--:--:--
-- ---
Srishti News

Web News

ଭୁବନେଶ୍ୱର ଜିଏମ୍ ଅଫିସରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ
Jun 22, 2026•92 views

ଭୁବନେଶ୍ୱର ଜିଏମ୍ ଅଫିସରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ରିପୋର୍ଟ: ସନାତନ କର, ତାଳଚେର ତାଳଚେର: ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ତାଳଚେର ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରୀ ଜିଏମ୍ ଅଫିସ ପରିସରରେ ଯୋଗ ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱରୀ ଜିଏମ୍ ଶ୍ରୀ ଅଜୟ କୁମାର ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୋଗାଭ୍ୟାସର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ତାଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି, ଅଧିକାରୀ ଓ କର୍ମଚାରୀମାନେ ମଧ୍ୟ ଉପସ୍ଥିତ ରହି ସାମୂହିକ ଯୋଗାଭ୍ୟାସରେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ବକ୍ତାମାନେ ନିୟମିତ ଯୋଗାଭ୍ୟାସ ଦ୍ୱାରା ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ କିପରି ସୁଦୃଢ଼ ହୋଇଥାଏ ଏବଂ ବିଭିନ୍ନ ରୋଗରୁ ମୁକ୍ତି ପାଇବାରେ ଯୋଗର ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ, ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମ ଶେଷରେ ସମସ୍ତେ ନିଜ ଦୈନନ୍ଦିନ ଜୀବନରେ ଯୋଗକୁ ସାମିଲ କରି ସୁସ୍ଥ ଓ ନିରୋଗ ଜୀବନ ଗଢ଼ିବାକୁ ସଂକଳ୍ପ ନେଇଥିଲେ।

Angul (ଅନୁଗୋଳ) • ରିପୋର୍ଟ: ସନାତନ କର, ତାଳଚେର

ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୬ ପାଳିତ
Jun 22, 2026•249 views

ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୬ ପାଳିତ

ରିପୋର୍ଟ: କୃଷ୍ଣଚନ୍ଦ୍ର ମାଝୀ, ଟିଟିଲାଗଡ ଟିଟିଲାଗଡ଼: ଟିଟିଲାଗଡ଼ ବ୍ଲକ ଅଧିନସ୍ତ ବିନେକେଲା ସରକାରୀ ଆୟୁର୍ବେଦ ଚିକିତ୍ସାଲୟ ଏବଂ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ମିଳିତ ଆନୁକୂଲ୍ୟରେ ଅନ୍ତର୍ଜାତୀୟ ଯୋଗ ଦିବସ ବିନେକେଲା ଠାରେ ପାଳିତ ହୋଇଥିଲା l ଏଥିରେ ଯୋଗଗୁରୁ ଓ ସରକାରୀ ଆୟୁର୍ବେଦ ଡାକ୍ତର ନରେନ୍ଦ୍ର କୁମାର ବେହେରା ଯୋଗଦାନ ଦେଇ ଯୋଗ ଶିକ୍ଷା ପ୍ରଦାନ କରିଥିଲେ l ଅନେକ ପ୍ରକାରର ଯୋଗ ଶିକ୍ଷାଦେଇ ରୋଗ ନିରାକରଣ କରିବା ଉପାୟ ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମରେ ଗ୍ରାମପଞ୍ଚାୟତ ନିର୍ବାହୀ ଅଧିକାରୀ ଲକ୍ଷ୍ମଣ ନାଏକ, ସରପଞ୍ଚ ଶ୍ରୀମତୀ ଯଜ୍ଞସେନି ସାହୁ, ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଇନଚାର୍ଜ ଅଧ୍ୟକ୍ଷା ଶ୍ରୀମତୀ ସନ୍ଧ୍ୟାରାଣୀ ଦୋରା, ଶିକ୍ଷକ ମଧୁସୂଦନ ମାଝୀ ଏବଂ ସମସ୍ତ ଶିକ୍ଷକ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ମହାନନ୍ଦ ଓ ଗ୍ରାମର ସମସ୍ତ ଯୁବକ, ଛାତ୍ରଛାତ୍ରୀ ଯୋଗଦାନଦେଇ ଯୋଗଶିକ୍ଷା ଲାଭ କରିଥିଲେ l ପରେ ଗଜାମୁଗ ନାଗଚଣା ସହିତ ମିଷ୍ଟାନ୍ନ ବଣ୍ଟନ କରିଥିଲେ l ଯୋଗ କରି ସୁସ୍ଥ ରହିବା ପାଇଁ ସରକାରୀ ଆୟୁର୍ବେଦ ଡାକ୍ତର ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ l

Balangir (ବଲାଙ୍ଗୀର) • ରିପୋର୍ଟ: କୃଷ୍ଣଚନ୍ଦ୍ର ମାଝୀ, ଟିଟିଲାଗଡ

ବିଂଝାରପୁର ବ୍ଲକରେ ‘ଓଡ଼ିଶା ସାରା ବିକାଶ ଧାରା’ କାର୍ଯ୍ୟକ୍ରମ, ସରକାରଙ୍କ ଦୁଇ ବର୍ଷର ସଫଳତା ଉପସ୍ଥାପିତ
Jun 22, 2026•81 views

ବିଂଝାରପୁର ବ୍ଲକରେ ‘ଓଡ଼ିଶା ସାରା ବିକାଶ ଧାରା’ କାର୍ଯ୍ୟକ୍ରମ, ସରକାରଙ୍କ ଦୁଇ ବର୍ଷର ସଫଳତା ଉପସ୍ଥାପିତ

