକେ ଯଦି ଆମ ଗାଁ ସ୍କୁଲ ରେ ମାଷ୍ଟର ନାଇ ଦେଲେ ସ୍କୁଲ ଗେଟ୍ ନେ ଧାରଣା ଦେମୂ ବୋଲି କରି କହୁଛନ୍ ବାକି ଦେଖବା କେ ରହେଲା ପ୍ରଶାସନ କେନତା କରୁଛେ।
Kalahandi (କଳାହାଣ୍ଡି) • ରିତେଶ କୁମାର ମୁଣ୍ଡ

ଜୀବନରେ ଦାଦନ, ମୃତ୍ୟୁ ପରେ ବି ଦୁର୍ଦ୍ଦଶା: ୮ କିମି ଖଟିଆରେ ଗଲା ଶବ
କଳାହାଣ୍ଡି ଜିଲ୍ଲା ଦୁର୍ଗମ ଅଂଚଳ ଥୁଆମୁଳ ରାମପୁର ବ୍ଲକ ପାଡେପଦର ପଂଚାୟତ ଖମାରପଦର ଭାଟିପାସ ଗାଁରେ ଆଜି ବୁଧବାର ସକାଳ ୭ଟା ବେଳେ ଦେଖିବାକୁ ମିଳିଛି ଏକ ହୃଦୟ ବିଦାରକ ଦୃଶ୍ୟ । ଦୁଇ ମୁଠା ଦାନା ଯୋଗାଡ କରିବା ପାଇଁ ଦାଦନ ଖଟିବାକୁ ଯାଇଥିବା ଗାଁର ଶିବ ମାଝୀ ର ମୃତ୍ୟୁ ହେଇଥିଲା ହାଇଦ୍ରାବାଦ ଠାରେ । ଗତ ବିଳମ୍ବିତ ରାତିରେ ଶବ ପହଂଚିଥିଲା ଗାଁ ଠାରୁ ୮ କିଲୋମିଟର ଦୂରରେ ଥିବା ଦୁରେଶପଦର ନିକଟରେ । କିନ୍ତୁ ଡୁମନୀ ଜଙ୍ଗଲ ରାସ୍ତା କାଦୁଅମୟ । ତେଣୁ ଆଗକୁ ବଢି ପାରିନଥିଲା ଆମ୍ବୁଲାନ୍ସ । ବାଧ୍ଯ ହେଇ ରାତି ତମାମ ଶବକୁ ଧରି ଦୁରେଶପଦର ଡୁମନୀ ଜଙ୍ଗଲରେ ଅପେକ୍ଷା କରି ରହିଥିଲେ ପରିବାର ଏବଂ ସମ୍ପର୍କୀୟ । ଆଜି ସକାଳୁ ଏହି ୮ କିଲେମିଟର ରାସ୍ତାରେ ଖଟିଆରେ ବୋହି ଶବକୁ ନେଇ ଗାଁରେ ପହଂଚାଇଥିଲେ । ବର୍ଷକ ତଳେ ଶିବ ମାଝୀ ଦାଦନ ଯିବା ବେଳେ ଯେଉଁ ରାସ୍ତା ଦାଦନ ଯିବାକୁ ଅଟକାଇନଥିଲା ସେହି ରାସ୍ତା ଆଜି ଶବ ହେଇ ଫେରିବା ବେଳେ କାଦୁଅମୟ ରାସ୍ତା ଯୋଗୁଁ ଗାଁକୁ ପହଂଚାଇବାରେ ବାଧକ ସାଜିଥିଲା । ଏନେଇ ସାଧାରଣରେ ଆଲୋଡନ ସୃଷ୍ଟି କରିଛି । ଅନ୍ୟପଟେ ହଠାତ୍ ଶିବ ମାଝୀର ମୃତ୍ୟୁ କେଉଁ କାରଣରୁ ହେଲା ତାହା ଅସ୍ପଷ୍ଟ ।
Kalahandi (କଳାହାଣ୍ଡି) • ରିତେଶ କୁମାର ମୁଣ୍ଡ

ସର୍ଗିପାନୀରେ ପହଞ୍ଚିଲା ମେଡିକାଲ ଟିମ୍, ଦୁର୍ଗମ ଜଙ୍ଗଲରେ ଲୋକଙ୍କ ସ୍ୱାସ୍ଥ୍ୟର ଖବର ନେଲା ପ୍ରଶାସନ
କଳାହାଣ୍ଡି ଜିଲ୍ଲା କୋକସରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ଆମପାଣି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବା ଉପାନ୍ତ ଓ ଅପହଞ୍ଚ ଗ୍ରାମ ସର୍ଗିପାନୀ ଗାଁ ରେ ଗୁରୁବାର କୋକସରା ମେଡ଼ିକାଲ ଟିମ ପହଞ୍ଚି ଗ୍ରାମ ର ଲୋକଙ୍କ ସହ ସ୍ୱାସ୍ଥ୍ୟ ସେବା ଓ ସମସ୍ୟା ନେଇ ଆଲୋଚନା କରିଛନ୍ତି। ତେବେ କୁଟରୁ ରାଜସ୍ୱ ଗ୍ରାମ ଅଧୀନରେ ଥିବା ସର୍ଗିପାନୀ ଗ୍ରାମ ରେ ୧୫ ରୁ ଉର୍ଦ୍ଧ୍ବ ଆଦିବାସୀ ଜନଜାତି ର ପରିବାର ୬୫ ଜନସଂଖ୍ୟା ରହୁଥିବା ବେଳେ ଏହି ଗ୍ରାମ କୁ ଗମନାଗମନ ପାଇଁ ରାସ୍ତା ନାହିଁ, ଜଙ୍ଗଲ ରାସ୍ତା ଦେଇ ମୁଖ୍ୟ ରାସ୍ତା ରୁ ୧ କିମି ପାଦାଚଳା ରାସ୍ତା ରେ ଚାଲି ଯିବାକୁ ହୁଏ। ଗ୍ରାମବାସୀ ମାନେ ଅନେକ ସମସ୍ୟା ଦେଇ ଜଙ୍ଗଲ ମଧ୍ୟରେ ରହୁଥିବା ବେଳେ ଏମାନଙ୍କ ପାଇଁ ରାସ୍ତା,ସ୍ୱାସ୍ଥ୍ୟ ସେବା,ଶିକ୍ଷା, ବିଦ୍ୟୁତ, ପାନୀୟ ଜଳ ଭଳି ମୌଳିକ ସମସ୍ୟା ରୁ ଦିର୍ଘ ବର୍ଷ ଧରି ବଞ୍ଚିତ ରହିଛନ୍ତି। ତେବେ ଆଜି କୋକସରା ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ ତତ୍ୱଦର୍ଶୀ ଦାସ ଙ୍କ ନେତୃତ୍ୱରେ ଏକ ମେଡ଼ିକାଲ ଟିମ ଏହି ଉପାନ୍ତ ସର୍ଗିପାନୀ ଗାଁ ରେ ଚାଲି ଚାଲି ପହଞ୍ଚି ଗ୍ରାମ ରେ ସ୍ୱାସ୍ଥ୍ୟ ସେବା ର ସ୍ଥିତି ଅନୁଧ୍ୟାନ କରିବା ସହ ସ୍ଥାନୀୟ ଗ୍ରାମବାସୀ ଙ୍କ ସହ ସ୍ୱାସ୍ଥ୍ୟ ସେବା ସମ୍ପର୍କିତ ବିଷୟରେ ଆଲୋଚନା କରିଥିଲେ। ଗତ କିଛିମାସ ତଳେ ଏହି ଗ୍ରାମ ର ସମ୍ବାରୁ ସାନ୍ତା ଙ୍କ ପତ୍ନୀ ଦୂର ସାନ୍ତା (୩୫) ଗର୍ଭବତୀ ମହିଳା ଙ୍କୁ ଖଟିଆ ରେ ବୋହିବା ଘଟଣା ସହ ଆମ୍ବୁଲାନ୍ସ ରେ ନବରଙ୍ଗପୁର ଜିଲ୍ଲା ମୈଦଲପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେବା ଘଟଣା ଗଣମାଧ୍ୟମ ରେ ଚର୍ଚ୍ଚା ହୋଇଥିଲା।ଏହାପରେ କଳାହାଣ୍ଡି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସଜାଗ ହୋଇ ସର୍ଗିପାନୀ ଭଳି ଉପାନ୍ତ ଅଞ୍ଚଳ ରେ ସ୍ୱାସ୍ଥ୍ୟ ସେବା ର ସ୍ଥିତି ଅନୁଧ୍ୟାନ ପାଇଁ ଅଣ୍ଟା ଭିଡିଥିବା ଦେଖିବାକୁ ମିଳୁଛି। ଗୁରୁବାର କୋକସରା ସିଏଚସି ମେଡ଼ିକାଲ ଟିମ ରେ ଜନସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ (ପିଏଚଇଓ) ଶର୍ମିଳା ଛତ୍ରୀଆ,ଭିବିଡିଟିଏସ ଦୁଷ୍ମନ୍ତ ରାଉତ,ସ୍ୱାସ୍ଥ୍ୟ ସେବିକା ଯୋଜନାଗନ୍ଧା ମହାନ୍ତି,ଆଶା କର୍ମି ପ୍ଲାନ ଇଣ୍ଡିଆ କର୍ମି ସର୍ଗିପାନୀ ଗାଁ ରେ ପହଞ୍ଚି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ଗ୍ରାମବାସୀ ଙ୍କୁ ବିଭିନ୍ନ ରୋଗ ଓ ଏହାର ନିରାକରଣ ନେଇ ସଚେତନ କରିଥିବା ଜଣାପଡ଼ିଛି।
Kalahandi (କଳାହାଣ୍ଡି) • ରିତେଶ କୁମାର ମୁଣ୍ଡ

ତ୍ରିରଙ୍ଗାରେ ରଙ୍ଗିଲା କୋକସରା, ‘ହର ଘର ତ୍ରିରଙ୍ଗା’ ଯାତ୍ରାରେ ଗୁଞ୍ଜିଲା ଦେଶପ୍ରେମର ସ୍ୱର: ମୋଟେର ଓ ଆମପାଣି ଯୋନରେ ବିଜେପିର ବାଇକ୍ ରାଲି; ଘରେ ଘରେ ତ୍ରିରଙ୍ଗା ଉଡ଼ାଇବାକୁ ଆହ୍ୱାନ
କୋକସରା: ଆଉ ଦୁଇ ଦିନ ପରେ ଦେଶବାସୀ ପାଳନ କରିବେ ୮୦ତମ ସ୍ୱାଧୀନତା ଦିବସ। ଏହାକୁ ନେଇ ସାରା ଦେଶରେ ଉତ୍ସବର ମାହୋଲ ଦେଖାଦେଇଥିବା ବେଳେ ଦେଶପ୍ରେମର ଭାବନାକୁ ଆହୁରି ଉଜ୍ଜୀବିତ କରିବା ଉଦ୍ଦେଶ୍ୟରେ କୋକସରା ବ୍ଲକ ବିଜେପି ପକ୍ଷରୁ ‘ହର ଘର ତ୍ରିରଙ୍ଗା, ଘର ଘର ତ୍ରିରଙ୍ଗା’ ଯାତ୍ରା ଅନୁଷ୍ଠିତ ହୋଇଛି। ଗୁରୁବାର ମୋଟେର ଓ ଆମପାଣି ଯୋନରେ ଆୟୋଜିତ ଏହି ତ୍ରିରଙ୍ଗା ଯାତ୍ରାରେ ଶତାଧିକ ଦଳୀୟ କର୍ମୀ ଓ ସମର୍ଥକ ସାମିଲ ହୋଇ ଦେଶପ୍ରେମର ବାର୍ତ୍ତା ପ୍ରଚାର କରିଥିଲେ। କାର୍ଯ୍ୟକ୍ରମରେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ଯୋଗଦେଇ ଦଳୀୟ କର୍ମୀଙ୍କୁ ଉତ୍ସାହିତ କରିବା ସହ ସାଧାରଣ ଲୋକଙ୍କୁ ଦେଶପ୍ରେମର ବାର୍ତ୍ତା ଦେଇଥିଲେ। ପ୍ରତ୍ୟେକ ଘରେ ଜାତୀୟ ପତାକା ଉଡ଼ାଇ ‘ହର ଘର