--:--:--
-- ---
Srishti News

୫୦ ବର୍ଷର ବାଲିଆ ମାର୍କେଟ ଓ ହରିଜନ ବସ୍ତି ଉଚ୍ଛେଦ ନୋଟିସକୁ ବିରୋଧ

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାAugust 11, 2026109 views
୫୦ ବର୍ଷର ବାଲିଆ ମାର୍କେଟ ଓ ହରିଜନ ବସ୍ତି ଉଚ୍ଛେଦ ନୋଟିସକୁ ବିରୋଧ
ବଅଁରପାଳ: ଦୀର୍ଘ ୪୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ରହିଆସୁଥିବା କନ୍ୟାବେଢା ହରିଜନ ସାହି ବସ୍ତି ଓ ବାଲିଆ ମାର୍କେଟକୁ ଉଚ୍ଛେଦ କରିବା ନେଇ ପ୍ରଶାସନ ପକ୍ଷରୁ ନୋଟିସ ଜାରି ହୋଇଥିବା ଜଣାପଡ଼ିଛି। ଏହାକୁ ନେଇ ସ୍ଥାନୀୟ ବାସିନ୍ଦା ଓ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ସହ ଚିନ୍ତା ପ୍ରକାଶ ପାଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ପ୍ରାୟ ୪୦ ବର୍ଷରୁ ଅଧିକ ସମୟ ଧରି ସେମାନେ ଏଠାରେ ଘର କରି ପରିବାର ସହ ରହିଆସୁଛନ୍ତି। କେତେକ ପରିବାର ନିୟମିତ ଖଜଣା ପ୍ରଦାନ କରୁଥିବା ବେଳେ, ଅନେକ ଲୋକ ମାର୍କେଟରେ ଦୋକାନ କରି ଜୀବିକା ନିର୍ବାହ କରୁଛନ୍ତି। ବସ୍ତିବାସିନ୍ଦାଙ୍କ ଦାବି ଅନୁଯାୟୀ, ସେମାନେ ଦୀର୍ଘ ବର୍ଷ ଧରି ଭୋଟର ପରିଚୟପତ୍ର, ଆଧାର, ବିଦ୍ୟୁତ ସଂଯୋଗ ସମେତ ବିଭିନ୍ନ ସରକାରୀ ସୁବିଧା ପାଇଆସୁଛନ୍ତି। ଏପରିକି କିଛି ପରିବାର ସରକାରୀ ଆବାସ ଯୋଜନାରେ ଘର ମଧ୍ୟ ପାଇଥିବା କହିଛନ୍ତି। ଏଭଳି ସ୍ଥିତିରେ ବସ୍ତି ଓ ମାର୍କେଟ ଉଚ୍ଛେଦ ପାଇଁ ନୋଟିସ ଜାରି ହେବା ପରେ ସ୍ଥାନୀୟ ଲୋକ ଏହାକୁ ବିରୋଧ କରିଛନ୍ତି। ଉଚ୍ଛେଦ ପୂର୍ବରୁ ପ୍ରଭାବିତ ପରିବାରଙ୍କ ଥଇଥାନ, ବିକଳ୍ପ ବ୍ୟବସ୍ଥା ଓ ବ୍ୟବସାୟୀଙ୍କ ଜୀବିକା ସୁରକ୍ଷା ପାଇଁ ପ୍ରଶାସନ ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି। ଏବେ ପ୍ରଶାସନ ଏହି ନୋଟିସ ନେଇ କି ପଦକ୍ଷେପ ଗ୍ରହଣ କରୁଛି ଏବଂ ପ୍ରଭାବିତ ଲୋକଙ୍କ ଥଇଥାନ ପାଇଁ କୌଣସି ବିକଳ୍ପ ବ୍ୟବସ୍ଥା କରାଯିବ କି ନାହିଁ, ତାହା ଉପରେ ସମସ୍ତଙ୍କ ନଜର ରହିଛି।