ରିପୋର୍ଟ: ଉଦୟନାଥ ଜେନାଙ୍କ ସହ ରାଜୁ ଜେନା, ଶ୍ରୀଷ୍ଟି ନ୍ୟୁଜ୍, ବିଂଝାରପୁର ବିଂଝାରପୁର, ଯାଜପୁର: ଓଡ଼ିଶା ସରକାରଙ୍କ “ଓଡ଼ିଶା ସାରା ବିକାଶ ଧାରା” କାର୍ଯ୍ୟକ୍ରମର ଦୁଇ ବର୍ଷ ପୂର୍ତ୍ତି ଅବସରରେ ଯାଜପୁର ଜିଲ୍ଲାର ବିଂଝାରପୁର ବ୍ଲକ ପରିସରରେ ଏକ ସ୍ୱତନ୍ତ୍ର ସଚେତନତା ଓ ସମୀକ୍ଷା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଗ୍ରାମ୍ୟ ଉନ୍ନୟନ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ଲକ ବିକାଶ ଅଧିକାରୀ (ବିଡିଓ), ଜିପିଇଓ ସହ ବ୍ଲକର ସମସ୍ତ କର୍ମଚାରୀ ଏବଂ ପଞ୍ଚାୟତ ସ୍ତରରେ କାର୍ଯ୍ୟରତ ବିଭିନ୍ନ ବିଭାଗର କର୍ମଚାରୀମାନେ ଯୋଗଦେଇଥିଲେ। ଏହି ଅବସରରେ ବିଡିଓ ନିଜ ଅଭିଭାଷଣରେ ରାଜ୍ୟ ସରକାରଙ୍କ ଦୁଇ ବର୍ଷର ବିକାଶମୂଳକ ସଫଳତା, ଲୋକକଲ୍ୟାଣକାରୀ ଯୋଜନା ଓ ସେଗୁଡ଼ିକର ସୁଫଳ ସାଧାରଣ ଲୋକଙ୍କ ପାଖରେ କିପରି ପହଞ୍ଚିଛି ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ସରକାରଙ୍କ ବିଭିନ୍ନ ଜନହିତକର ପଦକ୍ଷେପ ଏବଂ ଗ୍ରାମାଞ୍ଚଳର ବିକାଶ ଧାରାକୁ ଆଗକୁ ନେବାରେ ପ୍ରଶାସନର ଭୂମିକା ଉପରେ ମଧ୍ୟ ସେ ମତାମତ ରଖିଥିଲେ। କାର୍ଯ୍ୟକ୍ରମଟି ସଫଳତାର ସହ ଶେଷ ହୋଇଥିବା ବେଳେ ଉପସ୍ଥିତ କର୍ମଚାରୀମାନେ ବିକାଶମୂଳକ ଯୋଜନାଗୁଡ଼ିକୁ ଅଧିକ ଫଳପ୍ରଦ ଭାବେ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ସଂକଳ୍ପ ବ୍ୟକ୍ତ କରିଥିଲେ।

Jajpur (ଯାଜପୁର) • ରିପୋର୍ଟ: ଉଦୟନାଥ ଜେନାଙ୍କ ସହ ରାଜୁ ଜେନା, ଶ୍ରୀଷ୍ଟି ନ୍ୟୁଜ୍, ବିଂଝାରପୁର

Sinapali Night Circle Cricket Cup Kicks Off Today
Jun 21, 2026•183 views

Sinapali Night Circle Cricket Cup Kicks Off Today

Sinapali, June 21 The much-awaited Sinapali Cricket Cup (Night Circle Tournament) commenced today at the PM SHRI High School Ground, Sinapali. The three-day night cricket tournament will continue from June 21 to June 23, 2026, featuring twelve teams from different areas. The participating teams have been divided into two groups of six teams each. Matches will be conducted in a league format, with fixtures decided through a fresh lottery system. Group 1 consists of Kapsi 5 Star, Udanti Fighters, Karlapada, Haldi, Midnight Warriors, and Kashibahal Night King. Group 2 includes MGCT Kapsi, Team OAV, Subalaya, Karangamal, Bandhagaon, and Bhawanipatna 18. According to the tournament format, the top two teams from each group will qualify for the semi-finals. The semi-final pairings will also be determined through a fresh lottery. The grand finale will be played on June 23 to crown the tournament champion. The tournament has generated considerable excitement among cricket enthusiasts in and around Sinapali. A large turnout of spectators is expected to witness the thrilling night matches under floodlights over the next three days.

Nuapada (ନୂଆପଡ଼ା) • Reporter: Malaya Mehe

ରାସ୍ତା ହେଲା, ହେଲେ ହୋଇନି ଡ୍ରେନେଜ୍ ବ୍ୟବସ୍ଥା; ବର୍ଷା ପାଣିରେ ଜଳମଗ୍ନ ସାଲିଆସାହି ୱାର୍ଡ-୨୧
Jun 21, 2026•127 views

ରାସ୍ତା ହେଲା, ହେଲେ ହୋଇନି ଡ୍ରେନେଜ୍ ବ୍ୟବସ୍ଥା; ବର୍ଷା ପାଣିରେ ଜଳମଗ୍ନ ସାଲିଆସାହି ୱାର୍ଡ-୨୧