ତ୍ରିରଙ୍ଗା’ ଅଭିଯାନରେ ସାମିଲ ହୋଇ ସ୍ୱାଧୀନତାର ଏହି ମହାନ ପର୍ବକୁ ଗର୍ବ ଓ ଉତ୍ସାହର ସହ ପାଳନ କରିବାକୁ ସେ ଆହ୍ୱାନ ଦେଇଥିଲେ। ମୋଟେର ଯୋନରେ ମଣ୍ଡଳ ସଭାପତି ଧର୍ମବ୍ରତ ପଣ୍ଡାଙ୍କ ନେତୃତ୍ୱରେ କନ୍ଦାବୁଟ୍ରା ପଞ୍ଚାୟତରୁ ଖୁଣ୍ଟିଆ ପଞ୍ଚାୟତ ପର୍ଯ୍ୟନ୍ତ ଏକ ବିଶାଳ ବାଇକ୍ ରାଲି ଆୟୋଜିତ ହୋଇଥିଲା। ହାତରେ ତ୍ରିରଙ୍ଗା ଧରି ଶତାଧିକ କର୍ମୀ ରାଲିରେ ସାମିଲ ହୋଇ ଦେଶପ୍ରେମର ନାରା ଦେଇଥିଲେ। ଏହା ଫଳରେ ସମଗ୍ର ଅଞ୍ଚଳ ତ୍ରିରଙ୍ଗାମୟ ହୋଇଉଠିଥିଲା। ଏହି ଯାତ୍ରାରେ ଜିଲ୍ଲା ଆଦିବାସୀ ଜନଜାତି ମୋର୍ଚ୍ଚା ସଭାପତି ତ୍ରିନାଥ ଶବର, ମୋଟେର ମଣ୍ଡଳ ଉପସଭାପତି ନିଲାଞ୍ଚଳ ରାଉତ, ମଣ୍ଡଳ ସମ୍ପାଦକ ରାଧେଶ୍ୟାମ ଗୋପାଳ, କମଳ ଲୋଚନ ଦଳପତି, ସୁଜିତ ସିଂ ରାଜପୁତ, ଯୁବମୋର୍ଚ୍ଚା ସଭାପତି ଧବଳେଶ୍ୱର ଗୋପାଳ, ବଳରାମ ପୁଝାରୀ, ଶାନ୍ତନୁ ପଣ୍ଡା, ନକୁଳ ଘି, ଅଚ୍ୟୁତ ନାଏକ, ଭୁବନେଶ୍ୱର ପଟେଲ, ଚକ୍ରଧର ନାଏକ ଓ ଅମିନ ରଣାଙ୍କ ସମେତ ମହିଳା ନେତ୍ରୀ ପ୍ରତିମା ପୁଝାରୀ, ଉଜଳା କେତକୀ, ରୁକ୍ମଣୀ ନାଏକ ଓ ଭାରତୀ ପୁଝାରୀ ଉପସ୍ଥିତ ଥିଲେ। ଏଥିସହ ମୋଟେର ମଣ୍ଡଳର ବିଭିନ୍ନ ବୁଥ୍ର ସଭାପତି, ପ୍ରମୁଖ ଓ ସହପ୍ରମୁଖମାନେ ମଧ୍ୟ ଯାତ୍ରାରେ ସାମିଲ ହୋଇଥିଲେ। ସେହିପରି ଆମପାଣି ଯୋନରେ ମଧ୍ୟ ଉତ୍ସାହର ସହ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଥିଲା। ମଣ୍ଡଳ ସଭାପତି ମଧୁବନ ପାତ୍ରଙ୍କ ନେତୃତ୍ୱରେ ଗୋତମୁଣ୍ଡା ପଞ୍ଚାୟତରୁ ଆମପାଣି ପର୍ଯ୍ୟନ୍ତ ଯାତ୍ରା ହୋଇଥିଲା। ଜିଲ୍ଲା ପ୍ରତିନିଧି ଅର୍ଜୁନ ଭାଟି, ମଣ୍ଡଳ ସମ୍ପାଦକ ତୁଲାରାମ ନାଏକ, ସହସମ୍ପାଦକ ଦ୍ରୋଣାଚାର୍ଯ୍ୟ ପୂଝାରୀ, ସନ୍ତୋଷ ମାଝୀ, ରିତେଶ କୁମାର ମୁଣ୍ଡ, ଯୁବମୋର୍ଚ୍ଚା ସଭାପତି ତ୍ରିଲୋକ୍ୟ ବେଶ୍ରା, ଜିଲ୍ଲା ପ୍ରତିନିଧି ଭଜମନ ନାଏକ, ରଘୁମଣି ଖମାରୀ, ଚକ୍ରଧର ବେଶ୍ରା, ଅରୁଣ ଗୋୟଲ ଓ ଚୈତନ୍ୟ ମାଝୀ ପ୍ରମୁଖ ଏଥିରେ ସାମିଲ ହୋଇଥିଲେ। ତ୍ରିରଙ୍ଗା ଯାତ୍ରା ମାଧ୍ୟମରେ ଅଞ୍ଚଳବାସୀଙ୍କୁ ଦେଶପ୍ରେମର ବାର୍ତ୍ତା ଦେବା ସହ ପ୍ରତ୍ୟେକ ଘରେ ଜାତୀୟ ପତାକା ଉଡ଼ାଇ ସ୍ୱାଧୀନତା ଦିବସର ଗୌରବମୟ ପର୍ବରେ ସାମିଲ ହେବାକୁ ଆହ୍ୱାନ ଦିଆଯାଇଥିଲା।
Kalahandi (କଳାହାଣ୍ଡି) • ରିପୋର୍ଟ: ରିତେଶ କୁମାର ମୁଣ୍ଡ

Jamkhunta Storms into Final with a Convincing 3-1 Win: Defeats Kantabanji in the Second Semi-Final of the 17th Raja Anup Singh Deo Memorial Football Tournament
