--:--:--
-- ---
Srishti News

ବେଗୁନିଆରେ ବିଜେପି ପକ୍ଷରୁ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଦେଶଭକ୍ତିର ନାରାରେ ପ୍ରକମ୍ପିତ ହେଲା ବେଗୁନିଆ ଅଞ୍ଚଳ

Khordha (ଖୋର୍ଦ୍ଧା)ରିପୋର୍ଟ: ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧାAugust 11, 202681 views
ବେଗୁନିଆରେ ବିଜେପି ପକ୍ଷରୁ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା  ଦେଶଭକ୍ତିର ନାରାରେ ପ୍ରକମ୍ପିତ ହେଲା ବେଗୁନିଆ ଅଞ୍ଚଳ
ଖୋର୍ଦ୍ଧା, ବେଗୁନିଆ: ଦେଶପ୍ରେମ ଓ ଜାତୀୟତାବୋଧର ବାର୍ତ୍ତା ନେଇ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅଞ୍ଚଳରେ ବିଜେପି ପକ୍ଷରୁ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି। ବିଜେପି ନେତା ଯତୀନ ମହାନ୍ତି ଓ ମାନସ ବେହେରାଙ୍କ ନେତୃତ୍ୱରେ ଆୟୋଜିତ ଏହି ଶୋଭାଯାତ୍ରାରେ ବହୁ ସଂଖ୍ୟକ ଦଳୀୟ କର୍ମୀ ଓ ସ୍ଥାନୀୟ ଲୋକେ ସାମିଲ ହୋଇଥିଲେ। ହାତରେ ଜାତୀୟ ପତାକା ତ୍ରିରଙ୍ଗା ଧରି ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିବା ଲୋକେ ବିଭିନ୍ନ ଦେଶଭକ୍ତିମୂଳକ ନାରା ଦେଇଥିଲେ। ଏଥିରେ ସମଗ୍ର ବେଗୁନିଆ ଅଞ୍ଚଳ ଦେଶପ୍ରେମର ଭାବନାରେ ଉଦ୍‌ବେଳିତ ହୋଇଥିଲା। ଶୋଭାଯାତ୍ରା ଅବସରରେ ଜାତୀୟ ଏକତା, ଦେଶର ଅଖଣ୍ଡତା ଓ ଦେଶପ୍ରେମର ବାର୍ତ୍ତା ଦିଆଯାଇଥିଲା। ବିଭିନ୍ନ ବର୍ଗର ଲୋକଙ୍କ ଉପସ୍ଥିତି ଓ ଉତ୍ସାହ ଏହି କାର୍ଯ୍ୟକ୍ରମକୁ ଅଧିକ ଆକର୍ଷଣୀୟ କରିଥିଲା।