ରିପୋର୍ଟ: ସୁଶାନ୍ତ କୁମାର ମହାକୁଡ଼, ସାଲିଆସାହି, ଭୁବନେଶ୍ୱର ଭୁବନେଶ୍ୱର, ସାଲିଆସାହି: ଭୁବନେଶ୍ୱର ସାଲିଆସାହି ଆଦିବାସୀ ଗାଁର ୱାର୍ଡ ନମ୍ବର-୨୧ ଦେଇ ନିର୍ମିତ ହୋଇଥିବା ୨୦୦ ଫୁଟିଆ ରାସ୍ତା ସ୍ଥାନୀୟ ଲୋକଙ୍କ ଯାତାୟାତ ସୁବିଧାକୁ ବଢ଼ାଇଥିଲେ ମଧ୍ୟ ବର୍ଷା ପାଣି ନିଷ୍କାସନ ପାଇଁ ଆବଶ୍ୟକ ଡ୍ରେନେଜ୍ ବ୍ୟବସ୍ଥା ନଥିବାରୁ ଅଞ୍ଚଳବାସୀ ଏବେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବର୍ଷା ହେଲେ ରାସ୍ତା ଓ ଆଖପାଖ ଅଞ୍ଚଳରେ ପାଣି ଜମି ରହୁଥିବାରୁ ଚଳାଚଳରେ ବାଧା ସୃଷ୍ଟି ହେଉଛି। ବିଭିନ୍ନ ସ୍ଥାନରେ ଜଳାବଦ୍ଧତା ଦେଖାଯାଉଥିବା ବେଳେ ମଶା ବଂଶବୃଦ୍ଧି ଓ ସ୍ୱାସ୍ଥ୍ୟ ସମସ୍ୟାର ଆଶଙ୍କା ମଧ୍ୟ ବଢ଼ିଛି। ସ୍ଥାନୀୟ ବାସିନ୍ଦାମାନେ ଅଭିଯୋଗ କରିଛନ୍ତି ଯେ, ରାସ୍ତା ନିର୍ମାଣ ସମୟରେ ବର୍ଷା ପାଣି ନିଷ୍କାସନ ପାଇଁ ସ୍ଥାୟୀ ବ୍ୟବସ୍ଥା କରାଯାଇନଥିଲା। ଫଳରେ ସାମାନ୍ୟ ବର୍ଷାରେ ମଧ୍ୟ ରାସ୍ତା ଉପରେ ପାଣି ଜମି ରହୁଛି। ଅଞ୍ଚଳବାସୀ ଶୀଘ୍ର ଡ୍ରେନେଜ୍ ବ୍ୟବସ୍ଥା ନିର୍ମାଣ କରି ଜଳାବଦ୍ଧତା ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପ୍ରଶାସନ ଓ ସମ୍ପୃକ୍ତ ବିଭାଗଙ୍କ ଦୃଷ୍ଟିଆକର୍ଷଣ କରିଛନ୍ତି।

Bhubaneswar (ଭୁବନେଶ୍ୱର) • ରିପୋର୍ଟ: ସୁଶାନ୍ତ କୁମାର ମହାକୁଡ଼, ସାଲିଆସାହି, ଭୁବନେଶ୍ୱର

ଜିଲ୍ଲା ସ୍ତରୀୟ ମ୍ୟାଲେରିଆ ମାସ ପାଳନ ପାଇଁ ବୈଠକ ଅନୁଷ୍ଠିତ
Jun 21, 2026•103 views

ଜିଲ୍ଲା ସ୍ତରୀୟ ମ୍ୟାଲେରିଆ ମାସ ପାଳନ ପାଇଁ ବୈଠକ ଅନୁଷ୍ଠିତ

ରିପୋର୍ଟ: ନିରୋଜ କୁମାର ସେଠୀ ଯାଜପୁର: ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲା ସ୍ତରୀୟ ମ୍ୟାଲେରିଆ ମାସ ପାଳନ ନିମନ୍ତେ ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଅମ୍ବର କୁମାର କର ବୈଠକରେ ଅଧ୍ୟକ୍ଷତା କରି ଯଥାଶୀଘ୍ର ଜ୍ୱରରେ ପୀଡ଼ିତ ରୋଗୀଙ୍କ ମ୍ୟାଲେରିଆ ରକ୍ତ ପରୀକ୍ଷା କରି ସମ୍ପୂର୍ଣ୍ଣ ଚିକିତ୍ସା ଯୋଗାଇବା ପାଇଁ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା କଲ୍ୟାଣ ବିଭାଗର ଅଧିକାରୀଙ୍କୁ ଆଗାମୀ ୨ ଦିନ ମଧ୍ୟରେ ସମସ୍ତ ଆବାସିକ ସ୍କୁଲରେ ମଶାରୀ ବ୍ୟବହାର ସମ୍ପର୍କରେ ସଚେତନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଆଗାମୀ ସପ୍ତାହରେ ହେବାକୁ ଥିବା ଫାଇଲେରିଆ ରୋଗୀ ଚିହ୍ନଟ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଆଭାସୀ ମାଧ୍ୟମରେ ସମସ୍ତ ପଞ୍ଚାୟତର ସରପଞ୍ଚମାନଙ୍କୁ ସଚେତନ କରାଯିବ। ଏହାସହ ଆଗାମୀ ତିନି ମାସ ପାଇଁ ଭେକ୍ଟର ବାହିତ ରୋଗ ସମ୍ପର୍କରେ ସରପଞ୍ଚମାନଙ୍କୁ ସଚେତନ କରାଯିବ। ସଭା ଆରମ୍ଭରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା. ବିଜୟ କୁମାର ମିଶ୍ର ସ୍ୱାଗତ ଭାଷଣ ସହ ବୈଠକର ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ। ଅତିରିକ୍ତ ଜିଲ୍ଲା ଜନସ୍ଵାସ୍ଥ୍ୟ ଅଧିକାରୀ (ଭିବିଡି) ଡ. ରଶ୍ମୀ ରଞ୍ଜନ ସାହୁ ଏବଂ ଭେକ୍ଟର ବାହିତ ରୋଗ ପରାମର୍ଶଦାତା ବୈଷୟିକ ତଥ୍ୟ ଉପସ୍ଥାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସ୍ତରୀୟ ଅଧିକାରୀ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଡା. ନିଶିଥ କୁମାର ଦାଶ, ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟର ଅନୁପ କୁମାର ମିଶ୍ର, ମହାରାଜା ଯଯାତି କେଶରୀ ଭେଷଜ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ା. ମନୋରମା ସ୍ୱାଇଁ, ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ଓ ପରାମର୍ଶଦାତା, ଶିଳ୍ପ ପ୍ରତିଷ୍ଠାନର କର୍ମକର୍ତ୍ତା ଏବଂ ଅନ୍ୟାନ୍ୟ ସହଯୋଗୀ ଅନୁଷ୍ଠାନର ସଦସ୍ୟ ଉପସ୍ଥିତ ଥିଲେ।