Khariar: The second semi-final of the 17th Raja Anup Singh Deo Memorial Football Tournament was played at the historic Raja Artatrana Sports Ground in Khariar, where Jamkhunta of Balangir district registered an impressive 3-1 victory over Kantabanji to secure a place in the grand final. The match between the two strong teams of Balangir district was highly competitive and thrilling from the beginning. Both sides displayed attacking football and created several exciting moments, keeping the spectators engaged throughout the game. However, Jamkhunta maintained its dominance and eventually sealed a 3-1 victory over Kantabanji within the stipulated playing time. Khariar NAC Chairman Ujjwal Gupta attended the match as the Chief Guest. BJP State Executive Committee Member Lambodar Nial, BJP Yuva Morcha District President Gyan Ranjan Megh, and Khariar NAC Vice-Chairperson Shakuntala Raut were present as Guests of Honour. All the councillors of Khariar NAC also attended the match and encouraged the players of both teams. The match was officiated by Football Association of Odisha official referees Tapas Pati, Sourav Panda and Amulya Barik. Vedanta Pradhan handled the scoring, while Prakash Patra, Dhananjaya Mallik and Nandu Sahu provided live commentary. Members of the Raja Anup Singh Deo Memorial Football Trust, including President Ankit Singh Deo, Secretary Jitendra Nayak, Vice-President Prabhudatta Goud, Treasurer Biswa Ranjan Panda, Joint Treasurer Punyatosh Mund, along with Rupesh Tahani, Bibek Pod, Sushant Kumar Swain, Shyam Nag, Basanti Majhi, Aqib Raja, Jhintu Mahapatra, Prashanti Pattnaik, Niranjan Pod, Mohammad Arif, Gudu Panigrahi, Sushant Sahu, Harihar Sahu and Shiv Mahapatra, extended their cooperation in successfully conducting the tournament. The much-awaited final will be played on August 15, Independence Day, between Jamkhunta and Boden. With both teams securing their places in the final, football enthusiasts in Khariar are eagerly looking forward to an exciting title clash.
Nuapada (ନୂଆପଡ଼ା) • Report: Malaya Meher & Bhajan Lal Jagat

ଜିଲ୍ଲା ସ୍ତରୀୟ ବେଟି ବଚାଓ ବେଟି ପଢାଓ କାର୍ଯ୍ୟକ୍ରମ
ଖୋର୍ଦ୍ଧା, କଲେକ୍ଟ୍ରେଟ୍ କନଫରେନ୍ସ କକ୍ଷରେ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ପକ୍ଷରୁ 'ବେଟି ବଚାଓ ବେଟି ପଢାଓ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, କୁସୁମ କୁମାରୀ ପ୍ରହରାଜ , ପୋଲିସ ସୁପରିଟେନ୍ଡେନ୍ଟ, ଏଡିଏମ ଜେନେରାଲ ଖୋର୍ଦ୍ଧା, ସିଡମ, ପିଏଚ୍ଓ ଖୋର୍ଦ୍ଧା, ଏସ୍ଏସଏସଓ, ଡବ୍ଲୁଇଓ, ବିଡିଓ, ଏବିଡିଓ, ଜିପିଡିଓ, ସମସ୍ତ ସିଡିପିଓ, ସିଡବ୍ଲୁସି ମେମ୍ବର, ଡ଼ାଲ୍ସା ର ଅଫିସର ସମସ୍ତ ହବ ଷ୍ଟାଫ ,ପ୍ରୋଗ୍ରାମ ଅଫିସର ଏବଂ ଶକ୍ତି ସଦନ ର ସୁପରିଟେଣ୍ଡନ୍ଟ ମାନେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସଫଳ ରୁପାନ୍ତରିକରଣକୁ ନେଇ ଖୋର୍ଦ୍ଧା ଏଡିମ୍ ଜେନେରାଲ ଗୁରୁତ୍ଵ ଦେଇଥିଲେ । ଉଦବୋଧନ ଦେବା ସହ ସେ ସମସ୍ତ ଲାଇନ ଡିପାର୍ଟମେଣ୍ଟ ଅଧିକାରୀମାନଙ୍କ ସହଯୋଗ ଦ୍ଵାରା ସବୁ ଦିଗ ପ୍ରତି କିପରି ଆଲୋକପାତ କରାଯାଇପାରିବ ସେହି ବିଷୟରେ କହିଥିଲେ। ବିଶେଷ କରି କନ୍ୟା ରତ୍ନକୁ ଯତ୍ନ କରିବା, ତାକୁ ସୁରକ୍ଷା ଦେବା ସହ ଭ୍ରୁଣ ହତ୍ୟାରୁ କିପରି ନିବୃତ ରହି ଜନସାଧାରଣଙ୍କ ଭିତରେ ସଚେତନତା ସୃଷ୍ଟି କରିବା, ସେ ବିଷୟରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ଦାୟିତ୍ଵ ଦେଇଥିଲେ।ପରିଶେଷରେ ଡିସି ହବ୍ ସମିତା ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରି କାର୍ଯ୍ୟକ୍ରମକୁ ସମାପ୍ତ କରିଥିଲେ।
Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ଡଭା ଠାରେ ହରଘର ତ୍ରିରଙ୍ଗା ଶୋଭାଯାତ୍ରା କାର୍ଯ୍ୟକ୍ରମ
ଝାରବନ୍ଧ -ଝାରବନ୍ଧ ବ୍ଳକ ଅନ୍ତର୍ଗତ ଡଭା ଠାରେ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବିଜେପି କାର୍ଯ୍ୟକର୍ତ୍ତା ଡଭା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଡଭା ଉଚ୍ଚ ବିଦ୍ୟାଳୟ ର ଛାତ୍ରଛାତ୍ରୀ ତଥା ଜନସାଧାରଣଙ୍କ ମିଳିତ ଉଦ୍ୟମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ SDC ଅଧ୍ୟକ୍ଷ ଗୋବର୍ଦ୍ଧନ ଭୁଏ ଯୋଗ ଦେଇଥିଲେ।