Jajpur (ଯାଜପୁର) • ରିପୋର୍ଟ: ନିରୋଜ କୁମାର ସେଠୀ

ଯାଜପୁରରେ ପି.ଏମ୍ କିଷାନର ୨୩ ତମ କିସ୍ତି ପ୍ରଦାନର ଜିଲ୍ଲାସ୍ତରୀୟ ସମାରୋହ
Jun 20, 2026•96 views

ଯାଜପୁରରେ ପି.ଏମ୍ କିଷାନର ୨୩ ତମ କିସ୍ତି ପ୍ରଦାନର ଜିଲ୍ଲାସ୍ତରୀୟ ସମାରୋହ

ରିପୋର୍ଟ: ନିରୋଜ କୁମାର ସେଠୀ ପଶ୍ଚିମବଙ୍ଗର ତାରକେଶ୍ୱର, ହୁଗୁଳି ଠାରେ ତା ୨୦.୦୬.୨୦୨୬ ରିଖରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ପି.ଏମ କିଷାନର ୨୩ ତମ କିସ୍ତି ଲୋକାର୍ପଣ ଉପଲକ୍ଷେ ତାହାର ସିଧା ପ୍ରସାରଣ ଜିଲ୍ଲାସ୍ତରୀୟ ସମାନ୍ତରାଳ ପି.ଏମ କିଷାନ ଉତ୍ସବ ଦିବସରେ ପ୍ରସାରିତ କରାଯାଇଥିଲା। ଉକ୍ତ ସମାରୋହ ଜିଲ୍ଲା କୃଷି ଅଧିକାରୀ, ଧର୍ମଶାଳାଙ୍କ ଅଧ୍ୟକ୍ଷତାରେ କୃଷି ବିଜ୍ଞାନ କେନ୍ଦ୍ର, ସମ୍ମିଳନୀ କକ୍ଷ , ବଡ଼ଚଣାଠାରେ ଅନୁଷ୍ଠିତ ହୋଇଯାଇଅଛି। ସମ୍ମାନୀୟ ଉପାଧ୍ୟକ୍ଷ,ଜିଲ୍ଲାପରିଷଦ, ଯାଜପୁର ଶ୍ରୀଯୁକ୍ତ ଗଣେଶ୍ୱର ବରାଳ ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ବୃକ୍ଷକୁ ଜଳଦାନ ପୂର୍ବକ ଜିଲ୍ଲାସ୍ତରୀୟ ସମାରୋହକୁ ଉଦଘାଟିତ କରିଥିଲେ।ସମ୍ମାନିତ ଅତିଥି ଭାବରେ ବଡ଼ଚଣା ଆତ୍ମା ଅଧ୍ୟକ୍ଷ ଶ୍ରୀଯୁକ୍ତ ଜଗନ୍ନାଥ ଖଣ୍ଡେଇ ଏବଂ ଯାଜପୁର କୃଷକ ମୋର୍ଚ୍ଚା ସଭାପତି,ଯାଜପୁର ଶ୍ରୀଯୁକ୍ତ ସୀତାକାନ୍ତ ବଳ ସାମନ୍ତ ଯୋଗଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରି ଗୋଷ୍ଠୀ ଉନ୍ନୟନ ଅଧିକାରୀ, ବଡ଼ଚଣା ଶ୍ରୀଯୁକ୍ତ ରବୀନ୍ଦ୍ର ପ୍ରଧାନ ଉପସ୍ଥିତ ହିତାଧିକାରୀମାନଙ୍କୁ 'ବିକାଶ ଧାରା ଓଡ଼ିଶା ସାରା' ବିଷୟରେ ଅବଗତ କରାଇଥିଲେ। ଯାଜପୁର ଜିଲ୍ଲାର ମୋଟ ୧ ଲକ୍ଷ ୬୩ହଜାର ୨୨୮ ଜଣ କୃଷକ ଏହି ୨୨ ତମ କିସ୍ତିରେ ୨୦୦୦ ହିସାବରେ ପି.ଏମ କିଷାନ ସମ୍ମାନ ନିଧି ସହାୟତା ପ୍ରାପ୍ତ କରିଛନ୍ତି। ଉକ୍ତ ସଭାରେ ଭାରପ୍ରାପ୍ତ ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ, କୃଷି ବିଜ୍ଞାନ କେନ୍ଦ୍ର ,ବଡ଼ଚଣା, ଶ୍ରୀଯୁକ୍ତ ଲଳିତ କୁମାର ମହାନ୍ତି, ସମସ୍ତ ବୈଜ୍ଞାନିକ,ସମସ୍ତ ବ୍ଲକ୍ ସ୍ତରୀୟ ଓ ଜିଲ୍ଳା ସ୍ତରୀୟ କୃଷି ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।କୃଷି ଜିଲ୍ଲା ଅଧିକାରୀ, ଯାଜପୁର ଡ. ପୀୟୁଷ ପଲ୍ଲଭ ପରିଡ଼ା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଏହି କାର୍ଯ୍ୟକ୍ରମ କୁ ଜିଲ୍ଲାର ସମସ୍ତ ବ୍ଲକରୁ ମୋଟ ୧୩୦ ରୁ ଉର୍ଦ୍ଧ୍ୱ କୃଷକ ଓ କୃଷିଜୀବି ମହିଳାମାନେ ସଳଖ ପ୍ରସାରଣ ରେ ଦେଖିଥିଲେ। ବ୍ଲକ୍ ଏବଂ ଗ୍ରାମ ପଞ୍ଚାୟତ ସ୍ତରରେ ମଧ୍ୟ ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ ର ବ୍ୟବସ୍ଥା ହୋଇଥିଲା।

Jajpur (ଯାଜପୁର) • ରିପୋର୍ଟ: ନିରୋଜ କୁମାର ସେଠୀ

ମୋ ଖୋଲ ସାହିର ଇତିହାସ
Jun 20, 2026•146 views

ମୋ ଖୋଲ ସାହିର ଇତିହାସ

ରିପୋର୍ଟ: ଶିବରାମ ଜେନା, ଖଲ୍ଲିକୋଟ ଖଲ୍ଲିକୋଟ: ଖଲ୍ଲିକୋଟ ଗଡ଼ର ଗୌରବମୟ ଇତିହାସ ମଧ୍ୟରେ ଅନେକ ପୁରାତନ ସାହି ଓ ବସତି ଆଜି ମଧ୍ୟ ନିଜର ସ୍ୱତନ୍ତ୍ର ପରିଚୟ ବଜାୟ ରଖିଛି। ସେହିପରି ଏକ ପୁରାତନ ବସତି ହେଉଛି ଖୋଲ ସାହି, ଯାହା ଖଲ୍ଲିକୋଟ ରାଜଉଆସର ଦକ୍ଷିଣ ପାର୍ଶ୍ୱରେ ପାହାଡ଼ ଘେରା ପାଦଦେଶରେ ଅବସ୍ଥିତ। ସ୍ଥାନୀୟ ବୟୋଜ୍ୟେଷ୍ଠଙ୍କ କହିବା ଅନୁଯାୟୀ, ଏହି ସାହିରେ ପ୍ରାୟ ୩୦ରୁ ୪୦ଟି ପରିବାର ବସବାସ କରୁଥିଲେ। ସେତେବେଳେ ଏଠାକାର ଅଧିବାସୀମାନେ ଖଲ୍ଲିକୋଟ ରାଜପରିବାର ପ୍ରତି ଆନୁଗତ୍ୟ ପ୍ରଦର୍ଶନ କରି ରାଜପ୍ରାସାଦ ଓ ରାଜ ପ୍ରଶାସନର ବିଭିନ୍ନ କାର୍ଯ୍ୟରେ ନିୟୋଜିତ ରହୁଥିଲେ। ବିଶେଷ କରି ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ଶାସନ କାଳରେ ଏହି ସାହିର ଲୋକମାନେ ରାଜନଉକରୀ କରି ନିଜ ଜୀବିକା ନିର୍ବାହ କରୁଥିବା ଜଣାପଡ଼ିଛି। ଜମିଦାରୀ ପ୍ରଥା ଉଚ୍ଛେଦ ପରେ ରାଜକୀୟ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଆସିଥିଲା। ଏହାର ପ୍ରଭାବ ଖୋଲ ସାହି ଉପରେ ମଧ୍ୟ ପଡ଼ିଥିଲା ଏବଂ ଧୀରେ ଧୀରେ ଏହାର ପୁରୁଣା ଚମକ ଫିକା ପଡ଼ିଯାଇଥିଲା। ତଥାପି, ସାହିର ପ୍ରାକୃତିକ ପରିବେଶ ଓ ପାହାଡ଼ ଘେରା ସୌନ୍ଦର୍ଯ୍ୟ ଆଜି ମଧ୍ୟ ଦର୍ଶକଙ୍କୁ ଆକର୍ଷିତ କରୁଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଏହି ସାହିରେ ଅନେକ ପୁରାତନ ପରିବାରଙ୍କ ବଂଶଧରମାନେ ଆଜି ମଧ୍ୟ ନିଜର ପୈତୃକ ଭିଟାମାଟିରେ ବସବାସ କରୁଛନ୍ତି ଏବଂ ଅଞ୍ଚଳର ଐତିହ୍ୟକୁ ଜୀବନ୍ତ ରଖିଛନ୍ତି। ଖଲ୍ଲିକୋଟ ଗଡ଼ର ଇତିହାସ ସହ ଜଡ଼ିତ ଏହି ଖୋଲ ସାହି ଆଜି ମଧ୍ୟ ଅତୀତର ଅନେକ ସ୍ମୃତିକୁ ନିଜ ମଧ୍ୟରେ ସାଇତି ରଖିଛି।

Ganjam (ଗଞ୍ଜାମ) • ରିପୋର୍ଟ: ଶିବରାମ ଜେନା, ଖଲ୍ଲିକୋଟ

କଳାହାଣ୍ଡି : ଭଇରିଗୁଡ଼ା ପଞ୍ଚାୟତ ରେ ଖେଳ ପଡ଼ିଆ ନିର୍ମାଣ ପାଇଁ ଦାବୀ ହୋଇଛି
Jun 20, 2026•73 views