ଡଭା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରୁ ଡିଜେ ସାଉଣ୍ଡ ମାଧ୍ୟମରେ ସମଗ୍ର ଡଭା ଗ୍ରାମକୁ ଶୋଭାଯାତ୍ରା କରି ପୁଣି ପ୍ରତ୍ୟାବର୍ତ୍ତନ କରିଥିଲା । ସମଗ୍ର ୩ କିମି ରୁ ଉର୍ଦ୍ଧ୍ୱ ରାସ୍ତା ଅତିକ୍ରମ କରିଥିବା ଏହି ଯାତ୍ରାରେ ଛାତ୍ରଛାତ୍ରୀ ହାତରେ ତ୍ରିରଙ୍ଗା ପତାକା ଓ ମୁଖରେ ଭାରତମାତା ର ଜୟ ଧ୍ବନି ରେ ଡଭା ଅଞ୍ଚଳ ମୁଖରିତ ହୋଇପଡ଼ିଥିଲା । ସମସ୍ତଙ୍କ ମନରେ ଦେଶ ମାତୃକାର ଭାବନା ଜାଗୃତ କରିବା ଉଦ୍ଦେଶ୍ୟରେ ହୋଇଥିବା ଏହି ଶୋଭାଯାତ୍ରାରେ ସମସ୍ତଙ୍କ ସମର୍ଥନରେ ସଫଳ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପୂର୍ବତନ ସୈନିକ ଜୟ କୁମାର ସାହୁ, ବିଜେପି ମଣ୍ଡଳ ସଭାପତି ସତ୍ୟମ୍ ପ୍ରଧାନ, ଯୁବମୋର୍ଚ୍ଚା ସଭାପତି ସତ୍ୟ ଭୂଷଣ ସାହୁ, ମହିଳା ମୋର୍ଚ୍ଚା ସଭାନେତ୍ରୀ ସୁଜାତା ରାଣୀ ବାଗ,ଟୁନା ଡନସନା,ସାଧାରଣ ସଂପାଦକ ବସନ୍ତ ସାହୁ, ବିନୋଦ ବିହାରୀ ବାଗ, ସତ୍ୟାନନ୍ଦ ପ୍ରଧାନ, ଜିତେନ୍ଦ୍ର ସାହୁ, ମନ ରଣା, ଚିନ୍ତାମଣି ରାଉତ, ମନୋରଞ୍ଜନ ବିଶ୍ବାଳ, ଓମ୍ ପ୍ରକାଶ ନାଏକ, ମୋହିତ ତାଣ୍ଡି ପ୍ରମୁଖ ଯୋଗ ଦେଇଥିବା ବେଳେ ଡଭା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଡଭା ଉଚ୍ଚ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ। ରେଲି ର ଭବ୍ୟତା ଓ ସୁନ୍ଦରତା କୁ ନେଇ ଡଭା ଅଞ୍ଚଳରେ ବେଶ୍ ଚର୍ଚ୍ଚା ହେଉଥିବାର ଦେଖାଯାଇଛି ।
Bargarh (ବରଗଡ଼) • ରିପୋର୍ଟ -ବଂଶୀଧର ନାୟକ

ମିନି ଷ୍ଟାଡିୟମ ସାମ୍ନା ମୁକ୍ତ ସ୍ଥାନରେ ସୋସିଆଲ ହୋମ ହେଉ
ରାଉରକେଲା: କୋଏଲନଗର ଅଞ୍ଚଳର ବାସିନ୍ଦାମାନେ ମିନି ଷ୍ଟାଡିୟମ୍ ସମ୍ମୁଖରେ ଥିବା ମୁକ୍ତ ସ୍ଥାନରେ ଗୋଟିଏ ସୋସିଆଲ୍ ହୋମ୍ ନିର୍ମାଣ କରିବାକୁ ଚାହୁଁଛନ୍ତି। ଏହାକୁ ସମର୍ଥନ କରି ବିଜେପି କୋଏଲ ନଗର ମଣ୍ଡଳ ସଭାପତି ତ୍ରିବିକ୍ରମ ମାଝୀ ଏ ସମ୍ପର୍କରେ ସରକାର ଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଇ ଏଥିପ୍ରତି ଦୃଷ୍ଟି ଦେବାକୁ ନିବେଦନ କରିଛନ୍ତି। ଶ୍ରୀ ମାଝୀ ତାଙ୍କ ପତ୍ରରେ ଦର୍ଶାଇଛନ୍ତି ଯେ କୋଏଲନଗର ଅଞ୍ଚଳରେ ଅନେକ ବୟସ୍କ ପିତାମାତା ଅଛନ୍ତି ଯେଉଁମାନଙ୍କ ସନ୍ତାନମାନେ ରାଉରକେଲା ବାହାରେ କାମ କରୁଥିବାରୁ ସେମାନଙ୍କ ସହ ରହୁନାହାନ୍ତି। ସେମାନେ ଏକୁଟିଆ ଅନୁଭବ କରନ୍ତି। ଯଦି ଏକ ସୋସିଆଲ୍ ହୋମ୍ ନିର୍ମାଣ କରାଯାଏ ତେବେ ସେମାନେ ସେଠାରେ ଖବରକାଗଜ ପଢ଼ିବା, ପୁସ୍ତକ ପଢ଼ିବା, କ୍ୟାରମ୍, ଲୁଡୁ ଇତ୍ୟାଦି ବିଭିନ୍ନ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରି ସମୟ ବିତାଇ ପାରିବେ। ସମ୍ପ୍ରତି ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦ୍ବାରା ଉକ୍ତ ସ୍ଥାନରେ ଏକ ଅଫିସ୍ ଏବଂ କର୍ମଚାରୀ ଆବାସ ନିର୍ମାଣ କରାଯାଉଛି। ଭବିଷ୍ୟତରେ ଷ୍ଟାଡିୟମ୍ରେ କୌଣସି କାର୍ଯ୍ୟକ୍ରମ ହେଲେ ଗାଡ଼ି ପାର୍କିଂ ପାଇଁ ଅସୁବିଧା ସୃଷ୍ଟି ହୋଇପାରେ। ତେଣୁ ସ୍ଥାନୀୟ ଲୋକମାନେ ଅନୁରୋଧ କରୁଛନ୍ତି ଯେ ପ୍ରସ୍ତାବିତ ପ୍ରକଳ୍ପକୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯାଉ। ଅନ୍ୟପକ୍ଷେ ୧୯୭୮ ମସିହାରେ ତତ୍କାଳୀନ ଷ୍ଟିଲ୍ ମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକ ଆରଏସପିର ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ପ୍ଲାଣ୍ଟ ନିକଟରେ ବସତି କରାଇବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ, ଯେଉଁମାନଙ୍କର ଆର୍ଥିକ ସହାୟତା ନଥିଲା। ରାଜ୍ୟ ସରକାର ୨୧୭.୫୬ ଏକର ଜମି ମାତ୍ର ୧.୧୬ଲକ୍ଷ ଟଙ୍କାରେ ପ୍ରଦାନ କରିଥିଲେ, କାରଣ କର୍ମଚାରୀମାନେ ନିଜ ଘର, ନାଗରିକ ସୁବିଧା ଏବଂ ଅନ୍ୟାନ୍ୟ ଭିତ୍ତିଭୂମି ନିଜେ ଖର୍ଚ୍ଚ କରିବେ। ସେଥିରେ ନଦୀରୁ ଘର ଯାଏଁ ପାଣି ଯୋଗାଣ, ବିଦ୍ୟୁତ୍ ଓ ଷ୍ଟ୍ରିଟ୍ ଲାଇଟ୍, ଟ୍ରାନ୍ସଫର୍ମର, ୨୫କି.ମି. ଅଭ୍ୟନ୍ତରୀଣ ରାସ୍ତା, ଭୂତଳ ଡ୍ରେନେଜ୍ ବ୍ୟବସ୍ଥା, ପାର୍କ, ପିଲାଙ୍କ ଖେଳ ପଡ଼ିଆ, ବିଦ୍ୟାଳୟ, ଖେଳ ପଡ଼ିଆ, କ୍ଲବ୍ , ସିଭିକ୍ ସେଣ୍ଟର, ସ୍ୱାସ୍ଥ୍ୟ କେନ୍ଦ୍ର, ସାଧାରଣ ସାମଗ୍ରୀ ବଜାର, ମାଂସ ଓ ପନିପରିବା ବଜାର ଇତ୍ୟାଦି ଅନ୍ତର୍ଭୁକ୍ତ ଥିଲା। କୋଏଲନଗର କଲୋନୀ ସେଲ୍ ବୋର୍ଡର ପ୍ରସ୍ତାବ ୨୨/୦୧/୧୯୭୯ ତାରିଖ ଅନୁଯାୟୀ ନିଜସ୍ୱ ଆବାସିକ ସହଯୋଗୀ ସମିତି ଦ୍ୱାରା ପରିଚାଳିତ ହେବା କଥା। ସେଥିପାଇଁ ୧୯୮୩ ରେ ଗଠିତ ଏବଂ ୧୯୮୮ ରେ ପଞ୍ଜୀକୃତ ହୋଇଥିବା ସଂଘ ହେଉଛି କୋଏଲନଗରର ସବୁଠାରୁ ପୁରୁଣା ସଂଘ। ଏହା ସହିତ ସଂଲଗ୍ନ କରାଯାଇଥିବା ମାନଚିତ୍ର ଅନୁଯାୟୀ ମିନି ଷ୍ଟାଡିୟମ୍ ସମ୍ମୁଖର ସ୍ଥାନକୁ ସିଭିକ୍ ସେଣ୍ଟର୍ ଏବଂ କ୍ଲବ୍ ହାଉସ୍ ପାଇଁ ନିର୍ଦ୍ଦିଷ୍ଟ କରାଯାଇଛି। ଉପରୋକ୍ତ ପରିପ୍ରେକ୍ଷୀରେ, ଶ୍ରୀ ମାଝୀ ଙ୍କ ସମେତ ସ୍ଥାନୀୟ ବାସିନ୍ଦା ରମେଶ ସିଂ,ରାଜୁ ସିଂ, ପ୍ରଭାକର ସାହୁ, ଶକ୍ତେଶ୍ବର ପାତ୍ର,ନୀନା ଷଡ଼ଙ୍ଗୀ, କାମାକ୍ଷା ନାରାୟଣ ଚୈ।ବେ, ସୂର୍ଯ୍ୟ ନାରାୟଣ ଦାସ,ରୋଶନ ଇନ୍ଦ୍ରୱ।ର , ଲକ୍ଷ୍ମଣ ସିଂ,ବିମଲ ମହାନ୍ତି ଧନେଶ୍ଵର କଂସାରୀ ପ୍ରମୁଖ ଅନୁରୋଧ କରିଛନ୍ତି ଯେ କୋଏଲନଗର ବି ବ୍ଲକ୍, ମିନି ଷ୍ଟାଡିୟମ୍ ସମ୍ମୁଖରେ ଥିବା ସ୍ଥାନରେ ସୋସିଆଲ୍ ହୋମ୍ ନିର୍ମାଣ ପାଇଁ ବାସିନ୍ଦାମାନଙ୍କ ଦାବିକୁ ବିଚାର କରି ପ୍ରସ୍ତାବିତ ପ୍ରକଳ୍ପକୁ ବନ୍ଦ କରାଯାଉ ।