କଳାହାଣ୍ଡି : ଭଇରିଗୁଡ଼ା ପଞ୍ଚାୟତ ରେ ଖେଳ ପଡ଼ିଆ ନିର୍ମାଣ ପାଇଁ ଦାବୀ ହୋଇଛି

ରିପୋର୍ଟ - ଦେବରାଜ ବାଣୁଆ,ଜୁନାଗଡ କଳାହାଣ୍ଡି : ଜୁନାଗଡ ବ୍ଲକ ଅନ୍ତର୍ଗତ ଭଇରିଗୁଡ଼ା ଗ୍ରାମ ର ଯୁବକ ମାନେ କ୍ରୀଡ଼ା କ୍ଷେତ୍ରରେ ଜିଲ୍ଲା ରେ ନିଜସ୍ବ ପରିଚୟ ସୃଷ୍ଟି କରିପାରିଛନ୍ତି।ମିଳିଥିବା ସୂଚନା ଅନୁଯାୟୀ ଫୁଟବଲ୍,କ୍ରିକେଟ,ଭଲିବଲ୍, ପ୍ରତିଯୋଗିତା ରେ ବିଗତ ଦୁଇ ବର୍ଷ ମଧ୍ୟରେ ଅନେକ ପ୍ରଥମ ଓ ଦ୍ବିତୀୟ ବିଯୟତା ନିଜ ଗାଁ ନାମରେ ଦଖଲ କରିଛନ୍ତି। ବିଡ଼ମ୍ବନା ହେଉଛି କୌଣସି ଖେଳ ପଡ଼ିଆ ଏହି ଗ୍ରାମ ପଞ୍ଚାୟତ ରେ ନାହିଁ। କେବଳ କୁରୁଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟର ଖେଳ ପଡିଆ ଉପରେ ନିର୍ଭର କରିଥାନ୍ତି କିନ୍ତୁ ଯେହେତୁ ବିଦ୍ୟାଳୟର ଛାତ୍ର ଛାତ୍ରୀ ନିଜେ ପଡ଼ିଆ କୁ ବ୍ୟବହାର କରନ୍ତି ଏଣୁ ଗାଁ ର ଯୁବକ ମାନଙ୍କୁ ଖେଳ ଅଭ୍ୟାସ ରେ ବାଧା ସୃଷ୍ଟି ହେବାର ନଜର କୁ ଆସିଛି। ଏହାର ସମାଧାନ ପାଇଁ ଏକ ସରକାରୀ ଅନାବାଦୀ ସ୍ଥାନକୁ ଗାଁ ର କ୍ରୀଡ଼ା ପ୍ରେମୀ ଯୁବକ ମାନେ ଅନାବନା ଗଛ କୁ ସଫା କରି ଏକ ପାଡ଼ିଆର ରୂପ ଦେବା ଚେଷ୍ଟା କରିଛନ୍ତି। କିନ୍ତୁ ଯେହେତୁ ପଡ଼ିଆ ସମତଳ ନୁହେଁ କେଊଁ ଜାଗାରେ ଖାଲ ତ କେଉଁ ଜାଗାରେ ଢିପ ଜମି ଥିବାରୁ ଏହା ଖେଲପୋଜୋଗୀ ହୋଇ ପାରୁ ନାହିଁ। ଏଣୁ ସରକାରୀ ସହାୟତା ପ୍ରଦାନ କଲେ ଏକ ଭଲ ଖେଳ ପଡ଼ିଆ ହୋଇ ପାରିବ ବୋଲି ଖେଳାଳି ମାନେ ମତ ପ୍ରକାଶ କରିଛନ୍ତି। ଗାଁ ର ଅନେକ କ୍ରୀଡ଼ା ପ୍ରେମୀ ପଡ଼ିଆ ନିର୍ମାଣ ପାଇଁ ଅର୍ଥ ସାହାଯ୍ୟ କରି ଥିବାରୁ ଗ୍ରାମବାସୀ ଧନ୍ୟବାଦ୍ ଜଣାଇଛନ୍ତି। ଏବଂ ସ୍ଥାନୀୟ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, ସାଂସଦ ଶ୍ରୀମତୀ ମାଲବିକା ଦେବୀ ତଥା ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହୋଇଛି।

Kalahandi (କଳାହାଣ୍ଡି) • ରିପୋର୍ଟ - ଦେବରାଜ ବାଣୁଆ,ଜୁନାଗଡ

ପି.ଏମ୍. କିଷାନ୍‌ର ୨୩ତମ କିସ୍ତି ବିତରଣ ସମାରୋହ ଅନୁଷ୍ଠିତ
Jun 20, 2026•106 views

ପି.ଏମ୍. କିଷାନ୍‌ର ୨୩ତମ କିସ୍ତି ବିତରଣ ସମାରୋହ ଅନୁଷ୍ଠିତ

ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା ଅନୁଗୋଳ : ଜିଲ୍ଲା କୃଷି ବିଭାଗ ଓ କୃଷି ବିଜ୍ଞାନ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ବ୍ଲାକ୍ ଡାଇମଣ୍ଡ ସମ୍ମିଳନୀ କକ୍ଷରେ ପି.ଏମ୍. କିଷାନ୍‌ର ୨୩ତମ କିସ୍ତି ବିତରଣ ସମାରୋହ ଅନୁଷ୍ଠିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ହୁଗୁଳିରୁ କିସ୍ତି ବିତରଣ କାର୍ଯ୍ୟକ୍ରମର ସିଧାପ୍ରସାରଣ ପ୍ରଦର୍ଶିତ ହୋଇଥିଲା। ଏହି ଅବସରରେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃଷକ କଲ୍ୟାଣ ଯୋଜନା ପାଇଁ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଥିଲେ। ଜିଲ୍ଲାର ୧ ଲକ୍ଷ ୨୫ ହଜାର ୩୫୬ ଜଣ ହିତାଧିକାରୀଙ୍କ ଖାତାକୁ ପ୍ରାୟ ୨୫ କୋଟି ୭ ଲକ୍ଷ ଟଙ୍କା ସିଧାସଳଖ ଜମା କରାଯାଇଥିବା ସୂଚନା ମିଳିଛି। କାର୍ଯ୍ୟକ୍ରମ ପୂର୍ବରୁ ଜୈବିକ କୃଷି ଓ କ୍ଷେତ ବଞ୍ଚାଅ ଅଭିଯାନ ଉପରେ ଏକ କର୍ମଶାଳା ଆୟୋଜିତ ହୋଇଥିଲା। ଏଥିରେ କୃଷି ବିଶେଷଜ୍ଞ ଓ ଅଧିକାରୀମାନେ ଜୈବିକ କୃଷି, ଜଳ ସଂରକ୍ଷଣ ଓ ମାଟିର ଉର୍ବରତା ରକ୍ଷା ସମ୍ପର୍କରେ କୃଷକମାନଙ୍କୁ ସଚେତନ କରାଯାଇଥିଲା ।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ବ୍ଲକ ସ୍ତରୀୟ ସ୍ୱାବଲମ୍ବୀ ଯୁବା-ସମୃଦ୍ଧ ଓଡ଼ିଶା ସମାବେଶ
Jun 20, 2026•87 views

ବ୍ଲକ ସ୍ତରୀୟ ସ୍ୱାବଲମ୍ବୀ ଯୁବା-ସମୃଦ୍ଧ ଓଡ଼ିଶା ସମାବେଶ

ରିପୋର୍ଟ: ସୁଶାନ୍ତ କୁମାର ପୋଥାଳ, ଭୁବନ ଭୁବନ: ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ,ଓଡ଼ିଶା ସରକାର ଆନୁକୂଲ୍ୟରେ ଭୁବନ ପଞ୍ଚାୟତ ସମିତି ସହଯୋଗରେ ସ୍ଥାନୀୟ ବାଜି ରାଉତ କଲ୍ୟାଣ ମଣ୍ଡପ ଠାରେ ବ୍ଲକ ସ୍ତରୀୟ ସ୍ୱାବଲମ୍ବୀ ଯୁବା - ସମୃଦ୍ଧ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଡ଼ିଓ ଶ୍ରୀମତୀ ଆୟୁଷି ମହାପାତ୍ର କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି କହିଥିଲେ ଯେ,ଯୁବ ବର୍ଗ ସଶକ୍ତ ହେଲେ ଆମ ଦେଶ ସମୃଦ୍ଧ ହେବ । ଯୁବ ବର୍ଗ ଙ୍କ ଆତ୍ମନିଯୁକ୍ତି ପାଇଁ ସରକାର ଅଣୁ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ (ଏମ ଏସ ଏମ ଇ ୟୁନିଟ୍) କୁ ପ୍ରୋତ୍ସାହନ ଦେଉଛନ୍ତି । ଦୁଇ ବର୍ଷରେ ୨୦୭ ଏମ ଏସ ଏମ ଇ ୟୁନିଟ୍ କୁ ୪୪ କୋଟି ଟଙ୍କା ପ୍ରୋତ୍ସାହନ ଦିଆଯାଇଥିବା ବେଳେ କ୍ରେଡିଟ ଗ୍ୟାରେଣ୍ଟି ଫଣ୍ଡ ଟ୍ରଷ୍ଟ ( ସି ଜି ଟି ଏମ୍ ଏସ ଇ) ରେ ୨୩ ହଜାର କୋଟି ବନ୍ଧକ ବିହୀନ ଋଣ ସହାୟତାରେ ୧ ଲକ୍ଷ ୭୬ ହଜାର ରୁ ଉର୍ଦ୍ଧ୍ବ ଉଦ୍ୟୋଗ ପ୍ରତିଷ୍ଠା ହୋଇଛି । ଶିଳ୍ପ କ୍ଷେତ୍ରରେ ଆଗୁଆ ଜିଲ୍ଲା ଗୁଡ଼ିକରେ ଉଦ୍ୟୋଗ ପାଇଁ ସ୍ୱତନ୍ତ୍ର ପ୍ରୋତ୍ସାହନ ଏବଂ ମହିଳା , ଅନୁସୂଚିତ ଜାତି, ଜନଜାତି ଓ ଭିନ୍ନକ୍ଷମ ଙ୍କ ପାଇଁ ଅତିରିକ୍ତ ପ୍ରୋତ୍ସାହନ ରହିଥିବା ସମ୍ପର୍କରେ ବିଡ଼ିଓ ଶ୍ରୀମତୀ ମହାପାତ୍ର କହିଥିଲେ । ଏହି କାର୍ଯ୍ୟକ୍ରମକୁ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ସିପ୍ରା ବରାଳ ଆନୁଷ୍ଠାନିକ ଭାବେ ଉଦଘାଟନ କରି ସରକାରଙ୍କ ବିଭିନ୍ନ ଯୋଜନାର ଉପକାରିତା ସମ୍ପର୍କରେ ଲୋକଙ୍କୁ ଜଣାଇବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବୋଲି କହିବା ସହ ସ୍ୱାବଲମ୍ବୀ ଯୁବା ସମୃଦ୍ଧ ଓଡ଼ିଶା କାର୍ଯ୍ୟକ୍ରମ ସହାୟତାରେ ଯୁବକ,ଯୁବତୀ ଓ ମହିଳାମାନେ ଆତ୍ମ ନିର୍ଭରଶୀଳ ହୋଇ ପାରିଲେ ସରକାରଙ୍କ ସରକାରଙ୍କ ଲକ୍ଷ୍ୟ ସାଧନ ହେବା ସହ ରାଷ୍ଟ୍ରର ବିକାଶ ହେବ ଓ ଯୋଜନା ସଫଳ ହେବ ବୋଲି ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ କମ୍ପାନୀ ,ୟୁନିଟ୍ ହେଡ ମାନେ ଯୋଗଦେଇ ଛାତ୍ର ଛାତ୍ରୀ ଙ୍କୁ ମାର୍ଗ ଦର୍ଶନ କରିଥିଲେ । ବ୍ଲକ କର୍ମଚାରୀ ମାନେ ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରିଥିଲେ।

Dhenkanal (ଢେଙ୍କାନାଳ) • ରିପୋର୍ଟ: ସୁଶାନ୍ତ କୁମାର ପୋଥାଳ, ଭୁବନ

ନିରାଶ୍ରୟ ଯୁବତୀକୁ କନ୍ୟା ଦାନ କରି ମହାନତା ଦେଖାଇଲେ ବାରୁଆଁ ସରପଞ୍ଚ
Jun 20, 2026•78 views