Rourkela (ରାଉରକେଲା) • ବ୍ୟୁରୋ ରିପୋର୍ଟ

ବର୍ଷା ପ୍ରଭାବିତ ବସ୍ତିରେ ବିଧାୟକଙ୍କ ଦ୍ୱାରା ୫୦୦୦ ଲୋକଙ୍କୁ ରନ୍ଧା ଖାଦ୍ୟ ଏବଂ ପାଉଁରୁଟି ବଣ୍ଟନ
ରାଉରକେଲା : ଗତକାଲି ଠାରୁ ଲାଗି ରହିଥିବା ପ୍ରବଳ ବର୍ଷା ଯୋଗୁଁ ରଘୁନାଥପାଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଥିବା ଇସ୍ପାତ ସହରାଞ୍ଚଳର ଅନେକ ଅଞ୍ଚଳ ଏବଂ ବହୁ ବସ୍ତି ଜଳମଗ୍ନ ହୋଇ ରହିଥିଲା । କେତେକ ବସ୍ତିରେ ଲୋକଙ୍କ ଘର ଭିତରେ ମଧ୍ୟ ବର୍ଷା ଜଳ ପଶି ଯାଇଥିବାରୁ ଲୋକମାନେ ନାହିଁ ନଥିଵା ଅସୁବିଧାର ସମ୍ମୁଖୀନ ହୋଇଥିଲେ । କେତେକ ସ୍ଥାନରେ ଲୋକମାନେ ରୋଷେଇ କରି ପାରି ନଥିବା ମଧ୍ୟ ଜଣାପଡିଥିଲା । ବର୍ଷାର ତାଣ୍ଡବଲୀଳା ସମ୍ବନ୍ଧରେ ଖବରପାଇ ରଘୁନାଥପାଲ୍ଲୀ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ର ଅଧକ୍ଷ ଦୁର୍ଗା ଚରଣ ତନ୍ତୀ ଆଜି ବର୍ଷାରେ ପ୍ରଭାବିତ ଅଞ୍ଚଳ ସେକ୍ଟର-୫ରେ ଥିବା ବିବେକାନନ୍ଦ ବସ୍ତି,ସେକ୍ଟର-୧୪ସ୍ଥିତ ଶାନ୍ତି ନଗର ବସ୍ତି,ସେକ୍ଟର-୧୮ ସ୍ଥିତ ସମଲେଶ୍ୱରୀ ବସ୍ତି,ସେକ୍ଟର-୭ ଅଞ୍ଚଳରେ ଥିବା ମୁଣ୍ଡାରୀ ବସ୍ତି,ପାହାଡ଼ପୁର ବସ୍ତି, ବିନ ବସ୍ତି, ସେକ୍ଟର-୧ ଏବଂ ୨ ଅଞ୍ଚଳରେ ଥିବା ଜଗନ୍ନାଥ ବସ୍ତି, ଜଗଧାତ୍ରୀ ବସ୍ତି, ଗଞ୍ଜୁ ବସ୍ତି, ଏନ ଆଇ ଟି ଚେକ ପୋଷ୍ଟ ବସ୍ତି,ଉଦିତନଗର ସ୍ଥିତ ଶୀତଳପଡା ର ବିଭିନ୍ନ ବସ୍ତିକୁ ନିଜ ସହକର୍ମୀ ଅଜୟ କଂସାରୀ, ମନୋଜ ପଟ୍ଟନାୟକ, ଅକ୍ଷୟ କୁମାର ଦାସ, ଗଦାଧର ସାହୁ,ସୁନିତା ତିର୍କୀ, ସୂର୍ଯ୍ୟନନ୍ଦ ମାଝୀ,ପ୍ରତୀକ ଚନ୍ଦ୍ର ଜେନା, ମନୋଜ ଭୋଇ,ଗିରିଜା ଶଙ୍କର ମହାନ୍ତି,ଚିତ୍ତ ଜେନା ପ୍ରମୁଖଙ୍କ ସହ ଯାଇ ସେଠାରେ ବର୍ଷା ଯୋଗୁଁ ପ୍ରଭାବିତ ହୋଇଥିବା ପ୍ରାୟ ୫୦୦୦ଲୋକଙ୍କୁ ରନ୍ଧା ଖାଦ୍ୟ ବିତରଣ କରିଥିବା ବେଳେ ପ୍ରାୟ ୧୫୦ଜଣଙ୍କୁ ପାଉଁରୁଟି ଏବଂ କେତେଜ ଲୋକଙ୍କୁ ଚୁଡ଼ା ଓ ଗୁଡ଼ ମଧ୍ୟ ପ୍ରଦାନ କରିଥିଲେ । ଅନେକ ସ୍ଥାନରେ ପ୍ରଭାବିତ ଲୋକଙ୍କୁ ସେମାନଙ୍କର ଆବଶ୍ୟକତା ଅନୁସାରେ ଘର ଉପରେ ପକାଇବା ପାଇଁ ପାଲ ଯୋଗାଇଦେବା ପାଇଁ ତହସିଲଦାରଙ୍କୁ ପରାମର୍ଶ ଦେଇଥିଲେ ।
Rourkela (ରାଉରକେଲା) • ବ୍ୟୁରୋ ରିପୋର୍ଟ