ନିରାଶ୍ରୟ ଯୁବତୀକୁ କନ୍ୟା ଦାନ କରି ମହାନତା ଦେଖାଇଲେ ବାରୁଆଁ ସରପଞ୍ଚ

ରିପୋର୍ଟ: ସୁଶାନ୍ତ କୁମାର ପୋଥାଳ, ଭୁବନ ଭୁବନ ୨୦.୬- ପବିତ୍ର ଶୀତଳ ଷଷ୍ଠୀ ରେ ମହାଦେବ ଓ ମାତା ପାର୍ବତୀ ଙ୍କ ବିବାହ କରାଇ ଶୈବଭକ୍ତ ମାନେ ପୁଣ୍ୟ ଅର୍ଜନ କରୁଥିବା ବେଳେ ଜନୈକା ନିରାଶ୍ରୟ ଯୁବତୀକୁ କନ୍ୟା ଦାନ କରି ମାନବିକତା ଓ ମହାନତା ଦେଖାଇଛନ୍ତି ଢ଼େଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ବାରୁଆଁ ( ବି) ସରପଞ୍ଚ ଶ୍ରୀମତୀ ବୀଣାପାଣି ସାହୁ। ଏହି ଘଟଣା ଜଣାପଡ଼ିବା ପରେ ସରପଞ୍ଚ ଶ୍ରୀମତୀ ସାହୁ ଙ୍କ ନିକଟକୁ ଅଭିନନ୍ଦନ ଓ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ପ୍ରାପ୍ତ ସୂଚାନୁଯାୟୀ ,ଭୁବନ ଥାନା ଅନ୍ତର୍ଗତ ଯମୁନାକୋଟ ଗ୍ରାମର ଅଦେତ୍ୟ ସାହୁ ଙ୍କ ପୁଅ ଅଭିମନ୍ୟୁ ଙ୍କ ସହିତ ବାରୁଆଁ ଗ୍ରାମର ଜନୈକା ଯୁବତୀ ଙ୍କ ଇନଷ୍ଟାଗ୍ରାମ ରୁ ଆରମ୍ଭ ହୋଇଥିବା ପ୍ରେମ ଧୀରେ ଧୀରେ ଆଗକୁ ବଢ଼ି ଚାଲିଲା । ଫୋନ କଲ୍,ଚାଟିଙ୍ଗ ଓ ଭିଡିଓ କଲିଙ୍ଗ ପରେ ଉଭୟଙ୍କର ୨୦୨୪ ମସିହା ମହା ଶିବରାତ୍ରି ଜଗରରେ ଭୁବନର ପ୍ରସିଦ୍ଧ ଶୈବପୀଠ ବୁଦ୍ଧେଶ୍ୱର ମନ୍ଦିରରେ ପ୍ରଥମ ଦେଖା ସାକ୍ଷାତ ହୋଇଥିଲା । ପରେ ଯୁବକ ଜଣକ ଯୁବତୀ ଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ବାଟ ତାରିଣୀ ମନ୍ଦିର ରେ ସିନ୍ଦୂର ପିନ୍ଧାଇ ବାରମ୍ବାର ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ। ଯୁବତୀ ଜଣକ ଗର୍ଭବତୀ ହେବା ପରେ ଯୁବକ ବଳ ପୂର୍ବକ ତାଙ୍କ ଗର୍ଭନଷ୍ଟ କରାଇ ଆଉ ଧରାଛୁଆଁ ଦେଇନଥିଲେ। ଯୁବତୀ ଙ୍କ ଫୋନ୍ ନମ୍ବର ବ୍ଲକ କରିଦେଇ ଅନ୍ୟତ୍ର ବିବାହ ପାଇଁ ପ୍ରସ୍ତୁତି ଚଳାଇଥିବା ଜାଣିବା ପରେ ଯୁବତୀ ନ୍ୟାୟ ପାଇଁ ଭୁବନ ଥାନାରେ ଅଭିଯୋଗ କରିଥିଲେ। ଯୁବତୀ ଙ୍କ ଅଭିଯୋଗ ଆଧାରରେ ଭୁବନ ପୋଲିସ ସମ୍ପୃକ୍ତ ଧୋକାବାଜ ପ୍ରେମିକ କୁ ଗିରଫ କରି ଜେଲ ହାଜତ କୁ ପଠାଇ ଦେଇଥିଲେ । ଏ ସବୁ ଘଟଣା ଯୁବତୀ ଙ୍କ ଘରେ ଜାଣିବା ପରେ ପରିବାର ବର୍ଗ ଝିଅ କୁ ପର କରିଦେଇଥିଲେ । ବାଧ୍ୟ ହୋଇ ଯୁବତୀ ଜଣଙ୍କ ତାଙ୍କ ସମ୍ପର୍କୀୟ ଙ୍କ ଘରେ ଆଶ୍ରୟ ନେବା ସହ ବାରୁଆଁ ଅଞ୍ଚଳର ଦରଦୀ ମଣିଷ ଙ୍କ ବନ୍ଧୁ ଭାବେ ପରିଚିତ ସରପଞ୍ଚ ଶ୍ରୀମତୀ ବୀଣାପାଣି ସାହୁ ଙ୍କୁ ଭେଟି ନିଜ ଦୁଃଖ କାହାଣୀ କହି ସହଯୋଗ ଲୋଡ଼ିଥିଲେ । ସରପଞ୍ଚ ଶ୍ରୀମତୀ ସାହୁ ପୁଅ ଘର ଲୋକଙ୍କ ସହ ଆଲୋଚନା କରି ଗତ ଶୁକ୍ରବାର ଦିନ କାମାକ୍ଷା ନଗର ସ୍ଥିତ ରାମେଶ୍ୱର ମନ୍ଦିର ରେ ବିବାହ କରାଇଥିଲେ ଓ ଶସ୍ତ୍ରିକ ବିନୟ କୁମାର ସାହୁ ଓ ବୀଣାପାଣି ସାହୁ ଝିଅର ବାପା,ମା ସାଜି କନ୍ୟାଦାନ କରି ମହାପୁଣ୍ୟ ଅର୍ଜନ କରିଥିଲେ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି ଓ ବୁଦ୍ଧିଜୀବୀ ମହଲରେ ସରପଞ୍ଚଙ୍କ ମହାନତାକୁ ନେଇ ଉଚ୍ଚ ପ୍ରଶଂସା କରାଯାଉଛି ।

Dhenkanal (ଢେଙ୍କାନାଳ) • ରିପୋର୍ଟ: ସୁଶାନ୍ତ କୁମାର ପୋଥାଳ, ଭୁବନ